ସେଆର କରନ୍ତୁ

ଶୀତରେ ସତର୍କ

ଥଣ୍ଡା ପବନ ଏବଂ ହ୍ରାସ ପାଉଥିବା ତାପମାତ୍ରା । କାରଣରୁ ଶୀତଦିନେ କେତେକ ବିଶେଷ ପ୍ରକାର ଭୁତାଣୁ ସକ୍ରିୟ ହୋଇଯାଆନ୍ତି ।

ଥଣ୍ଡା ପବନ ଏବଂ ହ୍ରାସ ପାଉଥିବା ତାପମାତ୍ରା । କାରଣରୁ ଶୀତଦିନେ କେତେକ ବିଶେଷ ପ୍ରକାର ଭୁତାଣୁ ସକ୍ରିୟ ହୋଇଯାଆନ୍ତି । ଏହି କାରଣରୁ କେବଳ ନାକ କିମ୍ବା ଗଳାର ସଂକ୍ରମଣ ବଢେନାହିଁ, ବରଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ ।

ଶୀତ ଦିନ ଆରମ୍ଭ ହୋଇସାରିଛି। ବଢିଚାଲିଲାଣି । ଏହି ଋତୁରେ ଶରୀର ସବୁଠାରୁ ଅଧିକ ପ୍ରଭାବିତ ହୋଇଥାଏ ଓ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଜନିତ ସମସ୍ୟା ବଢୁଥିବାରୁ ବିଶେଷ ଯତ୍ନ ଏବଂ ଉପଚାରର ଆବଶ୍ୟକତା ପଡିଥାଏ । ବିଶେଷକରି ଶିଶୁ ଏବଂ ବୟସ୍କମାନଙ୍କଠାରେ ରୋଗପ୍ରତିରୋଧକ କ୍ଷମତା କମ୍ ହୋଇଥିବାରୁ ସେମାନଙ୍କ କ୍ଷେତ୍ରରେ ଶ୍ଵାସକ୍ରିୟା ସମ୍ବନ୍ଧୀୟ ସମସ୍ୟା ସବୁଠାରୁ ଅଧିକ ଦେଖାଯାଏ । ତେଣୁ ଥଣ୍ଡା ପ୍ରଭାବରୁ ସୁରକ୍ଷା ପାଇବା ଲାଗି ଶରୀର ବାହ୍ୟ ଏବଂ ଆଭ୍ୟନ୍ତରୀଣ ଦୃଷ୍ଟିରୁ ସୁସ୍ଥ ରହିବା ନିହାତି ଆବଶ୍ୟକ ।

  • ଶୀତଦିନେ ଛୋଟଛୋଟ ପ୍ରଦୂଷଣ କଣିକା ଜମାଟ ବାନ୍ଧି ସୃଷ୍ଟି ହେଉଥିବା ସ୍ମୋଗ ଶରୀର ପାଇଁ କ୍ଷତିକାରକ । ତେଣୁ ମର୍ଣ୍ଣୱାକ୍ କରୁଥିଲେ। ଏହାର ସମୟ ବଦଳାଇ ଦିଅନ୍ତୁ ।
  • ଶରୀରର ରୋଗପ୍ରତିରୋଧକ କ୍ଷମତା ବଜାୟ ରଖିବା ଲାଗି ନିଜ ଖାଦ୍ୟରେ ଫଳ ଏବଂ ପନିପରିବା ସାମିଲ କରନ୍ତୁ । ଏହି ସମୟରେ ପାଳଙ୍ଗ, ବଥୁଆ, ମେଥ୍ କ୍ରୋକୋଲି, ଅଁଳା, ମଟର, ବିଟ୍ ଆଦି ସହଜରେ ମିଳିଥାଏ ଯାହା ଶରୀର ଲାଗି ବେଶ ଉପକାରୀ ।
  • ଥଣ୍ଡା, ଖଟା ଏବଂ ରାଗ ଲାଗୁଥିବା ଖାଦ୍ୟଠାରୁ ଦୂରେଇ ରହନ୍ତୁ ।
  • ଗରମ ପାନୀୟ ଯଥା- ଚା’, କପି, ଗ୍ରୀନ୍ ଟି, ହଳଦୀଯୁକ୍ତ କ୍ଷୀର ଏବଂ ସୁପ୍ ପିଅନ୍ତୁ । ତେବେ ଏହାର ପରିମାଣ ମାତ୍ରାଧିକ ନହେବା ଉଚିତ ।
  • ଶରୀରକୁ ପୂରା ଆବୃତ୍ତ କରି ରଖୁଥିବା ପୋଷାକ ପିନ୍ଧନ୍ତୁ । ବିଶେଷକରି ମୁଣ୍ଡ, ଗଳା ଏବଂ କାନ ଘୋଡାଇ ହୋଇ ରହିଥିବା ଜରୁରୀ ।
  • ଥଣ୍ଡା ଲାଗିବା ସହ ଜ୍ଵର, କାଶ ଏବଂ ଗଳାରେ ସଂକ୍ରମଣ ଏହି ଚତୁରେ ମୁଖ୍ୟ ସ୍ଵାସ୍ଥ୍ୟ ସମସ୍ୟା । ତେଣୁ ଗରମ ପୋଷାକ ପିନ୍ଧିବା ସହ ହାଲୁକା ଉଷୁମ ପାଣିରେ ସ୍ନାନ କରନ୍ତୁ । ସଂକ୍ରମଣରୁ ରକ୍ଷା ପାଇବାକୁ ସାବୁନ୍ ଏବଂ ପାଣିରେ ହାତ ଧୋଇବାର ଅଭ୍ୟାସ କରିବା ଭଲ ।
  • ଶରୀରର ମାଲିସ୍ କରନ୍ତୁ । ଏହା ଫଳରେ ରକ୍ତ ସଞ୍ଚାଳନ ଭଲଭାବେ ହୋଇପାରିବ ।
  • କାଶ, ଫ୍ ଏବଂ ଶ୍ଵାସରୋଗରେ ଆକ୍ରାନ୍ତ ଅବା ବ୍ୟକ୍ତିମାନେ ସକାଳ ସନ୍ଧ୍ୟାରେ ବାମ୍ଫ ଚିକିତ୍ସା ( ଷ୍ଟି ମ୍ଇନ୍ ହେଲେସନ୍) କରିବା ଉଚିତ । ହାଲକା ଉଷୁମ ପାଣି ପିଇଲେ ଏହା ଗଳା ଏବଂ ଶ୍ଵାସନଳୀ ପାଇଁ ଉପକାରୀ ହୋଇଥାଏ ।
  • ଗଳାରେ ସଂକ୍ରମଣ ଅନୁଭବ ହେଲେ ଉଷୁମ ପାଣିରେ ଲୁଣ ମିଶାଇ କୁଳି କରନ୍ତୁ ।
  • କେବେ ବନ୍ଦ ଘର ଭିତରେ ରୁମମହିଟର କିମ୍ବା ଉହ୍ମେଇ ଜଳାଇବେ ନାହିଁ । ଥଣ୍ଡା ପାଗ ଯୋଗୁ ଶ୍ଵାସ ସଂକ୍ରାନ୍ତ ରୋଗ ଯଥା:- ଆଜ୍‌ମା, ସିଓପିଡି (କ୍ରୋନିକ୍ ଅବଷ୍ଟ୍ରକ୍ଟିଭ ପଲ୍‌ମୋନାରୀ ଡିଜିଜ୍ ) ଏବଂ ବିଭିନ୍ନ ପ୍ରକାର ଆଲର୍ଜିର ପ୍ରକୋପ ବଢିଯାଏ । ତେଣୁ ସତର୍କ ରହିବା ନିହାତି ଜରୁରୀ । ଏପରି କେତେକ ରୋଗର ଲକ୍ଷଣ ଓ ପ୍ରତିଷେଧକ ବ୍ୟବସ୍ଥା ସମ୍ପର୍କରେ

ଶୀତଦିନେ ସ୍ଵାସ୍ଥ୍ୟର ଯତ୍ନ

ସାଧାରଣତଃ ଅନ୍ୟଦିନ ଅପେକ୍ଷା ଶୀତଦିନେ ସ୍ଵାସ୍ଥ୍ୟର ଯତ୍ନ ଅଧିକ ନେବାକୁ ପଡିଥାଏ । ବିଶେଷକରି ଆଜ୍‌ମା, ହାର୍ଟ ରୋଗୀ ଓ ଆଣ୍ଠୁ ଗଣ୍ଠି ଦରଜ ହେଉଥିବା ରୋଗୀଙ୍କୁ ବିଶେଷ ଧ୍ୟାନ ଦେବାକୁ ପଡେ । ତେବେ ଏହିଦିନେ ସୁସ୍ଥ ରହିବା ଲାଗି ଜାଣନ୍ତୁ କେତୋଟି କଥା ..

  • ସାଧାରଣତଃ ଶୀତଦିନେ ଶୋଷ କମ୍ ଲାଗିଥାଏ । ତେଣୁ ପଣି କମ ପିଇବା ଯୋଗୁ ଶରୀରରେ ଜଳୀୟଅଂଶର ଅଭାବ ଦେଖାଦିଏ । କିନ୍ତୁ ଏହିଦିନେ ମଧ୍ୟ ଯଥେଷ୍ଟ ପରିମାଣରେ ପାଣି ଶରୀରକୁ ଆବଶ୍ୟକ । ତେଣୁ ପ୍ରତିଦିନ ଅନ୍ୟୂନ ୩-୪ ଲିଟର ପାଣି ପିଅନ୍ତୁ ।
  • ପ୍ରତିଦିନ ଖାଦ୍ୟ ତାଲିକାରେ ଭିଟାମିନ ସି, ଡି, ଓମେଗା ୩ଯୁକ୍ତ ଖାଦ୍ୟକୁ ସାମିଲ କରନ୍ତୁ ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବା ସହ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଆଶଙ୍କକୁ ଦୂରେଇ ରଖିଥାଏ ।
  • ଥଣ୍ଡାରୁ ରକ୍ଷା ପାଇବା ପାଇଁ ତଥା ଘରକୁ ଗରମ ରଖିବା ଲାଗି ରୁମ ହିଟର ବ୍ୟବହାର କରିପାରନ୍ତି ।
  • ଏହି ଦିନେ ତଟକା ସବୁଜ ପନିପରିବା ଖାଇବା ସହ ମସଲା ଯୁକ୍ତ ଖାଦ୍ୟ ଠାରୁ ଦୂରେଇ ରହିବା ଭଲ ।
  • ସକାଳେ ସୂର୍ଯ୍ୟଦେୟ ପରେ ବ୍ୟାୟାମ କରିବାକୁ ଯାଆନ୍ତୁ । ଏହା ଦ୍ଵାରା ଶରୀରକୁ ଭିଟାମିନ ‘ଡି’ ପ୍ରଚୁର ପରିମାଣରେ ମିଳିପାରିବ ।
  • ହାର୍ଟ ରୋଗୀ ଯଥା ସମ୍ଭବ ନିଜ ହାତ ଓ ଗୋଡକୁ ଉଷୁମ ରଖିବାକୁ ଚେଷ୍ଟା କରନ୍ତୁ । ଏହା ଦ୍ଵାରା ଶରୀରରେ ରକ୍ତ ସଂଚାଳନ ସୂଚାରୁ ରୂପେ ହୋଇଥାଏ ।
  • ସିତ ଦିନେ ସକାଳୁ ଘର ବାହାରକୁ ବାହାରିବ ପୂର୍ବରୁ ଶରୀର, ମୁହଁ ଓ ହାତ କୁ ଏଭଳି ଘୋଡାଇ ରଖନ୍ତୁ ଯେମିତି ସିତାରା ପ୍ରଭାବ ଶରୀର ଉପରେ ପଡିବ ନାହିଁ ।

ଶରୀର ପକ୍ଷେ କ୍ଷତିକାରକ ଶୀତଦିନିୟା କୁହୁଡି

ସାଧାରଣତଃ ଶୀତଦିନେ ଚାରିଆଡେ କୁହୁଡି – କାକରରେ ପରିପୂର୍ଣ୍ଣ ହୋଇଥାଏ । ହେଲେ ଜାଣିଛନ୍ତି, କୁହୁଡି ମୟ ଏହି ପରିବେଶ ସକାଳେ ଦେଖିବାକୁ ସୁନ୍ଦର ଲାଗୁଥିଲେ ମଧ୍ୟ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ବୋଲି ନିକଟରେ ଆମେରିକାରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି । ସାଧାରଣତଃ ଏହି କୁହୁଡି ବିଷାକ୍ତ ଗ୍ୟାସ ଓ ଜଳକଣିକା ରୁ ସୃଷ୍ଟି । ବିଶେଷ କରି ସହରରେ ଏହା ଅଧିକ ବିଷାକ୍ତହୋଇଯାଇଥାଏ । ଯାନବାହାନରୁ ନିର୍ଗତ ହେଉଥିବା ପ୍ରଦୂଷିତ ଧୂଆଁ, କଳାକାରଖାନା ରୁ ନିର୍ଗତ ବିଷାକ୍ତଧୂଆଁ ବାୟୁ ମଣ୍ଡଳକୁ ପ୍ରଦୂଷିତ କରି ଦେଇଥାଏ । ଶୀତଦିନେ ଦେଖାଯାଉଥିବା କୁହୁଡି ହେଉଛି ଏହି ବିଷାକ୍ତବାୟୁ ଓ ପାଣିର ସମ୍ମିଶ୍ରଣ । ଅଧିକାଂଶ ସମୟ ଏହାର ସଂସ୍ପର୍ଶରେ ଆସିଲେ ତାହା ଅନେକ ସ୍ୱାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ ବୋଲି ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ବିଶେଷ ଭାବରେ ଏଥି ଯୋଗୁଁ ଆଜ୍‌ମା ରୋଗୀ ଅଧିକ ପ୍ରଭାବିତ ହୋଇଥାନ୍ତି ବୋଲି ବିଶେଷଜ୍ଞ ମାନେ ସତର୍କ କରିଛନ୍ତି । ସକାଳର ଏହି ପରିବେଶ ଆଜ୍‌ମା ରୋଗୀଙ୍କ ଶ୍ଵାସକ୍ରିୟାକୁ ଆହୁରି କଷ୍ଟକର କରିଦିଏ । ତେବେ ଶୀତଦିନେ ବ୍ୟାୟାମ ପାଇଁ ଯାଉଥିଲେ କୁହୁଡି ପଡୁଥିବା ବେଳେ ଯିବା ପରିବର୍ତ୍ତେ ସକାଳର କଅଁଳିଆ ଖରାରେ ବ୍ୟାୟାମ କରିବା ସ୍ୱାସ୍ଥ୍ୟ ପକ୍ଷେ ଲାଭଦାୟକ ।

ଶୀତଦିନିୟା ନିଦ୍ରାହୀନତା

ଜଣେ ବ୍ୟକ୍ତି ଦିନକୁ ଅତି କମରେ ୬-୭ ଘଣ୍ଟା ଶୋଇବା ଦରକାର କିନ୍ତୁ ଅନେକଙ୍କ କ୍ଷେତ୍ରରେ ଏହା ସମ୍ଭବହୋଇ ନ ଥାଏ । ଏଭଳି କେତେକ ବ୍ୟକ୍ତି ଅଛନ୍ତି ଯେଉଁ ମାନେ ଦିନକୁ ୩-୪ ଘଣ୍ଟା ସୋଇଥାନ୍ତି ।

ସମୟକ୍ରମେ ସେମାନେ ନିଦ୍ରାହୀନତା ପରି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏଭଳି ସମସ୍ୟା ପରବର୍ତ୍ତୀ ସମୟରେ ମସ୍ତିଷ୍କ ରୋଗ ସୃଷ୍ଟି କରିବାର ଆଶଙ୍କା ରହିଛି ବୋଲି ସତର୍କ କରାଇ ଦେଇଛନ୍ତି ଆମେରିକୀୟ ବିଶେଷଜ୍ଞ ମାନେ ।

ଆବଶ୍ୟକ ମୁତାବକ ନ ଶୋଇଲେ ତାହାର ପ୍ରଭାବ ସ୍ମରଣ ଶକ୍ତି ଉପରେ ପଡେ । ଏପରିକି ଏହି ସମସ୍ୟା ଦୀର୍ଘ ମାସ ଧରି ଲାଗି ରହିଲେ ତାହା ଦ୍ଵାରା ମସ୍ତିଷ୍କ ରୋଗ ହୋଇଥାଏ । ତେଣୁ ଜଣେ ବ୍ୟକ୍ତି ପ୍ରତିଦିନ ଆବଶ୍ୟକ ମୁତାବକ ବିଶ୍ରାମ ନେବା ଆବଶ୍ୟକ ।

ଶୀତଦିନିୟା ପେଟ ରୋଗ

ଶୀତଦନରେ ସାଧାରଣତଃ ଖାଇବା ପିଇବାରେ ଏପଟ ସେପଟ ହେଲେ ଶରୀର ଖରାପ ହୋଇପାରେ । ସୂର୍ଯ୍ୟ କିରଣର ତାପ କମ ଥିବାରୁ ହଜମ ଶକ୍ତି କମିଯାଏ । ତେଣୁ ପେଟ ଖରାପ ହୋଇ ତରଳ ଝାଡା ହେବାର ଆଶଙ୍କା ରହିଥାଏ । ସାଧାରଣତଃ ଜଣେ ସୁସ୍ଥ ମଣିଷର ଦିନକୁ ଦୁଇଥର ଝାଡା ହୋଇଥାଏ କିନ୍ତୁ ବ୍ୟତିକ୍ରମ ହୋଇଥିଲେ ଦୁଇରୁ ଅଧିକ ଥର ଝାଡା ହୁଏ ଏବଂ ତାହା ପତଳା ହୋଇଥାଏ । ଏଥିରୁ ବୁଝିବାକୁ ପଡେ ଯେ ପେଟ ଖରାପ ହୋଇ ତରଳ ଝାଡା ହୋଇଛି । ଏହା ବାରମ୍ବାର ହେଲେ ଦେହରେ ଜଳିୟ ଅଂସ ହ୍ରାସ ପାୟେ, ଚର୍ମର ନମନୀୟତା କମିଯାଏ, ପରିସ୍ରା ର ମାତ୍ରା କମିଯାଏ, ଚର୍ମ ସେତା ଦେଖାଯାଏ, ନାଡି ଦ୍ରୁତ ହୁଏ, ପରିସ୍ଥିତି ଗମ୍ଭୀର ହେଲେ ରୋଗୀ ଅଚେତ ହୋଇଯାଏ । ଭୁତାଣୁ, ଜୀବାଣୁ, ପରଜୀବୀ କିମ୍ବା ଗାସ୍ଟ୍ରୋଏଣ୍ଟେରାଇଟିସ ରୋଗ ଯୋଗୁ ଅନ୍ତନଳୀରେ ପ୍ରଦାହ ସୃଷ୍ଟି ହୋଇ ତରଳ ଝାଡ଼ା ହୁଏ । ମଳ ଅପମିଶ୍ରିତ ଖାଦ୍ୟ ବା ଜଳ ଗ୍ରହଣ କଲେ ଏହି ସଂକ୍ରମଣ ହୁଏ । ଏହି ରୋଗକୁ ତିନି ଭାଗରେ ବିଭକ୍ତ କରାଯାଏ ଯଥା ସ୍ୱଳ୍ପକାଳୀନ ଜଳୀୟ ଝାଡ଼ା, ସ୍ୱଳ୍ପ କାଳୀନ ରକ୍ତ ମିଶ୍ରିତ ପତଳା ଝାଡ଼ା ଓ ଦୁଇ ସପ୍ତାହରୁ ଅଧିକ ହେଲେ ଲଗାଏତ ଝାଡ଼ା । ସ୍ୱଳ୍ପ କାଳୀନ ଜଳୀୟ ଝାଡ଼ା କଲେରା ଯୋଗୁ ହୋଇପାରେ । ଝାଡ଼ାରେ ରକ୍ତ ପଡ଼ିଲେ ଡିସେଣ୍ଟେରି କୁହାଯାଏ ।

ସଂକ୍ରମଣ-ବିହୀନ କାରଣ ମଧ୍ୟରେ ହାଇପରଥାଇର‌ଡିଜ୍ମ, ଲାକ୍ଟୋଜ ଇନ୍‌ଟୋଲେରାନ୍ସ, ଇନଫ୍ଲାମେଟରି ବାୱେଲ ଡିଜିଜ, ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ ଓ କେତେକ ଔଷଧ ଉଲ୍ଲେଖ‌ଯୋଗ୍ୟ । ନିର୍ଦ୍ଦିଷ୍ଟ କାରଣ ଜାଣିବା ନିମନ୍ତେ ଝାଡ଼ା କଲଚର ଆବଶ୍ୟକ ନୁହେଁ ।

ଉନ୍ନତ ପରିମଳ ବ୍ୟବସ୍ଥା, ବିଷୁଦ୍ଧ ପାନୀୟ ଜଳ ଓ ହସ୍ତ ପ୍ରକ୍ଷାଳନ ସାହାଯ୍ୟରେ ସଂକ୍ରମଣକ୍ଷମ ତରଳ ଝାଡ଼ା ପ୍ରତିଷେଧ କରାଯାଏ । ଶିଶୁମାନଙ୍କୁ ୬ ମାସ ପର୍ଯ୍ୟନ୍ତ ସ୍ତନ୍ୟପାନ କରେଇବା ଓ ରୋଟା ଭୁତାଣୁ ଟିକା ଦେବା ଆବଶ୍ୟକ । ପାଟିବାଟେ ପୁନଃଜଳ‌ଯୋଜନ ଦ୍ରବଣ (Oral rehydration solution ବା ORS), ଅର୍ଥାତ ପରିଷ୍କାର ଜଳରେ କିଛି ଲୁଣ ଓ ଚିନି ବା ଗ୍ଲୁକୋଜ ମିଶେଇ ପିଇବାକୁ ଦେବା ପସନ୍ଦ ଯୋଗ୍ୟ ଉତ୍ତମ ଚିକିତ୍ସା । ଜିନ୍କ ଥିବା ବଟିକା ବା ଖାଦ୍ୟ (Zinc tablets) ଖାଇବାକୁ ପରାମର୍ଶ ଦିଆଯାଏ । ବିଗତ ୨୫ ବର୍ଷ ମଧ୍ୟରେ ଏହି ଚିକିତ୍ସାଦ୍ୱାରା ୫୦ ନିୟୁତ ପିଲାଙ୍କୁ ବଞ୍ଚେଇ ଦିଆଯାଇପାରିଛି । ରୋଗ ସମୟରେ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଖାଇବାକୁ ଓ ପିଲାଙ୍କୁ ସ୍ତନ୍ୟପାନ କରେଇବାକୁ ଉପଦେଶ ଦିଆଯାଏ । ବ୍ୟବସାୟିକ ଓ ଆର ଏସ ନ ମିଳିଲେ ଘରୋଇ ଦ୍ରବଣ କରି ବ୍ୟବ‌ହାର କରିବା କଷ୍ଟକର ନୁହେଁ । ସାଂଘାତିକ ନିର୍ଜଳନ ବା ଡିହାଇଡ୍ରେସନ ଥିଲେ ଶିରାମାଧ୍ୟମ ତରଳପଦାର୍ଥ ଦରକାର ହୁଏ । ଅଧିକାଂଶ କେଶରେ ପାଟିରେ ଏହି ତରଳ ପଦାର୍ଥ ଦେଇ ଚିକିତ୍ସା କରିହେବ । ଆଣ୍ଟିବାୟୋଟିକ କ୍ୱଚିତ ଦରକାର ହୁଏ, ବିଶେଷତଃ ଝାଡ଼ାରେ ରକ୍ତ ପଡ଼ିଲେ, ଉଚ୍ଚମାତ୍ରା ଜ୍ୱର ଥିଲେ, ପରିଭ୍ରମଣ ବେଳେ ଝାଡ଼ା ହେଲେ ବା କେତେକ ନିର୍ଦ୍ଦିଷ୍ଟ ଜୀବାଣୁ ଓ ପରଜୀବୀ ମଳ ପରୀକ୍ଷାରେ ବାହାରିଲେ । ଲୋପେରାମାଇଡ ଔଷଧ ଦେଲେ ଝାଡ଼ା ଯିବା ସଂଖ୍ୟା କମିଯାଏ, କିନ୍ତୁ ଏହା ଗମ୍ଭୀର ରୋଗରେ ଦେବାକୁ ଉପଦେଶ ଦିଆଯାଏ ନାହିଁ ।

ବାର୍ଷିକ ୧.୭ ରୁ ୫ ବିଲିଅନ ତରଳ ଝାଡ଼ା ରୋଗ ହୁଏ । ବିକାଶଶୀଳ ଦେଶମାନଙ୍କରେ ଏ ରୋଗ ଅତି ସାଧାରଣ ଯେଉଁଠି ପିଲାମାନଙ୍କୁ ପ୍ରତି ବର୍ଷ ପ୍ରାୟ ୩ ଥର ଏହି ରୋଗ ହୁଏ । ୨୦୧୨ରେ ପୃଥିବୀରେ ୫ ବର୍ଷ ବୟସରୁ କମ ପିଲାଙ୍କ ମୃତ୍ୟୁ ସଂଖ୍ୟାରେ (deaths in children) ଏହା ୨ୟ ସ୍ଥାନ (0.୭୬ ନିୟୁତ ବା ୧୧%) ଅଧିକାର କରିଥିଲା । ବାରମ୍ବାର ତରଳ ଝାଡ଼ା ହେଲେ ଅପ‌ପୁଷ୍ଟି ବା ମାଲନୟୁଟ୍ରିସନ ହୁଏ ଓ ଏହା ୫ ବର୍ଷ ବୟସରୁ କମ୍ ପିଲାଙ୍କ କ୍ଷେତ୍ରରେ ଅତି ସାଧାରଣ କାରଣ । ଶାରୀରିକ ଓ ବୌଦ୍ଧିକ ବିକାଶ ବାଧାପ୍ରାପ୍ତ ହେବା ସମ୍ଭାବନା ଥାଏ ।

ରୋଗ

ନିମୋନିଆ: ଏଥିରେ ମୁଖ୍ୟତଃ ଫୁସ୍‌ଫୁସ୍ ସଂକ୍ରମିତ ହୋଇଥାଏ । ଏହା ସାଧାରଣ ମନେ ହେଉଥିଲେ ବି ଖୁବ୍ ଗୁରୁତର ସ୍ଵାସ୍ଥ୍ୟ ସମସ୍ୟା । ଯେ କୌଣସି ବୟସର ବ୍ୟକ୍ତିଙ୍କୁ ଏହା ଆକ୍ରାନ୍ତ କରିପାରେ । ପିଲାମାନଙ୍କ ମଧ୍ୟରେ ରୋଗ ପ୍ରତିରୋଧକ କ୍ଷମତା କମ୍ ଥିବାରୁ ଶୀତଦିନେ ସେମାନଙ୍କ ଠାରେ ନିମୋନିଆ ତଥା ଅନ୍ୟାନ୍ୟ ଶ୍ଵାସକ୍ରିୟାଜନିତ ସମସ୍ୟା ଦେଖାଯାଏ । ଏପରିକି ଭୁତାଣୁ କାରଣରୁ ଡାଇରିଆ ବି ହୋଇପାରେ । ପିଲାଙ୍କ ଠାରେ ଶ୍ଵାସକ୍ରିୟାର ଅସ୍ଵାଭାବିକତା, କାଶ, ଛାତି ପୋଲିହେବା ସହିତ ଜ୍ଵର ପରି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଏଥିସହିତ ଏପରି ନ ହେବା ଲାଗି ସେମାନଙ୍କୁ ପୁଷ୍ଟିକର ଖାଦ୍ୟ ଦିଅନ୍ତୁ । ଫଳରେ ସେମାନଙ୍କର ରୋଗପ୍ରତିରୋଧକ କ୍ଷମତା କମ୍ ହେବନାହିଁ । ସେମାନଙ୍କୁ ସମସ୍ତ ଆବଶ୍ୟକ ଟିକା ଦିଅନ୍ତୁ । ବଡମାନେ ଧୁଆଁ ତଥା ଧୂମପାନରୁ ଦୂରେଇ ରହନ୍ତୁ । ଏହା ସଂକ୍ରମଣର ଆଶଙ୍କା ବଢାଇଦିଏ । ଥଣ୍ଡା ହେବାମାତ୍ରେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । କାରଣ, ଏହା ଅନ୍ୟମାନଙ୍କୁ ସଂକ୍ରମିତ ହେବାର ଆଶଙ୍କା ରହିଛି ।

ଆଜ୍‌ମା (ଶ୍ଵାସ): ଏହା ଏକପ୍ରକାର ଶ୍ଵାସକ୍ରିୟା ସଂକ୍ରାନ୍ତ ରୋଗ ଯାହା ଯେକୌଣସି ବୟସରେ ଆକ୍ରାନ୍ତ କରିପାରେ । ତେବେ ଶୀତଦିନେ ତାପମାତ୍ରା, ଧୂଳି ଆଦି ସହିତ ଶ୍ଵାସନଳୀର ସମ୍ବେଦନଶୀଳତା ଏହି ରୋଗ ଆକ୍ରମଣ କରିବାର ମୁଖ୍ୟ କାରଣ । ଯଦି ଆପଣ ଶ୍ରାସରୋଗରେ ଆକ୍ରାନ୍ତ ଥା’ନ୍ତି ତେବେ ଶୀତର କ୍ଷତିକାରକ ପ୍ରଭାବରୁ ମୁକ୍ତି ପାଇବା ଲାଗି ସକାଳୁ ଏକ ଗ୍ରାସ ପାଣିରେ ଚାମରେ ମହୁ ମିଶାଇ ପିଅନ୍ତୁ । ଇନ୍ ହେଲର ବ୍ୟବହାର କରୁଥିଲେ ଏହାକୁ ନିଜ ପାଖେ ପାଖେ ରଖନ୍ତୁ ଏବଂ ନିୟମିତ ଡାକ୍ତରଙ୍କ ସମ୍ପର୍କରେ ରହିବାକୁ ଚେଷ୍ଟା କରନ୍ତୁ ।

ଆଲର୍ଜି : ଥଣ୍ଡା ପାଗ ଯୋଗୁ ପ୍ରଦୂଷଣଯୁକ୍ତ କୁହୁଡି ସଂସ୍ପର୍ଶରେ ଆସି ଆଖୁ ଜଳାପୋତା, ନାକ କୁଣ୍ଡେଇ ହେବା, ଗଳା ସଂକ୍ରମଣ ଓ କାଶ ଆଦି ହୋଇଥାଏ । ତେଣୁ ଏଥରୁ ମୁକ୍ତି ପାଇଁ ମର୍ନିଂୱାକ ସହିତ ଡେରି ରାତିଯାଏ ବାହାରେ ନରହିବା ଉଚିତ । ଖାଦ୍ୟରେ ଏସବୁ ଜିନିଷ ସାମିଲ କଲେ ଆଲର୍ଜିରୁ ମୁକ୍ତି ପାଇପାରିବେ । ରସୁଣରେ ଆଣ୍ଟି ଅକ୍ସିଡାଣ୍ଟ ଥିବାରୁ ପ୍ରତିଦିନ ସକାଳୁ ହାଲ୍‌କା ଉଷୁମ ପାଣି ସହିତ ୨ ପାଖୁଡା ରସୁଣ ଖାଇଲେ ଆଲର୍ଜିମୁକ୍ତ ରହିବେ । ଏକଗ୍ଲାସ ଉଷୁମ କ୍ଷୀରରେ ଚିମୁଟାଏ। ହଳଦୀ ମିଶାଇ ପିଇବା ଉଚିତ । ଅଦାରେ ଆଣ୍ଟି, ଇନ୍‌ଫାମେଟୋରୀ ଏବଂ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ରହିଥାବାରୁ ଏହା କଫ ଦୂର କରିବା ଲାଗି ସହାୟକ । ତେଣୁ ଖାଦ୍ୟରେ ଅଦାକୁ ବେଶୀ ସାମିଲ କରନ୍ତୁ । ସକାଳୁ ଏକ ଗ୍ଲାସ ହାଲକା ଉଷୁମ ପାଣିରେ ଅଧାଚାମଚ ଲେମ୍ବୁରସ ମିଶାଇ ପିଅନ୍ତୁ । ଲେମ୍ବୁ ଭିଟାମିନ୍ ସିର ଏକ ଭଲ ଉତ୍ସ । ପେସୀ ମଞ୍ଜରେ ବି ଓମେଗା ୩ ଫ୍ୟାଟି ଏସିତ ରହିଛି ଯାହା ଶରୀରରୁ ଆଲର୍ଜି ଦୂରେଇବାରେ ସହାୟକ । ଗାଁଗହଳିରେ ବିଶେଷକରି ଶୀତଦିନେ ପୋସୀ ଓ ଚାଉଳଭଜା ଖାଇବାର ଦେଖାଯାଇଥାଏ ।

ଫ୍ଲୁ: ଇନ୍‌ଫ୍ଲୁଏଞ୍ଜା ବା ଫ୍ଲୁ ହେଉଛି ଶୀତଦିନେ ହଠାତ୍ ହେଉଥିବା ଜ୍ଵର । ଏହା ଇନ୍‌ଫ୍ଲୁଏଞ୍ଜା ଭୁତାଣୁ ସଂକ୍ରମଣରୁ ହୋଇଥାଏ । ଏଥିରେ ଜ୍ଵର, ଶରୀର ଏବଂ ମୁଣ୍ଡବ୍ୟଥା, ଦୁର୍ବଳ ଲାଗିବା, କାଶ ଆଦି ଆକ୍ରାନ୍ତ କରେ। ଶୀତଦିନେ ଶିଶୁ ବୃଦ୍ଧ, ଗର୍ଭବତୀ ମହିଳା, ଆଜ୍‌ମା, ସିଓପିଡି, ଡାଇବେଟିସ୍ ଏବଂ ହୃଦ୍‌ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଫ୍ଲୁ ପ୍ରକୋପ ବଢିଯାଏ । ଏମାନେ ପ୍ରତିଦିନ ଏକଗ୍ଲାସ ହାଲକା ଉଷୁମ ପାଣିରେ ଅଧା ଲେମ୍ବୁ ଚିପୁଡି ପିଇବା ଉପକାରୀ ।

ଧୂମପାନ: ହୃଦଯନ୍ତ୍ର ଶରୀରର ସବୁଠାରୁ ସମ୍ବେଦନଶୀଳ ଅଙ୍ଗ । ବିଶେଷକରି ଶୀତଦିନେ ଏହାର ସୁରକ୍ଷାରେ ସାମାନ୍ୟ ଦାୟିତ୍ଵହୀନତା ଏକାଧିକ ସମସ୍ୟାର କାରଣ ହୋଇଥାଏ । କାରଣ, ଏହି ଚତୁରେ ତାପମାତ୍ରା କମ୍ ରହୁଥବା ଯୋଗୁ ରକ୍ତବାହୀ ଧମନୀଗୁଡିକ ସଙ୍କୁଚିତ ହେବା ସହ କୋଲେଷ୍ଟେରଲ ପରିମାଣ ବଢିଯାଏ । ତେଣୁ ହୃଦ୍‌ଘାତର ଆଶଙ୍କା ମଧ୍ୟ ବଢେ । ଏଭଳି ସମସ୍ୟା ଥିବା ବ୍ୟକ୍ତି ନିଜ ଜୀବନଶୈଳୀରେ ବ୍ୟାୟାମକୁ ସାମିଲ କରନ୍ତୁ ।

ଶୀତଦିନେ ସୁସ୍ଥ ରଖେ ଖାଦ୍ୟ

ବର୍ତ୍ତମାନ ଶୀତଦିନ ଆରମ୍ଭ ହେବା ସହିତ ଥଣ୍ଡା ପବନ ବୋହିବା ମଧ୍ୟ ଆରମ୍ଭ ହୋଇଗଲାଣି । ଏହିପରି ସ୍ଥିତିରେ ନିଜର ସ୍ୱାସ୍ଥ୍ୟର ଯତ୍ନ ନେବା ନିହାତି ଜରୁରୀ । ସୁସ୍ଥ ରହିବା ପାଇଁ ଜରୁରୀ କି ନିଜ ଖାଦ୍ୟକୁ ଠିକ ରୂପେ ଗ୍ରହଣ କରିବା ଉଚିତ ।

ଶୀତଋତୁରେ ସ୍ୱାସ୍ଥ୍ୟ ସହିତ ଜଡିତ ବହୁ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । କିନ୍ତୁ ପ୍ରକୃତି ଏହା ସହିତ ଲଢେଇ କରିବା ପାଇଁ ବିଭିନ୍ନ ପ୍ରକାର ଖାଦ୍ୟ ପଦାର୍ଥ ରଖିଛି । ଖାଦ୍ୟ ଯାହାକୁ ସେବନ କରିବା ଦ୍ୱାରା ଆପଣ ନିଜକୁ ଶୀତଦିନେ ସୁସ୍ଥ ରଖିପାରିବେ ।

ଖଜୁରି :

ଖଜୁରିରେ ଭିଟାମିନ୍ ଏ, ବି ବ୍ୟତୀତ ପୋଟାସିୟମ, ମ୍ୟାଗ୍ନେସିୟମ ଭରପୁର ମାତ୍ରାରେ ରହିଥାଏ । ଥଣ୍ଡାଦିନରେ ଖଜୁରି ଖାଇବା ଦ୍ୱାରା ଶରୀରକୁ ଭିତରୁ ଗରମ ରଖିବା ସହିତ ଶରୀରକୁ ଶକ୍ତ କରିଥାଏ । ପ୍ରତିଦିନ ଦୁଇଟି ଖଜୁରୀ ଖାଇବା ଦ୍ୱାରା ଶରୀରରେ ଫାଇବରର ଅଭାବ ଦୂର ହୋଇଥାଏ । ତା ସହିତ ଏହା ରକ୍ତରେ ହିମୋଗ୍ଲୋବିନର ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ ।

ବାଜରା :

ଶୀତଋତୁରେ ବାଜରା ସେବନ କରିବା ଶିଶୁ ଓ ବୃଦ୍ଧ ମାନଙ୍କ ପାଇଁ ଖୁବ ଲାଭଦାୟକ । ବାଜରାରେ ଫାଇବର ଓ କ୍ୟାଲସିୟମ ଭରପୁର ମାତ୍ରାରେ ଥାଏ । ଯାହା କୋଷ୍ଠ୍ୟ କାଠିନ୍ୟ, ଗ୍ୟାସ୍ ରୁ ମୁକ୍ତ କରି ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ । କେବଳ ଏତିକି ନୁହେଁ ବାଜରା ଶରୀରକୁ ଗହମଠାରୁ ଅଧିକ ଶକ୍ତି ଯୋଗାଇଥାଏ ।

ଗୁଡ: ଗୁଡ ଥଣ୍ଡା ଦିନ ପାଇଁ ସବୁଠାରୁ ଲାଭଦାୟକ । ଏହା ଶରୀରକୁ ରକ୍ତର କମି ଠାରୁ ଦୂରରେ ରଖି ଏହାକୁ ସଫା ରଖିବାରେ ସାହାଯ୍ୟ କରିଥାଏ । ଗୁଡରେ ଭରପୁର ମାତ୍ରାରେ ଆଇରନ, ଫସଫରସ୍, କପର୍,ମ୍ୟାଗ୍ନେସିୟମ, କ୍ୟାଲସିୟମ୍ ଆଦି ଭରପୁର ମାତ୍ରାରେ ଥାଏ । ତା ସହିତ ଗରମ କ୍ଷୀର ସହିତ ଗୁଡ ଖାଇବା ଦ୍ୱାରା ଓଜନ କମ ହୋଇଥାଏ ।

ଗାଜର :

ଶୀତଋତୁରେ ବେଶୀ ମିଳୁଥିବା ଗାଜରରେ ବୀଟା କ୍ୟାରୋଟିନ୍ ଥାଏ । ଶରୀରରେ ଏହାକୁ ଭିଟାମିନ୍ ଏ ରେ ପରିଣତ କରିଥାଏ ଓ ଏହି ଭିଟାମିନ୍ ଶରୀରର ପ୍ରତିରୋଧକ ପ୍ରଣାଳୀରେ ସାହାଯ୍ୟ କରିଥାଏ । ଏହା ଫୁସ୍‌ଫୁସ୍‌କୁ ସୁସ୍ଥ ରଖିବା ସହିତ ଶ୍ୱାସରୋଗକୁ ଦୂରେଇ ରଖିଥାଏ । ତା ସହିତ ତ୍ୱଚାରେ ବୟସ ଛାପ କମ କରିବାରେ ମଧ୍ୟ ଗୋଟିଏ ଭଲ ଖାଦ୍ୟ ।

ବିଟ୍ :

ବିଟରେ ଫାଇଟୋକେମିକାଲ୍ସ ଓ ଆଣ୍ଚି- ଅକ୍ସିଡେଣ୍ଟ୍ ପ୍ରଚୁର ମାତ୍ରାରେ ଥାଏ । ଯାହା ସ୍ୱାସ୍ଥ୍ୟ କୋଶିକା ଓ ତାଙ୍କ ଡିଏନ୍‌ଏକୁ କ୍ଷତି ପହଞ୍ଚାଉଥିବା ମୁକ୍ତ କୋଣକୁ ଲଢିବା ପାଇଁ ଶକ୍ତି ଯୋଗାଇଥାଏ । ସେହି କାରଣରୁ ଶରୀରର ଇମ୍ୟୁନିଟି ଶକ୍ତ ହୋଇଥାଏ , ଯାହାଦ୍ୱାରା ଶରୀର ଇନଫେକ୍ସନରୁ ଲଢିବା ପାଇଁ ଶକ୍ତି ମିଳିଥାଏ ।

ରାଶି :

ରାଶି ପ୍ରକୃତିରୁ ଗରମ ହୋଇଥାଏ । ଯେଉଁ କାରଣରୁ ଥଣ୍ଡାଦିନରେ ସୁସ୍ଥ ରହିବା ପାଇଁ ରାଶି ସେବନ କରିବା ଜରୁରୀ ହୋଇଥାଏ । ରାଶିରେ ନାମକ ମୋନୋ-ସୈଚୁରେଟେଡ ଫୈଟୀ ଏସିଡ ମିଳିଥାଏ । ଯାହା ଶରୀରର କୋଲେଷ୍ଟ୍ରୋଲ୍ କମ କରିବାରେ ସାହାଯ୍ୟ କରିଥାଏ । ତା ସହିତ ରାଶିରେ ଆଣ୍ଟି- ବ୍ୟାକ୍ଟେରିଆଲ୍ ତତ୍ତ୍ୱ ମହଜୁଦ ଥାଏ , ଯାହା ଖଣ୍ଡିଆ ବା ଘାକୁ ଶୀଘ୍ର ଭରିଥାଏ ।

ହଳଦୀ :

ରୋଗ ପ୍ରତିରୋଧକ କ୍ଷମତା ବଢାଇବା ପାଇଁ ହଳଦୀର ପ୍ରୟୋଗ କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ୱରେ କରାଯାଇଥାଏ । ଆଣ୍ଟି-ବ୍ୟାକ୍ଟେରିୟଲ୍ , ଆଣ୍ଟି-ଫଙ୍ଗଲ ଓ ଆଣ୍ଟି- ଭାଇରାଲ ଅନୁସାରେ ଏହା ଶରୀରର ଇମ୍ୟୁନିଟି ଶକ୍ତିକୁ ମଜବୁତ କରିବାରେ ଖୁବ ସାହାଯ୍ୟ କରିଥାଏ । ଅଧିକ ଲାଭ ପାଇଁ ହଳଦୀକୁ ଗରମ କ୍ଷୀର ସହିତ ପିଇବା ଦରକାର ।

ଅମୃତଭଣ୍ଡା :

ଶୀତଦିନରେ ଡ୍ରାଏ ସ୍କିନ ପ୍ରଭାବରେ ମୁଖ୍ୟତଃ ତ୍ୱଚାରେ ଫଟା ଦାଗ ଦେଖିବାକୁ ମିଳିଥାଏ। ଚମରୁ ପରସ୍ତପରସ୍ତ ଉଠିଯାଏ । ଏହାସହ ତ୍ୱଚା କୁଣ୍ଡେଇ ହେବା ଯୋଗୁ କଷ୍ଟ ଅନୁଭବ କରିଥାନ୍ତି ଲୋକେ। ଏଥିରୁ ମୁକ୍ତି ପାଇବା ପାଇଁ ଲୋକମାନଙ୍କୁ ବହୁତ ଟଙ୍କା ଖର୍ଚ କରିବାକୁ ପଡିଥାଏ । ନାମୀ ଦାମି କମ୍ପାନୀର ଔଷଧ ବ୍ୟବହାର କରିବାକୁ ପଡିଥାଏ । ତେବେ ଅମୃତଭଣ୍ଡା ଦ୍ୱାରା କମ ଖର୍ଚ୍ଚରେ ଘରୋଇ ଉପଚାର ମାଧ୍ୟମରେ ଏହି ସମସ୍ୟାକୁ ଦୂର କରାଯାଇପାରିବ।

ମୁହଁ ଫାଟୁଥିଲେ ଉକ୍ତ ସ୍ଥାନରେ ପାଚିଲା ଅମୃତଭଣ୍ଡା ଲଗାଇ ୫ ମିନିଟ ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ଦେଖିବେ ଆପଣ ପୂର୍ବଚମକ ଫେରିପାଇବେ । ଏଥିରେ ଥିବା ଏଏଚଏ(ଆଲ୍ଫା ହାଇଡ୍ରୋଅକ୍ସୀ ଏସିଡ୍) ଡ୍ରାଏ ସ୍କିନକୁ ଉଜ୍ଜଳ କରିବାରେ ସହାୟକ ହୋଇଥାଏ । ଶୁଷ୍କ ଚର୍ମର ଉପଚାର କରିବାକୁ ହେଲେ ଅମୃତଭଣ୍ଡାର କିଛି କଟା ଖଣ୍ଡ, ଦୁଗ୍ଧ କ୍ରିମ୍ କିମ୍ବା ମଲାଇକୁ ଫେଂଟି ବ୍ୟବହାର କଲେ ଉପକାର ମିଳେ। ତେବେ ଅମୃତଭଣ୍ଡାକୁ ପ୍ରତିଦିନ ବ୍ୟବହାର କରିବା ଅନୁଚିତ । କାରଣ ଏହାକୁ ପ୍ରତିଦିନ ଲଗାଇଲେ ତ୍ୱଚାର କ୍ଷତି ହୋଇଥାଏ ।

ମୁହଁରେ ଥିବା କଳା ଦାଗର ଉପଚାର ପାଇଁ ଅମୃତଭଣ୍ଡାର ରସକୁ ମଧ୍ୟ ବ୍ୟବହାର କରିପାରିବେ । ଅମୃତଭଣ୍ଡା ରସରେ ସମାନ ପାରିମାଣରେ କ୍ଷୀର ମିଶାଇ ମୁହଁରେ ଲଗାଇଲେ କଳାଦାଗ ଛାଡି ଯିବା ସହ ମୁହଁର ଗୋରାପଣ ବଢିଥାଏ । ପ୍ରତିଦିନ ଏହାକୁ ବ୍ୟବହାର କଲେ କଳାଦାଗ ହଟାଇ ହେବ । ଯଦି ଶରୀରରେ ଡିହାଇଡ୍ରେସନ ହୋଇଥାଏ, ତେବେ ମଧ୍ୟ ଅମୃତଭଣ୍ଡାକୁ ବ୍ୟବହାର କରିହେବ । ପାଚିଲା ଅମୃତଭଣ୍ଡା ସହ କିଛି ଡ୍ରପର ମହୁ ମିଶାଇ ଖାଇଲେ ଏହି ସମସ୍ୟାରୁ ଲାଘବ ପାଇପାରିବେ ।

ଶୀତ ଋତୁରେ ସୂର୍ଯ୍ୟକିରଣ ଅନେକ ରୋଗରୁ ମୁକ୍ତି

ଶୀତ ଋତୁର ଆଗମନ ହେବା ସଙ୍ଗେ ଚାରିଆଡେ ଶୀତର ପ୍ରଭାବ ଅନୁଭୂତ ହେଲାଣି । ଏହି ଋତୁରେ ଲୋକେ ଖରାର ଉତ୍ତାପକୁ ଖୁବ୍ ମନଭରି ଉପଭୋଗ କରିଥାନ୍ତି । କାରଣ ଏହି ଋତୁରେ ଖରାର ମଜା କିଛି ଅଲଗା ଅନୁଭବ କରାଇଥାଏ । ଖରାରୁ କେବଳ ଭିଟାମିନ-ଡି ମିଳେ ନାହିଁ, ମାତ୍ର ଏଥିରୁ ଶରୀର ମଧ୍ୟରେ ଅନେକ ଲାଭ ମଧ୍ୟ ମିଳିଥାଏ ।

  1. ପ୍ରାୟତଃ ସମସ୍ତଙ୍କୁ ଜଣା କି ଖରାରୁ ଶରୀରକୁ ଭରପୂର ମାତ୍ରାରେ ଭିଟାମିନ-ଡି ମିଳିଥାଏ, ଯାହା ହାଡକୁ ମଜଭୂତ କରିବାରେ ସାହାଯ୍ୟ କରିଥାଏ । ଏହାସହ ଖରା ଉତ୍ତାପରୁ ଗଣ୍ଠି ଦରଜ ଏବଂ ଶୀତ ଦିନେ ହେଉଥିବା ଶରୀର ବ୍ୟଥାରୁ ମଧ୍ୟ ମୁକ୍ତି ମିଳିଥାଏ ।
  2. ଖରା ଶେକରୁ ଆମର ଶରୀରରେ ମେଲାଟୋନିନ ପ୍ରସ୍ତୁତ ହୋଇଥାଏ । ଏହି ହର୍ମୋନର ଅବସ୍ଥିତି ଯୋଗୁଁ ଭଲ ନିଦ ହୋଇଥାଏ । ଏହାସହ ମାନସିକ ଚିନ୍ତାରୁ ମଧ୍ୟ ମୁକ୍ତି ମିଳିଥାଏ ।
  3. ଖରାରେ ବସିବା ଦ୍ୱାରା ଶରୀରରେ ଥିବା କୋଲେଷ୍ଟ୍ରୋଲର ମାତ୍ରା ହ୍ରାସ ପାଇଥାଏ, ଯାହା ଓଜନ ଘଟାଇବାରେ ସାହାଯ୍ୟ କରିଥାଏ ।
  4. ଯଦି ଶରୀରରେ କୌଣସି ପ୍ରକାରର ଫଙ୍ଗାଲ ଇନଫେକ୍ସନ ହୋଇଥାଏ ତେବେ ଖରାରେ ନିହାତି ବସନ୍ତୁ । କାରଣ ଖରାରେ ବସିବାଦ୍ୱାରା ବ୍ୟାକଟେରିଆ ସମ୍ପର୍କିତ ଇନଫେକ୍ସନ ହ୍ରାସ ହୋଇଥାଏ । ତେଣୁ ଖରା ତ୍ୱଚା ଜନିତ ସମସ୍ୟାରୁ ମୁକ୍ତି ଦେବା ଲାଗି ବହୁ ଉପକାରୀ ଅଟେ ।
  5. ସୂର୍ଯ୍ୟଙ୍କ କିରଣମଧ୍ୟରେ ଜଣ୍ଡିସ ଭଳି ରୋଗ ନିୟନ୍ତ୍ରଣ କ୍ଷମତା ରହିଛ, ତେଣୁ ଜଣ୍ଡିସ ଆକ୍ରାନ୍ତ ଥିବା ବ୍ୟକ୍ତି ଖରାରେ ନିହାତି ବସିବା ଜରୁରୀ ।
  6. ଗର୍ଭାବସ୍ଥାରେ ଖରାରେ ବସିବାଦ୍ୱାରା ଶିଶୁର ଭଲ ବିକାଶ ହୋଇଥାଏ ।
  7. ସୂର୍ଯ୍ୟଙ୍କ କିରଣରୁ ଉତ୍ପନ ହେଊଥିବା ଅତି ବାଇଗଣୀ ରଶ୍ମୀ ଶରୀରର ରୋଗ ପ୍ରତିରୋଧ କ୍ଷମତା ବୃଦ୍ଧି ହୋଇଥାଏ । ଯାହା ଆମକୁ ଅନେକ ପ୍ରକାର ରୋଗରୁ ରକ୍ଷା କରିଥାଏ ।
  8. ଖରାରେ ବସିବାଦ୍ୱାରା ରକ୍ତ ଜମାଟ ବାନ୍ଧିବା ସମସ୍ୟା ହୋଇନଥାଏ । ଯେଉଁ କାରଣରୁ ଶରୀରରେ ରକ୍ତ ସଂଚାଳନ ଠିକ୍ ଭାବେ ହୋଇଥାଏ । ଏହାଦ୍ୱାରା ହୃଦରୋଗୀ ଏବଂ ମଧୁମେହ ରୋଗୀ ଖୁବ୍ ଫଳପ୍ରଦ ହୋଇଥାଆନ୍ତି ।

ଶୀତଦିନିୟା ରୋଗକୁ ସାବଧାନ

ଶୀତର ପ୍ରକୋପ ଦିନକୁ ଦିନ ବଢୁଛି । ଶୀତ ଦିନେ ସ୍ୱାସ୍ଥ୍ୟ ପ୍ରତି ଯେତେ ସଚେତନତ ରହିଲେ ବି ଥଣ୍ଡା, କାସ ଜ୍ଵର, ପିଛା ଛାଡେନି । ଶୀତଦିନ ବଣଭୋଜି ଓ ଭ୍ରମଣର ଋତୁ ହୋଇ ଥିବାରୁ ସମସ୍ତେ ଏହି ଋତୁକୁ ମନଭରି ଉପଭାଗ କରିବାକୁ ଚାହାନ୍ତି ତେବେ ଏହି ଶୀତ ଦିନିଆ ରୋଗରୁ କିପରି ଦୂରେଇ ରହି ହେବ ଓ କି ପ୍ରକାର ପ୍ରତିକାର ବ୍ୟବସ୍ଥା କରି ହେବ ତାହା ଜାଣନ୍ତୁ ।

କି କି ରୋଗ ହେବାର ଆଶଙ୍କା ଥାଏ

ଏହି ଋତୁରେ ବାଯୁମଣ୍ଡଳରେ ଟାପମାତ୍ରା ଓ ଆଦ୍ରତା କମ୍ ଥିବାରୁ ମଣିଷ ଶରୀରକୁ ବହୁ ରୋଗ ଆକ୍ରାନ୍ତ କରିଥାଏ । ସାଧାରଣତଃ ଥଣ୍ଡା ଜ୍ଵର କାଶ, ନିମୋନିଆ, କଫ , ଶ୍ଵାସକ୍ରିୟାଜନିତ ରୋଗ ଯଥା ବ୍ରୋଙ୍କାଇଟିସ୍ ଫାଞ୍ଜାଇଟିସ୍, ଟନସିଲାଇଟିସ୍, ଜିଭ ଛିଣ୍ଡିବା, ଓଠଫାଟିବା ଆଡ ଏହି ଋତୁରେ ଅଧିକ ହୋଇଥାଏ । ଏହାଛଡା ବାୟୁ ଜନିତ ସଂକ୍ରମଣ ରୋଗ ମଧ୍ୟ ଦେଖାଯାଇଥାଏ ।

ଅନେକ ଲୋକ ଜାଣନ୍ତିନି ଯେ ଶୀତଋତୁରେହୃଦଘାତ ହେବାର ଆଶଙ୍କା ଅଧିକ । ଏହି ଋତୁରେଅତ୍ୟଧିକଥଣ୍ଡା ଯୋଗୁଁ ଧମନୀ ସଙ୍କୁଚିତ ହୋଇଯାଏ । ଫଳରେ ହୃତ୍ ପିଣ୍ଡକୁ ରକ୍ତ ସଞ୍ଚାଳନରେ ବାଧା ଉପୁଜେ ଏବଂ ହୃଦ୍ ଘାଟ ହେବାର ଆଶଙ୍କା ବଢେ । ସେହିଭଳି ଏହି ଋତୁରେ ଶ୍ଵାସରୋଗୀଙ୍କୁ ଅଧିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଅତ୍ୟଧିକ ଥଣ୍ଡା ତଥା ଶୁଖିଲା ପାଣିପାଗ ଯୋଗୁଁ ଚର୍ମ କୁଣ୍ଡାଇ ହେବା, ଫାଟିବା ଆଦି ସମସ୍ୟା ମଧ୍ୟ ଦେଖାଯାଏ । ଶୀତ ଦିନେ ମାଂଶପେଶୀ ସାଙ୍କୁଡିଯିବା ଫଳରେ ଆଣ୍ଠୁ ଗଣ୍ଠି ଦରଜ ହୋଇଥାଏ । ପୁଣି ଏହି ଦିନେ କବାଟ ଝରକା ସବୁବେଳେ ବନ୍ଦ ରଖାଯିବା ଫଳରେ ବାୟୁ ସଂଚାଳନ ଠିକ୍ ଭାବେ ନ ହୋଇ ସାଇନାସାଇଟିସ୍ ସମସ୍ୟା ମଧ୍ୟ ଦେଖା ଦେଇଥାଏ ।

ଏସବୁର ପ୍ରତିକାର କ’ଣ ?

ଶୀତ ଦିନେ ଥଣ୍ଡାକୁ ବେଶି ଣ ବାହାରିବା ଯଦି ଥଣ୍ଡାରେ ବାହାରିବାକୁ ହୁଏ ମୁଣ୍ଡରୁ ଗୋଡ ପର୍ଯ୍ୟନ୍ତ ଘୋଡାଇ ହୋଇ ବାହାରିବା ସହ ନିଆ ପୁଇବା ଆଦି ଶରୀର ପାଇଁ ବହୁ ହିତକାରୀ । ସେହିପରି ଅତ୍ୟଧିକ ଥଣ୍ଡା ସମୟରେ ମର୍ଣ୍ଣିଂ ୱାର୍କ ଣ କରି ଟିକେ ଖରା ବାହାରି ଆସିଲା ବେଳକୁ କରିବା, ଶୀତ ଦିନେ ବଦହଜମି ସମସ୍ଯା ରହୁଥିବାରୁ କମ୍ ପରିମାଣର ଖାଦ୍ୟ ଖାଇବା, ବାହାର ଷ୍ଟ୍ରିଟ୍ ଫୁଡ୍ ଓ ଜଙ୍ଗ ଫୁଡ୍ ଣ ଖାଇବା ଭଲ । ପରିଷ୍କାର ପରିଚ୍ଛନ୍ନ ରହିବା, ଶ୍ଵାସରୋଗୀମାନେ ଧୁଳି, ନୂଆଁ ଓ ପ୍ରଦୁଷଣଠାରୁ ଦୂରେଇ ରହିବା ଉଚିତ୍ । ଯେଉଁ ମାନଙ୍କ ଆଣ୍ଠୁଗଣ୍ଠି ବ୍ୟଥା ହୁଏ ସେମାନେ ଗୋଟିଏ ମୋଟା ଶୀତବସ୍ତ୍ର ଘୋଡାଇ ହେବା ବଦଳରେ ଦୁଇ ତିନି ପରସ୍ତ ପତଳା ଶୀତ ବସ୍ତ୍ର ଘୋଡାଇ ହେଲେ ଭଲ ପୁଣି ଖରାରେ ବ୍ୟାୟାମ ସେମାନଙ୍କୁ ଅଧିକ ସୁଫଳ ଦିଏ ।

ଶିଶୁମାନଙ୍କ ଯତ୍ନ କେମିତି ନେବା

ଶୀତ ଦିନେ ସ୍ଵତନ୍ତ୍ର ଭାବେ ଶିଶୁ ଓ ବୟସ୍କମାନଙ୍କ ଯତ୍ନ ନେବାର ଆବଶ୍ୟକତା ରହିଛି । ଉଭୟଙ୍କର ରୋଗ ପ୍ରତିରୋଧକ ଶକ୍ତି ବହୁତ କମ୍ ଥିବାରୁ ଏହି ସମୟରେ ସେମାନଙ୍କୁ ଅତିଶୀଘ୍ର ରୋଗ ସଂକ୍ରମଣ କରିବାକୁ ଆଶଙ୍କା ଥାଏ । କାଶ, ଥଣ୍ଡା ଓ ଜ୍ଵର ଲାଗି ରୁହେ । ତେଣୁ ଶିଶୁମାନଙ୍କୁ ସବୁବେଳେ ସଫାସୁତୁରା ରହିବା ସହ ଘୋଡାଇ ରହିବା ଉଚିତ୍ । ଶିଶୁକୁ ମା’ କୋଳେଇ ଧରି ଶୋଇବା ଉଚିତ୍ । ଫଳରେ ମା’ ଶରୀରର ଉଷ୍ମତା ଶିଶୁକୁ ବାହାର ଥଣ୍ଡାରୁ ଦୂରେଇ ରହିବାରେ ସହାୟ ହୁଏ । କାଶ ଥଣ୍ଡା ଓ ଛିଙ୍କ ହେଉଥିବା ଲୋକଙ୍କଠାରୁ ସେମାଙ୍କୁ ଦୂରେଇ ରହିବା ଉଚିତ୍ ରାତିରେ ସୋରିଷ ତେଲ ଓ ରସୁଣ ଫୁଟାଇ ଉଭୟଙ୍କ ଗୋଡରେ ମାକିସ ମାଲିସ କଲେ ଥଣ୍ଡା କମିଯାଏ ।

ଶୀତ ଦିନିଆ ରୋଗରୁ ମୁକ୍ତି ପାଇଁ ଆଉ କ’ଣ ପରାମର୍ଶ ଦେବେ

ପୂର୍ବରୁ ଲୋକମାନେ ଶୀତ ଦିନେ ଶୀତ ଦିନିଆ ଖାଦ୍ୟ ଓ ଫଳ କାଉଥିଲେ । ଯାହାକି ସେମାନଙ୍କୁ ବହୁ ପରିମାଣରେ ଭିଟାମିନ୍ ବି ଦିଏ । ସାଧାରଣତଃ ପାଖାଳ, ଦହି, କାଞ୍ଜି ଓ ବାସୀ ତୋରାଣି ଆଦି ଖାଇବା ଆମେ ଭୁଲି ଗଲୁଣି । ଏ ସବୁରୁ ବହୁ ପରିମାଣରେ ଭିଟାମିନ୍ ବି କମ୍ପ୍ଲେକ୍ସ ମିଳୁଥିବାରୁ ଏହା ଜିଭ ଛିଣ୍ଡିବା ଓ ଓଠ ଫାଟିବା ଆଦୀରୁ ରକ୍ଷା କରେ । ସେହିପରି ଶୀତ ଦିନେ ଗୁଡ ତିଆରି ଚା’ ଅଦା ଚା’ ବଜାରରେ ମିଳୁଥିବା ଶୀତ ଦିନିଆ ସମସ୍ତ ଫଳ ଓ ପ୍ରଚୁର ପରିମାଣରେ ତରଳ ପଦାର୍ଥ ଖାଇବା ଉଚିତ୍ । ଏହା ଛଡା ନଡିଆ ତେଲ, ଅଲିଭ ଅଏଲ କିମ୍ବା ଆଲମଣ୍ଡ ଅଏଲ୍ ଆଦି ଇଗାଇ ଟିକେ ଉଷୁମ ପାଣିରେ ସ୍ନାନ କରିବା ଉଚିତ୍ ।

ଶୀତଦିନିଆ ପନିପରିବା ଓ ସ୍ୱାସ୍ଥ୍ୟ

ଶୀତଦିନେ ଯେଉଁସବୁ ଶାଗ ଓ ପନିପରିବା ଉତ୍ପାଦିତ ହୋଇ ବଜାରରେ ଗଦା ହୋଇଥାଏ, ସେଗୁଡିକ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକରି, ଶରୀରକୁ ସୁସ୍ଥ ରଖିବାରେ ଖୁବ୍ ସହାୟକ ।

କିଏ କହେ ଶୀତ ଧୂସର, ରୁକ୍ଷ, ବିବର୍ଣ୍ଣ? ବୁଲି ଆସନ୍ତୁ ଟିକିଏ ବିଲ ଆଡେ କି ବଜାର ଆଡେ । ସ୍ଵେଠାରେ ଦେଖିବାକୁ ପାଇବେ, ଶାଗ ଓ ପନିପରିବା ଅପୂର୍ବ ସମ୍ଭାରରେ ଶୀତ ପ୍ରାଣବନ୍ତ । ଏହି ସମୟରେ ବାୟୁମଣ୍ଡଳରେ ଆର୍ଦ୍ରାତା କମ୍ , ଉକ୍ଷ୍ମତା ମଧ୍ୟା ଊଣା । ତେଣୁବିଭିନ୍ନ ଜୀବାଣୁ ସଂକ୍ରମଣ ଓ ପେଟ ରୋଗର ସମ୍ଭାବନା ବେଶ୍ ହ୍ରାସ ପାଇଥାଏ । ବହିଥାଏ ଭୋକ । ତା’ ସାଙ୍ଗକୁ ଆକର୍ଷକ, ପୁଷ୍ଟିକର ଓ ସୁସ୍ଵାଦୁ ଶସ୍ତା ଖାଦ୍ୟଦ୍ରବ୍ୟର ପ୍ରାଚୁର୍ଯ୍ୟ । ଅବଶ୍ୟଶୀତର ସଙ୍ଗୀ ସର୍ଦି, କାଶ, ଫ୍ଲୁ, ଆଲରଜି, ଆଜମା, ନାକ ଓ କାନର ସମସ୍ୟା, ବ୍ରାଙ୍କାଇଟିସ୍ ଗଣ୍ଠିବଥା, ଫୁସ୍ ଫୁସ୍ ସଂକ୍ରମଣ ଓ କାଛୁକୁଣିଆ ଆଦି ବ୍ୟାଧି। ଏହାସତ୍ତ୍ୱେ ଶୀତଦିନେ ଯେଉଁସବୁ ଶାଗ ଓ ପନିପରିବା ସେଗୁଡିକ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିବୃଦ୍ଧିକରି ଶରୀରକୁ ସୁସ୍ଥ ଖୁବ୍ ସହାୟକ ।

ଶାଗର ନାହିଁ ତୁଳନା

ପାରିବା ଦୋକାନରେ ଛନଛନିଆ ପାଳଙ୍ଗ ମେଥି, କୋଶଳା, ବଥୁଆ ସୋରିଷଓ ମୂଳା ଶାଗ ସାଙ୍ଗକୁ ଧନିଆପତ୍ର ପୋଦିନାପତ୍ର ଏବଂ ଭୁର୍ସୁଙ୍ଗ ପତ୍ରର ଗଦାଗୁଡିକ ଦେଖିଦେଲେ ମନ ମୋହିଯାଏ, ଭୋକ ଚେଇଁ ଉଠେ । ଜାଣି ରଖନ୍ତୁ ଯେ, ଯେ କୌଣସି ଶାଗ ହୋଇଥାଉ ପଛେ ତାହା ବଜାରରେ ମିଳୁଥିବା ମଲ୍ଟିଭିଟାମିନ୍ ଆଇରନ୍ ( ଲୌହ) ଓ କ୍ୟାଲସିୟମ୍ ବାଟିକାଠରୁ କୌଣସି ଗୁଣରେ କମ୍ ନୁହେଁ । ପୁଣି ଔଷଧ – ବଟିକା କି କ୍ୟାପ୍ ସୁଲ ଖାଇଲେ ସେଥିରୁ ମିଳିଥାଏ ସେଥିରେ ରହିଥିବା କେତୋଟି ନିର୍ଦ୍ଦିଷ୍ଟ ଉତ୍ପାଦନ ଯାହାକୁ ମଣିଷ ସେଥିରେ ଭର୍ତ୍ତି କରିଥାଏ । ହେଲେ ଶାଗ ରୂପକ ସେହି ପ୍ରକୃତି ପ୍ରସ୍ତୁତ ଭିଟାମିନ୍ – ଆଇରନ୍ – କ୍ୟାଲସିୟମର ଭଣ୍ଡାରରୁ କେବଳ ଭିଟାମିନ୍ ଓ ଧାତବ ଲବଣ ମିଳିନ ଥାଏ, ଏହା ସାଙ୍ଗକୁ ମିଳିଥାଏ ସର୍ବ ରୋଗହର ଖାଦ୍ୟତନ୍ତୁ । ତାହାଛଡା ସାଗରେ ପ୍ରକୃତି ଆଉ କ’ଣ ସବୁ ଉପକାରୀ ଉତ୍ପାଦନ ଭରିଛି, ଏ ସମ୍ପର୍କରେ ଆଧୁନିକ ପୁଷ୍ଟି ବିଜ୍ଞାନୀମାନେ ଅଜ୍ଞ ।

ଶୀତଦିନେ ପ୍ରଚୁର ପରିମାଣରେ ଲିଳୁଥିବା ଉପରୋକ୍ତ ଶାଗଗୁଡିକ ମଧ୍ୟରେ ପାଳଙ୍ଗ ବୋଧହୁଏ ହେଉଛି ରାଜା ଉପରେ ଆଉ ଗୁଣରେ । ଏହି ଶାଗତି ନିରାମିଷାଶୀମାନଙ୍କର ଯେତିକି ପ୍ରିୟ, ସେତିକି ପ୍ରିୟା ଆମିଷାଶୀମାନଙ୍କର ମଧ୍ୟ। ପାଳଙ୍ଗରେ ମାଂସ କି ମାଛ ପକେଇ ସୁସ୍ଵାଦୁ ବ୍ୟଜ୍ଞାନ ପ୍ରସ୍ତୁତ ହୋଇଥାଏ ପାଳଙ୍ଗରେ ପାଣିର କିମ୍ବା ପରିବାପତ୍ର ପକେଇ ପାଳଙ୍ଗ – ଫ୍ରାଏଡ୍ ରାଇସ୍ ଓ ପାଳଙ୍ଗ ପରଟା ମଧ୍ୟ ବେଶ୍ ଉପାଦେୟ। ପାଳଙ୍ଗ ପତ୍ର, ପୋଦିନା ପତ୍ର, ଲେମ୍ବୁରସ, ଗୁଡକି ଚିନୀ ଓ ଲୁଣ ମିଶାଇ ପ୍ରସ୍ତୁତ ପାଳଙ୍ଗ ସରବତ ମଧ୍ୟ ହିତକର । ସାଗରୁ ମିଳିଥିବା ଭିଟାମିନ୍ ଗୁଡିକ ମଧ୍ୟରେ ବିଟା – କଳରୋଟିନ, ( ଦେହି) ଭିତରେ ଏଥିରୁ ତିଆରି ହୋଇପଡେ ଭିଟାମିନ୍ ଏ) ଭିଟାମିନ୍ ବି୧, ବି୨, ନିଆଶିନ୍ ଓ ଫଲିକ୍ ଏସିଡ୍ ପ୍ରଧାନ । ସେହିପରି ଗାଗମଧ୍ୟଯୋଗାଇଦିଏ କ୍ୟାଲସିୟମ, ଫସ ଫରସ ଆଇରନ, ପୋଟାସିୟମ୍ , ସୋଡିୟମ୍ ମ୍ୟାଗ୍ନେସିୟମ ଇତ୍ୟାଦି ଧାତୁସାର। ଶାଗରୁ ବି ମିଳିଯାଏ ଯଥେଷ୍ଟ ପରିମାଣର ଭିଟାମିନ୍ – ସି ।

ଜଣେ ବୟସ୍କ ବ୍ୟକ୍ତି ପାଇଁ ଦୈନିକ ଯେତିକି ପରିମାଣର ଭିଟାମିନ୍ – ଏ ଫଲିକ୍ ଏସିଡ୍ ଭିଟାମିନ୍ – ସି ଲୌହ ଏବଂ କ୍ୟାଲିୟମ ଦରକାର ପଡିଥାଏ । ସେତକ ମିଳିଯାଏ ମାତ୍ର ୧୦୦ଗ୍ରାମ ଲେଉଟିଆ ଶାଗରୁ ତେଣୁ ପ୍ରତିଦିନ ଶାଗ ଖାଇଲେ ରକ୍ତହୀନତା ବା ଆନିମିଆ’ ପାଖ ପଶିପାରେନି । ପାଖ ପାଶିପାରେନି ଅନ୍ଧାରକଣା ।

ସାଗର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନହେଉଛି, ଏହା ଯୋଗାଇ ହେଉଥିବା ଭିଟାମିନ୍ – ଏ, ଲୌହ ଏବଂ କ୍ୟାଲସିୟମ ଶରୀରରେ ସଞ୍ଚିତ ହୋଇ ରହିପାରେ ଏବଂ ଅଭାବ ସମୟରେ ସଞ୍ଚିତଭଣ୍ଡାରରୁ ଆସି କାମରେ ଲାଗେ । ଫଳରେ ଏବେ ଖିଆଯାଇଥିବା ସାଗର ଅନୁକୂଳ ପ୍ରଭାବକୁ ଉପଭୋଗ କରିହୁଏ ସମୟରେ ମଧ୍ୟ ।

ସାଗରୁ ମିଳୁଥିବା ଆଣ୍ଟି ଅକ୍ସିଡାଣ୍ଟ ଏବଂ ଫାଇଟୋକେମିକାଲ୍ସ ହୃଦ୍ ରକ୍ତନଳୀ ରୋଗ, ଉଚ୍ଚ ରକ୍ତଚାପ ଷ୍ଟ୍ରୋକ, ଡାଇବେଟିସ୍, ଦୀର୍ଘକାଳିକ ଫୁସ୍ ଫୁସ୍ ରୋଗ, ଗଣ୍ଠିବାଟ, କାଟାରାକ୍ତ ବା ମୋତିଆବିନ୍ଦୁ ଏବଂ ବିଭିନ୍ନ ପ୍ରକାର କ୍ୟାନସର ନିବାରଣରେ ଗ୍ରହଣ କରିଥାଏ ଗୁରୁତ୍ଵପୂର୍ଣ୍ଣ ଭୂମିକା ।

ଏହା ମଧ୍ୟ ପ୍ରଦାହବିରୋଧୀ । ଏତଦବ୍ୟତୀତ ଶାଗ ମଧ୍ୟ ଯୋଗାଇଦିଏ ଖାଦ୍ୟତନ୍ତୁ ବା ଡାଏଟାରୀ ଫାଇବର । ଖାଦ୍ୟତନ୍ତୁ ନିବାରଣ କରେ ଆଥେରୋସ୍ କ୍ଳେରୋସିସ୍ ରକ୍ତରେ କୋଲେଷ୍ଟରଲର ମାତ୍ରା ବୃଦ୍ଧି ହୃଦ୍ ରକ୍ତନଳୀ ରୋଗ, ଷ୍ଟ୍ରୋକ୍, ଡାଇବେଟିସ୍, ପିତ୍ତକୋଷରେ ପଥର, ଆପେଣ୍ଡିସାଇଟିସ୍, ଅନ୍ତ୍ରନଲୀରେ ପାଳିପୋସିସ୍, କୋଷ୍ଠବଦ୍ଧତା, ବୃହଦନ୍ତ୍ର ବା କୋଲୋନ୍ ରେ କର୍କଟ ରୋଗ ଅର୍ଶ ଇତ୍ୟାଦି ।

ଶାଗରୁ ଆଟି ନଗଣ୍ୟ ମାତ୍ରର ସ୍ନେହସାର ବା ଫ୍ୟାଟ୍ ମିଳୁଥିବାରୁ ଓ ଏହା ଅତି କମ୍ ପରିମାଣର କ୍ୟାଲୋରି ଦେଉଥିବାରୁ ଅବେସିଟି ବା ପୃଥୁଳତା ଓ ଡାଇବେଟିସ୍ ରୋଗୀ ପ୍ରତ୍ୟହ ଯେତେ ଇଚ୍ଛାସେତେ ଶାଗ ନିରାପଦରେ ଖାଇପାରିବେ ।

ଏବେ ଓମେଗା- ୩ ଫ୍ୟାଟ୍ ଉପରେ ଖୁବ୍ ଆଲୋଚନା ହେଉଛି । କାରଣ ଏହା ଆମକୁ ସୁସ୍ଥ ରଖିବାରେ ବିଶେଷ ସହାୟକ ହୋଇଥାଏ । ଆଲଫା – ଲିନୋଲେନିକ୍ ଏସିଡ ନାମକ ଏକ ଧରଣର ଓମେଗା – ୩ ଆମ ଶରୀରରେ ତିଆରି ହୋଇପାରେନି । ତେଣୁ ତାକୁ ପାଇବା ନିମନ୍ତେ ଆମେ ଖାଦ୍ୟଦ୍ରବ୍ୟ ଉପରେ ନିର୍ଭର କରିବା ବାଧ୍ୟ । ବଡ ସୁଖର କଥା ଯେ ଭଳି ଶସ୍ତା ଖାଦ୍ୟଦ୍ରବ୍ୟଟି ଯଥେଷ୍ଟ ପରିମାଣର ଓମେଗା – ୩ ଯୋଗାଇଦିଏ ।

ପୁଣି ଶାଗରୁ ମିଳିଥିବା ଭିଟାମିନ୍ କେ ଆମ ଯକୃତ୍ ଭିତରେ କେତେକ ପ୍ରକାର ରକ୍ତ ଜମାଟକାରୀ ଉପାଦାନର ସଂଶ୍ଲେଷଣରେ ସାହାଯ୍ୟ କରି ରକ୍ତସ୍ରାବ ନିବାରଣ କରିଥାଏ ମଧ୍ୟ ।

ସଂକ୍ଷେପରେ କହିଲେ ଶାଗରୁ ମିଳୁଥିବା ବିଟା- କାରୋଟିନ୍, ଯାହା ଦେହ ଭିତରେ ଭିଟାମିନ୍ ଏ’ରେ ପରିଣତ ହୋଇଯାଏ ଅନ୍ଧାରକଣା ଦୂର କରେ । ଲୌହ ଓ ଫଲିକ୍ ଏସିଡ ରକ୍ତହୀନତା ବା ଆନିମିଆ ନିବାରଣ କରେ । କ୍ୟାଲସିୟମ ହାଡ ଓ ଦାନ୍ତକ ଶାକ୍ତ ରଖେ । ଭିଟାମିନ୍ – ସି ମାଢିକୁ ସୁସ୍ଥ ରଖେ, ଖାଦ୍ଯରେ ରହିଥିବା ଲୌହର ଶୋଶନକୁ ସୁଗମ କରେ ଓ କ୍ଷତ ଶୁଖାଇବାରେ ସାହାଯ୍ୟ କରେ। ରାଇବୋପ୍ଲାଭିନ୍ ତୁଣ୍ଡ ଘା’ ଜିଭ ଘା’ ଏବଂ କଳଖିଆ ନିବାରଣ କରିଥାଏ । ପୋଟାସିୟମ୍ ଉଚ୍ଚ ରକ୍ତଚାପ ଉପଶମ କରେ। ଏତଦ୍ ବ୍ୟତୀତ ସାଗରେ ରହିଥିବା ଖାଦ୍ୟତନ୍ତୁ, ଆଣ୍ଟିଅକ୍ସିଡାଣ୍ଟ ଏବଂ ଫାଇଟୋକେମିକାଲ୍ସ କ୍ୟାନସର ସମେତ ହୃଦରୋଗ ଉଚ୍ଚରକ୍ତଚାପ ଡାଇବେଟିସ୍, ଗଣ୍ଠିବାତ, ଫୁସ୍ ଫୁସ୍ ରୋଗ ଷ୍ଟ୍ରୋକ୍ କାଟାରାକ୍ଟ ଆଦି ଅଣସଂକ୍ରାମକ ରୋଗଗୁଡିକର ନିବାରଣରେ ଗୁରୁତ୍ଵପୂର୍ଣ୍ଣ ଅବଦାନ ଦେଇଥାଏ। ଶାଗ ଖାଇଲେ ରକ୍ତରେ କୋଲେଷ୍ଟରଲ୍ ଓ ଟ୍ରାଇଗ୍ଲିସେରାଇଡର ମାତ୍ରା କମିଯାଏ । ତେଣୁ ଶାଗ ଉତ୍ତମ ସ୍ୱାସ୍ଥ୍ୟର ରକ୍ଷକ ।

ଫୁଲକୋବି, ବନ୍ଧାକୋବି, ଅଲକୋବିଓ ବ୍ରୋକୋଳି

ଏଗୁଡ଼ିକୁ ତଟକା ଖାଇବା ଏହାର ଉପକାରିତା ଅଧିକ । ତେଣୁ ଶୀତଦିନେ ଏହା ବେସୀ ହିତକର । ଏଗୁଡିକ ଆଣ୍ଟିଅକ୍ସିଡାଣ୍ଟ ଓ ଫାଇଟୋକେମିକାଲର ଅତି ଉପାଦେଯ ଉତ୍ସା । ସ୍ତନ, କୋଲୋନ୍, ଯକୃତ ଫୁସ୍ ଫୁସ୍ ପାକସ୍ଥଳୀଖାଦ୍ୟାବାହୀ ନଳୀ ନା ଇସୋଫାଗସ୍ ଓ ରେକ୍ସମ୍ ବା ମାଲାଶୟ ଇତ୍ୟାଦି କର୍କଟରୋଗ ଦମନ କରିବାରେ ଏଗୁଡିକ ଅତି ଶକ୍ତିଶଳୀ । ଏଥିରେ ଶ୍ଵେତସାର, ସ୍ନେହସାର ଓ କ୍ୟାଲୋରୀର ପରିମାଣ ଯଥେଷ୍ଟ କମ୍ ହୋଇଥିବାରୁ ହୃଦ୍ ରୋଗୀ ଡାଇବେଟିସ୍ ଉଚ୍ଚରକ୍ତଚାପ, ପୃଥୁଳାକାୟ ରୋଗୀମାନେ ଏହାକୁ ନିରାପଦରେ ଖାଇପାରିବେ।

  • ଗାଜର: ବିଟା କାରୋଟିନ୍ ଭିଟାମିନ୍ – ସି, ସାୟାନିଡିନ୍, ଲିଉଟିନ୍ ଜାତୀୟ ଆଣ୍ଟିଅକ୍ସିଡାଣ୍ଟ ସମୃଦ୍ଧ ଗାଜର ଚକ୍ଷୁ ଓ ଚର୍ମକୁ ସୁସ୍ଥ ରଖେ ।
  • ବିଟ୍ :ଶୀତଦିନିଆ ଏହି ମୂଳତି ଭିଟାମିନ୍ ଏ, ବି ସି ଓ କେ, ଫୋଲେଟ୍ ଏବଂ ପୋଟାସିୟମ୍ ରେ ଭରପୂର ।
  • କନ୍ଦମୂଳ: ଶୀତଋତୁରେ ଅନ୍ୟ ଏକ ଉପହାର ହେଉଛି କନ୍ଦମୂଳ । ବିଟା କୋରୋଟିନ୍ ଭିଟାମିନ୍ ଏ, ସି ବିଭିନ୍ନ ଧାତବ ଲବଣ ଓ ଖାଦ୍ୟତନ୍ତ – ପ୍ରଦାନ ଏହି ଖାଦ୍ୟଦ୍ରବ୍ୟଟି ଚକ୍ଷୁ ଓ ଚର୍ମକୁ ରଖିବା ସଙ୍ଗେସଙ୍ଗେ କ୍ୟାନସର ପ୍ରତିରୋଧରେ ସାହାଯ୍ୟ କରେ । ଏହା ବେଶି କିଶୋରୀମାନଙ୍କ ପାଇଁ ବିଶେଷ ଉପଯୋଗୀ ।
  • ଶିମ୍ବ: ଏଥିରୁ ମିଳେ ବେଶି ପ୍ରୋଟିନ୍ । ଏଥିରେ ଥିବା ‘ ଆଇସୋଫ୍ଲାଭୋନ’ କ୍ୟାନସର ପ୍ରତିରୋଧ କରିପାରୁଥିବା ବେଳେ ‘ ବିଟା – ସାଇଟୋଷ୍ଟିରଲ’ ରକ୍ତରେ ଉଚ୍ଚ – କୋଲେଷ୍ଟରଲର ମାତ୍ରା ନିୟନ୍ତ୍ରଣ କରେ । ଏଲ୍ – ଡୋପୋ ମସ୍ତିସ୍କ ଓ ମିଜାଜକୁ ଭଲ ରଖେ ଓ ପାର୍କିନ୍ ସନ ରୋଗ କବଳରୁ ସୁରକ୍ଷିତ ରଖେ ।
  • ବିନ୍ସ: ଭିଟାମିନ୍ –ସି ଲିଉଟିନ୍, ଜି ଜାନ୍ଥିନ୍ ଜାତୀୟ ତୀବ୍ର ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ କ୍ୟାଲସିୟମ ଓ ଖାଦ୍ୟତନ୍ତୁ ସମୃଦ୍ଧ ଏହି ଦ୍ରବ୍ୟଟି ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ । ହୃଦ୍ ରୋଗୀ ଡାଇବେଟିସ୍ ରୋଗୀ ଓ ପୃଥୁଳ ରୋଗୀ ଏହାକୁ ନିରାପଦରେ ଖାଇପାରିବେ ।
  • ଟମାଟୋ : ଶୀତଦିନିଆ ତଟକା ଟମାଟୋ ଯେତିକି ଆକର୍ଷଣୀୟସେତିକି ଉକ୍ଟଷ୍ଟ ମଧ୍ୟ । ଭିଟାମିନ୍ – ସି, ଲାଇକୋପିନ୍ସ, ବିଟା-କାରୋଟିନ୍, କୋଳିନ୍ ଆଦି ଉପାଦାନର ଉତ୍ସ ଭାବରେ ଟମାଟୋ ଅତି ଗୁରୁତ୍ଵପୂର୍ଣ୍ଣ । ହୃଦ୍ ରୋଗ ଉଚ୍ଚରକ୍ତଚାପ, ଡାଇବେଟିସ୍ କ୍ୟାନସର ଆଦି ଦମନ କରିବାରେ ଟମାଟୋ ଖୁବ୍ ସାହାଯ୍ୟ ।
  • ଫଳ : କମଳା, ମୁସମ୍ବି, ଡାଳିମ୍ବ, ଆପଲ ଲେମ୍ବୁ ଅଁଳା ଆଦି ସିତଦିନିଆ ଫଳ ହୋଇଥିଲେ ମଧ୍ୟ ଏଗୁଡିକ ସବୁ ଋତୁରେ ମିଳିଥାଏ । ତେବେ ଶୀତଦିନେଏଗୁଡିକ ପ୍ରାୟତଃ ତଟକା ଓ ଶସ୍ତା ସବୁପ୍ରକାର ଫଳରୁ ଆଣ୍ଟିଅକ୍ସିଡାଣ୍ଟ ଫାଇଟୋକେମିକାଲ, ବିଟାକାରୋଟିନ୍ ଭିଟାମିନ୍ – ସି ଇତ୍ୟାଦି ଊଣାଅଧିକ ମିଳିଥାଏ ।ଭୂତାଣୁ ରୋଗ କ୍ୟାନସର ସମେତ ଅନେକ ଅଣସଂକ୍ରମକ ରୋଗ ନିବାରଣ କରିବାରେ ଫଳ ହେଉଛି ଅତୁଳନୀୟ । ତାହାଛଡା ଶାଇଲେ ଶରୀରରର ରୋଗ ପ୍ରତିରୋଧକ ଶକ୍ତି ଜାତ ହୋଇ ଶରୀରକୁ ସୁରକ୍ଷିତ ରଖେ ।

ଧନିଆ ପତ୍ର, ପୋଦିନା ପତ୍ର ଓ ଭୁର୍ସୁଙ୍ଗ ପତ୍ର : ସାଧାରଣତଃ ଏହା ବଟଣି କରିବା ପାଇଁ ବ୍ୟବହୁତ ହୋଇଥାଏ ଓ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତିରେ ଲୋଡାପଡେ । ଏଗୁଡ଼ିକର ସ୍ଵତନ୍ତ୍ର ସୁଗନ୍ଧ ଯୋଗୁଁ ରୋଷେଇଘରେ ଏଗୁଡ଼ିକର ଅବାଧ ପ୍ରବେଶ ଓ ଆଦର । ଏହାକୁ ବେଶି ପରିମାଣରେ ଖାଇ ହୁଏ ନାହି ସିନା କିନ୍ତୁ ବିଟା କାରୋଟିନ୍ (ଭିଟାମିନ୍ –ଏ), ଭିଟାମିନ୍ – ସି କ୍ୟାଲସିୟମ ଲୌହ ଓ ଖାଦ୍ୟତନ୍ତୁରେ ଏହା ସମୁଦ୍ଧ ।

ସେ ଯାହାହେଉ, ସିତଦିନେ ସାଗଜାତୀୟ ପାରିବା ପ୍ରଚୁର ମିଳୁଥିବାରୁ ପ୍ରତିଦିନ ତଟକା ଶାଗ ଖାଇବା ନିରାପଦ । ଏହାକୁ ଛିଦ୍ରଯୁକ୍ତ ପ୍ଲାଷ୍ଟିକ ମୁଣା ଭିତରେ ଭର୍ତ୍ତି କରି ଫ୍ରିଜ୍ ଭିତରେ ସାଇତିଲେ ସୁରକ୍ଷିତ ରହେ। ରାନ୍ଧିବା ପୂର୍ବରୁ ୨-୩ ଥର ଭଲ ଭାବରେ ଢୋଇବା ବଡ ବଡ ଖଣ୍ଡ କରି କାଟିବା ଓ ପାଣିରେ କଟା ଖଣ୍ଡଗୁଡିକୁ ଭିଜେଇ ନ ରାଖୀ ସଙ୍ଗେ ସଙ୍ଗେ କଡେଇରେ ପକେଇବା ଘୋଡାଣି ଦେଇ ଅଳ୍ପ ତାତିରେ ରାଖିବା ଦ୍ଵାରା ଶାଗର ଖାଦ୍ୟଗୁଣ ଓ ଶ୍ଵାସ ଅତୁଟ ରହେ ।

ପାରିବା ଦୋକାନରେ ଛନଛନିଆ ପାଳଙ୍ଗ ମେଥି, କୋଶଳା, ବଥୁଆ ସୋରିଷଓ ମୂଳା ଶାଗ ସାଙ୍ଗକୁ ଧନିଆପତ୍ର ପୋଦିନାପତ୍ର ଏବଂ ଭୁର୍ସୁଙ୍ଗ ପତ୍ରର ଗଦାଗୁଡିକ ଦେଖିଦେଲେ ମନ ମୋହିଯାଏ, ଭୋକ ଚେଇଁ ଉଠେ । ଜାଣି ରଖନ୍ତୁ ଯେ, ଯେ କୌଣସି ଶାଗ ହୋଇଥାଉ ପଛେ ତାହା ବଜାରରେ ମିଳୁଥିବା ମଲ୍ଟିଭିଟାମିନ୍ ଆଇରନ୍ ( ଲୌହ) ଓ କ୍ୟାଲସିୟମ୍ ବାଟିକାଠରୁ କୌଣସି ଗୁଣରେ କମ୍ ନୁହେଁ । ପୁଣି ଔଷଧ – ବଟିକା କି କ୍ୟାପ୍ ସୁଲ ଖାଇଲେ ସେଥିରୁ ମିଳିଥାଏ ସେଥିରେ ରହିଥିବା କେତୋଟି ନିର୍ଦ୍ଦିଷ୍ଟ ଉତ୍ପାଦନ ଯାହାକୁ ମଣିଷ ସେଥିରେ ଭର୍ତ୍ତି କରିଥାଏ । ହେଲେ ଶାଗ ରୂପକ ସେହି ପ୍ରକୃତି ପ୍ରସ୍ତୁତ ଭିଟାମିନ୍ – ଆଇରନ୍ – କ୍ୟାଲସିୟମର ଭଣ୍ଡାରରୁ କେବଳ ଭିଟାମିନ୍ ଓ ଧାତବ ଲବଣ ମିଳିନ ଥାଏ, ଏହା ସାଙ୍ଗକୁ ମିଳିଥାଏ ସର୍ବ ରୋଗହର ଖାଦ୍ୟତନ୍ତୁ । ତାହାଛଡା ସାଗରେ ପ୍ରକୃତି ଆଉ କ’ଣ ସବୁ ଉପକାରୀ ଉତ୍ପାଦନ ଭରିଛି, ଏ ସମ୍ପର୍କରେ ଆଧୁନିକ ପୁଷ୍ଟି ବିଜ୍ଞାନୀମାନେ ଅଜ୍ଞ ।

ଶୀତଦିନେ ପ୍ରଚୁର ପରିମାଣରେ ଲିଳୁଥିବା ଉପରୋକ୍ତ ଶାଗଗୁଡିକ ମଧ୍ୟରେ ପାଳଙ୍ଗ ବୋଧହୁଏ ହେଉଛି ରାଜା ଉପରେ ଆଉ ଗୁଣରେ । ଏହି ଶାଗତି ନିରାମିଷାଶୀମାନଙ୍କର ଯେତିକି ପ୍ରିୟ, ସେତିକି ପ୍ରିୟା ଆମିଷାଶୀମାନଙ୍କର ମଧ୍ୟ। ପାଳଙ୍ଗରେ ମାଂସ କି ମାଛ ପକେଇ ସୁସ୍ଵାଦୁ ବ୍ୟଜ୍ଞାନ ପ୍ରସ୍ତୁତ ହୋଇଥାଏ ପାଳଙ୍ଗରେ ପାଣିର କିମ୍ବା ପରିବାପତ୍ର ପକେଇ ପାଳଙ୍ଗ – ଫ୍ରାଏଡ୍ ରାଇସ୍ ଓ ପାଳଙ୍ଗ ପରଟା ମଧ୍ୟ ବେଶ୍ ଉପାଦେୟ। ପାଳଙ୍ଗ ପତ୍ର, ପୋଦିନା ପତ୍ର, ଲେମ୍ବୁରସ, ଗୁଡକି ଚିନୀ ଓ ଲୁଣ ମିଶାଇ ପ୍ରସ୍ତୁତ ପାଳଙ୍ଗ ସରବତ ମଧ୍ୟ ହିତକର । ସାଗରୁ ମିଳିଥିବା ଭିଟାମିନ୍ ଗୁଡିକ ମଧ୍ୟରେ ବିଟା – କଳରୋଟିନ, ( ଦେହି) ଭିତରେ ଏଥିରୁ ତିଆରି ହୋଇପଡେ ଭିଟାମିନ୍ ଏ) ଭିଟାମିନ୍ ବି୧, ବି୨, ନିଆଶିନ୍ ଓ ଫଲିକ୍ ଏସିଡ୍ ପ୍ରଧାନ । ସେହିପରି ଗାଗମଧ୍ୟଯୋଗାଇଦିଏ କ୍ୟାଲସିୟମ, ଫସ ଫରସ ଆଇରନ, ପୋଟାସିୟମ୍ , ସୋଡିୟମ୍ ମ୍ୟାଗ୍ନେସିୟମ ଇତ୍ୟାଦି ଧାତୁସାର। ଶାଗରୁ ବି ମିଳିଯାଏ ଯଥେଷ୍ଟ ପରିମାଣର ଭିଟାମିନ୍ – ସି ।

ଜଣେ ବୟସ୍କ ବ୍ୟକ୍ତି ପାଇଁ ଦୈନିକ ଯେତିକି ପରିମାଣର ଭିଟାମିନ୍ – ଏ ଫଲିକ୍ ଏସିଡ୍ ଭିଟାମିନ୍ – ସି ଲୌହ ଏବଂ କ୍ୟାଲିୟମ ଦରକାର ପଡିଥାଏ । ସେତକ ମିଳିଯାଏ ମାତ୍ର ୧୦୦ଗ୍ରାମ ଲେଉଟିଆ ଶାଗରୁ ତେଣୁ ପ୍ରତିଦିନ ଶାଗ ଖାଇଲେ ରକ୍ତହୀନତା ବା ଆନିମିଆ’ ପାଖ ପଶିପାରେନି । ପାଖ ପାଶିପାରେନି ଅନ୍ଧାରକଣା । ଶାଗର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନହେଉଛି, ଏହା ଯୋଗାଇ ହେଉଥିବା ଭିଟାମିନ୍ – ଏ, ଲୌହ ଏବଂ କ୍ୟାଲସିୟମ ଶରୀରରେ ସଞ୍ଚିତ ହୋଇ ରହିପାରେ ଏବଂ ଅଭାବ ସମୟରେ ସଞ୍ଚିତଭଣ୍ଡାରରୁ ଆସି କାମରେ ଲାଗେ । ଫଳରେ ଏବେ ଖିଆଯାଇଥିବା ସାଗର ଅନୁକୂଳ ପ୍ରଭାବକୁ ଉପଭୋଗ କରିହୁଏ ସମୟରେ ମଧ୍ୟ ।

ଶାଗରୁ ମିଳୁଥିବା ଆଣ୍ଟି ଅକ୍ସିଡାଣ୍ଟ ଏବଂ ଫାଇଟୋକେମିକାଲ୍ସ ହୃଦ୍ ରକ୍ତନଳୀ ରୋଗ, ଉଚ୍ଚ ରକ୍ତଚାପ ଷ୍ଟ୍ରୋକ, ଡାଇବେଟିସ୍, ଦୀର୍ଘକାଳିକ ଫୁସ୍ ଫୁସ୍ ରୋଗ, ଗଣ୍ଠିବାଟ, କାଟାରାକ୍ତ ବା ମୋତିଆବିନ୍ଦୁ ଏବଂ ବିଭିନ୍ନ ପ୍ରକାର କ୍ୟାନସର ନିବାରଣରେ ଗ୍ରହଣ କରିଥାଏ ଗୁରୁତ୍ଵପୂର୍ଣ୍ଣ ଭୂମିକା ।

ଏହା ମଧ୍ୟ ପ୍ରଦାହବିରୋଧୀ । ଏତଦବ୍ୟତୀତ ଶାଗ ମଧ୍ୟ ଯୋଗାଇଦିଏ ଖାଦ୍ୟତନ୍ତୁ ବା ଡାଏଟାରୀ ଫାଇବର । ଖାଦ୍ୟତନ୍ତୁ ନିବାରଣ କରେ ଆଥେରୋସ୍ କ୍ଳେରୋସିସ୍ ରକ୍ତରେ କୋଲେଷ୍ଟରଲର ମାତ୍ରା ବୃଦ୍ଧି ହୃଦ୍ ରକ୍ତନଳୀ ରୋଗ, ଷ୍ଟ୍ରୋକ୍, ଡାଇବେଟିସ୍, ପିତ୍ତକୋଷରେ ପଥର, ଆପେଣ୍ଡିସାଇଟିସ୍, ଅନ୍ତ୍ରନଲୀରେ ପାଳିପୋସିସ୍, କୋଷ୍ଠବଦ୍ଧତା, ବୃହଦନ୍ତ୍ର ବା କୋଲୋନ୍ ରେ କର୍କଟ ରୋଗ ଅର୍ଶ ଇତ୍ୟାଦି । ଶାଗରୁ ଆଟି ନଗଣ୍ୟ ମାତ୍ରର ସ୍ନେହସାର ବା ଫ୍ୟାଟ୍ ମିଳୁଥିବାରୁ ଓ ଏହା ଅତି କମ୍ ପରିମାଣର କ୍ୟାଲୋରି ଦେଉଥିବାରୁ ଅବେସିଟି ବା ପୃଥୁଳତା ଓ ଡାଇବେଟିସ୍ ରୋଗୀ ପ୍ରତ୍ୟହ ଯେତେ ଇଚ୍ଛାସେତେ ଶାଗ ନିରାପଦରେ ଖାଇପାରିବେ ।

ଏବେ ଓମେଗା- ୩ ଫ୍ୟାଟ୍ ଉପରେ ଖୁବ୍ ଆଲୋଚନା ହେଉଛି । କାରଣ ଏହା ଆମକୁ ସୁସ୍ଥ ରଖିବାରେ ବିଶେଷ ସହାୟକ ହୋଇଥାଏ । ଆଲଫା – ଲିନୋଲେନିକ୍ ଏସିଡ ନାମକ ଏକ ଧରଣର ଓମେଗା – ୩ ଆମ ଶରୀରରେ ତିଆରି ହୋଇପାରେନି । ତେଣୁ ତାକୁ ପାଇବା ନିମନ୍ତେ ଆମେ ଖାଦ୍ୟଦ୍ରବ୍ୟ ଉପରେ ନିର୍ଭର କରିବା ବାଧ୍ୟ । ବଡ ସୁଖର କଥା ଯେ ଭଳି ଶସ୍ତା ଖାଦ୍ୟଦ୍ରବ୍ୟଟି ଯଥେଷ୍ଟ ପରିମାଣର ଓମେଗା – ୩ ଯୋଗାଇଦିଏ ।

ପୁଣି ଶାଗରୁ ମିଳିଥିବା ଭିଟାମିନ୍ କେ ଆମ ଯକୃତ୍ ଭିତରେ କେତେକ ପ୍ରକାର ରକ୍ତ ଜମାଟକାରୀ ଉପାଦାନର ସଂଶ୍ଲେଷଣରେ ସାହାଯ୍ୟ କରି ରକ୍ତସ୍ରାବ ନିବାରଣ କରିଥାଏ ମଧ୍ୟ। ସଂକ୍ଷେପରେ କହିଲେ ଶାଗରୁ ମିଳୁଥିବା ବିଟା- କାରୋଟିନ୍, ଯାହା ଦେହ ଭିତରେ ଭିଟାମିନ୍ ଏ’ରେ ପରିଣତ ହୋଇଯାଏ ଅନ୍ଧାରକଣା ଦୂର କରେ । ଲୌହ ଓ ଫଲିକ୍ ଏସିଡ ରକ୍ତହୀନତା ବା ଆନିମିଆ ନିବାରଣ କରେ । କ୍ୟାଲସିୟମ ହାଡ ଓ ଦାନ୍ତକ ଶାକ୍ତ ରଖେ । ଭିଟାମିନ୍ – ସି ମାଢିକୁ ସୁସ୍ଥ ରଖେ, ଖାଦ୍ଯରେ ରହିଥିବା ଲୌହର ଶୋଶନକୁ ସୁଗମ କରେ ଓ କ୍ଷତ ଶୁଖାଇବାରେ ସାହାଯ୍ୟ କରେ। ରାଇବୋପ୍ଲାଭିନ୍ ତୁଣ୍ଡ ଘା’ ଜିଭ ଘା’ ଏବଂ କଳଖିଆ ନିବାରଣ କରିଥାଏ । ପୋଟାସିୟମ୍ ଉଚ୍ଚ ରକ୍ତଚାପ ଉପଶମ କରେ। ଏତଦ୍ ବ୍ୟତୀତ ସାଗରେ ରହିଥିବା ଖାଦ୍ୟତନ୍ତୁ, ଆଣ୍ଟିଅକ୍ସିଡାଣ୍ଟ ଏବଂ ଫାଇଟୋକେମିକାଲ୍ସ କ୍ୟାନସର ସମେତ ହୃଦରୋଗ ଉଚ୍ଚରକ୍ତଚାପ ଡାଇବେଟିସ୍, ଗଣ୍ଠିବାତ, ଫୁସ୍ ଫୁସ୍ ରୋଗ ଷ୍ଟ୍ରୋକ୍ କାଟାରାକ୍ଟ ଆଦି ଅଣସଂକ୍ରାମକ ରୋଗଗୁଡିକର ନିବାରଣରେ ଗୁରୁତ୍ଵପୂର୍ଣ୍ଣ ଅବଦାନ ଦେଇଥାଏ। ଶାଗ ଖାଇଲେ ରକ୍ତରେ କୋଲେଷ୍ଟରଲ୍ ଓ ଟ୍ରାଇଗ୍ଲିସେରାଇଡର ମାତ୍ରା କମିଯାଏ । ତେଣୁ ଶାଗ ଉତ୍ତମ ସ୍ୱାସ୍ଥ୍ୟର ରକ୍ଷକ ।

ଆଭ୍ୟନ୍ତରୀଣ ଉଷ୍ମତା ପାଇଁ ଶୀତଦିନିଆ ପନିପରିବା ଖାଇବା ଜରୁରୀ

ଶୀତଦିନେ ସାଧାରଣତଃ ଗରମ ଖାଦ୍ୟ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। ଶରୀରକୁ ଉଷ୍ମ ରଖିବା ପାଇଁ ବିଭିନ୍ନ ପ୍ରକାର ଶୀତବସ୍ତ୍ର ପିନ୍ଧିଥାନ୍ତି। ତେବେ ଏହା ଆପଣଙ୍କ ବାହ୍ୟ ଅଙ୍ଗକୁ ଉଷ୍ମ ରଖେ। ବାହ୍ୟ ଅଙ୍ଗ ପରି ଆଭ୍ୟନ୍ତରୀଣ ଅଂଶକୁ ଉଷ୍ମ ରଖିବା ମଧ୍ୟ ସେତିକି ଜରୁରୀ। ତେବେ ଶୀତଦିନେ କେଉଁ ପନିପରିବା ଖାଇଲେ ଶରୀରକୁ ଦରକାରୀ ଭିଟାମିନ, ମିନେରାଏ ମିଳିବା ସହ ଉଷ୍ମ ମଧ୍ୟ ରଖିବ ଜାଣନ୍ତୁ କିଛି ଖାସ୍‌ଟିପ୍ସ।

  • ଗାଜର: ଗାଜରରେ ବହୁ ମାତ୍ରାର କାରୋଟିନ୍‌ରହିଥାଏ ଯାହା ଅନ୍ୟ କୌଣସି ପନିପରିବା ତୁଳନାରେ ଖୁବ୍‌ଅଧିକ। ଏହାବ୍ୟତୀତ ଗାଜରରେ ଭିଟାମିନ୍‌  ଏହା ଶରୀରକୁ ଶକ୍ତି ଯୋଗାଏ ଯାହା ଶୀତଦିନେ ଶରୀର ପାଇଁ ଖୁବ୍‌ଦରକାରୀ।
  • କମଳା: କମଳାରେ ଥିବା ଭିଟାମିନ୍‌ଗ୍ଧସିଗ୍ଦ ପୋଟାସିୟମ, ମିନେରାଲସ, ଫୋଲେଟ୍‌ଏବଂ ଫାଇର୍ବଶରୀର ଜୀବାଣୁ ନଷ୍ଟ କରେ।
  • ସାଲଗମ୍‌: ମାଟି ତଳ ଫଳ ସାଲଗମ୍‌ରେ ଥିବା ଫାଇବର, ଫୋଲେଟ, ଭିଟାମିନ୍‌, ମିନେରାଲସ୍‌ବହୁ ପରିମାଣରେ ରହିଛି। ଯାହାକୁ ଶୀତଦିନ ପାଇଁ ସ୍ୱାସ୍ଥ୍ୟପଯୋଗୀ।
  • ଶୋରିଷ ଶାଗ : ଶୋରିଷ ଶାଗ ହେଉଛି ଶୀତଦିନିଆ ଶାଗ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଭିଟାମିନ୍ସ, ମିନେରାଲସ ଏବଂ କ୍ୟାରୋଟିନ୍‌ରହିଛି। ଏହାକୁ ଖାସ୍‌କରି ଶୀତଦିନେ ନିଜ ଡାଏଟ୍‌ରେ ସାମିଲ କରନ୍ତୁ।
  • ମେଥି ଶାଗ : ମେଥି ଶାଗରେ ଥିବା ଭିଟାମିନସ୍‌, ମିନେରାଲସ ଓ ଫାଇବର ରକ୍ତରେ ଶର୍କରା ମାତ୍ରା ଓ କୋଲେଷ୍ଟ୍ରଲ୍‌ର ମାତ୍ରା କମ୍‌କରେ। ତେବେ ଅଧିକ ମିଠା ଖାଇବାକୁ ନେଇ ଭୟ କରନ୍ତୁ ନାହିଁ। ମିଠା ଖାଇବା ପରେ ଆପଣ ଯଦି ଏହି ଶାଗ ଖାଆନ୍ତି ତେବେ ଏହା ଶର୍କରାର ମାତ୍ରା କମ୍‌କରାଏ।
  • ପାଳଙ୍ଗ ଶାଗ: ପାଳଙ୍ଗ ଶାଗରେ ଫ୍ଳାବୋନଏଡସ୍‌ଏବଂ କାରୋଟେନଏଡସ୍‌ସହିତ ଭିଟାମିନ ଗ୍ଧଏଗ୍ଦ, ଗ୍ଧସିଗ୍ଦ, ଗ୍ଧକେଗ୍ଦ ଏବଂ ଓମେଗା ଥ୍ରୀ ଫ୍ୟାଟି ଏସିଡ୍‌ରହିଛି। ଶୀତଦିନେ ଏହି ଶାଗ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ୍‌ଭଲ।
  • ମଟର: ମଟର ଏକ ଶୀତଦିନିଆ ପରିବା। ଯାହାକୁ ଶୀତଦିନେ ସକାଳ ଜଳଖିଆ ଭାବେ ଖାଇବା ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ। ଏଥିରେ ବହୁ ମାତ୍ରାର ଇନ୍‌ଫ୍ଲାମାଟୋରୀ, ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ୍ ଗ୍ଧକେଗ୍ଦ ରହିଛି।
  • ବିଟ୍‌: ଶୀତଦିନେ ଶରୀରରେ ମେଟାବୋଲିଜିମ୍‌ର ମାତ୍ରା କିମଯାଏ। ତେଣୁ ଏହି ସମୟରେ ବିଟ୍‌କୁ ଖାଇବା ଭଲ । କାରଣ ଏଥିରେ କ୍ୟାଲୋରୀର ମାତ୍ରା କମ୍‌ଥାଏ।

ଆଧାର: ସ୍ୱାସ୍ଥ୍ୟ ବ୍ୟୁରୋ

5.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top