অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କରୋନା ମୁକାବିଲା କ୍ଷେତ୍ରରେ ଆଦିବାସୀ ମନ୍ତ୍ରଣାଳୟର ପଦକ୍ଷେପ

କରୋନା ମହାମାରୀର ମୁକାବିଲା କ୍ଷେତ୍ରରେ ଆଦିବାସୀ ମନ୍ତ୍ରଣାଳୟ ପକ୍ଷରୁ କେତେକ ସକ୍ରିୟ ପଦକ୍ଷେପ ଗ୍ରହଣ କରାଯାଇ ଏହି ସଂପ୍ରଦାୟର ଲୋକଙ୍କୁ ସଂକ୍ରମଣରୁ ସୁରକ୍ଷିତ ରଖିବାକୁ ଉଦ୍ୟମ କରାଯାଇଛି । ଆହୁରି ମଧ୍ୟ ଲକଡାଉନ ଜନିତ ଗମନାଗମନ ପ୍ରତିପ୍ରନ୍ଧକ ଦୃଷ୍ଟିରୁ ଏହାର ପ୍ରଭାବ ଯେପରି ଅର୍ଥନୀତି ଓ ଆଦିବାସୀଙ୍କ ଜୀବନ ଜୀବିକା ଉପରେ ଅଧିକ ନ’ପଡେ ସେଥିପାଇଁ ମଧ୍ୟ ମନ୍ତ୍ରଣାଳୟ କିଛି ପଦକ୍ଷେପ ଗ୍ରହଣ କରିଛି ।

ମନ୍ତ୍ରଣାଳୟ ପଦକ୍ଷେପ ଗ୍ରହଣ

କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଏହି ମର୍ମରେ 15 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ନିଜନିଜର ନୋଡାଲ ଏଜେନ୍ସି ମାଧ୍ୟମରେ ଲଘୁ ବନଜାତ ସାମଗ୍ରୀ ପ୍ରକ୍ରିୟା ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି । ଏହି ସବୁ ସାମଗ୍ରୀ ସଂଗ୍ରହ ବେଳେ ସଂଗ୍ରହକାରୀ ଯେପରି ସର୍ବନିମ୍ନ ସହାୟକ ମୂଲ୍ୟ ପାଆନ୍ତି ସେଥିପ୍ରତି ଉପଯୁକ୍ତ ଦୃଷ୍ଟି ଦେବାକୁ କୁହାଯାଇଛି । ଓଡିଶା, ଉତ୍ତର ପ୍ରଦେଶ,  ଗୁଜରାଟ,  ମଧ୍ୟପ୍ରଦେଶ,  କର୍ଣ୍ଣାଟକ,  ମହାରାଷ୍ଟ୍ର,  ଆସାମ, ଆନ୍ଧ୍ରପ୍ରଦେଶ, କେରଳ, ମଣିପୁର, ନାଗାଲାଣ୍ଡ, ପଶ୍ଚିମବଂଗ ରାଜସ୍ଥାନ, ଛତିଶଗଡ, ଓ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଏହି ମର୍ମରେ କେନ୍ଦ୍ର  ଆଦିବାସୀ ମନ୍ତ୍ରୀ ପତ୍ର ଲେଖିଛନ୍ତି ।

କରୋନା ସଂକ୍ରମଣ କମିବାପରେ ଅର୍ଥନୀତିରେ ଅଭିବୃଦ୍ଧିହାର ପୁନର୍ବାର ବୃଦ୍ଧି କରିବାକୁ ଆବଶ୍ୟକ ରଣନୀତି ଓ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଅଧିକାରୀମାନଙ୍କୁ ନେଇ ତିନିଟି ଦଳ ଗଠନ କରାଯାଇଛି । ଇତିମଧ୍ୟରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ, ପରିବହନ ଓ ବିକ୍ରିବଟା ପାଇଁ ଲକଡାଉନ କଟକଣାକୁ କୋହଳ କରିଛନ୍ତି । ଆଦିବାସୀଙ୍କ ସହିତ ସଫସିଲଭୁକ୍ତ ଜାତି ଓ ଅନ୍ୟାନ୍ୟ ବନବାସୀମାନେ କାଠ ବ୍ୟତୀତ ଅନ୍ୟସବୁ ଲଘୁ ଜଙ୍ଗଲଜାତ ଦ୍ରବ୍ୟର ସଂଗ୍ରହ ଅମଳ, ବିକ୍ରିବଟା ପାଇଁ ଏହି ସଂଶୋଧିତ ନିର୍ଦ୍ଦେଶରେ ପୁନର୍ବାର ଅଧିକାର ପାଇଛନ୍ତି ।

ଏକଲବ୍ୟ ଆଦର୍ଶ ଆବାସିକ ସ୍କୁଲ ଓ ଏକଲବ୍ୟ ଆଦର୍ଶ ଡେ ବୋଡିଙ୍ଗ ସ୍କୁଲଗୁଡିକ ପାଇଁ ମନ୍ତ୍ରଣାଳୟ ପକ୍ଷରୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେତେକ ପଦକ୍ଷେପ ଗ୍ରହଣ କରାଯାଇଛି । ଏସବୁ ଶିକ୍ଷାନୁଷ୍ଠାନରେ ଛୁଟିକୁ ପରିବର୍ତ୍ତନ କରିବା ସହ ଏହି ବର୍ଗର ସବୁ ସ୍କୁଲକୁ 21 ମାର୍ଚ୍ଚ ଠାରୁ ଆସନ୍ତା ମେ 25 ପର୍ଯ୍ୟନ୍ତ ବନ୍ଦ ରଖିବାକୁ ସବୁ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତା’ ଛଡା ମାର୍ଚ୍ଚ 24ରେ ଲକଡାଉନ ଘୋଷଣା ହେବାପରେ ଏସବୁ ସ୍କୁଲର ସମସ୍ତ କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ବନ୍ଦ ରଖାଯାଇଛି । ତେବେ ଯେଉଁ ପିଲାମାନଙ୍କର ବୋର୍ଡ ପରୀକ୍ଷା ଅଛି କିମ୍ବା ଯେଉଁମାନେ ସ୍ୱତନ୍ତ୍ର ପାଠପଢା ବ୍ୟବସ୍ଥାରେ ଆନ୍ତର୍ଭୁକ୍ତ ହୋଇଛନ୍ତି ସେମାନଙ୍କୁ ଉପଯୁକ୍ତ ଯତ୍ନ ଓ ସୁବିଧାର ସହ କ୍ୟାମ୍ପସରେ ରଖିବାକୁ ରାଜ୍ୟ ସରକାରୀମାନଙ୍କୁ ପରାମର୍ଶ ଦିଆଯାଇଛି । ପରୀକ୍ଷା ସରିବା ମାତ୍ରେ ବା ସ୍ପେଶାଲ କ୍ଲାସ ହେବା ପରେ ସଂପୃକ୍ତ ଛାତ୍ରଛାତ୍ରୀଙ୍କୁ ନିଜନିଜ ଘରକୁ ପଠାଇ ଦେବାର ବ୍ୟବସ୍ଥା କରିବାକୁ କୁହାଯାଇଛି । ସଂକ୍ରମଣ ନହେବାକୁ ସବୁ ସ୍କୁଲର ଶ୍ରେଣୀଗୃହ, ହଷ୍ଟେଲ, ପରିସର ଓ ଅନ୍ୟାନ୍ୟ ସାଧାରଣ ଅଂଚଳକୁ ଉପଯୁକ୍ତ ଭାବେ ବିଶୋଧନ କରାଯାଇଛି । ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶମତେ ସାଂପ୍ରତିକ ପରିସ୍ଥିତିରେ ଚଳିବାକୁ ଏସବୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି । ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ପରୀକ୍ଷା ଫଳ ଡାକ କିମ୍ବା ଏସ୍ଏମଏସ ଯୋଗେ ପଠାଇପାର ବ୍ୟବସ୍ଥା କରାଯାଇଛି । ସ୍କୁଲ କ୍ୟାମ୍ପସଗୁଡିକୁ ନୂଆ ଶିକ୍ଷାବର୍ଷର ଆବଶ୍ୟକତାକୁ ଦେଖି ପ୍ରସ୍ତୁତ ରଖିବାକୁ ପରାମର୍ଶ ଦିଆଯାଇଛି । ସ୍କୁଲ ଖୋଲିବା ପୂର୍ବରୁ ଖରାଛୁଟି ସମୟରେ ଷଷ୍ଠ  ଶ୍ରେଣୀୟ ନାମ ଲେଖା ତଥା ନବମ ଓ ଏକାଦଶ ଶ୍ରେଣୀରେ ଲେଟେରାଲ ଏଣ୍ଟ୍ରି କାମ ଶେଷ କରିବାକୁ ନିର୍ଦ୍ଦେଶ ରହିଛି ।

କରୋନା ସଂକ୍ରମଣକୁ ରୋକିବା ପାଇଁ ଆଦିବାସୀ ସଂପ୍ରଦାୟ ଓ ବସବାସ କରୁଥିବା ଅଂଚଳକୁ ସରୁକ୍ଷିତ

କରୋନା ସଂକ୍ରମଣକୁ ରୋକିବା ପାଇଁ ଆଦିବାସୀ ସଂପ୍ରଦାୟ ଓ ସେମାନେ ବସବାସ କରୁଥିବା ଅଂଚଳକୁ ଉପଯୁକ୍ତ ଭାବେ ସରୁକ୍ଷିତ କରିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ କୁହାଯାଇଛି । ସେହିଭଳି ଏହି ବର୍ଗର ଛାତ୍ର ଛାତ୍ରୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ନୂତନ ହଷ୍ଟେଲ, ଆଶ୍ରମ ସ୍କୁଲ ଆଦି ଖୋଲିବାକୁ ଯେଉଁ ନିର୍ଦ୍ଦେଶ ରଖିଛି ତାହାର ଉପଯୁକ୍ତ ପରିପାଳନ ଉପରେ ଗୁରୁତ୍ୱ ଦିଆଯାଇଛି । କରୋନା ମୁକାବିଲା ପାଇଁ ଯେଉଁ ସବୁ କଟକଣା ଓ ନୀତି ନିୟମ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଜାରି କରିଛି ତାହାକୁ ନିଷ୍ଠାର ସହ ପାଳନ କରିବାକୁ କୁହାଯାଇଛି । ତଦନୁସାରେ ସ୍କୁଲ ହଷ୍ଟେଲରେ ସାମାଜିକ ଦୂରତ୍ୱ ରକ୍ଷା, ବିଶୋଧନ ଓ ସଫେଇ, ବାହାର ଲୋକଙ୍କ ପ୍ରବେଶ ନିଷେଧକୁ କଡାକଡି ପାଳନ କରାଯାଉଛି । ଏହାଛଡା ଛାତ୍ରଛାତ୍ରୀ ଓ ଅନ୍ତେବାସୀମାନଙ୍କୁ ସାନିଟାଇଜର, ମାସ୍କ, ସାବୁନ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗଇ ଦିଆଯାଉଛି ।

ଏହା ବ୍ୟତୀତ ମନ୍ତ୍ରଣାଳୟ ଏହି ବର୍ଗର ଛାତ୍ରଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ ଜାତୀୟ ବୃତ୍ତି ଓ ଅନ୍ୟାନ୍ୟ ବୃତ୍ତି ଯାହା 2020 ମାର୍ଚ୍ଚ 31 ସୁଦ୍ଧା ପ୍ରଦାନ କରାଯାଇ ପାରିନଥିଲା ତାହାକୁ ଯୋଗାଇ ଦେବାର ବ୍ୟବସ୍ଥା  କରାଯାଇଛି । ମାଟ୍ରିକ ପୂର୍ବ ଓ ପରବର୍ତ୍ତି ବୃତ୍ତି ତୁରନ୍ତ ଛାତ୍ରଛାତ୍ରୀଙ୍କୁ ଦେବା ପାଇଁ ରାଜ୍ୟ ସରକାରମାନଙ୍କୁ କୁହାଯାଇଛି । ଅର୍ଥର ଅଭାବ ରହିଲେ ତାହା ମନ୍ତ୍ରଣାଳୟକୁ ତୁରନ୍ତ ଜଣାଇବାକୁ ପରାମର୍ଶ ଦିଆଯାଇଛି ।

ବିଦେଶରେ ପଢୁଥିବା ଆଦବାସୀ ଛାତ୍ରଛାତ୍ରୀଙ୍କ ବୃତ୍ତି ଦୂତାବାସ ଜରିଆରେ ପଠାଇବାକୁ ହୋଇଥିବା ଅନୁରୋଧକୁ ମଞ୍ଜୁର କରାଯାଇଛି । ସେହିଭଳି ୟୁନିସେଫ ସହାୟତାରେ  ଟ୍ରାଇଫେଡ୍ ଏକ ୱେବିନାର ଆୟୋଜନ କରି ଜନଧନ ବିକାଶ କେନ୍ଦ୍ରର ସଦସ୍ୟମାନଙ୍କ ମଧ୍ୟରେ କୋଭିଡ ଜନିତ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିଛି । ଆଦିବାସୀ ମନ୍ତ୍ରଣାଳୟର  ଆର୍ଥିକ ସହାୟତାରେ ସ୍ୱେଚ୍ଛାସେବୀ ସଂଗଠନ ଆଦିବାସୀ ଅଂଚଳରେ ରନ୍ଧାଖାଦ୍ୟ ଓ ଅନ୍ୟାନ୍ୟ ରିଲିଫ ଯୋଗାଇ ଦେଇଛନ୍ତି । ମନ୍ତ୍ରଣାଳୟ ଦ୍ୱାରା ପଞ୍ଜିକୃତ ସବୁ ସ୍ୱେଚ୍ଛାସେବୀ ସଂଗଠନକୁ 2019-20 ବର୍ଷ ପାଇଁ ପାଣ୍ଠି ଯୋଗାଇ ଦିଆଯାଇଛି । ଏଥିରେ କାହାର କିଛି ଆପତ୍ତି ଥିଲେ ଅନଲାଇନ ବ୍ୟବସ୍ଥାରେ ତାହାର ସମାଧାନ କରାଯାଉଛି ।

ଆଧାର - ପିଆଇବିଭାରତ ସରକାର

Last Modified : 5/1/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate