ଏହା ଏକ ରୋଗ ନୁହେଁ, ତଥାପି ଏଥିଯୋଗୁଁ ଶରୀରରେ ଅନେକ ଜଟିଳ ଅବସ୍ଥା ଦେଖାଦିଏ । ଲୋକମାନେ ଏହାକ, ହେୟ ମନେ କରିଥାନ୍ତି । ଏଥିପାଇଁ କୌଣସି ଯାଦୁକରୀ ଆରୋଗ୍ୟ ବ୍ୟବସ୍ଥା ନାହିଁ, ତଥାପି ଅଧିକାଂଶ ରାଷ୍ଟ୍ରରେ ଏହାର ଆରୋଗ୍ୟ ପାଇଁ କେତେକ ଶିଳ୍ପର ଅଭିବୃଦ୍ଧି ଘଟିଛି । ସରକାର ଏହାର କୌଣସି ହିସାବ ରଖିନାହାନ୍ତି । ତଥାପି ଏହାକୁ ମହାମାରୀର ଆଖ୍ୟା ଦିଆଯାଇଛି । ଏହିସବୁ ବିଷୟରେ ଏକମାତ୍ର ଉତ୍ତର ହେଉଛି ମେଦବୃଦ୍ଧି ।
‘ମେଦବୃଦ୍ଧି’ ଅତ୍ୟଧିକ ଓଜନ ଏବଂ ଶରୀରର ସ୍ଥୂଳକାୟତାକୁ ଜନସାଧାରଣ ସମ୍ମୁଖୀନ ହେଉଥିବା ଦଶଟି ସବୁଠାରୁ ବିପଜ୍ଜନକ ସ୍ଵାସ୍ଥ୍ୟ ସମସ୍ୟା ମଧ୍ୟରେ ଅନ୍ୟତମ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ବିବେଚନା କରୁଛି । ଏହାଦ୍ଵାରା ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ବିପଜ୍ଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ସମଗ୍ର ବିଶ୍ଵରେ ୧ ବିଲିୟନରୁ ଅଧିକ ଲୋକ ମାତ୍ରାଧୁକ ଓଜନ ବିଶିଷ୍ଟ ଏବଂ ଅତିକମ୍ରେ ୩୦୦ ନିୟୁତ ଲୋକ ଡାକ୍ତରୀ ମତ ଅନୁଯାୟୀ ମେଦଯୁକ୍ତ । ବିଶ୍ଵସ୍ଵାସ୍ଥ୍ୟ ସଂଗଠନ ପକ୍ଷରୁ ଏହି ଅଟକଳ ପ୍ରସ୍ତୁତ କରାଯାଇଛି । ୧୯୮୦ରୁ ମେଦବୃଦ୍ଧି ହାର ତିନିଗୁଣ ଅଥବା ତା’ଠାରୁ ଅଧିକ ବୃଦ୍ଧି ପାଇଛି । ବିଶେଷକରି ଉତ୍ତର ଆମେରିକା, ବ୍ରିଟେନ୍, ପୂର୍ବ ୟୁରୋପ, ମଧ୍ୟପ୍ରାଚ୍ୟ, ଅଷ୍ଟ୍ରେଲିଆ ଏବଂ ଚୀନ୍ରେ ଏହା ଅଧିକ ପରିଲକ୍ଷିତ ହେଉଛି । ଏକ ନୂତନ ପରିସଂଖ୍ୟାନରୁ ଜଣାଯାଇଛି ଯେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ବିଶେଷକରି ଯୁବଗୋଷ୍ଠୀଙ୍କ ଠାରୁ ଏହି ସମସ୍ୟା ଏବେ ଅଧିକ ରୁ ଅଧିକ ପରିଲକ୍ଷିତ ହେଉଛି । ସାଧାରଣରେ ଯାହା ବିଶ୍ଵାସ କରାଯାଏ ତା’ଠାରୁ ଏହି ସମସ୍ୟା ଅଧିକ ଭୟଙ୍କର । ମେଦବୃଦ୍ଧି ଯୋଗୁଁ ଅନେକ ରୋଗ ସୃଷ୍ଟି ହୋଇଥାଏ । ସେଥିପାଇଁ ମେଦବୃଦ୍ଧି ହେଉଛି ବିଭିନ୍ନ ସ୍ଵାସ୍ଥ୍ୟ ସମସ୍ୟାର ମୂଳ କାରଣ । ବିଶେଷଜ୍ଞମାନଙ୍କର ବିଶ୍ଵାସ ଯେ, ମୁକ୍ତ ଶର୍କରା ଏବଂ ଚର୍ବିଯୁକ୍ତ ଖାଦ୍ୟ ପରିମାଣରେ ବୃଦ୍ଧି ସାଙ୍ଗକୁ ଶାରୀରିକ କାର୍ଯ୍ୟକଳାପରେ ହ୍ରାସ ଘଟିବା କାରଣରୁ ମେଦବୃଦ୍ଧି ଘଟୁଛି । ଏଥିଯୋଗୁଁ ଶରୀର ଓଜନ ବୃଦ୍ଧି ସାଙ୍ଗକୁ ମେଦବୃଦ୍ଧି ଘଟୁଛି ଏବଂ ରକ୍ତଚାପ, କୋଲେଷ୍ଟେରଲ, ଟ୍ରାଇପ୍ଲିସେରାଇଡସ ଓ ହନମୁଲିନ୍ ପ୍ରତିରୋଧକ କ୍ଷମତା ଉପରେ ପ୍ରତିକୂଳ ପ୍ରଭାବ ପଡ଼ୁଛି ।
ଶରୀରର ମେଦବୃଦ୍ଧି ସହିତ କରୋନାରୀ ହୃଦ୍ରୋଗ, ହୃଦ୍ଘାତ ଏବଂ ଟାଇପ୍-୨ ମଧୁମେହ ରୋଗର ଆଶଙ୍କା ମଧ୍ୟ ବଢ଼ିଚାଲେ । ସଂପ୍ରତି ମେଦବୃଦ୍ଧି ଘଟିଥିବା ପିଲାଙ୍କଠାରେ ମଧ୍ୟ ଟାଇପ୍-୨ ମଧୁମେହ ହୋଇଥିବା ଲକ୍ଷ୍ୟ କରାଯାଉଛି । ଶରୀରର ଆବଶ୍ୟକତା ଅନୁଯାୟୀ ଓଜନ ହ୍ରାସ ଦ୍ୱାରା ରକ୍ତଚାପ ହ୍ରାସ ସହିତ ଅନାବଶ୍ୟକ ରକ୍ତ କୋଲେଷ୍ଟରଲ ମଧ୍ୟ ହ୍ରାସପାଏ ଏବଂ ଏହାଦ୍ଵାରା ଟାଇପ୍-୨ ମଧୁମେହ ହେବାର ଆଶଙ୍କା ହ୍ରାସ ପାଇଥାଏ । ଶରୀରରେ ମେଦବୃଦ୍ଧି ଯୋଗୁ ସ୍ତନ କର୍କଟ, ପ୍ରୋଷ୍ଟେଟ, ଏଣ୍ଡୋମେଟ୍ରିୟମ୍, ବୃକକ୍ ଏବଂ ପୀତକୋଷ କର୍କଟ ହେବାର ଆଶଙ୍କା ବୃଦ୍ଧି ପାଏ । ଯଦିଓ ଯେଉଁ କାରଣରୁ ଏଭଳି ଗୁରୁତର ରୋଗ ସୃଷ୍ଟି ହେବାର ଆଶଙ୍କା ରହୁଛି ତାହାକୁ ଏପର୍ଯ୍ୟନ୍ତ ପୂର୍ଣ୍ଣ ଭାବରେ ବୁଝିବା ସମ୍ଭବ ହୋଇପାରିନାହିଁ, ତଥାପି ଏଗୁଡ଼ିକ ମେଦବୃଦ୍ଧିଜନିତ ହମୋନ ପରିବର୍ତ୍ତନ ଯୋଗୁଁ ହୋଇଥାଇପାରେ । କ୍ରମାଗତ ଭାବେ ଶରୀର ଅଧିକ ଓଜନ ବିଶିଷ୍ଟ ରହିବା ଏବଂ ମେଦବୃଦ୍ଧି ଘଟିବା କାରଣରୁ ଅଞ୍ଚିଓ ଆର୍ଥ୍ରାଇଟିସ୍ ମଧ୍ୟ ହୋଇଥାଏ । ଏହା ବୟସ୍କ ଲୋକଙ୍କଠାରେ ଶାରୀରିକ ଅକ୍ଷମତାର ଏକ ମୁଖ୍ୟ କାରଣ ।
‘ବଡ଼ି ମାସ ଇଣ୍ଡକ୍ସ’ (ବିଏଆଇ) ଭଳି ଏକ ଓଜନ/ ଉଚ୍ଚତା ସୂତ୍ରକୁ ବ୍ୟବହାର କରି ଶରୀରର ଅଧିକ ଓଜନ ଏବଂ ମେଦବୃଦ୍ଧି ସଂପର୍କରେ ଆକଳନ କରାଯାଇପାରେ । ବିଶ୍ୱସ୍ଵାସ୍ଥ୍ୟ ସଂଗଠନ ପକ୍ଷରୁ ଶରୀରର ଅଧିକ ଓଜନକୁ ଅନ୍ୟୁନ ୨୫ କି.ଗ୍ରା./ବର୍ଗ ମିଟର ଏବଂ ମେଦବୃଦ୍ଧିକୁ ଅନ୍ୟୁନ ୩ କି.ଗ୍ରା/ବର୍ଗ ମିଟର ଭାବରେ ଧାର୍ଯ୍ୟ କରାଯାଇଛି । ଏହି ସୂଚକଗୁଡ଼ିକ ଆକଳନ ପାଇଁ ସାଧାରଣ ଭିଭି ଯୋଗାଇ ଦେଇଥାଏ । କିନ୍ତୁ ସମସ୍ତ କ୍ଷେତ୍ରରେ ରୋଗ ସୃଷ୍ଟି ହେବାର ଆଶଙ୍କା ବି.ଏମ୍.ଆଇ. ସ୍ତର ୨୦-୨୨ କି.ଗ୍ରା. ବର୍ଗମିଟରରୁ ଆରମ୍ଭ ହୋଇଥାଏ । ମଧ୍ୟବୟସ୍କ ଏବଂ ବୟସ୍କଙ୍କ କ୍ଷେତ୍ରରେ ବି.ଏମ୍.ଆଇ.ର ବୃଦ୍ଧି ଘଟିଥାଏ ଏବଂ ଏମାନେ ଜଟିଳ ସ୍ଵାସ୍ଥ୍ୟଗତ ସମସ୍ୟା ସମ୍ମୁଖୀନ ହେବାର ଅଧିକ ସମ୍ଭାବନା ଥାଏ ।
ସମଗ୍ର ବିଶ୍ୱରେ ମଧୁମେହରେ ଆକ୍ରାନ୍ତ ଲୋକଙ୍କ ମଧ୍ୟରୁ ପ୍ରାୟ ୫୮ ପ୍ରତିଶତ ଲୋକ, ହୃଦରୋଗରେ ଆକ୍ରାନ୍ତ ହେଉଥିବା ଲୋକଙ୍କ ମଧ୍ୟରୁ ୨୧ ପ୍ରତିଶତ ଏବଂ କର୍କଟ ରୋଗରେ ଆକ୍ରାନ୍ତ ହେଉଥିବା ଲୋକଙ୍କ ମଧ୍ୟରୁ ୮ରୁ ୪୨ ପ୍ରତିଶତ ଲୋକ ମେଦବୃଦ୍ଧି ଏବଂ ଶରୀରର ଘୂଳକାୟତା ଯୋଗୁ ଏହି ରୋଗର ସମ୍ମୁଖୀନ ହୋଇଥାନ୍ତି । ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ସ୍ଥୂଳକାୟତା ଏବଂ ମେଦବୃଦ୍ଧି ପାଇଁ ରହିଥିବା ସୂଚକ ଭିନ୍ନ ବୋଲି ଜଣାଯାଇଛି ।
ଶରୀରରେ ଶକ୍ତିର ସନ୍ତୁଳନ ସହିତ ମଧ୍ୟ ମେଦବୃଦ୍ଧିର ସଂପର୍କ ରହିଛି । ଆମ ଶରୀର ସାଧାରଣତଃ ପ୍ରତିଦିନ ପ୍ରାୟ ୧୬୦୦ କ୍ୟାଲୋରୀ ଶକ୍ତି ଆବଶ୍ୟକ କରିଥାଏ । ଆମେ ଯେଉଁ ଖାଦ୍ୟ ଖାଉ ତାହା କ୍ୟାଲେରୀରେ ରୂପାନ୍ତରିତ ହୋଇ ବିଭିନ୍ନ ଶରୀରିକ କାର୍ଯ୍ୟରେ ବ୍ୟବହାର ହୋଇଥାଏ । ଯେତେବେଳେ କ୍ୟାଲୋରୀ ଦୃଷ୍ଟିରୁ ଆମେ ଅଧିକ ଖାଦ୍ୟ ଖାଉ, ସେତେବେଳେ ଶରୀର ଏହି କ୍ୟାଲୋରୀକୁ ଚର୍ବିରେ ରୂପାନ୍ତରିତ କରେ । ପ୍ରାୟ ୯ କ୍ୟାଲୋରୀରୁ ୧ ଗ୍ରାମ ଚର୍ବ ସୃଷ୍ଟି । ହୁଏ । ଡାକ୍ତରୀ ଭାଷାରେ ଚର୍ବି କୋଷ ଗୁଡ଼ିକୁ ଆଡିପୋଜ୍ ଟିସ୍ୟୁ କୁହାଯାଏ । ଏଗୁଡ଼ିକ ଚର୍ମତଳେ ଜମା ହୋଇ ରହେ । ମସ୍ତିଷ୍କ ଦ୍ଵାରା ସମସ୍ତ ଆହରଣ ନିୟନ୍ତ୍ରଣ ପ୍ରକ୍ରିୟା ପରିଚାଳିତ ହୋଇଥାଏ । ଏହାପରେ ହରମୋନ୍ ଜନିତ କରଣରୁ ମେଦ ବୃଦ୍ଧି ଘଟି ଥାଏ । ହାଇପୋଥାଇରଏଡ଼ିଜି, ଗର୍ଭଧାରଣ, ଋତୁସ୍ରାବ ବନ୍ଦ ଭଳି ପରିସ୍ଥିତିରେ ଲୋକଙ୍କର ଓଜନ ସାଧାରଣତଃ ବୃଦ୍ଧି ପାଇଥାଏ ।
ଆମର ପରିବର୍ତ୍ତିତ ଜୀବନଯାପନ ଶୈଳୀ ସହିତ ମେଦବୃଦ୍ଧିର ଅନେକ ସଂପର୍କ ରହିଛି । ତଥାପି ବୈଜ୍ଞାନିକମାନେ ମେଦବୃଦ୍ଧିର ବଂଶଗତ ଭିଭି ଯୋଡ଼ିବାକୁ ଚେଷ୍ଟା କରୁଛନ୍ତି । ସେମାନେ ଏଭଳି ଗୁଣସୂତ୍ର ସନ୍ଧାନରେ ଅଛନ୍ତି ଯାହା କିଛି ଲୋକଙ୍କଠାରେ ମେଦବୃଦ୍ଧିର କାରଣ ହେଉଛି ବିଗତ ବର୍ଷ ମାନଙ୍କରେ ଏଦିଗରେ ଗୁରୁତ୍ଵପୂର୍ଣ୍ଣ ଅଗ୍ରଗତି ଘଟିଛି । ଏହିଭଳି ଏକ ଗୁରୁତ୍ଵପୂର୍ଣ୍ଣ ଆବିଷ୍କାର ହେଉଛି ସ୍ଵାଇଟ୍ ଆଡିହପୋଜ ଟିପ୍ଲୀ (ଡବ୍ଲ୍ୟୁଏଟି) । ସାଧାରଣରେ ବିଶ୍ଵାସ ଥିଲା ସେ ଡବ୍ଲ୍ୟୁଏଟି ଏକ ଚର୍ବି ମହଜୁତ୍ର ଭଣ୍ଡାର । କିନ୍ତୁ ଏବେ ସେହି ଧାରଣା ବଦଳି ଯାଇଛି ଏବଂ ଜାଣିବାକୁ ମିଳିଛି ଏହା ଏକ ଏଣ୍ଡୋକ୍ରାଇନ୍ ଅର୍ଗାନ୍ । ଏହା ମସ୍ତିଷ୍କ ଏବଂ ଏହାର ଚତୁପାର୍ଶ୍ୱରେ ଥିବା ଟିଆଂଗୁଡ଼ିକ ସହିତ ଲେଫଟିନ ହରମୋନ୍ କ୍ଷରଣ ଜରିଆରେ ସଂପର୍କରେ ରଖିଥାଏ । ବୈଜ୍ଞାନିକମାନଙ୍କର ବିଶ୍ଵାସ ଯେ ଲେଫ୍ଟିନ୍ ଶରୀରରେ ଶକ୍ତି ସନ୍ତୁଳନ ନିୟନ୍ତ୍ରଣ କରିବାରେ ଭୂମିକା ଗ୍ରହଣ କରିଥାଏ । ଆଉ କେତେକଙ୍କର ବିଶ୍ଵାସ ଯେ ବଂଶଗତ, ଅସ୍ଵାଭାବିକ ଖାଦ୍ୟ ଖାଇବା ପ୍ରଭୃତି, ଶାରୀରିକ ବ୍ୟାୟାମର ଅଭାବ ଏବଂ ସାଂସ୍କୃତିକ ପ୍ରଭାବ ପ୍ରଭୃତି କାରଣରୁ ଶରୀରର ମେଦବୃଦ୍ଧି ଘଟିଥାଏ । ଖାଦ୍ୟ ଖାଇବା, ଔଷଧ ସେବନ, ଅସ୍ତ୍ରୋପଚାର ଏବଂ ବ୍ୟୟବହୁଳ ଓଜନହ୍ରାସକାରୀ କାର୍ଯ୍ୟକ୍ରମକୁ ମେଦବୃଦ୍ଧି ସମସ୍ୟାର ସମ୍ଭାବ୍ୟ ସମାଧାନ ପନ୍ଥା ଭାବରେ ବିବେଚନା କରାଯାଉଛି । ବିଶ୍ଵସ୍ଵାସ୍ଥ୍ୟ ସଂଗଠନ ପକ୍ଷରୁ ଗଠିତ ୩୦ ଜଣିଆ ଆନ୍ତର୍ଜାତିକ ବିଶେଷଜ୍ଞ ମଣ୍ଡଳୀ ଏକ ସୁସ୍ଥ ଖାଦ୍ୟ ତାଲିକା ପ୍ରସ୍ତୁତ କରିଛନ୍ତି । ଏଥିରେ ଜଣେ ଦୈନିକ ଖାଉଥିବା ଖାଦ୍ୟରେ ଚର୍ବି ପରିମାଣ ୧୫ରୁ ୩୦ ପ୍ରତିଶତ ମଧ୍ୟରେ ସୀମିତ ରଖିବାକୁ କୁହାଯାଇଛି । ଅନୁରୂପ ଭାବେ ମୁକ୍ତ ଶର୍କରା ପରିମାଣକୁ ୧୦ ପ୍ରତିଶତରୁ କମ୍ ରଖିବାକୁ ପରାମର୍ଶ ଦିଆଯାଇଛି । ପ୍ରତିଦିନ ଜଣକର ଖାଦ୍ୟରେ ଆୟୋଡିନ୍ ଯୁକ୍ତଲୁଣ ୫ ଗ୍ରାମରୁ କମ୍ ରହିବା ଉଚିତ । ସେହିଭଳି ଫଳ, ପନିପରିବା ଦୈନିକ ୪୦୦ ଗ୍ରାମ୍, ପ୍ରୋଟିନ୍ ୧୦ରୁ ୧୫ ପ୍ରତିଶତ ରହିବା ଆବଶ୍ୟକ । ତା’ ସହିତ ଜଣେ କେତେ ଶକ୍ତି ଖର୍ଚ୍ଚ କରୁଛନ୍ତି ତାହା ତାଙ୍କ ଶାରୀରିକ କାର୍ଯ୍ୟକଳାପ ଉପରେ ନିର୍ଭର କରୁଛି । ଚାଲିବା ଭଳି ଦିନକୁ ଏକ ଘଣ୍ଟା ମଧ୍ୟମ ଧରଣର ପରିଶ୍ରମ ଏକ ସୁସ୍ଥ ଶରୀର ବଜାୟ ରଖିବାପାଇଁ ନିତାନ୍ତ ଆବଶ୍ୟକ ।
ଆଧାର - ଇ ମଗାଜିନ
Last Modified : 4/26/2020