অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବ୍ୟକ୍ତିଗତ ସ୍ଵଚ୍ଛତା

ସ୍ଵାସ୍ଥ୍ୟକୁ ରକ୍ଷା କରି ଜୀବନକୁ ସ୍ଵଚ୍ଛ ରଖିବା ପାଇଁ ଅମେ ମାନେ ଯ଼ାହା କରନ୍ତି ତାହାକୁ ବ୍ୟକ୍ତିଗତ ସ୍ଵଚ୍ଛତା କୁହାଯ଼ାଏ. ଦୈନନ୍ଦିନ ଜୀବନରେ ବ୍ୟକ୍ତିଗତ ସ୍ଵଚ୍ଛତା ସକାଳୁ ଉଠିବା ଠାରୁ ଆରମ୍ଭ କରି ରାତିରେ ସୋଇବା ପର୍ଯ୍ୟନ୍ତ ଅବଲମ୍ବନ କରିବା ଜରୁରୀ । ସ୍ଵାସ୍ଥ୍ୟ,ଶରୀର, ମୁହଁ, କେଶ, ଦାନ୍ତ ନିଯମିତ ଭାବେ ସଫା ହେବା ଆବଶ୍ୟକ ଓ ଲୁଗା ସବୁବେଳେ ଧୁଆ ହେବା ଆବଶ୍ୟକବ୍ୟକ୍ତିଗତ ସ୍ଵଚ୍ଛତା ଜୀବନ ସହିତ ଅନ୍ତରଙ୍ଗ ଭାବେ ଜଡିତ. ସଫା ହୋଇ ନଥିବା ଶରୀରରେ ଜୀବାଣୁ ମାନେ ସହଜରେ ବଢି ପାରନ୍ତି ଯ଼ାହା ଫଳରେ ରୋଗ ବଢିପାରେ. 8 ଘଣ୍ଟାରେ ଜୀବାଣୁ ମାନଙ୍କ ସଂଖ୍ୟl 17 ମିଲିଯନ ପର୍ଯ୍ୟନ୍ତ ହୋଇଯ଼ାଇପାରେ .

ଆମେ ଯ଼େଉଁ ଖାଦ୍ୟ ଖାଉ, ଯ଼େପରି ଭାବେ ଶରୀରକୁ ସଫା ରଖୁ, ଶାରୀରିକ ପରିଶ୍ରମ କରୁ ଏବଂ ସୁରକ୍ଷିତ ଯ଼ୌନ ସମ୍ପର୍କ ସ୍ଥାପିତ କରୁ, ତାହା ଆମ ଶରୀରର ଭଲ ସ୍ବାସ୍ଥ୍ଯ ରଖିବା ପାଇଁ ଗୁରୁତ୍ବପୂର୍ଣ ଭୂମିକା ନିର୍ବାହ କରେ. ସଫା ନ ଥିବା କାରଣରୁ ଅନେକ ରୋଗ ହୁଏ. ପାରାସାଇଟ, ବର୍ମ, ସ୍କେବି, ସ୍କୋର, ଦାନ୍ତ କ୍ଷଯ, ଡାଇରିଆ, ଡିସେଣ୍ଚ୍ରି ଆଦି ବ୍ୟକ୍ତିଗତ ସ୍ଵଚ୍ଛତା ନ ଥିବା କାରଣରୁ ହୁଏ . ସ୍ଵଚ୍ଛତା ରକ୍ଷା କରି ଏହି ରୋଗଗୁଡିକ ଠାରୁ ନିଜକୁ ଦୂର ରଖାଯ଼ାଇ ପାରିବ.

ଲାଭ

  • ଜୀବାଣୁ ଶରୀରରୁ ବାହାରି ଯ଼ାଇଥାଏ
  • ଶରୀରର ଦୁର୍ଗନ୍ଧ ଦୂର ହୁଏ
  • ବ୍ୟକ୍ତିଗତ ରିଲାକ୍ସେସନ, ମସ୍କୁଲାର ଟେନସନରେ ହ୍ରାସ
  • ଚର୍ମ ସ୍ବାସ୍ଥ୍ଯ ଭଲ ହେବା
  • ଭଲ ଦେଖାଯ଼ିବା
  • ଅଧିକ ଆତ୍ମ ବିଶ୍ବାସ

ବ୍ୟକ୍ତିଗତ ସ୍ଵଚ୍ଛତା ସମ୍ପର୍କିତ ପ୍ରସଙ୍କ

ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ ଅନୁସାରେ ବିଶ୍ବର 1.1 ବିଲିୟନ ଲୋକଙ୍କ ନିକଟରେ ସୁଧାର ହୋଇଥିବା ଜଳ ସ୍ରୋତ ଯ଼ୋଗାଣ ପହଂଚି ନାହିଁ, ସେହିପରି 2.4 ବିଲିୟନ ଲୋକଙ୍କ ନିକଟରେ କୌଣସି ପ୍ରକାର ସୁଧାର ହୋଇଥିବା ପରିମଳ ବ୍ୟବସ୍ଥା ନାହିଁ . ପ୍ରତିବର୍ଷ ଡାଇରିଆ ଜନିତ କାରଣରୁ ବିଶ୍ବର 2 ମିଲିୟନ ଲୋକ ପ୍ରାଣ ହରାଇଥାନ୍ତି. ଏମାନଙ୍କ ମଧ୍ଯରୁ ଅଧିକାଂଶ ପାଂଚ ବର୍ଷ ବୟସରୁ କମ . ଜନସଂଖ୍ୟlର ସବୁଠାରୁ ଅଧିକ ପ୍ରଭାବିତ ଲୋକ ମାନେ ବିକାଶଶୀଳ ଦେଶର ଓ ସେମାନେ ଦାରିଦ୍ର,ସହର ପାଖର ଓ ଗ୍ରାମୀଣ ଅଂଚଳର କଠିନ ପରିସ୍ଥିତିରେ ରହିଥାନ୍ତି.

ଏଭଳି ସ୍ଥିତି ପାଇଁ ଯ଼େଉଁ ମୁଖ୍ୟ ସମସ୍ୟl ଗୁଡିକ ଦାଯୀ ସେଗୁଡିକ ମଧ୍ୟରେ ଏହି କ୍ଷେତ୍ରକୁ ଅଗ୍ରାଧିକାର ଦିଆ ନ ଯ଼ିବା, ଆର୍ଥିକ ସମ୍ବଳର ଅଭାବ, ଜଳ ଯ଼ୋଗାଣ ପରିମଳ ସେବାର ଚିରସ୍ଥାଯୀତାର ଅଭାବ, ଖରାପ ସ୍ଚଚ୍ଛତା ବ୍ୟବହାର,ସାର୍ବଜନୀନ କ୍ଷେତ୍ର ଯ଼େପରି ଡାକ୍ତରଖାନା, ସ୍ବାସ୍ଥ୍ଯ କେନ୍ଦ୍ର ବିଦ୍ୟlଳୟ ଆଦିରେ ଅପର୍ଯ୍ୟlପ୍ତ ପରିମଳ ବ୍ୟବସ୍ଥା ଆଦି ସାମିଲ ରହିଛି. ଏହି ବିପଦ କାରକ ଗୁଡିକ କାରଣରୁ ହେଉଥିବା ରୋଗର ଭାରକୁ କମ କରିବା ପାଇଁ ପର୍ଯ୍ୟlପ୍ତ ପରିମାଣର ସୁରକ୍ଷିତ ଜଳ ଉପଲବ୍ଧ କରିବା, ପରିମଳ ବ୍ୟବସ୍ଥାବ୍ୟବସ୍ଥା କରିବା ଏବଂ ସଠିକ ସ୍ବଚ୍ଛତା ବ୍ୟବହାରକୁ ଆପଣାଇବା ଆବଶ୍ୟକ.

ମୁଣ୍ଡ ସଫା କରିବା

ସପ୍ତାହକୁ ଥରେ କିମ୍ବା ଦୁଇଥର ଶାମ୍ପୁ କିମ୍ବା ଅନ୍ୟ କୌଣସି ଧୋଇବା ଏଜେଣ୍ଟ (ଯ଼େପରି ଶିକାକାଇ)ର ବ୍ୟବହାର କରିବା.

ଆଖି, କାନ ଓ ନାକ ସଫା କରିବା

  1. ପ୍ରତ୍ୟେକ ଦିନ ସଫା ଜଳରେ ନିଜର ଆଖିକୁ ଧୁଅନ୍ତୁ..
  2. କାନରେ ମହମ ପ୍ରସ୍ତୁତ ହୁଏ ଓ ପବନ ଯ଼ାଉଥିବା ରାସ୍ତାକୁ ଅବରୋଧ କରେ. ଏହା ଫଳରେ କଷ୍ଟ ହୁଏ ତେଣୁ ସପ୍ତାହରେ ଥରେ ତୁଳା ଦ୍ବାରା କାନକୁ ସଫା କରନ୍ତୁ .
  3. ନାକ ସିକ୍ରେସନ ଶୁଖି ଯ଼ାଇ କ୍ରେଷ୍ଟ ତିଆରି ହୋଇଯ଼ାଏ ଯ଼ାହା ନାକକୁ ଅବରୋଧ କରେ. ତେଣୁ ଯ଼େତେବେଳେ ଆବଶ୍ୟକ. ସେତେବେଳେ ନାକକୁ ସଫା କରନ୍ତୁ. ଯ଼େତେବେଳେ ପିଲା ମାନଙ୍କୁ ଥଣ୍ଡା ହୋଇଥିବ ସେତେବେଳେ ମୃଦୁ କପଡାରେ ତାଙ୍କର ନାକ ପୋଛନ୍ତୁ

ମୁହଁ ଧୋଇବା

  • ଦିନକୁ ଦୁଇଥର ବ୍ରଶ କରନ୍ତୁ, ପ୍ରଥମେ ସକାଳୁ ଉଠିବା ଓ ରାତିରେ ଶୋଇବା ପୂର୍ବରୁ . କୋଇଲା ଗୁଣ୍ଡ, ଲୁଣ, ଖଦଡ ଟୁଥ ପାଉଡରର ବ୍ୟବହାର କରିବା ଫଳରେ ଦାନ୍ତର ବାହ୍ୟ ଅଂଚଳରେ ସ୍କ୍ରାଚ ହୋଇଯ଼ାଇଥାଏ.
  • ଖାଦ୍ୟ ଗ୍ରହଣ କରିବା ପରେ ମୁହଁକୁ ଧୁଅନ୍ତୁ. ଏହା ଦ ଖାଦ୍ୟ ଜିନିଷ ଆପଣଙ୍କ ମୁହଁରେ ଅଟକି ଯ଼ିବାରୁ ରକ୍ଷା କରିଥାଏ ଓ ଏହା ଦ୍ବାରା ପାଟିର ଦୁର୍ଗନ୍ଧ ଓ ଦାନ୍ତର କ୍ଷୟ ହେବାରୁ ରକ୍ଷା କରାଯ଼ାଇ ପାରେ.
  • ପୋଷଣଯୁକ୍ତ ଖାଦ୍ୟ ଖାଆନ୍ତୁ. ମିଷ୍ଟାନ୍ନ, ଚକୋଲେଟ, ଆଇସକ୍ରିମ ଓ କେକ ଆଦି କମ ପରିମାଣରେ ଖାଆନ୍ତୁ.
  • ଦାନ୍ତ କ୍ଷଯ ହେବାର ଦେଖିଲେ ଦନ୍ତ ଚିକିତ୍ସକଙ୍କ ସହ ଯ଼ୋଗାଯ଼ୋଗ କରନ୍ତୁ.
  • ନିୟମିତ ଓ ସଠିକ ପଦ୍ଧତିରେ ବ୍ରଶ କରିବା ଦ୍ବାରା ଦାନ୍ତରେ ଟାର୍ଟାର ସେଟଲିଂରୁ ରକ୍ଷା କରାଯ଼ାଇପାରେ . ଦାନ୍ତ ନିୟମିତ ସଫା କରିବାକୁ ଦନ୍ତ ଚିକିତ୍ସକଙ୍କ ସହ ଯ଼ୋଗାଯ଼ୋଗ କରନ୍ତୁ.

ଚର୍ମର ଦେଖାଶୁଣା କରିବା

ଚର୍ମ ଶରୀରର ସମସ୍ତ ଭାଗକୁ ଢାଙ୍କି ରଖିଥାଏ, ବିଭିନ୍ନ ଅଂଶ ଗୁଡିକୁ ରକ୍ଷା କରିଥାଏ ଓ ଶରୀରର ତାମମାତ୍ରକୁ ନିୟନ୍ତ୍ରିତ କରିଥାଏ. ଶରୀରର ମଇଳା ଅଂଶକୁ ଚର୍ମ ସ୍ବେଦ ଆକାରରେ ବାହାରକୁ ଆଣିଥାଏ. ଖରାପ ଚର୍ମ ହେଲେ ସ୍ବେଦ ଗ୍ଲାଣ୍ଡ ବ୍ଲକ ହୋଇଯ଼ାଏ ଓ ଏହା ଫଳରେ ଅନେକ କିଛି ବିକଶିତ ହୁଏ . ଗାଧୋଇବା ସମୟରେ ସାବୁନ ଲଗାଇ ସବୁଦିନ ସ୍ନାନ କରନ୍ତୁ ଏବଂ ନିଜ ଚର୍ମକୁ ସଫା ରଖନ୍ତୁ.

ଚର୍ମର ସ୍ବଚ୍ଛତା ପାଇଁ ନୀମ୍ବକୁ ପ୍ରାକୃତିକ ବିକଳ୍ପ ଭାବେ ବ୍ୟବହାର କରାଯ଼ାଇପାରେ. ନିମ୍ବ ପେଷ୍ଟକୁ ଶରୀରରୁ ରଗଡିବା, ଏହାକୁ ଶୁଖିଲା ହେବାକୁ ଦେବା ଓ ଏହା ପରେ ସ୍ନାନ କରିବା ହେଉଛି ଏକ ପଦ୍ଧତି. ଆଉ ଗୋଟିଏ ପଦ୍ଧତି ହେଲା ଯ଼େ ନିମ୍ବକୁ ରାତି ସାରା ପାଣିରେ ବୁଡାଇ ରଖନ୍ତୁ ଏବଂ ସକାଳେ ଉକ୍ତ ପାଣିରେ ସ୍ନାନ କରନ୍ତୁ. ଏହା ଦ୍ବାରା ଚର୍ମ ପାଇଁ ସବୁଠାରୁ କ୍ଷତିକାରକ ଜୀବାଣୁରୁ ଚର୍ମକୁ ରକ୍ଷା କରାଯ଼ାଇପାରେ. ସ୍ନାନ କରିବା ସମୟରେ ସାମାନ୍ୟ ହଳଦୀ ମଧ୍ୟ ବ୍ୟବହାର କରାଯ଼ାଇପାରେ.

ହାତ ଧୋଇବା

  • ଆମେ ଖାଇବା, ଶୌଚ ଯ଼ିବା, ନାକ ସଫା କରିବା, ଗୋବର ହଟାଇବା ଆଦି ସମସ୍ତ କାମରେ ହାତର ବ୍ୟବହାର କରିଥାନ୍ତି. ଏହି ଗତିବିଧି ସମ.ରେ ନାଖ ତଳେ କିମ୍ବା ଚର୍ମରେ ରୋଗ ସୃଷ୍ଟି କରୁଥିବା ଅନେକ ଜୀବାଣୁ ରହିଯ଼ାଆନ୍ତି. ତେଣୁ କାମ ସାରିବା ପରେ ବିଶେଷ ଭାବେ ରନ୍ଧନ କରିବା ଏବଂ ଖାଇବା ଆଗରୁ ହାତ ଆରମ୍ଭ କରି ଆଙ୍ଗୁଳି ପର୍ଯ଼ନ୍ତ ସାବୁନ ଦ୍ବାରା ଧୋଇବା ଦ୍ବାରା ଅନେକ ରୋଗ ନ ହେବାକୁ ରୋକା ଯ଼ାଇ ପାରିବ.
  • ନଖକୁ ନିୟମିତ ଭାବେ କାଟନ୍ତୁ. ନଖରେ ରାମ୍ପୁଡନ୍ତୁ ନାହିଁ .
  • ପିଲା ମାନେ କାଦୁଅରେ ଖେଳନ୍ତି. ଖାଇବା ପୂର୍ବକୁ ସେମାନଙ୍କୁ ହାତ ଧୋଇବାର ଅଭ୍ୟାସ କରିବାକୁ ଶିଖାନ୍ତୁ.
  • ରକ୍ତ, ମୁତ୍ର, ବାନ୍ତି ବା ଶରୀରର ଅନ୍ୟ କୌଣସି ସଲ୍ଯୁସନକୁ ଛୁଅନ୍ତୁ ନହିଁ .
  • ଝାଡା ଯ଼ିବା ପରେ ଓ ପରିସ୍ରା କଲା ପରେ ସଫା ଜଳରେ ଆଗ ପଛକୁ ଧୁଅନ୍ତୁ ଓ ଏହାକୁ ସଫା ରଖନ୍ତୁ, ସାବୁନରେ ଧୋଇବାକୁ ଭୁଲନ୍ତୁ ନାହିଁ. ଆପଣଙ୍କ ପାଇଖାନା, ଗାଧୁଆଘର ତଥା ଆ ଖପାଖର ପରିବେଶକୁ ସଫା ରଖନ୍ତୁ. ଖୋଲା ବାୟୁ ସଂକ୍ରମଣକୁ ରୋକନ୍ତୁ.

ପ୍ରଜନନାଙ୍କ ଗୁଡିକର ସ୍ଵଚ୍ଛତା

ଉଭଯ ମହିଳା ଓ ପୁରୁଷ ସେମାନଙ୍କର ପ୍ରଜନନାଙ୍ଗ ଗୁଡିକ ସଫା ରଖିବା ଉଚିତ

  • ଋତୁସ୍ରାବ ସମୟରେ ମହିଳା ମାନେ ସର୍ବଦା ସଫ, ମୃଦୁ କପଡା କିମ୍ବା ସାନିଟାରୀ ନାପକିନ ବ୍ୟବହାର କରିବା ଉଚିତ. ଦୁଇଦିନରେ ଥରେ ଅନ୍ଯୁନ ନାପକିନକୁ ବଦଳାନ୍ତୁ.
  • ଯ଼େଉଁ ମାନଙ୍କର ଦୁର୍ଗନ୍ଧ ସହିତ ଧଳା ରଙ୍ଗର ବହେ, କିମ୍ବା ପ୍ରଜନନାଙ୍ଗରେ କୌଣସି ପ୍ରକାରର ସଂକ୍ରମଣ ହେବାର ଦେଖନ୍ତି ତେବେ ଡାକ୍ତରଙ୍କ ସହିତ ତୁରନ୍ତ ଆଲୋଚନା କରନ୍ତୁ .
  • ନିରାପଦ ଯ଼ୌନ କ୍ରିୟl ପାଇଁ କଣ୍ଡମର ବ୍ୟବହାର କରନ୍ତୁ . ଯ଼ୌନ କ୍ରିୟl ପୂର୍ବରୁ ଏବେ ପରେ ପ୍ରଜନନାଙ୍ଗକୁ ଧୁଅନ୍ତୁ.

ରନ୍ଧନ ସମରେ ସ୍ଵଚ୍ଛତା ଅବଲମ୍ବନ କରନ୍ତୁ

ଖାଦ୍ୟ ପ୍ରଦୂଷଣ, ଖାଦ୍ୟ ବିଷାକ୍ତ ହୋଇ ରୋଗ ହେବାକୁ ରୋକିବା ପାଇଁ ନିମ୍ନ ଲିଖିତ ସ୍ବଚ୍ଛତା ଟିପ୍ସ ଅବଲମ୍ବନ କରନ୍ତୁ .

  • ରନ୍ଧନ ଅଂଚଳ ଓ ପାତ୍ରକୁ ସଫା ରଖନ୍ତୁ .
  • ପଚିଯ଼ାଇଥିବା ବା ସଂକ୍ରମିତ ହୋଇାଯ଼ାଇଥିବା ଖାଦ୍ୟକୁ ଖାଆନ୍ତୁ ନାହିଁ.
  • ଖାଦ୍ୟ ରନ୍ଧନ କଲା ବେଳେ ଓ ବାଢିବା ବେଳ ହାତକୁ ଠିକ ଭାବେ ଧୁଅନ୍ତୁ.
  • ଖାଦ୍ୟ ସାମଗ୍ରୀ ଯ଼େପରି ପରିବା ଆଦିକୁ ଭଲ ଭାବେ ଧୁଅନ୍ତୁ .
  • ଖାଦ୍ୟ ସାମଗ୍ରୀକୁ ଠିକ ଭାବେ ରଖନ୍ତୁ .
  • ଖାଦ୍ୟ ସାମଗ୍ରୀରେ କେତେ ଦିନ ପୂର୍ବରୁ ଲେଖା ହୋଇଛି ତାର ଲେବେଲକୁ ଦେଖନ୍ତୁ.
  • ରୋଷେଇ ଘରର ବର୍ଜବସ୍ତୁକୁ ଠିକ ଭାବେ ନଷ୍ଟ କରନ୍ତୁ.

ମେଡିକାଲ ସ୍ଵଚ୍ଛତା

  • ଆହତ ବ୍ୟକ୍ତିଙ୍କୁ ସଠିକ ବେଣ୍ଡେଜ ବ୍ୟବହାର କରି ଡ୍ରେସିଂ କରି ତାଙ୍କର ଦେଖାଶୁଣା କରନ୍ତୁ
  • ମେଡିସିନ କିଣିବା ପୂର୍ବରୁ ଏକ୍ସପାୟରୀ ତାରିଖ ଦେଖି କିଣନ୍ତୁ
  • ଅଦରକାରୀ ମେଡିସିନ ଗୁଡିକୁ ସୁରକ୍ଷିତ ଭାବେ ନଷ୍ଟ କରନ୍ତୁ
  • ଡକ୍ଟରଙ୍କ କହିବା ଅନୁସାରେ ମେଡିସିନ ଖାଆନ୍ତୁ .

ସ୍ରୋତ : ହେଲଦି ଭିଲେଜେସ ଏ ଗାଇଡ ଫର କମ୍ନୁନିଟିଜ ଏଣ୍ଡ କମ୍ଯୁନିଟି ହେଲ୍ଥ ବାର୍କର୍ସ ବିଶ୍ବ ସ୍ବାସ୍ଥ ସଂଗଠନ ଦ୍ବାରା



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate