ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ପିଲାଙ୍କ ସ୍ମୃତି ଶକ୍ତି ଏବଂ ଉଚ୍ଚତା ବୃଦ୍ଧି
ସେଆର କରନ୍ତୁ

ପିଲାଙ୍କ ସ୍ମୃତି ଶକ୍ତି ଏବଂ ଉଚ୍ଚତା ବୃଦ୍ଧି

ପିଲାଙ୍କ ସ୍ମୃତି ଶକ୍ତି ଏବଂ ଉଚ୍ଚତା ବୃଦ୍ଧି କିପରି କରିବେ ସେ ବିଷୟରେ ସୂଚନା ।

ପିଲାଙ୍କ ସ୍ମୃତି ଶକ୍ତି ବଢାଇବା

ଯେତେବେଳେ ପିଲାଙ୍କ ସ୍କୁଲ ପରୀକ୍ଷା ପାଖେଇ ଆସେ ପିଲାଙ୍କ ସହ ମାତାପିତାଙ୍କର ବି ଚିନ୍ତା ବଢିଯାଏ ।ପାଠପଢା ସହ ଖାଦ୍ୟପେୟର ବି ଧ୍ୟାନ ରଖିବାକୁ ପଡେ । ଏହି ସମୟରେ ଆପଣ ପିଲାଙ୍କୁ ଏମିତି ଜିନିଷ ଖୁଆନ୍ତୁ ଯାହା ସେମାନଙ୍କର ସ୍ୱାସ୍ଥ୍ୟରେ ଖୁବ୍ ଉପଯୋଗୀ ସାବ୍ୟସ୍ତ ହେବ ଏବଂ ତାସହ ମେମୋରୀ ବି ଷ୍ଟ୍ରଙ୍ଗ ହେବ । ଏମିତି କିଛି ଫଳ ବିଷୟରେ ଜାଣନ୍ତୁ ଯାହା ପିଲାଙ୍କ ସ୍ମୃତିଶକ୍ତି ମଜବୁତ୍ କରିବାରେ ସହାୟକ ହେବ ।

ସେଓ ଏହା ଏକ ଉତ୍ତମ ଫଳ ଅଟେ । ଏହା ପିଲାଙ୍କୁ ଖାଇବାକୁ ଦେବା ଦ୍ୱାରା ଅନେକ ଉପକାର କରିଥାଏ । ପିଲାଙ୍କ ମେମୋରୀ ପାୱାର ବଢାଇବା ପାଇଁ ଏହା ଏ ଉତ୍ତମ ଖାଦ୍ୟ ଅଟେ । ଏହା ମେମୋରୀ ବଢାଉଥିବା ନ୍ୟୁରୋଟ୍ରାନ୍ସମିଟର ଏସିଟଲକୋଲିନକୁ ସମତୁଲ ରଖେ ।

କଦଳୀ କଦଳୀରେ ପୋଟାସିୟମର ମାତ୍ରା ଅଧିକ ଥାଏ । ଏହାଦ୍ୱାରା ପିଲାଙ୍କ ତୀକ୍ଷଣ ବୁଦ୍ଧିର ଉତ୍ପତି ହୁଏ । ଏହା ଦ୍ୱାରା ମସ୍ତିକରେ ନ୍ୟୁରାଟ୍ରାନ୍ସମିଟରକୁ ଉତ୍ତେଜିତ କରିଦିଏ । ମେମୋରୀର ବିକଶିତ ହୋଇଥାଏ ।

ଅଙ୍ଗୁର ଅଙ୍ଗୁରରେ ଭିଟାମିନ ଓ ଆଣ୍ଟି-ଆକ୍ସିଡେଣ୍ଟ ଭରପୁର ଥାଏ । ଯାହା ଦ୍ୱାରା ପିଲାଙ୍କ ଜ୍ଞାନ ସମ୍ବନ୍ଧିୟ କ୍ଷମତା ବିକଶିତ ହୋଇଥାଏ । ମନେରଖିବା ଶକ୍ତି ପ୍ରଖର ହୁଏ ।

ସନ୍ତରା- ପିଲାଙ୍କ ପାଇଁ ଏହା ଏକ ଖୁବ୍ ଉପଯୋଗୀ ଫଳ ଅଟେ । ଏଥିରେ ଭିଟାମିନ -ସି ସହ ସାଇଟୋନ୍ୟୁଟ୍ରିଏଣ୍ଟସ ଓ ଫୋଲିକ୍ ଏସିଡ୍ ଥାଏ । ଯାହା ବୁଦ୍ଧିର ବିକାଶ ପାଇଁ ବହୁତ ଜରୁରୀ ଅଟେ । ଏହା ଖାଇଲେ ପିଲାଙ୍କ ଲର୍ଣ୍ଣିଙ୍ଗ ସ୍କିଲର ବୃର୍ଦ୍ଧି ଘଟେ ।

ଷ୍ଟ୍ରବେରୀ- ଏହି ଫଳରେ ଫିସେଟିନ ନାମକ ଫ୍ଲାବୋନୋଇଡ୍ ମିଳେ । ଯାହା ମେମୋରୀ ବଢାଇବାର ନ୍ୟୁରୋନକୁ ଉତ୍ତେଜିତ କରିବାରେ ସାହାଯ୍ୟ କରିଥାଏ । ଏକ ଡାକ୍ତରୀ ରିପୋର୍ଟ ଅନୁସାରେ ସପ୍ତାହରେ ୨-୩ଥର ଷ୍ଟ୍ରବେରୀ ଖାଇବା ଉଚିତ୍ ।

ପିଲାଙ୍କ ଉଚ୍ଚତା ବୃଦ୍ଧି

ପ୍ରାୟତଃ ଦେଖାଯାଏ ମା’ବାପା ପିଲାଙ୍କ ଉଚ୍ଚତା ନେଇ ଚିନ୍ତିତ ଥାଆନ୍ତି । ଏଥିପାଇଁ ଅନେକ ଉପାୟ ମଧ୍ୟ କରନ୍ତି । ତେବେ ଉଚ୍ଚତା ଶିଶୁର ଜିନ୍ ଉପରେ ନିର୍ଭର କରେ । କିନ୍ତୁ ଏ ମାମଲାରେ ବେଳେବେଳ ଦେଖାଯାଏ ଖାଦ୍ୟପେୟରେ ଅନିୟମିତତା ଯୋଗୁଁ ମଧ୍ୟ ଶିଶୁଙ୍କ ଉଚ୍ଚତା ବଢ଼ିନଥାଏ । ଯଦି ଆପଣଙ୍କ ଶିଶୁ ମଧ୍ୟ ଏପରି ସମସ୍ୟା ଭୋଗୁଛନ୍ତି ତେବେ ଆଜି ଠାରୁ ନିମ୍ନରେ ଦିଆଯାଇଥିବା ଖାଦ୍ୟ ଖୁଆଇବା ଆରମ୍ଭ କରିଦିଅନ୍ତୁ ।

ଅଣ୍ଡା ଅଣ୍ଡାରେ ପ୍ରଚୁର ପରିମାଣରେ ପ୍ରାଟିନ ଥାଏ । ଅଣ୍ଡା ଶରୀରର ବିକାଶ ପାଇଁ ବହୁତ ଲାଭଦାୟକ । ନିଜ ଶିଶୁକୁ ପ୍ରତିଦିନ ଗୋଟିଏ ଅଣ୍ଡା ନିଶ୍ଚିତ ରୂପେ ଖାଇବା ପାଇଁ ଦିଅନ୍ତୁ ।

ସୋୟାବିନ୍ ସୋୟାବିନ ଖାଇବା ଦ୍ୱାରା ହାଡ଼ ଓ ମାଂସପେଶୀ ମଜଭୁତ୍ ହୁଏ । ଏଥିରେ ମଧ୍ୟ ଭରପୁର ମାତ୍ରାରେ ପ୍ରୋଟିନ୍ ମିଳେ, ଯାହା ଶରୀରର ବିକାଶ କରିବାରେ ସାହାଯ୍ୟ କରେ । ସୋୟବିନକୁ ପ୍ରତିଦିନ ଖାଦ୍ୟରେ ସାମିଲ କରିବା ଉଚିତ୍ ।

ଚିକେନ୍ ଆପଣଙ୍କ ଶିଶୁ ପ୍ରତିଦିନ ଚିକେନ୍ ଖାଇବା ଏତେ ଜରୁରୀ ନୁହେଁ । ତଥାପି ଯଦି ସେ ଚିକେନ୍ ଖାଉଛି ତେବ ତା’ର ଆହରରେ ଏହାକୁ ନିଶ୍ଚିତ ସାମିଲ କରନ୍ତୁ । କାରଣ ଚିକେନ୍ , ପ୍ରୋଟିନର ଏକ ଭଲ ସ୍ରୋତ ।

କ୍ଷୀର କ୍ଷୀରରେ କ୍ୟାଲସିୟମର ମାତ୍ରା ଭରପୁର ଥାଏ । ଏହା ଆପଣଙ୍କ ଶିଶୁ ପାଇଁ ମହତ୍ୱପୂର୍ଣ୍ଣ । ପ୍ରତିଦିନ ଏକ ଗ୍ଲାସ୍ କ୍ଷୀର ପିଆଇବା ଦ୍ୱାରା ଶିଶୁର ଉଚ୍ଚତା ନିଶ୍ଚିତ ବଢ଼ିବ ।

ପାଳଙ୍ଗ ପାଳଙ୍ଗ ଶାଗରେ ଆଇରନର ମାତ୍ରା ପ୍ରଚୁର ପରିମାଣରେ ଥାଏ । ଏହାକୁ ନିୟମିତ ସେବନ କରିବା ଦ୍ୱାରା ଶିଶୁର ଉଚ୍ଚତା ନିଶ୍ଚିତ ବଢ଼ିବ । ପାଳଙ୍ଗ ଶାଗ ଶରୀରକୁ ଭରପୁର ଶକ୍ତି ମଧ୍ୟ ଯୋଗାଇଥାଏ ।

ଓଟମିଲ୍ ଓଟମିଲରେ ପ୍ରଚୁର ପରିମାଣର ପ୍ରୋଟିନ୍ ଥାଏ ଏବଂ ଫ୍ୟାଟ ବିଲକୁଲ ନଥାଏ । ଏଥିପାଇଁ ଶିଶୁଙ୍କୁ ଓ ଟମିଲ ନିଶ୍ଚୟ ଖାଇବା ପାଇଁ ଦିଅନ୍ତୁ ।

ଆଧାର : ସ୍ୱାସ୍ଥ୍ୟ ବ୍ୟୁରୋ

2.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top