ସେଆର କରନ୍ତୁ

ସ୍ୱାସ୍ଥ୍ୟବାନ

ସ୍ୱାସ୍ଥ୍ୟବାନ କିପରି ହେବେ ସେ ବିଷୟରେ ସୂଚନା ।

ସୁନ୍ଦର ସ୍ୱାସ୍ଥ୍ୟ

ସୁନ୍ଦର ସ୍ୱାସ୍ଥ୍ୟ ସମସ୍ତେ ଚାହାନ୍ତି । ସବଳ ଓ ହୃଷ୍ଟପୃଷ୍ଟ ହେବାକୁ ସମସ୍ତଙ୍କର ଇଚ୍ଛା ଥାଏ । ହେଲେ ଆଧୁନିକତାର ଔଦ୍ଧତ୍ୟ ଏତେ ବଢିଗଲାଣି ଯେ ନିଜେ ସୁସ୍ଥରେ ବଂଚିବା କାଠିକର ପାଠ ମନେହେଲାଣି । କିନ୍ତୁ ଯଦି ଆମେ କେତୋଟି ଜିନିଷ ଉପରେ ଧ୍ୟାନ ଦେବା ତ ବିନା ଖର୍ଚ୍ଚରେ ଆମେ ସ୍ୱାସ୍ଥ୍ୟବାନ ହୋଇ ଖୁସିରେ ଜୀବନ ବିତେଇପାରିବା ।

  1. ପ୍ରତିଦିନ ବଡିଭୋରରୁ ଶଯ୍ୟାତ୍ୟାଗ କରି ଉଷୁମ ବା ସାଦା ପାଣି ପିଇବା ଅଭ୍ୟାସ କରିବା । ନିତ୍ୟକ୍ରମ ସାରି ଯୋଗ ପ୍ରାୟାଣମରେ ମନୋନିବେଶ କରିବା ଭଲ । ଚିତ୍ତ ଶୁଦ୍ଧ ପାଇଁ ଠାକୁର ଆରାଧନା କରିବା ।
  2. ପ୍ରତ୍ୟହ ପ୍ରାତଃଭ୍ରମଣ କରିବା ଦେହ ପାଇଁ ଖୁବ୍ ଭଲ । ସକାଳେ ସୂର୍ଯ୍ୟ କିରଣରେ ଚଲାବୁଲା ଓ ଧାଁ ଦୈାଡ କଲେ, ସୂର୍ଯ୍ୟଙ୍କ ଠାରୁ ଭିଟାମିନ ଡି ମିଳିଥାଏ । ଯାହା ଶରୀରରେ ରୋଗପ୍ରତିରାଧକ ଶକ୍ତି ବଢାଏ ଓ ମନକୁ ଫୂର୍ତ୍ତି କରାଏ । ରକ୍ତ ସଂଚାଳନ ଠିକରେ ହୁଏ ।
  3. ପ୍ରତିଦିନର ଖାଦ୍ୟ ପାନୀୟରେ ନିୟମିତତା ରକ୍ଷା କରିବା । ଉତ୍ତମ ପରିବେଶରେ ବାସ କରିବା । ପ୍ରକୃତରେ ଭିଟାମିନଯୁକ୍ତ ଖାଦ୍ୟ ଖାଇବା ନିହାତି ଜରୁରୀ । ବାହାର ଜଙ୍କ ଫୁଡ୍ ,ଧୂଳି ପଡିଥିବା ଖାଦ୍ୟ ଓ ବାସି ଖାଦ୍ୟ ଆଦିକୁ ବର୍ଜନ କରିବା ଉଚିତ ।
  4. କଦାପି ମାନସିକଗ୍ରସ୍ତ ରହିବା ଉଚିତ୍ ନୁହେଁ । ଏହା ଦ୍ୱାରା ରକ୍ତଚାପ ବଢିଥାଏ । ଆଧ୍ୟାତ୍ମିକ ଚିନ୍ତନରେ ମନ ଦେବା ଓ ବେଦ ,ପୁରାଣ ଆଦି ପାଠ କରିବା ।

ଷ୍ଟାମିନା ବଢ଼ାଇବାର ସହଜ ଉପାୟ

ସକାଳୁ ଉଠିବା ଠାରୁ ରାତିରେ ଶୋଇବାକୁ ଯିବା ପର୍ଯ୍ୟନ୍ତ କିଛି ନା କିଛି କାମରେ ଆମେ ଶାରୀରିକ ସ୍ତରରେ ହେଉ ବା ମାନସିକ ସ୍ତରରେ ନିଜକୁ ବ୍ୟସ୍ତ ରଖିଥାଉ। ସୁସ୍ଥ ଭାବେ କାମ କରିବା ପାଇଁ ହେଲେ ଆମ ଷ୍ଟାମିନା ସୁଦୃଢ଼ ରହିବା ଆବଶ୍ୟକ, ନଚେତ ଦିନର ଅଧା ସମୟରୁ ହିଁ ଆମକୁ କ୍ଲାନ୍ତ ଅନୁଭବ ହୁଏ। ଯଦି ଆପଣ ବି କାମ କରିବା ସମୟରେ ହଠାତ୍ କ୍ଲାନ୍ତ ଅନୁଭବ କରୁଥାନ୍ତି ତେବେ ନିମ୍ନଲିଖିତ ପ୍ରାକୃତିକ ଉପଚାରକୁ ଆପଣାନ୍ତୁ ଯାହା ଆପଣଙ୍କ ଷ୍ଟାମିନାକୁ ଦୃଢ଼ କରିବା ସହ କ୍ଲାନ୍ତ ଅନୁଭବ କରାଇବାକୁ ଦେବ ନାହିଁ।

  • ହଳଦୀ: ଏକ ଗ୍ଲାସ୍ ଉଷୁମ ପାଣିରେ ଅଧ ଚାମଚ ହଳଦୀ ଗୁଣ୍ଡ ପକାଇ ପ୍ରତିଦିନ ପିଅନ୍ତୁ। ଜଣେ ଚାହିଁଲେ ଏକ ଚାମଚ ମହୁ ମଧ୍ୟ ମିଶାଇ ପାରିବେ।
  • ନଡ଼ିଆ ତେଲ: ରୋଷେଇରେ ଅନ୍ୟ ତେଲ ବ୍ୟବହାର ପରିବର୍ତ୍ତେ ମଧ୍ୟମ ଧରଣର ନଡ଼ିଆ ତେଲ ବ୍ୟବହାର କରିବା ଭଲ। ନଡ଼ିଆ ତେଲରେ ଫ୍ୟାଟ ରହିଛି ଯାହା ଶରୀରର ରୋଗପ୍ରତିରୋଧକ କ୍ଷମତା ସହ ସହନଶକ୍ତି ବଢ଼ାଏ।
  • ଆପଲ ସାଇଡର ଭିନେଗାର: ଏହି ଭିନେଗାରରେ ବହୁ ପରିମାଣର ଇଲୋକ୍ଟ୍ରଲାଇଟ ରହିଛି ଯାହାକୁ ଖାଇବା ଦ୍ୱାରା ପ୍ରାକୃତିକ ଉପାୟରେ ଶରୀରର ଷ୍ଟାମିନା ବଢ଼େ।
  • ଆଭୋକାଡୋ: ଆଭାକାଡ଼ୋରେ ବହୁ ପରିମାଣର ମାଗ୍ନେସିୟ ରହିଛି। ପ୍ରତିଦିନ ଫାଳେ ଆଭୋକାଡୋ ଖାଇଲେ ଶରୀରର ସହନଶକ୍ତି ବଢ଼େ। ଶରୀରେ ଗ୍ଲୁକୋଜର ମାତ୍ରା କମାଇ ତାହାକୁ ଶକ୍ତିରେ ପରିଣତ କରେ।
  • କଦଳୀ: କଦଳୀରେ ବହୁ ମାତ୍ରାରେ କାର୍ବୋହାଇଡ୍ରେଟ ଏବଂ ପୋଟାସିୟମ ରହିଛି। ଏହା ଶରୀରର ଷ୍ଟାମିନା ବଢ଼ାଇବା ସହ ତୁରନ୍ତ ଶକ୍ତି ଯୋଗାଏ।
  • ବାଦାମ: ଶରୀରର ଷ୍ଟାମିନା ବଢ଼ାଇବା ପାଇଁ ବହୁ ପରିମାଣରେ ବାଦାମ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ଭଲ। ଅଖରୋଟ ଏବଂ ପିସ୍ତାବାଦାମ ଏଥିପାଇଁ ବେଶ ଉପଯୋଗୀ।
  • ବିନ୍ସ: ପ୍ରତିଦିନ ଖାଦ୍ୟରେ ପରିବାରେ ବିନ୍ସ ଖାଇପାରିବେ। ଏଥିରେ ବହୁ ପରିମାଣର ଆଇରନ ରହିଛି। ଯାହା ଶରୀରର ବିଭିନ୍ନ ଅଙ୍ଗକୁ ଅମ୍ଳଜାନ ଭଲ ଭାବେ ଯୋଗାଇଥାଏ।
  • କନ୍ଦମୂଳ: କନ୍ଦମୂଳରେ ଥିବା କାବ୍ରୋହାଇଡ୍ରେଟ୍ ଶରୀରକୁ ଦରକାର ମୁତାବକ ଶକ୍ତି ଯୋଗାଇବା ସହ ଷ୍ଟାମିନା ବଢ଼ାଇଥାଏ।
  • ବିଟ୍‌ରୁଟ୍: ବିଟ୍‌ରୁଟରେ ଥିବା ଭିଟାମିନ ଶରୀରର ଷ୍ଟାମିନା ବଢ଼ାଇବା ସହ ଶରୀରକୁ ଫ୍ୟାଟ୍ ମୁକ୍ତ ରଖେ।

ଶରୀରରେ କ୍ୟାଲସିୟମ୍ କମ୍ ଥିଲେ

ଶରୀର ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି କ୍ୟାଲସିୟମ୍ । ହାଡକୁ ମଜଭୂତ ରଖିବା ପାଇଁ ସଠିକ୍ ପରିମାଣର କ୍ୟାଲସିୟମ୍ ଶରୀର ଭିତରକୁ ଯିବା ନିହାତି ଆବଶ୍ୟକ । ଜଣେ ବ୍ୟକ୍ତିଙ୍କୁ ଦୈନିକ ୧୦୦୦ ରୁ ୧୨୦୦ ମିଲିଗ୍ରାମ୍ କ୍ୟାଲସିୟମ୍ ଅବଶ୍ୟକ ହୋଇଥାଏ । ଆଉ ଏଥିପାଇଁ ପ୍ରତିଦିନ ସବୁଜ ପରିବା, ମାଛ, କଦଳୀ, ସୋୟା ମିଲ୍କ ଏବଂ ବାଦାମ ଖାଇବା ଉଚିତ୍ । ତେବେ କେମିତି ଜାଣିବେ ଶରୀରରେ କ୍ୟାଲସିୟମ୍ ଅଭାବ ରହିଛି ।

ମାଂସପେଶୀରେ ଯନ୍ତ୍ରଣା : ଆବଶ୍ୟକୀୟ ହିମୋଗ୍ଲୋବିନ୍ ରହିବା ସହ ଏବଂ ସଠିକ୍ ପରିମାଣ ପାଣି ପିଇବା ପରେ ମଧ୍ୟ ଯଦି ପ୍ରତିଦିନ ମାଂସପେଶୀରେ ଯନ୍ତ୍ରଣା ଅନୁଭବ ହେଉଛି ତେବେ ଏହା କ୍ୟାଲସିୟମ୍ ଅଭାବର ସଂକେତ ।

ଦୁର୍ବଳ ନଖ : ନଖକୁ ମଜଭୂତ ରଖିଥାଏ କ୍ୟାଲସିୟମ୍ । ତେଣୁ ଯଦି ଆପଣଙ୍କ ନଖ ଭାଙ୍ଗି ଯାଉଥାଏ ତେବେ ଜାଣନ୍ତୁ ଶରୀରରେ କ୍ୟାଲସିୟମ୍ ଅଭାବ ରହିଛି ।

ଦାନ୍ତ ବିନ୍ଧା : ଶରୀରର ୯୦ ପ୍ରତିଶତ କ୍ୟାଲସିୟମ୍ ଦାନ୍ତ ଏବଂ ହାଡକୁ ଯାଇଥାଏ । ଯଦି ଶରୀରରେ କ୍ୟାଲସିୟମ୍ ଅଭାବ ଥାଏ ତେବେ ନିୟମିତ ଦାନ୍ତ ବିନ୍ଧା ହୋଇଥାଏ ।

ଋତୁସ୍ରାବ ସମୟରେ କଷ୍ଟ : ଶରୀରରେ କ୍ୟାଲସିୟମର ଅଭାବ ଥିବା ମହିଳା ମାନଙ୍କୁ ଋତୁସ୍ରାବ ସମୟରେ ମାତ୍ରାଧିକ କଷ୍ଟ ହୋଇଥାଏ ।

କମ୍ ଇମ୍ୟୁନିଟି : ଶରୀରରେ କ୍ୟାଲସିୟମ୍ କମ୍ ଥିଲେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ କମିଯାଇଥାଏ । ତେଣୁ ବାରମ୍ବାର ସ୍ୱାସ୍ଥ୍ୟ ଖରାପ ହୋଇଥାଏ ।

ମୁଣ୍ଡ ବିନ୍ଧା : ବାରମ୍ବାର ମୁଣ୍ଡବିନ୍ଧା ମଧ୍ୟ କ୍ୟାଲସିୟମ ଅଭାବର ଲକ୍ଷଣ । ଏହା ସହ ଡିପ୍ରେସନ୍ ,ବ୍ୟକ୍ତିତ୍ୱରେ ପରିବର୍ତ୍ତନ ମଧ୍ୟ କ୍ୟାଲସିୟମ ଅଭାବର ସଂକେତ ।

ହୃଦଗତି : ଶୀରରରେ କ୍ୟାଲସିୟମ ଅଭାବ ଥିଲେ ହୃଦଗତି ବଢିବା ସହ ସବର୍ଦା ମନ ଅଶାନ୍ତ ରହିଥାଏ ।

ସ୍ୱାସ୍ଥ୍ୟ ଟିପ୍ସ

ଧୂମ୍ରପାନରେ ଦୃଷ୍ଟି ଶକ୍ତି ହ୍ରାସ

ଏକ ଅଧ୍ୟୟନରୁ ଜଣାପଡ଼ିଛି ଧୂମ୍ରପାନ କରିବା ଦ୍ଵାରା ଦୃଷ୍ଟିଶକ୍ତି ହ୍ରାସ ହୁଏ । ଗବେଷକଙ୍କ କହିବାନୁସାରେ ବୟସ ବୃଦ୍ଧି ସାଙ୍ଗକୁ ଅଧିକ ଧୂମ୍ରପାନ ବ୍ୟକ୍ତିକୁ ଅନ୍ଧ କରିଦିଏ । ଧୂମ୍ରପାନ ଯୋଗୁଁ ଆଖିରେ ଏଏମଡି ହେବାର ସମ୍ଭାବନା ବଢିଯାଏ । ଫଳରେ ବ୍ୟକ୍ତି ଦୃଷ୍ଟି ଶକ୍ତି ହରାଏ ।

ରସୁଣରେ କ୍ୟାନସର ଦୂର

ଗବେଷକଙ୍କ କହିବାନୁସାରେ, ୧୦ ଗ୍ରାମ୍ ରସୁଣ କ୍ୟାନ୍ସଏର ରୋଗୀକୁ ଖାଇବାକୁ ଦିଆନ୍ତୁ । ୨୪ ଘଣ୍ଟା ମଧ୍ୟରେ କ୍ୟାନ୍ସର କୋଷ ବୃଦ୍ଧି ହେବା ପକ୍ରିୟା ୪୭ ପ୍ରତିଶତ ହ୍ରାସ ପାଇବା । ଏଥିପାଇଁ ଗବେଷକମାନେ ପ୍ରକାଶ କରିଛନ୍ତି, ପ୍ରତିଦିନ ଖାଦ୍ୟାରେ ରସୁଣକୁ ସାମିଲ କରନ୍ତୁ ।

ସ୍ୱାସ୍ଥ୍ୟ ପାଇଁ ଗାଜର

ଗାଜର ରସରେ ବାତରୋଗ ଦୂର ହୁଏ । ଏହାର ରସରେ କଲାଲୁଣ ମିଶାଇ ପିଇଲେ ଶର୍କରା ସ୍ତର ନିୟନ୍ତ୍ରଣରେ ରହେ । ଗାଜର ରସରେ ଭିଟାମିନ୍ ଏ, ବି, ସି, ରହିଛି । ଏହା ଆଖିରୋଗ ଦୂର କରିବା ସହ ମୂତ୍ରାଶୟରେ ହେଉଥିବା ଷ୍ଟୋନ୍ କୁ ପ୍ରତିରୋଧ କରେ

ଓଠ କଳାପଡୁଥିଲେ

ଖାରାରେ ବାହାରୁଥିଲେ, ଓଠରେ ସନସ୍କ୍ରିନ୍ ଲୋଶନ ଲଗାନ୍ତୁ କୌଣସି କାରଣ ନଥାଏ ଓଠ କଳା ପଢୁଥିଲେ, କ୍ୟାନ୍ସରର ଆଶଙ୍କା ଥାଏ । ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଜଳୀୟ ଅଂଶ କମିଲେ ଓଠ କଳା ପଡିଥାଏ । ପ୍ରଚୁର ପାଣି ପିଇବା ସହ ଓଠରେ ମଶ୍ଚରାଇଜର ଲଗାନ୍ତୁ ।

ଆଜମା ରୋଗୀଙ୍କ ପାଇଁ ଉପକାରୀ ଭିଟାମିନ୍ – ସି ଯୁକ୍ତ ଖାଦ୍ୟ

ସାଧାରଣତଃ ଆଜମା ରୋଗୀ ଖାଦ୍ୟପେୟ ପ୍ରତି ଅଧିକ ସତର୍କ ରହିଥାଆନ୍ତି । ଯଦି ଏହି ରୋଗୀ ନିୟମିତ ବ୍ୟାୟାମ କରୁଥାଆନ୍ତି, ତେବେ ସେମାନେ ଭିଟାମିନ୍ – ସି ଯୁକ୍ତ ଖାଦ୍ୟ ଅଧିକ ଖାଇଲେ ତାହା ସ୍ୱାସ୍ଥ୍ୟ ପ୍ରତି ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ । ଆମେରିକୀୟ ଖାଦ୍ୟ ବିଶେଷଜ୍ଞମାନେ ଏକଥା ସଦ୍ୟମତ ଗବେଷଣାରୁ ଜାଣିବାକୁ ପାଇଛନ୍ତି । ଏଭଳି ସିଦ୍ଧାନ୍ତରେ ପହଞ୍ଚିବା ପୂର୍ବରୁ ସେମାନେ ୧୨୦୦ ଆଜମା ଆକ୍ରାନ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ସେମାନେ କେଉଁ ପ୍ରକାର ଖାଦ୍ୟ ଖାଉଛନ୍ତି ତାହାର ଏକ ତାଲିକା ପ୍ରସ୍ତୁତ କରଯାଇଥିଲା । ଅପରପକ୍ଷରେ ଯେଉଁମାନେ ନିୟମିତ ବ୍ୟାୟାମ କରୁଛନ୍ତି ସେମାନେ କି କି ଖାଦ୍ୟ ଖାଉଛନ୍ତି ତାହାକୁ ଗବେଷଣା ପରିସରଭୁକ୍ତ କରାଯାଇଥିଲା । ଏହି ସମୟରେ ସେମାନଙ୍କୁ ଭିଟାମିନ୍ ସି’ଯୁକ୍ତ ଖାଦ୍ୟ ଅଧିକ ପରିମାଣରେ ଖାଇବାକୁ ପରାମର୍ଶ ଦିଆଯାଇଥିଲା । ଏଭଳି ଖାଦ୍ୟ ଖାଇବା ଦ୍ଵାରା ପ୍ରଦୂଷିତ ବାୟୁମଣ୍ଡଳର ଖରାପ ପ୍ରଭାବ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ପଡି ନ ଥାଏ ବୋଲି ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

  • ଧୂମପାନ ଯୋଗୁ ଦୃଦ୍ ଘାତ ଓ ଶ୍ଵାସ ସମ୍ଵନ୍ଧିତ ସମସ୍ୟା ଦେଖାଦେଇଥାଏ । ଖାଇବା ପରେ ଧୂମପାନ କରିବା ସ୍ୱାସ୍ଥ୍ୟପକ୍ଷେ ଅଧିକ କ୍ଷତିକାରକା । ଏହାଦ୍ଵାରା କ୍ୟାନ୍ସର ଆଶଙ୍କା ମଧ୍ୟ ବଢିଯାଏ ।
  • ସାଧାରଣତଃ ଖାଦ୍ୟ ହଜମ ହେବା ପାଇଁ ୧ରୁ ୨ ଘଣ୍ଟା ସମୟ ଲାଗିଥାଏ । ତେଣୁ ଖାଇବା ପରେ ସଙ୍ଗେସଙ୍ଗେ ନ ଶୋଇବାକୁ ଚେଷ୍ଟା କରନ୍ତୁ କାରଣ ଗ୍ୟାଷ୍ଟ୍ରିକ ସମସ୍ୟା ବୃଦ୍ଧି ହେବା ଯଥେଷ୍ଟ ଆଶଙ୍କା ରହିଛି ।
  • ଖାଇବା ସମୟରେ ଫଳ ଖାଇବା ଦ୍ଵାରା ତାହା ଠିକ୍ ଭାବରେ ହଜମ ହୋଇପାରେ ନାହିଁ । ଫଳସ୍ୱରୂପ ଫଳରୁ ମିଳିବାକୁ ଥିବା ପୋଷକତତ୍ତ୍ଵଉଚିତ୍ତ ପରିମାଣରେ ଶରୀରକୁ ମିଳିପାରେ ନାହିଁ । ତେଣୁ ଖାଇବାର ପ୍ରାୟ ଏକ ଘଣ୍ଟା ପରେ ଫଳ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ଲାଭଦାୟକ । ଆପଣ ଚାହିଁଲେ ପ୍ରତିଦିନ ସକାଳେ ତଟକା ଫଳମୂଳ ଖାଇପାରିବେ ।
  • ତମାଖୁ ଖାଆନ୍ତୁ ନାହିଁ
  • ସୁସ୍ଥ ଖାଦ୍ୟ ଖାଆନ୍ତୁ । ଖାଦ୍ୟରେ ପ୍ରଚୁରମାତ୍ରାରେ ଫଳ ଓ ପନିପରିବା ସାମିଲ କରନ୍ତୁ । ଗହମ ରୁଟି, ଓଟ୍ସ ଆଦି ଖାଆନ୍ତୁ ।
  • ମେଦ ବୃଦ୍ଧିକୁ ନିୟନ୍ତ୍ରଣରେ ରଖନ୍ତୁ । ଉଚ୍ଚ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ, ମିଠା ଜାତୀୟ ଖାଦ୍ୟ ଅଧିକ ଖାଆନ୍ତୁ ନାହିଁ । ମାଂସ ମଧ୍ୟ କମ୍ ଖାଆନ୍ତୁ ।
  • ବୟସ ଅନୁଯାୟୀ ଶରୀରର ଆବଶ୍ୟକ ଓଜନ ରଖନ୍ତୁ ।
  • ସୂର୍ଯ୍ୟକିରଣରୁ ଦୂରେଇ ରୁହନ୍ତୁ । ବିଶେଷ କରି ସକାଳ ୧୦ ଟାରୁ ଦିନ ୩ ତ ପର୍ଯ୍ୟନ୍ତ ସୂର୍ଯ୍ୟକିରଣରୁ ଦୂରେଇ ରୁହନ୍ତୁ । ବାହାରକୁ ବାହାରିବା ସମୟରେ ସନସ୍କ୍ରିନ୍ ଲୋସନ୍ ଲଗାନ୍ତୁ ।
  • ପ୍ରତିଦିନ ବ୍ୟାୟାମ, ଯୋଗ ଓ ପ୍ରାତଃ ଭ୍ରମଣ କରନ୍ତୁ । ଏହା ଆପଣାକୁ କ୍ୟାନ୍ସରଠୁ ଦୂରେଇ ରଖିବାରେ ସହାୟକ ହେବ ।
  • ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ । ଆକ୍ୟୁ।ଗାଡ୍ ପାଣି ପିଆନ୍ତୁ । ନଚେତ୍ ପାଣି ଫୁଟାଇ ପିଅନ୍ତୁ ।
  • ପ୍ରତିଦିନ କଫି ପିଅନ୍ତୁ । ଏହା କ୍ୟାନ୍ସର ଦୂର କରିବାରେ ସହାୟକ ହେବ ।
  • ଚା’ ପିଇବା ଅଭ୍ୟାସ ଥିଲେ, ଗ୍ରୀନ୍ ଟି ପିଆନ୍ତୁ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ କ୍ୟାନ୍ସର ଦୂର କରିବା ସହ ବିଭିନ୍ନ ପ୍ରକାର ରୋଗ ଦୂର କରିବାରେ ସହାୟକ ହେବ ।

ଆଧାର : ସ୍ଵାସ୍ଥ୍ୟ ବ୍ୟୁର

5.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top