ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ମହିଳା ଏବଂ ପୁରୁଷଙ୍କ ପାଇଁ ଖାଦ୍ୟ
ସେଆର କରନ୍ତୁ

ମହିଳା ଏବଂ ପୁରୁଷଙ୍କ ପାଇଁ ଖାଦ୍ୟ

ମହିଳା ଏବଂ ପୁରୁଷଙ୍କ ପାଇଁ ଖାଦ୍ୟ ଜରୁରୀ ସେ ସମ୍ବନ୍ଧରେ ସୂଚନା ।

ଅମୃତଭଣ୍ଡା ଓ ଲେମ୍ବୁ ଜୁସ୍ ମହିଳାଙ୍କ ପାଇଁ ଜରୁରୀ

ସାଧାରଣତଃ ମହିଳା ଦୈନିକ ଦିନଚର୍ଯ୍ୟା ଭିତରେ ଅନେକ ପ୍ରକାର କାମ କରି ଥାଆ’ନ୍ତି । ଘର ଠାରୁ ନେଇ ଅଫିସ ଯାଏ ସବୁ କାମକୁ କରିବା ଭିତରେ ଅନେକ ସମୟରେ କ୍ଲାନ୍ତ ହୋଇପଡନ୍ତି । ବେଳେବେଳେ ଏହି ସବୁ ସମସ୍ୟାରୁ ଉପଶମ ପାଇଁ ଔଷଧର ସାହାର ନିଅନ୍ତି । କିନ୍ତୁ ସେମାନେ ଚାହିଁଲେ ଘରୋଇ ଭାବେ ବିନା କୈାଣସି ଔଷଧରେ ଏହି ସବୁ ସମସ୍ୟାକୁ ଦୂର କରିପାରିବେ । ଯଦି ନିଜର ପ୍ରତିଦିନର ଡାଏଟିଂରେ ଅମୃତଭଣ୍ଡା ଜୁସକୁ ଆପଣେଇବେ ତ ଏହା ଖୁବ୍ ଉପକାରୀ ସାବ୍ୟସ୍ତ ହୋଇପାରିବ ।

ଏମିତି ଭାବେ କଂଚା ଓ ପାଚିଲା ଦୁଇ ପ୍ରକାରରର ଅମୃତଭଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ ।ଆପଣ ଅମୃତଭଣ୍ଡାକୁ କଂଚା ଓ କାଟି ସିଝାଇ ଦୁଇ ଖାଇ ପାରିବେ । ଯଦି ଖାଇବା ପସନ୍ଦ କରୁନାହାଁନ୍ତି ତ ପାଚିଲା ଅମୃତଭଣ୍ଡାକୁ ଏକ ଭଲ ବିକଳ୍ପ ହେବ । ପାଚିଲା ଅମୃତଭଣ୍ଡା କାଟି ଏହା ଉପରେ ଗୋଲମରିଚ ପାଉଡର ପକାଇ ଖାଆନ୍ତୁ । ଆଉ ମଧ୍ୟ ଅମୃତଭଣ୍ଡା ଜୁସ୍ ରେ ଲେମ୍ବୁ ରସ ମିଶାଇ ପିଇଲେ ଏହା ଖୁବ୍ ଉପକାରୀ ସାବ୍ୟସ୍ତ ହୋଇଥାଏ । କ୍ଲାନ୍ତ ଦୂର କରିବା ସହ ଇମ୍ୟୁନି ଶକ୍ତି ବି ବଢାଇବାର କାର୍ଯ୍ୟ କରିଥାଏ ।

  1. ଅମୃତଭଣ୍ଡା ଜୁସରୁ କ’ଣ ଫାଇବା ପାଇବେ ଜାଣନ୍ତୁ – ଲେମ୍ବୁ ରସ ମିଶ୍ରିତ ଅମୃତଭଣ୍ଡା ଜୁସ୍ ପିଇବା ଦ୍ୱାରା ଶରୀରରେ ରକ୍ତ ସଂଚାଳନ ଠିକରେ ହୋଇଥାଏ ଏବଂ ହାର୍ଟଆଟାକ୍ ର ସମ୍ଭାବନା ମଧ୍ୟ କମ୍ ଥାଏ ।
  2. ଅମୃତଭଣ୍ଡା ଓ ଲେମ୍ବୁ ଜୁସ୍ ଶରୀରରୁ ଟକ୍ସିନ୍ସ ବାହାରକୁ କାଡିବାରେ ସାହାଯ୍ୟ କରିଥାଏ । ଏବଂ ଏହା ଦ୍ୱାରା ଚର୍ମ ଓ କେଶରେ ଉତ୍ତମତ୍ତା ଦେଖାଦେଇଥାଏ ।
  3. ଅମୃତଭଣ୍ଡାରେ ଥିବା ପପିନରୁ ଗ୍ୟାସ୍ ଓ କାଷ୍ଠିନ୍ୟତାର ସମସ୍ୟା ଦୂର ହୋଇଥାଏ ।
  4. ଅମୃତଭଣ୍ଡାରେ ଭିଟାମିନ୍-ସି ଭରପୂର ମାତ୍ରାରେ ଥାଏ । ଯାହାଦ୍ୱାରା ପୂରା ଦିନ ଫୂର୍ତ୍ତି ଲାଗିଥାଏ ଏବଂ ଦୁର୍ବଳତା କେବେ ଲାଗିନଥାଏ ।
  5. ଅମୃତଭଣ୍ଡାରେ ଲେମ୍ବୁର ରସ୍ ମିଶାଇ ପିଇବା ଦ୍ୱାରା ଗଣ୍ଠିର ଯନ୍ତ୍ରଣା ଦୂରହୋଇପାରେ ।
  6. ଅମୃତଭଣ୍ଡାରେ ଥିବା ପପାଇନ୍ ମହିଳାଙ୍କର ପିରିୟଡକୁ ରେଗୁଲାର କରିଥାଏ ଏବଂ ଏହି ସମୟରେ ହେଉଥିବା ଯନ୍ତ୍ରଣାରୁ ଉପଶମ ଦେଇଥାଏ ।
  7. ଅମୃତଭଣ୍ଡାର ଜୁସ୍ ଇମ୍ୟୁନିଟି ପାୱାରକୁ ବଢାଇବା ସହ ଶରୀରକୁ କୈାଣସି ଇନଫେକ୍ସନରୁ ରକ୍ଷା କରିପାରିବ।

ଗର୍ଭବତୀ ମହିଳାଙ୍କ ପାଇଁ ଅନେକ ଉପକାରୀ

ଲଙ୍କା ଅନେକ ଲୋକ ଖାଇବାକୁ ପସନ୍ଦ କରିନଥାନ୍ତି । ଆପଣ ଜାଣିଛନ୍ତି କି ଲାଲ ଲଙ୍କା ଶରୀର ପାଇଁ ଅନେକ ଉପକାରୀ । ଏହାର ରହିଛି ଅନେକ ଔଷଧୀୟ ଗୁଣ। ଆମିନୋ ଏସିଡ, ଫୋଲିକ ଏସିଡ, ସାଇଟ୍ରିକ ଏସିଡ, ମେଲୋନିକ ଏସିଡ ପରି ଏଥିରେ ରହିଛି ଆହୁରି ଅନେକ ଉପଯୋଗୀ ତତ୍ତ୍ୱ। ସବୁଜ ତଥା ସାଧାରଣ ଲଙ୍କାଠାରୁ ଲାଲ ଲଙ୍କା ବହୁଗୁଣ ଲାଭ ଦେଇଥାଏ। ଏବେ ଜାଣନ୍ତୁ ଏହାର କେତେକ ଉପକାରିତା

  • ମସଲାଯୁକ୍ତ ଖାଦ୍ୟ ଓଜନ ହ୍ରାସ କରେ କହିଲେ ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି। ମାତ୍ର ହଳଦୀ, ଲାଲଲଙ୍କା, ଗୋଲମରିଚ ପରି ମସଲା ସ୍ୱାସ୍ଥ୍ୟ ପାଇଁ ଲାଭପ୍ରଦ ହେବା ସହ ଏହା ଓଜନ ହ୍ରାସ କରିଥାଏ। ଏହି ମସଲାରେ ଫ୍ୟାଟ ଏବଂ କ୍ୟାଲୋରିର ମାତ୍ରା ବହୁତ କମ ରହିଥାଏ।
  • ଗର୍ଭବତୀମାନେ ଏହା ଖାଇବାକୁ ବାରଣ କରାଯାଇଥିଲେ ମଧ୍ୟ ଆବଶ୍ୟକ ମୁତାବକ ଖାଇବା ଦ୍ୱାରା ଏହା ଅନେକ ଲାଭ ଦେଇଥାଏ। ଏଥିରେ ପର୍ଯ୍ୟାପ୍ତ ମାତ୍ରାରେ ଫୋଲିକ ଏସିଡ ଥିବାରୁ ଗର୍ଭବତୀ ମହିଳା ଏହାକୁ ଖାଇବା ଦରକାର।
  • ଲାଲ ଲଙ୍କା ଉପଯୁକ୍ତ ପରିମାଣର ଖାଇବା ଦ୍ୱାରା ଏହା ବିଭିନ୍ନ ଗ୍ୟାସଟ୍ରିକ ସମସ୍ୟାରୁ ରକ୍ଷା କରିଥାଏ। କାରଣ ଏହା ଆମର ପାଚନ ଶକ୍ତିକୁ ବୃଦ୍ଧି କରିଥାଏ।
  • ଲାଲ୍ ଲଙ୍କା ରକ୍ତ ସଂଚାଳନକୁ ଠିକ ରଖିଥାଏ। ତେଣୁ ଏହା ଶୁଷ୍କ ତଥା ଅସମୟରେ ପାଚି ଯାଉଥିବା କେଶର ସୁରକ୍ଷା କରିଥାଏ। ଏହା କେଶକୁ ବଢ଼ିବାରେ ମଧ୍ୟ ସହାୟକ ହୋଇଥାଏ। ତେଣୁ କେଶଜନିତ ସମସ୍ୟା ଥିଲେ ନିଜର ଖାଦ୍ୟରେ ଲାଲ୍ ଲଙ୍କା ସାମିଲ୍ କରନ୍ତୁ।
  • ଲାଲ୍ ଲଙ୍କାକୁ କର୍କଟରୋଗ ନିରୋଧୀ ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ। ଏଥିରେ ଥିବା କେପସାସିନ ତତ୍ତ୍ୱ ଶରୀରରୁ କର୍କଟର କୋଷଗୁଡ଼ିକୁ ନଷ୍ଟ କରିବାରେ ସହାୟକ ହୋଇଥାଏ।
  • ଲାଲଲଙ୍କା ପ୍ରାକୃତିକ ଉପାୟରେ ରକ୍ତଚାପକୁ ହ୍ରାସ କରିଥାଏ। ଏହା ପ୍ଲେଟେସକୁ କମ୍ କରି ରକ୍ତର ପ୍ରବାହକୁ ସୁଗମ କରିଥାଏ।
  • ଅତ୍ୟଧିକ ମଦ୍ୟପାନ କରିଥିବା ବ୍ୟକ୍ତିର ହ୍ୟାଙ୍ଗଓଭର ତୁଟି ନ ଥିଲେ ଏହି ଲଙ୍କା ଖାଇବା ଦ୍ୱାରା ଏଥିରୁ ରକ୍ଷା ମିଳେ। ଏଥିପାଇଁ ସଂପୃକ୍ତ ବ୍ୟକ୍ତିକୁ ଦୁଇ ଚିମୁଟା ଲଙ୍କାଗୁଣ୍ଡ ଉଷୁମ ପାଣିରେ ମିଶାଇ ପିଇବାକୁ ଦିଅନ୍ତୁ।
  • କିଛି ଲୋକ ଯେତେ ଶୋଇଲେ ବି ସହଜରେ ସେମାନଙ୍କ ନିଦ ଛାଡ଼େ ନାହିଁ। ସେମାନଙ୍କ ନିଦ ଛଡ଼ାଇବା ପାଇଁ ରାତିରେ ଖାଇବା ପୂର୍ବରୁ ପାଣିରେ ଲାଲ ଲଙ୍କାଗୁଣ୍ଡକୁ ମିଶାଇ ସେଥିରୁ ତିନି ଚାରିବୁନ୍ଦା ସେବନ କରିବା ଦରକାର।
  • ପେଟରେ ଯନ୍ତ୍ରଣା ହେଉଥିଲେ ଗୁଡ଼ ସହ ଏହାର ସାମାନ୍ୟ ଗୁଣ୍ଡକୁ ମିଶାଇ ସେବନ କରିବା ଦ୍ୱାରା ଯନ୍ତ୍ରଣା ଦୂର ହୋଇଥାଏ।

ଗର୍ଭାବସ୍ଥାରେ କୋଲ୍ଡଡ୍ରିଙ୍କସ କ୍ଷତିକାରକ

ଗର୍ଭାଧାରଣ ସମୟରେ କେତେକ ମହିଳା ଖାଦ୍ୟପେୟ ପ୍ରତି ଠିକ ଭାବରେ ନଜର ଦେଇ ନ ଥାନ୍ତି । ଫଳରେ ସେମାନେ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି । କାରଣ ସେଭଳି ଖାଦ୍ୟ କେବଳ ମା’ ନୁହେଁ ଗର୍ଭସ୍ଥ ଶିଶୁ ପ୍ରତି ମଧ୍ୟ ବିପଦର କାରଣ ସାଜିପାରେ ତେଣୁ ଏହି ସମୟରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଖାଦ୍ୟ ଖାଇଲେ ମା’ ଏବଂ ପିଲା ଉଭୟ ସୁସ୍ଥ ରହିଥାଆନ୍ତି ।

ଆପଣ ଜାଣିଛନ୍ତି କି କୋଲ୍ଡଡ୍ରିଙ୍କସ ( ଥଣ୍ଡା ପାନୀୟ) ପିଲା ପାଇଁ କେତେ କ୍ଷତିକାରକ । ଇଂଲଣ୍ଡରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ ଯଦି ଜଣେ ମହିଲ ଗର୍ଭାବସ୍ଥା ସମୟରେ ଅଧିକ ପରିମାଣରେ କୋଲ୍ଡଡ୍ରିଙ୍କସ ପିଅନ୍ତି ତେବେ ଏହା ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଫଳରେ ଶିଶୁର ବଡି ମାସ ଇଣ୍ଡେକ୍ସ ( ବି. ଏମ.ଆଇ) ବଢିଯାଏ, ଯାହାଦ୍ଵାରା ଜନ୍ମପରେ ପିଲାଟି ମେଦବହୁଳତା ପରି ସମସ୍ୟାର ସମ୍ମୁଖୀନ ହେବାର ଯଥେଷ୍ଟ ଆଶଙ୍କା ରହିଛି । ଗର୍ଭଧାରଣ ସମୟରେ କୋଲ୍ଡଡ୍ରିଙ୍କସ ପିଉଥିବା ମହିଳାଙ୍କ ଦ୍ଵାରା ଜନ୍ମିତ ପିଲାଠାରେ ଶ୍ଵାସକ୍ରିୟାଜନିତ ସମସ୍ୟା ଦେଖାଯିବା ଆଶଙ୍କା ରହିଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏଥିପାଇଁ ଗର୍ଭବତୀମାନେ କୋଲ୍ଡଡ୍ରିଙ୍କସଠାରୁ ଦୂରେଇ ରହିବା ଭଲ । କାରଣ ସ୍ୱାସ୍ଥ୍ୟ ଲାଗି ଆଦୌ ଉପକାରୀ ନୁହେଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ପୁରୁଷ ମାନେ ଖାଆନ୍ତୁ ବାଦାମ

ବାଦାମ, କାଜୁ, ପେସ୍ତା ବାଦାମ ଆଦିରେ ବହୁତ ନ୍ୟୁଟ୍ରିୟଟ୍‌ସ ଭରପୁରମାତ୍ରାରେ ରହିଥାଏ। ଯାହାର ସକରାତ୍ମକ ପ୍ରଭାବ ପୁରୁଷମାନଙ୍କ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ । ଯେପରିକି:

  1. ପେସ୍ତାବାଦାମ: ଏଥିରେ ଓମେଗା ଥ୍ରୀ ଫ୍ୟାଟି ଏସିଡ଼, ଜିଙ୍କ ଏବଂ ସେଲେନିୟମ ଆଦି ରହିଥାଏ । ଯାହାକି ଶୁକ୍ରାଣୁ ବୃଦ୍ଧିରେ ସହାୟକ ହେବା ସହିତ ପୁରୁଷମାନଙ୍କୁ ସ୍ନେହି ସ୍ୱଭାବର ଏବଂ ରୋମାଣ୍ଟିକ ବନାଇଥାଏ ।
  2. ବାଦାମ: ଏଥିରେ ଫ୍ୟାଟର ପରିମାଣ ଅଧିକ ଏବଂ ଆଣ୍ଟିଅକ୍ସାଇଡ଼ କମ୍‌ ରହିଥାଏ । ଫଳରେ ପୁରୁଷମାନଙ୍କର ମେଦ ହ୍ରାସ ହୋଇଥାଏ । ଏହା ସହ ଶରୀରରେ ହରମୋନ୍‌ର ଉତ୍ପତି ତ୍ୱରାନ୍ୱିତ ହୋଇଥାଏ ।
  3. କାଜୁ ବାଦାମ: ଏଥିରେ ଫ୍ୟାଟର ପରିମାଣ କମ୍‌ ଏବଂ ଜିଙ୍କ ବହୁତ ମାତ୍ରାରେ ରହିଥାଏ। ଏହା ଖାଇବା ଦ୍ୱାରା ଓଜନ କଣ୍ଟ୍ରୋଲରେ ରହିଥାଏ । ଏହା ମଧ୍ୟ ଶୁକ୍ରାଣୁ ବୃଦ୍ଧିରେ ସହାୟକ ହୋଇଥାଏ । ଫଳରେ ଏହା ଆମକୁ ବନ୍ଧ୍ୟାଦୋଷ ପରି ସମସ୍ୟାରୁ ବଞ୍ଚାଇଥାଏ ।
  4. କିସ୍‌ମିସ୍‌: ଏଥିରେ ଆର୍ଜିନିନ୍‌ ବହୁତ ପରିମାଣରେ ରହିଥାଏ । କେବଳ ଏତିକି ନୁହେଁ ଗ୍ଲୁକୋଜ ଏବଂ ଫକ୍ଟୋଜ୍‌ର ମାତ୍ରା ଅଧିକ ଥାଏ। ଏହା ଖାଇବା ଦ୍ୱାରା ଆପଣ ପୁରାଦିନ କର୍ମଠ ତଥା ଶକ୍ତି ସମ୍ପନ୍ନ ରହିବେ।
  5. ଚିନାବାଦାମ: ଏତିରେ ପ୍ରୋଟିନ୍‌ ଏବଂ ଆର୍ଜିନିନ୍‌ ବହୁତ ପରିମାଣରେ ଥାଏ । ଯାହାକୁ ଖାଇବା ଦ୍ୱାରା ଆପଣଙ୍କର ମାଂସପେଶି ସୁଦୃଢ଼ ହୋଇଥାଏ । ବନ୍ଧ୍ୟାଦୋଷ ପରି ସମସ୍ୟା ପାଇଁ ମଧ୍ୟ ଏହା ଉପଯୋଗୀ ସାବ୍ୟସ୍ତ ହେବ ।
  6. ଖଜୁରି କୋଳି: ଏଥିରେ ଗ୍ଲୁକୋଜ, ଜିଭ୍କ ଏବଂ ଫ୍ଲେବୋନାଁଇଡ଼ସ୍‌ ରହିଥାଏ। ଏହାଦ୍ବାରା ପୁରୁଷଙ୍କ ଶରୀରର ଷ୍ଟାମିନା ବଢ଼ିଥାଏ । କେଶ ଝଡ଼ିବା ପରି ସମସ୍ୟାରୁ ମଧ୍ୟ ଏହା ବଞ୍ଚାଇ ପାରିବ ।

କ୍ଷୀରରେ କ୍ୟାଲସିୟମ ଏବଂ ଆଇରନ୍‌ର ମାତ୍ରା ଅଧିକ ଥାଏ । ଏହା ସହିତ ବାଦାମରେ କ୍ୟାଲସିୟମ୍‌, ମ୍ୟାଗ୍‌ନେସିୟମ ପରି ଉପାଦେୟ ଭିଟାମିନ୍‌ ଭରପୁର ମାତ୍ରାରେ ମିଳିଥାଏ । ତେବେ ପ୍ରଥମେ ବାଦାମକୁ ଗୁଣ୍ଡ କରି କ୍ଷରରେ ମିଶାନ୍ତୁ ଏବଂ କିଛି ସମୟ ଫୁଟାଇ ନିଅନ୍ତୁ। ପ୍ରତିଦିନ ଏହି ପରି କରି କ୍ଷୀରକୁ ପିଇବା ଦ୍ୱାରା ଅନେକ ଉପକାର ଆପଣମାନେ ପାଇପାରିବେ।

  1. ଏଥିରେ ଭରପୁର ମାତ୍ରାରେ କ୍ୟାଲସିୟମ ରହିଥାଏ । ଯାହାଦ୍ୱାରା ଆପଣ ଗଣ୍ଠିବିନ୍ଧା ପରି ସମସ୍ୟାରୁ ମୁକ୍ତିପାଇ ପାରିବେ ।
  2. ଏଥିରେ ପ୍ରୋଟିନ୍‌ର ମାତ୍ରା ଅଧିକ ଥାଏ । ଯାହାଦ୍ୱାରା ମାଂସପେଶୀ ସୁଦୃଢ଼ ହୋଇଥାଏ ।
  3. ବାଦାମ ମିଶା କ୍ଷୀର ପିଇବା ଦ୍ୱାରା କୋଲେଷ୍ଟ୍ରୋଲର ମାତ୍ରା କମିଥାଏ । ଯାହା ହାର୍ଟ ଆଟାର୍କ ପରି ସମସ୍ୟାରୁ ରକ୍ଷା କରିଥାଏ ।
  4. ଏଥିରେ ଥିବା କ୍ୟାଲସିୟମ୍‌ ଦ୍ୱାରା ଓଜନ ହ୍ରାସ ପାଇଥାଏ ।
  5. ଏଥିରେ ଥିବା ପୋଟାସିୟମ ଯୋଗୁଁ ବ୍ଲଡ଼ ପ୍ରେସର ତଥା ରକ୍ତ ଚାପ କଣ୍ଟ୍ରୋଲ ହେବାରେ ସହାୟକ ହୋଇଥାଏ ।
  6. ଏଥିରେ ଭିଟାମିନ୍‌ ସି’ର ମାତ୍ରା ଅଧିକ ଥାଏ । ଯାହାଫଳରେ ଏହା ତ୍ୱଚାର ସୁନ୍ଦରତା ବୃଦ୍ଧି କରାଇବାରେ ସହାୟକ ହୋଇଥାଏ ।
  7. ଏଥିରେ ଥିବା ଭିଟାମିନ୍‌ ଏ ଆଖିକୁ ସୁସ୍ଥ ରଖିଥାଏ ।
  8. ଏହା ପିଇବା ଦ୍ୱାରା ଖାଦ୍ୟ ପାଚନ ପ୍ରକ୍ରୀୟା ଠିକ୍‌ ହୋଇଥାଏ । ଯାହା ରୋଗ ଦାଉରୁ ରକ୍ଷା କରିଥାଏ

ଆଧାର : ସ୍ୱାସ୍ଥ୍ୟ ବ୍ୟୁରୋ

2.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top