ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ବୈଜ୍ଞାନିକଙ୍କ ଦ୍ଵାରା ଟୀକା ପ୍ରସ୍ତୁତି
ସେଆର କରନ୍ତୁ

ବୈଜ୍ଞାନିକଙ୍କ ଦ୍ଵାରା ଟୀକା ପ୍ରସ୍ତୁତି

ବୈଜ୍ଞାନିକଙ୍କ ଦ୍ଵାରା ଟୀକା ପ୍ରସ୍ତୁତି ସମ୍ବନ୍ଧରେ ସୂଚନା ।

ଏବୋଲା ଭୂତାଣୁ ନାଶକ ଟିକା

ଜଣେ ଭାରତୀୟଙ୍କ ସମେତ କେତେକ ବୈଜ୍ଞାନିକ ଚାହିଦା ମୁତାବକ ଏକ ଟିକା ଉଦ୍ଭାବନ କରିଛନ୍ତି । ଏହା ତୁରନ୍ତ ଏବୋଲା ଏବଂ ଏଚୱାନଏନୱାନ୍ ଭୂତାଣୁକୁ ନାସ କରିପାରିବ । ସପ୍ତାହକ ମଧ୍ୟରେ ତିଆରି କରାଯାଇପାରୁଥିବା ଏହି ଟିକାରେ ଗୁଣସୂତ୍ର ଭିତ୍ତିକ ପଦାର୍ଥ ରହିଛି ଯାହା ମେସେଞ୍ଜର ଆରଏନଏ ଭାବରେ ପରିଚିତ । ଏହାକୁ ଏପରି ପ୍ରସ୍ତୁତ କରାଯାଇଛି, ଏହା ଯେ କୌଣସି ଭୂତାଣୁ ଅନୁଜୀବ ଏବଂ ପରିଜୀବୀ ପ୍ରୋଟିନର ସଂକେତ ରୂପେ କାର୍ଯ୍ୟ କରିବ । ତା’ ପରେ ଏଗୁଡ଼ିକୁ ମଲିକ୍ୟୁଲ୍ ରେ ରୂପାନ୍ତର କରି ଶରୀରୀର କୋଷିକା ଭିତରକୁ ଆରଏନଏ ଭାବରେ ପ୍ରବେଶ କରାଯାଇପାରିବ । ଏହା ପରେ ତାହା ପ୍ରୋଟିନ୍ ରେ ରୂପାନ୍ତର ହୋଇ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବ । ସଂକ୍ରାମକ ରୋଗକୁ ଏହା ରୋକିପାରୁଥିବା ବେଳେ ଏହାକୁ କର୍କଟ ଟିକାରେ ପରିଣତ କରିବାକୁ ଗବେଷକମାନେ ଚିନ୍ତା କରୁଛନ୍ତି। ଏହାଦ୍ଵାରା ଶରୀରର ରୋଗ ପ୍ରତିରୋଧକ ବ୍ୟବସ୍ଥାରେ ଏକ ନୂଆ ମୋଡ ଅଣାଯାଇ ଟ୍ୟୁମରକୁ ଚିହ୍ନିପାରିବା ଏବଂ ନଷ୍ଟ କରିବା କାର୍ଯ୍ୟ ସହଜ ହୋଇପାରିବ ।

ଆମେରିକାର ମାସାଚୁସେଟସ୍ ଇନଷ୍ଟିଟ୍ୟୁଟ୍ ଅଫ ଟେକ୍ନୋଲୋଜି(ଏମଆଇଟି) ର ଗବେଷକ ଡାନିଏଲ୍ ଏଣ୍ଡରସନ୍ କହନ୍ତି, “ମାତ୍ର ୭ ଦିନ ମଧ୍ୟରେ ଏହି ନାନୋଫର୍ମୁଲା ଦ୍ଵାରା ଆମେ ନୂଆ ରୋଗ ନିରୋଧୀ ଟୀକା ପ୍ରସ୍ତୁତ କରିପାରିବୁ” । ମେସେଞ୍ଜର ଆରଏନଏ ମଲିକ୍ୟୁଲକୁ ଟିକା ଭାବରେ ବ୍ୟବହାର କରିବାର ଧାରଣା ଦୀର୍ଘ ୩୦ ବର୍ଷ ତଳୁ ସୃଷ୍ଟି ହୋଇଥିଲା । କିନ୍ତୁ ଏଥିରେ ବଡ ପ୍ରତିବନ୍ଧକ ହେଉଛି ଏହାର ନିରାପଦ ଏବଂ ଫଳପ୍ରଦ ବ୍ୟବହାର । ଏମଆଇଟିର ଯଶଦେବ ଚହଳ ଏବଂ ଅମାର ଖାନ୍ ଆରଏନଏ ଅନୁକ୍ରମକୁ ଏଭଳି ପ୍ରସ୍ତୁତ କରିଥିଲେ ଯେ ସେମାନେ ଚାହିଁବାନୁଯାୟୀ ଯେ କୌଣସି ପ୍ରୋଟିନ୍ ପ୍ରସ୍ତୁତ କରିବାକୁ ସକ୍ଷମ ହେଉଥିଲେ ତେବେ ଏହି ଟିକା ଡିଏନଏ ଟିକା ଅପେକ୍ଷା ଅଧିକ ନିରାପଦ ହେବ ବୋଲି ଗବେଷକମାନେ ଭାବୁଛନ୍ତି ।

ନିଶାଦ୍ରବ୍ୟର ବିଷ ରୋକିବ ଟିକା

ବିଶ୍ଵରେ ଅଫିମଜାତ ବିଭିନ୍ନ ନିଶାଦ୍ରବ୍ୟର ବ୍ୟାପକ ଚୋରା କାରବାର ଓ ବ୍ୟବହାର ବୃଦ୍ଧି ପାଉଥିବାବେଳେ ତା’ର ଭୟାବହତାକୁ ରୋକିବା ପାଇଁ ବୈଜ୍ଞାନିକମାନେ ଏକ ଟୀକା ପ୍ରସ୍ତୁତ କରିଛନ୍ତି । ପ୍ରାକ୍ କ୍ଲିନିକାଲ ପରୀକ୍ଷାରେ ଏହା ଫେନ୍ ଟାନିଲ୍ ର ପ୍ରଭାବ ରୋକିବାରେ ସଫଳ ହୋଇଥିବା ଲକ୍ଷ କରାଯାଇଛି ।

ଫେନ୍ ଟାନିଲ୍ ଏକ ଯନ୍ତ୍ରଣା ଉପଶମକାରୀ ଔଷଧ, ଯାହା ଅନ୍ୟତମ ଅଫିମଜାତ ନିଶାଦ୍ରବ୍ୟ ମର୍ଫିନ୍ ଠାରୁ ୫୦ ରୁ ୫୦୦ ଗୁଣା ଅଧିକ ପ୍ରଭାବଶାଳୀ । କିଛି ନିଶା ବ୍ୟବସାୟୀ ହେରୋଇନ୍ ବଦଳରେ ଏବେ ଏହାକୁ କାରବାର କରୁଛନ୍ତି ଅଥବା ହେରୋଇନ୍ ସହିତ ଏହାର ବ୍ୟବସାୟ କରୁଛନ୍ତି । ତେବେ ସଦ୍ୟ ପ୍ରସ୍ତୁତ ଟୀକା ଫେନ୍ ଟାନିଲ୍ ର ପ୍ରତିକୂଳ ପ୍ରଭାବ ମସ୍ତିଷ୍କରେ ପହଞ୍ଚିବାରୁ ରୋକିପାରୁଛି । ଏକ ପ୍ରତିକାରେ ଆମେରିକାର ସୀନ୍ ଡିଏଗୋସ୍ଥିତ ଦି ସ୍କ୍ରିପସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ର ଅନ୍ୟତମ ପ୍ରଫେସର୍ କିମ୍ ଜାନଡା କହିଛନ୍ତି ଯେ ଏହି ନୂଆ ଟାକାର ବିଶେଷତ୍ଵ ହେଉଛି, ଏହା ନିଶାଦ୍ରବ୍ୟର ବିଷ ପ୍ରଭାବକୁ ରୋକିପାରିବ । ଏହି ଧରଣର ଟାକା ପ୍ରଥମ ବୋଲି ସେ ଦାବି କରିଛନ୍ତି । ୟୁଏସ୍ ସେଣ୍ଟର୍ ଫର ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ ପ୍ରିଭେନ୍ସନ୍ ରିପୋର୍ଟରେ କୁହାଯାଇଛି, ୨୦୦୦ରୁ ୨୦୧୪ ମଧ୍ୟରେ ଅଫିମଜାତ ନିଶାଦ୍ରବ୍ୟ ମାତ୍ରାଧିକ ସେବନଜନିତ ମୃତ୍ୟୁ ୨ ଶହ ପ୍ରତିଶତ ବୃଦ୍ଧିପାଇଛି । ଜଣେ ନିଶାଗ୍ରସ୍ତଙ୍କ ଶରୀରକୁ ଏହି ଟାକା ଗଲେ ତାହା ତାଙ୍କର ନିଶା ପ୍ରଭାବ ହ୍ରାସ କରିବା ପାଇଁ ଶରୀରର ରୋଗ ପ୍ରତିରୋଧକ ବ୍ୟବସ୍ଥା ଆଣ୍ଟିବଡି ଉତ୍ପନ୍ନ କରେ । ମୂଷା ଶରୀରରେ ଏହି ଟୀକାର ପରୀକ୍ଷଣ କରାଯାଇଛି ।

ଆଧାର - ସ୍ୱାସ୍ଥ୍ୟ ବ୍ୟୁରୋ

2.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top