ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ସୁରକ୍ଷିତ ମାତୃତ୍ଵ ପାଇଁ ଜନନୀ ସୁରକ୍ଷା ଯୋଜନା ଆରମ୍ଭ କରାଯାଇଛି । ଗର୍ଭବତୀ ମା’ ମାନଙ୍କୁ ଡାକ୍ତରଖାନାରେ ପ୍ରସବ କରାଇ ମାତୃମୃତ୍ୟୁ ହାର, ଶିଶୁ ମୃତ୍ୟୁହାରକୁ କମ୍ କରିବା ହେଉଛି ଏହି ଯୋଜନାର ଲକ୍ଷ୍ୟ । ଏହି ଯୋଜନା ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରଚଳନ କରାଯାଇଛି ଏବଂ କେତେକ ପଛୁଆ ରାଜ୍ୟରେ ଏହାକୁ ଅଧିକ ତ୍ୱରାନିତ୍ଵ କରାଯାଇଛି । ଜାତୀୟ ମାତୃତ୍ଵ ସୁବିଧା ଯୋଜନା ପରିବର୍ତ୍ତେ ଏପ୍ରିଲ ୨୦୦୫ରେ ଜନନୀ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରାଗଲା । ଅଗଷ୍ଟ ୧୯୯୫ ମସିହାରେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅନ୍ତର୍ଗତରେ ଜାତୀୟ ମାତୃତ୍ଵ ସୁବିଧା ଯୋଜନା କରଯାଇଥିଲା । ୨୦୦୧-୦୨ରେ ଗ୍ରାମୀଣ ବିକାଶ ବିଭାଗରୁ ଏହି କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣକୁ ସ୍ଥାନାନ୍ତର କରଯାଇଥିଲା । ଏହି ଯୋଜନାରେ ବିପିଏଲ ପରିବାରର ପ୍ରତ୍ୟକ ଗର୍ଭବତୀମାନଙ୍କୁ ଯାହାଙ୍କୁ ୧୯ବର୍ଷରୁ ଊର୍ଦ୍ଧ୍ଵ ହୋଇଥିବ ୨ଟି ଜନ୍ମତ ଛୁଆଙ୍କ ପାଇଁ ୫୦୦ଟଙ୍କା ପ୍ରଦାନ କରାଯାଉଥିଲା । ଯାହା ସାରା ଦେଶରେ ଏକକ ଭାବରେ ପ୍ରଚଳନ କରାଯାଉଥିଲା । ସାରା ଦେଶରେ ଏହି ଯୋଜନା ଦ୍ଵାରା ମହିଳାମାନେ ଉପକୃତ ହେଉଥିବା ବେଳେ ରାଜ୍ୟମାନଙ୍କୁ କମ ପ୍ରଦର୍ଶନ ଓ ଅଧିକ ପ୍ରଦର୍ଶନ ଭାବରେ ବିଭକ୍ତ କରାଯାଇଛି । କମ ଓ ବେଶୀ ପ୍ରଦର୍ଶନ ରାଜ୍ୟରେ କେତେକ ମହିଳା ଡାକ୍ତରଖାନାରେ ପ୍ରସବ କରାଇଛନ୍ତି ତା ଉପରେ ନିର୍ଭର କରେ । ଯେଉଁ ରାଜ୍ୟରେ ୨୫ପ୍ରତିଶତ କିମ୍ବା ତା' ଠାରୁ କମ୍ ପ୍ରସବ ଡାକ୍ତରଖାନାରେ ହୋଇଥାଏ ତେବେ ତାକୁ କମ ପ୍ରଦର୍ଶନ ରାଜ୍ୟ ଭାବରେ ଅତିହିତ କରାଯାଏ । ଭାରତର ୮ଟି ରାଜ୍ୟ ଉତ୍ତାରଖଣ୍ଡ, ମଧ୍ୟପ୍ରଦେଶ, ଛତିଶଗଡ, ବିହାର, ଝାଡ଼ଖଣ୍ଡ, ରାଜସ୍ଥାନ, ଜାମ୍ମୁ ଓ କାଶ୍ମୀର, ଓଡ଼ିଶା, ଓ ଆସାମ ଇତ୍ୟାଦି କମ ପ୍ରଦର୍ଶନ ରାଜ୍ୟ ଭାବରେ ଗଣାହୁଏ । ଅନ୍ୟ ରାଜ୍ୟଗୁଡ଼ିକ ଅଧିକ ପ୍ରଦର୍ଶନ ଭାବରେ ଗଣାଯାଏ । ଜନନୀ ସୁରକ୍ଷା ଯୋଜନାର ପ୍ରାକ୍ କଥନ ଗର୍ଭାବସ୍ଥାର ଜଟିଳତା ପାଇଁ ଭାରତରେ ୫୬,୦୦୦ମହିଳା ପ୍ରତ୍ୟେକ ବର୍ଷ ପ୍ରାଣ ହାରନ୍ତି । ସେହିପରି ପ୍ରତ୍ୟେକ ବର୍ଷ ୧୩ଲକ୍ଷ ନବଜାତ ଶିଶୁ ନିଜର ପ୍ରଥମ ଜନ୍ମବାର୍ଷିକ ପୂର୍ବରୁ ମୃତ୍ୟୁବରଣ କରିଥାନ୍ତି । ୨/୩ ତୃତୀୟାଂଶ ଶିଶୁ ଜନ୍ମର ପ୍ରଥମ ୪ ସପ୍ତାହ ମଧ୍ୟରେ ପ୍ରାଣହରାନ୍ତି । ଏହାଛଡ଼ା ୭୫ଶିଶୁ ପ୍ରତିଶତ ମୃତ୍ୟୁ ଜନ୍ମର ପ୍ରଥମ ସପ୍ତାହ କିମ୍ବା ୨ଦିନ ମଧ୍ୟରେ ହୋଇଥାଏ । ମାତୃମୃତ୍ୟୁ ହାର ଶିଶୁ ମୃତ୍ୟୁହାରକୁ କମାଇବା ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ ଦ୍ଵାରା ଡାକ୍ତରଖାନାରେ ପ୍ରସବକୁ ଉତ୍ସାହିତ କରିବାର କାର୍ଯ୍ୟକ୍ରମ କରାଗଲା । ଏହାଦ୍ୱାରା ଦକ୍ଷ ତାଲିମପ୍ରାପ୍ତ କର୍ମଚାରି ତଥା ଡାକ୍ତରଙ୍କ ତତ୍ତ୍ଵାବଧାନରେ ପ୍ରସବ କରାଗଲେ ଗର୍ଭବତୀଙ୍କ ପାଇଁ ବିପଦ ଆଶଙ୍କା କମିଯିବ । ଲକ୍ଷ୍ୟ – ମାତୃମୃତ୍ୟୁ ହାର ଓ ଶିଶୁ ମୃତ୍ୟୁ ହାର ରୋକିବା ଏବଂ ଡାକ୍ତରଖାନାରେ ପ୍ରସବକୁ ଉତ୍ସାହିତ କରାଇବା । ଧାର୍ଯ୍ୟ ହିତାଧିକାରୀ ଏବଂ ସୁବିଧା ବିପିଏଲ, ଆଦିବାସୀ ତଥା ଅନ୍ୟାନ୍ୟ ଯୋଗ୍ୟ ସମସ୍ତ ଗର୍ଭବତୀ ମହିଳାଙ୍କୁ, ସରକାରୀ ଚିକିତ୍ସାଳୟ କିମ୍ବା ସରକାରୀ ଅନୁଦାନ ପ୍ରାପ୍ତ ଯେ କୌଣସି ଡାକ୍ତରଖାନାରେ ପ୍ରସବ କରାଇଲେ ଆବିକ ସୁବିଧା ଯୋଗାଇଦିଆଯିବ । ଏହି ଯୋଜନା ଅନ୍ତର୍ଗତ ମହିଳା ସ୍ୱାସ୍ଥ୍ୟ କର୍ମୀ ଆଶା ମାନଙ୍କୁ ଡାକ୍ତରଖାନାରେ ପ୍ରସବ କରାଇବା ପାଇଁ ଉତ୍ସାହିତ କରିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଏ । ଯୋଗ୍ୟ ଗର୍ଭବତୀ ମହିଳାଙ୍କର ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଟ୍ରାନ୍ସଫର କରାଯାଏ। ବିଭାଗ ଗ୍ରାମାଞ୍ଚଳ ସହରାଞ୍ଚଳ ଗର୍ଭବତୀ ମହିଳା ଆଶା ଗର୍ଭବତୀ ମହିଳା ଆଶା LPS ୧୪୦୦ ୬୦୦ ୧୦୦୦ ୪୦୦ HPS ୭୦୦ ୬୦୦ ୬୦୦ ୪୦୦ ବିପିଏଲ କାର୍ଡଧାରୀ ମହିଳା ଯଦି ଘରେ ପ୍ରସବ କରନ୍ତି ତେବେ ତାଙ୍କୁ ୫୦୦ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ଆଧାର – ଜାତୀୟ ସ୍ୱାସ୍ଥ୍ୟ ମିଶନ ସମ୍ପର୍କିତ ଆଧାର ଜନନୀ ସୁରକ୍ଷା ଯୋଜନା ଗାଇଡ଼ଲାଇନ