ନିଜର ଦୈନନ୍ଦିନ କାର୍ଯ୍ୟ ମଧ୍ୟରେ କିମ୍ବା ପିତାମାତାଙ୍କ ଠାରୁ ଖବର ପାଇ ଅଙ୍ଗନୱାଡି କର୍ମୀ ଅସୁସ୍ଥ ଶିଶୁଙ୍କର ସମ୍ପର୍କରେ ଆସିଥାନ୍ତି । ଏହିସବୁ କ୍ଷେତ୍ରରେ ଅଙ୍ଗନୱାଡି କର୍ମୀ ଏକ ଅର୍ଥପୂର୍ଣ୍ଣ ପ୍ରାଥମିକ ପରୀକ୍ଷା କରିବେ ଏବଂ କୌଣସି ବିପଦସଂକେତକୁ ଯଦି ଥାଏ ତେବେ ସେଇ ଅନୁସାରେ କାର୍ଯ୍ୟପନ୍ଥା ସ୍ଥିର କରିବେ ।
ଶିଶୁର ଅସୁସ୍ଥତାକୁ ଆକଳନରେ ଅଙ୍ଗନୱାଡି କର୍ମୀ ଭୂମିକା -
ଅଙ୍ଗନୱାଡି କର୍ମୀ ମା’ଙ୍କୁ ଶିଶୁର ଅସୁବିଧା ବିଷୟରେ ନିଶ୍ଚୟ ପଚାରିବେ ଏବଂ ସାଧାରଣ ବିପଦସଂକେତ ପାଇଁ ଶିଶୁକୁ ଯାଞ୍ଚ କରିବେ । ତାପରେ ସେ ୪ଟି ମୁଖ୍ୟ ଲକ୍ଷଣ ବିଷୟରେ ପଚାରିବେ । କାଶ ବା କଷ୍ଟକର ଶ୍ଵାସକ୍ରିୟା, ତରଳଝାଡା, ଜ୍ଵର କିମ୍ବା କାନରେ ଅସୁବିଧା ଇତ୍ୟାଦି । ଯେଉଁ ଶିଶୁର ଏକ ବା ଏକାଧିକ ମୁଖ୍ୟ ଲକ୍ଷଣ ଥିବ ତେବେ ଏହା ଗୁରୁତ୍ଵର ଅସୁବିଧାର ବୁଝାଇବ। ଯେତେବେଳେ ଗୋଟିଏ ମୁଖ୍ୟ ଲକ୍ଷଣଥିବ ତେବେ ଅସୁସ୍ଥତାକୁ ବର୍ଗୀକରଣ କରିବାରେ ସାହାଯ୍ୟ କରିବାପାଇଁ ପ୍ରଶ୍ନ ପଚାରିବେ । ଶିଶୁକୁ ପୁଷ୍ଟିହୀନତା ଏବଂ ରକ୍ତହୀନତା ପାଇଁ ଯାଞ୍ଚ କରାଇବେ । ଶିଶୁର ପ୍ରତିଷେଧକ ସ୍ଥିତିକୁ ମଧ୍ୟ ଯାଞ୍ଚ କରିବେ ଏବଂ ମା’ କହିଥିବା ଅନ୍ୟାନ୍ୟ ଅସୁବିଧା ଗୁଡିକୁ ମଧ୍ୟ ଦେଖିବେ ।
ଅଙ୍ଗନୱାଡି କର୍ମୀ ଅସୁସ୍ଥ ଶିଶୁଠାରେ କେଉଁସବୁ ବିପଦଲକ୍ଷଣ ଗୁଡିକୁ ଦେଖିବେ-
ଶିଶୁଠାରେ ସାଧାରଣ ବିପଦସଂକେତ ଅଛି ଯଦି –
ସାଧାରଣ ବିପଦସଂକେତ ଥିବା ଶିଶୁର ଗୁରୁତ୍ଵର ଅସୁବିଧା ଥାଇପାରେ । ଅଧିକାଂଶ ଶିଶୁ ଯାହାର ଗୋଟିଏବି ସାଧାରଣ ବିପଦସଂକେତ ଥିବ ତାକୁ ତୁରନ୍ତ ଚିକିତ୍ସାଳୟକୁ ପ୍ରେରଣ କରିବା ଆବଶ୍ୟକ ।
ରୋଗ ଓ ଅସୁସ୍ଥତାରେ ପ୍ରାଥମିକ ଚିହ୍ନଟିକରଣରେ ଅଙ୍ଗନୱାଡି କର୍ମୀଙ୍କ ଭୂମିକା -
ଅଙ୍ଗନୱାଡି କର୍ମୀ ହେଉଛନ୍ତି ପ୍ରଥମବ୍ୟକ୍ତି ଯାହାକୁ ଗୋଷ୍ଠୀର ସଦସ୍ୟମାନେ ପ୍ରଥମେ ଯୋଗାଯୋଗ କରିବେ । ଏବଂ ସେହି ଜଣେ ପରାମର୍ଶଦାତ୍ରୀ ଏବଂ ମାର୍ଗ ଦର୍ଶିକା ରୂପେ ଶିଶୁମାନଙ୍କର ସ୍ୱାସ୍ଥ୍ୟର ଉନ୍ନତିରେ ଅଂଶଗ୍ରହଣ କରିଥାନ୍ତି । ପ୍ରାରମ୍ଭିକ ସ୍ତରରେ ଚିହ୍ନଟ ହୋଇପାରିଲେ ଶିଶୁମାନଙ୍କର ଯେକୌଣସି ଅସୁସ୍ଥତାକୁ ଭଲଭାବରେ ଚିକିତ୍ସା କରାଯାଇ ପାରିବ । ଶିଶୁମାନଙ୍କଠାରେ ଅସୁସ୍ଥତା ଏବଂ ରୋଗର ପ୍ରାଥମିକ ଚିହ୍ନଟି କରଣରେ ଅଙ୍ଗନୱାଡି କର୍ମୀ ବହୁତ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି ।
ଶୈଶବ କାଳୀନ ଅକ୍ଷମତାର ପ୍ରାଥମିକ ଚିହ୍ନଟିକରଣ ?
ଶୈଶବସ୍ଥାରେ ଶିଶୁର ସ୍ୱାସ୍ଥ୍ୟର ସ୍ଥିତି ତାର ଶରୀର ଏବଂ ଚତୁଃପାର୍ଶ୍ଵସ୍ଥ ପରିବେଶ ମଧ୍ୟରେ ଲଗାତାର ସମ୍ପର୍କ ଯୋଗୁଁ ଘଟିଥାଏ । ଶିଶୁର ଭିନ୍ନକ୍ଷମ ହେବାର କାରଣ ମଧ୍ୟ ଏହାଯୋଗୁ ଘଟିପାରେ । ଭାରତରେ ସ୍ୱଳ୍ପଶିକ୍ଷା ଏବଂ ପ୍ରଚଳିତ ଅନ୍ଧବିଶ୍ଵାସ ଯୋଗୁଁ ଶିଶୁମାନେ ସମାଜର ମୁଖ୍ୟ ସ୍ରୋତରେ ମିଶିପାରୁନାହାଁନ୍ତି ।
ପ୍ରାଥମିକ ଅବସ୍ଥାରୁ ଶୈଶବକାଳୀନ ଅକ୍ଷମତାକୁ ଚିହ୍ନଟ କରିବା ଆବଶ୍ୟକ
ଶିଶୁସ୍ଵାସ୍ଥ୍ୟର ଉନ୍ନତିପାଇଁ ଆଶୁ ଚିହ୍ନଟି କରଣ ଗୁରୁତ୍ଵପୂର୍ଣ୍ଣ । ପ୍ରଗତିଶୀଳ ରାଷ୍ଟ୍ରର ଶିଶୁମାନଙ୍କର ସ୍ଥିତି ବିଶ୍ଲେଷଣ ଏହା ଉପରେ ଗୁରୁତ୍ଵ ଦିଏ, ଅଧିକାଂଶ ଭିନ୍ନକ୍ଷମ ଶିଶୁଙ୍କର ଚିହ୍ନଟିକରଣ ହେବାବେଳକୁ ଏତେ ଡେରି ହୋଇଥାଏ ଯେ ଜଟିଳତା ଘଟି ମୂଳ ଭିନ୍ନକ୍ଷମତାକୁ ବଢାଇ ଆଉ ଏକ ନୂଆ ଅସୁବିଧା ଆରମ୍ଭ କରିଦିଏ । ଯାହା ଶିଶୁ ବିକାଶକୁ ଏବଂ ପରିବାର ଓ ସମାଜସହ ତାର ସମ୍ପର୍କକୁ ବାଧାଦିଏ । ପ୍ରାଥମିକ ଅବସ୍ଥାରେ ଶିଶୁମାନଙ୍କର ଅକ୍ଷମତାର ଚିହ୍ନଟିକରଣ ଲାଭପ୍ରଦ ହୋଇଥାଏ । ଜୈବିକ/ଶାରୀରିକ ସ୍ତରରେ ପ୍ରାଥମିକ ଚିକିତ୍ସା କେତେକ କ୍ଷେତ୍ରରେ ଯେପରିକି ଜନ୍ମଗତ ମୋତିଆବିନ୍ଦୁ, ପିଲାଇଲ୍ କିଟୋନ୍ ୟୁରିଆ ଓ ଖର୍ବକାୟ ଶରୀର ପରି ଅକ୍ଷମତାକୁ କମ୍ କରିବାରେ ଏପରିକି ଦୂରେଇ ଦେବାରେ ସାହାଯ୍ୟ କରେ । ମାନସିକ ଏବଂ ସାମାଜିକ ସ୍ତରରେ ପିତାମାତା, ଉଦିପନାମୂଳକ ପରିବେଶ ଏବଂ ସୁବିଧା ଯୋଗାଇ ପ୍ରଥମରୁ ଶିଶୁମାନଙ୍କୁ ବିକଶିତ ହେବାପାଇଁ ସୁଯୋଗ ଦେଇଥାନ୍ତି ଫଳରେ ଭିନ୍ନକ୍ଷମ ଶିଶୁମାନେ ପୂର୍ଣ୍ଣ ମାତ୍ରାରେ ବିକାଶ ଲାଭ କରିଥାନ୍ତି ।
ଶୈଶବବସ୍ଥାରେ ଅକ୍ଷମତାକୁ ଯଥାଶିଘ୍ର ଚିହ୍ନଟ କରିବାରେ ଅଙ୍ଗନୱାଡି କର୍ମୀଙ୍କର ଭୂମିକା
ଅଙ୍ଗନୱାଡି କର୍ମୀ ତାଙ୍କର ଦୈନନ୍ଦିନ କାର୍ଯ୍ୟର ଅଂଶରୂପେ ଗର୍ଭବତୀ ମହିଳା, ପ୍ରସୂତୀ ମାଆ, ନବଜାତ ଏବଂ ଛୋଟଶିଶୁ ମାନଙ୍କ ସହିତ ଯୋଗାଯୋଗ ରଖିବେ । ଯାହାକି ବିଭିନ୍ନ ସ୍ତରରେ ଶୈଶବକାଳୀନ ଅକ୍ଷମତାକୁ ଚିହ୍ନଟ କରିବାରେ ସାହାଯ୍ୟ କରିବ । ସେ ଯେ କେବଳ ଶିଶୁମାନଙ୍କଠାରେ ଥିବା କୌଣସି ଅକ୍ଷମତାକୁ ଚିହ୍ନଟ କରିବେ ତାନୁହେଁ, ଗର୍ଭବତୀ ମହିଳାଙ୍କଠାରେ ବିପଦଲକ୍ଷଣ ଏବଂ ସଂକଟାପୂର୍ଣ୍ଣ ଶିଶୁ ଗୁଡିକ ମଧ୍ୟ ଚିହ୍ନଟ କରିପାରିବେ । ଜୀବନର ପ୍ରଥମ ୬ ବର୍ଷ ମଧ୍ୟରେ ହେଉଥିବା ବିକାଶ ଉପରେ ଅଙ୍ଗନୱାଡି କର୍ମୀ ନଜର ରଖିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି ।
ଗର୍ଭବତୀ ମହିଳାଙ୍କଠାରେ ଦେଖାଯାଉଥିବା ଅନେକ ବିପଦଲକ୍ଷଣ ଭବିଷ୍ୟତରେ ଶିଶୁ ଭିନ୍ନକ୍ଷମ ହେବାର ସତର୍କ ସୂଚନା ଦେଇ ଥାଏ-ସେଗୁଡିକ ହେଲା -
ମା' ଯଦି ୧୮ବର୍ଷରୁ କମ୍ କିମ୍ବା ୩୫ ବର୍ଷରୁ ଅଧିକ ହୋଇଥାନ୍ତି ବା ତାଙ୍କର ୩ରୁ ଅଧିକ ସନ୍ତାନ ଥାନ୍ତି ।
ସଂକଟାପୂର୍ଣ୍ଣ ଶିଶୁମାନଙ୍କୁ ଚିହ୍ନଟ କରିବା ପାଇଁ ଅଙ୍ଗନୱାଡି କର୍ମୀ ନିମ୍ନଲିଖିତ ଲକ୍ଷଣ ପ୍ରତି ଦୃଷ୍ଟି ଦେବେ ।
୫ ବର୍ଷରୁ କମ୍ ବୟସର ଶିଶୁଙ୍କର ବିକାଶକୁ ଅଙ୍ଗନୱାଡି କର୍ମୀ କିପରି ନଜର ରଖିପାରିବେ ?
ଅଙ୍ଗନୱାଡି କର୍ମୀ ଶିଶୁମାନଙ୍କର ମୋଟାମୋଟି ବୃଦ୍ଧି ଓ ବିକାଶ ଉପରେ ନଜର ରଖିବେ ଏବଂ ସେମାନଙ୍କର ବିକାଶର ମାଇଲ୍ ଖୁଣ୍ଟ ଗୁଡିକ ଯଥା ସମୟରେ ଘଟୁଛି କି ନାହିଁ ଦୃଷ୍ଟି ଦେବେ -
ତରଳଝାଡା କଣ ?
ବାରମ୍ବାର ପାଣିଆ ଝାଡା ହେବାକୁ ତରଳଝାଡା କୁହାଯାଏ । ଯଦି ଶିଶୁର ଦିନକୁ ୩ ବା ତହିଁରୁ ଅଧିକ ଥର ପାଣିଆ ଝାଡା ହୁଏ ତାକୁ ତରଳଝାଡା (ଡାଇରିଆ) କୁହାଯାଏ । ସ୍ଵାଭାବିକ ଶିଶୁମାନଙ୍କର ଅପେକ୍ଷା ପୁଷ୍ଟିହୀନ ଶିଶୁମାନଙ୍କ ଠାରେ ତରଳଝାଡା ଅଧିକ ହୋଇଥାଏ । ଦେହରୁ ଜଳୀୟ ଅଂଶ ନିଷ୍କାସିତ କରି ଦେହକୁ ଶୁଷ୍କକରଣ କରି ଡାଇରିଆ ଶିଶୁମାନଙ୍କର ମୃତ୍ୟୁର କାରଣ ହୋଇଥାଏ । ଯଦି ଡାଇରିଆ ଦୁଇ ସପ୍ତାହରୁ ଅଧିକ ଦିନ ଲାଗିରୁହେ ଏହାକୁ ଅବରିତ ଡାଇରିଆ କୁହାଯାଏ । ଏଭଳି କ୍ଷେତ୍ରରେ ଶିଶୁକୁ ତୁରନ୍ତ ଦୃଷ୍ଟିଦେଇ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର/ ଚିକିତ୍ସାଳୟକୁ ପ୍ରେରଣ କରିବା ଉଚିତ୍ ।
ମଳ ସହିତ ରକ୍ତ ପଡୁଥିଲେ ପିଲାର ଅତିସାର ହୋଇଛି ବୋଲି ଜଣାପଡେ । ଏବଂ ତାକୁ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇବା ଦରକାର ।
ତରଳ ଝାଡା କାରଣ :
ତରଳ ଝାଡାର ସମ୍ଭାବ୍ୟ କାରଣ ଗୁଡିକ ହେଉଛି :
ଅଙ୍ଗନୱାଡି କର୍ମୀ କିପରି ତରଳଝାଡାକୁ ଆକଳନ କରିବେ
ଗୋଟିଏ ଶିଶୁକୁ ତରଳଝାଡା ପାଇଁ ଆକଳନ କରିବାକୁ ହେଲେ ଦେଖିବେ –
ଅଙ୍ଗନୱାଡି କର୍ମୀ ତରଳ ଝାଡା ହେଉଥିବା ଶିଶୁଠାରୁ କେଉଁ ସବୁ ବିପଦଲକ୍ଷଣକୁ ଦେଖିବେ ?
ତରଳଝାଡା ହେଉଥିବା ଶିଶୁ ଗଲେ ଅଙ୍ଗନୱାଡି କର୍ମୀ ନିମ୍ନଲିଖିତ ବିପଦସଙ୍କୁଳ ଲକ୍ଷଣ ଗୁଡିକୁ ଦେଖିବେ ।
ତରଳଝାଡା ହେଉଥିବା ଶିଶୁଠାରେ ଯଦି ଉପରୁକ୍ତ ଲକ୍ଷଣ ଦେଖାଯାଏ ତେଣୁ ତାକୁ ତୁରନ୍ତ ଡାକ୍ତରଖାନା/ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇବେ ।
ତରଳଝାଡାର ପରିଚାଳନା ପାଇଁ ମନେରଖିବା କଥା –
କ୍ରନଂ . |
ସୂଚକ |
ଜଳଶୁଷ୍କତା ନାହିଁ |
କିଛି ମାତ୍ରାରେ ଜଳଶୁଷ୍କତା |
ଅତିଶୟ ଜଳଶୁଷ୍କତା |
୧. |
ସାଧାରଣ ଅବସ୍ଥା |
ସୁସ୍ଥ, ଚଞ୍ଚଳିଆ |
ଅସ୍ଥିର/ଚିଚିଡିଆ |
ନିଦୁଆ କିମ୍ବା ଅଚେତ୍ |
୨. |
ଆଖି |
ସ୍ଵାଭାବିକ |
କୋରଡିଆ |
ଅତିକୋରଡିଅ ଓ ଶୁଖିଲା |
୩. |
ଶୋଷ(ଶିଶୁକୁ ପାଣି ପିଇବାକୁ ଦେବା) |
ସ୍ଵାଭାବିକ୍ ଭାବରେ ପିଏ, ଶୋଷିଲା ନଥାଏ |
ଶୋଷିଲା, ବ୍ୟଗ୍ରତା ସହ ପିଇଥାଏ |
ବେଶି ପିଇପାରେ ନାହିଁ କିମ୍ବା ଆଦୌ ପିଏନାହିଁ |
୪. |
ଚମକୁ ଚିମୁଟି ଟାଣିବା |
ପୂର୍ବ ଅବସ୍ଥାକୁ ସାଙ୍ଗେ ସାଙ୍ଗେ ଫେରିଯାଏ । |
ଧିରେ ପୂର୍ବ ଅବସ୍ଥାକୁ ଫେରେ |
ଖୁବ୍ ଧିରେ ଅବସ୍ଥାକୁ ଫେରେ |
୫. |
ଚିକିତ୍ସା |
ଘରେଥିବା ବିଭିନ୍ନ ପାନୀୟ ଏବଂ (ଓଆରଏସ୍) ଦେବା |
ଓ.ଆର.ଏସ୍ ଏବଂ ଘରୋଇ ଚିକିତ୍ସା |
ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସାଳୟକୁ ପ୍ରେରଣ |
ତରଳଝାଡାରେ ଆକ୍ରାନ୍ତ ହୋଇଥିବା ସମୟରେ ଶିଶୁର ଖାଦ୍ୟ କଣ ହେବା ଦରକାର ?
ତରଳଝାଡାରେ ଆକ୍ରାନ୍ତ ହୋଇଥିବା ଶିଶୁକୁ ଅଧିକ ଥର ଅଧିକ ସମୟ ପର୍ଯ୍ୟନ୍ତ ସ୍ତନ୍ୟପାନ କରାଇବା ଦରକାର । ଅଧିକ ପରିମାଣର ପାନୀୟ ମଧ୍ୟ ଦେବା ଦରକାର । ଯଦି ଶିଶୁର ବୟସ ୬ ମାସରୁ କମ୍ ଥାଏ ଏବଂ କେବଳ ମା’କ୍ଷୀର ଖାଉଥାଏ ତେବେ ଶିଶୁକୁ ମା’କ୍ଷୀର ସହିତ ଓ.ଆର.ଏସ୍ ଦିଅନ୍ତୁ । ଯଦି ଶିଶୁର ବୟସ ୬ ମାସରୁ ଅଧିକ ହୋଇଥାଏ ତେବେ ଓ.ଆର.ଏସ୍ ଏବଂ ଅନ୍ୟାନ୍ୟ ଘରୋଇ ପାନୀୟ ଯଥା – ଚାଉଳ କାଞ୍ଜି, ଦହିପାଣି(ଚହ୍ଲା), ଚିନିଲୁଣ ସହିତ ଲେମ୍ବୁପାଣି, ଡାଲିପାଣି, ପରିବାସିଝା ପାଣି, ଫଳରସ (ବିନା ଚିନିରେ)ସଫା ପିଇବା ପାଣି କିମ୍ବା ଆଞ୍ଚଳିକ ଉପଲବ୍ଧ ଅନ୍ୟାନ୍ୟ ପାନୀୟ ଦେଇ ପାରିବେ ।
ଯଦି ଶିଶୁ ସାଧାରଣ ପରିମାଣର ଖାଦ୍ୟ ଖାଇପାରୁ ନଥିବ ତାହେଲେ ତାକୁ ସ୍ୱଳ୍ପ ସମୟ ବ୍ୟବଧାନରେ ଅଳ୍ପ ଅଳ୍ପ କରି ଖାଦ୍ୟ ଦିଅନ୍ତୁ । ଶିଶୁକୁ ମଧ୍ୟ ବହଳିଆ ଖାଦ୍ୟ ଯେପରିକି ଖେଚୁଡି, ଦଲିଆ, ସୁଜି କିମ୍ବା ଖିରୀ ଓ ଇଡଲୀ ଆଦି ଦେଇ ପାରିବେ । ଯଦି ତରଳଝାଡା ବନ୍ଦ ନହୁଏ, ଶିଶୁକୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଅନ୍ତୁ ।
ତରଳଝାଡାର ଘରୋଇ ଚିକିତ୍ସାରେ
ଓ.ଆର.ଏସ୍ ଏକ ଜୀବନ ରକ୍ଷକ ପାନୀୟ, ତରଳଝାଡାରେ ଯେଉଁ ଜଳୀୟ ଅଂଶ ଦେହରୁ ଚାଲିଯାଏ ତାର ଭରଣା କରିବା ପାଇଁ ପ୍ରତ୍ୟେକ ବୟସର ବ୍ୟକ୍ତିଙ୍କ ପାଇଁ (ନବଜାତ ଶିଶୁ ସମେତ )ଏହାଫଳପ୍ରଦ ହୋଇଥାଏ । ଓ.ଆର.ଏସ୍ କୁ ପାଣିରେ ଭଲଭାବେ ମିଶାଇ ଦ୍ରବଣ ପ୍ରସ୍ତୁତ କରି ଶିଶୁକୁ ଦେବା ଆବଶ୍ୟକ ।
ଓ.ଆର.ଏସ୍ ଦ୍ରବଣ ପ୍ରସ୍ତୁତ କରିବା ପାଇଁ ଅଙ୍ଗନୱାଡି କର୍ମୀ ନିମ୍ନୋକ୍ତ ପଦ୍ଧତିକୁ ନିଶ୍ଚୟ ଅନୁସରଣ କରିବେ ।
ପ୍ରଥମ ୪ ଘଣ୍ଟାରେ ଓ.ଆର.ଏସ୍ ଦ୍ରବଣ ଦିଆଯିବା ପରିମାଣ
|
ଓ.ଆର.ଏସ୍ ଦ୍ରବଣ ଦେଲାବେଳେ ମନେରଖିବା କଥା :
Last Modified : 12/10/2019