ନବଜାତ ଶିଶୁ
- ଶିଶୁକୁ ଉଷୁମ ରଖନ୍ତୁ ।
- ନବଜାତ ଶିଶୁକୁ ଜନ୍ମର ୧ ଘଣ୍ଟା ଭିତରେ ସ୍ତନ୍ୟପାନ କରାନ୍ତୁ ।
- ୭ ମାଡ ପର୍ଯ୍ୟନ୍ତ କେବଳ ମା’ କ୍ଷୀର ଦିଅନ୍ତୁ ।
- ପ୍ରଥମ ୭ ଦିନ ପର୍ଯ୍ୟନ୍ତ ଶିଶୁକୁ ଗାଧୋଇ ଦିଅନ୍ତୁ ନାହିଁ ।
- ନାହିକୁ ଶୁଖିଲା ରଖନ୍ତୁ ।
- ଅସୁସ୍ଥ ଲୋକଠାରୁ ନବଜାତ ଶିଶୁକୁ ଦୂରେଇ ରଖନ୍ତୁ ।
- ଶିଶୁର ଜନ୍ମ ପରେ ତାକୁ ଓଜନ କରାନ୍ତୁ ।
- ଯଦି ଶିଶୁର ଓଜନ ୨.୫ କିଲୋଗ୍ରାମରୁ କମ୍ ହୋଇଥାଏ ତେବେ ତା’ର ଅଧିକ ଯତ୍ନ ନିଅନ୍ତୁ ।
ନିମ୍ନଲିଖିତ ବିପଦ ଲକ୍ଷଣ ଦେଖାବେଲେ ସ୍ୱାସ୍ଥ୍ୟ କର୍ମକର୍ତ୍ତାଙ୍କ ସହିତ ଯୋଗାଯୋଗ କରନ୍ତୁ ।
- ଶିଶୁ ଯଦି ମା’ କ୍ଷୀର ଟାଣୁଆ ନଥିବ କିମ୍ବା ଖାଉ ନଥିବ ।
- ଶିଶୁ ଯଦି ନ କାନ୍ଦେ / ନିଃଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ କରେ ।
- ଯଦି ପାଦ ଓ ହାତ ପାପୁଲି ହଳଦିଆ ହୋଇଯାଏ ।
- ଶିଶୁଜ୍ଵର ହୋଇଥିଲେ ।
- ଝାଡାରେ ରକ୍ତ ପଡିଥାଏ ।
- ବାତ ମାରୁଥାଏ କିମ୍ବା କିଛି ଜନ୍ମଗତ ଦୋଷ ଥାଏ ।
- ଯଦି ଶିଶୁ ନିସ୍ତେଜ କିମ୍ବା ଅଚେତ ହେଲା ପରି ଲାଗୁଥାଏ ।
0 - ୩ ମାସ
- ଶିଶୁ ଜନ୍ମ ପରେ ସଙ୍ଗେ ସଙ୍ଗେ ସ୍ତନ୍ୟପାନ ଆରମ୍ଭ କରନ୍ତୁ ।
- କଷକ୍ଷୀର ନିଶ୍ଚିୟ ପିଆନ୍ତୁ ।
- ଜନ୍ମରୁ 6 ମାସ ପର୍ଯ୍ୟନ୍ତ ଶିଶୁକୁ କେବଳ ସ୍ତନ୍ୟପାନ କରାନ୍ତୁ ଅନ୍ୟ କୌଣସି ତରଳ ଖାଦ୍ୟ ଏପରିକି ପାଣି ମଧ୍ୟ ପିଆନ୍ତୁ ନାହିଁ ।
- ଶିଶୁ ଯେତେଥର ସ୍ତନ୍ୟପାନ କରିବାକୁ ଚାହୁଁଛି ତାକୁ ଦିଅନ୍ତୁ ।
ଆପଣ କ’ଣ କରିପାରିବେ ?
- ଶିଶୁ ଆଡକୁ ଚାହିଁ ହସନ୍ତୁ, ଶିଶୁର ଆଖିକୁ ଚାହାଁନ୍ତୁ ଓ ତା’ ସହିତ କଥାବାର୍ତ୍ତା କରନ୍ତୁ ।
- ଶିଶୁ ଦେଖିବା ଶିଶୁ ବା, ଅନୁଭବ କରିବା ଏବଂ ଏକଡ ସେକଡ ହେବା ପାଇଁ ତାକୁ ସୁବିଧା କରନ୍ତୁ ।
ଶିଶୁ କ’ଣ କରିପାରିବ ?
- ୩ ମାସ ବେଳକୁ ଅଧିକାଂଶ ଶିଶୁ କଥା ଶୁଣି ହସନ୍ତି ।
- ରିବନ ଦେଖି ଧରିବାକୁ ହାତ ବଢନ୍ତି ।
- ଶବ୍ଦ କରିବା ଆରମ୍ଭ କରନ୍ତି ।
୩ -୬ ମାସ
ଆପଣ କ’ଣ କରିପାରିବେ ?
- ଶିଶୁକୁ ଆକର୍ଷଣୀୟ ରଙ୍ଗର ବସ୍ତୁ ଦେଖନ୍ତୁ ଯାହାକୁ ଦେଖି ସେ ଧରିବା ପାଇଁ ଚେଷ୍ଟା କରିବ ।
- ଶିଶୁସହିତ କଥାବାର୍ତ୍ତା ହୁଅନ୍ତୁ ଏବଂ ତାକୁ ଉତ୍ତର ଦିଅନ୍ତୁ । ଶବ୍ଦ ଏବଂ ଭାବଭଙ୍ଗାରେ ଶିଶୁ ସହିତ କଥାବାର୍ତ୍ତା କରନ୍ତୁ ।
ଶିଶୁ କ’ଣ କରିପାରିବ ?
- ୬ ମାସ ବେଳକୁ ଅଧିକାଂଶ ଶିଶୁ କୋଳରେ ସିଧା ବସାଇଲେ ମୁଣ୍ଡ ସ୍ଥିର କରି ବସନ୍ତି ।
- ଶବ୍ଦ ଶୁଣିଲେ ମୁଣ୍ଡ ବୁଲାନ୍ତି ।
- ଜିନିଷ ଗୁଡିକୁ ଧରିବା ପାଇଁ ହାତ ବଢାନ୍ତି ।
୬-୧୨ ମାସ
ଆପଣ କ’ଣ କରିପାରିବେ ?
- ଶିଶୁକୁ ଆକର୍ଷଣୀୟ ରଙ୍ଗର ବସ୍ତୁ ଦେଖାନ୍ତୁ ଯାହାକୁ ଦେଖି ସେ ଧରିବା ପାଇଁ ଚେଷ୍ଟା କରିବ ।
- ଶିଶୁ ସହିତ କଥାବାର୍ତ୍ତା ହୁଅନ୍ତୁ ଏବଂ ତାକୁ ଉତ୍ତର ଦିଅନ୍ତୁ । ଶବ୍ଦ ଏବଂ ଭାବଭଙ୍ଗୀରେ ଶିଶୁ ସହିତ କଥାବାର୍ତ୍ତା କରନ୍ତୁ ।
ଶିଶୁ କ’ଣ କରିପାରିବ ?
- ୬ ମାସ ବେଳକୁ ଅଧିକାଂଶ ଶିଶୁ କୋଳରେ ସିଧା ବସାଇଲେ ମୁଣ୍ଡ ସ୍ଥିର କରି ବସନ୍ତି ।
- ଶବ୍ଦ ଶୁଣିଲେ ମୁଣ୍ଡ ବୁଲାନ୍ତି ।
- ଜିନିଷ ଗୁଡିକୁ ଧରିବା ପାଇଁ ହାତ ବଢାନ୍ତି ।
୬-୧୨ ମାସ
ଆପଣ କ’ଣ କରିପାରିବେ ?
- ଶିଶୁକୁ ୬ ମାସ ପରେ ଅଳ୍ପ ମାତ୍ରାରେ ନରମ ଶସ୍ୟଜାତୀୟ ଖାଦ୍ୟ, ଡାଲି, ସବୁଜ ପନିପରିବା ଓ ଫଳକୁ ଚକଟିକରି ଖାଇବାକୁ ଦେବା ଆରମ୍ଭ କରନ୍ତୁ ।
- ଆସ୍ତେ ଆସ୍ତେ ଖାଦ୍ୟ ପରିମାଣ ବଢନ୍ତୁ ଅଧିକ ଥର ଖାଦ୍ୟ ଦେବା ସହିତ କ୍ରମଶଃ ବହଳିଆ ଖାଦ୍ୟ ଦିଅନ୍ତୁ ।
- ଶିଶୁକୁ ଭୋକ ହେବାର ଲକ୍ଷଣ ଜାଣି ତାକୁ ସେହି ଅନୁସାରେ ଖାଦ୍ୟ ଖାଇବାକୁ ଦିଅନ୍ତୁ ।
- ଶିଶୁକୁ ଦିନରେ ୪-୫ ଥର ଖାଦ୍ୟ ଖାଇବାକୁ ଦିଅନ୍ତୁ ଏବଂ ସ୍ତନ୍ୟପାନ ମଧ୍ୟ କରାନ୍ତୁ ।
- ଆପଣଙ୍କ ଶିଶୁକୁ ସଫା ଏବଂ ସୁରକ୍ଷିତ ତଥ୍ୟ ଶବ୍ଦ ହେଲା ଭଳି ଜିନିଷମାନ / ବସ୍ତୁ ଧରିବାକୁ ଦିଅନ୍ତୁ ।
- ଶିଶୁ ସହିତ ଆଖି ବନ୍ଦ କରି ଖେଳ ଖେଳନ୍ତୁ । ଶିଶୁକୁ ଜିନିଷ / ବସ୍ତୁ ଏବଂ ଲୋକମାନଙ୍କର ନାମ କୁହନ୍ତୁ ।
ଶିଶୁ କ’ଣ କରିପାରିବ ?
- ଅଧିକାଂଶ ଶିଶୁ ୯ ମାସ ବେଳକୁ ଲେଉଟିକି ଉଠି ବସନ୍ତି ।
- ଆଙ୍ଗୁଠି ଦ୍ଵାରା ଛୋଟ ଛୋଟ ଜିନିଷ ଧରି ଉଠାନ୍ତି ।
- ବିନା ସାହାଯ୍ୟରେ ତଳେ ବସନ୍ତି ।
- ଅଧିକାଂଶ ଶିଶୁ ୧ ବର୍ଷ ହେଲେ ବିନା ସାହାଯ୍ୟରେ ଭଲ ଭାବରେ ଠିଆ ହୋଇ ପାରନ୍ତି।
- ହାତ ହଲାଇପାରନ୍ତି ।
- ବାପା, ମା’ କହିପାରନ୍ତି ।
୧ ବର୍ଷରୁ ୨ ବର୍ଷ
ଆପଣ କ’ଣ କରିପାରିବେ ?
- ଶିଶୁକୁ ବିଭିନ୍ନ ପ୍ରକାର ଖାଦ୍ୟ ସହିତ ଘରୋଇ ଖାଦ୍ୟ ଯଥା ଭାତ, ରୁଟି, ସବୁଜ ପନିପରିବା ଯଥା ଶାଗ, କମଳା ଓ ହଳଦିଆ ରଂଗର ଫଳ, ଡାଲି ଏବଂ ଏବଂ କ୍ଷୀରରୁ ପ୍ରସ୍ତୁତ ଖାଦ୍ୟ ଖାଇବାକୁ ଦିଅନ୍ତୁ ।
- ଶିଶୁକୁ ଦିନରେ ୫ ଥର ପର୍ଯ୍ୟନ୍ତ ଖାଇବାକୁ ଦିଅନ୍ତୁ ।
- ଶିଶୁକୁ ଅଲଗା ପାତ୍ରରେ ଖାଇବାକୁ ଦିଅନ୍ତୁ ଏବଂ ସେ କେତେ ପରିମାଣର ଖାଦ୍ୟ ଖାଉଛି ଲକ୍ଷ ରଖନ୍ତୁ ।
- ଶିଶୁ ଖାଇବା ସମୟରେ ତା’ ନିକଟରେ ବସନ୍ତୁ ଏବଂ ଚେଷ୍ଟା କରନ୍ତୁ ଯେପରି ଦେଇଥିବା ସମସ୍ତ ଖାଦ୍ୟ ସେସ କରେ ।
- ଶିଶୁ ୨ ବର୍ଷ କିମ୍ବା ତା’ ଠାରୁ ଅଧିକ ପର୍ଯ୍ୟନ୍ତ ମା’ କ୍ଷୀର ଦିଅନ୍ତୁ ।
- ଶିଶୁକୁ କିଛି ଜିନିଷ ଦିଅନ୍ତୁ ଯାହାକୁ ସେ ଏକାଠି କରି ରଖିବ, ସେସବୁକୁ ଉଠାଇ ଗୋଟିଏ ପାତ୍ରରେ ରଖିବ ଏବଂ ପୁଣି ଥରେ ପାତ୍ରରୁ କାଢି ତଳେ ସେଗୁଡିକୁ ରଖିବ ।
- ଶିଶୁ ସହଜ ଏବଂ ସରଳ ପ୍ରଶ୍ନ ପଚାରନ୍ତୁ ତା’ର କଥା କହିବାର ପ୍ରୟୋସକୁ ଅନୁଭବ କରି ତାକୁ ଉତ୍ତର ଦିଅନ୍ତୁ ।
ଶିଶୁ କ’ଣ କରିପାରିବ ?
- ସାଧାରଣତଃ ବହୁତ ଶିଶୁ ଦେଢବର୍ଷ ବେଳକୁ ନିଜର ଇଛା / ଆବଶ୍ୟକତାକୁ ପ୍ରକାଶ କରିପାରନ୍ତି ।
- ଗୋଡି କପ ଭିତରେ ପକାଇ ପାରନ୍ତି ।
- ଭଲ ଭାବରେ ଚାଲିପାରନ୍ତି ।
- ୨ ବର୍ଷ ବେଳକୁ ଅଧିକାଂଶ ଶିଶୁ ଅନ୍ୟର ସାହାଯ୍ୟରେ ଗୋଟିଏ ଗୋଡରେ ଠିଆ ହୋଇପାରନ୍ତି।
- ଗୋଟିଏ ଶବ୍ଦ କହିବାର ପ୍ରୟାସକୁ ଅନୁଭବ କରି ତାକୁ ଉତ୍ତର ଦିଅନ୍ତୁ ।
ଶିଶୁ କ’ଣ କରିପାରିବ ?
- ସାଧାରଣତଃ ବହୁତ ଶିଶୁ ଦେଢବର୍ଷ ବେଳକୁ ନିଜର ଇଛା / ଅବଶ୍ୟକତାକୁ ପ୍ରକାଶ କରିପାରନ୍ତି।
- ଗୋଡି କପ୍ ଭିତରେ ପକାଇ ପାରନ୍ତି ।
- ଭଲ ଭାବରେ ଚାଲିପାରନ୍ତି ।
- ୨ ବର୍ଷ ବେଳକୁ ଅଧିକାଂଶ ଶିଶୁ ଅନ୍ୟର ସାହାଯ୍ୟରେ ଗୋଟିଏ ଗୋଡରେ ଠିଆ ହୋଇପାରନ୍ତି। ଗୋଟିଏ ଶବ୍ଦ କହି ପାରନ୍ତି।
- ଘରର ଅନ୍ୟାନ୍ୟ କାର୍ଯ୍ୟକୁ ଅନୁକରଣ କରିପାରନ୍ତି ।
୨ ରୁ ୩ ବର୍ଷ
ଆପଣ କ’ଣ କରିପାରିବେ ?
- ଦିନରେ ପାଞ୍ଚଥର ପର୍ଯ୍ୟନ୍ତ ଶିଶୁକୁ ଘରୋଇ ଖାଦ୍ୟ ଦିଅନ୍ତୁ ।
- ଶିଶୁ ନିଜେ ନିଜ ହାତରେ ଖାଇବାରେ ତାକୁ ସାହାଯ୍ୟ କରନ୍ତୁ ।
- ସେ କେତେ ଖାଉଛି ତାକୁ ସାହାଯ୍ୟ କରନ୍ତୁ ।
- ଖାଇବା ପୂର୍ବରୁ ଶିଶୁ ହାତରେ ସାବୁନ ଲଗାଇ ଭଲ ଭାବରେ ହାତକୁ ସଫା କରନ୍ତି ।
- ବସ୍ତୁଗୁଡିକ ଗଣିବାରେ ଏବଂ ସେଥିରେ ଥିବା ପାର୍ଥକ୍ୟ ବିଷୟରେ ଶିଶୁ ଜାଣିବା ପାଇଁ ତାକୁ ସାହାଯ୍ୟ କରନ୍ତୁ ।
- ଶିଶୁ ପାଇଁ ସାଧାରଣ ଖେଳଣା ତିଆରି କରନ୍ତୁ ।
- କଥାବାର୍ତ୍ତା କରିବା ପାଇଁ ଶିଶୁକୁ ଉତ୍ସାହିତ କରନ୍ତୁ ଏବଂ ଶିଶୁର ପ୍ରଶ୍ନର ଉତ୍ତର ଦିଅନ୍ତୁ ଶିଶୁକୁ ଗପ କୁହନ୍ତୁ ଗୀତ ଶୁଣାନ୍ତୁ ଏବଂ ଖେଳ ଶିଖନ୍ତୁ ।
- ଖାଦ୍ୟ ରାଖିବା ପରିଶିବା ଏବଂ ଖାଇବା ପୂର୍ବରୁ କିମ୍ବା ଶୌଚ ହେବା ପରେ ସାବୁନ କିମ୍ବା ପାଉଁଶରେ ହାତ ପରିଷ୍କାର କରି ଧୁଅନ୍ତୁ ।
- ପାନୀୟ ଜଳ,ନଳକୂପ କିମ୍ବା ସୁରକ୍ଷିତ ଜଳ ସ୍ରୋତ ଉତ୍ସରୁ ହିଁ ପାଣି ଆଣି ବ୍ୟବହାର କରିବା ଉଚିତ ପାନୀୟ ଜଳକୁ ସର୍ବଦା ଘୋଡାଇ କରି ଉଚ୍ଚ ସ୍ଥାନରେ ରଖନ୍ତୁ ଏବଂ ପାଣି କାଢିବା ସମୟରେ ହାତ ଡଙ୍କିର ବ୍ୟବହାର କରନ୍ତୁ ।
- ଶିଶୁମଳକୁ ଅତି ସାବଧାନ ସହକାରେ ଏକାଠି କରି ତାକୁ ଶୌଚାଳୟରେ କିମ୍ବା ବାହାରେ ଅନ୍ୟ କୌଣସି ସ୍ଥାନରେ ସୁରକ୍ଷିତ ଉପାୟରେ ନଷ୍ଟ କରିଦିଅନ୍ତୁ । ଶିଶୁକୁ ସଫାସୁତୁରା କରି ସାରିବା ପରେ ନିଜର ହାତକୁ ସାବୁନରେ ଧୁଅନ୍ତୁ।
ଶିଶୁ କ’ଣ କରିପାରିବ ?
- ଶିଶୁକୁ ଖୁଆଇବା ତା’ ସହିତ ଖେଳିବା ଏବଂ କଥାବାର୍ତ୍ତା ହେବା ଦ୍ଵାରା ଶାରୀରିକ ବୃଦ୍ଧିଓ ବିକାଶ ଭଲ ଭାବେ ହୋଇଥାଏ ।
- ଶିଶୁର ବିକାଶ ଯଦି ଧୀର ହୁଏ ତେବେ ତାକୁ’ ଅଧିକ ଖାଦ୍ୟ ତାହା ସହିତ ଅଧିକ କଥାର୍ତ୍ତା କରନ୍ତୁ, ଏବଂ ଖେଳାନ୍ତୁ । ଏହାପରେ ଯଦି ତା’ର ବିକାଶ ଆଶାନୁରୂପକ ବୁହଏ, ତେବେ ଡାକ୍ତରଙ୍କ ସହିତ ପରାମର୍ଶ କରମନ୍ତୁ ।
- ଶିଶୁ ଅସୁସ୍ଥ ଥିବା ସମୟରେ ମଧ୍ୟ ସ୍ତନ୍ୟପାନ ଜାରି ରଖନ୍ତୁ ।
- ଅସୁସ୍ଥତା ପରେ ଶିଶୁକୁ ଅଧିକ ମାତ୍ରାରେ ଖାଇବାକୁ ଦିଅନ୍ତୁ ।
- ପରିବାର ପାଇଁ ସର୍ବଦା ଆୟୋଡିନଯୁକ୍ତ ଲୁଣ ବ୍ୟବହାର କରନ୍ତୁ ।
- ଅସୁସ୍ଥତା ସମୟରେ ମଧ୍ୟ ଶିଶୁର ସ୍ତନ୍ୟାପାନ ଜାରି ରଖନ୍ତୁ ।
- ଅସୁସ୍ଥାପରେ ଶିଶୁକୁ ଅଧିକ ମାତ୍ରାରେ ଖାଇବାକୁ ଦିଅନ୍ତୁ ।
ସଂଗୃହିତ - ଡା. ବନୋଜ କୁମାର ରାୟ, ଶିଶୁଶଲ୍ୟ ବିଭାଗ, ଶିଶୁଭବନ, କଟକ
Last Modified : 12/10/2019
0 ratings and 0 comments
Roll over stars then click to rate.
© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.