ଜାତୀୟ ସ୍ୱାସ୍ଥ୍ୟ ମିଶନର ଏକ ଅଂଶ ଭାବରେ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନକୁ କ୍ୟାବିନେଟରେ ୨୦୧୩, ୧ ତାରିଖରେ ସ୍ଵୀକୃତି ଦିଆଗଲା । ସହରାଞ୍ଚଳରେ ରହୁଥିବା ଗରିବ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ କାର୍ଯ୍ୟକରେ । ଗରିବ ଲୋକଙ୍କ ଆର୍ଥିକ ଅବସ୍ଥାକୁ ଆଖିରେ ରଖି ଏମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଏ । ବସ୍ତି ଅଞ୍ଚଳରେ ରହୁଥିବା ଲୋକ, ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଯୋଜନା ଯେପରି ପାନୀୟ ଜଳ, ପରିଷ୍କାର ପରିଚ୍ଛନ୍ନ, ସ୍କୁଲ ଶିକ୍ଷା ଇତ୍ୟାଦି । ଏହା ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ଦ୍ଵାରା କାର୍ଯ୍ୟ କରେ । NUHM ସମସ୍ତ ରାଜ୍ୟ ରାଜଧାନୀରେ କାର୍ଯ୍ୟ କରେ । ୫୦,୦୦ରୁ ଅଧିକ ଲୋକସଂଖ୍ୟା ଥିବା ସହରରେ ଏହା କାର୍ଯ୍ୟ କରେ ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ସହରାଞ୍ଚଳ ଗରିବ ଲୋକଙ୍କ ପାଇଁ NUHM, NHM ଅଧିନରେ ଗଠନ କରାଗଲା । ମୁନିସିପାଲଟି କର୍ପୋରେସନ, ମୁନିସପାଲଟି ବିଜ୍ଞପତି ଅଞ୍ଚଳ, କମିଟି ଏବଂ ସହର ପଞ୍ଚାୟତ ଇତ୍ୟାଦି ମିଳିମିଶି ସହରାଞ୍ଚଳ ସ୍ୱାସ୍ଥ୍ୟ ପାଇଁ ଯୋଜନା ତିଆରି କରନ୍ତି ।
NUHM ସମସ୍ତ ରାଜ୍ୟ ରାଜଧାନୀ ଜିଲ୍ଲା ମୁଖ୍ୟାଳୟ ଏବଂ ସହର/ଟାଉନ ଯାହାର ଲୋକ ସଂଖ୍ୟା ୫୦,୦୦୦ରୁ ଅଧିକ । ପ୍ରାଥମିକ ସ୍ତରରେ ଏହା ବସ୍ତି ଅଞ୍ଚଳ ଏବଂ ଅବହେଳିତ ଗୋଷ୍ଠୀ ଯେପରି ରିକ୍ସା ଚାଳକ, ଫୁଟପାଥ ବିକାଳି, ରେଲୱେ, ବସ କୁଲି, ଘରନଥିବା ଲୋକ, ରାସ୍ତାକଡ଼ର ଶିଶୁ, ନିର୍ମାଣ ଯାଗାର କର୍ମଚାରୀ ।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରାଶି ୭୫ : ୨୫ ହିସାବରେ ଖର୍ଚ୍ଚ କରାଯାଏ । ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ସିକିମ, ଜାମ୍ମୁ କାଶ୍ମୀର, ହିମାଞ୍ଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ରାଜ୍ୟ ମାନଙ୍କରେ କେନ୍ଦ୍ର ଓ ରାଜ୍ୟ ରାଶି ୯୦ : ୧୦ ହିସାବରେ ଖର୍ଚ୍ଚ କରାଯାଏ ।
Last Modified : 2/22/2020