ଜୀବନର ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ମଧ୍ୟରୁ ଶୁଭିବାର ପ୍ରାଧାନ୍ୟ ଖୁବ୍ ବେଶି । ପଞ୍ଚେନ୍ଦ୍ରିୟ ମଧ୍ୟରୁ ଏହା ଅନ୍ୟତମ ।
ତରଙ୍ଗ ନିର୍ଦ୍ଧାରଣ ଦ୍ଵାରା ଶବ୍ଦକୁ ଗ୍ରହଣ କରିବାର ଦକ୍ଷତା ହେଉଛି ହିଅରିଂ । ଏହି ହିଅରିଂ ପ୍ରକ୍ରିୟାରେ କାନର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ।
କାନକୁ ଆଂଶିକ ବା ଶୁଭା ନ ଯିବା ହିଁ ହିଅରିଂ ଲସ୍ ।
କାନକୁ ଶୁଭା ନ ଯିବାର ମାତ୍ରା ଅନୁସାରେ ଏହା ନିମ୍ନଲିଖିତ ଭାଗରେ ବିଭକ୍ତ ହୋଇଛି । ଯଥା ମାଇଲ୍ ଡ, ମୋଡୋରେଟ, ସିଭିୟର ଏବଂ ପ୍ରୋଫାଉଣ୍ଡ । ମାଇଲ୍ ଡ ହିଅରିଂ ଲସ୍ ହେଉଛି ଅତି ଅଳ୍ପ ଏବଂ ପ୍ରୋଫାଉଣ୍ଡ ହେଉଛି ସମ୍ପୂର୍ଣ୍ଣ ମାତ୍ରାରେ ବଧିର ବା ଆଦୌ ଶୁଭେନା ।
¾ ଜନ୍ମଗତ
¾ ଅତ୍ୟଧିକ ଶବ୍ଦ ପ୍ରଦୂଷଣ
¾ ଅଟୋଟୋକ୍ଵିକ ଡ୍ରଗସ ଓ କେମିକାଲ
¾ ସିଣ୍ଡ୍ରୋମ୍ ସ
¾ ବୟସାଧିକ୍ୟ କାରଣରୁ
¾ କାନର କୌଣସି ପ୍ରକାରର ଡିଫର୍ମିଟିଜ୍ ବା ବିକୃତି ଥିଲେ ।
ଇୟର ପ୍ରୋଟେକ୍ଟିଭ ଡିଭାଇସର ବ୍ୟବହାର ଦ୍ଵାରା ଦ୍ଵାରା ନଏଜ ଇନ୍ଦ୍ୟୁସ୍ ଡ ହିଅରିଂ ଲସ୍ (ଏନ୍ ଆଇଏଚଏଲ)ରୁ ରକ୍ଷା ମିଳିପାରିବ
ଏହାଛଡା କମ୍ ଷ୍ଟ୍ରେସ ଓ କମ୍ ଚିନ୍ତାଯୁକ୍ତ ଗୋଟିଏ ଉତ୍ତମ ଜୀବନଶୈଳୀ ଆପଣାଇ ନେଲେ ହିଅରିଂ ଲସ୍ ହେବା ସମ୍ଭାବନା କମିଯାଏ ।
ପ୍ରଥମ କଥା ହେଉଛି ଯେତେଶୀଘ୍ର ସମ୍ଭବ, ସେତେଶୀଘ୍ର ହିଅରିଂ ଲସ୍ ର ନିରୂପଣ ହେବା ଆବଶ୍ୟକ । ଆଜିକାଲି ହିଅରିଂ ଟେଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାରର ପରୀକ୍ଷା ଉପଲବ୍ଧ । ଯଥା ପିଓର ଟୋନ୍ ଅଡିଓମେଟ୍ରି, ବ୍ରେନଷ୍ଟେମ ଇଭୋକଡ ରେସ ପନ୍ସ (ଏଏସଏସଆର, ଓଟୋଆକ୍ଵାଷ୍ଟିକ ଇମିସନ (ଓଏଇ) ଆଦି । ଅଡିଓଲୋଜିଷ୍ଟମାନେ ଏହିସବୁ ଟେଷ୍ଟ କରନ୍ତି ।
ହିଅରିଂ ଲସ୍ ର ଚିକିତ୍ସା ପାଇଁ ସର୍ଜରି କରାଯାଇପାରେ, ଡ୍ରଗ୍ସ / ଔଷଧ ଦିଆଯାଇପାରେ କିମ୍ବା ହିଅରିଂ ଆଡ୍ ଲଗାଯାଇପାରେ । । କିନ୍ତୁ ସର୍ଜରି କରିବା ପାଇଁ ଅନେକ ମାନଦଣ୍ଡ ରହିଛି । ତେଣୁ ସବୁ କ୍ଷେତ୍ରରେ ସର୍ଜରି ସମ୍ଭବ ନୁହେଁ । ଠିକ୍ ସେଭଳି ଔଷଧୀୟ ଚିକିତ୍ସାର ମଧ୍ୟ ନିଜସ୍ଵ ସୀମା ରହିଛି । କିନ୍ତୁ ହିଅରିଂ ଆଡ୍ ହେଉଛି ଯେକୌଣସି ହିଅରିଂ ଲସ୍ ପାଇଁ ଏକ ବିଶ୍ଵସନୀୟ ସମାଧାନ ।
ହିଅରିଂ ଆଡ୍ ହେଉଛି ଗୋଟିଏ ଇଲେକଟ୍ରୋନିକ ଯନ୍ତ୍ର, ଯାହାକି କାନକୁ ଶୁଭିବାରେ ସାହାଯ୍ୟ କରିବା ପାଇଁ ହିଁ ଡିଜାଇନ କରା ହୋଇଥାଏ । ବାସ୍ତବରେ ଏହା ହିଅରିଂ ଲସ୍ କୁ ସୁଧୁରାଇପାରେ ନାହିଁ, କିନ୍ତୁ ଶବ୍ଦକୁ ଅଧିକ ସୁଲଭରେ ଗ୍ରହଣ କରିବା ପାଇଁ ନିଶ୍ଚିତ ଭାବେ ଏହା ଗୋଟେ ‘ସହାୟକ’ ରୂପେ କାର୍ଯ୍ୟ କରିଥାଏ ।
ହିଅରିଂ ଆଡ୍ ର ମାଇକ୍ରୋଫୋନ୍ ଶବ୍ଦକୁ ଗ୍ରହଣ କରେ ଏବଂ ଆମ୍ପ୍ଲିଫାୟାରକୁ ପଟାଏ । ସେହି ଆମ୍ପ୍ଲିଫାୟାର ତା’ପରେ ଶବ୍ଦକୁ ବଢାଏ, ଅଙ୍କୀକରଣ କରେ ଏବଂ ତାକୁ ରିସିଭରକୁ ପଟାଏ ।ପରିଶେଷରେ ରିସିଭର ସେଇ ଆମ୍ପ୍ଲିଫାଏଡ ସାଉଣ୍ଡକୁ ଆଡ୍ ଲଗାଇଥିବା ବ୍ୟକ୍ତିଙ୍କୁ ଶୁଣାଏ ।
ବିସ୍ତୃତ ଭାବେ କହିବାକୁ ଗଲେ, ଏଗୁଡିକ ତିନି ପ୍ରକାରର । ଯଥା – ଆନାଲଗ୍, ସେମି-ଆନାଲଗ୍ ଓ ଡିଜିଟାଲ । ଏଗୁଡିକ ମଧ୍ୟରୁ ଡିଜିଟାଲ ହିଅରିଂ ଆଡ୍ ହେଉଛି ସବୁଠୁ ଉନ୍ନତ ତଥା ସୋଫିଷ୍ଟିକେଟେଡ୍ । ଏହା ଅତ୍ୟନ୍ତ ଠିକ୍ ଏବଂ ହିଅରିଂ ଲସ୍ ଥିବା ବ୍ୟକ୍ତିଙ୍କୁ ଯଥେଷ୍ଟ ସନ୍ତୁଷ୍ଟି ପ୍ରଦାନ କରିଥାଏ । ଉତ୍ତମମାନର ଶବ୍ଦ ସ୍ପଷ୍ଟତା ପାଇଁ ଏଥିରେ ଆନାଲଗ୍ ରୁ ଡିଜିଟାଲ କନ୍ ଭର୍ସନ ଟେକ୍ନୋଲୋଜି ବ୍ୟବହୃତ ହୁଏ ।
ସାମ୍ପ୍ରତିକ ସମୟରେ ଅନେକ ଷ୍ଟାଇଲଶ୍ ହିଅରିଂ ଆଡ୍ ଉପଲବ୍ଧ ହେଲାଣି ।
¾ ପକେଟ୍ ଆଡ୍ – ଏହା ହେଉଛି ବେସିକ୍ ଆଡ୍ । ଏଥିରେ ଗୋଟିଏ ତାର ସଂଯୁକ୍ତ ହୋଇ ରହିଥାଏ । ଏହାକୁ ଲେଭଲ୍ ଆଡ୍ ମଧ୍ୟ କୁହାଯାଏ ।
¾ ଆଇ ଗ୍ଲାସ୍ ଆଡ୍ – ଏହା ଚଷମା ସହ ସଂଯୁକ୍ତ ହୋଇ ରହିଥାଏ । ଚଷମାର ଯେଉଁ ବାର୍ କାନ ଉପରେ ଲମ୍ବିଥାଏ, ହିଅରିଂ ଆଡ୍ ତାରି ଉପରେ ଯୋଡିହୋଇ ରହିଥାଏ ।
¾ ବିହାଇଣ୍ଡ୍ ଦ ଇୟର୍ ଆଡ୍ – ଏହା ବହୁଳ ଭାବରେ ବ୍ୟବହାର ହୋଇଥାଏ ଏବଂ ଏହା କାନ ପଛରେ ଲଗାଇ ପିନ୍ଧାଯାଏ ।
¾ କମ୍ପ୍ଲିଟ୍ ଲି ଇନ୍ ଦ କାନାଲ୍(ସିଆଇସି) ଆଡ୍ – ଆକାରରେ ଏହା ବହୁତ ଛୋଟ ଏବଂ ଇୟର କାନାଲ୍ ଭିତରେ ଫିଟ୍ ହୋଇ ରହିଥାଏ ।
¾ ଇନ୍ ଭିଜିବଲ୍ ଇନ୍ ଦ କାନାଲ୍ ଆଡ୍ – ଉପରୋକ୍ତ ସମସ୍ତ ହିଅରିଂ ଆଡ୍ ମଧ୍ୟରେ ଏହା ହେଉଛି ସବୁଠାରୁ ଛୋଟ ଏବଂ ଇୟର କାନାଲ୍ ରେ ଅତି ସୁନ୍ଦର ଭାବେ ଫିଟିଙ୍ଗ ହୋଇ ରହିଥାଏ ।
ଅଡିଓଲୋଜିଷ୍ଟମାନେ ହେଉଛନ୍ତି ସାର୍ଟିଫାଏଡ ପ୍ରଫେଶନାଲସ, ଯେଉଁମାନେ ଆପଣଙ୍କର ହିଅରିଂ ଲସ୍ ର ସମାଧାନ ପାଇଁ ଆପଣଙ୍କୁ ଠିକ୍ ହିଅରିଂ ଡିଭାଇସର ପରାମର୍ଶ ଦେଇପାରିବେ । ପ୍ରଥମେ ସେମାନେ ଆପଣଙ୍କ ହିଅରିଂ ଆବିଲିଟି ବା ଶୁଣିବାର ଦକ୍ଷତାକୁ ବିଭିନ୍ନ ପ୍ରକାର ପରୀକ୍ଷା କରି ଦେଖନ୍ତି । ତା’ପରେ ସେମାନେ ଆପଣଙ୍କୁ ଉପଯୁକ୍ତ ନିରାକରଣର ଉପାୟ ବତାଇବେ ।
ଅନ୍ ଲାଇନ୍ ଷ୍ଟୋର ଓ କ୍ଵାକମାନଙ୍କ ହାବୁଡରେ ପଡନ୍ତୁ ନାହିଁ ।
ପରିଶେଷରେ ଏତିକି କୁହାଯାଇପାରେ ଯେ, ହିଅରିଂ ଲସ୍ ଯଦି ଚିକିତ୍ସା ନ ହୋଇ ରହିଯାଏ, ତେବେ ଏହା ବ୍ରେନ୍ ଡ୍ୟାମେଜ କରିଥାଏ । ଏବଂ ଆପଣଙ୍କୁ ସମାଜରୁ ବିଚ୍ଛିନ୍ନ କରିଦେଇପାରେ । ତେଣୁ ପ୍ରତିକାର ପଦ୍ଧତି ଆପଣାଇ ନେବା ହିଁ ସବୁଠୁ ଭଲ । ଯଦି ହିଅରିଂ ଲସ୍ ହୁଏ, ତେବେ ଆପଣ ଅଡିଓଲୋଜିଷ୍ଟଙ୍କୁ ଯୋଗାଯୋଗ କରନ୍ତୁ । ଅଡିଓଲୋଜିଷ୍ଟ ଆପଣଙ୍କ ହିଅରିଂକୁ ପରୀକ୍ଷା କରିବେ ଏବଂ ଆପଣଙ୍କୁ ସର୍ବୌତ୍କୃଷ୍ଟ ସମାଧାନର ପନ୍ଥା ବତାଇପାରିବେ ।
ସଂଗୃହୀତ – ଡା. ଦୀପକ କୁମାର ମିଶ୍ର
Last Modified : 10/30/2019