অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମ୍ୟାଲେରିଆ

ଉପକ୍ରମ

ମ୍ୟାଲେରିଆ, ମଶା କାମୁଡିବା ଦ୍ଵାରା ବ୍ୟାପୁଥିବା ଏକ ମାରାତ୍ମକ ରୋଗ । ମ୍ୟାଲେରିଆ ପ୍ରବଣ ଅଞ୍ଚଳରେ ଏହି ରୋଗ ଶିଶୁର ମୃତ୍ୟୁ ଓ ତାର ବିକାଶରେ ବାଧକ ସୃଷ୍ଟି କରିବାର ମୁଖ୍ୟ କାରଣ ହୋଇପାରେ । ଗର୍ଭବତୀ ମହିଳାଙ୍କ ପାଇଁ ମ୍ୟାଲେରିଆ ବିଶେଷ ରୂପରେ ବିପଦପୂର୍ଣ୍ଣ ଅଟେ ।

ମ୍ୟାଲେରିଆ ହେବା ଦ୍ଵାରା ରକ୍ତ କମ୍ ହେବା ଯୋଗୁଁ ଅନେକ ବିପଦ ଦେଖାଯାଏ । ଯେପରିକି ଗର୍ଭପାତ ହୋଇପାରେ, ମୃତ ଶିଶୁ ଜନ୍ମ ହୋଇପାରେ, ଜନ୍ମ ସମୟରେ ଶିଶୁର ଓଜନ କମ୍ ହୋଇପାରେ ଏବଂ ମାଆର ଜୀବନ ମଧ୍ୟ ଚାଲି ଯାଇପାରେ ।

ମ୍ୟାଲେରିଆର ଦୂରୀକରଣ ଏବଂ ଠିକ୍ ସମୟରେ ଚିକିତ୍ସା କାଲେ ବହୁତ ଲୋକଙ୍କ ଜୀବନ ରକ୍ଷା କରାଯାଇପାରିବ ।

ମୁଖ୍ୟ ସୂଚନା

  • ମଶା କାମୁଡିବା ଦ୍ଵାରା ମ୍ୟାଲେରିଆ ବ୍ୟାପେ । ମଶା କାମୁଡିବାର ରକ୍ଷା ପାଇବାର ସବୁଠାରୁ ଭଲ ଉପାୟ ହେଉଛି, କୀଟନାଶକ ଔଷଧରେ ଭିଜାଇ, ଶୁଖାଇ ଅର୍ଥାତ୍ ଉପଚାରିତ ମଶାରୀ ଟାଣି ଶୋଇବା ।
  • ମ୍ୟାଲେରିଆପ୍ରବନାଞ୍ଚଳରେ ପିଲାଙ୍କ ପାଇଁ ଅଧିକ ବିପଦ ଥାଏ । ଯଦି ଶିଶୁକୁ ଜ୍ଵର ଆସେ ତେବେ ପ୍ରଶିକ୍ଷିତ ସ୍ୱାସ୍ଥ୍ୟକର୍ମୀ ଶୀଘ୍ର ତାର ପରୀକ୍ଷା କରିବା ଦରକାର ଏବଂ ଯେତେ ଶୀଘ୍ର ସମ୍ଭବ ତାକୁ ମ୍ୟାଲେରିଆରୁ ରକ୍ଷା ପାଇବା ପାଇଁ ଉପଯୁକ୍ତ ଔଷଧ ଦେବା ଉଚିତ୍ ।
  • ଗର୍ଭବତୀ ମହିଳାଙ୍କ ପାଇଁ ମ୍ୟାଲେରିଆ ଖୁବ୍ ବିପଦଜନକ ଅଟେ । ମ୍ୟାଲେରିଆ ପ୍ରବଣ ଅଞ୍ଚଳମାନଙ୍କରେ ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟକର୍ମୀଙ୍କ ପରାମର୍ଶ ଅନୁଯାୟୀ ମ୍ୟାଲେରିଆରୁ ରକ୍ଷା ପାଇବା ପାଇଁ ବଟିକା ଖାଇବା ଉଚିତ୍ ।
  • ମ୍ୟାଲେରିଆରେ ପୀଡିତ କିମ୍ବା ତା’ପରେ ଭଲ ହୋଇ ଯାଇଥିବା ଶିଶୁକୁ ବହୁତ୍ ଖାଦ୍ୟପନୀୟ ଦେବା ଉଚିତ୍ ।
  • ମସାମାନଙ୍କର ବଂଶବୃଦ୍ଧିକୁ ରୋକିବା ପାଇଁ ପରିବାର ଓ ଗୋଷ୍ଠୀସ୍ତର ରେ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣକରି ମ୍ୟାଲେରିଆ ବ୍ୟାପକତାକୁ ହ୍ରାସ କରାଯାଇପାରିବ ।

ସମସ୍ତେ ଜାଣିବା ଦରକାର

ଯଦି ଚିକିତ୍ସା ପରେ ମଧ୍ୟ ମ୍ୟାଲେରିଆର ଲକ୍ଷଣ ଦେଖାଯାଏ, ତେବେ ଶିଶୁକୁ ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ଡାକ୍ତରଖାନା ନେଇ ଦେଖାଇବା ଦରକାର । ହୋଇପାରେ କି :

  • ଶିଶୁକୁ ପୂର୍ଣ୍ଣ ମାତ୍ରାରେ ଔଷଧ ମିଲୁନଥାଇ ପାରେ ।
  • ଶିଶୁକୁ ମ୍ୟାଲେରିଆ ବ୍ୟତୀତ ଅନ୍ୟ କୌଣସି ରୋଗ ହୋଇଥାଇପାରେ ।
  • ମ୍ୟାଲେରିଆ ଉପରେ ଔଷଧର ପ୍ରଭାବ ପଡୁ ନଥାଇପାରେ କିମ୍ବା ଶିଶୁକୁ ଅନ୍ୟ କୌଣସି ଔଷଧର ଆବଶ୍ୟକତା ହେଉଥାଇପାରେ ।

ଜ୍ଵର ବେଳେ ଶିଶୁକୁ ଥଣ୍ଡା ରଖିବା

ଶିଶୁକୁ ଯେତେବେଳେ ପର୍ଯ୍ୟନ୍ତ ଜ୍ଵର ରହେ, ସେତେବେଳ ପର୍ଯ୍ୟନ୍ତ ତା ଶରୀରକୁ ଥଣ୍ଡା ରଖିବା ପାଇଁ :

  • ସତେଜ ପାଣିରେ ପୋଛିବା କିମ୍ବା ଗାଧୋଇ ଦେବା ଦରକାର । ପାଣି ଥଣ୍ଡା ହୋଇ ନଥିବା ଦରକାର ।
  • ଶିଶୁକୁ ଅଳ୍ପ କନାରେକିମ୍ବା ଗୋଟିଏ କମ୍ବଳ ଘୋଡାଇବା

ମଶା ସଂଖ୍ୟା କମ୍ ହେବା ଲାଗି

  • ପାଣି ଜମା ହେଉଥିବା ସ୍ଥାନଗୁଡିକୁ ପୋତି ପକାନ୍ତୁ କିମ୍ବା ସେଠାରୁ ପାଣି ବାହାର କରି ଦିଅନ୍ତୁ ।
  • ପଣି ରଖୁଥିବା ପାତ୍ର କିମ୍ବା ଟାଙ୍କିକୁ ଘୋଡାଇ ରଖନ୍ତୁ । ଘରର ଚତୁଃପାର୍ଶ୍ଵରେ ଥିବା ବୁହା ଲଟାକୁ ପରିଷ୍କାର କରିଦିଅନ୍ତୁ ।

ଆଧାର : ନ୍ୟାସନାଲ ହେଲଥ ମିଶନ

Last Modified : 12/11/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate