অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ପୃଷ୍ଟି ଦିବସ

ମିଳୁଥିବା ସେବା

  • ଗର୍ଭ ପଞ୍ଜିକରଣ
  • ପ୍ରସବ ପୂର୍ବରୁ  ଗର୍ଭବତୀ ମା’ମାନଙ୍କର ସମ୍ପୁର୍ଣ୍ଣ ସ୍ୱାସ୍ଥ୍ୟ ପରୀକ୍ଷା (ଏଏନସି)
  • ପ୍ରସୂତି ମା’ ଓ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷାମମତା ଦିବସ
  • ୧ମାସରୁ ୫ବର୍ଷ ଶିଶୁମାନଙ୍କର ସ୍ୱାସ୍ଥ୍ୟ ଓ ଶାରୀରିକ ବୃଦ୍ଧି ପରୀକ୍ଷା
  • ଅପପୃଷ୍ଟିର ଶିକାର ହୋଇଥିବା ଶିଶୁଙ୍କୁ ଚିହ୍ନଟ ଓ ପୃଷ୍ଟିସାଧନ କେନ୍ଦ୍ରକୁ ପ୍ରେରଣ
  • ସମସ୍ତ ଗର୍ଭବତୀ ମହିଳା, ପ୍ରସୂତି ମା ଓ କିଶୋରୀମାନଙ୍କୁ ଆଇ.ଏଫ.ଏ ବଟିକା ପ୍ରଦାନ

ପରାମର୍ଶ ସେବା

  • ଶିଶୁକୁ ୬ମାସ ଯାଏ କେବଳ ମା’କ୍ଷୀର ଖୁଆଇବା
  • ୬ମାସ ପରେ ଶିଶୁକୁ ମା’କ୍ଷୀର ସହିତ ପରିପୂରକ ଖାଦ୍ୟ ପ୍ରଦାନ କରିବା
  • ହାତଧୁଆ ଓ ପରିଷ୍କାର ପରିଚ୍ଛନ୍ନତା ଅଭ୍ୟାସ କରାଇବା
  • ସ୍ଥାୟୀ/ଅସ୍ଥାୟୀ ପରିବାର ନିୟୋଜନ ସମ୍ବନ୍ଧରେ ସୂଚନା ଦେବା
  • କିଶୋରୀମାନଙ୍କ ସ୍ୱାସ୍ଥ୍ୟ ପାଇଁ ପରାମର୍ଶ ପ୍ରଦାନ କରିବା

ସୁବିଧା ଉପଲବ୍ଧ

ଏହି ସୁବିଧା ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ଅଧିନସ୍ଥ ସହର ଯଥା : ଅନୁଗୁଳ, ବଲାଙ୍ଗୀର, ବାଲେଶ୍ଵର, ବରଗଡ, ଭଦ୍ରକ, ଚୌଦ୍ଵାର, କଟକ, ଢେଙ୍କାନାଳ, ପାରଳାଖେମୁଣ୍ଡି, ବ୍ରହ୍ମପୁର, ଜଗତସିଂହପୁର, ପାରାଦ୍ଵୀପ, ବ୍ୟାସନଗର, ଯାଜପୁର, ବ୍ରଜରାଜପୁର, ଝାରସୁଗୁଡା, ଭବାନୀପାଟଣା, କେନ୍ଦ୍ରାପଡା, କେନ୍ଦୁଝର, ବଡ଼ବିଲ, ଜଟଣୀ, ଖୋର୍ଦ୍ଧା, ଭୁବନେଶ୍ଵର, ଜୟପୁର, କୋରାପୁଟ, ସୁନାବେଡା, ମାଲକାନଗିରି, ବାରିପଦା, ନବରଙ୍ଗପୁର, ଫୁଲବାଣୀ, ପୁରୀ, ରାୟଗଡା, ସମ୍ବଲପୁର, ରାଜଗାଙ୍ଗପୁର, ସୁନ୍ଦରଗଡ ଓ ରାଉରକେଲାରେ ଉପଲବ୍ଧ ।

ମମତା ଦିବସ ପାଳନ

ପ୍ରତ୍ୟେକ ମାସର ୧ମ/୨ୟ/୩ୟ/୪ର୍ଥ ସପ୍ତାହର ମଙ୍ଗଳବାର/ଶୁକ୍ରବାର ଦିନ ସଂପୃକ୍ତ ଅଙ୍ଗନୱାଡି କେନ୍ଦ୍ର କିମ୍ବା ଏହାର ନିକଟସ୍ଥ ସ୍ଥାନରେ ମମତା ଦିବସ ପାଳନ କରାଯାଉଛି ।

ଯୋଗାଯୋଗ

ଅଧିକ ଜାଣିବା ପାଇଁ ନିକଟସ୍ଥ ଏ.ଏନ.ଏମ କିମ୍ବା ଆଶା ସହିତ ଯୋଗାଯୋଗ କରନ୍ତୁ ।

ଆଧାର:  ଜାତୀୟ ସ୍ୱାସ୍ଥ୍ୟ ମିଶନ,ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡିଶା ସରକାର

Last Modified : 6/25/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate