କେତେକ ରୋଗରେ ବଦହଜମି ଏକ ଲକ୍ଷଣ ରୂପେ ପ୍ରକାଶ ପାଇଥାଏ । ସେହିସବୁ ରୋଗ ଭିତରେପେପଟିକ୍ ଆଲସର, ଗ୍ୟାଷ୍ଟାଇଟିପ୍ସ, କୋଲେଇଷ୍ଟ୍ରାଇଟିସ, ହାଏଟସ୍ ହାର୍ନିଆ, ପିତ୍ତକୋଷରେ ପଥର, ପାକସ୍ଥଳୀ କର୍କଟ ରୋଗ, ବିଭିନ୍ନ ଅଗ୍ନାଶୟ ରୋଗ, ବୃହନ୍ଦତରେ ଯକ୍ଷ୍ମା ଓ କର୍କଟ ରୋଗ ଇତ୍ୟାଦି ପ୍ରଧାନ । ଖାଦ୍ୟ ବିଷାକ୍ତତା ମଧ୍ୟ ପ୍ରାଥମିକ ଅବସ୍ଥାରେ ବଦହଜମି ସୃଷ୍ଟି କରିଥାଏ ।
କୌଣସି ଖାଦ୍ୟ ଖାଇବାର କିଛି ସମୟ ପରେ ପେଟ ଖରାପ ଲାଗିଲେ, ଅଉ ଉଠାଇଲେ, ବାନ୍ତି ହେଲେ କିମ୍ବା ଛାତି ଜଳାପୋଡା କଲେ ଆମେ ବଦ ହଜମି ହୋଇଛି ବୋଲି କହୁ । ସାଧାରଣ ଭାବେ ଏହାକୁ ଅଜିର୍ଣ୍ଣ ବୋଲି କୁହାଯାଏ । ଆଉ ଡାକ୍ତରୀ ଭାଷାରେ କୁହାଯାଏ ‘ଡିସପେପସିଆ’ । ଏହି ଡିସପେପସିଆ ଏଭଳି ଦୁଇଟି ଗ୍ରୀକ ଶବ୍ଦ ଦ୍ଵାରା ଗଠିତ – ଡିସ୍ ଓ ପେପସିସ୍, ଯାହାର ଅର୍ଥ ହେଲା ଯଥାକ୍ରମେ ବିଶୃଙ୍ଖଳା ଓ ଖାଦ୍ୟ ହଜମ ପ୍ରକ୍ରିୟା । ଅର୍ଥାତ ଖାଦ୍ୟ ହଜମ ପ୍ରକ୍ରିୟାରେ କୌଣସି ବିଶୃଙ୍ଖଳା ବା ଅସୁବିଧା ହେଲେ ତାହାକୁ ହିଁ ବଦହଜମି, ଅଜିର୍ଣ୍ଣ ବା ଡିସପେପସିଆ ବୋଲି କୁହାଯାଏ । କେତେକ ଚିକିତ୍ସକ ଏହାକୁ ପାକସ୍ଥଳୀର ବିଶୃଙ୍ଖଳା ବା ‘ଅପସେଟ ଷ୍ଟୋମାକ’ ବୋଲି ମଧ୍ୟ କହିଥାନ୍ତି ।
ବଦହଜମିର କାରଣ ଖୋଜିବାକୁ ହେଲେ ବହୁ ଜିନିଷକୁ ବିଚାରକୁ ନିଆଯାଇଥାଏ । ଯେଉଁସବୁ କାରଣ ପାଇଁ ବଦହଜମି ହୋଇଥାଏ, ସେସବୁକୁ ମୁଖ୍ୟତଃ ଚାରୋଟି ପର୍ଯ୍ୟାୟଭୁକ୍ତ କରାଯାଇଥାଏ । ସେଗୁଡିକ ହେଲା ସ୍ଵାଭାବିକ କାରଣ, ରୋଗଜନିତ କାରଣ ଓ ବିନା କାରଣଜନିତ ବଦହଜମି ।
କେତେକ ଅତି ସାଧାରଣ କଥାକୁ ବଦହଜମିର ସ୍ଵାଭାବିକ କାରଣ ଭାବରେ ବିଚାର କରାଯାଇଥାଏ । ଖାଇବା ସମୟରେ ଅଶାନ୍ତି ହେଲେ, ଖାଦ୍ୟର ସ୍ୱାଦ ପ୍ରତି ଅସୁଖୀ ହେଲେ, ପାଟିତୁଣ୍ଡ କିମ୍ବା କଳିକଜିଆ ସମୟରେ ଖାଦ୍ୟ ଗ୍ରହଣ କଲେ, ମନରେ ଅତ୍ୟଧିକ ଚାପ, ଭୟ, ଆଶଙ୍କା, ରାଗ,କ୍ରୋଧ, ଘୃଣା, ଅସନ୍ତୋଷ ଓ ନୈରାଶ୍ୟଭାବ ଥିଲେ ଖାଉଥିବା ଖାଦ୍ୟ ସହଜରେ ହଜମ ହୁଏ ନାହିଁ । ପ୍ରତିଦିନ ଖାଇବା ସମୟରେ ପରିବର୍ତ୍ତନ ଆଣିଲେ, କିମ୍ବା କାର୍ଯ୍ୟର ଚାପରେ ତରତର ହୋଇ ଖାଇଲେ ଖାଦ୍ୟ ହଜମ ହେବାରେ ବାଧା ସୃଷ୍ଟି ହୋଇଥାଏ । ଅତ୍ୟଧିକ ରାଗ, ତେଲ, ମସଲା ଓ ଚର୍ବିଯୁକ୍ତ ଖାଦ୍ୟ ଏବଂ ଲୋଭରେ ଆବଶ୍ୟକତାଠାରୁ ଅଧିକ ପରିମାଣର ଖାଦ୍ୟ ଖାଇଲେ ପ୍ରାୟତଃ ବଦହଜମି ହୋଇଥାଏ । କଡା ଚା’ ବା କଫି ଅଧିକ ପରିମାଣର ପିଇଲେ, ଅଧିକ ଧୂମପାନ ବା ମଦ୍ୟପାନ କଲେ ତାହା ବଦହଜମି ସୃଷ୍ଟି କରିଥାଏ । କେତେକ ଖାଦ୍ୟ ପ୍ରତି ସମ୍ବେଦନଶୀଳତା ବା ଆଲର୍ଜି ରହିଥିଲେ ତାହା ମଧ୍ୟ ବେଳେବେଳେ ବଦହଜମିର କାରଣ ହୋଇଥାଏ । ମହିଳାମାନଙ୍କର ଗର୍ଭଧାରଣ ସମୟରେ ଖାଦ୍ୟ ପ୍ରତି ଅରୁଚି ଭାବ ସେମାନଙ୍କଠାରେ ବଦହଜମି ସୃଷ୍ଟି କରିଥାଏ । ଅତ୍ୟଧିକ ରାତି ଅନିଦ୍ରା ମଧ୍ୟ ବଦହଜମି କରାଇଥାଏ ।
କେତେକ ଔଷଧ ମଧ୍ୟ ବଦହଜମିର କାରଣ ହୋଇଥାଏ । ଆସ୍ପିରିନ୍ କିମ୍ବା ଅନ୍ୟ କୌଣସି ପୀଡାନାଶକ ଔଷଧ (ଯଥା ଡାଇକ୍ଳୋଫେନାକ୍, ଆସିକ୍ଲେଫେନାକ୍, ଆଇବୁଫୁଫେନ୍ ଇତ୍ୟାଦି ),ହୃଦରୋଗ ପାଇଁ ଦିଆଯାଉଥିବା ନାଇଟ୍ରେଟ୍ ଜାତୀୟ ଔଷଧ, ଝାଡା ସଫା ପାଇଁ ଦିଆଯାଉଥିବା ଔଷଧ, ଶ୍ଵାସରୋଗ ପାଇଁ ଦିଆଯାଉଥିବା ଥିଓଫାଇଲିନ୍ ଜାତୀୟ ଔଷଧ ଏବଂ ଷ୍ଟେରଏଡ୍ ଜାତୀୟ ଔଷଧ ଇତ୍ୟାଦି ଏହି ତାଲିକାରେ ମୁଖ୍ୟସ୍ଥାନ ଅଧିକାର କରିଥାଏ ।
କେତେକ ରୋଗରେ ବଦହଜମି ଏକ ଲକ୍ଷଣ ରୂପେ ପ୍ରକାଶ ପାଇଥାଏ । ସେହି ସବୁ ରୋଗ ଭିତରେ ପେପଟିକ୍ ଅଲସର, ଗ୍ୟାଷ୍ଟ୍ରାଇଟିସ, କୋଲେସିଷ୍ଟାଇଟିସ, ହାଏଟସ୍ ହାର୍ନିଆ, ପାତ୍ତକୋଷରେ ପଥର, ପାକସ୍ଥଳୀ କର୍କଟ ରୋଗ, ବିଭିନ୍ନ ଅନ୍ତାଶୟ ରୋଗ, ବୃହଦନ୍ତର ଯକ୍ଷ୍ମା ଓ କର୍କଟ ରୋଗ ଇତ୍ୟାଦି ପ୍ରଧାନ । ଖାଦ୍ୟ ବିଷାଛତା ମଧ୍ୟ ପ୍ରାଥମିକ ଅବସ୍ଥାରେ ବଦହଜମି ସୃଷ୍ଟି କରିଥାଏ । ସାଂଘାତିକ ରକ୍ତହୀନତା ଓ ପେଟର ବିଭିନ୍ନ କୃମି ବେଳେବେଳେ ବଦହଜମିର କାରଣ ହୋଇଥାଏ । ‘ହେଳିକୋବାକ୍ଟର ପାଇଲୋରି’ ନାମକ ଏକ ଜୀବାଣୁ, ଯେ କି ପେପଟିକ୍ ଅଲସର ରୋଗର କାରଣ ହୋଇଥାଏ ବୋଲି ବିଶ୍ଵାସ କରାଯାଏ, ତାହା ବି ବଦହଜମି କରାଇଥାଏ ।
୫୫ ବର୍ଷ ବୟସ ଟପିବା ପରେ ଯଦି ପ୍ରଥମ ଥର ପାଇଁ ବଦହଜମି ଆରମ୍ଭ ହୋଇଥାଏ, ତା’ ହେଲେ ତାହା ଚିନ୍ତାର ବିଷୟ ହୋଇଥାଏ । କାରଣ ତାହା ପ୍ରାୟତଃ ପାକସ୍ଥଳୀ କିମ୍ବା ହୃଦଦନ୍ତ କର୍କଟ ରୋଗର ସୂଚନା ଦେଇଥାଏ । ଠିକ୍ ସେମିତି ବଦହ ଜମି ସହିତ କ୍ଷ୍ଯୁଦ୍ଧାହାନି,ଓଜନହାନି, ଲଗାତାର ବାନ୍ତି, ରକ୍ତବାନ୍ତି, କଳାଝାଡା କିମ୍ବା ପେଟ ଫୁଲିଯିବାର ଦେଖାଗଲେ ପେପଟିକ ଆଲସର ରୋଗ କିମ୍ବା ପାକସ୍ଥଳୀ କର୍କଟ ରୋଗର ସୂଚନା ଦେଇଥାଏ ।
କେତେକ ସ୍ଥଳରେ କୌଣସି କାରଣ ନ ଥାଇ ମଧ୍ୟ ବଦହଜମି ହୋଇଥାଏ । ଏହାକୁ ‘ଇଡିଓପାଥିକ ଡିସପେପସିଆ’ ବୋଲି କୁହାଯାଏ । ଯେବେ ବଦହଜମି ରୋଗୀ ଦେଖାଯାନ୍ତି, ସେମାନଙ୍କ ମଧ୍ୟରୁ ଶତକଡା ପ୍ରାୟ ୧୫ ଭାଗ ରୋଗୀ ଏହି ଶ୍ରେଣୀର ହୋଇଥାନ୍ତି । କୌଣସି କାମକୁ ଡରି ନିଜେ ଅସୁସ୍ଥ ବୋଲି ଦେଖାଇ ହେବା ପାଇଁ କେତେକ ଏହିପରି ଆଳ କରିଥାନ୍ତି ।
ପୁରୁଷ, ସ୍ତ୍ରୀ ନିର୍ବିଶେଷରେ ସମସ୍ତଙ୍କଠାରେ ବଦହଜମି ଦେଖାଯାଇଥାଏ । ପିଲାମାନେ ଏଥିରେ ଖୁବ୍ କମ୍ ଆକ୍ରାନ୍ତ ହୋଇଥାନ୍ତି । ବସ ବଢିବା ସହିତ ଏହା ଅଧିକ ଦେଖାଯାଇଥାଏ । ଉଚ୍ଚଭିଳାଷୀ, ଉପରକୁ ଉଠିବାପାଇଁ ଅତ୍ୟଧିକ ପରିଶ୍ରମ କରୁଥିବା ଏବଂ ଉଚ୍ଚ ପଦପଦବୀରେ ରହିଥିବା ଲୋକମାନଙ୍କ ଠାରେ ଏହା ବେଶୀ ଦେଖାଯାଏ । ବାର୍ଦ୍ଧକ୍ୟରେ ଏହା ଏକ ସାଧାରଣ ସମସ୍ୟା ହୋଇଥାଏ ।
ବଦହଜମି ହେଲେ ଉପର ପେଟରେ ଆଶ୍ଵସ୍ତିବୋଧ ହୁଏ । ପେଟ ଗୋଳାଇ ଘାଣ୍ଟି ହୁଏ । ଅଉ ବା ଓକାଳ ଉଠେ । ବାନ୍ତି ବି ହୋଇପାରେ । ଘନଘନ ହାକୁଡି ହୁଏ । ହାକୁଡିରୁ ବେଳେ ବେଳେ ଆମ୍ବିଳା ଗନ୍ଧ ବାହାରେ । ଛାତି ପୋଡାଜଳା କରେ । ପେଟ ଭର୍ତ୍ତି ହୋଇ ରହିବା ପରି ମନେ ହୁଏ ଓ ଭାରି ଭାରି ଲାଗେ । ବେଳେବେଳେ ପେଟ ପମ୍ପିଯାଏ । ପେଟକୁ ଚିପିଲେ ଦରଜ ଲାଗେ । ପେଟ ଭିତରୁ ତଣ୍ଟି ମୂଳକୁ ଖାଦ୍ୟ ଉଠି ଆସିବା ପରି ବୋଧ ହୁଏ । ଦେହ ମୁଣ୍ଡରୁ ଝାଳ ବାହାରେ । ଭୋକ ମରିଯାଏ । କୌଣସି ଖାଦ୍ୟକୁ ଦେଖିବା ମାତ୍ରେ ପେଟ ଆଉଣ୍ଡୀ ହୋଇଯାଏ । ଓକାଳ ଉଠାଏ ଓ ବାନ୍ତି ଆସେ । ବେଳେ ବେଳେ ଏହା ଏତେ ତୀବ୍ର ହୁଏ ଯେ, ମନରେ ଅଞ୍ଜାଇନା ବା ହାର୍ଟ ଆର୍ଟକର ଭ୍ରମ ସୃଷ୍ଟି କରେ ।
ବଦହଜମି ପାଇଁ କେତେକ ଘରେଇ ଉପଚାର ଖୁବ୍ ଫଳପ୍ରଦ ହୋଇଥାଏ । ପିପରମେଣ୍ଟ, ଜୁଆଣୀ, ଅଦା, ଲାଉ, ଗୋଲମରୀଚ ଇତ୍ୟାଦି ଖାଇବା ଦ୍ଵାରା ବଦହଜମିରୁ ଉପକାର ମିଳିଥାଏ । ପୋଦିନା ପତ୍ର, ଧନିଆ ପତ୍ର, ପାନମଧୁରୀ, ଓ ଧନିଆ ଇତ୍ୟାଦି ଚୋବାଇଲେ ମଧ୍ୟ ଅନୁରୂପ ଫଳ ମିଳିଥାଏ । ଥଣ୍ଡାପାଣି ବ ଥଣ୍ଡାକ୍ଷୀର ଅନେକ ସମୟରେ ବଦହଜମିରୁ ଆରମ ଦେଇଥାଏ । ଆଣ୍ଟାସିଡ ବଟିକା ଅପେକ୍ଷା ସସପେନସନ ଭଲ ଫଳ ଦେଇଥାଏ । ଓମେପ୍ରାଜୋଲ, ପାଣ୍ଟୋପ୍ରାଜୋଲ, ରାବେପ୍ରାଜୋଲ, ରାନିଟିଡିନ, ଫାମୋଟିଡିନ, ଶିରାପ୍ରାଇଡ ଓ ଶୁକ୍ରାଲଫେଟ ଜାତୀୟ ଔଷଧ ବଦହଜମି ପାଇଁ ଫଳପ୍ରଦ ହୋଇଥାଏ । ଓକାଳ କିମ୍ବା ବାନ୍ତି ହେଉଥିଲେ ଡୋମୋପେରିଡନ ବା ଓନଡାନସେଣ୍ଟ୍ରନ୍ ଭଳି ଔଷଧ ଦିଆଯାଇଥାଏ । ତେବେ ଏ ସବୁ ଔଷଧ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଗ୍ରହଣ କରିବା ଆବଶ୍ୟକ । ତା’ ଛଡା ଯଦି କୌଣସି ରୋଗ କାରଣରୁ ହୋଇଥାଏ, ତାହାର ଚିକିତ୍ସା କରିବା ମଧ୍ୟ ଜରୁରୀ ହୋଇଥାଏ । ବଦହଜମି ହେବା ବେଳେ ଅସ୍ବସ୍ତିକର, ତାହା ଯେ ଭୋଗିଥିବ, ସେ ଅନୁଭବ କରିଥିବ । ତେଣୁ ଏହା ଯେପରି ଅନୁଭବ ନ ହେବ, ସେଥି ପ୍ରତି ଚେଷ୍ଟା କରିବା ଆବଶ୍ୟକ । ସାମାନ୍ୟ ସଚେତନ ହୋଇପାରିଲେ ସ୍ଵାଭାବିକ କାରଣ ପାଇଁ ହେଉଥିବା ବଦହଜମିରୁ ସହଜରେ ମୁକ୍ତି ମିଳିଥାଏ । ସେଥିପାଇଁ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି ।
ଆଧାର – ସ୍ଵାସ୍ଥ୍ୟ ବ୍ୟୁର
Last Modified : 1/26/2020