ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ରୋଗ ଉପଶମ ପାଇଁ ଫଳ
ସେଆର କରନ୍ତୁ

ରୋଗ ଉପଶମ ପାଇଁ ଫଳ

ରୋଗ ଉପଶମ ପାଇଁ ଫଳ ସମ୍ବନ୍ଧରେ ସୂଚନା ।

ଫଳରସ

ତେଲଛଣା, ଭଜା, ମିଠା ଓ ରାଗ ଅଧିକ ଖାଇବା ଯୋଗୁ ଏସିଡିଟି ହୋଇଥାଏ । ଏହାକୁ ଦୂର କରିବା ପାଇଁ ବଜାରରେ ଔଷଧ ମିଳୁଛି । ମାତ୍ର ଆମ ହାତ ପାଖରେ ଏପରି ପନିପରିବା ଓ ଫଳ ରହିଛି; ଯାହା ରସକୁ ଲଗାତର ପିଇଲେ ଏସିଡିଟି ଦୂର ହୋଇଥାଏ । ବନ୍ଧାକୋବି ଓ ଗାଜର ରସକୁ ମିଶାଇ ପିଇଲେ ଏସିଡିଟିରୁ ଆରୋଗ୍ୟ ମିଳେ । ଏହାଛଡା ସେଓ, କାକୁଡି ଓ ତରଭୁଜ ରସକୁ ମିଶାଇ ପିଇଲେ ଏସିଡିଟିରୁ ରକ୍ଷା ମିଳେ ।

ସେଓ, ପିଜୁଳି, କମଳା ଆଦି ପିଇଲେ ଏହି ରୋଗରୁ ମୁକ୍ତି ମିଳେ ପାଇରିଆ ଅନ୍ୟ ଏକ ଦାନ୍ତ ରୋଗ । ଏହି ରୋଗ ହେଲେ ଦାନ୍ତ ମୂଳରୁ ରକ୍ତ ଝରିବା ସହ ପାଟିରୁ ଦୁର୍ଗନ୍ଧ ସୃଷ୍ଟି ହୋଇଥାଏ।

ପିଜୁଳି

ବିଭିନ୍ନ ପ୍ରକାର ରୋଗ ଦୂର କରିବାରେ ପିଜୁଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ । ପିଜୁଳିରେ ପ୍ରଚୁର ମାତ୍ରାରେ ଭିଟାମିନ୍ ଓ କାର୍ବୋହାଇଡ୍ରେଟ୍ ରହିଛି । ଏଥିରେ ଭିଟାମିନ୍ ସି ମଧ୍ୟ ଭରପୁର ମାତ୍ରାରେ ରହିଛି । ପାଚିଲା ପିଜୁଳିରେ ପୌଷ୍ଟିକ୍ ତତ୍ତ୍ଵ ଅଧିକ ଥାଏ ଏହା ହେମୋଗ୍ଲୋବିନ୍ ର ମାତ୍ରାକୁ ବୃଦ୍ଧି କରେ । ପ୍ରତିଦିନ ଗୋଟିଏ ପିଜୁଳି ଶରୀରକୁ ଚାରିଗୁଣା ଭିଟାମିନ୍ ଯୋଗାଇଥାଏ । ତେବେ ପିଜୁଳି ଖାଇବା ଦ୍ଵାରା କି କି ଉପକାର ମିଳିଥାଏ ଜାଣିବା ।

ଉପକାରିତା

  • ଦ୍ରୁଷ୍ଟି ଶକ୍ତି ବୃଦ୍ଧି
  • ଡାଇରିଆରୁ ମୁକ୍ତି
  • ଦାନ୍ତ ରୋଗ ଦୂର
  • ସ୍ତନ କର୍କଟ ଦୂର
  • ମେଦ ହ୍ରାସ
  • ତ୍ଵଚା ରଙ୍ଗ ଉଜ୍ଜ୍ଵଳ
  • ମସ୍ତିଷ୍କ ସକ୍ରିୟ ହୁଏ, ଥାଇରଏଡ୍ ରୁ ମୁକ୍ତି
  • ସୁଗାର ସ୍ତର ନିୟନ୍ତ୍ରଣରେ ରହେ
  • ପାଚନ କ୍ରିୟା ବୃଦ୍ଧି
  • ଥଣ୍ଡା ଓ ଭୂତାଣୁ ସଂକ୍ରମଣରୁ ରକ୍ଷା କରେ

କ'ଣ ରହିଛି ୧୦୦ ଗ୍ରାମ ପିଜୁଳିରେ

ପୋଷକ ତତ୍ତ୍ଵ (%) ତନ୍ତୁ – ୨୨,ପ୍ରୋଟିନ୍ – ୫, କ୍ୟାଲୋରୀ – ୩, ମିନେରାଲ୍ସ (%), ଫସ୍ ଫରସ୍ – ୩, ପୋଟାସିୟମ୍ – ୩, କପର – ୩, ମ୍ୟାଗେନିଜ୍ – ୩, ମ୍ୟାଗ୍ନେସିୟମ – ୩, ଭିଟାମିନ୍ସ (%), ଭିଟାମିନ୍ ସି – ୩୮୦, ଭିଟାମିନ୍ – ଏ ୧୨, ଫୋଲିକ୍ ଏସିଡ୍ – ୧୨, ଭିଟାମିନ୍ ଏବି – ୫, ଭିଟାମିନ୍ ଇ – ୪

ଉପକାରିତା

  • ମଧୁମେହ ରୋଗ ପାଇଁ ପିଜୁଳି ପତ୍ରର କାଢା ଏକ ଅକାଟ୍ୟ ଔଷଧ ଭାବରେ କାମ କରେ । ଏହାର ଲଗାତାର ସେବନ ଶରୀରରେ ଇନସୁଲିନର ସ୍ତରକୁ ନବଢାଇ ଗ୍ଲୁକୋଜକୁ ନିୟନ୍ତ୍ରିତ କରିଥାଏ ।
  • ଏହା ଦାନ୍ତ ଓ ମାଢି ସମ୍ବନ୍ଧୀୟ ଅନେକ ରୋଗକୁ ଭଲ କରିଥାଏ ।
  • ପିଜୁଳି ପତ୍ରକୁ ବାଟି ଏହାର ପେଷ୍ଟକୁ ମୁହଁରେ ଲଗାଇଲେ ବ୍ରଣ ଭଲ ହୋଇଥାଏ ।
  • ଚୁଟି ଝଡିବା ବନ୍ଦ କରିବାରେ ସହାୟକ ହୋଇଥାଏ ପିଜୁଳି ପତ୍ର । ଏହାକୁ ପାଣିରେ ଫୁଟାଇ ଏହି ପାଣିକୁ ମୁଣ୍ଡରେ ଲଗାଇ ମାଲିସ୍ କଲେ ଅନେକ ଫାଇଦା ମିଳିଥାଏ ।
  • ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ । ପୁରା ଶରୀରରେ ରକ୍ତର ପ୍ରବାହକୁ ସନ୍ତୁଳିତ ରଖିଥାଏ ।
  • ଏହି ପତ୍ର ହାନୀକାରକ କୃମି ନାଶକ ମଧ୍ୟ । ଏହାକୁ ନିୟମିତ ଚୋବାଇଲେ ଶରୀରକୁ କ୍ଷତି ପହଂଚାଉଥିବା କୃମିକୁ ନଷ୍ଟ  କରିଥାଏ ।
  • ଏହି ପତ୍ରକୁ ଚୋବାଇଲେ ପାଚନ ପ୍ରକ୍ରିୟା ମଜଭୁତ ହୋଇଥାଏ । ଏହା ସହ କୋଷ୍ଠକାଠିନ୍ୟ ଦୂର କରିବାରେ ସାହାଯ୍ୟ
  • କରିଥାଏ ।

ସେଓ

ସ୍ୱାସ୍ଥ୍ୟ ପାଇଁ ସେଓ ଅତି ହିତକର । ପ୍ରତି ୧୦୦ ଗ୍ରାମ ସେଓରେ ୮୫ ପ୍ରତିଶତ ଜଳୀୟ ଅଂଶ ରହିଛି । ସେହିପରି ଏଥିରେ ୦.୨ ଗ୍ରାମ ପୁଷ୍ଟିସାର, ୦.୫ ଗ୍ରାମ ସ୍ନେହସାର, ୧୩.୪ ଗ୍ରାମ ଶ୍ଵେତସାର, ୧.୦ ଗ୍ରାମ ତନ୍ତୁ, ୫୯ କିଲୋକ୍ୟାଲୋରି, ୧ ମି.ଗ୍ରା ଭିଟାମିନ ସି, ୭୫ ମି.ଗ୍ରା ପଟାସିୟମ, ୨୮ମି.ଗ୍ରା ସୋଡିୟମ ୭.୦ ମି.ଗ୍ରା ମ୍ୟାଗ୍ନେସିୟମ ୧୦ ମି.ଗ୍ରା କ୍ୟାଲସିୟମ, ୦.୭ ମି.ଗ୍ରା ଫସଫରସ ଏବଂ ୦.୭ ମି.ଗ୍ରା ଲୌହ ସାର ରହିଛି ।

  • ସେଓ ସେବନ ଦ୍ଵାରା ଦାନ୍ତ ମାଢି ସୁସ୍ଥ ରହେ ।
  • ଏଥିରେ ରହିଥିବା କୁଏରସେଟିନ ଏଲଡିଏଲ କୋଲଷ୍ଟ୍ରଲ କାରଣକୁ ପ୍ରତିହତ କରି ହୃତ ରୋଗ ଏବଂ କର୍କଟ ରୋଗ ନିବାରଣ କରିବାରେ ସାହାଯ୍ୟ କରେ ।
  • ଏଥିରେ ଥିବା ପେକଟିନ ରକ୍ତରେ କୋଲଷ୍ଟ୍ରଲ ମାତ୍ରା ହ୍ରାସ କରିଥାଏ ।
  • ଏଥିରେ କ୍ୟାଲୋରି ଶକ୍ତି ପରିମାଣ କମ୍ ରହିଥିବାରୁ ଏହାକୁ ଡାଇବେଟିସ ଏବଂ ମେଦ ବହୁଳ ରୋଗୀ ନିରାପଦରେ ଖାଇପାରିବେ ।

ଡାଳିମ୍ବ

କାଲଫର୍ଣ୍ଣଆର ଏକ ବିଶେଷାଜ୍ଞ ଦଳ ଡାଳିମ୍ବ ସମ୍ପର୍କିତ ଅନେକ ତଥ୍ୟ ପ୍ରକାଶ କରିଛନ୍ତି । ସପ୍ତାହକୁ ଅନ୍ତତଃ ଥରୁଟିଏ ଏହି ଫଳ ଖାଇବା ଉଚିତ । ଡାଳିମ୍ବରେ ଫାଇବାର, ଭିଟାମିନ୍ ସି, ଭିଟାମିନ କେ ଓ ବିଭିନ୍ନ ପ୍ରକାରର ଆଣ୍ଟି – ଅକ୍ସିଡାଣ୍ଟ ଥିବା ଯୋଗୁଁ ଏହା ଶରୀର ପାଇଁ ଉପକାରୀ ।

  • ନିୟମିତ ଏହି ଫଳ ଖାଇବା ଦ୍ଵାରା ଶରୀରର ରକ୍ତ ପତଳା ହେବା ସହ ରକ୍ତ ଜମାଟ ବାନ୍ଧିନଥାଏ ।
  • ଡାଳିମ୍ବ ମଞ୍ଜି ଖାଇଲେ କିମ୍ବା ଏହାର ରସକୁ ପିଇଲେ ହଜମ ଠିକ୍ ଭାବରେ ହୁଏ ।
  • ଏହି ଫଳରେ ପ୍ରଚୁର ପରିମାଣରେ ଲୌହ ଥିବାରୁ ରକ୍ତହୀନତା ରୋଗରୁ ରକ୍ଷା ମିଳେ ।
  • କର୍କଟ ରୋଗୀଙ୍କ ନିମନ୍ତେ ଏହା ଏକ ଉତ୍ତମ ଖାଦ୍ୟ ସାଧାରଣ ଲୋକେ ମଧ୍ୟ ଏହି ଫଳକୁ ନିୟମିତ ଖାଇଲେ କର୍କଟ ରୋଗ ହେବାର ଆଶଙ୍କା କମ୍ ବୋଲି ବିଶେଷଜ୍ଞଙ୍କ ମତ ।
  • ଶରୀରରେ ଉତ୍ତମ କୋଲେଷ୍ଟରଲର ପରିମାଣ ଡାଳିମ୍ବ ଖାଇଲେ ବଢିଥାଏ । ହୃଦରୋଗରୁ ରକ୍ଷା ପାଇବା ନିମନ୍ତେ ଏହି ଫଳରସ ପିଇବା ଉଚିତ ।
  • ଡାଳିମ୍ବ ନିୟମିତ ଖାଇଲେ ହାଡ ଶକ୍ତ ହୋଇଥାଏ ।
  • ଏହି ଫଳ ଖାଇବା ଦ୍ଵାରା ହେପାଟାଇଟିସ୍ ସି ଭାଇରସ ସଂକ୍ରମଣ ହେବାର ଆଶଙ୍କା କମ୍ ।
  • ଡାଳିମ୍ବ ମଞ୍ଜି ଖାଇଲେ ସ୍ମୃତି ଶକ୍ତି ବଢିବା ସହ ଆଲଜାଇମର୍ସ ରୋଗରୁ ରକ୍ଷା ମିଳେ ବୋଲି ବିଶେଷଜ୍ଞ ପ୍ରକାଶ କରିଛନ୍ତି ।

ଅଙ୍ଗୁର

ସକାଳୁ ଖାଲିପେଟରେ ଅଙ୍ଗୁର ଜୁସ୍ ପିଇଲେ ମାଇଗ୍ରେନ୍ ସମସ୍ୟା ଦୂର ହୁଏ ।

ଏହା କୋଲେଷ୍ଟେରାଲ୍ ମାତ୍ରାକୁ ନିୟନ୍ତ୍ରଣ କରେ, ରକ୍ତରେ ନାଇଟ୍ରିକ୍ ଏସିଡ୍ ର ମାତ୍ରାକୁ ବଢାଇ ହୃଦଘାତରୁ ରକ୍ଷା କରେ ।

ଆଜ୍ମା ଓ ଶ୍ଵାସ ଜନିତ ରୋଗରୁ ରକ୍ଷା ମିଳେ । ଓଜନ ନିୟନ୍ତ୍ରଣରେ ରହେ ।

ଅଁଳା

ଅଁଳାରେ ଭରପୂର ପୁଷ୍ଟିସାର ରହିଛି। ଏଥିରେ ଥିବା ଅତ୍ୟାବଶ୍ୟକ ମିନେରାଲ୍ ଓ ଭିଟାମିନ୍ ଆମ ଶରୀରକୁ ସୁସ୍ଥ ରଖେ।ତା’ସହିତ  ଅନେକ ସାଧାରଣ ରୋଗରୁ ଏହା ଆମ ଶରୀରକୁ ସୁରକ୍ଷିତ ରଖେ। ଆପଣ ଅଁଳାକୁ କଞ୍ଚା ଚୋବାଇ ଖାଇ ପାରିବେ ଅବା ଏହାକୁ ଜୁସ୍ କରି ପିଇପାରିବେ।

ସେହିପରି ଅଁଳାକୁ ଶୁଖାଇ ତାକୁ ଗୁଣ୍ଡ କରି ପାଣିରେ ଗୋଳାଇ ମଧ୍ୟ ପିଇ ପାରିବେ। ଅଁଳା ଜାମ୍ ଅବା ଆଚାର କରି ମଧ୍ୟ ଖାଇ ପାରିବେ। ତେବେ ଆପଣ ଅଁଳାକୁ ଯେକୌଣସି ଉପାୟରେ ଖାଇଲେ ବି ଏହା ଶରୀରର ଉପକାର କରେ।

  • ଭିଟାମିନ୍ ‘ସି’ ପାଇଁ ଅଁଳା ହେଉଛି ସର୍ବୋତ୍ତମ। ଏହା ଶରୀରର ରୋଗ ପ୍ରତିଷେଧକ ଶକ୍ତିକୁ ବଢ଼ାଇଥାଏ ଏବଂ ଜୀବାଣୁ ଓ ଭୂତାଣୁ ଜନିତ ରୋଗରୁ ଶରୀରକୁ ରକ୍ଷା କରେ।
  • ଅଁଳାରେ ପୋଲିଫେନୋଲ୍ସ ନାମକ ଏକ ତତ୍ତ୍ୱ ରହିଛି ଯାହା କ୍ୟାନ୍‌ସର ବିରୋଧରେ ଲଢ଼େ।
  • ଆୟୁର୍ବେଦ ଅନୁଯାୟୀ ଅଁଳା ଶରୀରର ବିଭିନ୍ନ ପ୍ରକ୍ରିୟା ମଧ୍ୟରେ ସନ୍ତୁଳନ ରକ୍ଷା କରେ। ତିନିଟି ଦୋଷ- ବାତ, କଫ ଓ ପିତ୍ତକୁ ଏହା ସନ୍ତୁଳିତ କରି ରଖେ।
  • ଅଁଳାକୁ ଜୁସ୍ କରି ପିଇଲେ ସବୁଠୁ ଅଧିକ ଲାଭ ମିଳିଥାଏ। ଅଁଳା ଜୁସ୍ ପେଟ ସଫା ରଖେ। ପାଚନ ପ୍ରକ୍ରିୟା ଠିକ୍ ରହେ। ଏହା ଚର୍ମ ଓ ଆଖିକୁ ସୁସ୍ଥ ରଖେ।
  • ଦୁଇ ଚାମଚ ମହୁ ସହିତ ଦୁଇ ଚାମଚ ଅଁଳା ଜୁସ୍ ମିଶାଇ ପ୍ରତିଦିନ ପିଇଲେ ଥଣ୍ଡା ଓ କାଶରୁ ମୁକ୍ତି ମିଳିଥାଏ।

ନଡ଼ିଆ ପାଣି

ନଡ଼ିଆ ପାଣି ଆମ ଶରୀର ପାଇଁ ହିତକାରକ। ନଡ଼ିଆ ପାଣିରେ ଖଣିଜ ଲବଣ ଭରପୂର ହୋଇଥାଏ। ନଡ଼ିଆ ପାଣି ପିଇଲେ ଆମ  ଶରୀରକୁ ଶକ୍ତି ମିଳିଥାଏ। ଏହା ଆମ ଶରୀରରେ ରୋଗ ପ୍ରତିରୋଧ ଶକ୍ତିକୁ ବଢ଼ାଇଥାଏ। ଫଳରେ ଶରୀରରେ କୌଣସି ରୋଗ ହେବାର ଆଶଙ୍କା କମ୍ ହୋଇଥାଏ।   ଏହା ଆମ ଶରୀରର ମୋଟାପଣକୁ ବି ଦୂର କରିଥାଏ।  ନଡ଼ିଆ ପାଣି ପିଇବା ଦ୍ୱାରା ଆମକୁ ବାରମ୍ବାର ଭୋକ ହୋଇ ନ ଥାଏ। ବିଶେଷ କରି ସକାଳେ ନଡ଼ିଆ ପାଣି ପିଇଲେ ଶରୀର ପାଇଁ ଅଧିକ ଲାଭଦାୟକ ହୋଇଥାଏ।

ନଡ଼ିଆ ପାଣି ପିଇଲେ ଗଳଗଣ୍ଡ ଭଳି ମାରାତ୍ମକ ରୋଗ ଭଲ କରିବାରେ ସହାୟକ ହୋଇଥାଏ।  ଆମ ଶରୀରରେ କିଡ୍‌ନୀକୁ ସୁସ୍ଥ ରଖେ ନଡ଼ିଆ ପାଣି। ନଡ଼ିଆ ପାଣି ପିଇଲେ ୟୁରିନ୍ ଇନଫେକ୍ସନ୍ ଭଳି ମାରାତ୍ମକ ରୋଗ ହେବାର ଆଶଙ୍କା କମ୍ ଥାଏ।

କିଛି ଲୋକ ନଡ଼ିଆ ପାଣିରେ ଅଣ୍ଡା ଭିତରେ ଥିବା ଧଳାଅଂଶକୁ ମିଶାଇ ପିଇଥାନ୍ତି। କାରଣ ଅଣ୍ଡାର ଧଳାଅଂଶରେ ଅଧିକ ପ୍ରୋଟିନ୍ ଓ କ୍ୟାଲସିୟମ ଭରପୂର ହୋଇ ରହିଥାଏ। ନଡ଼ିଆ ପାଣିରେ ଖଣିଜ ଲବଣ ଥାଏ। ଏହାକୁ ମିଶାଇ ପିଇଲେ ଆମ ଶରୀରକୁ ଶକ୍ତି ମିଳିଥାଏ।  ନଡ଼ିଆ ପାଣି ଆମ ତ୍ୱଚା ମସୃଣ ଓ ଉଜ୍ଜଳ ରଖିଥାଏ।

ପଣସ

ପଣସକୁ କେବଳ ଏକ ସୁସ୍ୱାଦ ଖାଦ୍ୟ ନୁହେଁ ବରଂ ଭଲ ଔଷଧ ମଧ୍ୟ । ଆଜମା ରୋଗୀ ମାନଙ୍କ ପାଇଁ ପଣସ ଠାରୁ ଭଲ ଔଷଧ ନାହିଁ । କେବଳ ଏତିକି ନୁହେଁ ହରମୋନକୁ ନିୟନ୍ତ୍ରିତ କରିବାରେ ମଧ୍ୟ ଏହା ଲାଭଦାୟକ ପ୍ରମାଣିତ ହୋଇଛି । ଏଥିରେ ଏମିତି କିଛି ପୋଷକ ତତ୍ୱ ଅଛି ଯାହା ଶରୀରର ବିଭିନ୍ନ ଆବଶ୍ୟକତାକୁ ପୂରା କରିଥାଏ । ଏଥିରେ ଭିଟାମିନ୍ ଏ, ସି, ଫାଇବର୍ ,କ୍ୟାଲସିୟମ୍, ଆଇରନ୍, ପୋଟାସିୟମ୍ ପ୍ରଚୁର ମାତ୍ରାରେ ଅଛି । ଏହା ହୃଦରୋଗ ପାଇଁ ବେଶ୍ ଲାଭଦାୟକ ମଧ୍ୟ । ପଣସର କିଛି ଔଷଧୀୟ ଗୁଣ ।

  • ପଣସରେ ଥିବା ପୋଟାସିୟମ୍ ହୃଦରୋଗ ଜନିତ ରୋଗରୁ ସୁରକ୍ଷିତ ରଖିଥାଏ । ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଏହା ଖୁବ୍ ଲାଭଦାୟକ
  • ଏଥିରେ ଥିବା ଆଇରନ୍ ଏନିମିଆ ରୋଗରୁ ରକ୍ଷା କରିଥାଏ । ଏହା ସହ ପଣସ ରକ୍ତ ସଂଚାଳନକୁ ମଧ୍ୟ ନିୟନ୍ତ୍ରିତ ରଖିଥାଏ ।
  • ଆଜମା ରୋଗୀଙ୍କ ପାଇଁ ପଣସ ଖୁବ୍ ଭଲ ଔଷଧ ରୂପେ ବିବେଚିତ ହୋଇଛି । କଂଚା ପଣସକୁ କିଛି ସମୟ ପାଣିରେ ସିଝାଇ ବାହାର କରିଦିଅନ୍ତୁ । ଥାଣ୍ଡା ହୋଇଗଲା ପରେ ଏହି ପାଣିକୁ ପିଅନ୍ତୁ । ଏପରି ନିୟମିତ ରୂପେ କଲେ ଆଜମା ରୋଗରୁ ଆରାମ ମିଳିଥାଏ ।
  • ପଣସରେ ପ୍ରଚୁର ପରିମାଣର ମ୍ୟାଗ୍ନେସିୟମ ଅଛି । ତେଣୁ ଏହାକୁ ଖାଇଲେ ଶରୀରର ହାଡ ମଜଭୂତ ହୋଇଥାଏ ।
  • ପଣସରେ ଥିବା ଭିଟାମିନ୍ – ସି ପାଇଁ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ ।

ସପୁରୀର

ସପୁରୀ ପାଟିକୁ ଯେତିକି ସୁଆଦିଆ ଲାଗେ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେମିତି ଉପକାରୀ। ତେବେ ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ସୌନ୍ଦର୍ଯ୍ୟ ପର୍ଯ୍ୟନ୍ତ କିଭଳି କାମ କରେ ସପୁରୀ ଜାଣନ୍ତୁ ସେ ସଂପର୍କିତ ଖାସ୍‌ କଥା।

  • ହଜମ କରେ: ସପୁରୀ ମଧ୍ୟରେ ବ୍ରୋମେଲେନ୍‌ (bromelain) ନାମକ ଏନଜାଇମ ରହିଛି ଯାହା ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରେ। କିଛି ଲୋକ ଅଧିକ ମସଲା ଖାଦ୍ୟ ଓ ପ୍ରୋଟିନ୍‌ ଖାଦ୍ୟ ଖାଇଥାନ୍ତି। ତେବେ ହଜମ ପାଇଁ ଖାଦ୍ୟ ଖାଇବା ପରେ   ଅଳ୍ପ ସପୁରୀରେ କଳା ଲୁଣ ଓ ଗୋଲମରିଚ ଗୁଣ୍ଡ ପକାଇ ଖାଇପାରିବେ।
  • ଶ୍ୱାସ କିମ୍ବା କଫ ସମସ୍ୟା ଥିଲେ: ଯଦି ଆପଣଙ୍କୁ ଶ୍ୱାସ ରୋଗ କିମ୍ବା କଫ ସମସ୍ୟା ଥାଏ, ତେବେ ପ୍ରତିଦିନ ଦୁଇ ରୁ ତିନି ଖଣ୍ଡ ସପୁରୀ ଖାଇଲେ ଫୁସ୍‌ଫୁସ୍‌ ସଫା ରୁହେ ଏବଂ କଫ ଓ ଶ୍ୱାସ ଜନିତ ସମସ୍ୟା ଦୂର ହୁଏ।
  • ସକାଳ ଜଳଖିଆରେ ସପୁରୀ: ଅନେକ ଲୋକ ସକାଳର ଜଳଖିଆ ଖୁବ୍‌ କମ୍‌ ମାତ୍ରାର କରିଥାନ୍ତି। ତେବେ ଉପଯୁକ୍ତ ପରିମାଣର ଜଳଖିଆ ପାଇଁ ସପୁରୀ ସହ କଦଳୀ, ସେଓର ଏକ ଫ୍ରୁଟ୍‌ ସାଲାଡ ଖାଇପାରିବେ। ଯାହା ପେଟ ବି ପୁରିବ ଓ ସ୍ୱାସ୍ଥ୍ୟ ବି ଭଲ ରହିବ।
  • କିଡନୀରେ ଷ୍ଟୋନ୍‌: କଡନୀରେ ଷ୍ଟୋନ୍‌ ପାଇଁ ଯନ୍ତ୍ରଣା ହେଉଥିଲେ ପ୍ରତିଦିନ ଏକ ଗ୍ଲାସ୍‌ ସପୁରୀ ରସ ପିଅନ୍ତୁ ଯନ୍ତ୍ରଣାରୁ ଉପଶମ ମିଳିବ।
  • ପେଟରେ କୃମି : ଛୋଟ ପିଲାଙ୍କ ପେଟରେ କୃମି ସମସ୍ୟା ଏକ ସାଧାରଣ କଥା ହେଲେ ମଧ୍ୟ ଯନ୍ତ୍ରଣା ଦାୟକ। ପ୍ରତିଦିନ କିଛି ସପୁରୀ ଖଣ୍ଡ ପିଲାଙ୍କୁ ଖାଇବାକୁ ଦିଅନ୍ତୁ ଯନ୍ତ୍ରଣା କମିବା ସହ କୃମି ମଧ୍ୟ ମରିଯିବେ।
  • ମୁଖ ସମସ୍ୟା: ସପୁରୀରେ ଥିବା ଆଣ୍ଟିଅକ୍ସିଡାଣ୍ଟ ମୁଖ କର୍କଟ ଜନିତ ଜୀବାଣୁ ନଷ୍ଟ କରେ। ଏହା ଦାନ୍ତର ମାଢ଼ିକୁ ଶକ୍ତ ରଖେ ଫଳରେ ଦାନ୍ତ ମୂଳ ଢ଼ିଲା ହେବା ଆଶଙ୍କା ରୁହେ ନାହିଁ। ଦାନ୍ତ କ୍ଷୟ ସମସ୍ୟା ମଧ୍ୟ ଦୂରାଏ।
  • ସୌନ୍ଦର୍ଯ୍ୟ ପାଇଁ ସପୁରୀ:ଏଥିରେ ଥିବା ଆଷ୍ଟ୍ରିଜେଣ୍ଟ କେଶ ଝଡ଼ିବା ସମସ୍ୟା କମ୍‌ କରେ। ଚର୍ମ ଢ଼ିଲା ହେବାକୁ ଦିଏ ନାହିଁ। ମାଂସପେଶୀ ମଧ୍ୟ ଶକ୍ତ ରଖେ।

ସେପେଟା

ସେପେଟା କେବଳ ଖାଇବାକୁ ଭଲ ଲାଗିନଥାଏ ବରଂ ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ଅଛି । ଯାହା ଆମ ସ୍ୱାସ୍ଥ୍ୟପାଇଁ ଖୁବ୍ ଲାଭଦାୟକ ହେବା ସହ ଛୋଟ ଛୋଟ ରୋଗ ଠାରୁ ଦୂରେଇ ରଖେ । ଏବେ ନଜର ପକାନ୍ତୁ ସେପେଟାର ଔଷଧୀୟ ଗୁଣ  ଉପରେ ।

  • ସେପେଟାରେ ଭିଟାମିନ୍ ଏ ଏବଂ ସି ଭରପୁର ଥାଏ । ଯାହା ଆଖିକୁ ସୁସ୍ଥ ରଖିବା ସହ ଶରୀରର ଇମ୍ୟୁନିଟି ଶକ୍ତ ରଖିଥାଏ ।
  • ଏହାକୁ ନିୟମିତ ଖାଇଲେ ତ୍ୱଚାରେ ଚମକ ଆସିଥାଏ ।
  • ଯଦି ଆପଣ ଖୁବ୍ ବ୍ୟସ୍ତ ବହୁଳ ଏବଂ ଠିକ୍ ଭାବରେ ଖାଇବାକୁ ସମୟ ପାଉନାହାଁନ୍ତି । ତେବେ ଚିନ୍ତା କରନ୍ତୁ ନାହିଁ । ନିୟମିତ କିଛି ସେପେଟା ଖାଆନ୍ତୁ । କାରଣ ଏହା ଶରୀରରେ ଶକ୍ତି ବଢାଇଥାଏ ।
  • ନିୟମିତ ସେପେଟା ଖାଇଲେ କୋଷ୍ଠ କାଠିନ୍ୟ ଦୂର ହୋଇଥାଏ । ଏଥିରେ ଥିବା ଫାଇବର୍ ପାଚନ ପ୍ରକ୍ରିୟାକୁ ମଜଭୂତ   କରିଥାଏ ।
  • ସେପେଟାରେ ପ୍ରଚୁର ପରିମାଣର ଆଂଟି ଅକ୍ସିଡେଂଟ୍ ଥାଏ । ଏହା ମୁଖ କର୍ଳଟରୁ ରକ୍ଷା  କରିଥାଏ ।
  • ଏହା ଏଥିରେ ପ୍ରଚୁର ପରିମାଣର କ୍ୟାଲସିୟମ୍ , ଫସଫରସ୍ ଏବଂ ଆଇରନ୍ ଅଛି । ଯାହା ଆମର ହାଡକୁ ଶକ୍ତ ରଖିଥାଏ ।
  • ଏହା ରକ୍ତଚାପକୁ ନିୟନ୍ତ୍ରିତ ରଖିଥାଏ ।
  • ଯଦି ଆପଣ ମୋଟାପଣକୁ ନେଇ ଚିନ୍ତିତ ଅଛନ୍ତି ଏବଂ ଓଜନ କମାଇବାକୁ ଚାହୁଁଛନ୍ତି । ତେବେ ସେପେଟା ଖାଆନ୍ତୁ । ଏହା ଶରୀରର ମେଟାବୋଲିଜିମକୁ ନିୟନ୍ତ୍ରିତ ରଖିବା ସହ ଓଜନ କମାଇବାରେ ସାହଯ୍ୟ କରେ ।

କଦଳୀ

କଦଳୀ ଖାଇବା ପାଇଁ ସମସ୍ତେ ପସନ୍ଦ କରନ୍ତି । କଦଳୀ ଯେତିକି ସୁସ୍ୱାଦୁ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍ ହିତକର । କଦଳୀ ଏପରି  ଏକ ଫଳ ଯାହା ପ୍ରତିନିଦ ଖାଇଲେ ଆପଣଙ୍କ ସ୍ୱାସ୍ଥ୍ୟ ବହୁତ ଭଲ ରହିଥାଏ । ଫଳ ମଧ୍ୟରୁ  କଳଦୀ ଏକ ଭିନ୍ନ ଫଳ । ସବୁ ସମୟରେ ବେଶ୍ ସହଜରେ ଉପଲବ୍ଧ ହୋଇଥାଏ  କଦଳୀ ।

କଦଳୀରେ ଭିଟାମିନ୍, ମିନେରାଲ୍ସ, କ୍ୟାଲସିୟମ, ପ୍ରୋଟିନ୍ ଭରପୁର ମାତ୍ରରେ ଥାଏ । ଏହା ଶରୀର ପାଇଁ ବହୁତ ଆବଶ୍ୟକ ଜିନିଷ । କିନ୍ତୁ ଆପଣ ଜାଣିଛନ୍ତି କି ? କେବଳ କଳଦୀ ଖାଇବା ଦ୍ୱାରା ହିଁ ଲାଭ ମିଳିନଥାଏ, କଦଳୀ  ଚୋପାରେ ବି ବିଭିନ୍ନ ପ୍ରକାର ସମସ୍ୟାକୁ ଦୂର କରିବା ପାଇଁ ବ୍ୟବହାର କରାଯାଇଥାଏ ।  ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବ ନିଶ୍ଚିତ କିନ୍ତୁ ଏହା ସତ  । କାରଣ ପ୍ରାୟ ସମସ୍ତେ କଦଳୀ ଖାଇବା ପରେ ଚୋପାକୁ ଅଦରକାରୀ ଭାବି ଫୋପାଡ଼ି ଦିଅନ୍ତି ।  ଖୁବ ଅଳ୍ପ ଲୋକେ ଜାଣନ୍ତି କଦଳୀ ଚୋପାରେ ଥାଏ ଅନେକ ଉପକାରୀ ଗୁଣ । ତେବେ ସତେଜ୍ କଦଳୀ ଚୋପାକୁ ବ୍ୟବହାର କଲେ ଶିଘ୍ର କାମ ଦେଇଥାଏ । ଆସନ୍ତୁ ଜାଣିବା କଦଳୀ ଚୋପାକୁ କିପରି ଓ କେଉଁ କେଉଁ ଦିଗରେ ବ୍ୟବହାର କରିବେ ।

  • ଦାନ୍ତକୁ ସଫା କରିବା ପାଇଁ ଆମେ କଦଳୀ ଚୋପାକୁ ବ୍ୟବହାର କରିପାରିବା ।  କଦଳୀ ଚୋପାର ଭିତର ଭାଗକୁ ଦାନ୍ତରେ ରଗଡ଼ିବା ଦ୍ୱାରା ଦାନ୍ତର ହଳଦିଆପଣ ଦୂର ହୁଏ । କଦଳୀ ଚୋପରେ ଥିବା ସାଇଟ୍ରିକ୍ ଏସିଡ଼୍ ହଳଦିଆ ଦାନ୍ତରୁ ରକ୍ଷା କରେ । ଏହା ବ୍ୟତୀତ ଦାନ୍ତ ମାଢିରେ କଦଳୀ ଚୋପା ଘଷିଲେ ପାଇରିଆ ଓ ଅନେକ ଦାନ୍ତ ସମମନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ ।
  • କଦଳୀ ଚୋପା ତ୍ୱଚା ପାଇଁ ମଧ୍ୟ ବେଶ୍ ଉପକାରୀ । ଏଥିପାଇଁ କଦଳୀ ଚୋପାର ଚିମୁଟାଏ ହଳଦୀ ଓ ମହୁୁ ମିଶାନ୍ତୁ  ।  ପ୍ରତିଦିନ ଏହି ମିଶ୍ରଣକୁ ତ୍ୱଚାରେ ଲଗେଇବା ତା’ହେଲେ ଆପଣଙ୍କ ମୁହଁର ବା ବେକରେ ଥିବା ବ୍ରଣ ଦାଗ ଦୂର ହୋଇଯିବ । ଯାହାଦ୍ୱାରା ଆପଣଙ୍କ ଚେହେରାରେ ଚମକ୍ ଆସିବା ସହ ଏବଂ ତ୍ୱଚା ସଫା ଦେଖାଯିବ ।
  • ବେଳେ ବେଳେ ଆଘାତ ଲାଗି ଶରୀରର କିଛି ଅଂଶରେ ନୀଳ ରଙ୍ଗ ପଡ଼ିଯାଏ । ଯାହାଦ୍ୱାରା  ବହୁତ କଷ୍ଟ ଅନୁଭବ ହୁଏ ।  ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କଦଳୀ ଚୋପାକୁ ନୀଳ ପଡ଼ିଥିବା ସ୍ଥାନରେ ପାଖାପାଖି ୩୦ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ । ଏପରି କିରବା ଦ୍ୱାରା ପୀଡା କମିଯିବ ।  ଏହା ବ୍ୟତୀତ କୀଟପତଙ୍ଗ କାମୁଡ଼ିବା କିମ୍ବା ଲାଗିବା ଦ୍ୱାରା ଯଦି ଆପଣଙ୍କ ଶରୀରରେ କିଛି ଦାଗ ହୁଏ ତା’ହେଲେ ବି କଦଳୀ ଚୋପାର ଉପଯୋଗ କରନ୍ତୁ ।
  • ଆପଣଙ୍କ ଶରୀରରେ ଭାତୁଡି ବାହାରୁଛି କି ? ଏହି ସମ୍ୟାରୁ ରକ୍ଷା ପାଇବା ପାଇଁ ରାତିରେ ଶୋଇବା ସମୟରେ କଦଳୀ ଚୋପା ରଖି ତା’ ଉପରେ ଏକ କପଡା ମଧ୍ୟ ବାନ୍ଧିଦେବେ । ସକାଳେ ଉଠିଲା  ବେଳକୁ ଆପଣଙ୍କ ଭାତୁଡ଼ି ଭଲ ହୋଇଯାଇଥିବ ।
  • କିଛି କଦଳୀ ଚୋପାକୁ ଅଣ୍ଡାର କେଶର ସହ ମିଶାଇ ମୁହଁରେ ଲଗାନ୍ତୁ । ନିୟମିତ ଏପରି କରିବା ଦ୍ୱାରା ବୟସାଧିକ ଯୋଗୁଁ ସୃଷ୍ଟି ହେଉଥିବା କୁଞ୍ଚିତ ରେଖା କମ ହେବ । ଅପାଣ ଯୁବା ଦେଖାଯିବେ ।
  • ଏହା ବ୍ୟତୀତ ମୁହଁରେ ହେଉଥିବା କଳା ଦାଗ ହେଉଥିଲେ କଦଳୀ ଚୋପା ମଧ୍ୟ ବେଶ ଦରକାରୀ । ଏଥିପାଇଁ ମଧ୍ୟ କଳଳୀ ଚୋପାକୁ ଅଣ୍ଡାର ଧଳା ଅଂଶ ସହ ମିଶାଇ ଏକ ମିଶ୍ରଣ ତିଆରି କରନ୍ତୁ ।  ଆଉ ଏହି ମିଶ୍ରଣକୁ ମୁହଁରେ ଲଗାନ୍ତୁ । ଏମିତି କଲେ ଆପଣଙ୍କ କଳାଦାଗ ଜଲଦି ଦୂର ହୋଇଯିବ ।
  • କୋଣସି କାରଣରୁ ଶରୀର କୁଣ୍ଡେଇ ହେଲେ ମଧ୍ୟ ଉକ୍ତ ସ୍ଥାନରେ କଳଦୀ ଚୋପା ଲଗାନ୍ତୁ । ଯାହାଦ୍ୱାରା କୁଣ୍ଡେଇ ହେବା କମିଯିବ ।

ଆଧାର - ସ୍ୱାସ୍ଥ୍ୟ ବ୍ୟୁରୋ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top