ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ବାର୍ଦ୍ଧକ୍ୟ ବୟସରେ ରୋଗର ଭୟ ଏବଂ ସ୍ୱାସ୍ଥ୍ୟର ଯତ୍ନ
ସେଆର କରନ୍ତୁ

ବାର୍ଦ୍ଧକ୍ୟ ବୟସରେ ରୋଗର ଭୟ ଏବଂ ସ୍ୱାସ୍ଥ୍ୟର ଯତ୍ନ

ବାର୍ଦ୍ଧକ୍ୟ ବୟସରେ ରୋଗର ଭୟ ଏବଂ ସ୍ୱାସ୍ଥ୍ୟର ଯତ୍ନ ସେ ବିଷୟରେ ସୂଚନା ।

ବାର୍ଦ୍ଧକ୍ୟ ରେ ହୃଦ୍ ରୋଗ

ବିଶ୍ଵ ସ୍ୱାସ୍ଥ୍ୟ ସଂସ୍ଥାନ ଅନୁସାରେ ଷାଠିଏ ବର୍ଷରୁ ଉର୍ଦ୍ଧ୍ଵ ବୟସକୁ ବୃଦ୍ଧାବସ୍ଥା ବୋଲି କୁହାଯାଏ । ତେବେ ଏହି ବୃଦ୍ଧାବସ୍ଥାରେ ହୃଦ୍ ରୋଗ ଏକ ଜଟିଳ ସମସ୍ୟା ରୂପେ ଉଭା ହୋଇଥାଏ । ଏଣୁ ଏଥିପ୍ରତି ସଚେତନ ହୋଇପାରିଲେ ଏହା ଶରୀର ପାଇଁ କୌଣସି କ୍ଷତି ପହଞ୍ଚାଇ ନଥାଏ ।

ବାର୍ଦ୍ଧକ୍ୟ ରୋଗ ବିଶେଷଜ୍ଞମାନେ ଷାଠିଏ ବର୍ଷ ପର ବୟସକୁ ତିନି ଭାଗରେ ବିଭକ୍ତ କରିଛନ୍ତି । ଷାଠିଏରୁ ଚଉସ୍ତରୀ ବର୍ଷ ପର୍ଯ୍ୟନ୍ତ ଯୁବକ ବୃଦ୍ଧ, ପଞ୍ଚସ୍ତରୀରୁ ଚୌରାଅଶି ପର୍ଯ୍ୟନ୍ତ ବୃଦ୍ଧ ଓ ପଞ୍ଚାଅଶି ପର ବୟସକୁ ଜରା ବୃଦ୍ଧ ବୋଲି କୁହାଯାଏ । ଏହି ବୟସରେ ହୃତପିଣ୍ଡ ଯୁବାବସ୍ଥା ଭଳି କାମ କରିପାରେ ନାହିଁ । ହୃତପିଣ୍ଡର କାମ ପମ୍ପ ମାଧ୍ୟମରେ ସାରା ଶରୀରରେ ରକ୍ତ ଯୋଗାଇବା । ୧୫୦ ଗ୍ରାମର ହାତ ମୁଠା ଭଳି ପମ୍ପ ପାଞ୍ଚଲିଟର ବିଲାତି ବାଇଗଣ ରସ ଭଳି ରକ୍ତକୁ ୧୮୦ ହଜାର କିଲୋମିଟର ରକ୍ତବାହୀ ନଳୀରେ ଅହରହ ବଞ୍ଚିଥିବା ପର୍ଯ୍ୟନ୍ତ ପହଞ୍ଚାଇଥାଏ । କିନ୍ତୁ ବାର୍ଦ୍ଧକ୍ୟରେ ଏହି କାର୍ଯ୍ୟ ଠିକ୍ ଭାବରେ ହୋଇ ନଥାଏ। ଏହି ବୟସରେ ହୃଦରୋଗ ଧମନୀ ରୋଗ, ଉଚ୍ଚ ରକ୍ତଚାପ ରୋଗ, କାରୋନାରୀ ଧମନୀ ବନ୍ଦ ହେବା ଯୋଗୁଁ ହୃଦ୍ ଘାତ, ନାଡିଗତିରେ ଅବ୍ୟବସ୍ଥା, ଷ୍ଟ୍ରୋକ ଓ ପାରାଲିସିସ୍ , ହାର୍ଟ ଫେଲ୍ୟୁୟର, ହାତ ଗୋଡ ଧମନୀରେ ରୋଗ , ଗଣ୍ଠିବାତ, ମଧୁମେହ , ହାଡ ପୋରିଆ ରୋଗ, ମତିଭ୍ରମ, ଡିମେନସିଆ, ଆଲର୍ଜିହିମର ଆଦି ଭଳି ରୋଗ ଶତକଡା ୧୫ ଜଣରୁ ଉର୍ଦ୍ଧ୍ଵ ଲୋକଙ୍କୁ ହୋଇଥାଏ । ଏହି ସଂଖ୍ୟା ବୟସ ଅନୁପାତରେ ବଢୁଥାଏ । ଏହାର ଅନ୍ୟ କାରଣ ହେଲା ମାନସିକ ଷ୍ଟ୍ରେସ ଓ ଅବସାଦ, ଅଧିକ ଶାରୀରିକ ପରିଶ୍ରମ, ନିମୋନିଆ, ପରିସ୍ରା ସଂକ୍ରମଣ ଆଦି ଭଳି ଜୀବାଣୁ ରୋଗ, ପଡିଯାଇ ହାତଗୋଡ ଅଣ୍ଟା ଭାଙ୍ଗିଯିବା ଏବଂ ଡାକ୍ତରଖାନାରେ ଭର୍ତ୍ତି ହେବା, କେତେକ ଔଷଧ ଖାଉଥିଲେ ତା’ର ବଦଗୁଣ ।

  • ଛାତିରେ ଯନ୍ତ୍ରଣା ହୁଏ
  • ହୃତ୍ ପିଣ୍ଡର ଗତି କମ୍ ଏବଂ ବେଶି ହୋଇଥାଏ
  • କାରୋନାରୀ ଧମନୀରେ ଚର୍ବି ଜମି ରକ୍ତ ଯିବା ନଳୀ ବନ୍ଦ ହୋଇଥାଏ । ଫଳରେ ହୃଦ୍ ଘାତ ହୋଇପାରେ।

ସବୁଠାରୁ ବଡ ସମସ୍ୟା ହେଉଛି ହାର୍ଟ ଫେଲ୍ୟୁୟର ଅର୍ଥାତ୍ ଅବସନ୍ନ ହୃତ୍ ପିଣ୍ଡ । ଏଥିରେ ହୃତ୍ ପିଣ୍ଡ ବନ୍ଦ ହୋଇନଥାଏ । କିନ୍ତୁ ରକ୍ତ ସଠିକ୍ ରୂପେ ଧମନୀ ଭିତରେ ସଞ୍ଚାରଣ କରିପାରେ ନାହିଁ । ଏଭଳି ରୋଗରେ ପାଦ ଫୁଲିବା ଆରମ୍ଭ ହୋଇଥାଏ । ପେଟର ଡାହାଣ ପାଖରେ ଯକୃତ ବଢି ଦରଜ ହୋଇଥାଏ । ଛାତିରେ ପାଣି ଜମିଯାଏ । ନିଶ୍ଵାସ ନେବାରେ କଷ୍ଟ ଅନୁଭବ କରିବାକୁ ପଡିଥାଏ । ରୋଗୀ ଶୋଇପାରେ ନାହିଁ । ବେକମୂଳ ଶିରା ଫୁଲିଯାଏ । ରୋଗୀ କଷ୍ଟ କମାଇବା ପାଇଁ ବସି ରହେ । ହୃତ୍ ପିଣ୍ଡର ବିଭିନ୍ନ କୋଠରୀ ଭିତରେ ରକ୍ତ ଯିବାଆସିବା କରିବା ପାଇଁ କବାଟ ଲାଗିଛି । ଏହାକୁ କପାଟିକା ବା ଭଲଭ କୁହାଯାଏ । ବୃହତ୍ ଧମନୀର ଭଲଭ ସରୁ ହୋଇ ଆଓଟିକ ଷ୍ଟେନୋସିସ୍ ଏବଂ ସେଥିରୁ ରକ୍ତ ଲିକ୍ କରି ଆଓଟିକ ରିଗରଜିଟେସନ ହୋଇଥାଏ । ଏହା ଯୋଗୁଁ ମଧ୍ୟ ହାର୍ଟ ଫେଲ୍ୟୁୟର ହୋଇଥାଏ । ବାର୍ଦ୍ଧକ୍ୟରେ ହୃଦରୋଗରୁ ରକ୍ଷା ପାଇବା ପାଇଁ ଦୈନିକ ବ୍ୟାୟାମ ଓ ଅଳ୍ପ ଓଜନ ଉଠାଇବା ଦରକାର । ଉଚ୍ଚ ରକ୍ତଚାପ, ମଧୁମେହ ଭଳି ରୋଗକୁ ଔଷଧ ଖାଇ ଆୟତ୍ତ କରିବା ଦରକାର । ଔଷଧ ଖାଇ ଉଚ୍ଚ ରକ୍ତଚାପ ୧୨୦/୮୦ ଏବଂ ମଧୁମେହରେ ଏଚ୍ ବି . ଏୱାନସି ୬.୫ ତଳେ ରହିବା ଆବଶ୍ୟକ । ହୃଦ୍ ରୋଗ ବାହାରିଲେ ଅଭିଜ୍ଞ ଡାକ୍ତରଙ୍କ ଦ୍ଵାରା ବାରମ୍ବାର ହୃଦ୍ ରୋଗ ଚେକ୍ କରିବା ଆବଶ୍ୟକ । ରକ୍ତା ଆଖି , ବୃକକ୍ ଓ ଅନ୍ୟାନ୍ୟ ଅଙ୍ଗ ସୁସ୍ଥ ରଖିବା ଆବଶ୍ୟକ । ପନିପରିବା ଓ ଫଳ ଅଧିକ ଖାଇବା ଆବଶ୍ୟକ ।

ମାଛ ସପ୍ତାହରେ ଦୁଇଥର ଖାଇବା ଭଲ । ବାର୍ଦ୍ଧକ୍ୟରେ ନିମୋନିଆ, ଇନଫ୍ଲୁଏନ୍ ଜା, ହେପାଟାଇଟିସ୍ ବି ଆଦି ରୋଗରୁ ରକ୍ଷା ପାଇବା ପାଇଁ ଟୀକା ନେବା ମଧ୍ୟ ଜରୁରୀ । ଦୈନିକ ପ୍ରାର୍ଥନା, ଯୋଗ, ପ୍ରାଣାୟମ, ଧର୍ମ ପୁସ୍ତକ ପଠନ, ସମାଜସେବା ଆଦି ଭଳି କାର୍ଯ୍ୟରେ ବ୍ୟାପୃତ ରହିଲେ ଉପକାର ମିଳିଥାଏ । ମାନସିକ ଅବସାଦରୁ ରକ୍ଷା ଏବଂ ଭଲ ନିଦ ପାଇଁ ଆଜିକାଲି ସଙ୍ଗୀତ ଚିକିତ୍ସା କରାଯାଉଛି । ପୁରୁଣା ଲୋକପ୍ରିୟ ଗୀତ, ସ୍ଵର, ବାଦ୍ୟ ଓ ସଙ୍ଗୀତ ଆଦି ମାନସିକ ଶାନ୍ତି ପ୍ରଦାନ କରିଥାଏ ।

ବାର୍ଦ୍ଧକ୍ୟ ବୟସରେ ସ୍ୱାସ୍ଥ୍ୟ ସମସ୍ୟା

ବିଭିନ୍ନ ବୟସରେ ବୟସଗତ ଭିନ୍ନ ଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ । ଯେମିତି ବାଲ୍ୟକାଳରେ ସାଧାରଣତଃ ପିଲାଙ୍କୁ ଥଣ୍ଡା, କାଶ ରୋଗ ଦେଖାଯାଏ । ଦ୍ଵିତୀୟଟି ହେଲା ପରିପାକ ଜନିତ ସ୍ୱାସ୍ଥ୍ୟ ସମସ୍ୟା । ଅତଏବ ବାଲ୍ୟକାଳରେ ସହଜରେ ଜଟିଳ ରୋଗ ଦେଖାଯାଏ ନାହିଁ । ଅର୍ଥାତ୍ ଦୁଇ ବିଭାଗ ଯଥା – ଶ୍ଵସନ ବହ ସଂସ୍ଥାନ ଏବଂ ପରିପାକ ବିଭାଗ ରୋଗ ଦେଖାଯାଏ । ସେହିପରି ଝିଅଙ୍କ ମାସିକ ଧର୍ମ ଜନିତ କିଛି ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ ।

ଏହି କ୍ରମରେ ବୟସ୍କ ଲୋକ ମାନେ ଯେତେ ସ୍ୱାସ୍ଥ୍ୟ ସଚେତନ ହେଲେ ମଧ୍ୟ କି ପୁରୁଷ କି ନାରୀ ଉଭୟ କିଛି ନିର୍ଦ୍ଧିଷ୍ଟ ରୋଗର ଶିକାର ହୁଅନ୍ତି । ସେହିପରି ଉଭୟ କିଛି ନିର୍ଦ୍ଧିଷ୍ଟ ରୋଗ ଲିଙ୍ଗ ଭେଦରେ ଭୋଗିଥାନ୍ତି । ଉଦାହରଣ ସ୍ୱରୂପ ପୁରୁଷମାନେ ପୌରଷଗ୍ରନ୍ଥି ସମସ୍ୟା ଏବଂ ନାରୀମାନେ ରଜନିବୃତ୍ତି ସ୍ୱାସ୍ଥ୍ୟ ସମସ୍ୟା ଭୋଗିଥାନ୍ତି । ଆମେ ସାମାନ୍ୟତମ ସଚେତନ ରହିଲେ, ଅନେକ ବଡ ବଡ ବିପଦରୁ ରକ୍ଷା ପାଇପାରିବା ।

ପୁରୁଷ ଓ ମହିଳା ଭୋଗୁଥିବା ରୋଗ

  • ପରିପାକ ଜନିତ ସମସ୍ୟା
  • ଗଣ୍ଠିବାତ
  • ଦୁର୍ବଳତା
  • ରକ୍ତଚାପ
  • ମଧୁମେହ
  • କାନକୁ ନ ଶୁଭିବା
  • ଆଖିକୁ ନାଦିଶିବା ବା ପରଳ ପଡିବା
  • ଚର୍ମ ଶୁଷ୍କତା ଯୋଗୁଁ ଏକଜିମା , ଚର୍ମରୋଗ , ସୋରିଆସିସ
  • ଓଜନ ବୃଦ୍ଧି
  • ଶ୍ଵାସକାସ ସହିତ ଭିନ୍ନ ଚର୍ମରୋଗ ।

ଏହା ସହିତ ଆହୁରି ଅନେକ ବୟସଗତ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ । ଆସନ୍ତୁ , କେତେକ ଗୁରୁତ୍ୱପୂର୍ଣ୍ଣ ରୋଗ ସମ୍ପର୍କରେ ଆଲୋଚନା କରିବା ।

ସାଧାରଣତଃ ବୟସ ବଢିଲେ ଦାନ୍ତ ଝଡିବା ଆରମ୍ଭ ହୁଏ । ସାଧାରଣତଃ ଦାନ୍ତ ଦ୍ଵାରା ଖାଦ୍ୟ ସହଜରେ ଚୋବାଇ ହୁଏ । ଟାଣ ଖାଦ୍ୟକୁ ଚୋବାଇ ଛୋଟ ଛୋଟ କରି ହୁଏ । ଖାଦ୍ୟକୁ ଚୋବାଇବା ଫଳରେ ଖାଦ୍ୟରେ ମୁଖଗହ୍ଵରରୁ ଝରୁଥିବା ଲାଳ ମଧ୍ୟ ପରିପାକରେ ସାହାଯ୍ୟ କରେ । ଦାନ୍ତ ଅଭାବରୁ ଖାଦ୍ୟ ସାରଣୀ ବଦଳାଇବା ଦରକାର । ସହଜରେ ଜୀର୍ଣ୍ଣ ହୋଇଯାଉଥିବା ଏବଂ ଅଧିକ ପୋଷକତତ୍ତ୍ଵ ଥିବା ଖାଦ୍ୟ ଦେବା ଦରକାର । ସେଗୁଡିକ ମଧ୍ୟରେ ସୋୟାବିନ ଓ ରାଜମା ଏବଂ ଅନ୍ୟାନ୍ୟ ଡାଲିଜାତୀୟ ଖାଦ୍ୟ ରହିବା ଦରକାର । ରାତିରେ ଭାତ ନଦେଇ ରୁଟି କ୍ଷୀର ପରିବା ସନ୍ତୁଳା ଦେଲେ ଭଲ ମାଛ ଦିଆଯାଇ ପାରିବ ହେଲେ ମାଂସ ସମ୍ପୂର୍ଣ୍ଣ ବନ୍ଦ କରିବା ଦରକାର । ଖାଦ୍ୟରେ ଘିଅ ନରଖିଲେ ଏହା ସହଜରେ ଜୀର୍ଣ୍ଣ ହୁଏ ନାହିଁ । ଏସବୁ ଖାଦ୍ୟ ସାରଣୀ ମାନି ରହିଲେ ମଧ୍ୟ କେତେକ ନିର୍ଦ୍ଧିଷ୍ଟ ପରିପାକ ଜନିତ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ । କାରଣ ଏହି ବୟସରେ ପାଚକ ରସ କମ୍ ଝରିଥାଏ । ତେଣୁ ଖାଦ୍ୟ ସହଜରେ ପାକ ହୋଇ ନଥାଏ । ସେହି କାରଣରୁ କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଦେଖାଯାଏ । କିଛିଦିନ ଅଭ୍ୟାସ କରି ଶୁଣ୍ଠିଖଣ୍ଡ ମୋଦକ ଦେଲେ ଖାଦ୍ୟ ସହଜରେ ଜୀର୍ଣ୍ଣ ହୁଏ ଭୋକ ବଢାଏ । ଝାଡା ମଧ୍ୟ ପରିଷ୍କାର ହୁଏ ।

ଗଣ୍ଠିବାତ

ବୟସ ବଢିଲେ ଗଣ୍ଠି ଗୁଡିକରୁ ତୈଳ ଅଂଶ ଶୁଖିଯାଏ ଫଳରେ ଗଣ୍ଠି ଦରଜ ହୁଏ । ଚାଲିବା ବୁଲିବାରେ କଷ୍ଟ ହୁଏ । ଗଣ୍ଠି ଫୁଲିବା ମଧ୍ୟ ଦେଖାଯାଏ । ଏସବୁ ସମସ୍ୟା ପାଇଁ ଅର୍ଥାତ୍ ଯେତେ ସବୁ ବାତରୋଗ ଦେଖାଯାଏ , ସେଥିପାଇଁ ଆୟୁର୍ବେଦରେ ସପାନ ଚିକିତ୍ସା ରହିଛି । ଔଷଧ ସାଙ୍ଗକୁ ପଞ୍ଚକର୍ମ ଚିକିତ୍ସା ବହୁତ ଲାଭଦାୟକ । ସମସ୍ତ ବାତରୋଗ ପାଇଁ ଗୁଗୁଳ ଜାତୀୟ ଔଷଧ , ଶେକ ମାଲିସ ଏବଂ ତୈଳ ବସ୍ତି , ତୈଳ ଧାରା ଖୁବ୍ ଲାଭଦାୟକ ହୋଇଥାଏ । ତେବେ ୫୦ ବର୍ଷ ହୋଇଗଲେ ଅଧିକ ସଚେତନ ହେବା ଆବଶ୍ୟକ । ଖାଦ୍ୟରେ ଜଡାତେଲରେ ବାଇଗଣ ଭାଜି ସମେତ ଛାଗଳଦିଘୃତ ଖାଇଲେ ସମସ୍ତ ବାତ ରୋଗ ଦୂର ହୁଏ । ଅସ୍ଥି ସନ୍ଧିରୁ ତୈଳଅଂଶ ଶୁଷ୍କହୁଏ ନାହିଁ । ସନ୍ଧିଗୁଡିକ ସଚଳ ହୋଇ ରୁହନ୍ତି ।

ଦୁର୍ବଳତା

ବୟସ ବଢିଲେ ଶରୀର ଦୁର୍ବଳ ହେବା ଏକ ସାଧାରଣ କଥା । ତେବେ ପୋଷକ ଖାଦ୍ୟ , ସହଜରେ ଜୀର୍ଣ୍ଣ ହୋଇପାରୁଥିବା ଖାଦ୍ୟ ଦେବା ଦରକାର । ନିୟମିତ କ୍ଷୀର ପିଇବା ଆବଶ୍ୟକ । ଫଳରେ ଅସ୍ଥି ସମସ୍ୟା ବିଶେଷ କରି ଦେଖାଯାଏ ନାହିଁ ।

ରକ୍ତଚାପ

ବୟସ ବଢିଲେ ଉଭୟ ପୁରୁଷ ଓ ମହିଳାଙ୍କ ଠାରେ ଉର୍ଦ୍ଧ୍ଵ ରକ୍ତଚାପ ରୋଗ ଦେଖାଯାଏ । ରକ୍ତରେ ଚର୍ବି ବଢିବା , ମାନସିକ ଚାପ କାରଣରୁ ଏହା ଦେଖାଯାଏ । ତେଣୁ ତୈଳ ଓ ଚର୍ବି ଜାତୀୟ ଖାଦ୍ୟ କମ୍ ଖାଇବା ଦରକାର । ପ୍ରତିଦିନ କଞ୍ଚା ରସୁଣ ଦୁଇ ତିନିକୋଲା ଖାଇଲେ ଏବଂ ସଜନାଶାଗ ଖାଇଲେ ଉପକାର ମିଳେ । ସୁନିଦ୍ରା ପାଇଁ ଏବଂ ଉର୍ଦ୍ଧ୍ଵ ରକ୍ତଚାପ ପାଇଁ ସର୍ପଗନ୍ଧାରିଷ୍ଟ ଖୁବ୍ ଲାଭଦାୟକ । ତେବେ ରକ୍ତଚାପ ଭୋଗୁଥିବା ରୋଗୀ ସବୁବେଳେ ଡାକ୍ତରଙ୍କ ବିନା ପରାମର୍ଶରିୟା ଔଷଧ ଗ୍ରହଣ କରିବା ଅନୁଚିତ ।

ମଧୁମେହ

ରକ୍ତଚାପ ପରି ମଧୁମେହ ରୋଗରେ ପୀଡିତ ରୋଗୀମାନେ ବିନା ଡାକ୍ତରୀ ପରାମର୍ଶରେ ଔଷଧ ଗ୍ରହଣ କରିବା ଅନୁଚିତ । ତେବେ ମଧୁମେହ ପାଇଁ ଆୟୁର୍ବେଦରେ ମଧ୍ୟ ଖୁବ୍ ଭଲ ଔଷଧ ରହିଛି ।

ଚର୍ମଗତ

ବୟସ ବଢିଲେ ବିଭିନ୍ନ ବୟସଗତ ଚର୍ମରୋଗ ଦେଖାଯାଏ । ଚର୍ମଶୁଷ୍କତା କାରଣରୁ ଦେହ କୁଣ୍ଡାଇ ହେବା , ଲାଲ ପଡିବା ସାଙ୍ଗକୁ ଏକଜିମା ଏବଂ ସୋରିଆସିସ୍ ମଧ୍ୟ ଦେଖାଯାଏ । ଏଥିପାଇଁ ନିୟମିତ ଦେହରେ ନଡିଆତେଲ ମାଲିସ୍ କରିବା ଦରକାର । ଯଦି ଏକଜିମା ଏବଂ ସୋରିଆସିସ୍ ଦେଖାଯାଏ ତେବେ ହରିଡାଖଣ୍ଡ , ଆରୋଗ୍ୟବର୍ଦ୍ଧିନୀ ବଟିକା ସହିତ ଅଲଗା ଔଷଧ ଦେଲେ ଖୁବ୍ ଭଲ ଫଳ ମିଳିଥାଏ ।

ନିଦ୍ରାହୀନତା

ବୟସ ବଢିଲେ ନିଦ୍ରାହୀନତା ଏକ ସାଧାରଣ ସମସ୍ୟା । ସେଥିପାଇଁ ନିୟମିତ ସୂନୁସୁନିଆ ଶାଗ ଖାଇଲେ ଭଲ ଫଳ ମିଳେ । ମୁଣ୍ଡ ଓ ହାତପାଦରେ ତେଲ ମାଲିସ୍ କଲେ ସୁନିଦ୍ରା ହୁଏ । ଏଥିପାଇଁ ଜଟାମାଂସ ଘନବାଟୀ ଏବଂ ଜଟାମାଂସପାଚନ ଖୁବ୍ ଲାଭଦାୟକ ହୋଥାଏ ।

ବାର୍ଦ୍ଧକ୍ୟ ବୟସରେ ଆଲଜାଇମର୍ସର ଭୟ

ବୟସ ବଢ଼ିବା ସାଙ୍ଗକୁ ମଣିଷ ଶରୀରରେ ନାନା ରୋଗ ଦେଖାଦିଏ। ସେ ମଧ୍ୟରୁ ଆଲଜାଇମର୍ସ ମଧ୍ୟ ଏକ ରୋଗ ଯାହା ମଣିଷର ସ୍ମୃତି ଶକ୍ତି ଉପରେ ପ୍ରଭାବ ପକାଏ। ଏହି ରୋଗ ୬୦ବର୍ଷରୁ ଉର୍ଦ୍ଧ୍ୱ ଲୋକମାନଙ୍କ ଠାରେ ଦେଖାଯାଏ। ଥରେ ଏହି ରୋଗ ହେଲେ ସହଜେ ଭଲ ହୁଏ ନାହିଁ। ଏହି ରୋଗ ହେଲେ ବ୍ୟକ୍ତିର ବୁଝିବା ଶକ୍ତି, ଏକାଗ୍ରତା, କୌଣସି ସ୍ଥିତି ବା କଥା କୁ ମନେପକାଇବାରେ ଅସମର୍ଥ ହୋଇପଡେ। ବୟସ ବଢ଼ିବା ସହ ନିତିଦିନ ଜୀବନଚର୍ଯ୍ୟାରେ ସାମାନ୍ୟ ପରିବର୍ତ୍ତନ ହିଁ ଆଲଜାଇମର୍ସ ପରି ରୋଗ ଠାରୁ ଦୂରେଇ ଆପଣଙ୍କ ବାର୍ଦ୍ଧକ୍ୟ ଜୀବନକୁ କରିବ ସୁସ୍ଥ । ତେବେ କେଉଁ ଦିଗ ପ୍ରତି ହେବାକୁ ପଡ଼ିବ ସତର୍କ ଜାଣନ୍ତୁ ସେ ସଂପର୍କରେ।

  • ଓଜନ କମାଇବା : ଯଥାସମ୍ଭବ ଶରୀର ଓଜନ କମାନ୍ତୁ। ବୟସ ଠାରୁ ଅଧିକ ଓଜନ ବଢ଼ିଲେ ଭବିଷ୍ୟତରେ ଆଲଜାଇମର୍ସ ପରି ରୋଗ ହେବାର ସମ୍ଭାବନା ରହିଛି ।
  • ଓମେଗା ଥ୍ରୀ ଫାଟି ଏସିଡ୍ : ବୟସ ବଢ଼ିବା ସହ ପୁଷ୍ଟିକର ଖାଦ୍ୟ ତଥା ଓମେଗା ଥ୍ରୀ ଭରପୁର ଥିବା ଖାଦ୍ୟ ଖାଇବା ଆବଶ୍ୟକ।
  • କୋଲେଷ୍ଟ୍ରୋଲ ନିୟନ୍ତ୍ରଣ : ବାର୍ଦ୍ଧକ୍ୟ ସମୟରେ ଶରୀରରେ କୋଲେଷ୍ଟ୍ରୋଲ ମାତ୍ରା ହଠାତ୍ ବଢ଼ିଯାଏ। ଏଦିଗ ପ୍ରତି ସତର୍କ ରୁହନ୍ତୁ। କୋଲେଷ୍ଟ୍ରୋଲ ମାତ୍ରା ବଢ଼ିଲେ ଧମନୀକୁ ଦୁର୍ବଳ କରିପକାଏ।
  • ନିୟନ୍ତ୍ରିତ ରକ୍ତଚାପ : ରକ୍ତଚାପ ବଢ଼ିଲେ ଶିରା ଓ ଧମନୀ ନଷ୍ଟ ହେବା ସହ ମସ୍ତିଷ୍କକୁ ରକ୍ତସଞ୍ଚାଳନ ମଧ୍ୟ ବନ୍ଦ ହୋଇଯାଏ।
  • ମସ୍ତିଷ୍କକୁ ସକ୍ରିୟ ରଖନ୍ତୁ : ଗବେଷଣା ଅନୁଯାୟୀ ଖାଲି ବସି ନ ରହି ନୂତନ ତଥ୍ୟ ସଂପର୍କରେ ଜାଣନ୍ତୁ, ଅଥବା ଚେସ୍, ପଜଲସ୍ ଆଦି ଖେଳରେ ବ୍ୟସ୍ତ ରହି ମସ୍ତିଷ୍କକୁ ସକ୍ରିୟ ରଖନ୍ତୁ ।
  • ରେଡ୍ ମିଟ୍ କୁ ନା :ବର୍ଦ୍ଧିତ ବୟସରେ ରେଡ୍ ମିଟ୍ ଖାଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ। ଏହା ବ୍ରେନ୍ ସେଲକୁ ନଷ୍ଟ କରିଥାଏ।

ବାର୍ଦ୍ଧକ୍ୟ ବୟସରେ ଆଣ୍ଟି ଅକ୍ସିଡାଣ୍ଟର ଆବଶ୍ୟକତା

ପରିଣତ ବୟସରେ ଶରୀରକୁ ସୁସ୍ଥ ରଖିବା ପାଇଁ ପଥ୍ୟ ଭାବେ ଆଣ୍ଟିଆକ୍ସିଡ଼ାଣ୍ଟ ଉପୟୁକ୍ତ ପରିମାଣରେ ଖାଇବା ଅପରିହାର୍ଯ୍ୟ । ପୋଷଣ ଆଣ୍ଟିଆକ୍ସିଡ଼ାଣ୍ଟ ଗୁଡ଼ିକର ଶରୀର ଉପରେ ଯଥେଷ୍ଟ ପ୍ରଭାବି ରହିଛି। ତେବେ ବୟସ୍କ ମାନେ କିପରି ନିୟମିତ ଆଣ୍ଟିଅକ୍ସିଡାଣ୍ଟି ଆହାର ଭାବେ ବ୍ୟବହାର କରିବେ, ସେଥିପ୍ରତି ପରିବାର ଲୋକ ଯଥେଷ୍ଟ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ।

ଆଣ୍ଟି ଆକ୍ସିଡ଼ାଣ୍ଟ ପରିଣତ ବୟସର ଲୋକଙ୍କ ପାଇଁ ନିହାତି ଆବଶ୍ୟକ । ଏହାଦ୍ଵାରା ଶରୀରକୁ ଉପଯୁକ୍ତ ପୋଷଣ ପର୍ଯ୍ୟାପ୍ତ ପରିମାଣରେ ମିଳିଥାଏ । ଏଣୁ କେଉଁଥିରେ ଆଣ୍ଟି ଆକ୍ସିଡ଼ାଣ୍ଟ ରହିଛି, ଆସନ୍ତୁ ସେ ସମ୍ପର୍କରେ ଜାଣିବା ।

  1. ଅନରିଫାଇନ ଖାଦ୍ୟଶସ୍ୟ ଯଥା: ଚାଉଳ ଓ ଡାଲିରେ ଅଧିକ ପରିମାଣର ଭିଟାମିନ, ଖଣିଜ ପଦାର୍ଥ ଓ ତନ୍ତୁ ଯୁକ୍ତ ପଦାର୍ଥ ଥାଏ । ଏସବୁ ଖାଦ୍ୟ ଯଥାବିଧି ଭାବରେ ଖାଇବା ଦରକାର ।
  2. ଟମାଟୋରେ ପ୍ରଚୁର ପରିମାଣର ଆଣ୍ଟିଅକସିଡାଣ୍ଟ ଲାଇକୋପିନ ଥାଏ । ଏହା ଶରୀରକୁ ବିଭିନ୍ନ ରୋଗ କବଳରୁ ରକ୍ଷା କରିଥାଏ । ତେଣୁ ଟମାଟୋ ଉତ୍ପାଦିତ ସାମଗ୍ରୀ ଯଥା ସସ୍, ଓ ଜୁସ ଆଦି ଉପଯୁକ୍ତ ପରିମାଣରେ ଆହାର କରିବା ଉପକାରୀ ।
  3. ବ୍ରୋକଲି, ବ୍ରୁସେଲସ, ଫୁଲକୋବି, ମୂଳା ଆଦି ଜାତୀୟ ପରିବାରେ ଜୀବସାର ଓ ଖଣିଜ ପଦାର୍ଥ, ପୁଷ୍ଟିସାର ଆଦି ରହିଛି । ଏସବୁ ଖାଦ୍ୟକୁ ଧାରାବାହିକ ଭାବରେ ଖାଇବା ଅପରିହାର୍ଯ୍ୟ ।
  4. ଡାଳିମ୍ବ ଫଳରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ପୋଲିଫେନଲସ୍ ଏବଂ ଭିଟାମିନ-ଈ ଆଦି ଥାଏ । ଏସବୁ ପଦାର୍ଥଗୁଡିକ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ମସ୍ତିଷ୍କର ଉନ୍ନତି କରିଥାନ୍ତି । ଡାଳିମ୍ବରେ ଥିବା ଆଣ୍ଟିଅକସିଡାଣ୍ଟ ଗୁଡିକ କର୍କଟ ରୋଗ ଚିକିତ୍ସାରେ ବିଶେଷ ଫଳପ୍ରଦ ହୋଇଥାଏ । ବୈଜ୍ଞାନିକଙ୍କ ମତରେ ଡାଳିମ୍ବ ରସ, ମଞ୍ଜି ଓ ଚୋପା ଆଦିରେ ଥିବା ଆଣ୍ଟିଅକ୍ସିଡାଣ୍ଟା ଉପାଦାନଗୁଡିକ ଗ୍ରସ୍ଥରୋଗ ଜୀବାଣୁଙ୍କୁ ମାରିବାରେ ସହାୟକ ହୋଇଥାନ୍ତି । ତେଣୁ ବାର୍ଦ୍ଧକ୍ୟ ଅବସ୍ଥାରେ ଡାଳିମ୍ବ ଫଳ ନିୟମିତ ଖାଇବା ଅପରିହାର୍ଯ୍ୟ ।
  5. ସେଓ ଏକ କ୍ଷାରୀୟ ଫଳ ହୋଇଥିବାବେଳେ ଏଥିରେ ଥିବା ଫାଇଟୋକେମିକାଲସ୍ ଉପାଦାନଗୁଡିକ ଆଣ୍ଟିଅକସିଡାଣ୍ଟ ଭଳି କାମ କରନ୍ତି । ଏଥିରେ ତନ୍ତୁ ଜାତୀୟ ଉପାଦାନ ଅଧିକ ମାତ୍ରାରେ ଥାନ୍ତି । ଏହି ଫଳକୁ ନିୟମିତ ଭାବରେ ଖାଇଲେ ଶରୀରର ଯକୃତ ସୁସ୍ଥ ଓ କ୍ରିୟାଶୀଳ ହୁଏ ।
  6. ସପୁରି, ପିଜୁଳି, ଅମୃତଭଣ୍ଡା, ଆମ୍ବ, ପଣସ ଆଦି ଫଳରେ ଭିଟାମିନ-ସି, ଭିଟାମିନ-ଏ,ଭିଟାମିନ-ବି ଓ ଖଣିଜ ପଦାର୍ଥକ୍ୟାଲସିୟମ, ମାଙ୍ଗାନିଜ, ପୋଟାସିୟମ ଓ ଲୌହ ଆଦି ଧାତୁ ରହିଥାଏ । ଏସବୁ ଫଳଗୁଡିକ ଉପଯୁକ୍ତ ପରିମାଣରେ ପ୍ରତିଦିନ ଖାଇବା ଆବଶ୍ୟକ । କାରଣ ଏସବୁ ଖାଦ୍ୟ ମନୁଷ୍ୟକୁ ଶକ୍ତିଶାଳୀ କରିବା ସହ ମନରେ ପ୍ରଫୁଲ୍ଲତା ଆଣିଥାଏ । ପୋଷଣ ବିଜ୍ଞାନବିତଙ୍କ ମତରେ ବାଲାନସ୍, ଡାଏଟରେ ଅନ୍ତତଃ ୧୧୫ ଗ୍ରାମ୍ ପୋଷଣ ଖାଦ୍ୟ ରହିବା ଦରକାର ।
  7. ତରଭୁଜରେ ଶତକଡା ୯୦ ଭାଗ ଜଳ, ଲାଇକୋପିନ ଆଣ୍ଟିଅକସିଡାଣ୍ଟ, ଭିଟାମିନ - ଏ.ବି.ସି ଆଦି ଥାଏ । ଆଣ୍ଟିଏଜିଂ ପାଇଁ ଏହା ଏକ ଅସାଧାରଣ ଖାଦ୍ୟ । ଏହାକୁ ନିୟମିତ ଖାଇବା ଅପରିହାର୍ଯ୍ୟ ।
  8. ବ୍ଲାକ୍ ବେରୀ, ବ୍ଲୁବେରୀ, ୱାଲନଟ, ଉଲକୋବି, ଲେମ୍ବୁ ରସ ଆଦ ଆଣ୍ଟି ଆକ୍ସିଡାଣ୍ଟ ହୋଇଥିବାରୁ ଏସବୁ ଖାଦ୍ୟରେ ସାମଲ ହେବା ନିହାତି ଅପରିହାର୍ଯ୍ୟ|
  9. ଗ୍ଳୁଟାଥାୟନ-ଆଣ୍ଟିଅକ୍ସିଡାଣ୍ଟ ଶରୀର ପାଇଁ ଏକ ଅତିଶୟ ଗୁରୁତ୍ଵପୂର୍ଣ୍ଣ ଆଣ୍ଟିଅକ୍ସଡାଣ୍ଟ । ଏହା ଶରୀରର ଜୀବକୋଷ ଭତରେ ଉତ୍ପତ୍ତି ହୋଇଥାଏ । ଏହାର ଅଭାବରେ ଶରୀରରେ ବହୁବିଧା ରୋଗ ଦେଖାଯାଏ । ତେଣୁ ଶରୀର ଭିତରେ ଏହାର ସମସ୍ଥିତିର ଆବଶ୍ୟକତା ରହିଛି । ସେଲ ନିୟମ ଖଣିଜପଦାର୍ଥ ଶରୀରରେ ଗ୍ଲୁଟାଥାୟନ ତିଆରିରେ ସହାୟକ ହୋଇଥାଏ । ଆଧୁନିକ ଗବେଷଣାରୁ ଜଣା ପଡଛ ଯେ, ବ୍ରୋକାଲି , ପାଳଙ୍ଗ, ଟମାଟୋ, ଗାଜର, ନାଲିବିଟ, ପତ୍ରକୋବି, ଫୁଲକୋବି, ଡାଳିମ୍ବା, ସେଓ, କମଳା, କଦଳୀ, ଆସପେରାଗସ ଆଦିରେ ଅଧିକ ପରିମାଣରେ ଗ୍ଳୁଟାଥାୟନ ପଦାର୍ଥ ରହିଛି । ସେହିରି ବ୍ରାଜିଲ ନଟ, ଜଅ, ଶିମ୍ବ, ୱାଲ ନଟ୍ ଆଦିରେ ସେଲ ନିୟମ ଖଣିଜ ପଦାର୍ଥ ଅଧିକ ପରିମାଣରେ ରହିଛି । ତେଣୁ ଏହି ସବୁ ଖାଦ୍ୟ ପଦାର୍ଥଗୁଡିକ ନିୟମିତ ଭାବେ ତଥା ଉପଯୁକ୍ତ ପରିମାଣରେ ଖାଇବା ଉପକାରୀ ।
  10. ଶରୀରର ଆଣ୍ଟି ଏଜିଂ ପାଇଁ କମ୍ କ୍ୟାଲୋରୀ ବ୍ୟବହାର ସ୍ଵାଗତଯୋଗ୍ୟ । ନିୟମିତ ଫଳ ଆହାର କଲେ। ମଣିଷ ଶରୀରରେ ହଜମ ଶକ୍ତି ବଢିବା ସହିତ ଶରୀର ସୁସ୍ଥ ରହିଥାଏ । କମ ଦକ୍ଷତା ବିଶିଷ୍ଟ ଖାଦ୍ୟ ଖାଇଲେ ଶରୀରରେ ଏକାଧିକ ରୋଗ ହେବାର ବିପଦ ଥାଏ । ତେଣୁ ବାଲାନସ ଡାଏଟ ଖାଇବା ବୟସ୍କ ବ୍ୟକ୍ତି ପାଇଁ ଅପରିହାର୍ଯ୍ୟ । ବୟସ୍କ ମନୁଷ୍ୟ ପାଇଁ ପୋଷଣ ଆଣ୍ଟିଅକ୍ସିଡାଣ୍ଟ ଗୁଡିକ ଖାଦ୍ୟ ଓ ଔଷଧ ରୂପେ କାର୍ଯ୍ୟ କରିଥାନ୍ତି । ପୋଷଣ ପୂର୍ଣ୍ଣ ଆଣ୍ଟିଅକସିଡାଣ୍ଟ ଶରୀର ପାଇଁ ଅପରିହାଯ୍ୟ ।

ବାର୍ଦ୍ଧକ୍ୟ ବୟସରେ ସ୍ୱାସ୍ଥ୍ୟର ଯତ୍ନ ନେବେ କିପରି

ଜୀବନର ଶେଷ ସମୟରେ ବା ବୃଦ୍ଧାବସ୍ଥାରେ ଶରୀରର ଯତ୍ନ ନେବା ବହୁତ ଜରୁରୀ । ସେମାନଙ୍କଆବଶ୍ୟକତାକୁ ଦୃଷ୍ଟିରେ ରଖି ତାଙ୍କ ମନମୁତାବକ କରିବା ଉଚିତ୍ । ବୟସ ବଢ଼ିବା ସହିତ ଅନେକ ଶାରୀରିକ ଓ ମାନସିକ ପରିବର୍ତ୍ତନ ଦେଖାଯାଇଥାଏ । ଏବଂ ଏହି ସମୟରେ ଆର୍ଥିକ ଓ ସାମାଜିକ ସମସ୍ୟଗୁଡିକ ମଧ୍ୟ ସାମ୍ନା କରିବାକୁ ପଡେ । ଶାରୀରିକ ଓ ମାନସିକ ପରିବର୍ତ୍ତନ ଯୋଗୁଁ ବୃଦ୍ଧ/ବୃଦ୍ଧା ମାନଙ୍କଠାରେ ପାଚନ ଓ ଖାଦ୍ୟପେୟକୁ ନେଇ ମଧ୍ୟ ଅନେକ ଅସୁବିଧା ସୃଷ୍ଟିହୁଏ । ବୃଦ୍ଧାବସ୍ଥାରେ କାର୍ଯ୍ୟକ୍ଷମତା କମିଯାଏ । ଏହାସହିତ ମୋତିଆବିନ୍ଦୁ, ଦୃଷ୍ଟିଶକ୍ତି କ୍ଷୀଣତା, ଶ୍ଵାସ ଫୁଇବା, ଶ୍ରବଣ ଶକ୍ତି କମିବା, ସମ୍ବେଦନଶୀଳତା ହ୍ରାସ ପାଇବା, ଚର୍ମ ଲୋଚାକୋଚା ହୋଇଯିବା ଏବଂ ହାଡ ଦୁର୍ବଳ ହୋଇଯିବା ଭଳି ଶାରୀରିକ ପରିବର୍ତ୍ତନ ଗୁଡିକ ମଧ୍ୟ ଦେଖାଯାଏ ।

ବାର୍ଦ୍ଧକ୍ୟ ଅବସ୍ଥାରେ ରୋଗ ଓ ଦୂର୍ବଲତା ଜୀବନକୁ ଅଧିକ ଦୁଃଖ ଓ ଯନ୍ତ୍ରଣାପୂର୍ଣ୍ଣ କରିଦିଏ । ବୟସ ବୃଦ୍ଧି ପାଇଲେ ବା ବୃଦ୍ଧାବସ୍ଥାରେ ଖଞ୍ଜା ବା ଗଣ୍ଠିଜନିତ ରୋଗ, ହୃଦ୍ ରୋଗ, ପକ୍ଷାଘାତ, ଉଚ୍ଚ ରକ୍ତଚାପ, ମଧୁମେହ, କର୍କଟ ରୋଗ, ମାନସିକ ରୋଗ ଏବଂ ସ୍ମୃତି ଶକ୍ତି ହ୍ରାସ ପାଇବା ଇତ୍ୟାଦି ରୋଗଗୁଡିକ ହେବାର ସମ୍ଭାବନା ବୃଦ୍ଧିପାଏ । ବୃଦ୍ଧାବସ୍ଥାରେ ସ୍ମରଣ ଶକ୍ତି, ଦୃଷ୍ଟି ଶକ୍ତି, ଶ୍ରବଣ ଶକ୍ତି କମିଯିବା, ବାଳ ପାଚିଯିବା, ଦାନ୍ତ ଝଡିପଡିବା, ଚର୍ମ ଲୋଚା ହୋଇଯିବା, ସମ୍ବେଦନଶୀଳତା କମିଯିବା ଏବଂ ମାନସିକ ଦୃଷ୍ଟିକୋଣରେପରିବର୍ତ୍ତନ ଦେଖାଦେବା ସ୍ଵାଭାବିକ ଅଟେ ।

ବୃଦ୍ଧାବସ୍ଥା ପ୍ରତ୍ୟକ ବ୍ୟକ୍ତିଙ୍କ ଜୀବନରେ କିଛି ନା କିଛି ସମସ୍ୟା ଆଣିଥାଏ । ସେଥିପାଇଁ ବୃଦ୍ଧାବସ୍ଥାକୁ ସୁଖମୟ କରିବା ଦିଗରେ ନିଜକୁ ପୂର୍ବରୁ ପ୍ରସ୍ତୁତ କରିବାକୁ ହୁଏ ଏବଂ ଏଥିସହ ଆତ୍ମୀୟ ସ୍ଵଜନ ମାନଙ୍କର କର୍ତ୍ତବ୍ୟ ଯେ ସେମାନେ ଘରେ ଥିବା ବାୟୋବୃଦ୍ଧ ଗୁରୁଜନମାନଙ୍କର ସମସ୍ୟାକୁ ବୁଝି ସେମାନଙ୍କର ଉପଯୁକ୍ତ ଯତ୍ନ ନେବା ପାଇଁ ଚେଷ୍ଟିତ ହୁଅନ୍ତି । ତେବେ କିଛି ନିୟମ ପାଳନ କଲେ ବୃଦ୍ଧାବସ୍ଥାରେ ଦେଖାଯାଉଥିବା ଛୋଟ ବଡ ଶାରୀରିକ ଓ ମାନସିକ ସମସ୍ୟାକୁ ଦୂର କରାଯାଇ ମୁଖମୟ ଜୀବନଯାପାନ କରାଯାଇପାରିବ ।

ଅର୍ଥାଭାବ ଅନେକ ସମସ୍ୟାକୁ ବୃଦ୍ଧି କରିଥାଏ । ଏଥିପାଇଁ ଭବିଷ୍ୟତରେ ବିଶେଷ କରି ବୃଦ୍ଧାବସ୍ଥାରେ ଆର୍ଥିକ ସମସ୍ୟାରୁ ରକ୍ଷା ପାଇବାକୁ ହେଲେ ଏବେଠାରୁ ଅର୍ଥ ସଞ୍ଚୟ କରାଯିବା ଆବଶ୍ୟକ । ବାର୍ଦ୍ଧକ୍ୟ ଅବସ୍ଥାରେ ଯଦି କୌଣସି ରୋଗର ଚିକିତ୍ସା ଅଥବା ସ୍ୱାସ୍ଥ୍ୟରକ୍ଷା କରିବା ପାଇଁ ଅର୍ଥର ଆବଶ୍ୟକତା ପଡିଲା ତେବେ ଏହି ସଞ୍ଚୟ ଅର୍ଥ ଆପଣଙ୍କ କାମରେ ଆସିପାରେ ଏବଂ ଏହା ମଧ୍ୟ ଆପଣଙ୍କୁ ଆର୍ଥିକ ସୁରକ୍ଷା ଆଣିଦିଏ ।

ଯଦି ସମ୍ଭବ ହୁଏ ତେବେ ନିଜର ସ୍ୱାସ୍ଥ୍ୟ ଓ ସାମର୍ଥ୍ୟ ଅନୁସାରେ କିଛି ନା କିଛି କାମ ନିଶ୍ଚୟ କରନ୍ତୁ । ଆଳସ୍ୟରେ ସମୟ କାଟିବା ଦ୍ଵାରା ଆପଣ ମାନସିକ ଓ ଶାରୀରିକ ସ୍ତରରେ କ୍ଷତିଗ୍ରସ୍ତ ହେବେ । ସମୟ ମିଳିଲେ ନିଜେ ଅଳ୍ପ ବହୁତେ ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରନ୍ତୁ । ଏହାଦ୍ଵାରା ଆପଣଙ୍କ ମନରେ ପରୋପକାର ଭାବନା ଜାଗ୍ରତ ହେବ ଏବଂ ନିଜକୁ ଏକୁଟିଆ ଅନୁଭବ କରିବେ ନାହିଁ ।

ପରିବାରଜନଙ୍କର ଏହା କର୍ତ୍ତବ୍ୟ ଯେ ବୃଦ୍ଧ ଗୁରୁଜନାମନଙ୍କର ସ୍ୱାସ୍ଥ୍ୟରକ୍ଷାପାଇଁ ଆବଶ୍ୟକ ସ୍ଥଳେ ଚିକିତ୍ସା ସହାୟତା ଯୋଗାଇଦେବା । ମନଇଚ୍ଛା ଔଷଧସେବନ ନ କରି ଚିକିତ୍ସକଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ କରିବା ସହ ପଥ୍ୟାପଥ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ନିଜେ ଅସୁସ୍ଥ ଅନୁଭବ କଲେ ଯଥାଶୀଘ୍ର ଡାକ୍ତରୀ ପରୀକ୍ଷଣ କରାଇନେବା ଜରୁରୀ । ଏହାଦ୍ଵାରା କୌଣସି ରୋଗ ବୃଦ୍ଧି ପାଇବା ପୂର୍ବରୁ ପ୍ରାରମ୍ଭିକ ଅବସ୍ଥାରେ ଏହାର ଉପଚାର କରାଯାଇପାରିବ ।

ବାର୍ଦ୍ଧକ୍ୟରେ କିଭଳି ରହିବା ଫିଟ୍

ବୟସ ୫୦ ଛୁଇଁଲା, ପାଦ ଦେଲେ ବାର୍ଦ୍ଧକ୍ୟର ପ୍ରଥମ ପାହାଚରେ । ବାର୍ଦ୍ଧକ୍ୟ... ହଁ, ଏହି ଶବ୍ଦଠାରୁ ଆମେ ଯେତେ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରୁ, ସେତେ ଶୀଘ୍ର ଏହା ଆମ ଜୀବନରେ ଆସିଥାଏ । ଆଉ ଥରେ ବାର୍ଦ୍ଧକ୍ୟରେ ପାଦ ଦେଲେ ବିଭିନ୍ନ ରୋଗ ଆମ । ଶରୀରରେ ଘର କରିନିଏ । ତେବେ ବାର୍ଦ୍ଧକ୍ୟରେ କିଭଳି ରହିବା ଫିଟ୍, ଆସନ୍ତୁ ସେ ସମ୍ପର୍କରେ ଜାଣିନେବା ।

  1. ସ୍ୱାସ୍ଥ୍ୟଗତ ସମସ୍ୟାବାର୍ଦ୍ଧକ୍ୟ ବୟସରେ ରୋଗର ଭୟ ଏବଂ ସ୍ୱାସ୍ଥ୍ୟର ଯତ୍ନ ବାର୍ଦ୍ଧକ୍ୟ ବୟସରେ ରୋଗର ଭୟ ଏବଂ ସ୍ୱାସ୍ଥ୍ୟର ଯତ୍ନ
  2. ବୟସ ବଢ଼ିଲେ, ବଢ଼ିଥାଏ। ବିଭିନ୍ନ ରୋଗ ହେବାର ଆଶଙ୍କା । ଏହି ବୟସରେ ସାଧାରଣତଃ ମଧୁମେହ, ଉଚ୍ଚ ରକ୍ତଚାପ, ଆଣ୍ଠୁଗଣ୍ଠି ଯନ୍ତ୍ରଣା, ଅନିଦ୍ରା, କୋଷ୍ଠକାଠିନ୍ୟ, ଦୃଷ୍ଟି ସମସ୍ୟା, ସ୍ମରଣ ଶକ୍ତି କମିବା ଆଦି ଭଳି ବିଭିନ୍ନ ସ୍ଵାସ୍ଥ୍ୟଗତ ସମସ୍ୟା ଦେଖାଦିଏ ।

  3. ଖାଦ୍ୟପେୟ,
  4. ବୟସ ବଢ଼ିବା ସହିତ ନିଜର ଖାଦ୍ୟପେୟରେ ସଂଯମ ରକ୍ଷା କରନ୍ତୁ । ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଓ ଆମିଷ କମ ପରିମାଣରେ ଖାଆନ୍ତୁ । ଖାଇବା ବେଳେ ଅଧିକ ପରିମାଣର ଫଳ, ସବୁଜ ପନିପରିବା, ଗଜା ମୁଗ , ଗଜା ଚୁଟ ଏବଂ କ୍ୟାଲସିୟମ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ । ରାତିରେ ଶୋଇବା ବେଳେ ଉଷୁମ କ୍ଷୀର ପିଅନ୍ତୁ । ସହଜରେ ହଜମ ହେଉଥିବା ଖାଦ୍ୟ ଖାଆନ୍ତୁ ।

  5. ଜୀବନଶୈଳୀ
  6. ବୟସ୍କ ଲୋକଙ୍କ ଜୀବନଶୈଳୀ ହିଁ ତାଙ୍କୁ ଦୀର୍ଘଦିନ ପର୍ଯ୍ୟନ୍ତ ସୁସ୍ଥ ଓ ନିରୋଗ ରଖିଥାଏ । ନିଜର ଖାଇବାର ଓ ଶୋଇବାର ଏକ ନିର୍ଦ୍ଦିଷ୍ଟ ସମୟ ସ୍ଥିର କରନ୍ତୁ । ପ୍ରତିଦିନ କିଛି ସମୟ ବ୍ୟାୟାମ କରନ୍ତୁ। ତମାଖୁ ସେବନ, ଧୂମପାନ ଓ ମଦ୍ୟପାନ ସମ୍ପୂର୍ଣ୍ଣ ବନ୍ଦ କରନ୍ତୁ ।

  7. ଡାକ୍ତରୀ ପରୀକ୍ଷା
  8. ବୟସ ବଢ଼ିବା ସହିତ ଶରୀରର ସମସ୍ତ ଅଙ୍ଗ ଧୀରେ ଧୀରେ ଦୁର୍ବଳ ହୋଇଥାଏ । ଏଥିପାଇଁ ନିୟମିତ ବ୍ୟବଧାନରେ ଡାକ୍ତରୀ ପରୀକ୍ଷା କରାଇ ନେବା ଉଚିତ ।

    • ଚକ୍ଷୁ ପରୀକ୍ଷା- ପ୍ରତି ଛଅ ମାସରେ ଥରେ ଆଖି ପରୀକ୍ଷା କରାଇ ନିଅନ୍ତୁ ।
    • ମଧୁମେହ ପରୀକ୍ଷା- ସପ୍ତାହକୁ ଥରେ ଖାଇବା ପୂର୍ବରୁ ଏବଂ ଖାଇବାର ୨ ଘଣ୍ଟା ପରେ ନିଜର ରକ୍ତରେ ଶର୍କରା ପରିମାଣ ପରୀକ୍ଷା କରାଇ ନିଅନ୍ତୁ ।
    • ବୃକକ ପରୀକ୍ଷା- ଡାକ୍ତରଙ୍କ ପରାମର୍ଶରେ ବର୍ଷକୁ ଥରେ ବୃକକ ପରୀକ୍ଷା କରାଇ ନିଅନ୍ତୁ । – ହୃତପିଣ୍ଡ ପରୀକ୍ଷା – ପ୍ରତି ୬ ମାସରେ ଥରେ ହୃତପିଣ୍ଡ ପରୀକ୍ଷା କରନ୍ତୁ ।
    • ରକ୍ତଚାପ ମାପ- ଡାକ୍ତରଙ୍କ ପାଖକୁ ଯିବା ବେଳେ ମାସକୁ ଥରେ ନିଶ୍ଚିତ ଭାବରେ ରକ୍ତଚାପ ପରୀକ୍ଷା କରାଇ ନିଅନ୍ତୁ
    • କର୍କଟ ପରୀକ୍ଷା – ବୟସ ବଢ଼ିଲେ ମହିଳାଙ୍କ ଠାରେ କର୍କଟ ହେବାର ଆଶଙ୍କା ମଧ୍ୟ ଅଧିକ ଥାଏ । ସେଥିପାଇଁ ମହିଳାମାନେ ବର୍ଷକୁ ଥରେ ସ୍ତନ କର୍କଟ ପାଇଁ ମାମୋଗ୍ରାଫି ପରୀକ୍ଷା ଏବଂ ଜରାୟୁ କର୍କଟ ପାଇଁ ପାପସ୍ମିଅର ପରୀକ୍ଷା କରାଇ ନିଅନ୍ତୁ ।
  9. ଟିକାକରଣ
  10. ବୟସ ବଢିବା ସହିତ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଧୀରେ ଧୀରେ କମିବାକୁ ଲାଗେ । ଫଳରେ ଏହି ସମୟରେ ବିଭିନ୍ନ ପ୍ରକାରର ରୋଗ ହେବାର ସମ୍ଭାବନା ମଧ୍ୟ ବଢିଥାଏ । ବୟସ୍କ ବ୍ୟକ୍ତିଙ୍କୁ ଏହି ସମୟରେ ନିମୋକୋକାଲ୍ ଟିକା, ଇନଫ୍ଲୁଏଜା ଟିକା, ଟିଟାନସ୍ ଟିକା ଆଦି ନେବାର ଆବଶ୍ୟକ ରହିଛି । ଫଳରେ କୌଣସି ରୋଗର ଭୂତାଣୁ ଓ ଜୀବାଣୁ ତାଙ୍କ ଶରୀରକୁ ସହଜରେ ଆକ୍ରମଣ କରି ନଥାଏ ।

  11. ମାନସିକ ଚାପରୁ ମୁକ୍ତି
  12. ବୟସ ବଢ଼ିଲେ, ଦୈନଦିନ କାମ ବହୁ ମାତ୍ରାରେ କମିଯାଏ । ସମୟ କେମିତି କଟିବ ତାକୁ ନେଇ ଥାଏ। ଚିନ୍ତା । ବୟସ୍କ ଲୋକଙ୍କ ମସ୍ତିଷ୍କରେ ସ୍ନାୟୁଗତ ପରିବର୍ତ୍ତନ କାରଣରୁ ସବୁ କଥା ମନେରହେ ନାହିଁ । ସବୁ କଥାରେ ବିରକ୍ତି ପ୍ରକାଶ କରନ୍ତି । ସବୁ କଥାରେ । ଅଧିକ ଚିନ୍ତା କରନ୍ତି । ଫଳରେ ମାନସକ ଚାପ ବଢ଼ଥାଏ, ଯାହାକ

    ବିଭିନ୍ନ ରୋଗକୁ ନିମନ୍ତ୍ରଣ କରିଥାଏ । ସେଥିପାଇଁ ବୟସ ବଢ଼ିଲେ, ଯଥାସମ୍ଭବ ମାନସିକ ଚାପ ଠାରୁ ଦୂରେଇ ରୁହନ୍ତୁ ଏବଂ ହସ ଖୁସିରେ ଜୀବନ ଅତିବାହିତ କରନ୍ତୁ ।

ବାପାମାଆଙ୍କ ସ୍ଵାସ୍ଥ୍ୟର ଯତ୍ନ ତାଙ୍କ ପିଲାଙ୍କ ପ୍ରଥମ କର୍ତ୍ତବ୍ୟ ହେବା ଉଚିତ । ଆମ ପିଲାଦିନ ସେମାନଙ୍କ ପ୍ରତୀକ୍ଷ ତତ୍ତ୍ଵାବଧାନରେ କଟିଥାଏ । ଆମର ସବୁ । କଥା ବୁଝନ୍ତି । କିନ୍ତୁ ବାପାମାଆ ପରିଣତ ବୟସକୁ ଆସିଲା ବେଳେ ବ୍ୟସ୍ତତାପୂର୍ଣ୍ଣ ଜୀବନର ଆଳ ଦେଖାଇ ସେମାନଙ୍କ ପାଇଁ ଆମର ସମୟ ନଥାଏ । ଫଳରେ ପରିଣତ ବୟସରେ ଆମେ ତାଙ୍କର ସ୍ଵାସ୍ଥ୍ୟର ଠିକ ଭାବରେ ଯତ୍ନ ନେଇ ପାରିନଥାଉ । ବୟସ୍କ ବାପାମାଆଙ୍କୁ ଡାକ୍ତରୀ ଔଷଧ ଏବଂ ଡାକ୍ତରୀ ପରୀକ୍ଷା ତୁଳନାରେ ଆମର ଅଧିକ ଆବଶ୍ୟକତା ରହିଛି । ସେଥିପାଇଁ ପ୍ରତିଦିନ ସେମାନଙ୍କ ସହିତ କିଛି ସମୟ ଖସଖୁସିରେ ରହିପାରିଲେ ସେମାନେ ସୁସୁ ଓ ନିରୋଗ ଜୀବନ ଯାପନ କରିପାରିବେ ।

ଏଣୁ ପ୍ରତିଟି ବ୍ୟକ୍ତି ନିଶ୍ଚିତ ରୂପେ ପରିଣତ ବୟସରେ ଥିବା ନିଜର ପିତାମାତାଙ୍କ ଚିକିତ୍ସା ନିର୍ଦ୍ଧାରିତ ସମୟ ବ୍ୟବଧାନରେ କରାଇନେବା ଆବଶ୍ୟକ । ତାହାହେଲେ ବାର୍ଦ୍ଧକ୍ୟ ସେମାନଙ୍କ ପାଇଁ ଚିନ୍ତାର କାରଣ ନହୋଇ ହସଖୁସିର ବାତାବରଣ ସୃଷ୍ଟ କରିପାରିବ ।

ସଂରୁହିତ:

  • ଡାକ୍ତର ଗୌରାଙ୍ଗଚରଣ ସ୍ଵାଇଁ, ଭୁବନେଶ୍ଵର
  • ଡାକ୍ତର ନିରଞ୍ଜନ ତ୍ରିପାଠୀ
  • ଡାକ୍ତର ବାସୁଦେବ ପ୍ରଧାନ
  • ଡାକ୍ତର ଧୀରେନ୍ଦ୍ରନାଥ ମହାରଣା, ଭେଷଜ ଓ ବାର୍ଦ୍ଧକ୍ୟ ରୋଗ ବିଭାଗ, ଏସ୍.ସି.ବି ମେଡିକାଲ୍ କଲେଜ ଓ ହସ୍ପିଟାଲ୍, କଟକ

ଆଧାର - ସ୍ୱାସ୍ଥ୍ୟ ବ୍ୟୁରୋ

2.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top