ମିଳୁଥିବା ସେବା ଗର୍ଭ ପଞ୍ଜିକରଣ ପ୍ରସବ ପୂର୍ବରୁ ଗର୍ଭବତୀ ମା’ମାନଙ୍କର ସମ୍ପୁର୍ଣ୍ଣ ସ୍ୱାସ୍ଥ୍ୟ ପରୀକ୍ଷା (ଏଏନସି) ପ୍ରସୂତି ମା’ ଓ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ୧ମାସରୁ ୫ବର୍ଷ ଶିଶୁମାନଙ୍କର ସ୍ୱାସ୍ଥ୍ୟ ଓ ଶାରୀରିକ ବୃଦ୍ଧି ପରୀକ୍ଷା ଅପପୃଷ୍ଟିର ଶିକାର ହୋଇଥିବା ଶିଶୁଙ୍କୁ ଚିହ୍ନଟ ଓ ପୃଷ୍ଟିସାଧନ କେନ୍ଦ୍ରକୁ ପ୍ରେରଣ ସମସ୍ତ ଗର୍ଭବତୀ ମହିଳା, ପ୍ରସୂତି ମା ଓ କିଶୋରୀମାନଙ୍କୁ ଆଇ.ଏଫ.ଏ ବଟିକା ପ୍ରଦାନ ପରାମର୍ଶ ସେବା ଶିଶୁକୁ ୬ମାସ ଯାଏ କେବଳ ମା’କ୍ଷୀର ଖୁଆଇବା ୬ମାସ ପରେ ଶିଶୁକୁ ମା’କ୍ଷୀର ସହିତ ପରିପୂରକ ଖାଦ୍ୟ ପ୍ରଦାନ କରିବା ହାତଧୁଆ ଓ ପରିଷ୍କାର ପରିଚ୍ଛନ୍ନତା ଅଭ୍ୟାସ କରାଇବା ସ୍ଥାୟୀ/ଅସ୍ଥାୟୀ ପରିବାର ନିୟୋଜନ ସମ୍ବନ୍ଧରେ ସୂଚନା ଦେବା କିଶୋରୀମାନଙ୍କ ସ୍ୱାସ୍ଥ୍ୟ ପାଇଁ ପରାମର୍ଶ ପ୍ରଦାନ କରିବା ସୁବିଧା ଉପଲବ୍ଧ ଏହି ସୁବିଧା ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ଅଧିନସ୍ଥ ସହର ଯଥା : ଅନୁଗୁଳ, ବଲାଙ୍ଗୀର, ବାଲେଶ୍ଵର, ବରଗଡ, ଭଦ୍ରକ, ଚୌଦ୍ଵାର, କଟକ, ଢେଙ୍କାନାଳ, ପାରଳାଖେମୁଣ୍ଡି, ବ୍ରହ୍ମପୁର, ଜଗତସିଂହପୁର, ପାରାଦ୍ଵୀପ, ବ୍ୟାସନଗର, ଯାଜପୁର, ବ୍ରଜରାଜପୁର, ଝାରସୁଗୁଡା, ଭବାନୀପାଟଣା, କେନ୍ଦ୍ରାପଡା, କେନ୍ଦୁଝର, ବଡ଼ବିଲ, ଜଟଣୀ, ଖୋର୍ଦ୍ଧା, ଭୁବନେଶ୍ଵର, ଜୟପୁର, କୋରାପୁଟ, ସୁନାବେଡା, ମାଲକାନଗିରି, ବାରିପଦା, ନବରଙ୍ଗପୁର, ଫୁଲବାଣୀ, ପୁରୀ, ରାୟଗଡା, ସମ୍ବଲପୁର, ରାଜଗାଙ୍ଗପୁର, ସୁନ୍ଦରଗଡ ଓ ରାଉରକେଲାରେ ଉପଲବ୍ଧ । ମମତା ଦିବସ ପାଳନ ପ୍ରତ୍ୟେକ ମାସର ୧ମ/୨ୟ/୩ୟ/୪ର୍ଥ ସପ୍ତାହର ମଙ୍ଗଳବାର/ଶୁକ୍ରବାର ଦିନ ସଂପୃକ୍ତ ଅଙ୍ଗନୱାଡି କେନ୍ଦ୍ର କିମ୍ବା ଏହାର ନିକଟସ୍ଥ ସ୍ଥାନରେ ମମତା ଦିବସ ପାଳନ କରାଯାଉଛି । ଯୋଗାଯୋଗ ଅଧିକ ଜାଣିବା ପାଇଁ ନିକଟସ୍ଥ ଏ.ଏନ.ଏମ କିମ୍ବା ଆଶା ସହିତ ଯୋଗାଯୋଗ କରନ୍ତୁ । ଆଧାର: ଜାତୀୟ ସ୍ୱାସ୍ଥ୍ୟ ମିଶନ,ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡିଶା ସରକାର