অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଦୁର୍ଘଟଣାଜନିତ ମୃତ୍ୟୁ ସ୍ଥଳେ ଦରିଦ୍ର ପରିବାରମାନଙ୍କ ପାଇଁ

ଦୁର୍ଘଟଣାଜନିତ ମୃତ୍ୟୁ ସ୍ଥଳେ ଦରିଦ୍ର ପରିବାରମାନଙ୍କ ପାଇଁ

ଯୋଜନା

ସ୍ୱଳ୍ପ   ରୋଜଗାର  ବିଶିଷ୍ଟ  ପରିବାରମାନଙ୍କର  ଉପାର୍ଜନଶୀଳ  ବ୍ୟକ୍ତିଙ୍କର  ଦୁର୍ଘଟଣାବଶତଃ  ଦେହାନ୍ତ  ହୋଇଗଲେ  ସେମାନଙ୍କୁ  କିଛି  ଆର୍ଥିକ  ସାହାଯ୍ୟ  ପାଇଁ  ଏକ ଯୋଜନା  ଭାରତ  ସରକାର  ପ୍ରବର୍ତ୍ତନ   କରିଛନ୍ତି   । ଏହି  ନିୟମ  ଅନୁଯାୟୀ  ଜଣେ  ଆତ୍ମୀୟର  ବିୟୋଗ  ଜନିତ  ଦୁଃଖ   ବ୍ୟତିରେ   ଏକ  ସମ୍ପୃକ୍ତ  ପରିବାରଙ୍କୁ   ଅପ୍ରତ୍ୟାଶିତ ଆର୍ଥିକ  ସଙ୍କଟ   ଭୋଗ   କରିବାକୁ  ପଡେ   ।  ପରିବାରର  ଅନ୍ନ   ସଂସ୍ଥାନ   କରୁଥିବା  ବ୍ୟକ୍ତିର   ଅଭାବ   କୌଣସିମତେ  ପୂରଣ   ହେବ  ନାହିଁ   । କିନ୍ତୁ   କିଛି  ଆର୍ଥିକ   ସାହାଯ୍ୟ  ଫଳରେ   ପରିବାରର   ଆର୍ଥିକ  ଦୁର୍ଗତ   କିୟତ  ପରିମାଣରେ  ଲାଘବ  ହୋଇପାରିବ   । ଏବଂ  ସ୍ଥଳ   ବିଶେଷରେ   ପରିବାରର  ଅନ୍ୟମାନଙ୍କୁ  ଅନ୍ନସଂସ୍ଥାନର  ବିକଳ୍ପ   ବ୍ୟବସ୍ଥା   କରିବା  ଦିଗରେ – କିଛି  ଅଧିକ   ସାମର୍ଥ୍ୟ   ପାଇପାରେ, ବର୍ତ୍ତମାନ  ସବୁ  ଜିଲ୍ଲାରେ  ଏହା  ଶୁଷ୍କ  କରାଗଲା  ଯେଉଁ  ପରିମାଣର  ତଥା  ବାର୍ଷିକ   ଆୟ Rs. 7200/ - ଟଙ୍କାରୁ  କମ୍, ସେହିପରି   ପରିବାର  ଏହି  ଯୋଜନା  ଅନ୍ତର୍ଭୁକ୍ତ   ହୋଇପାରିବେ  । ପରିବାରର  ରୋଜଗାରୀ  ବ୍ୟକ୍ତିଙ୍କର   ଦୁର୍ଘଟଣା   ଜନିତ  ବିୟୋଗରେ  ତାର  ରୋଜଗାର  ଉପରେ  ନିର୍ଭର   କରୁଥିବା   ବ୍ୟକ୍ତି   ବା  ବ୍ୟକ୍ତିମାନଙ୍କୁ  ତିନିହଜାର  ଟଙ୍କା ସାହାଯ୍ୟ   ଦିଆଯିବ, ସାହାଯ୍ୟ  ପାଇଁ   ମିଳିଥିବା  ଆବେଦନ   ରାଜ୍ୟ  ସରକାରଙ୍କ  ଦ୍ଵାରା  ମନୋନୀତ   କର୍ମଚାରୀଙ୍କ  ଦ୍ଵାରା  ଯାଞ୍ଚ   କରାଯାଇ   ମଞ୍ଜୁର   କରାଗଲେ, ତାହା  ଏକ  ବୀମା  କମ୍ପାନୀ   ଜରିଆରେ  ଦିଆଯିବ  ।

କାର୍ଯ୍ୟକାରିତା ବା ଉଦ୍ଦେଶ୍ୟ

ମଣ୍ଡଳ   ଉନ୍ନୟନ  ଅଧିକାରୀମାନେ  ଆବେଦନ  ପତ୍ର  ଗ୍ରହଣ  କରିବେ  ଏବଂ  ବିହିତ  ଅନୁସନ୍ଧାନ  ପରେ  ମଞ୍ଜୁର   କରିପାରିବେ   । ନ୍ୟାସନାଲ   ଇନ୍ ସ୍ୟୁରାନସ୍  କମ୍ପାନୀ   ଏହି  ସାହାଯ୍ୟ  ବାବଦରେ   ଅର୍ଥ  ଯୋଗାଇ   ଦେବେ   ।  ଦୁର୍ଘଟଣାରେ  ପ୍ରାଣ  ହରାଇଥିବା   ବ୍ୟକ୍ତିଙ୍କର   ବୟସ  ୧୮- ୫୫  ବର୍ଷ  ମଧ୍ୟରେ   ହୋଇଥିବା   ଆବଶ୍ୟକ   । ଦୁର୍ଘଟଣା   ଘଟିବାର   ୧୮୦ ଦିନ  ମଧ୍ୟରେ   ସାହାଯ୍ୟ   ପାଇଁ   ଆବେଦନ  ସମ୍ପୃକ୍ତ   ମଣ୍ଡଳ   ଉନ୍ନୟନ  ଅଧିକାରୀଙ୍କ  ନିକଟରେ   ଦାଖଲ   କରିବା  ଉଚିତ   । ଯେଉଁ  କ୍ଷେତ୍ରରେ   କୌଣସି  ଦଣ୍ଡନୀୟ   କାର୍ଯ୍ୟକାରିତା   ବା  ଉଦ୍ଦେଶ୍ୟ  ପୋଷଣ  କରି   ଆଇନର   ଖିଲାଫ   କରିବା  ଫଳରେ  ଅପମୃତ୍ୟୁ   ଘଟିଛି   ବା  ଘଟିବ, ସେ  କ୍ଷେତ୍ରରେ   ସାହାଯ୍ୟ  ମିଳିବ  ନାହିଁ  । ଏହି  ଯୋଜନା  ୧୯୮୫  ମସିହାରେ   ଓଡିଶାରେ  ତିନୋଟି  ଜିଲ୍ଲାରେ   ଲାଗୁ  କରାଯାଇଥିଲା  ସମୟାନୁସାରେ  ଏହି   ପରିକଳ୍ପନା   ପରିବର୍ତ୍ତିତ   ହୋଇ   ସମସ୍ତ  ଜିଲ୍ଲାରେ   ଲାଗୁ   କରାଗଲା   ।

ଜିଲ୍ଲା  ସ୍ତରରେ   ଜିଲ୍ଲାପାଳଙ୍କ   ଅଧ୍ୟକ୍ଷତାରେ  ଏକ  କମିଟି  ଯୋଜନାର   କାର୍ଯ୍ୟକାରିତା   ସମୀକ୍ଷା   କରିବେ, ଅନୁବିଭାଗୀୟ  ଅଧିକାରୀମାନଙ୍କୁ   ମଧ୍ୟ   ନିଜ  ନିଜ  ଇଲାକାରେ   ଏହି   ବ୍ୟବସ୍ଥା  ତଦାରଖ  କରିବା  ପାଇଁ  ରାଜ୍ୟ  ସରକାର  କ୍ଷମତା  ପ୍ରଦାନ  ପ୍ରଦାନ  କରିଛନ୍ତି   ।

ଦୁର୍ଘଟଣାଜନିତ ମୃତ୍ୟୁ ସ୍ଥଳେ ଦରିଦ୍ର ପରିବାରମାନଙ୍କ ପାଇଁ "ଫର୍ମ"

ଆଧାର – ଶିକ୍ଷକ  ଶିକ୍ଷା  ନିର୍ଦ୍ଦେଶାଳୟ ଓ  ରାଜ୍ୟ  ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

Last Modified : 2/18/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate