অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପୃଥୁଳତା ଓ ଓଜନବୃଦ୍ଧି

ପୃଥୁଳତା ଓ ଓଜନବୃଦ୍ଧି ରୋଗର କାରଣ

ପୃଥୁଳତାକୁ ଡ଼ାକ୍ତରୀ ଭାଷାରେ ବେସିଟି କୁହାଯାଏ । ଉଚ୍ଚତା ଓ ବୟସ ଅନୁସାରେ ଠିକ୍ ଓଜନ ରହିବା ଉଚିତ । ଏହି ଓଜନ ବଢ଼ିଗଲେ ଏହାକୁ ଲୋକ ମୋଟା ହୋଇଛି ବୋଲି କୁହାଯାଏ ।

ବିଶ୍ଵ ସ୍ଵାସ୍ଥ୍ୟ ସଂସ୍ଥା ଗଣନା ଅନୁସାରେ ଏବେ ସାରା ପୃଥିବୀରେ ପ୍ରାୟ ଦୁଇ ବିଲିୟନ ଲୋକ ପୃଥୁଳ ଅଛନ୍ତି । ପୃଥିବୀର ଲୋକସଂଖ୍ୟା ସାତ ବିଲିୟନ ବା ୭ ଶହ କୋଟି। ପୃଥୁଳତା ମାପିବାକୁ ଏକ ସୂତ୍ର ଅଛି । ଏହାକୁ ବଡ଼ିମାସ ଇଣ୍ଡେକ୍ ବୋଲି କୁହାଯାଏ । ଓଜନକୁ କେଜିରେ ମପାଯାଏ । ଉଚ୍ଚତାକୁ ମିଟରରେମପାଯାଏ । ଓଜନକୁ ଉଚ୍ଚତାର ବର୍ଗରେ ହରିଦେଲେ ବଡିମାସ ଇଣ୍ଡେକ୍ ନିର୍ଣ୍ଣୟ ହୋଇଥାଏ । ୨୦ ରୁ ୨୫ ମଧ୍ୟରେ ଏହି ସଂଖ୍ୟା ରହିଲେ ଠିକ ଓଜନ ବୋଲି କୁହାଯାଏ ।

ଭାରତରେ ଏହି ସଂଖ୍ୟାକୁ ଏବେ ୨୨.୯ ବୋଲି ଧରାଯାଇଛି । ଏହା ହେଲେ ଆହୁରି ଅଧିକ ସଂଖ୍ୟକ ଲୋକ ମୋଟାରହିବେ । ବଡ଼ିମାସ ଇଣ୍ଡେକ୍ସ (ବି.ଏମ.ଆଇ.) - ୩୦ରୁ ଅଧିକ ହେଲେ ୧୧ଟି ପ୍ରମୁଖ ରୋଗ ହୋଇଥାଏ ।

ରୋଗର ଆଶଙ୍କା

  • ଉଚ୍ଚ ରକ୍ତଚାପ
  • ମଧୁମେହ,
  • ହୃଦରୋଗ
  • ରକ୍ତରେ ଅଧିକ କୋଲେଷ୍ଟେରଲ,
  • କର୍କଟ
  • ବନ୍ଧ୍ୟାନ୍ଦୋଷ
  • ଅଣ୍ଟାରେଯନ୍ତ୍ରଣା ଓ ଆଶ୍ଚରେ ଯନ୍ତ୍ରଣା
  • ଚର୍ମରେ ଜୀବାଣୁ ଜନିତ ସଂକ୍ରମଣ
  • ପାକସ୍ଥଳୀରେ ଘା'
  • ପିତ୍ତକୋଷରେ ପଥର
  • ଶୋଇବା ବେଳେ ଘୁଙ୍ଗୁଡ଼ି

ମୋଟାପଣିଆ ରୋଗର ଗନ୍ତାଘର । ମୋଟା ହେଲେ ଶରୀରରେ ପ୍ରଦାହ ଅବସ୍ଥା ସୃଷ୍ଟି ହୋଇଥାଏ । ଚର୍ବିକୋଷ (ଫ୍ୟାଟସେଲ୍) ବହୁ ପ୍ରକାରର ବିଷ ହରମୋନ ବାହାର କରନ୍ତି । ସେମାନେ ଶରୀରରୁ ସବୁ କୋଷକୁ ସନ୍ତୁଳିତ କରି ବିଭିନ୍ନ ପ୍ରକାର ରୋଗ ସୃଷ୍ଟି କରନ୍ତି । ସେଗୁଡ଼ିକ ହେଲା ମଧୁମେହ, ଉଚ୍ଚ ରକ୍ତଚାପ, ହୃଦରୋଗ, ହୃଦରୋଗ ଓ କ୍ରନିକ କିଡ୍ନୀ ରୋଗ । ମୋଟାପଣିଆ ଏସବୁ ରୋଗର ମୁଖ୍ୟକାରଣ ।

କ'ଣ କଲେ ଓ କେଉଁ ଖାଦ୍ୟ ଖାଇଲେ ମୋଟାପଣିଆ ଦୂର ହୁଏ?

ଭାରତୀୟଙ୍କ ମୋଟାପଣିଆ ଟିକେ ଅଲଗା ପ୍ରକାରର । ଅନ୍ୟ କୌଣସିଅଙ୍ଗ ମୋଟା ନହୋଇ ପେଟରେ ଚର୍ବି ଜମିଯାଏ । ଏହାକୁ କୁହାଯାଏ ‘ଥିନ ଫ୍ୟାଟ ଇଣ୍ଡିଆନ୍ ପେଟରେ ଚର୍ବି ବଢ଼ିନାହିଁ, ଉପରେ ପେଟର ମାପ ୧୦୦ ସେଣ୍ଟିମିଟରରୁ ବେଶି ହେଲେ ତାଙ୍କୁ ମୋଟାପଣିଆର ମୁଖ୍ୟରୋଗଗୁଡ଼ିକ ଭୋଗିବାକୁ ପଡ଼େ ।

ଅତି ମୋଟା ଲୋକମାନେ ଦୈନିକ ୧୨ଶହ କନ୍ୟାଲୋରି ଖାଦ୍ୟ ଖାଇବା ଭଲ। । କମ୍ ଖାଦ୍ୟ ସହିତ ପ୍ରତିଦିନ ଅତିକମରେ ଘଣ୍ଟାଏ ବ୍ୟାୟାମକରିବା ଆବଶ୍ୟକ । ପ୍ରାତଃ ଭ୍ରମଣ, ସନ୍ତରଣ, ଦୈଡକୁଦ, ଜିମ୍ନାସିୟମ ଯାଇ ଓଜନ ଉଠାଇବା ଆଦି ଦ୍ଵାରା ମଧ୍ୟ ଓଜନ ହ୍ରାସ ପାଇଥାଏ ।

ସରଳ ଭାବରେ ମୋଟାପଟ ଜାଣିବାକୁ ହେଲେ, ଖାଲି ଦେହରେ ତଳକୁ ଚାହିଁଲେ ଗୋଡ଼ନଖ, ଯୌନାଙ୍ଗ ଆଦି ଦେଖାଯିବା ଦରକାର । ଏହା ଦେଖା ନଗଲେ ମୋଟାପଣ ହୋଇଛି ବୋଲି କୁହାଯାଏ । ସବୁବେଳେ ମୋଟା ନ ହେବା ପାଇଁ ଚେଷ୍ଟା କରିବା ଉଚିତ । ଆଜିକାଲି ପୃଥୁଳତା କମାଇବା ପାଇଁ ବହୁପ୍ରକାର ଔଷଧ ମିଳୁଛି । ଖାଦ୍ୟରେ ପୁଷ୍ଟିସାର ଅଧିକ ଏବଂ ଶ୍ଵେତସାର, ସ୍ନେହସାର ଆଦି କମ ରହିଲେ ଓଜନ କମିଥାଏ । ଫଳ, ସବୁଜ ପନିପରିବା, ମାଛ, ଅଣ୍ଡା ଆଦି ଖାଇ ଭାତ, ରୁଟି, ଫାଷ୍ଟଫୁଡ଼ ବରା ପିଆଜି ଆଦି ଛାଡ଼ିଦେଲେ ଓଜନ କମିଥାଏ ।

ଆଧାର - ଜୀବନ ବିକାଶ, ନିମସାହି, କଟକ

Last Modified : 8/12/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate