অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସ୍ଵଚ୍ଛ ଭାରତ ମିଶନ

2019 ସୁଦ୍ଧା ଦେଶକୁ ସ୍ଵଚ୍ଛ କରିବା ପାଇଁ ଉଦ୍ଦେଶ୍ୟ ନେଇ ସ୍ବଚ୍ଛ ଭାରତ ଜନ ଆନ୍ଦୋଳନ ଆରମ୍ଭ କରାଯ଼ାଇଛି. ସ୍ବଚ୍ଛତା ଫଳରେ ସ୍ଵଚ୍ଛ ସମୃଦ୍ଧ ଜୀବନ ହେଉଥିବାରୁ ଓ ଜାତିର ପିତା ମହାତ୍ନା ଗାନ୍ଧୀ ଗାନ୍ଧୀ ସ୍ଵଚ୍ଛତା ଉପରେ ବିଶେଷ ଧ୍ୟlନ ଦେଉଥିଲେ . ଏହାକୁ ଆଖି ଆଗରେ ରଖି ଭାରତ ସରକାର 2 ଅକ୍ଟୋବର 2014ରେ ସ୍ଵଚ୍ଛ ଭାରତ ମିଶନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ . ଏହି ମିଶନରେ ଉଭଯ ଗ୍ରାମୀଣ ଓ. ସହର ଅଞ୍ଚଳକୁ ନିଆଯ଼ିବ. ମିଶନର ସହର ଭାଗକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସହର ବିକାଶ ମନ୍ତ୍ରଣାଳ କାମ କରୁଥିବା ବେଳେ ଗ୍ରାମୀଣ ଅଂଚଳର କାମ ପାନୀୟ ଜଳ ଓ ପରିମଳ ମନ୍ତ୍ରଣାଳୟ. କରୁଛି .

ସହରାଂଚଳ ପାଇଁ ସ୍ଵଚ୍ଛ ଭାରତ ମିଶନ

ଏହି ମିଶନରେ 1.04 କୋଟି ଘର ପାଇଁ 2.5 ଲକ୍ଷ ଗୋଷ୍ଠୀ ଶୌଚାଳୟ, 2.6 ଲକ୍ଷ ସାର୍ବଜନୀନ ଶୌଚାଳୟ ଓ ପ୍ରତ୍ୟେକ ସହରରେ କଠିନ ବର୍ଜବସ୍ତୁ ପରିଚାଳନା କାର୍ଯ୍ୟକ୍ରମ କରିବାର ଲକ୍ଷ୍ୟ ରଖାଯ଼ାଇଛି. ଏହି କାର୍ଯ୍ୟକ୍ରମରେ ଯ଼େଉଁ ଆବାସିକ ଅଞ୍ଚଳରେ ବ୍ୟକ୍ତିଗତ ଶୌଚାଳୟ ତିଆରି ସମ୍ଭବ ନୁହେଁ, ସେଠାରେ ଗୋଷ୍ଠୀ ଶୌଚାଳୟ ତିଆରି କରାଯ଼ିବ. କିଛି ସ୍ଥାନରେ ଯ଼େପରି ପର୍ଯ଼ଟନ ସ୍ଥଳରେ, ରେଳ ଷ୍ଟେସନ, ବସ ଷ୍ଟାଣ୍ଡ , ବଜାର ଆଦି ସ୍ଥାନରେ ସାର୍ବଜନୀନ ଶୌଚାଳୟ ତିଆରି କରାଯ଼ିବ. 4401 ସହରରେ ପାଂଚ ବର୍ଷ ଧରି ଏହି ଯ଼ୋଜନା କାର୍ଯ୍ୟକାରୀ ହେବ ତଥା ଏଥିରେ 62009 କୋଟି ଟଙ୍କା ଖର୍ଚ ହେବ. ଏଥି ମଧ୍ୟରୁ 14,623 କୋଟି ଟଙ୍କା କେନ୍ଦ୍ର ସରକାର ବହନ କରିବ . କେନ୍ଦ୍ରର ଏହି ଭାଗରୁ 4165 କୋଟି ଟଙ୍କା କଠିନ ବର୍ଜବସ୍ତୁ ପରିଚାଳନା ତଥା 4165 କୋଟି ବ୍ୟକ୍ତିଗତ ପରିବାର ଶୌଚାଳୟ ପାଇଁ ଖର୍ଚ ହେବ ଏବଂ 655 କୋଟି ସଚେତନତା ପାଇଁ ଖର୍ଚ କରାଯ଼ିବ .

ଏହି କାର୍ଯ୍ୟକ୍ରମ ମଧ୍ୟରେ ଖୋଲାରେ ଶୌଚ ଯ଼ିବାକୁ ଶେଷ କରିବା, ପରିମଳ ଠିକ ନ ଥିବା ଶୌଚାଳୟ ଗୁଡିକୁ ଫ୍ଲ,ସ ଢଳା ଟଏଲେଟରେ ପରିଣତ କରିବା, ମାନୁଆଲ ସ୍କେଭେଂଜିଂକୁ ବନ୍ଦ କରିବା, କଠିନ ବର୍ଜ ବସ୍ତୁ ପରିଚାଳନା ଓ ଲୋକଙ୍କ ମଧ୍ୟରେ ସ୍ବସ୍ଥ ପରିମଳ ଅଭ୍ୟାସ କୁ ନେଇ ବ୍ୟବହାରରେ ପରିବର୍ତନ.

ସ୍ରୋତ : ସ୍ଵଚ୍ଛ ଭାରତ ମିଶନ

ସ୍ଵଚ୍ଛ ଭାରତ ମିଶନ (ଗ୍ରାମୀଣ)

ସ୍ଵଚ୍ଛ ଭାରତ ମିଶନ (ଗ୍ରାମୀଣ) ମଧ୍ୟରେ ନିର୍ମଳ ଭାରତ ଅଭିଯ଼ାନକୁ ପୁନଃ ସଂରଚନା କରାଯ଼ାଇଛି. ଆଗାମୀ ପାଂଚ ବର୍ଷ ମଧ୍ୟରେ ଦେଶକୁ ବାହାର ଶୌଚ ଯ଼ିବାଠାରୁ ମୁକ୍ତ କରିବାକୁ ଏହି ମିଶନରେ ଲକ୍ଷ୍ୟ ରଖାଯ଼ାଇଛି. ଦେଶରେ 11 କୋଟି ଶୌଚାଳୟ ନିର୍ମାଣ ପାଇଁ ଏହି ମିଶନରେ 1 ଲକ୍ଷ 34 ହଜାର କୋଟି ଟଙ୍କା ବ୍ୟୟ  କରାଯ଼ିବ. ଗ୍ରାମୀଣ ଭାରତର ଏହି ବର୍ଜ ବସ୍ତୁକୁ ଟେକ୍ଲୋଲଜିର ବ୍ୟବହାର କରାଯ଼ାଇ ସମ୍ପଦରେ ପରିଣତ କରାଯ଼ିବ ଓ ଏଥିରୁ ଜୈବିକ ସାର ଓ ବିଭିନ୍ନ ପ୍ରକାରର ଶକ୍ତି ଉତ୍ପାଦନ କରାଯ଼ିବ. ଗ୍ରାମ ପଂଚାତ, ପଂଚାଯତ ସମିତି ତଥା ଜିଲ୍ଲା ପରିଷଦ ମାନଙ୍କୁ ସାମିଲ କରି ଏହି ମିଶନକୁ ଯ଼ୁଦ୍ଧକାଳୀନ ଭିତ୍ତିରେ କରାଯ଼ିବ. ଗ୍ରାମୀଣ ଜନସଂଖ୍ୟl ର ବଡ ଭାଗକୁ ଓ ବିଦ୍ୟlଳୟର ଶିକ୍ଷକ ଓ ଛାତ୍ର ମାନଙ୍କୁ ମଧ୍ୟ ଏହି ଅଭିଯ଼ାନରେ ସାମିଲ କରାଯ଼ିବ.

ଏହି ମିଶନର ଅଂଶ ଭାବେ ଗ୍ରାମୀଣ ଘର ମାନଙ୍କର ବ୍ୟକ୍ତିଗତ ଘର ପାଇଖାନାର ମୁଲ୍ୟ କୁ ଜଳ ଉପଲବ୍ଧ କରିବା ପାଇଁ 10 ହଜାର ଟଙ୍କାରୁ ବଢାଇ 12 ହଜାର ଟଙ୍କା କରି ଦିଆଯ଼ାଇଛି . ଏହା, ଜଳ ସଂଗ୍ରହଣ, ହାତ ଧୋଇବା ଏବଂ ଶୌଚାଳୟ ଧୋଇବା ପାଇଁ କରାଯ଼ାଇଛି.ପ୍ରତ୍ୟେକ ଶୌଚାଳୟ. ପାଇଁ କେନ୍ଦ୍ରୀ ଅଂଶ 9 ହଜାର ଟଙ୍କା ହୋଇଥିବା ବେଳେ ରାଜ୍ୟ ର ଅଂଶ 3 ହଜାର ଟଙ୍କା ରହିଛି. ଉତ୍ତର ପୂର୍ବ ରାଜ୍ୟ  ମାନଙ୍କ ପାଇଁ କେନ୍ଦ୍ରର ଅଂସ 10,800 ଟଙ୍କା ହୋଇଥିବା ବେଳେ ରାଜ୍ୟ ର ଅଂଶ 1200 ଟଙ୍କା ରହିଛି. ଅନ୍ୟ ସ୍ରୋତରୁ ଅତିରିକ୍ତ ଯ଼ୋଗଦାନକୁ ମଧ୍ୟ ଅନୁମତି ଦିଆଯ଼ାଇଛି.

ସ୍ରୋତ: ପାନୀୟ ଜଳ ଓ ପରିମଳ ମନ୍ତ୍ରଣାଳୟ

ସ୍ଵଚ୍ଛ ଭାରତ ସ୍ଵଚ୍ଛ ବିଦ୍ୟlଳୟ ଅଭିଯ଼ାନ

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ରୀୟ ବିଦ୍ୟlଳୟ ଓ ନବୋଦୟ ବିଦ୍ୟlଳୟ ସଙ୍ଗଠନ ଗୁଡିକରେ 25 ସେପ୍ଟେମ୍ବର 2014 ରୁ 31 ଅଗଷ୍ଟ 2014 ପର୍ଯ୍ୟନ୍ତ ଆୟୋଜନ କରାଯ଼ାଇଥିଲା . ଏହି ସମୟରେ ନିମ୍ନ ଲିଖିତ ଗତିବିଧି ମାନ ଆୟୋଜିତ ହୋଇଥିଲା

  • ସ୍କୁଲ ଆସେମ୍ବଲିରେ କିଛି ପିଲାଙ୍କୁ ନେଇ ସ୍ବଚ୍ଛତାର ବିଭିନ୍ନ ବିଷଯ ଉପରେ ବକ୍ତବ୍ୟ, ବିଶେଷ ଭାବେ ସ୍ବଚ୍ଛତା ଓ ପରିମଳ ଉପରେ ମହାତ୍ମା ଗାନ୍ଧୀଙ୍କ ଶିକ୍ଷାକୁ ନେଇ .
  • ଶ୍ରେଣୀ ଗୃହ, ପରୀକ୍ଷାଗାର, ଗ୍ରନ୍ଥାଗାରକୁ ସଫା କରିବା
  • ବିଦ୍ୟlଳୟରେ ସ୍ଥାପିତ କୌଣସି ପ୍ରତିମୂର୍ତି କୁ ସଫା କରିବା ଓ ଉକ୍ତ ବ୍ୟକ୍ତିଙ୍କର ଯ଼ୋଗଦାନ ସମ୍ପର୍କରେ ଆଲୋଚନା କରିବା.
  • ଶୌଚାଳୟ ଓ ପାନୀ ଜଳ କ୍ଷେତ୍ର ଗୁଡିକୁ ସଫା କରିବା
  • ରୋଷେଇ ଘର, ଶେଡ ଷ୍ଟୋର ଆଦିକୁ ସଫା କରିବା.
  • ଖେଳ ପଡିଆକୁ ସଫା କରିବା .
  • ବିଦ୍ୟlଳୟ ବଗିଚାର ବାର୍ଷିକ ମେଣ୍ଚେନାନ୍ସ
  • ବିଦ୍ୟlଳୟ ର ବାର୍ଷିକ ମେଣ୍ଚେନାନ୍ସ ଏବଂ ରଙ୍ଗ ଦେବା
  • ସ୍ଵଚ୍ଛତା ଏବଂ ପରିମଳ ଉପରେ ପ୍ରବନ୍ଧ, ତର୍କ, ପେଣ୍ଟିଂ ପ୍ରତିଯ଼ୋଗିତା ମାନ ଆଯୋଜିତ କରିବା.
  • ସ୍ଵଚ୍ଛତା ଅଭିଯ଼ାନର ତଦାରଖ କରିବା ପାଇଁ ପିଲାମାନଙ୍କର କ୍ଯାବିନେଟ ଗଠନ କରିବା

ଏହା ବ୍ୟତୀତ ସ୍ଵଚ୍ଛତା ସମ୍ପର୍କରେ ବିଦ୍ୟlଳୟ ମାନଙ୍କରେ ସିନେମା, ଶୋ ଓ ମଡେଲ ଗତିବିଧି ମାନ ଆୟୋଜନ କରାଯ଼ିବ, ପ୍ରବନ୍ଧ ଲିଖନ, ପେଣ୍ଟିଂ ଓ ଅନ୍ୟ ପ୍ରତିଯ଼ୋଗୀତା ମାନ ଆଯୋଜିତ କରାଯ଼ିବା ,ସହିତ ସଫାସୁତୁରା, ଭଲ ସ୍ଵଚ୍ଛତା ଓ ପରିମଳ ବ୍ୟବସ୍ଥା ସମ୍ପର୍କରେ ପୁଣଥରେ ବାର୍ତା ଦିଆଯ଼ିବ . ଛାତ୍ର, ଶିକ୍ଷକ, ଅଭିଭାବକ ଓ ଗୋଷ୍ଠୀର ଲୋକ ମାନଙ୍କୁ ନେଇ ସପ୍ତାହରେ ଦୁଇଦିନ ଅଧ ଘଣ୍ଟା ଲେଖାଏ ସ୍ଵଚ୍ଛତା କାର୍ଯ୍ୟକ୍ରମ ଚଳାଇବାକୁ ମନ୍ତ୍ରଣାଳ ଯ଼ୋଜନା କରୁଛି.

ରାଷ୍ଟ୍ରୀୟ ସ୍ଵଚ୍ଛତା କୋଷ

2019 ମସିହା ସୁଦ୍ଧା ସ୍ଵଚ୍ଛ ଭାରତର ଲକ୍ଷ୍ୟକୁ ହାସଲ କରିବା ପାଇଁ ମାନବୀ ଓ କର୍ପୋରେଟ ସୋସିଆଲ ରେସ୍ପୋନସବିଲିଟି (ସିଏସଆର) ଅର୍ଥକୁ ଚାନେଲାଇଜ କରିବା ପାଇଁ ସ୍ବଚ୍ଛ ଭାରତ କୋଷର ସ୍ଥାପନା କରାଯ଼ାଇଛି. ବିଦ୍ୟlଳୟ. ମାନଙ୍କ ସମେତ ଗ୍ରାମୀଣ ଓ ନଗରୀ ଅଞ୍ଚଳରେ ସ୍ଚଚ୍ଥତାର ସ୍ତରକୁ ସୁଧାରିବାର ଉଦ୍ଦେଶ୍ୟକୁ ପୂରଣ କରିବା ପାଇଁ ଏହି କୋଷକୁ ବ୍ୟବହାର କରାଯ଼ିବ. ଏଭଳି ଗତିବିଧି ପାଇଁ ବିଭାଗୀସମ୍ବଳର ଏହି କୋଷରୁ ଆବଣ୍ଟିତ ଅର୍ଥ ପୂରକ ଭାବେ କାମ କରିବ .ବ୍ୟକ୍ତିଗତ ଭାବେ ଓ କର୍ପୋରେଟ ମାନଙ୍କ ଠାରୁ ଯ଼ୋଗଦାନ ଗ୍ରହଣ କରିବାକୁ, ଯ଼େଉଁ ଠାରେ ଆବଶ୍ୟକ ସେଠାରେ କରରେ ରିହାତି ପ୍ରଦାନ କରିବା ପାଇଁ ମୋଡାଲିଟି ବିଚାର କରାଯ଼ାଉଛି.

ସ୍ରୋତ : ସ୍ଵଚ୍ଛ ଭାରତ ସ୍ବଚ୍ଛ ବିଦ୍ୟlଳୟ

ରାଷ୍ଟ୍ରୀୟ ସ୍ଵଚ୍ଛତା କୋଷ

2019 ମସିହା ସୁଦ୍ଧା ସ୍ଵଚ୍ଛ ଭାରତର ଲକ୍ଷ୍ୟକୁ ହାସଲ କରିବା ପାଇଁ ମାନବୀ ଓ କର୍ପୋରେଟ ସୋସିଆଲ ରେସ୍ପୋନସବିଲିଟି (ସିଏସଆର) ଅର୍ଥକୁ ଚାନେଲାଇଜ କରିବା ପାଇଁ ସ୍ବଚ୍ଛ ଭାରତ କୋଷର ସ୍ଥାପନା କରାଯ଼ାଇଛି. ବିଦ୍ୟlଳୟ. ମାନଙ୍କ ସମେତ ଗ୍ରାମୀଣ ଓ ନଗରୀ ଅଞ୍ଚଳରେ ସ୍ଚଚ୍ଥତାର ସ୍ତରକୁ ସୁଧାରିବାର ଉଦ୍ଦେଶ୍ୟକୁ ପୂରଣ କରିବା ପାଇଁ ଏହି କୋଷକୁ ବ୍ୟବହାର କରାଯ଼ିବ. ଏଭଳି ଗତିବିଧି ପାଇଁ ବିଭାଗୀସମ୍ବଳର ଏହି କୋଷରୁ ଆବଣ୍ଟିତ ଅର୍ଥ ପୂରକ ଭାବେ କାମ କରିବ .ବ୍ୟକ୍ତିଗତ ଭାବେ ଓ କର୍ପୋରେଟ ମାନଙ୍କ ଠାରୁ ଯ଼ୋଗଦାନ ଗ୍ରହଣ କରିବାକୁ, ଯ଼େଉଁ ଠାରେ ଆବଶ୍ୟକ ସେଠାରେ କରରେ ରିହାତି ପ୍ରଦାନ କରିବା ପାଇଁ ମୋଡାଲିଟି ବିଚାର କରାଯ଼ାଉଛି.

ଏଠାରେ  କ୍ଲୀକ କରନ୍ତୁ

Last Modified : 3/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate