অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମମତା ଯୋଜନା

ମମତା ଯୋଜନା

ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟ, ମା’ ଙ୍କ ପୃଷ୍ଟି ଉପରେ ବିଶେଷ ଭାବରେ ନିର୍ଭର କରେ । ଗର୍ଭାବସ୍ଥାରେ ମା’ଙ୍କର ପୃଷ୍ଟିର ପରିମାଣ କମ୍ ହେଲେ ଗର୍ଭସ୍ଥ ଭ୍ରୂଣକୁ ମଧ୍ୟ ସ୍ୱଳ୍ପ ପରିମାଣର ପୃଷ୍ଟି ମିଳିବ ଓ ପରିଣାମ ସ୍ୱରୂପ ସ୍ୱଳ୍ପ ଓଜନ ବିଶିଷ୍ଟ ଶିଶୁଟିଏ ଜନ୍ମ ହେବ (ମୁଖ୍ୟତଃ ପୂର୍ଣତା ପ୍ରାପ୍ତ ପୂର୍ବରୁ ବା ଗର୍ଭସ୍ଥ ବୃଦ୍ଧି ନ୍ୟୂନତା ଯୋଗୁଁ) । ଅପପୃଷ୍ଟି ମହିଳାଙ୍କ କ୍ଷେତ୍ରରେ ୩୦ ରୁ ୪୦ ପ୍ରତିଶତ ଶିଶୁ ସ୍ୱଳ୍ପ ଓଜନ ବିଶିଷ୍ଟ ଶିଶୁ ହୋଇ ଜନ୍ମ ହୁଅନ୍ତି(ବିଶ୍ଵ ସମ୍ବଳ, ପ୍ରତିଷ୍ଠାନ, ୨୦୦୦ ) ।

ବିଭିନ୍ନ ଷ୍ଟାଡିଜ ରୁ ଦେଖାଯାଇଛି ଯେ ସ୍ୱଳ୍ପ ଓଜନ ବିଶିଷ୍ଟ ଶିଶୁଙ୍କର ବଞ୍ଚିବା ସମ୍ଭାବନା ଅଧିକ ଥାଏ(ଲାନ୍ସେଟ୍ ସିରିଜ-୨୦୦୮) । ଗର୍ଭସ୍ଥ ଭ୍ରୁଣର ବୃଦ୍ଧି ନ୍ୟୁନତା ସ୍ୱଳ୍ପ ଓଜନ ବିଶିଷ୍ଟ ଶିଶୁ ଜନ୍ମ ନିମନ୍ତେ ଅଧିକ ସମ୍ଭାବନା ସୃଷ୍ଟି କରେ । ଏପରିକି ପ୍ରସବ ପରେ ଶରୀରର କ୍ଷୟ ପୂରଣ ହେବାପୂର୍ବରୁ ମା’ ମାନେ କାମରେ ଲାଗିପଡିବା ହେତୁ ଶରୀରରେ ମହଜୁଦ ଥିବା ପୁଷ୍ଟିର ହ୍ରାସ ଘଟେ । ଏହାଫଳରେ ନବଜାତ ଶିଶୁର ଋଗ୍ନତା ଏବଂ ନବଜାତ ଶିଶୁ ମୃତ୍ୟୁହାର ଅଧିକ ହୋଇଥାଏ । ଯଦିଓ ମାତୃ ମୃତ୍ୟୁ ଓ ଶିଶୁ ମୃତ୍ୟୁହାର କମାଇବାରେ ଓଡିଶା ଯଥେଷ୍ଟ ଅଗ୍ରଗତି କରିଛି (ପ୍ରତି ୧୦୦୦ ରେ ୬୫ ଶିଶୁ ମୃତ୍ୟୁ ଓ ପ୍ରତି ୧ ଲକ୍ଷ ଜୀବିତ ଜାତ ଶିଶୁରେ ୨୫୮ ମାତୃ ମୃତ୍ୟୁ ) ତଥାପି ସହସ୍ରାଦ୍ଦ ବିକାଶ ଲକ୍ଷ୍ୟ ହାସଲ ନିମନ୍ତେ ଆହୁରି ଅନେକ କାର୍ଯ୍ୟ କରିବାକୁ ବାକି ଅଛି ।

ମା’ ଓ ଶିଶୁ ପୁଷ୍ଟିହୀନତା ସମସ୍ୟାକୁ ଦୁରକରି ପରିସ୍ଥିତି ସମ୍ଭାଳିବାପାଇଁ ଓଡିଶା ସରକାର (ମହିଳା ଓ ଶିଶୁ ବିକାଶ ବିଭାଗ ) ଗର୍ଭବତୀ ଓ ପ୍ରସୂତି ମା’ ମାନଙ୍କ ନିମନ୍ତେ “ ମମତା “ ନାମରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ପ୍ରଣୟନ କରିଛନ୍ତି । ଏହା ଏକ ସର୍ତ୍ତ ମୂଳକ ଅର୍ଥରାଶି ହସ୍ତାନ୍ତର ମାତୃମଙ୍ଗଳ ଯୋଜନା । ଏହି ଯୋଜନା ଗର୍ଭବତୀ ଓ ପ୍ରସୂତି ମା’ ମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବ, ଯାହା ଦ୍ଵାରା ସେମାନଙ୍କ ପାଇଁ ଉନ୍ନତ ପୁଷ୍ଟି ପାଇବା ତଥା ସ୍ୱାସ୍ଥ୍ୟକର ଅଭ୍ୟାସ ଗ୍ରହଣ କରିବା ସମ୍ଭବ ହୋଇପାରିବ।

ପରିଯୋଜନା “ମମତା“

ଲକ୍ଷ୍ୟ

  1. ମାତୃ ମୃତ୍ୟୁ ଓ ଶିଶୁ ମୃତ୍ୟୁହାର କମାଇବାରେ ସହାୟକ ହେବ ।
  2. ଗର୍ଭବତୀ ମହିଳା, ପ୍ରସୂତି ମା’ ଏବଂ ଶିଶୁ ମାନଙ୍କର ସ୍ୱାସ୍ଥ୍ୟ ଓ ପୁଷ୍ଟିର ସ୍ଥିତିରେ ଉନ୍ନତି ଆଣିବ ।
    ଉଦ୍ଦେଶ୍ୟ- ୧. ଗର୍ଭବତୀ ଓ ପ୍ରସୂତି ମହିଳା ମାନଙ୍କୁ ଗର୍ଭାବସ୍ଥାରେ ଏବଂ ପ୍ରସୂତି ପରେ ଆଂଶିକ ମଜୁରୀ ହରାଇବା କ୍ଷତି ଭରଣା କରିବା ଦ୍ଵାରା ସେମାନେ ଆବଶ୍ୟକୀୟ ବିଶ୍ରାମ ପାଇପାରିବେ ।
  3. ଗର୍ଭାବସ୍ଥାର ଯତ୍ନ ପ୍ରସବୋତ୍ତର ଯତ୍ନ ଏବଂ ପ୍ରତିଷେଧକ ଆଦି ମା’ ଓ ଶିଶୁ ସ୍ୱାସ୍ଥ୍ୟ ସେବା ଗୁଡିକ ଅଧିକ ଗ୍ରହଣୀୟ ହେବ।
  4. ଶିଶୁ ଓ ମା’ ମାନଙ୍କର ଯତ୍ନ ଅଭ୍ୟାସ ବିଶେଷ କରି ଶିଶୁ ପାଇଁ କେବଳ ମା’ କ୍ଷୀର ଏବଂ ଅନୁପୂରକ ଖାଦ୍ୟ ଭଳି ଶିଶୁ ଯତ୍ନ ଅଭ୍ୟାସରେ ଉନ୍ନତି ଆଣିବା ।

ଧାର୍ଯ୍ୟ ହିତାଧିକାରୀ ଏବଂ ସାମୁହିକ ସ୍ଥିତି

ଏହି ପରିଯୋଜନା ରାଜ୍ୟର ୩୧୮ ଗୋଟି ଗ୍ରାମାଞ୍ଚଳ ପ୍ରକଳ୍ପରେ କାର୍ଯ୍ୟକାରୀ କରାଯିବ । ସରକାରୀ ଏବଂ ରାଷ୍ଟ୍ରାୟତ ସଂସ୍ଥାରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ସେମାନଙ୍କ ପତ୍ନୀ ମାନଙ୍କ ବ୍ୟତୀତ ୧୯ ବର୍ଷରୁ ଉର୍ଦ୍ଧ ସମସ୍ତ ଗର୍ଭବତୀ ଓ ପ୍ରସୂତି ମହିଳା ୨ଟି ଜୀବିତ ଜାତ ସନ୍ତାନ ପର୍ଯ୍ୟନ୍ତ ଏଥିରେ ଉପକୃତ ହୋଇପାରିବେ ।

ବୟସ ଜୀବିତ ଜାତ ସନ୍ତାନ ସଂଖ୍ୟା ଏବଂ ଚାକିରି ସ୍ଥିତି ଇତ୍ୟାଦି ହିତାଧିକାରୀଙ୍କ ବକ୍ତବ୍ୟ କୁ ଆଧାର କରି ଉଦ୍ଧିଷ୍ଟ ଫର୍ମାଟ୍ ରେ ପୂରଣ ହେବ । କୌଣସି କ୍ଷେତ୍ରରେ ହିତାଧିକାରୀଙ୍କ ପ୍ରଦତ୍ତ ତଥ୍ୟ ମିଥ୍ୟା ପ୍ରମାଣିତ ହେଲେ ଆଇନତଃ ପ୍ରଦାନ କରାଯାଉଥିବା ସମସ୍ତ ଅର୍ଥ ତାଙ୍କ ଠାରୁ ପ୍ରତ୍ୟାହାର କରାଯିବ । ଏଥିପାଇଁ ହିତାଧିକାରୀଙ୍କ ଠାରୁ “ମମତା” ପରିଯୋଜନାରେ ପଞ୍ଜୀକରଣ ସମୟରେ ସ୍ଵୀକାରୋକ୍ତି ସ୍ଵାକ୍ଷର କରାଯିବ ।

ହିତାଧିକାରୀ ପଞ୍ଜୀକରଣ

  1. ଏହି ପରିଯୋଜନାରେ ସୁବିଧା ପାଇବା ପାଇଁ ଜଣେ ଗର୍ଭବତୀ ମା’ ଙ୍କୁ ତାଙ୍କ ଅଙ୍ଗନବାଡି କେନ୍ଦ୍ର /ମିନି ଅଙ୍ଗନବାଡି କେନ୍ଦ୍ରରେ ନାମ ପଞ୍ଜୀକରଣ କରିବାକୁ ପଡିବ ।
  2. ଗର୍ଭାବସ୍ଥାର ୪ ମାସ ମଧ୍ୟରେ ସମସ୍ତ ଗର୍ଭବତୀ ମହିଳା ଅଙ୍ଗନବାଡି କେନ୍ଦ୍ର /ମିନି ଅଙ୍ଗନବାଡି କେନ୍ଦ୍ରରେ ନାମ ପଞ୍ଜୀକରଣ କରିବା ଆବଶ୍ୟକ । କିନ୍ତୁ ମମତା ଯୋଜନାରେ ପ୍ରଥମ କିସ୍ତି ଅର୍ଥ ରାଶି ପାଇବା ପାଇଁ ଗର୍ଭାବସ୍ଥାର ୬ ମାସ ମଧ୍ୟରେ ନାମ ପଞ୍ଜୀକରଣ କରାଯାଇପାରେ ।
  3. ଏହା ଦେଖିବାକୁ ହେବ ଯେ , ପ୍ରତ୍ୟେକ ଗର୍ଭବତୀ ମହିଳା ଯେଉଁ ଅଞ୍ଚଳର ଅଧିବାସୀ ହୋଇଥିବେ କେବଳ ସେହି ଅଞ୍ଚଳର ଅଙ୍ଗନବାଡି କେନ୍ଦ୍ର /ମିନି ଅଙ୍ଗନବାଡି କେନ୍ଦ୍ରରେ ନାମ ପଞ୍ଜୀକରଣ କରିବେ । (ଜଣେ ଗର୍ଭବତୀ ମହିଳା ଯେ କୌଣସି ଅଙ୍ଗନବାଡି କେନ୍ଦ୍ରରେ ସେବା ଗୁଡିକ ପାଇପାରିବେ କିନ୍ତୁ ମମତା ଯୋଜନାର ପ୍ରାପ୍ୟ ,ପଞ୍ଜୀକରଣ କରିଥିବା କେନ୍ଦ୍ରରୁ ହିଁ ପାଇବେ । ଉଦାହରଣ ସ୍ୱରୂପ ଯଦି ଜଣେ ମହିଳା ମା’ ଙ୍କ ଘରେ ଥିବା ସମୟରେ ଗର୍ଭାବସ୍ଥା ଜଣାପଡିଲା, ସେ ସେଠାରେ ଗର୍ଭ ପରୀକ୍ଷା କରିପାରନ୍ତି କିନ୍ତୁ ଗର୍ଭାବସ୍ଥାର ପଞ୍ଜୀକରଣ କେବଳ ନିଜ ଅଞ୍ଚଳ ଅଙ୍ଗନବାଡି କେନ୍ଦ୍ରରେ ହିଁ କରାଯିବ)
  4. କୌଣସି ଅଙ୍ଗନବାଡି କେନ୍ଦ୍ରରେ କର୍ମୀ ଅନୁପସ୍ଥିତ ଥିଲେ, ନିକଟସ୍ଥ ଅଙ୍ଗନବାଡି କର୍ମୀ ଉକ୍ତ କେନ୍ଦ୍ର ଦାୟିତ୍ୟରେ ରହିବେ । ଏଣୁ ତାଙ୍କୁ ଉଭୟ ଅଙ୍ଗନବାଡି କେନ୍ଦ୍ର ପାଇଁ ଅଲଗା ଅଲଗା ବିବରଣୀ ପ୍ରସ୍ତୁତ କରି ସି.ଡି.ପି.ଓ .ଙ୍କୁ ଦାଖଲ କରିବାକୁ ହେବ ।
  5. ଅଙ୍ଗନବାଡି କେନ୍ଦ୍ରରେ ଗର୍ଭବତୀ ମହିଳାଙ୍କ ନାମ ପଞ୍ଜୀକରଣ ସଙ୍ଗେ ସଙ୍ଗେ କର୍ମୀ ତାଙ୍କୁ ଏକ ମା’ ଓ ଶିଶୁ ସୁରକ୍ଷା ପତ୍ରିକା ପ୍ରଦାନ କରିବେ । ତାହାର ଅବିକଳ ନକଲ ପତ୍ରିକାଟି ନିଜ ପାଖରେ ରଖିବେ । ଅର୍ଥ ପ୍ରଦାନ ପାଇଁ ରଖାଯାଇଥିବା ସର୍ତ୍ତ ଗୁଡିକ ଯାଞ୍ଚ କରିବା ପାଇଁ ମା’ ଓ ଶିଶୁ ସୁରକ୍ଷା ପତ୍ରିକା ବ୍ୟବହାର କରାଯିବ । ଏଣୁ ଅଙ୍ଗନବାଡି କର୍ମୀ ଓ ଏ.ଏନ.ଏମ. ହିତାଧିକାରୀଙ୍କୁ ଏହି ପତ୍ରିକା ପ୍ରଦାନ କରିବା ସଙ୍ଗେ ସଙ୍ଗେ ଯଥା ସମୟରେ ତଥ୍ୟଗୁଡିକ ପୂରଣ ହେବ ମଧ୍ୟ ନିଶ୍ଚିତ କରିବେ ।
  6. ଅଙ୍ଗନବାଡି କେନ୍ଦ୍ର ବା ମିନି ଅଙ୍ଗନବାଡି କେନ୍ଦ୍ରରେ ପଞ୍ଜୀକରଣ କରିଥିବା ସମସ୍ତ ଗର୍ଭବତୀ ମହିଳାଙ୍କ ନାମ ମଧ୍ୟ ଜନ୍ମ ପୂର୍ବବର୍ତ୍ତୀ (ଗର୍ଭବତୀ) ବିବରଣୀରେ ପ୍ରବେଶ କରାଯିବ । ତା ସଙ୍ଗେ ସଙ୍ଗେ ମା’ ଓ ଶିଶୁ ସୁରକ୍ଷା ପତ୍ରିକାରେ ମଧ୍ୟ ତଥ୍ୟ ପୂରଣ ହେବ ।
  7. ଗର୍ଭବତୀ ମହିଳା ମାନଙ୍କ ମଧ୍ୟରୁ କେଉଁ ମାନେ ମମତା ପରିଯୋଜନାରେ ଯୋଗ୍ୟ ବିବେଚିତ ହେବେ ସେମାନଙ୍କୁ ଅଙ୍ଗନବାଡି କର୍ମୀ ଚିନାହତ କରିବେ ।
  8. ଅଙ୍ଗନବାଡି କର୍ମୀ ଯୋଗ୍ୟ ବିବେଚିତ ସମସ୍ତ ମହିଳାମାନଙ୍କୁ କୋର ବ୍ୟାଙ୍କିଙ୍ଗ ସୁବିଧା ଥିବା ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ପାଇଁ କହିବେ । ତାହା ହିତାଧିକାରୀଙ୍କ ନାମରେ ଏକାକୀ ଆକାଉଣ୍ଟ ହୋଇଥିବା ଦରକାର (କୌଣସି ଯୁଗ୍ମ ଆକାଉଣ୍ଟ ବା ହିତାଧିକାରୀଙ୍କ ବ୍ୟତୀତ ଅନ୍ୟ କାହା ଆକାଉଣ୍ଟ ଗ୍ରହଣୀୟ ନୁହେଁ ) ହିତାଧିକାରୀ ବ୍ୟାଙ୍କ ପାସବହିର ୧ ମ ପୃଷ୍ଠାର ଜେରକ୍ସ କପି ଅଙ୍ଗନବାଡି କର୍ମୀଙ୍କ ନିକଟରେ ଦାଖଲ କରିବେ । ଅଙ୍ଗନବାଡି କର୍ମୀ ତାହାର ସଠିକତା ସମ୍ପର୍କରେ ଯାଞ୍ଚ କରି ରଖିବେ । ଅଙ୍ଗନବାଡି କର୍ମୀଙ୍କୁ ବ୍ୟାଙ୍କ ଆକାଉଣ୍ଟର ସଠିକ ତଥ୍ୟ ଦେବା ଅତ୍ୟନ୍ତ ଗୁରୁତ୍ବପୂର୍ଣ କାରଣ ପ୍ରାପ୍ୟ ଅର୍ଥ କେବଳ ବ୍ୟାଙ୍କ ଆକାଉଣ୍ଟକୁ ଇ-ଟ୍ରାନ୍ସଫର ମାଧ୍ୟମରେ ଦିଆଯିବ ଏବଂ ଭୁଲ ତଥ୍ୟ ଦେବା ଦ୍ଵାରା ପ୍ରାପ୍ୟ ଅର୍ଥ ମଞ୍ଜୁର ହେବ ନାହିଁ । ମା’ ଓ ଶିଶୁ ସୁରକ୍ଷା ପତ୍ରିକାର ୧ ମ ପୃଷ୍ଠାର ଅପର ପାର୍ଶ୍ଵରେ ଉଦିଷ୍ଟ ସ୍ତମ୍ଭରେ ଅଙ୍ଗନବାଡି କର୍ମୀ ବ୍ୟାଙ୍କ ତଥ୍ୟ ପୂରଣ କରିବେ ।
  9. ତା’ ପରେ ଏହି ଯୋଗ୍ୟ ମହିଳା ମାନଙ୍କୁ ମମତା ପତ୍ରିକା ଓ ସ୍ଵୀକାରୋକ୍ତି ଫର୍ମ ଦିଆଯିବ । ହିତାଧିକାରୀ ଏହି ସ୍ଵୀକାରୋକ୍ତି ଫର୍ମ ପୂରଣ କରି ୨ ଗୋଟି ଫୋଟୋଗ୍ରାଫ ସହ ଅଙ୍ଗନବାଡି କର୍ମୀଙ୍କୁ ଯଥା ଶୀଘ୍ର ଫେରସ୍ତ କରିବେ ।
  10. ଅଙ୍ଗନବାଡି କର୍ମୀ ଏହି ସ୍ଵୀକାରୋକ୍ତିର ଏକକିତା ନକଲ ନିଜ ପାଖରେ ରଖିବେ ଏବଂ ଅନ୍ୟଟି ସୁପରଭାଇଜରଙ୍କ ମାଧ୍ୟମରେ ସି.ଡି.ପି.ଓ .ଙ୍କୁ ଦାଖଲ କରିବେ । ସି.ଡି.ପି.ଓ . ଏହି ତଥ୍ୟକୁ ଫର୍ମରେ ପ୍ରବେଶ କରାଇବେ । ସି.ଡି.ପି.ଓ . ଅଙ୍ଗନବାଡି କେନ୍ଦ୍ରବାରୀ ସମସ୍ତ ସ୍ଵୀକାରୋକ୍ତି ଫର୍ମ ଆବଶ୍ୟକୀୟ ଯାଞ୍ଚ ଓ ଅଡିଟ୍ ନିମନ୍ତେ ଅଫିସ୍ ରେ ରଖିବେ ।
  11. ହିତାଧିକାରୀ ୧ ମ କିସ୍ତି ପ୍ରାପ୍ୟ ପାଇସାରିବା ପରେ ଅଙ୍ଗନବାଡି କର୍ମୀ ମା’ ଓ ଶିଶୁ ସୁରକ୍ଷା ପତ୍ରିକାର ୪ ର୍ଥ ପୃଷ୍ଠାରେ ନିମ୍ନଲିଖିତ ସ୍ଵୀକାରୋକ୍ତି ତାଙ୍କ ଠାରୁ ସ୍ଵାକ୍ଷର କରାଇବେ ।
    • ପ୍ରସବର ୧ ଘଣ୍ଟା ମଧ୍ୟରେ ଶିଶୁକୁ ମା’ କ୍ଷୀର ଦେବା ଆରମ୍ଭ କରିବେ ।
    • ୬ ମାସ ପର୍ଯ୍ୟନ୍ତ କେବଳ ମା’ କ୍ଷୀର ଚାଲୁ ରଖିବେ ।

ଦେୟ ପ୍ରଦାନ ଏବଂ ସର୍ତ୍ତାବଳୀ

ପ୍ରତ୍ୟେକ ହିତାଧିକାରୀ ନିର୍ଦ୍ଧିଷ୍ଟ ସର୍ତ୍ତ ପୂରଣ କଲେ ୪ ଟି କିସ୍ତି ରେ ସମୁଦାୟ ଟ. ୫୦୦୦ /- ପାଇ ପାରିବେ । ଏହି ଦେୟ ଅର୍ଥ ସି.ଡି.ପି.ଓ ଓ ଇ-ଟ୍ରାନ୍ସଫର ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟରେ ଦାଖଲ କରିବେ । ୪ଟି କିସ୍ତିରେ ଟ. ୫୦୦୦ /- ଅନୁଦାନ କାହିଁକି ?:-

  1. ପ୍ରଥମ ୩ ଟି କିସ୍ତି ଅନୁଦାନ ରାଶି ଏପରି ଭାବରେ ସ୍ଥିର କରାଯାଇଛି, ଯେପରି ଗର୍ଭାବସ୍ଥାର ୬ ମାସ ପରେ ଶିଶୁ ଜନ୍ମ ଠାରୁ ୯ ମାସ ପର୍ଯ୍ୟନ୍ତ (ଜନନୀ ସୁରକ୍ଷା ଅନୁଦାନ ରାଶି ସହ ) ପ୍ରତି ୩ ମାସ ରେ ହିତାଧିକରତି କିଛି ପରିମାଣର ଯଥୋଚିତ ଅର୍ଥ ପାଇପାରିବେ ।
  2. ଏହା ମଜୁରୀ ହରାଇବା କ୍ଷତିର ଆଂଶିକ ଭରଣା କରିବା ପାଇଁ ମାତୃମଙ୍ଗଳ ସହାୟତା ଭାବରେ ପ୍ରଦାନ କରାଯିବ, ଯଦ୍ଵାରା ମା’ ପ୍ରସବ ପୂର୍ବରୁ ଓ ପରେ ଆବଶ୍ୟକୀୟ ବିଶ୍ରାମ ନେଇ ନିଜର ଏବଂ ତାର ନବଜାତ ସନ୍ତାନ ଉତ୍ତମ ଯତ୍ନ ନେଇ ପାରିବ । ଏହି ଅର୍ଥ ରାଶି ଗର୍ଭବତୀ ଓ ପ୍ରସୂତି ମହିଳାମାନଙ୍କର ପୁଷ୍ଟିର ଯତ୍ନ ନିମନ୍ତେ ବ୍ୟବହାର କରାଯିବ ଉଚିତ୍।
  3. ମା’ ଙ୍କ ସହ କ୍ରମାଗତ ସଂଯୋଗ ସ୍ଥାପନ ମାଧ୍ୟମରେ ସ୍ତନ୍ୟପାନ ଚାଲୁ ରଖିବା, ବୟସାନୁସାରେ ସଠିକ ଅନୁପୂରକ ଖାଦ୍ଯ ଦେବା ଏବଂ ୯-୧୨ ମାସ ମଧ୍ୟରେ ଶିଶୁର ସମ୍ପୂର୍ଣ ଟିକାକରଣ ଇତ୍ୟାଦି ନିଶ୍ଚିତ କରିବା ଲକ୍ଷ୍ୟରେ ୪ ର୍ଥ କିସ୍ତି ଅର୍ଥ ଦିଆଯିବ । ପ୍ରତ୍ୟେକ ହିତାଧିକାରୀଙ୍କ ନାମ ପ୍ରଥମ କିସ୍ତି ପାଇଁ ସୁପାରିସ ହୋଇଥିଲେ ହିଁ ପରବର୍ତୀ କିସ୍ତି ଗୁଡିକ ପାଇବା ପାଇଁ ହକ୍ ଦାର ହେବେ । କୌଣସି ହିତାଧିକାରୀ ଅନ୍ୟ କୌଣସି ପର୍ଯ୍ୟାୟରେ ନୂଆ କରି ପ୍ରବେଶ କରିପାରିବେ ନାହିଁ । ପୂର୍ବ କିସ୍ତିର ଦେୟ ପ୍ରଦାନ ପରେ ହିଁ ପରବର୍ତୀ ଦେୟ କିସ୍ତି ମିଳିପାରିବ ।

କିସ୍ତି

ପ୍ରଥମ କିସ୍ତି

ଅର୍ଥ ରାଶି ଟ. ୧୫୦୦ /- ଗର୍ଭାବସ୍ଥାରେ ୨ୟ ତ୍ରୟମାସିକ ଅର୍ଥାତ୍ ୬ ମାସ ପରେ ନିମ୍ନରେ ଦିଅଯାଇଥିବା ସମସ୍ତ ୫ଟି ସର୍ତ୍ତ ପୂରଣ କଲେ –

  • ଅଙ୍ଗନବାଡି କେନ୍ଦ୍ର / ମିନି ଅଙ୍ଗନବାଡି କେନ୍ଦ୍ରରେ ଗର୍ଭାବସ୍ଥା ପଞ୍ଜୀକରଣ
  • ଅନୁନ୍ୟ ଥରେ ଗର୍ଭ ପରୀକ୍ଷା କରିବା (ଅତି ବେଶି ରେ ଟି ମଧ୍ୟରୁ )
  • ଲୌହ ସାରା ବଟିକା ଗ୍ରହଣ କରିବା
  • ଅନୁନ୍ୟ ଗୋଟିଏ ଟି.ଟି ଇଞ୍ଜେକ୍ସନ ନେଇ ଥିବେ (ସର୍ବାଧିକ ୨ଟି ମଧ୍ୟରୁ )

ଅଙ୍ଗନବାଡି କେନ୍ଦ୍ରରେ ବା ଗ୍ରାମ୍ୟ ସ୍ୱାସ୍ଥ୍ୟ ଓ ପୁଷ୍ଟି ଦିବସ (ମମତା ଦିବସ) ରେ /ଗୃହ ପରିଦର୍ଶନ ସମୟରେ ଅତି କମ୍ ରେ ଥରେ ପରାମର୍ଶ ଗ୍ରହଣ କରିଥିବେ ।

୧ମ ରୁ ୪ର୍ଥ ସର୍ତ୍ତ ମା’ ଓ ଶିଶୁ ସୁରକ୍ଷା ପତ୍ରିକା ଦ୍ଵାରା ଯାଞ୍ଚ କରାଯିବ । ୫ମ ସର୍ତ୍ତ ଟି ଅଙ୍ଗନବାଡି କେନ୍ଦ୍ର ବା ମିନି ଅଙ୍ଗନବାଡି କେନ୍ଦ୍ରର ମମତା ରେଜିଷ୍ଟରରୁ ଯାଞ୍ଚ କରାଯିବ ।

ସମସ୍ତ ଗର୍ଭବତୀ ମହିଳାମାନେ ନିମ୍ନ ଲିଖିତ ସର୍ତ୍ତ ପୂରଣ କରିଥିଲେ ପ୍ରଥମ କିସ୍ତି ଅର୍ଥ ପାଇବା ପାଇଁ ହକଦାର ହେବେ ।

  • ପ୍ରଥମ କିସ୍ତିର ସମସ୍ତ ସର୍ତ୍ତ ପୂରଣ କରିଥିବେ ।
  • ଗର୍ଭାବସ୍ଥାର ଦ୍ଵିତୀୟ ତ୍ରୟମାସିକ / ୬ ମାସ ପୂରଣ କରିଥିବେ ।

ଅଙ୍ଗନବାଡି କର୍ମୀ ଫର୍ମରେ ଥିବା ଫର୍ମାଟରେ ସମସ୍ତ ଯୋଗ୍ୟ ବିବେଚିତ ମହିଳାମାନଙ୍କର ନାମ ତାଲିକା କରି ସୁପରଭାଇଜରଙ୍କୁ ସେକ୍ଟର ମିଟିଂ ରେ ଦାଖଲ କରିବେ । ଏହି ତଥ୍ୟ ର ରିପୋଟିଂ ମାସର ୨୬-୨୫ ତାରିଖ ମଧ୍ୟରେ ତଥ୍ୟ ହୋଇଥିବ । ପ୍ରତ୍ୟେକ ଅଙ୍ଗନବାଡି କର୍ମୀ ମାସର ୩୦ ତାରିଖ ସୁଦ୍ଧା ନିଶ୍ଚିତ ଭାବରେ ଏହି ରିପୋର୍ଟ ସମ୍ପୃକ୍ତ ସୁପରଭାଇଜରଙ୍କ ପାଖରେ ଦାଖଲ କରିବେ।

ଏଠାରେ ମାନେ ରଖିବାକୁ ହେବ ଯେ ଯଦି କୌଣସି ଗର୍ଭବତୀ ମହିଳା ଗର୍ଭାବସ୍ଥାର ୬ ମାସ ପୂର୍ବରୁ ସମସ୍ତ ସର୍ତ୍ତ ପୂରଣ କରିଛନ୍ତି ତେବେ ମଧ୍ୟ ପ୍ରଥମ କିସ୍ତି ଅର୍ଥ ରାଶି ପାଇବା ପାଇଁ ତାଙ୍କର ନାମ ଅଙ୍ଗନବାଡି କର୍ମୀ ଗର୍ଭାବସ୍ଥାର ୬ ମାସ ପୂରଣ କରିବା ପରେ ପଠାଇବେ ।

ଦ୍ଵିତୀୟ କିସ୍ତି

ଅର୍ଥ ରାଶି –ଟ .୧୫୦୦/- ପ୍ରସବର ୩ ମାସ ପରେ ନିମ୍ନ ଲିଖିତ ସମସ୍ତ ୬ ଗୋଟି ସର୍ତ୍ତ ପୂରଣ କଲେ ଦିଆଯିବ ।

  • ଶିଶୁ ଜନ୍ମ ପଞ୍ଜୀକରଣ ହୋଇଛି ।
  • ଶିଶୁକୁ ବି.ସି.ଜି. ଇଞ୍ଜେକ୍ସନ ଦିଆଯାଇଛି ।
  • ଶିଶୁକୁ ପୋଲିଓ ୧ମ ଓ ଡି.ପି.ଟି. ଇଞ୍ଜେକ୍ସନର ୧ମ ମାତ୍ରା ଦିଆଯାଇଛି ।
  • ଶିଶୁକୁ ପୋଲିଓ ୨ୟ ଏବଂ ଡି.ପି.ଟି. ଇଞ୍ଜେକ୍ସନର ୨ୟ ମାତ୍ରା ଦିଆଯାଇଛି ।
  • ଜନ୍ମ ପରେ ଶିଶୁକୁ ଅନୁନ୍ୟ ୨ ଥର ଓଜନ କରାଯାଇଛି (ଜନ୍ମ ଓଜନ ସହ ଅତି ବେଶୀ ୪ଥର ମଧ୍ୟ ରୁ )
  • ପ୍ରସବ ପରେ ଅଙ୍ଗନବାଡି କେନ୍ଦ୍ର ବା ଗ୍ରାମ୍ୟ ସ୍ୱାସ୍ଥ୍ୟ ଏବଂ ପୁଷ୍ଟି ଦିବସରେ / ଅଙ୍ଗନବାଡି କର୍ମୀଙ୍କ ଗୃହ ପରିଦର୍ଶନ ସମୟରେ ମା’ ଅନୁନ୍ୟ ୨ ଟି ଗ୍ରହଣ କରିଥିବେ (ସର୍ବାଧିକ ୩ଟି ମଧ୍ୟ ରୁ )

୩ୟ କିସ୍ତି

ଅର୍ଥ ରାଶି -୧୦୦୦ ଟଙ୍କା :- ଶିଶୁକୁ ୬ ମାସ ପୂରଣ ହେଲେ ନିମ୍ନ ସମସ୍ତ ୫ ଗୋଟି ସର୍ତ୍ତ ପୂରଣ ହୋଇଥିଲେ ଦିଆଯିବ ।

  • ଶିଶୁକୁ 6 ମାସ ପର୍ଯ୍ୟନ୍ତ କେବଳ ମା’ କ୍ଷୀର ଦିଆଯାଇଛି ।
  • 6 ମାସ ପୂରଣ ହେବ ପରେ ଶିଶୁର ଅନୁପୂରକ ଖାଦ୍ୟ ଆରମ୍ଭ କରାଯାଇଛି ।
  • ଶିଶୁକୁ ପୋଲିଓ ୩ ମାତ୍ରା ଏବଂ ଡି.ପି.ଟି. ଇଞ୍ଜେକ୍ସନର ୩ୟ ମାତ୍ରା ଦିଆଯାଇଛି ।
  • ୩ ମାସରୁ -୬ମାସ ମଧ୍ୟରେ ଶିଶୁକୁ ୨ ଥର ଓଜନ କରାଯାଇଛି ।
  • ପ୍ରସବର ୩ ମାସରୁ -୬ମାସ ମଧ୍ୟରେ ଅଙ୍ଗନବାଡି କେନ୍ଦ୍ର / ଗ୍ରାମ୍ୟ ସ୍ୱାସ୍ଥ୍ୟ ପୁଷ୍ଟି ଦିବସ / ଅଙ୍ଗନବାଡି କର୍ମୀଙ୍କ ଗୃହ ପରିଦର୍ଶନ ସମୟରେ ମା’ ଅନୁନ୍ୟ ୨ଟି ପରାମର୍ଶ ଗ୍ରହଣ କରିଛନ୍ତି (ସର୍ବାଧିକ ୩ଟି ମଧ୍ୟରୁ )।

ଉପରୋକ୍ତ ପ୍ରଥମ ୨ଟି ସର୍ତ୍ତ ମା’ ଓ ଶିଶୁ ସୁରକ୍ଷା ପତ୍ରିକାର ପୃଷ୍ଠା ସଂଖ୍ୟା ୪ ଓ ୬ରେ ମା’ ଙ୍କର ନିଜସ୍ଵ ସ୍ଵୀକାରୋକ୍ତି ରହିବ ।

୪ର୍ଥ କିସ୍ତି

ଅର୍ଥ ରାଶି ଟ. ୧୦୦୦/-: ଶିଶୁକୁ ୯ ମାସ ପୂରଣ ହେଲେ ନିମ୍ନ ସମସ୍ତ ୪ଟି ସର୍ତ୍ତ ପୂରଣ କରିଥିଲେ ଦିଆଯିବ ।

  • ଶିଶୁକୁ ୧ ବର୍ଷ ପୂରଣ ହେବ ପୂର୍ବରୁ ମିଳିମିଳା ଇଞ୍ଜେକ୍ସନ ଦିଆଯାଇଛି ।
  • ଶିଶୁକୁ ୧ ବର୍ଷ ପୂରଣ ହେବ ପୂର୍ବରୁ ଭିଟାମିନ-ଏ ର ୧ମ ମାତ୍ରା ଦିଆଯାଇଛି ।
  • ଶିଶୁର ବୟସାନୁଯାୟୀ ସଠିକ ଅନୁପୂରକ ଖାଦ୍ୟ ଚାଲୁ ରହିଛି ।
  • ୬ ମାସରୁ ୯ ମାସ ମଧ୍ୟରେ ଶିଶୁକୁ ଅନୁନ୍ୟ ୨ଥର ଓଜନ କରାଯାଇଛି ।

୧ମ ଓ ୨ୟ ଏବଂ ୪ର୍ଥ ସର୍ତ୍ତ ମା’ ଓ ଶିଶୁ ସୁରକ୍ଷା ପତ୍ରିକାରୁ ଯାଞ୍ଚ କରାଯିବ । ୩ୟ ସର୍ତ୍ତ ଟି ମା’ ଓ ଶିଶୁ ସୁରକ୍ଷା ପତ୍ରିକାର ୬ଷ୍ଠ ପୃଷ୍ଠାରେ ମା’ ନିଜେ ପୂରଣ କରିଛତି ବୋଲି ସ୍ଵାକ୍ଷର କରିବେ । ହିତାଧିକାରୀ ସର୍ତ୍ତ ପୂରଣ କରିଥିଲେ ପ୍ରଥମ, ଦ୍ଵିତୀୟ ତୃତୀୟ ଏବଂ ଚତୁର୍ଥ କିସ୍ତି ପ୍ରାପ୍ୟ ପାଇବା ପାଇଁ ଅଙ୍ଗନବାଡି କର୍ମୀ ଫର୍ମରେ ଦିଆଯାଇଥିବା ମାସିକ ବିବରଣୀ ଫର୍ମାଟରେ ସମ୍ପୂର୍ଣ ତଥ୍ୟ ପ୍ରଦାନ କରିବେ । ମାସର ୩୦ ତାରିଖ ପୂର୍ବରୁ ସେକ୍ଟର ମିଟିଂରେ ଅଙ୍ଗନବାଡି କର୍ମୀ ସୁପରଭାଇଜରଙ୍କ ନିକଟରେ ନିଶ୍ଚିତ ଭାବରେ ଏହି ଫର୍ମାଟ ଦାଖଲ କରିବେ । ଏଠାରେ ପୁଣି ଥରେ ମନେପକାଇ ଦିଆଯାଉଛି ହିତାଧିକାରୀଙ୍କ ନାମ ପ୍ରଥମ କିସ୍ତି ପାଇଁ ସୁପାରିସ ହୋଇଥିଲେ ସେ ଅନ୍ୟ କିସ୍ତି ଗୁଡିକ ପାଇବା ପାଇଁ ହକ୍ ଦାର ହୋଇ ପାରିବେ । ଅନ୍ୟ କୌଣସି ସମୟରେ ହିତାଧିକାରୀଙ୍କ ନାମ ନୂତନ ଭାବେ ପ୍ରବେଶ କରାଯାଇପାରିବ ନାହିଁ ।

ସ୍ଵତନ୍ତ୍ର ସର୍ତ୍ତାବଳୀ

  1. ହିତାଧିକାରୀ ୧ମ କିସ୍ତି ପାଇଁ ସମସ୍ତ ସର୍ତ୍ତ ପୂରଣ କରିଥିଲେ ମଧ୍ୟ ଯଦି ଗର୍ଭ ନଷ୍ଟ ହୋଇ ଯାଏ, ତେବେ ସେ ସମ୍ପର୍କୀୟ ଦସ୍ତାବିଜ୍ ଦାଖଲ କଲେ ସେ ପ୍ରଥମ କିସ୍ତି ପାଇପାରିବେ ।
  2. ଯଦି ହିତାଧିକାରୀଙ୍କର ମୃତ ଶିଶୁ ପ୍ରସବ ହୁଏ ଏବଂ ସେ ନିଜର ସ୍ୱାସ୍ଥ୍ୟ ଓ କଲ୍ୟାଣ ନିମନ୍ତେ ଅନୁନ୍ୟ ୨ ଥର ପରାମର୍ଶ ଗ୍ରହଣ କରିଛନ୍ତି, ତେବେ ମଧ୍ୟ ହିତାଧିକାରୀ ମା’ ୨ୟ କିସ୍ତି ପାଇବେ।
  3. ଯଦି ହିତାଧିକାରୀ ୨ୟ କିସ୍ତି ର ସମସ୍ତ ସର୍ତ୍ତ ପୂରଣ କରିଥିବେ ମାତ୍ର ଜନ୍ମରୁ ୩ ମାସ ମଧ୍ୟରେ ଶିଶୁର ମୃତ୍ୟୁ ହୋଇ ଥାଏ ,ତେବେ ମଧ୍ୟ ହିତାଧିକାରୀ ମା’  ୨ୟ କିସ୍ତି ପାଇବେ ।
  4. ଯଦି ହିତାଧିକାରୀ ପ୍ରଥମ ପ୍ରସବରେ ଜାଆଁଳା ଶିଶୁ ଜନ୍ମ କରନ୍ତି, ସେ ଏହି ଯୋଜନାରେ ଥରେ ମାତ୍ର ସୁବିଧା/ ଅନୁଦାନ ରାଶି ପାଇବେ କାରଣ ଥରେ ମାତ୍ର ବିଶ୍ରାମର ଆବଶ୍ୟକତା ହେଉଛି ।
  5. ଯଦି ହିତାଧିକାରୀଙ୍କର ପ୍ରଥମ ଗର୍ଭର ଜୀବିତ ସନ୍ତାନ ଅଛି ଏବଂ ୨ୟ ପ୍ରସବରେ ଜାଆଁଳା ଶିଶୁ ଜନ୍ମ କରିଛନ୍ତି ,ତେବେ ସେ ୨ୟ କିସ୍ତି ପାଇବେ (ଯଦିଓ ତାଙ୍କର ୩ଟି ଜୀବିତ ସନ୍ତାନ ଅଛନ୍ତି )

ସର୍ତ୍ତ ଗୁଡିକ ଯାଞ୍ଚ କରିବା : କିପରି,କେତେବେଳେ ଏବଂ କାହାଦ୍ଵାରା ?

ଅଙ୍ଗନବାଡି କର୍ମୀଙ୍କ ଦ୍ଵାରା ଯାଞ୍ଚ କରିବା :-

ଅଙ୍ଗନବାଡି କର୍ମୀଙ୍କ ଦ୍ଵାରା ବ୍ୟବହୃତ ହେଉଥିବା ପ୍ରତ୍ୟେକ ସର୍ତ୍ତ ର ମାଧ୍ୟମ ଗୁଡିକ ତଳେ ଟେବୁଲ ୧ରେ ବର୍ଣନା ହେଉଛି :-

ଟେବୁଲ -୧

କ୍ର.ନଂ

ସର୍ତ୍ତାବଳୀ

ସେବା ପ୍ରଦାନର ପ୍ରାଥମିକ ଦାୟିତ୍ଵ

ଯାଞ୍ଚ ପାଇଁ ମାଧ୍ୟମ

ପ୍ରଥମ କିସ୍ତି

୧.

ଜନନୀ ସୁରକ୍ଷା ଯୋଜନା ଅଧୀନରେ ଅଙ୍ଗନବାଡି କେନ୍ଦ୍ର / ମିନି ଅଙ୍ଗନବାଡି କେନ୍ଦ୍ର ବା ସ୍ୱାସ୍ଥ୍ୟ କେନ୍ଦ୍ର (ଉପକେନ୍ଦ୍ର /ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର /ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର /ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ /ତାଲିକା ଭୁକ୍ତ ବେସରକାରୀ ଡାକ୍ତରଙ୍କ ଠାରେ ଗର୍ଭାବସ୍ଥାର ୬ ମାସ ମଧ୍ୟରେ ଗର୍ଭ ପଞ୍ଜୀକରଣ ।

ଅଙ୍ଗନବାଡି କର୍ମୀ

ମା’ ଓ ଶିଶୁ ସୁରକ୍ଷା କାର୍ଡ ଓ ଯୋଜନା ସମ୍ଵନ୍ଧୀୟ ନଥିପତ୍ର

୨.

ଗର୍ଭବତୀ ମହିଳା ଅତି କମ ରେ ଥରେ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବେ ।

ଏ.ଏନ.ଏମ.

ମା’ ଓ ଶିଶୁ ସୁରକ୍ଷା କାର୍ଡ

୩.

ଆଇରନ  ଫଲିକ ଏସିଡ ବଟିକା ଗ୍ରହଣ କରିଥିବେ ।

ଏ.ଏନ.ଏମ.

ମା’ ଓ ଶିଶୁ ସୁରକ୍ଷା କାର୍ଡ

୪.

ଅତି କମ ରେ ଟିଟନାସ ଟକସାଇଡ (ଟି.ଟି.) ଗୋଟିଏ ମାତ୍ରା ନେଇଥିବେ ।

ଏ.ଏନ.ଏମ.

ମା’ ଓ ଶିଶୁ ସୁରକ୍ଷା କାର୍ଡ

୫.

ଅଙ୍ଗନବାଡି କେନ୍ଦ୍ର / ଗ୍ରାମ୍ୟ ସ୍ୱାସ୍ଥ୍ୟ ଓ ପୁଷ୍ଟି ଦିବସ /ଗୃହ ପରିଦର୍ଶନ ମଧ୍ୟରେ ଅତିକମରେ ଥରେ ପରାମର୍ଶ ବୈଠକରେ ଯୋଗଦାନ କରିଥିବେ ।

ଅଙ୍ଗନବାଡି କର୍ମୀ

ଯୋଜନା ସମ୍ଵନ୍ଧୀୟ ନଥିପତ୍ର

ଦ୍ଵିତୀୟ କିସ୍ତି

୬.

ଶିଶୁର ଜନ୍ମ ପଞ୍ଜୀକରଣ ହୋଇଥିବେ

ଅଙ୍ଗନବାଡି କର୍ମୀ

ମା’ ଓ ଶିଶୁ ସୁରକ୍ଷା କାର୍ଡ

୭.

ଶିଶୁ  ବି.ସି.ଜି. ଟୀକା ପାଇଥିବ ।

ଏ.ଏନ.ଏମ.

ମା’ ଓ ଶିଶୁ ସୁରକ୍ଷା କାର୍ଡ

୮.

ଶିଶୁ ପୋଲିଓ- ୧ମ ମାତ୍ରା ଓ ଡି.ପି.ଟି. ର ପ୍ରଥମ ମାତ୍ରା ପାଇଥିବ ।

ଏ.ଏନ.ଏମ.

ମା’ ଓ ଶିଶୁ ସୁରକ୍ଷା କାର୍ଡ

୯.

ଶିଶୁ ପୋଲିଓର ଦ୍ଵିତୀୟ ମାତ୍ରା ଓ ଡି.ପି.ଟି. ର ୨ୟ ମାତ୍ରା ପାଇଥିବ ।

ଏ.ଏନ.ଏମ.

ମା’ ଓ ଶିଶୁ ସୁରକ୍ଷା କାର୍ଡ

୧୦.

ଶିଶୁ ଜନ୍ମ ପରେ ଦୁଇଥର ଓଜନ ହୋଇଥିବା ଆବଶ୍ୟକ । (ଜନ୍ମ ସମୟରେ ଓଜନ ସହିତ ଅନୁନ୍ୟ ୪ ଥରର ଓଜନ ମଧ୍ୟରୁ )

ଅଙ୍ଗନବାଡି କର୍ମୀ

ମା’ ଓ ଶିଶୁ ସୁରକ୍ଷା କାର୍ଡ

୧୧.

ମା’ ଅଙ୍ଗନବାଡି କେନ୍ଦ୍ରରେ / ଗ୍ରାମ୍ୟ ସ୍ୱାସ୍ଥ୍ୟ ପୁଷ୍ଟି ଦିବସ /ପ୍ରସବ ପରବର୍ତୀ ଗୃହ ପରିଦର୍ଶନ ସମୟରେ ଅତି କମ୍ ରେ ୨ଥର ପରାମର୍ଶ ଗ୍ରହଣ କରିଥିବା ।(ସର୍ବାଧିକ ୩ଥର ମଧ୍ୟରୁ

ଅଙ୍ଗନବାଡି କର୍ମୀ

ଯୋଜନା ରେଜିଷ୍ଟର

 

ତୃତୀୟ କିସ୍ତି

୧୨.

୬ ମାସ ଶିଶୁ ପାଇଁ କେବଳ ମା’ କ୍ଷୀର ଖାଇଥିବ

ଅଙ୍ଗନବାଡି କର୍ମୀ

ମା’ ଓ ଶିଶୁ ସୁରକ୍ଷା କାର୍ଡରେ ନିଜେ ସ୍ଵୀକାରୋକ୍ତି ଦେବେ ।

୧୩.

୬ ମାସ ପୂର୍ଣ ହୋଇଗଲେ ଶିଶୁ ଅନୁପୂରକ ଖାଦ୍ୟ ଆରମ୍ଭ କରିଥିବ ।

ଅଙ୍ଗନବାଡି କର୍ମୀ

ମା’ ଓ ଶିଶୁ ସୁରକ୍ଷା କାର୍ଡରେ ନିଜେ ସ୍ଵୀକାରୋକ୍ତି ଦେବେ ।

୧୪.

ଶିଶୁ ପୋଲିଓ ୩ୟ ମାତ୍ରା ଏବଂ ଡି.ପି.ଟି. ର ୩ ୟ ମାତ୍ରା ନେଇଥିବ ।

ଏ.ଏନ.ଏମ.

ମା’ ଓ ଶିଶୁ ସୁରକ୍ଷା କାର୍ଡ

୧୫.

୩ ରୁ ୬ ମାସ ମଧ୍ୟରେ ଶିଶୁ ଅତି କମ ରେ ଦୁଇଥର ଓଜନ ହୋଇଥିବ ।

ଅଙ୍ଗନବାଡି କର୍ମୀ

ମା’ ଓ ଶିଶୁ ସୁରକ୍ଷା କାର୍ଡ

୧୬.

୩ ରୁ ୬ ମାସ ମଧ୍ୟରେ ପ୍ରସୂତି ମା’ ଅଙ୍ଗନବାଡି କେନ୍ଦ୍ର / ଗ୍ରାମ୍ୟ ସ୍ୱାସ୍ଥ୍ୟ ପୁଷ୍ଟି ଦିବସ /ଗୃହ ପରିଦର୍ଶନ ସମୟରେ ଅତିକମରେ ୨ଟି ଅଧିବେଶନରେ ଯୋଗ ଦେଇଥିବେ ।

ଅଙ୍ଗନବାଡି କର୍ମୀ

ଯୋଜନା ରେଜିଷ୍ଟର

 

ଚତୁର୍ଥ କିସ୍ତି

୧୭.

ନବଜାତ ଶିଶୁମାନଙ୍କ ପାଇଁ ୯-୧୨ ମାସ ମଧ୍ୟରେ ମିଳିମିଳା ଟୀକାକରଣ

ଏ.ଏନ.ଏମ.

ମା’ ଓ ଶିଶୁ ସୁରକ୍ଷା କାର୍ଡ

୧୮.

ମିଳିମିଳା ଟୀକାକରଣ ସମୟରେ ଭିଟାମିନ-‘ଏ’ ର ପ୍ରଥମ ମାତ୍ରା ଦିଆଯାଇଥିବା ।

ଏ.ଏନ.ଏମ.

ମା’ ଓ ଶିଶୁ ସୁରକ୍ଷା କାର୍ଡ

୧୯.

ବୟସ ଅନୁଯାୟୀ ଅନୁପୂରକ ଖାଦ୍ୟ ଆରମ୍ଭ କରାଯାଇଥିବ ।

ଅଙ୍ଗନବାଡି କର୍ମୀ

ମା’ ଓ ଶିଶୁ ସୁରକ୍ଷା କାର୍ଡରେ ନିଜେ ସ୍ଵୀକାରୋକ୍ତି ଦେବେ ।

୨୦.

ଶିଶୁ ୬ ମାସରୁ ୯ ମାସ ମଧ୍ୟରେ ଅତି କମରେ ଦୁଇଥର ଓଜନ ହୋଇଥିବେ ।

ଅଙ୍ଗନବାଡି କର୍ମୀ

ମା’ ଓ ଶିଶୁ ସୁରକ୍ଷା କାର୍ଡ

ମା’ ଓ ଶିଶୁ ସୁରକ୍ଷା କାର୍ଡ

ମା’ ଓ ଶିଶୁ ସୁରକ୍ଷା କାର୍ଡକୁ କିପରି ପୂରଣ କରାଯିବ :-

  1. ଯେହେତୁ ଏହି ଯୋଜନାର ସର୍ତ୍ତ ଗୁଡିକ ପୂରଣ କରିବା ପାଇଁ ମା ଓ ଶିଶୁ ସୁରକ୍ଷା କାର୍ଡ ଏକ ଗୁରୁତ୍ବପୂର୍ଣ ମାଧ୍ୟମ ଅଟେ, ତେଣୁ ମା’ ଓ ଶିଶୁ ସୁରକ୍ଷା କାର୍ଡ କୁ ପୂରଣ କରିବା ସମୟରେ ଯଥେଷ୍ଟ ଧ୍ୟାନ ଦେବାକୁ ହେବ । ମା’ ଓ ଶିଶୁ ସୁରକ୍ଷା କାର୍ଡରେ କିଛି ପୃଷ୍ଠା ରହିଛି ଯାହାକି ଏ.ଏନ.ଏମ.ଙ୍କ ଦ୍ଵାରା ପୂରଣ କରାଯିବ ଓ କିଛି ପୃଷ୍ଠା ଅଙ୍ଗନବାଡି କର୍ମୀଙ୍କ ଦ୍ଵାରା ପୂରଣ କରାଯିବ ।
    • ଏହା ସ୍ପଷ୍ଟଭାବରେ ପ୍ରତ୍ୟେକ ପୃଷ୍ଠାର ଉପରେ ଡାହାଣ ପଟରେ ଉଲ୍ଲେଖ କରାଯାଇଛି ଯେ –କିଏ ଏହି ପୃଷ୍ଠା ପୂରଣ କରିବା ଉଚିତ୍ ।
  2. ବ୍ୟାଙ୍କ  ଜମାର ବିସ୍ତୃତ ବିବରଣୀ ମା’ ଓ ଶିଶୁ ସୁରକ୍ଷା କାର୍ଡର ପ୍ରଥମ ପୃଷ୍ଠାର ପଛ ପଟେ ଅଙ୍ଗନବାଡି କର୍ମୀଙ୍କ ଦ୍ଵାରା ଲେଖା ଯିବ ।
  3. ଯୋଜନାର ବ୍ୟବସ୍ଥା ଅନୁଯାୟୀ ସେହି ଦିନ ମିଳୁଥିବା ସେବାର ବିସ୍ତୃତ ବିବରଣୀ  ଅଙ୍ଗନବାଡି କର୍ମୀ ଓ ଏ.ଏନ.ଏମ.ଙ୍କ ଦ୍ଵାରା ମା’ ଓ ଶିଶୁ ସୁରକ୍ଷା କାର୍ଡରେ ଲିପିବଦ୍ଧ କରାଯିବ । ସେବା ଯୋଗାଇବା ଏବଂ ମା’ ଓ ଶିଶୁ ସୁରକ୍ଷା କାର୍ଡରେ ପୂରଣ କରିବା ମଧ୍ୟରେ କୌଣସି ସମୟ ସୀମା ରହିବା ଉଚିତ୍ ନୁହେଁ । ଅଙ୍ଗନବାଡି କର୍ମୀ ନିଶ୍ଚିତ ହେବ ଉଚିତ୍ ଯେ ତା’ପାଖରେ ରହିଥିବା ମା’ ଓ ଶିଶୁ ସୁରକ୍ଷା କାର୍ଡଟି ସେହି ଦିନ ପର୍ଯ୍ୟନ୍ତ ଠିକ ଭାବରେ ପୂରଣ ହୋଇଛି ଏବଂ ଦୁଇଟି କାର୍ଡ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ ।
  4. ଯେଉଁ ସେବା ଗୁଡିକ ମା’ ଓ ଶିଶୁ ସୁରକ୍ଷା କାର୍ଡରେ ଯୋଗାଇଦିଆଯାଇଥିବା ସେଗୁଡିକ ସେହିଦିନ ଅଙ୍ଗନବାଡି କର୍ମୀ ଓ ଏ.ଏନ.ଏମ. ଉଦ୍ଦିଷ୍ଟ କୋଠରୀରେ ପୂରଣ କରି ଦସ୍ତଖତ କରିବେ । (ଏହା √ ଚିହ୍ନ ହେବ ନାହିଁ)
  5. ଗ୍ରାମ୍ୟ ସ୍ୱାସ୍ଥ୍ୟ ଓ ପୁଷ୍ଟି ଦିବସ ଅଧିବେଶନକୁ ଆସୁଥିବା ପ୍ରତ୍ୟେକ ଗର୍ଭବତୀ ମହିଳା ମା’ ଓ ଶିଶୁ ସୁରକ୍ଷା କାର୍ଡ ନିଜସହିତ ନିଶ୍ଚୟ ଆଣିବେ ।
  6. ଗର୍ଭବତୀ ମହିଳାଙ୍କ ପାଇଁ ଉଦିଷ୍ଟ ଥିବା ମା’ ଓ ଶିଶୁ ସୁରକ୍ଷା କାର୍ଡଟି ଅଙ୍ଗନବାଡି କର୍ମୀ ନିଜ ପାଖରେ ରାଖୀ ପାରିବେ ନାହିଁ । ଯଦି ସମ୍ପୃକ୍ତ ମହିଳା ଜଣକ କାର୍ଡଟି ହଜାଇ ଦିଅନ୍ତି, ସି.ଡି.ପି.ଓ.ଙ୍କ କାର୍ଯ୍ୟ।ଳୟ ରେ ଦରଖାସ୍ତ ଦେଇ ଉକ୍ତ କାର୍ଡର ଏକ ନକଲ ସେ ବାହାର କରି ପାରିବେ । ଯଦି  ସି.ଡି.ପି.ଓ ଏପରି କୌଣସି ନକଲ ମା’ ଓ ଶିଶୁ ସୁରକ୍ଷା କାର୍ଡ ପ୍ରଦାନ କରିବେ ସିଏ ଅଙ୍ଗନବାଡି କର୍ମୀଙ୍କ ପାଖରେ ଥିବା କାର୍ଡଟିକୁ ଦେଖି ସେହି ଅନୁଯାୟୀ ଦେବେ ।

ମମତା ଯୋଜନାର ଟ୍ରାକର ରେଜିଷ୍ଟର

  1. ପ୍ରତ୍ୟେକ ଅଙ୍ଗନବାଡି କର୍ମୀ ମମତା ଟ୍ରାକର ରେଜିଷ୍ଟରଟିକୁ ନିର୍ଦ୍ଧାରିତ ଫର୍ମାଟ ରେ ନିର୍ଭୁଲ ଭାବରେ ପୂରଣ କରିବେ ।
  2. କେବଳ ମା’ କ୍ଷୀର ଦେବା,ଅନୁପୂରକ ଖାଦ୍ୟ ଆରମ୍ଭ କରିବା ଏବଂ ବୟସ ଅନୁଯାୟୀ ଅନୁପୂରକ ଖାଦ୍ୟ ଦେବା ଇତ୍ୟାଦି ହିତାଧିକାରୀ ସ୍ଵୀକାରୋକ୍ତି ଦେବେ ।(ମା’ ଓ ଶିଶୁ ସୁରକ୍ଷା କାର୍ଡରେ ପୃଷ୍ଠା ୪ ଏବଂ ୬ ) ହିତାଧିକାରୀ ନିଜେ ଅଙ୍ଗନବାଡି କର୍ମୀଙ୍କ ସହିତ ମା’ ଓ ଶିଶୁ ସୁରକ୍ଷା କାର୍ଡରେ ଦସ୍ତଖତ କରିବେ ଯେ ସିଏ ଏହି ସର୍ତ୍ତ ଗୁଡିକ ପୂରଣ କରିଛନ୍ତି ।

ଆଇ.ସି.ଡି.ଏସ. ସୁପରଭାଇଜର ଓ ସି.ଡି.ପି.ଓଙ୍କ ଦାୟିତ୍ଵ :-

  1. ସୁପରଭାଇଜର ନିଶ୍ଚିତ ହେବେ ଯେ ପ୍ରତ୍ୟେକ ଅଙ୍ଗନବାଡି କର୍ମୀ ଯୋଜନାର ରିପୋର୍ଟଟି ପ୍ରତ୍ୟେକ ମାସ ନିର୍ଦ୍ଧାରିତ ଫର୍ମରେ ପଠାଇଛନ୍ତି । ଯଦି ସେହି କେନ୍ଦ୍ରରେ  ଅଙ୍ଗନବାଡି କର୍ମୀ ଅନୁପସ୍ଥିତ ଥାନ୍ତି,ତେବେ ଅଙ୍ଗନବାଡି ସହାୟୀକା ଓ ସେହି କେନ୍ଦ୍ର ଦାୟିତ୍ଵରେ ଥିବା ଅଙ୍ଗନବାଡି କର୍ମୀ(ଯାହାକୁ ସୁପରଭାଇଜର ସ୍ଥିର କରିଥିବେ ) ଠିକ ସମୟରେ ମାସର ୩୦ ତାରିଖ ସୁଦ୍ଧା ମାସିକ ରିପୋର୍ଟ ଆଣିଦେବେ ।
  2. ସୁପରଭାଇଜର ଜାଣିବା ଉଚିତ୍ ଯେ ତାଙ୍କ ଅଧୀନରେ ଥିବା ସବୁ ଅଙ୍ଗନବାଡି କେନ୍ଦ୍ରର ରିପୋର୍ଟ ଗୁଡିକ ତାଙ୍କ ଦ୍ଵାରା ସେକ୍ଟର ମିଟିଙ୍ଗରେ ସଂଗ୍ରହ କରିବା ଦାୟିତ୍ଵ ହେଉଛି ସୁପରଭାଇଜରଙ୍କର । ଯଦି କୌଣସି ଅଙ୍ଗନବାଡି କର୍ମୀ ଠିକ ସମୟରେ ନିର୍ଦ୍ଧାରିତ ଫର୍ମାଟରେ ରିପୋର୍ଟ ଦେବା ପାଇଁ ବିଫଳ ହୁଅନ୍ତି ତେବେ ସୁପରଭାଇଜର ସେଥି ପାଇଁ ଦାୟୀ ରହିବେ । ଯଦି ବି ଗୋଟିଏ ମାସ ପାଇଁ ଗୋଟିଏ ଅଙ୍ଗନବାଡି କେନ୍ଦ୍ରରେ କୌଣସି ଯୋଗ୍ୟ ହିତାଧିକାରୀ ନ’ଥାନ୍ତି ସେହି ମାସରେ ଅଙ୍ଗନବାଡି କର୍ମୀ ନିଲ ରିପୋର୍ଟ ଦେବେ ।
  3. ସୁପରଭାଇଜର ନିଜ ଅଧୀନରେ ଥିବା ସମସ୍ତ ଅଙ୍ଗନବାଡି କର୍ମୀଙ୍କ ଠାରୁ ଫର୍ମ ଗୁଡିକ ଆଦାୟକରି ସି.ଡି.ପି.ଓଙ୍କୁ ପରବର୍ତ୍ତୀ ମାସର ଏକ ତାରିଖ (ଉଦାହରଣ ସ୍ୱରୂପ ଏପ୍ରିଲ ମାସର ସେକ୍ଟର ମିଟିଙ୍ଗ ରେ ଆଦାୟ ହୋଇଥିବା ସମସ୍ତ ଫର୍ମ ମଇ ମାସର ୧ ତାରିଖ ରେ  ସି.ଡି.ପି.ଓଙ୍କ ପାଖରେ ପହଞ୍ଚିବ )ସୁଦ୍ଧା ଦାଖଲ କରିବେ । ବିବରଣୀ ମାସଟି ଆଇ.ସି.ଡି.ଏସ. ର ମାସ (୨୬ ରୁ ୨୫ ) ସହିତ ସମାନ ହେବ ।
  4. କ୍ଷେତ୍ର ପରିଦର୍ଶନ ବେଳେ ସୁପରଭାଇଜର ଅତିକମ ରେ ଅଙ୍ଗନବାଡି କର୍ମୀଙ୍କ ଦ୍ଵାରା ଦିଆଯାଇଥିବା ୨୦ଟି ହିତାଧିକାରୀଙ୍କ ତଥ୍ୟ ପ୍ରତି ମାସରେ ଯାଞ୍ଚ କରିବେ  ତାହା ସହିତ ଅନ୍ୟାନ୍ୟ କେନ୍ଦ୍ରଗୁଡ଼ିକର ତଥ୍ୟ ମଧ୍ୟ ଯାଞ୍ଚ କରିବେ । ସେ ଏହି ଯୋଜନାର ରେଜିଷ୍ଟରକୁ ତନଖି କରିବେ ଓ ହିତାଧିକାରୀମାନଙ୍କ ସହିତ ଆଲୋଚନା କରି ଏହାର ସର୍ତ୍ତାବଳୀର ସଠିକତା ସମ୍ପର୍କରେ ନିଶ୍ଚିତ ହେବେ । ଯୋଜନା ରେଜିଷ୍ଟର ସହିତ ମା’ ଓ ଶିଶୁ ସୁରକ୍ଷା କାର୍ଡକୁ ତୁଳନା କରି ଦେଖିବେ ଓ ଏ ବିଷୟରେ ଅଙ୍ଗନବାଡି କେନ୍ଦ୍ର ଓ ମିନି  ଅଙ୍ଗନବାଡି କେନ୍ଦ୍ରରେ କ୍ୟାଲେଣ୍ଡରରେ ପ୍ରଦର୍ଶିତ କରାଇବେ ।
  5. ନିର୍ଦ୍ଦିଷ୍ଟ ଫର୍ମାଟ ରେ ସି.ଡି.ପି.ଓ  ନିଜେ ଦାୟିତ୍ଵ ନେଇ କର୍ମୀଙ୍କ ଠାରୁ ଆଦାୟ ହୋଇଥିବା ତଥ୍ୟ ସବୁକୁ ଅନ୍ତର୍ଭୁକ୍ତ କରିବେ ଯେହେତୁ ଟଙ୍କା ଦେବା ନେବା କମ୍ପୁଟରରେ ହେଉଛି ସି.ଡି.ପି.ଓ  ନିଜେ ବିବରଣୀ ଠିକ ଅଛି କି ନାହିଁ  ଓ ଠିକ ଭାବରେ ପୂରଣ ହୋଇଛି କି ନାହିଁ  ଦେଖିବେ,ଯେପରିକି ତଥ୍ୟ ଦେବା ସମୟରେ କୌଣସି ତ୍ରୁଟି ନ ରହେ ।
  6. ସି.ଡି.ପି.ଓ   କ୍ଷେତ୍ର ପରିଦର୍ଶନ ସମୟରେ ପ୍ରକଳ୍ପ ଅଞ୍ଚଳର ଯେକୌଣସି ୨୦ଟି ହିତାଧିକାରୀଙ୍କ ତଥ୍ୟ ଯାଞ୍ଚ କରିବେ । ସେ ପ୍ରକଳ୍ପ ଅଞ୍ଚଳରେ ମମତା ପରିଯୋଜନାର ସଫଳ ରୂପାୟନ ନିମନ୍ତେ ଦାୟୀ ରହିବେ ।

କାର୍ଯ୍ୟକ୍ରମ ସହାୟକର ଭୂମିକା(ପ୍ରକଳ୍ପ ସ୍ତରରେ) : -

  1. ଅଙ୍ଗନବାଡି କେନ୍ଦ୍ରର ବିବରଣୀ ଯାହା ସୁପରଭାଇଜର ନିର୍ଦିଷ୍ଟ ଫର୍ମାଟରେ ଦାଖଲ କରିଥିବେ, କାର୍ଯ୍ୟକ୍ରମ ସହାୟକ ତାହା ଫର୍ମାଟରେ ପ୍ରେବାସ କରାଇବେ । ତାଙ୍କର ଦାୟିତ୍ଵ ହେଲା ଯେ ଏହି ସବୁ ତଥ୍ୟ / ବିବରଣୀ ପ୍ରତି ମାସର ୧୦ ତାରିଖ ସୁଦ୍ଧା ସଠିକ ଭାବରେ ପୂରଣ କରିବେ ।
  2. ପ୍ରତ୍ୟେକ ନୂତନ ହିତାଧିକାରୀଙ୍କର ସ୍ଵୀକାରୋକ୍ତି ଫର୍ମରେ ଥିବା ସମସ୍ତ ବିବରଣୀ (ନିଜ ଦ୍ଵାରା ଘୋଷିତ)କାର୍ଯ୍ୟକ୍ରମ ସହାୟକ ଫର୍ମାଟରେ ପୂରଣ କରିବେ । ଯେ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ସମସ୍ତ ଦେୟ ହସ୍ତାନ୍ତର ନ ହୋଇଛି ସେ ପର୍ଯ୍ୟନ୍ତ ଏହି ତଥ୍ୟ ଅପରିବର୍ତିତ ରହିବା । ଏହା କେବଳ ଗୋଟିଏ ଥର ପୂରଣ କରାଯିବ ।
  3. ସୁପରଭାଇଜର ସି.ଡି.ପି.ଓ ଙ୍କୁ ପ୍ରଦାନ କରିଥିବା ମାସିକ ବିବରଣୀର ସମସ୍ତ ତଥ୍ୟ କାର୍ଯ୍ୟକ୍ରମ ସହାୟକ କମ୍ପ୍ୟୁଟରରେ ପ୍ରବେଶ କରାଇବେ । ଯେହେତୁ ହିତାଧିକାରୀଙ୍କୁ ସି.ଡି.ପି.ଓ ଙ୍କ ସ୍ତରରୁ ଟଙ୍କା ଅନ୍ଲାଇନରେ ପ୍ରଦାନ କରାଯିବ ତେଣୁ କୌଣସି ଭୁଲ ତଥ୍ୟ ଯେପରି ପୂରଣ ନହୁଏ ତାହା ଦେଖିବାକୁ ହେବ ।
  4. ସି.ଡି.ପି.ଓ ଙ୍କ ଦ୍ଵାରା କୌଣସି ଦେୟ ପ୍ରଦାନ ନିର୍ଦେଶ ଦେବା ପୂର୍ବରୁ କାର୍ଯ୍ୟକ୍ରମ ସହାୟକ ସମସ୍ତ ଅନ୍ତର୍ଭୁକ୍ତ ନାମଟିକୁ ଟିକିନିଖି ପରୀକ୍ଷା କରିବେ । ଯେଉଁ ସବୁ ତଥ୍ୟ ପୂରଣ ହୋଇଛି ସେଥିରେ ଯେପରି କିଛି ଭୁଲ ନ ରହେ ବା ଭୁଲ ତଥ୍ୟ ଦିଆନଯାଏ ସେଥି ପ୍ରତି କାର୍ଯ୍ୟକ୍ରମ ସହାୟକ ସତର୍କ ରହିବେ ।
  5. କାର୍ଯ୍ୟକ୍ରମ ସହାୟକ ଶାଖା ବ୍ୟାଙ୍କ ସହିତ ଯୋଗାଯୋଗ ରକ୍ଷା କରି ଟଙ୍କା ଦେୟର ସମସ୍ତ ନିର୍ଦ୍ଧାରିତ ପ୍ରଣାଳୀ ସମ୍ବନ୍ଧରେ ନିଶ୍ଚିତ ହେବେ ।
  6. ସମସ୍ତ ଅନଲାଇନ ଦେୟ ଯେପରି ସୁରୁଖୁରୁରେ ହୋଇଯିବ ସେ ବିଷୟରେ କାର୍ଯ୍ୟକ୍ରମ ସହାୟକ ନିଜେ ଦାୟିତ୍ଵ ନେଇ ନିଶ୍ଚିତ କରିବେ ।
  7. ହିତାଧିକାରୀଙ୍କୁ ଦିଆଯାଇଥିବା ସମସ୍ତ ଦେୟ ବିଷୟରେ ବ୍ୟାଙ୍କ, ସି.ଡି.ପି.ଓଙ୍କୁ ସମ୍ପୂର୍ଣ ତଥ୍ୟ ଦେବେ । ଯଦି କୌଣସି ଦେୟ ଭୁଲ ବଶତଃ ପ୍ରଦାନ କରାଯାଇନଥାଏ ତାହା ଏହି ତାଲିକାଊ ଜଣା ପଡିବ ।
  8. ବ୍ୟାଙ୍କରେ ଦିଆଯାଇଥିବା ଦେୟର ତାଲିକା ସୁପରଭାଇଜର ଗ୍ରହଣ କରିବେ ଓ ଅଙ୍ଗନବାଡି କର୍ମୀଙ୍କୁ ପ୍ରଦାନ କରିବେ ।
  9. ଯଦି କୌଣସି କାରଣ ବଶତଃ ବ୍ୟାଙ୍କ ପ୍ରାପ୍ୟ ଦେଇ ନପାରେ , ତେବେ ଯେତେ ଶୀଘ୍ର ସମ୍ଭବ, କାର୍ଯ୍ୟକ୍ରମ ସହାୟକ ଉକ୍ତ ତାଲିକାକୁ ତର୍ଜମା କରିବେ ଓ କେଉଁ କାରଣରୁ ଦିଆଯାଇ ନାହିଁ ତାହାର ଏକ ରିପୋର୍ଟ ପ୍ରସ୍ତୁତ କରି ୧୫ ତାରିଖ ସୁଦ୍ଧା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କୁ ପ୍ରେରଣ କରିବେ । ତଦ୍ୱାରା ସି.ଡି.ପି.ଓ ଅବଶ୍ୟକୀୟ ପଦକ୍ଷେପ ନେଇପାରିବ ।
  10. ପ୍ରତି ମାସ ଅଙ୍ଗନବାଡି କର୍ମୀଙ୍କ ଦ୍ଵାରା ଚିହ୍ନଟ କେସ ଗୁଡିକ ମଧ୍ୟରୁ ୩୦ଟି ହିତାଧିକାରୀଙ୍କ ତଥ୍ୟ କାର୍ଯ୍ୟକ୍ରମ ସହାୟକଙ୍କ ଦ୍ଵାରା କ୍ଷେତ୍ର ପରିଦର୍ଶନ ମାଧ୍ୟମରେ ଯାଞ୍ଚ କରାଯିବ । ଏହା ପ୍ରକଳ୍ପର ବିଭିନ୍ନ ସମସ୍ତ ଅଙ୍ଗନବାଡି କେନ୍ଦ୍ର / ମିନି ଅଙ୍ଗନବାଡି କେନ୍ଦ୍ରରେ ଯାଞ୍ଚ ହେବା ଆବଶ୍ୟକ । ସଠିକ ତଥ୍ୟ ପାଇଁ ସେ ଯୋଜନା ସମ୍ବନ୍ଧୀୟ ସମସ୍ତ ନଥିପତ୍ରକୁ ଯାଞ୍ଚ କରିବେ ଓ ହିତାଧିକାରୀମାନଙ୍କ ସହ ଆଲୋଚନା କରି ସର୍ତ୍ତ ଗୁଡିକ ପୂରଣ ହୋଇଛି କି ନାହିଁ ,ତାହା ଦେଖିବେ । ସେ ମଧ୍ୟ ମା’ ଓ ଶିଶୁ ସୁରକ୍ଷା କାର୍ଡକୁ ତର୍ଜମା କରିବେ ଓ ଏହାକୁ ଯୋଜନା ନଥିପତ୍ର ସହ ମିଳାଇ ପ୍ରଦର୍ଶିତ କ୍ୟାଲେଣ୍ଡର ସହ ତାଳମେଳ କରାଇବେ । ସେ ଗସ୍ତ ସମୟରେ ନିରୀକ୍ଷଣ କରିଥିବା ସମସ୍ତ ତଥ୍ୟକୁ ନିୟମିତ ଭାବେ ସି.ଡି.ପି.ଓଙ୍କ ସହ ଆଲୋଚନା କରିବେ ।
  11. କାର୍ଯ୍ୟକ୍ରମ ସହାୟକ ନିଜର, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କର ଓ ସୁପରଭାଇଜର ଙ୍କର କ୍ଷେତ୍ର ପରିଦର୍ଶନର ଗସ୍ତ କାର୍ଯ୍ୟକ୍ରମ ବିବରଣୀକୁ ପ୍ରତିମାସ ୫ ତାରିଖ ସୁଦ୍ଧା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ପାଖକୁ ଇ-ମେଲ ଦ୍ଵାରା ପ୍ରେରଣ କରିବେ ଓ ଏହାର ଏକକିତ ନକଲ ଜିଲ୍ଲା ସ୍ତରରେ କାର୍ଯ୍ୟକ୍ରମ ପରିଚାଳକ (ମମତା) ଙ୍କୁ ପ୍ରଦାନ କରିବେ । ଏହା ପୁନର୍ବାର ଜିଲ୍ଲା ସ୍ତରରେ ସଂଗ୍ରହ କରାଯିବ ଓ ମମତା ଯୋଜନାର ଅନ୍ୟାନ୍ୟ ରିପୋର୍ଟ ସହ ଏହାକୁ ଜିଲ୍ଲାପାଳଙ୍କ ଯାଞ୍ଚ ଏବଂ ଅନୁମୋଦନ ପାଇଁ ଦାଖଲ କରାଯିବ ।

ଜିଲ୍ଲା ସ୍ତରରେ କାର୍ଯ୍ୟକ୍ରମ ସହାୟକଙ୍କ ଭୂମିକା

  1. ପ୍ରକଳ୍ପ ସ୍ତରରୁ ସି.ଡି.ପି.ଓ ଦାଖଲ କରିଥିବା ସମସ୍ତ ତଥ୍ୟକୁ କାର୍ଯ୍ୟକ୍ରମ ସହାୟକ ଜିଲ୍ଲା ସ୍ତରରେ ସଂକଳନ କରିବେ । ତଥ୍ୟ ଗୁଡିକ ସଠିକ ଭାବରେ ଧାର୍ଯ୍ୟ ତାରିଖ, ଅର୍ଥାତ ପ୍ରତ୍ୟେକ ମାସର ୧୨ ତାରିଖ ସୁଦ୍ଧା କମ୍ପ୍ୟୁଟରରେ ପ୍ରବେଶ କରାଇବା କାର୍ଯ୍ୟକ୍ରମ ସହାୟକଙ୍କ ଦାୟିତ୍ଵ ।
  2. ପ୍ରକଳ୍ପ ସ୍ତରରୁ ରିପୋର୍ଟ ଗୁଡିକ ଠିକ ସମୟରେ ଜିଲ୍ଲାରେ ପହଞ୍ଚାଇବାକୁ ନିଶ୍ଚିତ କରିବା ମଧ୍ୟ କାର୍ଯ୍ୟକ୍ରମ ସହାଯକଙ୍କ ଦାୟିତ୍ଵ  ଯଦି କୌଣସି ପ୍ରକଳ୍ପରେ ଏଥିରେ ବିଳମ୍ବ ହୁଏ , ତେବେ ସେ ସମ୍ପୃକ୍ତ ପ୍ରକଳ୍ପରେ ଏ ସମ୍ବନ୍ଧରେ ଅନୁଧ୍ୟାନ କରି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ତଦନୁଯାୟୀ ଜଣାଇବେ ।
  3. କାର୍ଯ୍ୟକ୍ରମ ସହାୟକ ପ୍ରକଳ୍ପ କାର୍ଯ୍ୟ।ଳୟ ଗୁଡିକ କମ୍ପ୍ୟୁଟର ଏବଂ ତାହାର ବିଭିନ୍ନ କାର୍ଯ୍ୟକାରିତା ସମ୍ପର୍କରେ ବୈଷୟିକ ସହାୟତା ଯୋଗାଇବେ ।
  4. କାର୍ଯ୍ୟକ୍ରମ ସହାୟକ ଜିଲ୍ଲା ସ୍ତରରେ ନିର୍ଦେଶାବଳୀ ଅନୁଯାୟୀ ନିର୍ଦ୍ଦିଷ୍ଟ ବ୍ୟବଧାନରେ କାର୍ଯ୍ୟକ୍ରମର ସମୀକ୍ଷା / ତନଖି କରିବେ।
  5. ଜିଲ୍ଲା ସ୍ତରରେ କାର୍ଯ୍ୟକ୍ରମ ସହାୟକ ମମତା କାର୍ଯ୍ୟକ୍ରମର ଅଭିଯୋଗ କାର୍ଯ୍ୟକାରୀ କରିବାର ଦାୟିତ୍ଵ ନେବେ ।

ଜିଲ୍ଲା ସ୍ତରରେ କାର୍ଯ୍ୟକ୍ରମ ପରିଚାଳକଙ୍କ ଦାୟିତ୍ଵ :-

  1. ଜିଲ୍ଲା ସ୍ତରରେ ମମତା ପରିଯୋଜନର କାର୍ଯ୍ୟକାରିତା ପାଇଁ କାର୍ଯ୍ୟକ୍ରମ ପରିଚାଳକ ପ୍ରମୁଖ ବ୍ୟାଙ୍କ ସହ ସମନ୍ଵୟ ରକ୍ଷା କରିବେ ।
  2. କାର୍ଯ୍ୟକ୍ରମ ପରିଚାଳକ ବ୍ୟାଙ୍କ ଗୁଡିକ ସହ ସମନ୍ଵୟ ରକ୍ଷାକାରୀ ପରିଯୋଜନା କାର୍ଯ୍ୟକାରୀ କରିବାରେ ଉପୁଜିଥିବା ସମସ୍ୟା ଗୁଡିକର ସମାଧାନ କରିବେ ।
  3. କାର୍ଯ୍ୟକ୍ରମ ପରିଚାଳକ ପ୍ରତ୍ୟେକ ମାସରେ କ୍ଷେତ୍ର ପରିଦର୍ଶନ କରି ଅଙ୍ଗନବାଡି କର୍ମୀ ପଠାଇଥିବା ହିତାଧିକାରୀଙ୍କ ତଥ୍ୟ ମଧ୍ୟରୁ ୫୦ ଗୋଟି ତଥ୍ୟ ଯାଞ୍ଚ କରିବେ ।
  4. କାର୍ଯ୍ୟକ୍ରମ ପରିଚାଳକ କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ବିଭାଗ ସହ ସମନ୍ଵୟ ରକ୍ଷା କରିବେ।
  5. କାର୍ଯ୍ୟକ୍ରମ ପରିଚାଳକ ମା’ ଓ ଶିଶୁ ସୁରକ୍ଷା ପତ୍ରିକା , ଲୌହ ବଟିକା , ଟୀକା ଇତ୍ୟାଦିର ଯୋଗାଣ ଏବଂ ଆଇ.ସି.ଡି.ଏସ. ଓ ସ୍ୱାସ୍ଥ୍ୟ ସେବା ପ୍ରଦାନ ଇତ୍ୟାଦି ସମ୍ବନ୍ଧରେ ବିବରଣୀ ପ୍ରସ୍ତୁତ କରି ଆନ୍ତଃ ବିଭାଗ ସମନ୍ଵୟ ବୈଠକରେ ଉପସ୍ଥାପନ କରିବେ।
  6. କାର୍ଯ୍ୟକ୍ରମ ପରିଚାଳକ ନିର୍ଦେଶାବଳୀ ଅନୁଯାୟୀ ନିର୍ଦ୍ଦିଷ୍ଟ ବ୍ୟବଧାନ ରେ କାର୍ଯ୍ୟକ୍ରମର ତନଖି କରିବା ଆବଶ୍ୟକ ।
  7. କାର୍ଯ୍ୟକ୍ରମ ପରିଚାଳକ ମମତା ଯୋଜନାର ଅଭିଯୋଗ ର ପରିଚାଳନା କରିବେ । ସେ ଏହାର ଅନୁପାଳନ ପ୍ରସ୍ତୁତ କରିବା ସହିତ ଜିଲ୍ଲାପାଳଙ୍କୁ ନିୟମିତ ଭାବରେ ପ୍ରତ୍ୟେକ ଦିନର ବିବରଣୀ /ତଥ୍ୟ ପ୍ରଦାନ କରିବେ ।
  8. ନିର୍ଦେଶାବଳୀ ଅନୁଯାୟୀ ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକୁ ସେ ନିଶ୍ଚିତ କରିବେ ।

ଯାଞ୍ଚ କମିଟି, ମାତୃ କମିଟି ଓ ପଞ୍ଚାୟତିରାଜ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ଭୂମିକା :-

  1. ଅଙ୍ଗନବାଡି କର୍ମୀ ବ୍ୟାଙ୍କ ତାଲିକାର ଏକ ନକଲ ନିଜ ପାଖରେ ତଦାରଖ ପାଇଁ ରଖିବେ । ନିର୍ଦ୍ଧାରିତ କ୍ୟାଲେଣ୍ଡର ଫର୍ମାଟର ସାରାଂଶକୁ ଅଙ୍ଗନବାଡି କେନ୍ଦ୍ର ବାହାରେ ଟଙ୍ଗାଇବେ । ଯାଞ୍ଚ କମିଟି , ମାତୃ କମିଟି, ପଞ୍ଚାୟତିରାଜ ଅନୁଷ୍ଠାନର କର୍ମକର୍ତ୍ତାମାନେ ଅଙ୍ଗନବାଡି କର୍ମୀ ବ୍ୟାଙ୍କ ତାଲିକା ଓ କଣ୍ଠରେ ପ୍ରଦର୍ଶିତ ହୋଇଥିବା ତାଲିକାକୁ ଯାଞ୍ଚ କରିବେ । ଯଦି ଏଥିରେ କିଛି ଭୁଲ ଚିହ୍ନଟ ହେଲା ତେବେ ଯଥା ଶୀଘ୍ର ଏହାକୁ ସେମାନେ ଜିଲ୍ଲାପାଳଙ୍କ ନଜରକୁ ଆଣିବେ ।

ଜନନୀ ସୁରକ୍ଷା ଯୋଜନା ସହିତ ଏହି ଯୋଜନାର ସମ୍ପର୍କ

କର୍ମୀ ହିତାଧିକାରୀ ମାନଙ୍କୁ ଆନୁଷ୍ଠାନିକ ପ୍ରସାବ ନିମନ୍ତେ ଜନନୀ ସୁରକ୍ଷା ଯୋଜନାର ସୁବିଧା ନେବା ପାଇଁ ଉତ୍ସାହିତ କରିବେ । ଗ୍ରାମ୍ୟ ସ୍ୱାସ୍ଥ୍ୟ ପୁଷ୍ଟି ଦିବସରେ ଏ.ଏନ.ଏମ. ମଧ୍ୟ ଏହାକୁ ଗୁରୁତ୍ଵ ଦେବେ । ସମସ୍ତ ପ୍ରସବ ସହାୟିକା ପ୍ରସବ ସମୟରେ ମା’ଙ୍କ ପାଖରେ ଉପସ୍ଥିତ ରହି ଶିଶୁ ଜନ୍ମର ଏକ ଘଣ୍ଟା ମଧ୍ୟରେ ସ୍ତନ୍ୟପାନ ଆରମ୍ଭ କରାଇବା , କୋଲଷ୍ଟ୍ରମ ବା କକ୍ଷ କ୍ଷୀର ଦେବା ଏବଂ ପ୍ରଥମ ୬ ମାସ ପର୍ଯ୍ୟନ୍ତ କେବଳ ସ୍ତନ୍ୟପାନ କରାଇବା ପାଇଁ ମା’ଙ୍କୁ ପ୍ରବର୍ତ୍ତାଇବା ।

ଟଙ୍କା ପ୍ରଦାନର ପ୍ରଣାଳୀ

ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ :-

ଇ-ଟ୍ରାନ୍ସଫର ମାଧ୍ୟମରେ ହିତାଧିକାରୀଙ୍କ ଦେୟ ରାଶି ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦିଆଯିବ । କୌଣସି ଦେୟ ଟଙ୍କା ବା ଚେକ ଆକାରରେ ଦିଆଯିବ ନାହିଁ । ବ୍ୟାଙ୍କରେ ଜମଖାତା ଖୋଲାଯିବାର ଦାୟିତ୍ଵ ହିତାଧିକାରୀଙ୍କ ଉପରେ ନ୍ୟସ୍ତ ରହିବ ।

ଅଙ୍ଗନବାଡି କର୍ମୀ ଏବଂ ସହାୟିକାଙ୍କ ପାଇଁ ପ୍ରୋସାହନ :-

ପ୍ରତୀଟି ଅଙ୍ଗନବାଡି କର୍ମୀ ଏବଂ ସହାୟିକାଙ୍କ ନାମରେ ଥିବା ବ୍ୟାଙ୍କ ଜମା ଖାତାରେ ତାଙ୍କର ମାନଦେୟ ଜମା ହୋଇ ଆସୁଅଛି । ଅଙ୍ଗନବାଡି କର୍ମୀ ଏବଂ ସହାୟିକାଙ୍କର ଉକ୍ତ ଯୋଜନାର ପ୍ରୋସାହନ ରାଶି ମଧ୍ୟ ପ୍ରତି ମାସର ୧୦ ତାରିଖ ସୁଦ୍ଧା ଏହି ଜମା ଖାତାରେ ଇ-ଟ୍ରାନ୍ସଫର ଯୋଗେ ଉପଲବ୍ଧ ହେବ ।

ଅଙ୍ଗନବାଡି କର୍ମୀଙ୍କ ଭୂମିକା

  1. ଆଶା ଏବଂ ଏ.ଏନ.ଏମ. ଙ୍କ ସହଯୋଗରେ ପ୍ରତି ହିତାଧିକାରୀଙ୍କୁ ଯଥାଶୀଘ୍ର ପଞ୍ଜୀକରଣ କରିବେ ଏବଂ ସର୍ତ୍ତ ଗୁଡିକ ପୂରଣ କରିବା ନିମନ୍ତେ ନିଶ୍ଚିତ କରାଇବେ ।
  2. ହିତାଧିକାରୀମାନଙ୍କୁ ସର୍ତ୍ତାଗୁଡିକ ପୂରଣ କରିବା ନିମନ୍ତେ ଉତ୍ସାହିତ କରିବେ ।
  3. ହିତାଧିକାରୀମାନେ ଯେପରି ନିୟମିତ ଭାବରେ ଗ୍ରାମ୍ୟ ସ୍ୱାସ୍ଥ୍ୟ ପୁଷ୍ଟି ଦିବସ କିମ୍ବା ଗୃହ ପରିଦର୍ଶନ ମାଧ୍ୟମରେ ପରାମର୍ଶ ପାନ୍ତି ତାହା ନିଶ୍ଚିତ କରାଇବେ ।
  4. ସଠିକ ଭାବରେ ସମସ୍ତ ରେକର୍ଡ ପୂରଣ କରିବେ ।
  5. ହିତାଧିକାରୀଙ୍କ ନାମ ଏବଂ ଦେୟ ନିର୍ଦ୍ଧାରିତ ଫର୍ମାଟରେ କେନ୍ଦ୍ର ବାହାରେ ପ୍ରଦର୍ଶନ କରିବେ ।
  6. ଗ୍ରାମ୍ୟ କଲ୍ୟାଣ ସମିତିର ମାସିକ ବୈଠକରେ ହିତାଧିକାରୀ ଏବଂ ସେମାନେ ପାଇଥିବା ଅର୍ଥରାଶି ବିଷୟରେ ଆଲୋଚନା କରିବେ ।
  7. ପ୍ରତି ମାସର ୩୦ ତାରିଖ ପୂର୍ବରୁ ସେକ୍ଟର ମିଟିଂରେ ସୁପରଭାଇଜରଙ୍କୁ ମାସିକ ବିବରଣୀ ପ୍ରଦାନ କରିବେ ।
  8. ଏହି ଯୋଜନାରେ ଅନ୍ତର୍ଭୁକ୍ତ ଭିନ୍ନକ୍ଷମ ଗର୍ଭବତୀ ମହିଳା ଓ ପ୍ରସୂତି ମା’ମାନଙ୍କୁ ଅଙ୍ଗନବାଡି କର୍ମୀ ଗୁରୁତ୍ଵ ଦେବା ଆବଶ୍ୟକ । ଗୃହ ପରିଦର୍ଶନ ମାଧ୍ୟମରେ ସେମାନଙ୍କ ପାଇଁ ଅଙ୍ଗନବାଡି କର୍ମୀ ଆବଶ୍ୟକୀୟ ସେବା ପ୍ରଦାନ କୁ ନିଶ୍ଚିତ କରିବେ ।

ଅଙ୍ଗନୱାଡି ସହାୟିକାଙ୍କର ଦାୟିତ୍ଵ

  1. ସର୍ତ୍ତଗୁଡିକ ପୂରଣ କରିବା ପାଇଁ ହିତାଧିକାରୀମାନଙ୍କୁ ପ୍ରବର୍ତ୍ତାଇବେ ।
  2. ଗୃହ ପରିଦର୍ଶନ ମାଧ୍ୟମରେ ପରାମର୍ଶ ଦେବେ ।
  3. ଗ୍ରାମ୍ୟ ସ୍ୱାସ୍ଥ୍ୟ ଓ ପୁଷ୍ଟି ଦିବସ ଏବଂ ନିର୍ଦ୍ଧାରିତ ପ୍ରତିଷେଧକ ଟୀକାଦାନ ଦିବସ କୁ ଆସିବା ପାଇଁ ହିତାଧିକାରୀ ମାନଙ୍କୁ ପ୍ରବର୍ତ୍ତାଇବେ ।

ଅଙ୍ଗନୱାଡି କର୍ମୀ ଏବଂ ସହାୟିକାଙ୍କ ପାଇଁ ପ୍ରୋତ୍ସାହନ :-

  1. ସମସ୍ତ ପ୍ରାପ୍ୟ ଟଙ୍କା ହିତାଧିକାରୀମାନଙ୍କୁ ପ୍ରଦାନ କରି ସାରିବା ପରେ ପ୍ରତି ହିତାଧିକାରୀ ପିଛା ୨୦୦ ଟଙ୍କା(ଦୁଇ ଶତ ଟଙ୍କା) ପ୍ରୋତ୍ସାହନ ବାବଦରେ ଅଙ୍ଗନୱାଡି କର୍ମୀ / ମିନି ଅଙ୍ଗନୱାଡି କେନ୍ଦ୍ରର କର୍ମୀ ପାଇବା ପାଇଁ ହକଦାର ହେବେ ।
  2. ସମସ୍ତ ପ୍ରାପ୍ୟ ଟଙ୍କା ହିତାଧିକାରୀ ମାନଙ୍କୁ ପ୍ରଦାନ କରିସାରିବା ପରେ ଅଙ୍ଗନୱାଡି ସହାୟିକାମାନେ ୧୦୦ ଟଙ୍କା  ପ୍ରୋତ୍ସାହନ ରାଶି ପାଇବା ପାଇଁ ହକଦାର ହେବେ ।

ପ୍ରାପ୍ୟ ଟଙ୍କା ହସ୍ତାନ୍ତର କ’ଣ ?

ନିମ୍ନଲିଖିତ ସର୍ତ୍ତ ଗୁଡିକ ମଧ୍ୟରୁ ଯେ କୌଣସି ଗୋଟିଏ ସର୍ତ୍ତରେ ଦେୟ ପ୍ରଦାନ ସମ୍ପୂର୍ଣ ହେବ –

  1. ହିତାଧିକାରୀ ସମସ୍ତ ୪ଟି କିସ୍ତି ବାବଦକୁ ଟ.୫୦୦୦/-ପାଇଛନ୍ତି ।
  2. ଗର୍ଭପାତ ହୋଇଥିଲେ ହିତାଧିକାରୀ ପ୍ରଥମ କିସ୍ତି ବାବଦକୁ ୧୫୦୦/- ଟଙ୍କା ପାଇଛନ୍ତି ।
  3. ମୃତ ସନ୍ତାନ ଜନ୍ମ ହେବ ପରେ ହିତାଧିକାରୀ ଦ୍ଵିତୀୟ କିସ୍ତି ଅର୍ଥ ରାଶି ପାଇଛନ୍ତି।
  4. ଜନ୍ମର ୩ ମାସ ମଧ୍ୟରେ ଶିଶୁଟି ମୃତ୍ୟୁ ବରଣ କରିବା ପରେ ହିତାଧିକାରୀ ଦ୍ଵିତୀୟ କିସ୍ତି ଅର୍ଥ ପାଇଛନ୍ତି ।
  5. ଶିଶୁ ଜନ୍ମର ୩ ମାସ ପରେ ମୃତ୍ୟୁ ବରଣ କରିବା ପରେ ହିତାଧିକାରୀଙ୍କୁ ଦ୍ଵିତୀୟ କିସ୍ତି ଅର୍ଥ ଦିଆଯାଇଛି ।

ନଥିପତ୍ର ଓ ବିବରଣୀ

  1. କର୍ମୀଙ୍କ ନିଜ ଅଙ୍ଗନୱାଡି କେନ୍ଦ୍ରରେ ଏକ ‘ମମତା’ ସର୍ଭେ ରେଜିଷ୍ଟର ଖୋଲି ପୂରଣ କରିବେ । ଏହି ରେଜିଷ୍ଟର ଟି ନିର୍ଦ୍ଦିଷ୍ଟ ଅଙ୍ଗନୱାଡି କେନ୍ଦ୍ରର ସମସ୍ତ ଗର୍ଭବତୀ ମହିଳାମାନଙ୍କର ବିବରଣୀ ଲେଖିବା ଏବଂ ତହିଁରୁ ହିତାଧିକାରୀମାନଙ୍କୁ ଚିହ୍ନଟ କରିବା ନିମନ୍ତେ ଉଦ୍ଦିଷ୍ଟ ।
  2. ହିତାଧିକାରୀ ମାନଙ୍କଠାରୁ ସେମାନଙ୍କ ଫଟୋ, ସ୍ଵୀକାରୋକ୍ତି ର ଦୁଇକିତା ନକଲ ଓ ବ୍ୟାଙ୍କ ପାସ ବହିର ନକଲ ସଂଗ୍ରହ କରିବାକୁ ହେବ । ଏହାର ଗୋଟିଏ କପି ଅଙ୍ଗନୱାଡି କର୍ମୀଙ୍କ ପାଖରେ ରହିବ ଏବଂ ଅନ୍ୟ କପିଟି ସୁପରଭାଇଜରଙ୍କ ଜରିଆରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ପାଖକୁ ପଠାଯିବ ।
  3. ଅଙ୍ଗନୱାଡି କେନ୍ଦ୍ର ସ୍ତରରେ ହିତାଧିକାରୀଙ୍କ ନିମନ୍ତେ ଏକ ରେଜିଷ୍ଟର ଖୋଲା ଯିବ । ଏହି  ରେଜିଷ୍ଟରଟି ନିର୍ଦ୍ଦିଷ୍ଟ ଅଙ୍ଗନୱାଡି କେନ୍ଦ୍ର ଅଞ୍ଚଳରେ ଥିବା ସମସ୍ତ ହିତାଧିକାରୀଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କର ବିବରଣୀ ଲିପିବଦ୍ଧ କରିବା ନିମନ୍ତେ ଉଦ୍ଦିଷ୍ଟ ।
  4. ଅଙ୍ଗନୱାଡି କର୍ମୀ ଏବଂ ହିତାଧିକାରୀଙ୍କ ପାଖରେ ଥିବା ମା’ ଓ ଶିଶୁ ସୁରକ୍ଷା କାର୍ଡ ଗୁଡିକୁ ନିୟମିତ ଅଧୁନାତନ କରିବା ।
  5. ଏକ ନିର୍ଦ୍ଧାରିତ ଫର୍ମରେ ଅଙ୍ଗନୱାଡି କର୍ମୀଙ୍କ ଉକ୍ତ ଯୋଜନାରେ ମାସିକ ବିବରଣୀ ସୁପରଭାଇଜରଙ୍କୁ ପ୍ରଦାନ କରିବେ ।
  6. ଫର୍ମରେ ଥିବା ଫର୍ମାଟରେ ନୂଆ ଗର୍ଭବତୀ ମହିଳାମାନଙ୍କ ପଞ୍ଜୀକରଣ ସମ୍ପର୍କରେ “ଆଶା”ଙ୍କ ସହ ଆଲୋଚନା କରିବେ। ଅଙ୍ଗନୱାଡି କର୍ମୀ ଏବଂ ଆଶା ନିଜ ନିଜ ଗର୍ଭବତୀ ବିବରଣୀ ସହ ପ୍ରତ୍ୟେକ ମାସରେ ମେଳ କରିବେ ।
  7. ସି.ଡି.ପି.ଓ ତାଙ୍କ ପାଇଁ ଉଦ୍ଦିଷ୍ଟ ଫର୍ମକୁ ପୂରଣ କରିବେ । ଉକ୍ତ ମାସିକ ପ୍ରଗତି ବିବରଣୀକୁ ସେ ପ୍ରତି ମାସର ୧୦ ତାରିଖ ସୁଦ୍ଧା ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ନିକଟକୁ ପ୍ରେରଣ କରିବେ ।
  8. ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଉକ୍ତ ବିବରଣୀକୁ ପ୍ରତି ମାସର ୧୫ ତାରିଖ ସୁଦ୍ଧା ଜିଲ୍ଲାପାଳଙ୍କ ନିକଟକୁ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗକୁ ପ୍ରେରଣ କରିବେ ।
  9. ମମତା ଯୋଜନାର ଦେୟ କ୍ୟାଲେଣ୍ଡର ରେ ଅଙ୍ଗନୱାଡି କେନ୍ଦ୍ରର ବାହାରେ ପ୍ରଦର୍ଶିତ କରାଯିବ।

ନିରୀକ୍ଷଣ ଏବଂ ପରିଦର୍ଶନ

ଏହି ଯୋଜନା ପାଇଁ ଆଇ.ସି.ଡି.ଏସ. ଅଧୀନରେ ଥିବା ସମସ୍ତ ସ୍ତରରେ ନିରୀକ୍ଷଣ ଏବଂ ପରିଦର୍ଶନ ପ୍ରକ୍ରିୟା ବ୍ୟବସ୍ଥା ଅଛି । ନିମ୍ନ ଟେବୁଲ ରେ ଦର୍ଶଯାଇଥିବା ନିର୍ଦ୍ଧାରିତ ପରିଦର୍ଶନ କାର୍ଯ୍ୟକ୍ରମ ଅଧିକାରୀ/ ଶିଶୁ ବିକାଶ ଯୋଜନା ଅଧିକାରୀ / ସୁପେରଭାଇଜର / କାର୍ଯ୍ୟକ୍ରମ ସହାୟକ / କାର୍ଯ୍ୟକ୍ରମ ପରିଚାଳକମାନେ କ୍ଷେତ୍ର ପରିଦର୍ଶନ କରିବେ ।

କ୍ର.ନଂ

ଅଧିକାରୀଙ୍କ ଶ୍ରେଣୀ ବିଭାଗ

ନିର୍ଘଣ୍ଟ / ପ୍ରସ୍ତାବିତ ଆବଶ୍ୟକତା

ପ୍ରୋଗ୍ରାମ ଆସିଷ୍ଟାଣ୍ଟ

ଅଙ୍ଗନୱାଡି କର୍ମୀ ଦେଇଥିବା ତାଲିକା ମଧ୍ୟରୁ ୩୦ଟି ହିତାଧିକାରୀଙ୍କ ତଥ୍ୟ ଯାଞ୍ଚ

ସୁପରଭାଇଜର

ପ୍ରତି ମାସରେ ଅତି କମରେ ନିଜ ଅଧିନସ୍ଥ ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ ଯେ କୌଣସି ୨୦ଟି ହିତାଧିକାରୀ ତଥ୍ୟ ଯାଞ୍ଚ କରିବେ ।

ସି.ଡି.ପି.ଓ

ପ୍ରତି ମାସରେ ଅତି କମରେ ପ୍ରକଳ୍ପ ଅଞ୍ଚଳରେ ଯେ କୌଣସି ୨୦ଟି ହିତାଧିକାରୀ ତଥ୍ୟ ଯାଞ୍ଚ କରିବେ ।

ପ୍ରୋଗ୍ରାମ ମ୍ୟାନେଜର (ଜିଲ୍ଲା)

ପ୍ରତି ମାସରେ ଜିଲ୍ଲାର ପ୍ରକଳ୍ପ ଅଞ୍ଚଳରେ ଯେ କୌଣସି ୫୦ଟି ହିତାଧିକାରୀ ତଥ୍ୟ ଯାଞ୍ଚ କରିବେ ।

ପ୍ରୋଗ୍ରାମ ଅଫିସର

ପ୍ରତି ମାସରେ ଜିଲ୍ଲାର ପ୍ରକଳ୍ପ ଅଞ୍ଚଳରେ ଯେ କୌଣସି ୨୦ଟି ହିତାଧିକାରୀ ତଥ୍ୟ ଯାଞ୍ଚ କରିବେ ।

ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ

ପ୍ରତି ମାସରେ ଜିଲ୍ଲାର ପ୍ରକଳ୍ପ ଅଞ୍ଚଳରେ ଯେ କୌଣସି ୨୦ଟି ହିତାଧିକାରୀ ତଥ୍ୟ ଯାଞ୍ଚ କରିବେ ।

  • ଅଙ୍ଗନୱାଡି କର୍ମୀ ପ୍ରତି ମାସରେ ଯୋଜନାର ରେଜିଷ୍ଟର ନିୟମିତ ପୂରଣ କରିବେ । କର୍ମୀ ଖାତର ସମ୍ପୂର୍ଣ ବିବରଣୀ ଯାଞ୍ଚ କମିଟି, ଗାଁ କଲ୍ୟାଣ ସମିତି ଓ ମାତୃ କମିଟି ସହ ଆଲୋଚନା କରିବେ ।
  • ଅଙ୍ଗନୱାଡି କେନ୍ଦ୍ରରେ ସେ ହିତାଧିକାରୀଙ୍କ ଫଟୋ ଓ ସ୍ଵୀକାରୋକ୍ତି ଫର୍ମର ଏକ ନକଲ ରଖିବେ ଓ ଅନ୍ୟ ନକଲଟିକୁ ସୁପରଭାଇଜରଙ୍କ ମାଧ୍ୟମରେ  ସି.ଡି.ପି.ଓଙ୍କ ନିକଟକୁ ପଠାଇବେ ।
  • ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟର ଇ-ଟ୍ରାନ୍ସଫର ମାଧ୍ୟମରେ ଦିଆଯାଇଥିବା ଅର୍ଥ ସମ୍ପର୍କରେ ସି.ଡି.ପି.ଓ ସୁପରଭାଇଜରଙ୍କ ଜରିଆ ରେ ଅଙ୍ଗନୱାଡି କେନ୍ଦ୍ରକୁ ଜଣାଇବେ । ଏହି ତାଲିକା ଅଙ୍ଗନୱାଡି କର୍ମୀ ଧାର୍ଯ୍ୟ କରାଯାଇଥିବା କ୍ୟାଲେଣ୍ଡର ଫର୍ମାଟରେ ପୂରଣ କରି ଅଙ୍ଗନୱାଡି କେନ୍ଦ୍ର ବାହାରେ ପ୍ରଦର୍ଶିତ କରେଇବେ ।
  • ଅଙ୍ଗନୱାଡି କେନ୍ଦ୍ରରେ ଯାଞ୍ଚ କମିଟି,ମାତୃ କମିଟି ଓ ପଂଚାୟତ ସଦସ୍ୟମାନେ ଅଙ୍ଗନୱାଡି କେନ୍ଦ୍ରରେ ଯୋଜନ ସମ୍ପର୍କୀୟ ନଥିପତ୍ର ଯାଞ୍ଚ କରିପାରିବେ ।
  • ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମଧ୍ୟ ପ୍ରତିମାସରେ ପ୍ରସ୍ତାବିତ ହିତାଧିକାରୀଙ୍କ ମଧ୍ୟରୁ ବିକ୍ଷିପ୍ତ ଭାବରେ ୨୦ଟି ଯାଞ୍ଚ କରିବେ । ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଓ କାର୍ଯ୍ୟକ୍ରମ ଅଧିକାରୀ ମଧ୍ୟ ପ୍ରତିମାସରେ ହିତାଧିକାରୀଙ୍କ ମଧ୍ୟରୁ ବିକ୍ଷିପ୍ତ ଭାବରେ ୨୦ଟି ଯାଞ୍ଚ କରିବେ ।
  • ଅଙ୍ଗନୱାଡି କର୍ମୀ ରିପୋର୍ଟ କରିଥିବା ହିତାଧିକାରୀଙ୍କ ପାଇଁ ନିଜେ ଦାୟୀ ରହିବେ । ସମସ୍ତ ସର୍ତ୍ତ ପୂରଣ କରୁଥିବା ହିତାଧିକାରୀଙ୍କ ନାମ ପଠାଇବା ତାଙ୍କର ଦାୟିତ୍ଵ । ଯଦି ଅଙ୍ଗନୱାଡି କର୍ମୀ ଜାଣିଶୁଣି ହିତାଧିକାରୀଙ୍କ ସମ୍ପର୍କରେ ଭୁଲ ତଥ୍ୟ ଦେଇ ଯୋଗ୍ୟ ବିବେଚିତ ନ ହେଉଥିବା ମହିଳାଙ୍କୁ ହିତାଧିକାରୀ ଭାବେ ଚୟନ କରିଥାନ୍ତି ତେବେ ତାଙ୍କ ବିରୁଦ୍ଧରେ ଏବଂ ହିତାଧିକାରୀଙ୍କ ବିରୁଦ୍ଧରେ ତୁରନ୍ତ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
  • ଯଦି ଜଣେ ହିତାଧିକାରୀ ଗୋଟେ ଅଙ୍ଗନୱାଡି କେନ୍ଦ୍ରରେ ନାମ ପଞ୍ଜୀକୃତ କରିଛନ୍ତି କିନ୍ତୁ ସେବା ଗୁଡିକ ଅନ୍ୟ ଅଙ୍ଗନୱାଡି କେନ୍ଦ୍ରରେ ଗ୍ରହଣ କରିଛନ୍ତି ତେବେ ଯେଉଁ ଠାରେ ସେ ପ୍ରଥମେ ନାମ ପଞ୍ଜୀକୃତ କରିବେ ତାଙ୍କର ନାମ ସେହି କେନ୍ଦ୍ରରୁ ସି.ଡି.ପି.ଓଙ୍କ ପାଖକୁ ଯିବ । ଏହା ଦ୍ଵାରା ଜଣେ ମହିଳାଙ୍କୁ କେବଳ ଗୋଟିଏ ଅଙ୍ଗନୱାଡି କେନ୍ଦ୍ରରୁ ଏହି ଏହି ଯୋଜନରୁ ଅର୍ଥ ମିଳିବ ନିଶ୍ଚିତ କରି ହେବ ।
  • ଏହି ଯୋଜନାରେ ତିଆରିହୋଇଥିବା ଫର୍ମାଟ ଅଙ୍ଗନୱାଡି କର୍ମୀଙ୍କ ଦ୍ଵାରା ସାବଧାନତାର ସହିତ ପୂରଣ ହେବ। ସି.ଡି.ପି.ଓଙ୍କ ସ୍ତରରେ ମଧ୍ୟ ଡାଟା ଏଣ୍ଟ୍ରି ସମୟରେ ସାବଧାନତାର ସହିତ ତଥ୍ୟଗୁଡିକ ପୂରଣ ହେବା ଦରକାର । ଯେପରି କୌଣସି ତଥ୍ୟ ଭୁଲ ନ ହୁଏ ଏବଂ କୌଣସି ହିତାଧିକାରୀ ତଦ୍ୱାରା ଲାଭ ପାଇବାରୁ ବଞ୍ଚିତ ନ ହୁଅନ୍ତି ସେଥି ପ୍ରତି ଯତ୍ନବାନ ହେବାକୁ ପଡିବ ।
  • ଗ୍ରାମ୍ୟ ସ୍ୱାସ୍ଥ୍ୟ ଓ ପୁଷ୍ଟି ଦିବସ ଓ ସ୍ଥିରୀକୃତ ପ୍ରତିଷେଧକ ଦିବସଗୁଡିକ ବଳିଷ୍ଠ କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ । କାରଣ ଏହି ଯୋଜନାରେ ଥିବା ଅନେକ ସର୍ତ୍ତ ଗ୍ରାମ୍ୟ ସ୍ୱାସ୍ଥ୍ୟ ଓ ପୁଷ୍ଟି ଦିବସରେ ପୂରଣ ହୋଇପାରିବ । ଏ.ଏନ.ଏମ. ନିଶ୍ଚିତ କରିବେ ଯେ ଭାକସିନ ଷ୍ଟକ ଯଥେଷ୍ଟ ଅଛି ଓ ସମସ୍ତ ଗର୍ଭବତୀ ମହିଳା ପ୍ରସବ ପୂର୍ବବର୍ତ୍ତୀ ଯତ୍ନ ଓ ପରାମର୍ଶ ଗ୍ରହଣ କରିଛନ୍ତି । ଗ୍ରାମ୍ୟ ସ୍ୱାସ୍ଥ୍ୟ ଓ ପୁଷ୍ଟି ଦିବସର  ଯଥେଷ୍ଟ ପୂର୍ବରୁ ଏହା ପ୍ରଚାର କରଯାଇଥିବ ଯେପରି ସମସ୍ତ ଗର୍ଭବତୀ ଓ ପ୍ରସୂତି ମହିଳା ଗ୍ରାମ୍ୟ ସ୍ୱାସ୍ଥ୍ୟ ଓ ପୁଷ୍ଟି ଦିବସ ବିଷୟରେ ଯାନୀ ପାରିବେ ।
  • ଏହି ଯୋଜନାରେ ଅନ୍ତର୍ଭୁକ୍ତ ସମସ୍ତ ହିତାଧିକାରୀ ସେମାନଙ୍କର ମା’ ଓ ଶିଶୁ ସୁରକ୍ଷା କାର୍ଡ ସାଙ୍ଗରେ ଧରି ଗ୍ରାମ୍ୟ ସ୍ୱାସ୍ଥ୍ୟ ଓ ପୁଷ୍ଟି ଦିବସକୁ ଆସିବେ ଓ ସେହି ଦିନ ସ୍ୱାସ୍ଥ୍ୟ କର୍ମୀ ଯେଉଁ ସବୁ ସେବା ଯୋଗାଇଦେବେ ସେସବୁ ସ୍ୱାସ୍ଥ୍ୟ କର୍ମୀଙ୍କ ଦ୍ଵାରା ତାଙ୍କ ଦସ୍ତଖତ ଓ ତାରିଖ ସହ ଲିପିବଦ୍ଧ ହେବ । ଗ୍ରାମ୍ୟ ସ୍ୱାସ୍ଥ୍ୟ ଓ ପୁଷ୍ଟି ଦିବସରେ ଅଙ୍ଗନୱାଡି କର୍ମୀ ପାଖରେ ଥିବା ଏହି କାର୍ଡର ନକଲ ମଧ୍ୟ ଅଧୁନାତନ କରିବାକୁହେବ ।
  • ଜିଲ୍ଲାରେ ଥିବା ଡି.ପି.ଏମ.ୟୁ (ମମତା) ଜିଲ୍ଲାପାଳଙ୍କ ସମ୍ପୂର୍ଣ ତଦାରଖରେ ଜିଲ୍ଲାରେ କମ କରିବ । ଯୋଜନାତି ଦିଆଯାଇଥିବା ନିର୍ଦେଶାବଳୀ ଅନୁଯାୟୀ କାର୍ଯ୍ୟକାରୀ ହେଉଛି ତାହା ନିଶ୍ଚିତ କରିବା ଡି.ପି.ଏମ.ୟୁ (ମମତା)ର ଦାୟିତ୍ଵ ।
  • ଅଭିଯୋଗ ଗୁଡିକୁ ପଞ୍ଜୀକୃତ କରିବା ପାଇଁ ପ୍ରତ୍ୟେକ ଜିଲ୍ଲାରେ ଦେୟ ମୁକ୍ତ ନମ୍ୱର ରହିବ । ଏହି ନମ୍ୱର ପ୍ରତ୍ୟେକ ଅଙ୍ଗନୱାଡି କେନ୍ଦ୍ର, ବ୍ଲକ ଓ ଗ୍ରାମପଞ୍ଚାୟତ କାର୍ଯ୍ୟ।ଳୟ ଇତ୍ୟାଦିରେ ବହୁଳ ଭାବରେ ପ୍ରଚାର ହେବ ସହିତ ଅଙ୍ଗନୱାଡି କେନ୍ଦ୍ର ଓ ଗ୍ରାମପଞ୍ଚାୟତ କାର୍ଯ୍ୟ।ଳୟରେ ପ୍ରଦର୍ଶିତ ହେବ ।
  • ଜିଲ୍ଲା ସ୍ତରରେ ଏହି କାର୍ଯ୍ୟକ୍ରମର ସୁପରିଚାଳନା ଜିଲ୍ଲାପାଳଙ୍କ ମୋଟାମୋଟି ଦାୟିତ୍ଵ । ସେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ପୁଙ୍ଖାନୁପୁଖ ଭାବରେ ସମୀକ୍ଷା କରିବେ । ଏହି କାର୍ଯ୍ୟରେ ଜିଲ୍ଲାପାଳଙ୍କୁ ସହାୟତା କରିବା ପାଇଁ ଜିଲ୍ଲା ସ୍ତରରେ ପ୍ରୋଜେକ୍ଟ ମେନଜମେଣ୍ଟ ୟୁନିଟ (ମମତା)ରେ ଜଣେ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ (ମମତା) ଏବଂ ଜଣେ କାର୍ଯ୍ୟକାରୀ ସହାୟକ ରହିବେ ।
  • ସେ ଜିଲ୍ଲାରେ ବ୍ୟାଙ୍କ ଗୁଡିକର ବୈଠକ ଡକାଇ ଏହା ନିଶ୍ଚିତ କରିବେ ଯେ ହିତାଧିକାରୀମାନେ ବ୍ୟାଙ୍କରେ ଶୂନ୍ୟ ଆକାଉଣ୍ଟ ଖୋଲିବେ ଏବଂ ଏହା ସଙ୍ଗେ ସଙ୍ଗେ ତାଙ୍କୁ ବ୍ୟାଙ୍କ ପାସ ବହି ପ୍ରଦାନ କରାଯିବ । ସେ ବିଭାଗ ମଧ୍ୟରେ ସମନ୍ଵୟ ରକ୍ଷା ପାଇଁ ପ୍ରତ୍ୟେକ ମାସରେ ବୈଠକ ଡକାଇ ମା’ ଓ ଶିଶୁ ସୁରକ୍ଷା କାର୍ଡ, ବଟିକା ଏବଂ ସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ଅନ୍ୟାନ୍ୟ ସେବା ପ୍ରଦାନର ତଦାରଖ କରିବେ ।

ଅଭିଯୋଗ ଶୁଣାଣି

  1. ଏହି ଯୋଜନା ସମନ୍ଧୀୟ ଘଟନା ଓ ଅଭିଯୋଗ ଗୁଡିକ ଯାଞ୍ଚ କମିଟି ଵୈଠକରେ ଆଲୋଚନା କରାଯିବ । ଅଙ୍ଗନୱାଡି କେନ୍ଦ୍ରରେ ପ୍ରଦଶନ ହେଉଥିବା କ୍ୟାଲେଣ୍ଡରରେ ଯାଞ୍ଚ କମିଟିର ସଭାପତି/ସଂପାଦକ ପ୍ରତ୍ୟେକ ମାସରେ ନିଶ୍ଚିତ ଭାବରେ ଦସ୍ତଖତ କରିବେ । ଅଙ୍ଗନୱାଡି କର୍ମୀ ହିତାଧିକାରୀମାନଙ୍କର ସମସ୍ତ ତଥ୍ୟ ଯାଞ୍ଚ କମିଟି, ଗ୍ରାମ କଲ୍ୟାଣ ସମିତି ଓ ପଞ୍ଚାୟତରାଜ ଅନୁଷ୍ଟାନର ସଭ୍ୟମାନଙ୍କ ସହିତ ଆଲୋଚନା କରିବେ ।  ଅଙ୍ଗନୱାଡିକର୍ମୀ ଓ ମିନି ଅଙ୍ଗନୱାଡି କେନ୍ଦ୍ରରେ କର୍ମୀଙ୍କ ଦ୍ଵାରା ବଛାଯାଇଥିବା ହିତାଧିକାରୀଙ୍କ ତାଲିକା ମାତୃ କମିଟିକୁ ମଧ୍ୟ ଜଣାଇ ଦିଆଯିବ ।
  2. ଏହି ଯୋଜନା ପାଇଁ ଯୋଗ୍ୟତା ଏବଂ  ହିତାଧିକାରୀମାନଙ୍କର ତାଲିକା ପ୍ରାପ୍ୟ ଅଙ୍ଗନୱାଡି କେନ୍ଦ୍ର / ମିନି ଅଙ୍ଗନୱାଡି କେନ୍ଦ୍ର ସ୍ତରରେ ପ୍ରଦର୍ଶନ କରାଯିବ । ଗ୍ରାମ ସଭା ଓ ପଞ୍ଚାୟତ ସଭାରେ ଏହି ଯୋଜନା ଏକ ବିଷୟ ବସ୍ତୁ ଭାବରେ ସ୍ଥାନ ପାଇବ ।
  3. ବ୍ଲକ ଓ ଗ୍ରାମପଞ୍ଚାୟତ ସ୍ତର ରେ ଥିବା ମହିଳା ସ୍ଵୟଂସହାୟକ ଦଳର ମହାସଂଘ ଗୁଡିକ ଏହି ଯୋଜନା ବିଷୟରେ ବିସ୍ତ୍ରୁତ ଆଲୋଚନା କରିବେ ଏବଂ ଯୋଜନା ସମ୍ବଦ୍ଧରେ ସଚେତନତା ସୃଷ୍ଟି କରିବେ।

ଆଧାର - ଓଡିଶା ସରକାର

Last Modified : 3/2/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate