ପ୍ରବଳ ଖରା ପରେ ବର୍ଷାଋତୁର ଆଗମନକୁ ସମସ୍ତେ ଅପେକ୍ଷା କରି ରହିଥା’ନ୍ତି । ଜଳଦାନ କରିବା ସହ ବିଭିନ୍ନ ସଂକ୍ରାମକ ରୋଗ ସଙ୍ଗରେ ନେଇ ଆସିଥାଏ ଏହି ଋତୁ । ଏହି ସଂକ୍ରାମକ ରୋଗଗୁଡିକରେ ସାଧାରଣତଃ ଶିଶୁମାନେ ଅଧିକ ପ୍ରଭାବିତ ହୁଅନ୍ତି ।
ବର୍ଷାଋତୁରେ ଦେଖାଦେଉଥିବା ସଂକ୍ରାମକ ରୋଗଗୁଡିକ ହେଲା : ସିଜନାଲ୍ ଫ୍ଲୁ, କମନ୍ କୋଲ୍ଡ, ତରଳ ଝାଡାବାନ୍ତି, ଲାଳରକ୍ତ ଝାଡା, ଆମାଶୟ, ଜଣ୍ଡିସ୍, ଟାଇଫଏଡ, ଡେଙ୍ଗୁ, ମ୍ୟାଲେରିଆ, ଫ୍ୟାଲେରିଆ । ଓଡିଶାରେ ଗତ ୩/୪ ବର୍ଷ ଧରି ଟିଙ୍କଜାତୀୟ ପୋକ କାମୁଡିବା ଦ୍ଵାରା ମଧ୍ୟ ସ୍କ୍ରବ ଟାଇଫସ୍ ଏହି ଋତୁରେ ହୋଇଥାଏ । ଚର୍ମ ଓ ଶ୍ଵାସର ଆଲର୍ଜି ଅଧିକତର ଏହି ଋତୁରେ ଦେଖାଯାଏ । ଅତ୍ୟଧିକ ଆରଦ୍ରତା ଯୋଗୁ ଚର୍ମର ଫଙ୍ଗାଲ୍ ଇନ୍ ଫେକ୍ସନ ହୋଇଥାଏ ।
ଏହା ସାଧାରଣତଃ ନିଃଶ୍ଵାସ ପ୍ରଶ୍ଵାସ ଦ୍ଵାରା ବ୍ୟାପିଥାଏ । ଭାଇରସ୍ ଦ୍ଵାରା ଏହି ରୋଗ ହୋଇଥାଏ । ଜ୍ଵର, ଛିଙ୍କ, ଥଣ୍ଡା, ମୁଣ୍ଡବିନ୍ଧା, ଗୋଡହାତ ବିନ୍ଧା ଏବଂ ହାଲିଆ ଲାଗିବା ଏହି ରୋଗର ଲକ୍ଷଣ । କମନ୍ କୋଲ୍ଡ ସାଧାରଣତଃ ୩-୫ ଦିନ ମଧ୍ୟରେ ଭଲ ହୋଇଯାଏ । ଉତ୍ତମ ଖାଦ୍ୟ, ଓଆରଏସ୍ ପାଣି, ବିଶ୍ରାମ ଓ ପାରାସିଟାମଲଏବଂ ସାଧାରଣ ଥଣ୍ଡା ଔଷଧରେ ଏହି ରୋଗ ଭଲ ହୋଇଥାଏ । ଏଥିରେ କୌଣସି ଆଣ୍ଟିବାଇଟିକ୍ ର ଆବଶ୍ୟକତା ନାହିଁ । ସିଜନାଲ୍ ଫ୍ଲୁ କିନ୍ତୁ ପୁଷ୍ଟିହୀନ ଓ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ପିଲାଙ୍କ ପାଇଁ ମାରାତ୍ମକ ହୋଇପାରେ । ଏହି ରୋଗର ଲକ୍ଷଣ ଦେଖାଦେଲେ ତୁରନ୍ତା ଶିଶୁ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ୍ ।
ପ୍ରତିକାର
ମୁହଁ ବା ନାକରେ ହାତ ଲଗାଇବା ପୂର୍ବରୁ ହାତସଫା କରନ୍ତୁ । ଘର ଭିତରକୁ ମୁକ୍ତ ବାୟୁ ଚଳାଚଳ ଓ ସୂର୍ଯ୍ୟକିରଣ ଆସିବାକୁ ଦିଅନ୍ତୁ । ଥଣ୍ଡା, କାଶରେ ସଂକ୍ରମିତ ବ୍ୟକ୍ତି ପିଲାକୁ ଧରନ୍ତୁ ନାହିଁ । ପିଲାର ମୁହଁକୁ ଚାହିଁ ଛିଙ୍କ କିମ୍ବା କାଶନ୍ତୁ ନାହିଁ । ସିଜନାଲ୍ ଫ୍ଲୁ ପାଇଁ ଫ୍ଲୁଟିକା ପ୍ରତିବର୍ଷ ବର୍ଷାଋତୁ ପୂର୍ବରୁ ନେଇପାରିବେ । ଅତିକମ୍ ବୟସର ଶିଶୁ, ଆଲର୍ଜି ଓ ପୁଷ୍ଟିହୀନ ପିଲାଙ୍କ ପାଇଁ ଏହା ନିହାତି ଜରୁରୀ ।
ଏହା ସାଧାରଣତଃ ଦୂଷିତ ଜଳ ଓ ଖାଦ୍ୟ ଦ୍ଵାରା ବ୍ୟାପିଥାଏ । ଏହାର ଲକ୍ଷଣ ଜ୍ଵର, ପତଳା ଝାଡା, ବାନ୍ତି, କମ୍ ପରିସ୍ରା, ପେଟ ଫମ୍ପାଇବା । ଏଥିରେ ଶରୀରର ଜଳୀୟ ଅଂଶ କମିବା ଦ୍ଵାରା କିଡନୀ ଉପରେ ପ୍ରଭାବ ପଡିଥାଏ । ଓଆରଏସ୍ ବାରମ୍ବାର ଅଳ୍ପ ଅଳ୍ପ ପରିମାଣରେ ପିଇ ଜଳୀୟ ଅଂଶ ବଜାୟ ରଖିବା ଏହି ରୋଗର ମୁଖ୍ୟ ଚିକିତ୍ସା ।
ଲାଳରକ୍ତ ଝାଡ଼ାର ଲକ୍ଷଣ
ଜ୍ଵର, ମୁଣ୍ଡବିନ୍ଧା, ପେଟକାଟିବା, ଅଳ୍ପ ଅଳ୍ପ ପରିମାଣରେ ବାରମ୍ବାର ଲାଳରକ୍ତ ଝାଡା ହେବା ସହ ହାଲିଆ ଲାଗିଥାଏ । ଏହା ସାଧାରଣତଃ ବ୍ୟାକ୍ଟେରିଆ ଦ୍ଵାରା ହୋଇଥାଏ । ଓଆରଏସ୍ ଓ ଆଣ୍ଟିବାୟୋଟିକ୍ ଏହାର ମୁଖ୍ୟ ଚିକିତ୍ସା ।
ଜ୍ଵର, ମୁଣ୍ଡବିନ୍ଧା, ବାନ୍ତି, ପେଟକାଟିବା, ଅତି ଦୁର୍ଗନ୍ଧ ଖଇରିଆ ରଙ୍ଗର ଝାଡା (ପ୍ୟାନରୁ ସହଜରେ ନଛାଡିବା) ହୋଇଥାଏ । ଓଆରଏସ୍ ଓ ମେଟ୍ରୋନିଡାଜୋଲ ଏହାର ମୁଖ୍ୟ ଚିକିତ୍ସା ।
ଜ୍ଵର ଧୀରେ ଧୀରେ ଅଧିକରୁ ଅଧିକତର ହେବା, ପେଟ ଫମ୍ପାଇବା, ଜିଭ ଉପରେ ଧଳା ପରସ୍ତ ଦେଖାଦେବା, ଭୋକ ନ ହେବା, ହାଲିଆ ଲାଗିବା, ପିଲାଙ୍କର ସମୟ ସମୟରେ ପତଳା ଝାଡା ହେବା ଏହାର ଲକ୍ଷଣ । ସାଲମେଲା ବ୍ୟାକ୍ଟେରିଆ ଏହାର କାରକ ଜୀବାଣୁ । ସାଧାରଣ ଭାବେ ଜ୍ଵର ୪/୫ ଦିନ ନ ଛାଡିବା ବା ବିନା ଥଣ୍ଡା, କାଶରେ ଜ୍ଵର ଲାଗି ରହିଲେ ଏହି ରୋଗକୁ ସନ୍ଦେହ କରାଯାଏ । ଉତ୍ତମ ଖାଦ୍ୟ, ଓଆରଏସ୍ ଓ ଆଣ୍ଟି ବାୟୋଟିକ୍ କୋର୍ସ ୧୦ – ୧୪ ଦିନ ର୍ହାର ଚିକିତ୍ସା ଅଟେ ।
ସାଧାରଣତଃ ହେପାଟାଇଟସ୍ ‘ଏ’ ବା ‘ଇ’ ଦ୍ଵାରା ଏହା ହୋଇଥାଏ । ଜ୍ଵର ହେବା, ବାନ୍ତି ବାନ୍ତି ଲାଗିବା, ବିଲକୁଲ ଭୋକ ନ ଲାଗିବା, ହାଲିଆ ଲାଗିବା, ପରିସ୍ରା ହଳଦିଆ ହେବା, ଧୀରେ ଧୀରେ ଆଖି ଓ ଦେହ ହଳଦିଆ, ଡାହାଣପଟ ପେଟ କାଟିବା ଓ ଦରଜ ହେବା ଏହି ରୋଗର ଲକ୍ଷଣ । ଏହାର କୌଣସି ନିର୍ଦ୍ଧିଷ୍ଟ ଚିକିତ୍ସା ନାହିଁ । ବିଶ୍ରାମ, ଗ୍ଲୁକୋଜ ପାଣି, କମ୍ ପ୍ରୋଟିନ ଓ ସ୍ନେହସାରଯୁକ୍ତ ଖାଦ୍ୟ, ଭିଟାମିନ୍ ଏହାର ସଫଳ ଚିକିତ୍ସା । ଅତ୍ୟଧିକ ଶୋଇ ରହିବା ଓ ରାତିରେ ନିଦ ନ ହେବା, ଦେହ ଅତ୍ୟଧିକ ହଳଦିଆ ହେବା ଓ ଅତ୍ୟଧିକ ବାନ୍ତି ରୋଗ ମାରାତ୍ମକ ଦିଗରେ ଗତି କରୁଥିବାର ଲକ୍ଷଣ । ଏଥିରେ ପିଲାକୁ ହସ୍ପିଟାଲରେ ରଖି ଚିକିତ୍ସା କରିବା ଉଚିତ୍ ।
ବିନା ଥଣ୍ଡା କାଶରେ ଜ୍ଵର ହେବା, ମୁଣ୍ଡ ବିନ୍ଧିବା, ବାନ୍ତି ହେବା, ଶୀତକମ୍ପ ହୋଇ ଜ୍ଵର ଆସିବା ଆଦି ମ୍ୟାଲେରିଆ ସାଧାରଣତଃ ଶିଶୁମାନଙ୍କରଠାରେ ଅଧିକ ମାରାତ୍ମକ ହୋଇଥାଏ । ତେଣୁ ମ୍ୟାଲେରିଆପ୍ରବଣ ଅଞ୍ଚଳରେ ରହୁଥିବା ଶିଶୁର ପ୍ରତ୍ୟକ ଜ୍ଵରରେ ମ୍ୟାଲେରିଆ ପରୀକ୍ଷା କରାଇନେବା ଉଚିତ୍ ।
ଅଧିକ ଜ୍ଵର ହେବା, ମୁଣ୍ଡ ଅତ୍ୟଧିକ ବିନ୍ଧା, ଗୋଡହାତ ଓ ଅଣ୍ଟା ବିନ୍ଧା, ଜ୍ଵରର ପ୍ରଥମ ଦିନରୁ ଅଧିକ ହାଲିଆ ଲାଗିବା, ବାନ୍ତି ଲାଗିବା, ଦେହରେ ଲାଲ୍ ଲାଲ୍ ଛୋଟ ଛୋଟ ଦାଗ ଦେଖାଯିବା ଏହାର ଲକ୍ଷଣ । ଏହାର କୌଣସି ନିର୍ଦ୍ଧିଷ୍ଟ ଚିକିତ୍ସା ନାହିଁ । ଓଆରଏସ୍ ଓ ପାରାସିଟାମଲ୍ ଏହାର ମୁଖ୍ୟ ଚିକିତ୍ସା । ସାଧାରଣତଃ ୪/୫ ଦିନ ପରେ ଏହା ମାରାତ୍ମକ ରୂପ ନେଇପାରେ । ତେଣୁ ବିନା ଥଣ୍ଡାକାଶରେ ପ୍ରବଳ ମୁଣ୍ଡବିନ୍ଧା ସହ ଜ୍ଵର ଓ ବାନ୍ତି ହେଉଥିଲେ ମ୍ୟାଲେରିଆ ଓ ଡେଙ୍ଗୁ ପରୀକ୍ଷା କରାଇ ନେବା ଉଚିତ୍ ।
ଏହା ଅତିକ୍ଷୁଦ୍ର (ଖାଲି ଆଖିକୁ ଦେଖାଯାଉ ନ ଥିବା) ଟିଙ୍କଜାତୀୟ ପୋକ କାମୁଡିବା ଦ୍ଵାରା ହୋଇଥାଏ । ଜ୍ଵର ଧୀରେ ଧୀରେ ବଢିବା ଓ ଯକୃତ ବଢିବା ଶରୀରରେ ସିଗାରେଟ ଚେଙ୍କା ପରି ପୋକ ବା ଦାଗ ଦେଖାଯିବା ଏବଂ କୌଣସି କମନ୍ ଆଣ୍ଟିବାୟୋଟିକ୍ ଏହି ଜୀବାଣୁ ଉପରେ କାଟୁ ନ କରିବା ଏହି ରୋଗର ଲକ୍ଷଣ । ଆଜିଥ୍ରୋମାଇସିନ ଓ ଡକ୍ସିସାଇକ୍ଲିନ ଏହି ରୋଗପାଇଁ ଉପଯୁକ୍ତ ଆଣ୍ଟିବାୟୋଟିକ୍ । ଉପଯୁକ୍ତ ସମୟରେ ରୋଗ ଚିହ୍ନଟ ଓ ଚିକିତ୍ସା ନ କଲେ ଏହି ଜୀବାଣୁ ମଣିଷର ସବୁ ଅଙ୍ଗକୁ ପ୍ରଭାବିତ ଓ ନିଷ୍କ୍ରିୟ କରିପାରେ ।
ବର୍ଷାଋତୁ ଆରମ୍ଭ ହେବାର ୧୦-୧୫ ଆଗରୁ ଆଣ୍ଟି ଆଲର୍ଜିକ ଔଷଧ ବ୍ୟବହାର କରନ୍ତୁ । ଯଥା :- ମଣ୍ଟେଲ୍ୟୁକାଷ୍ଟ ଆଲର୍ଜିର ଉପଶମ ପାଇଁ ହିନହେଲର, କଫ୍ ସିରଫ, ସ୍କିନ ଲୋଶନ ନିଜ ପାଖରେ ରଖନ୍ତୁ ଓ ଏହାର ଉପଯୁକ୍ତ ବ୍ୟବହାର କରନ୍ତୁ । ଅତି ଥଣ୍ଡାପାଣିରେ ଗାଧୋଇବା ଥଣ୍ଡା, ପାନୀୟ, ଆଇଷକ୍ରିମ ଆଦି ଖାଇବା ଓ ବର୍ଷାରେ ଭିଜିବା ଆଡିକୁ ଆଭଏଡ କରନ୍ତୁ ।
ଯାଦୁ, ଫୁଲଛଉ ଏହି ସମୟରେ ଅଧିକ ହୋଇଥାଏ । ଶୁଖିଲା ପୋଷାକ ପିନ୍ଧିବା, ପ୍ରତିଦିନ ଗାଧୋଇବା, ଝାଳ ପୋଛିବା ସଙ୍ଗେ ସଙ୍ଗେ ବଦଳାଇଲେ ଏହା ହୁଏ ନାହିଁ । ପିଲାଙ୍କ ଶରୀରର ଭାଙ୍ଗକୁ ସଫା ଶୁଖିଲା ରଖନ୍ତୁ । ଟରବେନାଫିନ, କ୍ଲୋଟ୍ରିମାଜୋଲ କ୍ରିମ କିମ୍ବା ଡଷ୍ଟିଙ୍ଗ ପାଉଡର ଏହାର ଚିକିତ୍ସା ପାଇଁ ବ୍ୟବହାର କରାଯାଇପାରେ ।
ଉପରୋକ୍ତ ରୋଗଗୁଡିକ ପାଇଁ ସାଧାରଣ ପ୍ରତିକାର
ବିଶେଷ ଦ୍ରଷ୍ଟବ୍ୟ
ମ୍ୟାଲେରିଆ ଓ ଡେଙ୍ଗୁର କୌଣସି ନିର୍ଦ୍ଧିଷ୍ଟ ଟିକା ନାହିଁ । ଏହା ଜଲ୍ଦି ମାରାତ୍ମକ ରୂପ ଧାରଣ କରେ । ତେଣୁ ଏଥିପ୍ରତି ସତର୍କ ରହିବା ଜରୁରୀ ।
ସାଧାରଣତଃ ବର୍ଷାଦିନେ ପିଲାମାନଙ୍କୁ ଥଣ୍ଡା, ଜ୍ଵର, କାଶ, ଝାଡାବାନ୍ତି ପରି ସମସ୍ୟା ଦେଖାଦେଇଥାଏ । ଏହି ସମୟରେ ମା’ ମାନେ କିପରି ସତର୍କ ରହିବା ଦରକାର ସେ ସମ୍ପର୍କରେ –
ବର୍ଷାଦିନେ ଜଣ୍ଡିସ୍ ବା ଡାଇରିଆ ଖୁବ ଶୀଘ୍ର ବ୍ୟାପିଥାଏ । ପିଲାଙ୍କୁ ପାଣି ଫୁଟାଇ ପିଇବାକୁ ଦେବା ସହ ବାହାର ଖାଦ୍ୟ ଯେପରିକି ଦହିବରା, ଗୁପଚୁପ୍ ଆଦି ଖାଇବାକୁ ଦିଅନ୍ତୁ ନାହିଁ । ଘର ଚାରିପଟେ ପାଣି ଜମାହୋଇ ରହିଲେ ମଶା ବଂଶ ବୃଦ୍ଧି ହୋଇଥାଏ । ତେଣୁ ସେସବୁ ସ୍ଥାନକୁ ପରିଷ୍କାର ରଖନ୍ତୁ । ଘର ଚତୁଃପାର୍ଶ୍ଵରେ କୌଣସି ଭଙ୍ଗା ଟିଣ ସାମଗ୍ରୀ ରଖନ୍ତୁ ନାହିଁ । କାରଣ ଏଥିରେ ପାଣି ଜମି ରହିବା ଦ୍ଵାରା ଖୁବ ଶୀଘ୍ର ମଶା ବୃଦ୍ଧି ପାଇଥାନ୍ତି । ଡେଙ୍ଗୁ ଜ୍ଵର ମାରାତ୍ମକ ହୋଇଥିବାରୁ ସଚେତନ ରହିବା ଆବଶ୍ୟକ । ଏହି ଦିନେ ଥଣ୍ଡା, ଜ୍ଵର, କାଶ ଝାଡାବାନ୍ତି ହୋଇଥାଏ । ଏଥିପ୍ରତି ସଚେତନ ରହିବା ଆବଶ୍ୟକ । ଏହିଦିନେ ଥଣ୍ଡା, ଜ୍ଵର, କାଶ, ଝାଡାବାନ୍ତି ହୋଇଥାଏ । ଏଥିପ୍ରତି ସଚେତନ ରହିବା ଆବଶ୍ୟକ । କେତେକ ଘର ସନ୍ତସନ୍ତିଆ ରହିବାରୁ ଜୀବାଣୁ ବୃଦ୍ଧି ପାଇଥାଏ । ଘରଦ୍ଵାର ସବୁବେଳେ ସଫାସୁତୁରା ରଖନ୍ତୁ । ପନିପରିବା ଆଣିବା ପରେ ତାକୁ ଭଲଭାବେ ଧୁଅନ୍ତୁ । କାରଣ ଏଥିରେ ବହୁ ଜୀବାଣୁ ରହିଥାଏ । ବର୍ଷାଦିନେ ସାଧାରଣତଃ ଲୁଗାପଟା ଶୀଘ୍ର ସୁଖି ନ ଥାଏ । ଏପରି ପୋଷାକ ପିଲାଙ୍କୁ ପିନ୍ଧାଇଲେ ଶରୀର ଖୁବ ଶୀଘ୍ର ଇନଫେକସନ୍ ହେବାର ଆଶଙ୍କା ଥାଏ।
ସଂଗୃହୀତ –
Last Modified : 1/26/2020