অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜାତୀୟ ସ୍ୱାସ୍ଥ୍ୟ ମିଶନ

ଜାତୀୟ ସ୍ୱାସ୍ଥ୍ୟ ମିଶନ ଉଦ୍ଦେଶ୍ୟ ହେଉଛି ସମସ୍ତଙ୍କୁ ଦାୟିତ୍ଵ ସହ ସମାନ, ବ୍ୟୟ କରିବାର ସାମର୍ଥ୍ୟ ଏବଂ ଗୁଣବାର୍ତ୍ତା ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ।

ଜାତୀୟ ସ୍ୱାସ୍ଥ୍ୟ ମିଶନର ଲକ୍ଷ୍ୟ

ଜାତୀୟ ସ୍ୱାସ୍ଥ୍ୟ ମିଶନ ନିମ୍ନଲିଖିତ ଦିଗ ଗୁଡ଼ିକ ପ୍ରତି ଲକ୍ଷ୍ୟ ସାଧନ ନିମନ୍ତେ ନିଶ୍ଚିନ୍ତ କରେ -

  1. ମାତୃ ମୃତ୍ୟୁ ହ୍ରାସ (MMR) ୧/୧୦୦ ।
  2. ଶିଶୁ ମୃତ୍ୟୁ ହାର ହ୍ରାସ ୨୫/୧୦୦ ଜନ୍ମିତ ଶିଶୁ ।
  3. ଫଟିଲିଟି ହ୍ରାସ କରିବା ୨.୧ ।
  4. ୧୫ – ୪୯ ବର୍ଷ ବୟସ ମଧ୍ୟରେ ଥିବା ମହିଳାଙ୍କ ମଧ୍ୟରେ ରକ୍ତହୀନତା ସମସ୍ୟା ହ୍ରାସ ।
  5. ସଂକ୍ରମଣ, ଅଣସଂକ୍ରମଣ ରୋଗରୁ ମୃତ୍ୟୁ, ମୃତ୍ୟୁ ଆଶଙ୍କାକୁ କମାଇବା ।
  6. ସ୍ୱାସ୍ଥ୍ୟ ପାଇଁ ପ୍ରତ୍ୟେକ ଘରୁ ଖର୍ଚ୍ଚ ହେଉଥିବା ରାଶିକୁ କମ କରିବା ।
  7. ଟିବିରେ ବର୍ଷକୁ ହେଉଥିବା ମୃତ୍ୟୁ ସଂଖ୍ୟାକୁ ଅଧା କରିବା।
  8. ପ୍ରତ୍ୟେକ ଜିଲ୍ଲାରେ ଲେପରସି ରୋଗୀ ସଂଖ୍ୟା ଶୂନକୁ ଆଣିବା ଓ ମୃତ୍ୟୁ ସଂଖ୍ୟା < ୧/୧୦୦୦ ।
  9. ମେଲେରିଆରେ ମୃତ୍ୟୁ ସଂଖ୍ୟା <୧/୧୦୦୦ କରିବ ।
  10. ପ୍ରତ୍ୟେକ ଜିଲ୍ଲାରେ ଫାଇଲେରିଆ ରୋଗୀ ସଂଖ୍ୟା ୧ ପ୍ରତିଶତରୁ କମ କରିବା ।
  11. କଳାଜ୍ଵରକୁ ପ୍ରତ୍ୟେକ ବ୍ଲକକୁ ୨୦୧୫ ସୁଦ୍ଧା ହଟାଇବା ।

ଜାତୀୟ ସ୍ୱାସ୍ଥ୍ୟ ମିଶନର ଅଂଶ

ଜାତୀୟ ସ୍ୱାସ୍ଥ୍ୟ ମିଶନର ଗଠନ ୨ଟି ମିଶନକୁ ନେଇ ଗଠନ କରାଯାଇଛି । ଜାତୀୟ ଗ୍ରାମ୍ୟ ସ୍ୱାସ୍ଥ୍ୟ ମିଶନ ଏବଂ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ।

ଜାତୀୟ ସ୍ୱାସ୍ଥ୍ୟ ମିଶନର  ଆର୍ଥିକ ଅଂଶ

  1. NRHM – RCH ଆର୍ଥିକ ବ୍ୟବସ୍ଥା
  2. NUHM ଆର୍ଥିକ ବ୍ୟବସ୍ଥା
  3. ସଂକ୍ରମଣ ରୋଗ ପାଇଁ ଆର୍ଥିକ ବ୍ୟବସ୍ଥା
  4. ଅଣସଂକ୍ରମଣ ରୋଗ, ଆକ୍ସିଡେଣ୍ଟ ପାଇଁ ଆର୍ଥିକ ବ୍ୟବସ୍ଥା ।
  5. ଭିତ୍ତିଭୂମିର ପରିଚାଳନା
  6. ପରିବାର କଲ୍ୟାଣ ଅଂଶ

ପ୍ରମୁଖ କାର୍ଯ୍ୟକ୍ରମ

  1. ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସ୍ୱାସ୍ଥ୍ୟ ସେବା ତ୍ୱରାନିତ୍ଵ କରିବା ।
  2. ପ୍ରଜନନ, ମାତୃ – ନବଜାତଶିଶୁ ଏବଂ କିଶୋରୀ ସ୍ୱାସ୍ଥ୍ୟ ।
  3. ସଂକ୍ରମଣ ଏବଂ ଅଣସଂକ୍ରମଣ ରୋଗ ।

ରାଜ୍ୟ ମାନଙ୍କୁ ଯୋଜନା କରିବା ଏବଂ ତାକୁ କାର୍ଯ୍ୟକାରୀ କରାଇବା ପାଇଁ ସ୍ଵାଧିନତା ଦିଆଯାଇଛି । ଏହା ଦ୍ଵାରା ଅନେକ ସୁବିଧା ରହିଛି ପ୍ରଥମତ ଜିଲ୍ଲା, ବ୍ଲକ ସ୍ତରରେ ଆଞ୍ଚଳିକ ଯୋଜନାକୁ ସଂଶକ୍ତ କରିବା, ଦ୍ଵିତୀୟରେ  ଏହା ଦ୍ଵାରା  ଅତ୍ୟଧିକ ଆବଶ୍ୟକ ଥିବା ଜିଲ୍ଲାରେ ଯୋଜନା କରିବା ସୁବିଧା ହୁଏ । ତୃତୀୟରେ ଜିଲ୍ଲା ଏବଂ ରାଜ୍ୟରେ ଯୋଗାଯୋଗ ସୁବିଧା ହୁଏ ।

ଆଧାର - "ଜାତୀୟ ସ୍ୱାସ୍ଥ୍ୟ ମିଶନ"

ସମ୍ବନ୍ଧିତ ସମ୍ବଳ

"NRH ଫ୍ରେମୱାର୍କ କାର୍ଯ୍ୟକ୍ରମ ୨୦୧୨ -୨୦୧୭"

Last Modified : 3/21/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate