ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ
ଗର୍ଭବତୀ ମହିଳା ଏବଂ ନବଜାତ ଶିଶୁଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଲେ ଏବଂ ଏହାର ଚିକିତ୍ସା ଯଦି ବ୍ୟୟ ସାପେକ୍ଷ ହୋଇଥାଏ ତେବେ ଜଣେ ସାଧାରଣ ଲୋକ ପାଇଁ ଏହା ସମସ୍ୟା ସୃଷ୍ଟି କରେ । ଆର୍ଥିକ ଭାବରେ ଦୁର୍ବଳ ଥିବା ବ୍ୟକ୍ତିଟି ପାଇଁ ବୋଝ ଉପରେ ନଳିତା ବିଡ଼ା ହୋଇଯାଏ । ତେଣୁ ୨୦୧୧ ଜୁନ ମାସରେ କେନ୍ଦ୍ର ସରକାରଙ୍କ ଦ୍ଵାରା ‘ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ’ ଆରମ୍ଭ କରାଗଲା । ଏହି ଯୋଜନା ଅନ୍ତର୍ଗତ ସଙ୍କଟାପନ୍ନ ଗର୍ଭବତୀ ମହିଳା ଓ ଅସୁସ୍ଥ ନବଜାତ ଶିଶୁଙ୍କୁ ମାଗଣାରେ ଚିକିତ୍ସା କରାଯିବ ।
ଗର୍ଭବତୀ ମହିଳାଙ୍କ ମାଗଣା ସେବା
- ମୁକ୍ତ, ମାଗଣା ପ୍ରସବ
- ମୁକ୍ତ ସି- ବିଭାଗ
- ମାଗଣା ଔଷଧ ଓ ଅନ୍ୟାନ୍ୟ ଉପକରଣ
- ମାଗଣା ପରୀକ୍ଷା, ନିରୀକ୍ଷା
- ଡାକ୍ତରଖାନାରେ ଥିବା ପର୍ଯ୍ୟନ୍ତ ମାଗଣା ଭୋଜନ
- ମାଗଣା ରକ୍ତ ଯଦି ଦରକାର ହୁଏ ।
- ୟୁର୍ଜସ ଫି ଦେବାକୁ ପଡେ ନାହିଁ ।
- ମାଗଣାରେ ଘରଠାରୁ ଡାକ୍ତରଖାନା ଆସିବା ।
- ଯଦି ଅନ୍ୟ କୌଣସି ହସ୍ପିଟାଲକୁ ଯିବାକୁ ପଡ଼େ ତାହାହେଲେ ଯିବା ଆସିବା ମାଗଣା ।
- ୪୮ଘଣ୍ଟା ରହିବା ମାଗଣାରେ ଘରେ ଛାଡିବା ।
ଜନ୍ମର ୩୦ଦିନ ପରେ ଅସୁସ୍ଥ ନବଜାତ/ ଜନ୍ମରୁ ଅସୁସ୍ଥ ଶିଶୁଙ୍କ ପାଇଁ ମାଗଣା ସୁବିଧା
- ମାଗଣା ଚିକିତ୍ସା
- ମାଗଣାରେ ଔଷଧ ଓ ଅନ୍ୟାନ୍ୟ ସୁବିଧା
- ମାଗଣା ପରୀକ୍ଷା
- ମାଗଣା ରକ୍ତ ଯୋଜନା
- ୟୁଜର୍ସ ଫି ଦେବାକୁ ପଡ଼େ ନାହିଁ ।
- ଘରଠାରୁ ହସ୍ପିଟାଲ ଯିବା ଆସିବା ମାଗଣା ।
- ଅନ୍ୟ ହସ୍ପିଟାଲକୁ ଯିବା ଆସିବା ମାଗଣା ।
- ହସ୍ପିଟାଲରୁ ଘରକୁ ମାଗଣାରେ ଯିବା ।
ଯୋଜନାର ମୁଖ୍ୟ ଅଂଶ
- ସରକାରୀ ଡାକ୍ତରଖାନାରେ ମାଗଣାରେ ପ୍ରସବ ।
- ଏହି ଯୋଜନାରେ ମାଗଣା ଔଷଧ, ମାଗଣା ଖାଦ୍ୟ ସାଧାରଣ ପ୍ରସବ ହେଲେ ୩ଦିନ ଅପରେସନ ହେଲେ ୭ଦିନ ପର୍ଯ୍ୟନ୍ତ ମିଳିବ । ଏହାଛଡା ଯଦି ରକ୍ତ, କିମ୍ବା ଅନ୍ୟକୌଣସି ପରୀକ୍ଷା ଦରକାର ତା ମଧ୍ୟ ମାଗଣାରେ କରାଯାଏ। ସେଇଭଳି ନବଜାତ ଶିଶୁ ଅସୁସ୍ଥ ହେଲେ ୩୦ ଦିନ ପର୍ଯ୍ୟନ୍ତ ତାର ଚିକିତ୍ସା ମାଗଣାରେ କରାଯାଏ।
- ଗର୍ଭବତୀ ମହିଳା କିମ୍ବା ନବଜାତ ପାଇଁ ବ୍ୟକ୍ତି ନିଜ ପାଣ୍ଠିରୁ କିଛି ଖର୍ଚ୍ଚନକରି କିପରି ସୁବିଧା ପାଇବ ସେ ହେଉଛି ଏହି ଯୋଜନାର ଲକ୍ଷ୍ୟ ।
- ଏହି ଯୋଜନା ଦ୍ଵାରା ୧୨ ଲକ୍ଷ ଗର୍ଭବତୀ ମହିଳା ଉପକୃତ ହେଉଛନ୍ତି ଏବଂ ଏହି ଯୋଜନା ଦ୍ଵାରା ଗର୍ଭବତୀ ମହିଳା ଘରେ ପ୍ରସବ ପାଇଁ ଉତ୍ସାହିତ ହେଉଛନ୍ତି।
ଆଧାର - ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ
ଅଧିକ ଜାଣିବା ପାଇଁ
ଗାଇଡ ଲାଇନ
Last Modified : 1/10/2020
0 ratings and 0 comments
Roll over stars then click to rate.
© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.