অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିଦ୍ୟାଳୟରେ ରକ୍ତହୀନତା ନିୟନ୍ତ୍ରଣ କାର୍ଯ୍ୟକ୍ରମ

ଉପକ୍ରମ

ରକ୍ତହୀନତା ବିଶ୍ଵର ଏକ ବୃହତ ଜନସ୍ୱାସ୍ଥ୍ୟ ସମସ୍ୟା । ରକ୍ତହୀନତା ଯୋଗୁଁ ଶାରୀରିକ ଏବଂ ମାନସିକ ଦକ୍ଷତା ହ୍ରାସ ପାଇଥାଏ । ଲୋହିତ ରକ୍ତକଣିକାରେ ଥିବା ଲାଲ ଅଂଶକୁ ହିମୋଗ୍ଲୋବିନ କୁହାଯାଏ, ଯାହାକି ମୁଖ୍ୟତଃ ଲୌହସାର ଏବଂ ପ୍ରୋଟିନ୍ ( ପୁଷ୍ଟିସାର) ରେ ତିଆରି ହୋଇଥାଏ । ଏହା ଶରୀରର ବିଭିନ୍ନ ଅଂଶକୁ ଅମ୍ଳଯାନ ଯୋଗାଇଥାଏ, ଫଳରେ ଶରୀର ଫୁର୍ତ୍ତୀ ଓ ସତେଜ ରହେ । ଲୌହସାର ଅଭାବରେ ହିମୋଗ୍ଲୋବିନର ପରିମାଣ କମିଯାଏ । ଏଣୁ ରକ୍ତର ଅମ୍ଳଯାନ ଧାରଣ କ୍ଷମତା କମିଯାଏ । ଶରୀରରେ ହିମୋଗ୍ଲୋବିନ ପ୍ରସ୍ତୁତିରେ ବାଧା ଉପଜିଲେ ମନୁଷ୍ୟ ରକ୍ତହୀନତାର ଶିକାର ହୋଇଥାଏ ।

ରକ୍ତହୀନତା ପ୍ରଭାବ

  • ଶାରୀରିକ ଏବଂ ମାନସିକ ବିକାଶ ବାଧାପ୍ରାପ୍ତ ହୁଏ ।
  • ଶାରୀରିକ କାର୍ଯ୍ୟଦକ୍ଷତା କମିଯାଏ ।
  • ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିଯାଏ ଏବଂ ବାରମ୍ବାର ରୋଗାକ୍ରାନ୍ତ ହୁଏ ।
  • ଶିକ୍ଷାଗତ ଦକ୍ଷତା ହ୍ରାସ ପାଏ ।

ରକ୍ତହୀନତା ଦୁରିକରଣ

  • ସୁଷମ ଖାଦ୍ୟ ସେବନ ( ପୁଷ୍ଟିସାର, ସ୍ନେହସାର, ଜିବସାର) ଡାଲି, ସବୁଜ ପନିପରିବା ଫଳ, କ୍ଷୀର, ମାଛ, ମାଂସ, ଅଣ୍ଡା ଇତ୍ୟାଦି ।
  • ବିଭିନ୍ନ ପ୍ରକାର  କୃମିର ସଂକ୍ରମଣ ଋଅକିବା ଲାଗି ପରିଚ୍ଛନ୍ନତା ଓ ସୁଅଭ୍ୟାସ ହାତଧୋଇବା । ଚପଲ ପିନ୍ଧି ପାଇଖାନା ଯିବା ।
  • ଆଇରନ୍ ଓ କୃମିନାଶକ ବଟିକା ସେବନ କରିବା ।

ଆଇରନ୍ ଓ କ୍ରୁମିନାଶକ ବଟିକା ସେବନ କରିବା

  • ନିର୍ଦ୍ଦେଶାବଳୀ

ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟରେ ପ୍ରତି ସୋମବାର ମଧ୍ୟାହ୍ନ ଭୋଜନ ପରେ ଶିକ୍ଷକ / ଶିକ୍ଷୟତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବଟିକା ଖାଇବେ ଏବଂ ଅନ୍ତତଃ ଏକ ଗ୍ଳାସ ପାଣି ପିଇବେ । ଛାତ୍ରଛାତ୍ରୀମାନଙ୍କ ବଟିକାଦେବା ପୂର୍ବରୁ ପ୍ରତ୍ୟକ ଶ୍ରେଣୀ ଶିକ୍ଷକ / ଶିକ୍ଷାତ୍ରୀ ପ୍ରଥମେ ନିଜେ ଗୋଟିଏ ଆଇରନ୍ (ବଡ) ବଟିକା ଖାଇବା । ସୋମବାର ଛୁଟି ପଡୁଥିଲେ ଛାତ୍ରଛାତ୍ରୀଙ୍କୁ ଘରେ ଖାଇବା ପାଇଁ ବଟିକା ଦିଆଯିବ ।

ଛାତ୍ରଛାତ୍ରୀମାନଙ୍କୁ ନିମ୍ନମତେ ବଟିକା ମାତ୍ରା ଦିଆଯିବ

ବୟସ / ଶ୍ରେଣୀ

ଆଇରନ୍ ବଟିକା ପରିମାଣ

ମାତ୍ରା ଓ ଏସଇବିଏଏନ ପ୍ରଣାଳୀ

କୃମିନାଶକ ବଟିକାର ପରିମାଣ

୧ମ ରୁ ୫ମ ଶ୍ରେଣୀ ( ୬ ରୁ ୧୦ ବର୍ଷ )

ଛୋଟ ଆଇରନ୍ ବଟିକା

ପ୍ରତି ସୋମବାର ଖାଦ୍ୟ ଖାଇବା ପରେ ୧ଟି ଲେଖାଏଁ ବଟିକା ଖାଇ (ଗିଳି) ୧ ଗ୍ଲାସ ପାଣି ପିଇବେ

୪୦୦। ମି.ଗ୍ରା ଆଲବେଣ୍ଡାଜୋଲ୍

୬ଷ୍ଠ ରୁ ୧୦/୧୨ମ ଶ୍ରେଣୀ ( ୧୦ ରୁ ୧୯ ବର୍ଷ )

ବଡ ଆଇରନ୍ ବଟିକା

ପ୍ରତି ସୋମବାର ଖାଦ୍ୟ ଖାଇବା ପରେ ୧ଟି ଲେଖାଏଁ ବଟିକା ଖାଇ (ଗିଳି) ୧ ଗ୍ଲାସ ପାଣି ପିଇବେ

୪୦୦. ମି.ଗ୍ରା ଆଲବେଣ୍ଡାଜୋଲ୍

 

କ’ଣ କରିବା ଉଚିତ୍

  • ମଧ୍ୟାହ୍ନ ଭୋଜନ ପରେ ଶିକ୍ଷକ / ଶିକ୍ଷୟିତ୍ରୀଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନରେ ଆଇରନ୍ ବଟିକା ଖାଇବା ଉଚିତ୍ ।
  • ବୈଦ୍ଧତା ତାରିଖ ( expiry date) ଦେଖି  ଔଷଧ ସେବନ କରିବା ଉଚିତ୍ ।
  • ଆଇରନ୍ ବଟିକା ପାଣି ସହିତ ସେବନ କରିବା ଉଚିତ୍ ଏବଂ ପରେ ଯଥେଷ୍ଟ ପରିମାଣରେ ପାଣି ପିଇବା ଉଚିତ ।

ସୂଚନା

ଆଇରନ୍ନ ବଟିକା ଖାଇଲେ ବେଳେବେଳେ କିଛି ପିଲାମାନଙ୍କୁ ସାମାନ୍ୟ ପାର୍ଶ୍ଵପ୍ରତିକ୍ରିୟା ( ମୁଣ୍ଡ ବୁଲାଇବା, ବାନ୍ତି ଲାଗିବା, ପେଟବଥା, କୋଷ୍ଠକାଠିନ୍ୟ ଓ କଳାଝାଡା ଇତ୍ୟାଦି) ହୋଇପାରେ । କିନ୍ତୁ ସମୟାନୁକ୍ରମେ ଏହା କମିଯାଏ । ଏଣୁ ଏହାର ପାଶ୍ଵପ୍ରତିକ୍ରିୟା ଚିନ୍ତାଜନକ ନୁହେଁ । ଏଥିରେ ଭୟ ନକରି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ବିଦ୍ୟାଳୟ ପରିଚାଳନା କମିଟିର ଭୂମିକା

  • ରକ୍ତହୀନତା ଦୁରିକରଣ କାର୍ଯ୍ୟକ୍ରମ ଓ ଆଇରନ୍ ବଟିକା ସେବନର ଉପକାରିତା ବିଷୟରେ ଗ୍ରାମବାସୀ ମାନଙ୍କୁ ତଥା ଛାତ୍ରଛାତ୍ରୀ ମାନଙ୍କୁ ସଚେତନା କରାଇବେ ।
  • ପିଲାମାନେ ଯେପରି ନିୟମିତ ଆଇରନ୍ ଓ କୃମିନାଶକ ବଟିକା ସେବନ କରିବେ ଏଥିପ୍ରତି ଧ୍ୟାନଦେବେ ।
  • ଏହି କାର୍ଯ୍ୟକ୍ରମର ସମୀକ୍ଷା ଓ ସୁପରିଚାଳନା ସୁନିଶ୍ଚିତ କରାଇବେ ଏବଂ ବିଦ୍ୟାଳୟର ଶିକ୍ଷକମାନଙ୍କୁ ସହଯୋଗ କରିବେ ଏବଂ ନିର୍ଦ୍ଧିଷ୍ଟ ଦିନରେ ପିଲାଙ୍କ ଉପସ୍ଥିତି ସୁନିଶ୍ଚିତ କରାଇବେ ।

ଆଧାର - UNICEF

Last Modified : 1/24/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate