অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜାତୀୟ ଆୟୁଷ ମିଶନ

ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକରେ ଦ୍ଵାଦଶ ଯୋଜନା ଅନ୍ତର୍ଗତରେ ଭାରତ ସରକାରଙ୍କ ଆୟୁଷ, ସ୍ୱାସ୍ଥ୍ୟ ଏବଂ  ପରିବାର କଲ୍ୟାଣ ବିଭାଗ ଦ୍ଵାରା ଆୟୁଷ ମିଶନ ଗଠନ କରାଗଲା । ଆୟୁର୍ବେଦିକ ମେଡ଼ିସିନ ଲୋକଙ୍କୁ ସହଜ ସୁଲଭ ମୂଲ୍ୟରେ  ଯୋଗାଇବା, ଆୟୁବେଦ ପାଠ୍ୟକ୍ରମକୁ ସଶକ୍ତି କରାଇବା, ଆୟୁର୍ବେଦିକ ଔଷଧର  ଗୁଣବର୍ତ୍ତା ବୃଦ୍ଧି କରିବା, ସିଦ୍ଧ, ୟୁନାନି ଏବଂ ହୋମିଓପାଥି ଔଷଧ ତିଆରି ନିମନ୍ତେ କଞ୍ଚାମାଲ ସୁବିଧାରେ ଯୋଗାଇବା ଆୟୁଷ ମିଶନରେ ଲକ୍ଷ୍ୟ । ଆୟୁଷ ମିଶନ ସମସ୍ତ ରାଜ୍ୟ ସରକାର ଅଧିନରେ କାର୍ଯ୍ୟ କରିବି ।

ଦୃଷ୍ଟିକୋଣ

  1. ସୁଲଭ ମୂଲ୍ୟରେ ଆୟୁଷ ସ୍ୱାସ୍ଥ୍ୟ ସେବା ସାରା ଦେଶରେ ଯୋଗାଇବା ।
  2. ଆୟୁର୍ବେଦ ସ୍ୱାସ୍ଥ୍ୟ ସେବାକୁ ଅଧିକ ସଶକ୍ତି କରାଇବା ଏବଂ ସମାଜରେ ଆୟୁଷକୁ ଅଧିକ ପରିଚିତ କରାଇବା ।
  3. ଆୟୁର୍ବେଦର ଗୁଣବର୍ତ୍ତା ବୃଦ୍ଧି କରି ଡାକ୍ତରୀ ପାଠ୍ୟକ୍ରମରେ ଏହାକୁ ଅନ୍ତର୍ଭୁକ୍ତ କରାଇବା ।
  4. ଆୟୁର୍ବେଦ ଔଷଧ ସମସ୍ତ ବ୍ୟବହାର କରିବେ ଏବଂ ଏହାର କଞ୍ଚାମାଲ ଯେପରି ସୁବିଧାରେ ମିଳିବ ।

ଉଦ୍ଦେଶ୍ୟ

  1. ସୁଲଭମୂଲ୍ୟରେ ଆୟୁଷ ସେବା ଯୋଗାଇବା, ଆୟୁର୍ବେଦିକ ହସ୍ପିଟାଲ ଏବଂ ଡ଼ିସପେନସାରୀକୁ  ଅପଗ୍ରେଡ କରାଇବା ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୁର୍ବେଦିକ ସେବା ଯୋଗାଇବା ।
  2. ରାଜ୍ୟରେ ଥିବା ଆୟୁର୍ବେଦିକ ଶିକ୍ଷା ଅନୁଷ୍ଠାନ ଗୁଡିକୁ ସଶକ୍ତି କରାଇବା, ଔଷଧ ପରୀକ୍ଷାଗାର ଇତ୍ୟାଦି ପ୍ରତିଷ୍ଠା କରାଇବା ।
  3. ଉତ୍ତମ କୃଷି ଅଭ୍ୟାସ ଦ୍ଵାରା ଔଷଧୀୟ ବୃକ୍ଷ ଚାଷ କରିବା ପାଇଁ ସହାୟତା ପ୍ରଦାନ କରିବା, ଯାହାଦ୍ୱାରା ଔଷଧ ପାଇଁ କଞ୍ଚାମାଲର ଅଭାବ ରହିବନାହିଁ । ଉତ୍ତମ କୃଷି, ସଂରକ୍ଷଣ ଏବଂ ଆମଦାନୀ ଇତ୍ୟାଦିକୁ ଦେଖାରଖା କରିବା ।
  4. ବ୍ୟବସାୟୀଙ୍କ ଭିତ୍ତିଭୂମି ସଜାଡିବା, ବଜାରୀକରଣ ଚାଷ ଇତ୍ୟାଦି ଉପରେ ନଜର ଦେବା ।

ମିଶନର ଅଂଶ

ବାଧ୍ୟତାମୂଳକ ଅଂଶ

  • ଆୟୁର୍ବେଦ ସେବା
  • ଆୟୁର୍ବେଦ ଶିକ୍ଷା ଅନୁଷ୍ଠାନ
  • ASUSH ଔଷଧର ଗୁଣକୁ ନିୟନ୍ତ୍ରଣ
  • ଔଷଧ ବୃକ୍ଷ

ଇଚ୍ଛାଧିନ ଅଂଶ

  • ରାଜ୍ୟ ଆୟୁଷ ମିଶନର ସମୁଦାୟ ଅର୍ଥରୁ ୨୦ ପ୍ରତିଶତ ଅର୍ଥରେ ନିମ୍ନଲିଖିତ କାର୍ଯ୍ୟକ୍ରମ କରାଯାଇପାରିବ ।
  • ଯୋଗ ଓ ନେଚରପାଥି କେନ୍ଦ୍ର ପ୍ରତିଷ୍ଠା ।
  • ଟେଲିମେଡ଼ିସିନ
  • ଆୟୁର୍ବେଦ ଅଧିନରେ କ୍ରୀଡା ଔଷଧ ।
  • ପବ୍ଲିକ ପ୍ରାଇଭେଟ ପାଟନରସିପରେ ଆୟୁର୍ବେଦର ନୂତନ ଉଦ୍ଭାବନ ।
  • ପ୍ରାଇଭେଟ ଆୟୁଷ ଶିକ୍ଷା ଅନୁଷ୍ଠାନକୁ ସବସିତ ଯୋଗାଇଦେବା ।
  • ପରୀକ୍ଷା ଦେୟର ପ୍ରତିପୂରଣ ।
  • ଔଷଧୀୟ ବୃକ୍ଷଥିବା ସ୍ଥାନର ଗବେଷଣା ଓ ବିକାଶ ।
  • IEC କାର୍ଯ୍ୟକ୍ରମ ।
  • ସ୍ଵେଚ୍ଛାସେବୀ ସାର୍ଟିଫିକେଟ ଯୋଜନା – ପ୍ରକଳ୍ପ ଅନୁଯାୟୀ ।
  • ବଜାରୀକରଣ, ବଜାର ସମ୍ବନ୍ଧୀୟ ଜ୍ଞାନ ।
  • ଔଷଧୀୟ ବୃକ୍ଷର ଶସ୍ୟ ବୀମା ।

ଭାରତ ସରକାରଙ୍କ ଦ୍ଵାରା ବେଳେବେଳେ ଚୁକ୍ତି ଭିତ୍ତିକ ନିଯୁକ୍ତି, ଭିତ୍ତିଭୂମିର ବିକାଶ, ଦକ୍ଷତା ବିକାଶ, ଔଷଧ ଯୋଗାଣ ଇତ୍ୟାଦି କାର୍ଯ୍ୟ ଆପୀନ ଆର୍ଥିକ ସହାୟତା ଦିଆଯାଏ । ଏହାଦ୍ଵାରା ପୋଗ୍ରାମକୁ ତ୍ୱରାନ୍ୱିତ କରାଇବାରେ ସହାୟକ ହୁଏ ।

ମିଶନ ଅନ୍ତର୍ଗତ ସହାୟତା ସୁବିଧା

  1. କାର୍ଯ୍ୟକ୍ରମ ପରିଚାଳନା ୟୁନିକ ପାଇଁ ଉଭୟ କେନ୍ଦ୍ର ରାଜ୍ୟ ତରଫରୁ ସହଯୋଗ ଯୋଗାଇ ଦିଆଯାଏ । ପରିଚାଳନା ୟୁନିଟରେ ପରିଚାଳନା ଏବଂ ବୈଷୟିକ ବୃତ୍ତିଧାରୀ ମାନଙ୍କୁ ନିଯୁକ୍ତି ଦିଆଯାଏ ।
  2. ମିଶନ କାର୍ଯ୍ୟକାଳ ମଧ୍ୟରେ ପରିଚାଳନା ୟୁନିଟର କର୍ମଚାରିଙ୍କୁ ସର୍ତ୍ତମୂଳକ ଭାବରେ କିମ୍ବା ଆଉଟସୋର୍ସ ଦ୍ଵାରା କରାଯାଏ । ଏମାନଙ୍କ ବେତନ ପ୍ରଶାସନିକ ବ୍ୟୟରୁ ଦିଆଯାଏ । ଏହାଛଡା MBA, CA, ଆକାଉଣ୍ଟ, ବୈଷୟିକ ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଯାଏ ଯାହାଙ୍କ ବେତନ କେନ୍ଦ୍ର ସରକାର ବହନ କରନ୍ତି ।
  3. କର୍ମଚାରୀଙ୍କ ବେତନ ଛଡା ପରିଚାଳନା ୟୁନିକ ପାଇଁ ଅଫିସଖର୍ଚ୍ଚ, ଗ୍ରସ୍ତ ଖର୍ଚ୍ଚ, କଣ୍ଟିଜେନସି, ବାର୍ଷିକ ରକ୍ଷଣାବେକ୍ଷଣ ଖର୍ଚ୍ଚ, ଭିତ୍ତି ଭୂମି ପାଇଁ ଯେପରି କମ୍ପ୍ୟୁଟର, HMIS ପାଇଁ ସଫ୍ଟୱୟାର ଇତ୍ୟାଦି ଯୋଗାଇ ଦିଆଯାଏ ।

ସାଧନ ବଣ୍ଟନ କାର୍ଯ୍ୟକ୍ରମ

  1. ଆୟୁଷ ସେବା ପାଇଁ ଶିକ୍ଷା ଅନୁଷ୍ଠାନ ଏବଂ ଆୟୁଷ ଔଷଧର ଗୁଣବର୍ତ୍ତା ପରୀକ୍ଷା  -
  2. ବିଶେଷ ଦର୍ଜା ପାଇଥିବା ରାଜ୍ୟ ଯେପରି ( ଉତ୍ତର ପୂର୍ବ ରାଜ୍ୟ, ପାହାଡିଆ ଅଞ୍ଚଳ, ହିମାଞ୍ଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଜାମ୍ମୁ କାଶ୍ମୀର ) ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ୯୦% ରାଶି ଦିଆଯାଏ ଅବଶିଷ୍ଟ ୧୦%, ରାଶି ରାଜ୍ୟ ବହନ କରେ । ଅନ୍ୟାନ୍ୟ ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳରେ ୭୫% : ୨୫% ଭାବରେ ରାଶି ବଣ୍ଟନ ହୋଇଥାଏ ।

  3. ଔଷଧୀୟ ବୃକ୍ଷ ପାଇଁ –
  4. ଔଷଧୀୟ ବୃକ୍ଷ ପାଇଁ କେନ୍ଦ୍ର ସରକାରଙ୍କ ଦ୍ଵାରା ଉତ୍ତର ପୂର୍ବ ରାଜ୍ୟ, ହିମାଞ୍ଚଳ ପ୍ରଦେଶର ପାହାଡିଆ ଅଞ୍ଚଳ, ଉତ୍ତରାଖଣ୍ଡ, ଜାମ୍ମୁ କାଶ୍ମୀରରେ ୧୦୦% ଅର୍ଥ ପ୍ରଦାନ କରାଯାଏ । ଅନ୍ୟାନ୍ୟ ରାଜ୍ୟରେ ଏହା ୯୦:୧୦ ଭାବେ ରାଜ୍ୟ ଓ କେନ୍ଦ୍ରସରକାରଙ୍କ ମଧ୍ୟରେ ବଣ୍ଟାଯାଇଥାଏ ।

  5. କେନ୍ଦ୍ର ତରଫରୁ ରାଜ୍ୟକୁ ମିଳୁଥିବା ସାଧାନ ପାଇଁ  ରାଜ୍ୟର ଯୋଗ୍ୟତା  -
  6. ଉତ୍ତରପୂର୍ବ ରାଜ୍ୟ, ପାହାଡିଆ ଅଞ୍ଚଳ ପାଇଁ ୭୦% ଲୋକସଂଖ୍ୟାକୁ ବିବେଚନା କରାଯାଏ । ପଛୁଆ ରାଜ୍ୟର ମୁଣ୍ଡପିଚ୍ଛା ଆୟ ୧୫%  ବିବେଚନା କରାଯାଏ ।

  7. ଜାତୀୟ ଆୟୁଷ ମିଶନ ଆପୀନ କେତେକ ଇଚ୍ଛାଧିନ ଏବଂ ବାଧ୍ୟତାମୂଳକ ମାନଦଣ୍ଡ ରହିଛି ।  ରାଜ୍ୟ ଦ୍ଵାରା  ୮୦% ସାଧନ ବ୍ୟବହାର କରାଯିବ । ଇଚ୍ଛାଧିନ ମାନଦଣ୍ଡ ମଧ୍ୟରେ, ବାକି ରହୁଥିବା ୨୦% ରାଶିକୁ ରାଜ୍ୟ ତା ମନ ମୁତାବକ ଖର୍ଚ୍ଚ କରିପାରିବ ।
  8. କେନ୍ଦ୍ର ଦ୍ଵାରା ରାଜ୍ୟକୁ ରାଶି ବଣ୍ଟନ କାର୍ଯ୍ୟ ଯୋଜନା
    • ୩୧ ଡ଼ିସେମ୍ବର ସୁଦ୍ଧା ରାଜ୍ୟ ମାନଙ୍କୁ କେନ୍ଦ୍ର ଆୟୁଷ ବିଭାଗ ଦ୍ଵାରା ରାଶି ପ୍ରଦାନ କରାଯାଏ ।
    • ରାଜ୍ୟ ବଜେଟକୁ ରାଜ୍ୟର ଭାଗ ସହ  ୩୧ ମାର୍ଚ୍ଚ ସୁଦ୍ଧା ମିଳାଯାଏ ।
    • ରାଜ୍ୟ ବାର୍ଷିକ ଯୋଜନା ଯାହା ଏକଜୁକେଟିଭ କମିଟି ଦ୍ଵାରା  ୩୦ ଏପ୍ରିଲ ମଧ୍ୟରେ ନିର୍ଦ୍ଧାରଣ କରାଯାଏ ।
    • ରାଜ୍ୟ ବାର୍ଷିକ କାର୍ଯ୍ୟଯୋଜନା ଭାରତ ସରକାରଙ୍କ ଆୟୁଷ ବିଭାଗକୁ ମେ ପ୍ରଥମ ସପ୍ତାହ ସୁଦ୍ଧା ପ୍ରଦାନ କରାଯାଏ ।

ତଦାରଖ ଓ ମୂଲ୍ୟନିର୍ଦ୍ଧାରଣ

  • ତଦାରଖ ଓ ମୂଲ୍ୟନିର୍ଦ୍ଧାରଣ କମିଟି ରାଜ୍ୟ / କେନ୍ଦ୍ର ଦ୍ଵାରା ଗଠନ ହେବ ।
  • ଜାତୀୟ ସ୍ତରରେ ସ୍ୱାସ୍ଥ୍ୟ ପରିଚାଳନା ସୂଚନା ସିଷ୍ଟମ ଗଠନ କରାହେବ, ୩ଟି HMIS ମ୍ୟାନେଜର ଏବଂ HMIS ମ୍ୟାନେଜର ରାଜ୍ୟରେ ଗଠନ କରାହେବ ।
  • ମିଶନ କାର୍ଯ୍ୟକାରିତାର ୨ବର୍ଷ ପରେ ଏକ ତୃତୀୟ ପକ୍ଷ ଦ୍ଵାରା କାର୍ଯ୍ୟର ଅଗ୍ରଗତି, ବିକାଶର ଅନ୍ୟାନ୍ୟ ଦିଗ ପ୍ରତି ତଦାରଖ କରାଯିବ ।

ଆନୁମାନିକ ଫଳାଫଳ

  • ଆୟୁଷ ଶିକ୍ଷାକୁ ତ୍ୱରାନିତ୍ଵ ପାଇଁ ଆୟୁଷ ଶିକ୍ଷାନୁଷ୍ଠାନର ପାହ୍ୟବୃଦ୍ଧି କରାହେବ ।
  • ଆୟୁଷ ସେବା ଦ୍ଵାରା ଆୟୁଷ ହସ୍ପିଟାଲ ଏବଂ ଡ଼ିସପେନସାରୀ ଗୁଡିକର ସଂଖ୍ୟା ବୃଦ୍ଧି, ଔଷଧ ଏବଂ ମାନବ ସମ୍ବଳର ପ୍ରାପ୍ତି ।
  • ଆୟୁର୍ବେଦିକ ଔଷଧ ପାଇଁ ଗୁଣବର୍ତ୍ତା କଞ୍ଚାମାଲ ସୁବିଧାରେ ମିଳିବା ।
  • ଆୟୁରବେଦିକ ଔଷଧ ପାଇଁ ଅଧିକା ଲାବରୋଟରୀ ସୃଷ୍ଟି ହେବା

ଆୟୁଷ ଗାଇଡଲାଇନ  -"କ୍ଲିକ କରନ୍ତୁ"

ଆଧାର  - "ଆୟୁଷ ମନ୍ତ୍ରଣାଳୟ"

Last Modified : 2/14/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate