অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ହୃଦୟ ପାଇଁ କ୍ଷତିକାରକ

ହୃଦୟ ପାଇଁ କ୍ଷତିକାରକ

ଉପକ୍ରମ

ସ୍ୱଳ୍ପ ସମୟରେ ଅଧିକ ଅର୍ଥ ରୋଜଗାର ଓ ପ୍ରାଶ୍ଚିତ୍ୟ ଜୀବନଶୈଳୀ ପ୍ରତି ଆଜିର ଯୁବପିଢିଙ୍କୁ ଆଗ୍ରହ ଦିନକୁ ଦିନ ବଢିବାରେ ଲାଗିଛି । ଏଭଳି ଆଗ୍ରହ ସେମାନଙ୍କୁ ଯେ ହୃଦ୍ ଘାତପ୍ରବଣତା ଆଡକୁ ଟାଣି ନେଉଛି, ତାହା ସେମାନେ ଜାଣିପାରୁ ନାହାଁନ୍ତି । ଏହି ଜୀବନଶୈଳୀର କେତେକ ବଦ୍ ଭ୍ୟାସ ଯୁବପିଢିଙ୍କ ହୃଦ୍ ପନ୍ତ୍ର ପାଇଁ ଘାତକ ସାଜିଛି ତେବେ ଆସନ୍ତୁ ଜାଣିବା କାରଣଗୁଡିକ କ’ଣ କ’ଣ ? ଆଉ ଏଗୁଡିକଠାରୁ ଦୂରେଇ ରହି ନିଜର ହୃଦୟକୁ ସୁସ୍ଥତା ଆଡକୁ ଆଗେଇ ନେଇ ଚାଳନ୍ତୁ ନା ।

ଆଧୁନିକ ଜୀବନ ଯାପନ ହିଁ ହୃଦ୍ ଘାତକୁ ନିମନ୍ତ୍ରଣ କରୁଛି ବୋଲି ବହୁ ସମୟରେ ପ୍ରମାଣ ମିଳିଛି । ତେବେ ଏଥିପାଇଁ ପ୍ରତିଥର ହେଉଥିବା ରିସର୍ଚ୍ଚରେ ନୂଆ ନୂଆ ତଥ୍ୟ ପ୍ରକାଶ କରାଯାଇଥାଏ । କିନ୍ତୁ ଲାଇଫଷ୍ଟାଇଲ ହିଁ ହୃଦ୍ଘାତର ପ୍ରମୁଖ କାରଣ ବୋଲି ଜଣାପଡିଛି । ମୁଖ୍ୟତଃ ଧୂମପାନ, ଆଲକହଲ, ମାତ୍ରାଧିକ ଖାଦ୍ୟ ଗ୍ରହଣ ଏକ୍ସରସାଇଜ୍ ର ଅଭାବ ଆଦି  ହୃଦଘାତର ମୁଖ୍ୟକାରଣ ଏଗୁଡ଼ିକୁ ଦୂରେଇ ରଖିପାରିଲେ, ଆପଣ ଏକ ସୁସ୍ଥା ଜୀବନଜାପାନ କରିପାରିବେ ।

କ୍ଷତିକାରକ

ଅଧିକା ଟିଭି ଦେଖିବା :

ଅଧିକା ସମୟ ଟିଭି ଦେଖିବା ହୃଦୟପାଇଁ କ୍ଷତିକାରକ । ୨୦୧୧ ରେ ‘ଆମେରିକାନ୍ କଲେଜ ଅଫ୍ କାର୍ଡିଓଲୋଜି’ ପକ୍ଷରୁ ପ୍ରକାଶିତ ଜର୍ନାଲରେ ଏହା ପ୍ରକାଶ ପାଇଥିଲା । ଏପରିକୁ ଯଦି ଆପଣ ନିୟମିତ ଏକ୍ସରସାଇଜ୍ କରିବା ସହ ଦିନକୁ ୪ ଘଣ୍ଟା ଟିଭି ଦେଖନ୍ତୁ, ତେବେ ବି ତାହା ହାଟ୍ ଷ୍ଟ୍ରୋକ୍ ଆଶଙ୍କାକୁ ଦ୍ଵିଗୁଣିତ କରିଥାଏ । କେବଳ ଏମିତି ନୁହେଁ ବରଂ ଏହା ଆପଣଙ୍କ ମୃତ୍ୟୁର କାରଣ ବି ସାଜିପାରେ ।

ଡାଏଟ୍ ସୋଢା :

ସୋଢାର ଅତ୍ୟଧିକ ବ୍ୟବହାର ହୃଦୟକୁ ହାନି ପହଞ୍ଚାଇଥାଏ । ଏହାର ନିୟମିତ ବ୍ୟବହାର ହୃଦୟଘାତ ଓ ଷ୍ଟ୍ରୋକ୍ ର ଆଶଙ୍କା ଦ୍ଵିଗୁଣିତ କରିଥାଏ । ଏପରିକି ପରିବାର ହୃଦ୍ ଘାତର ଇତିହାସ ଣ ଥିଲେ ମଧ୍ୟ ଏହି ରୋଗର ଆଶଙ୍କା ସୃଷ୍ଟି ହୋଇଥାଏ ।

ଆଲକହଲ:

ରେଡ୍ ୱାଇନ୍ ବା ମଦ ହୃଦୟ ପାଇଁ କେତେକ ଦୃଷ୍ଟିକୋଣରୁ ଭଲ ହୋଇଥିଲେ ମଧ୍ୟ ଅତ୍ଯାଧିକ ମାତ୍ରାରେ ମଦ୍ୟପାନ ହାନିକାରକ ହୋଇପଡିଥାଏ । ଆଲକହଲର ଅତ୍ୟାଧିକ ବ୍ୟବହାର ଶରୀରର କ୍ୟାଲୋରୀକୁ ବଢାଇବା ସହ ଶୋଇବାଶୈଳୀକୁ ପ୍ରଭାବିତ କରିଥାଏ । ଜୀବନଶୈଳୀ ଉପରେ ଏହାର କୁପ୍ରଭାବ ପକାଇବା ସହିତ ହୃଦୟକୁ କ୍ଷତି ପହଞ୍ଚାଇବାରେ ସହାୟକ ହୋଇଥାଏ ।

ଶୋଇବା (ଅଧିକ ବା କମ୍)

୫ ଘଣ୍ଟାର କମ୍ ବା ୯ ଘଣ୍ଟାରୁ ଅଧିକ ଶୋଇବା ଫଳରେ ଶରୀରରରକ୍ତଚାପ ଓ ଷ୍ଟ୍ରୋକ୍ ବୃଦ୍ଧି ପାଇଥାଏ । ତା ସହିତ ଶରୀରରେ ହୃଦ୍ ରୋଗଜନିତ ରୋଗର ଆଶଙ୍କାକୁ ମଧ୍ୟା ବଢିଥାଏ ।

ଘୁଙ୍ଗୁଡି

ଶୋଇବା ସମୟରେ ଅଧିକାଂଶ ଲୋକ ଖୁବ୍ ଜୋରରେ ଘୁଙ୍ଗୁଡି ମାରିଥାନ୍ତି । ଏମାନଙ୍କ କ୍ଷେତ୍ରରେ ହୃଦ୍ ରୋଗ ହେବାର ଆଶଙ୍କା ଅଧିକ ଥାଏ । ଏହି ଲୋକମାନେ ଶୋଇଥିବା ବେଳେ ମଝିରେ ମଝିରେ ହୁଦ୍ ସ୍ପନ୍ଦନ ଅତ୍ୟଧିକ କମ୍ ବା ଅଧିକ ହୋଇଥାଏ । ଫଳରେ ରକ୍ତଚାପ ବଢିବାର ସମ୍ଭାବନା ଥାଏ ।

ନିରାଶା

ଅତ୍ୟଧିକ ମାନସିକ ଚାପରୁ କେବେ କେବେ ଅବସାଦ ଓ ନିରାଶା ସୃଷ୍ଟି ହୋଇଥାଏ । ପରେ ଏହା ଅନ୍ୟ ରୋଗକୁ ଟାଣି ଆଣିଥାଏ । ଆପଣ ଚାହିଁଲେ ଏହି ନିରାଶା ବା ଅବସାଦରୁ ନିଜକୁ ସହଜରେ ଦୂରେଇ ରଖିପାରିବେ । ନଚେତ୍ ଆପଣ ହୃଦ୍ ଘାତର ଶିକାର ହୋଇପାରନ୍ତି ।

ଅଧିକ ବ୍ୟାୟାମ

ବ୍ୟାୟାମ ଶରୀର ପାଇଁ ହିତକାରକ ମାତ୍ରା ଆବଶ୍ୟକଠାରୁ ଅଧିକ ବ୍ୟାୟାମ ଶରୀରକୁ ପ୍ରଭାବିତ କରିବା ସହ ହୃଦୟ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ତେଣୁ ବ୍ୟାୟାମ କରିବା ସମୟରେ ଏଥିପ୍ରତି ଧ୍ୟାନ ଦିଅନ୍ତୁ । ଅଧିକାଂଶ ଲୋକ ଅଧିକ ସମୟ ପର୍ଯ୍ୟନ୍ତ ଉପରତଳ ହୋଇ ବ୍ୟାୟାମ କରୁଥିବାର ଦେଖିବାକୁ ମିଳିଥାଏ । ସେମାନଙ୍କ ମଧ୍ୟରୁ ବହୁ ଲୋକ ଏଭଳି ହୃଦ୍ ଘାତର ଶିକାର ହୋଇଥାନ୍ତି ।

ମୁଖର ଯତ୍ନ

ମୁଖର ସଠିକ୍ ଯତ୍ନ ନ ନେଲେ ଶ୍ଵାସକ୍ରିୟା ଉପରେ ଏହାର କୁପ୍ରଭାବ ପଡିଥାଏ । ଯାହା ଆପଣଙ୍କ ଶରୀରରେ ହୃଦ୍ ରୋଗଜନିତ ଆଶଙ୍କାକୁ ବୃଦ୍ଧି କରିଥାଏ । ମୁଖ ଓ ହୃଦୟର ସଂପର୍କ ରହିଛି । ତେଣୁ ମୁଖରେ ଦୂଷିତ ବ୍ୟାକ୍ଟୋରିଆ ରହିବା ଫଳରେ ତାହା ରକ୍ତକଣିକା ମଧ୍ୟରେ ପ୍ରବେଶ କରିଥାଏ । ଫଳରେ ରକ୍ତ ପ୍ରବାହର ବେଗ ଧୀମା ହୋଇଥାଏ । ଆଉ ଏହା ପ୍ରଭାବ ହୃଦୟ ଉପରେ ହିଁ ପଡିଥାଏ ।

ଅଧିକ ଖାଦ୍ୟ ଗ୍ରହଣ

ମୋଟାପଣ ହୃଦ୍ ଘାତର ପ୍ରମୁଖ କାରଣ ବୋଲି କୁହାଯାଇପାରେ । ଆଉ ମୋଟାପଣ ହେଉଛି ଅତ୍ୟଧିକ ଖାଇବା ସହ ଏକ୍ସରସାଇଜ୍ ନ କରିବାର ଫଳାଫଳ ତେଣୁ କମ୍ ମିଠା ଖାଇବା ସହ ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟଠାରୁ ଦୂରେଇ ରହିବା ଚେଷ୍ଟା କରନ୍ତୁ । ଫଳରେ ଏକ ସୁସ୍ଥ ଶରୀରର ଅଧିକାରୀ ହୋଇପାରିବେ ।

ଧୂମପାନ

ଯଦି ଦିନକୁ ଗୋଟିଏ ସିଗାରେଟ୍ ଶରୀରରେ ହୃଦ୍ଘାତଜନିତ ରୋଗର ଆଶଙ୍କାକୁ ଦ୍ଵିଗୁଣିତ କରିଥାଏ । କେବଳ ହୃଦ୍ ଘାତ ନୁହେଁ କ୍ୟାନସରକୁ ମଧ୍ୟ ଡାକି ଆଣିଥାଏ । ତା ସହିତ ଅନ୍ୟାନ୍ୟ ବହୁ ରୋଗକୁ ନିୟନ୍ତ୍ରଣ ହୋଇଥାଏ ।

ଆଧାର

ପ୍ରମେୟ

Last Modified : 12/14/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate