অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସୁରକ୍ଷା ପାଇଁ ଦୁଇ ବୁନ୍ଦା

ଉପକ୍ରମ

ପୋଲିଓ ଏକ ଭୂତାଣୁ ଜନିତ ରୋଗ । ଏହା ୫ ବର୍ଷ ରୁ କମ୍ ଶିଶୁମାଙ୍କୁ ଅଧିକ ସଂକ୍ରମଣ କରେ । ଏହି ରୋଗକୁ ଦୂର କରିବା ପାଇଁ ଭାରତ ସରକାର ପୋଲିଓ ବୁନ୍ଦା ଅଭିଯାନ ଚାଲୁ ରଖିଛନ୍ତି । ଯଦିଓ ଭାରତ ପୋଲିଓ ମୁକ୍ତ ଦେଶ ଭାବେ ପରିଗଣିତ, ତଥାପି ବାହାର ଦେଶରୁ ଏହି ଭୂତାଣୁ ଆସି ସଂକ୍ରମଣ କରିପାରନ୍ତି।

ପୋଲିଓ ବା ପୋଲିଓମାୟଲେଟିସ୍ ଏକ ଭୂତାଣୁ ଜନିତ ରୋଗ । ପୋଲିଓ ନାମକ ଭୂତାଣୁରୁ ଏହି ରୋଗ ବ୍ୟାପୁଥିବାରୁ ଏହି ରୋଗର ନାମ ପୋଲିଓ ରଖାଯାଇଛି । ଏହି ଭୂତାଣୁ ଅନ୍ତନଳୀର ଜୀବକୋଷକୁ ସଂକ୍ରମଣ କରେ । ସବୁ ବର୍ଗର ଲୋକମାନଙ୍କୁ ଏହି ଭୂତାଣୁ ସଂକ୍ରମଣ କରୁଥିଲେ ବି ବିଶେଷ କରି ୫ ବର୍ଷରୁ ବୟସର ଶିଶୁମାଙ୍କୁ ଏହି ଭୂତାଣୁ ଅଧିକ ସଂକ୍ରମଣ କରିଥାଏ । ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ସର୍ଭେ ଅନୁଯାୟୀ ୨୦୦ ଜଣ ପୋଲିଓ ସଂକ୍ରମଣ ଲୋକଙ୍କ ମଧ୍ୟରୁ ଜଣେ ଦୀର୍ଘସ୍ଥାୟୀ ପାରାଲିସିସ୍ ର ଶିକାର ହୋଇଥାଏ । ଅର୍ଥାତ୍ ଉକ୍ତ ବ୍ୟକ୍ତିର ପାରାଲିସିସ୍ ଅଙ୍ଗ ଜୀବନସାରା ଅଚଳ ତଥା ଦିବ୍ୟାଙ୍ଗ ରହେ । ପୋଲିଓ ବୁନ୍ଦା ଯୋଗୁଁ ଏହି ସମସ୍ୟାର ସମାଧାନ ଧୀରେ ଧୀରେ ହୋଇପାରୁଛି । ପୋଲିଓ ବୁନ୍ଦା ଅଭିଯାନ ପରେ ୨୦୧୦ ରେ ବିଶ୍ଵସ୍ୱାସ୍ଥ୍ୟ ସଂଗଠନର ସର୍ଭେରୁ ଜଣାପଡିଲା ପୋଲିଓ ବୁନ୍ଦା ନେବା ପରେ ପୋଲିଓ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି । ଏଣୁ ସମ୍ପୁର୍ଣ୍ଣ ଭାବେ ବିଶ୍ୱକୁ ପୋଲିଓ ମୁକ୍ତ କରିବା ଉଦ୍ଦେଶ୍ୟରେ ବିଶ୍ଵସାରା ଜୀବନ ସୁରକ୍ଷା ପାଇଁ ପ୍ରତିଥର ଦୁଇ ବୁନ୍ଦା ପୋଲିଓ ଅଭିଯାନ ଚାଲୁ ରହିଛି ।

କେମିତି ବ୍ୟାପେ ପୋଲିଓ

ବିଶେଷ କରି ପୋଲିଓ ଭୂତାଣୁ ପାଟି ବଟେ ଖାଦ୍ୟ ନାଲି ପଟେ ହିଁ ସଂକ୍ରମଣ କରେ । ଏହି ଜଣଙ୍କ ଠାରୁ ଅନ୍ୟ ଜଣକୁ ବ୍ୟାପେ । ପୋଲିଓ ଆକ୍ରାନ୍ତ ବ୍ୟକ୍ତି ବା ଶିଶୁର ଶରୀର ରୁ ମଳ ଦେଇ ପୋଲିଓ ଭୂତାଣୁ ବାହାରକୁ ଆସନ୍ତି । ଏହା ଖାଦ୍ୟ ଓ ଜଳ ମାଧ୍ୟମରେ ଅନ୍ୟ ଲୋକମାନଙ୍କର ଶରୀରକୁ ପ୍ରବେଶ କରନ୍ତି ଓ ରୋଗ ସୃଷ୍ଟି କରନ୍ତି । ପୋଲିଭାଇରସ୍ ଖାଦ୍ୟାନଳୀ ଦେଇ ଅନ୍ତନଳୀର ଜୀବକୋଷରେ ବସା ବାନ୍ଧନ୍ତି । ଏହାପରେ ବା ବ୍ୟକ୍ତିର ଶରୀରକୁ ଧୀରେ ଧୀରେ ଦିବ୍ୟାଙ୍ଗ କରାଏ । ବିଶେଷ କରିଖାଦ୍ୟଓ ପାନୀୟ ଦ୍ଵାରା ବ୍ୟପିଥାଏ ।

ଅନ୍ୟ କେତେକ ଉପାୟରେ ମଧ୍ୟ ଏହି ରୋଗ ବ୍ୟାପିବାର ସମ୍ଭାବନା ଥାଏ । ଯେପରି -

  • ପୋଲିଓ ଭୂତାଣୁ ସଂକ୍ରମଣ ଅପରିଷ୍କାର ପାଣି ପିଇବା
  • ପୋଲିଓ ଭୂତାଣୁ ସଂକ୍ରମଣ ଅପରିଷ୍କାର ରୁମାଲ ଟିସୁ ପେପର୍ ନାକ ଏବଂ ମୁହଁ ସଂପର୍କରେ ଆଣିବା
  • ପୋଲିଓ ରୋଗରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସହ ଖାଦ୍ୟ ଖାଇବା ଦ୍ଵାରା ବହୁ ସହଜରେ ବ୍ୟାପିଥାଏ।
  • ପୋଲିଓ ରୋଗରେ ଜଣେ ଆକ୍ରାନ୍ତ ହେବା ପରେ ପାରାଲିସିସ୍ ତଥା ଦିବ୍ୟାଙ୍ଗ (ପଙ୍ଗୁ) ହୋଇଯାଏ । ଯଦିଓ ସବୁ କ୍ଷେତ୍ରରେ ଏହା ବ୍ୟକ୍ତିକୁ ଦିବ୍ୟାଙ୍ଗ କରେ ନାହିଁ, ତଥାପି ଭୂତାଣୁ ସଂକ୍ରମଣ ହୋଇଥିବା ପ୍ରତିବ୍ୟକ୍ତି ଠାରେ କିଛି ଲକ୍ଷଣ ଦେଖାଯାଏ ।

ଲକ୍ଷଣ

ସାଧାରଣତଃ ପୋଲିଓ ତିନି ପ୍ରକାରର ଭୂତାଣୁ ଦ୍ଵାରା ବ୍ୟାପୀ ଥାଏ । ସବ୍ କ୍ଲିନିକାଲ ପୋଲିଓ, ନନ୍ ପାରାଲିଟିକ୍ ପୋଲିଓ, ପାରାଲିଟିକ୍ ପୋଲିଓ ଆଦି ତିନି ପ୍ରକାର ପୋଲିଓ ଲକ୍ଷଣ ଦେଖାଯାଏ ।

  1. ସବ୍ କ୍ଲିନିକାଲ
  2. ୭୨ ଘଣ୍ଟା ଭିତରେ ସଂକ୍ରମଣ ବ୍ୟକ୍ତି ବା ଶିଶୁଠାରେ ଏହାରେ ଲକ୍ଷଣ ଦେଖାଯାଏ । ମୁଣ୍ଡବ୍ୟଥା, ଗଳା ସଂକ୍ରମଣ, ସାମାନ୍ୟ ଜ୍ଵର ଦେଖାଯିବା, ବାନ୍ତି ହେବା ଏବଂ ଅସାମାନ୍ୟ ବୋଧ ହେବା ଇତ୍ୟାଦି ଲକ୍ଷଣମାନ ଦେଖାଯାଇଥାଏ ।

  3. ନନ୍ ପାରାଲିଟିକ୍
  4. ଏଥିରେ ଭାଇରାଲ ଲକ୍ଷଣ ଦେଖାଯାଏ । ପ୍ରଥମ ଜ୍ଵର ହୁଏ, ଗଳା ଦରଜ ହୁଏ, ମୁଣ୍ଡବ୍ୟଥା, ବାନ୍ତି ଓ ଥକ୍କା ଲାଗିବା, ନିଶ୍ଵାସ ନେବାରେ କଷ୍ଟ, ପିଠି ଓ ବେକମୂଳରେ ଯନ୍ତ୍ରଣା, ଗୋଡ ଓ ହାତରେ କଷ୍ଟ ହେବା ଏବଂ ମାଂସପେଶୀ ଦୁର୍ବଳ ହୋଇଯିବା ଇତ୍ୟାଦି ।

  5. ପାରାଲିଟିକ୍
  6. ଏହି ଭୂତାଣୁ ଦ୍ଵାରା ବ୍ୟକ୍ତିର  ମାଂସପେଶୀରେ କଷ୍ଟ, ହାତ ଓ ଗୋଡ଼ ଦୁର୍ବଳ ହୋଇଯାଏ, ଅଚାନକ ସ୍ଥାୟୀ କିମ୍ୱା ଅସ୍ଥାୟୀ ପାରାଲିସିସ୍ ଦେଖାଦିଏ ।

ଏହିପରି କିଛି ଲକ୍ଷଣ ଦେଖାଯାଉଥିଲେ ଡାକ୍ତରଙ୍କ ପରାମର୍ଶ କରାଇବା ଜରୁରୀ । ଯଦିଓ ଆମ ଦେଶରେ ନୂଆ ପୋଲିଓ ରୋଗୀ ଦେଖାଯାଉ ନାହାଁନ୍ତି, ତଥାପି କେହି ଏପରି ଲକ୍ଷଣ ଶିକାର ହେଲେ ଡାକ୍ତରଙ୍କ ପରାମର୍ଶ କ୍ରମେ ମଳ ପରୀକ୍ଷା କରି ଜାଣିପାରିବେ ସେ ପୋଲିଓ ଭୂତାଣୁର ଶିକାର କି ନୁହେଁ ।

ପୋଲିଓ ବୁନ୍ଦା କେତେ ସୁରକ୍ଷିତ

ପୋଲିଓ ବୁନ୍ଦା ପ୍ରସ୍ତୁତ ହେବାପରେ ଏହାକୁ ସୁରକ୍ଷିତ ରଖାଯାଏ । ଏହା ଦୀର୍ଘଦିନ ପର୍ଯ୍ୟନ୍ତ ରହିଲେ ମଧ୍ୟନଷ୍ଟ ହୁଏ ନାହିଁ । କାରଣ ଏହାକୁ ଏକ ନିର୍ଦ୍ଦିଷ୍ଟ ତାପମାତ୍ରା ତଥା ମାଇନସ୍ ୨୦ ଡିଗ୍ରୀ ସେଲସିୟସ୍ ଠାରୁ କମ୍ ତାପାମାତ୍ରାରେ ରଖାଯାଏ । ଏଥିପାଇଁ ସ୍ଵତନ୍ତ୍ର ଧରଣର କୋଲ୍ଡ ଚେନ୍ ବ୍ୟବହାର କରାଯାଏ । କୋଲ୍ଡ ଚେନ୍ ହେଉଛି ଏକ ନିର୍ଦ୍ଦିଷ୍ଟ ତାପାମାତ୍ରା ବିଶିଷ୍ଟ ଏକ ଆଇସ୍ ତଥା ବରଫ ବକ୍ସ । ଏଥିରେ ହିଁ ପୋଲିଓ ବୁନ୍ଦାଗୁଡିକୁ ସୁରକ୍ଷିତ ରଖାଯାଏ । ବୁନ୍ଦା ପ୍ରସ୍ତୁତିରୁ ଉପାଯୋଗ ପର୍ଯ୍ୟନ୍ତ ପ୍ରତୀଟି ସ୍ତରରେ ବୁନ୍ଦା ସୁରକ୍ଷିତ ପାଇଁ ରହିଛି କୋଲ୍ଡ ଚେନ୍ ର ବ୍ୟବସ୍ଥା । ଯେହେତୁ ବୁନ୍ଦାରେ ରହିଛି ପୋଲିଓର ଜୀବନ୍ତ ଭୂତାଣୁ, ଏଣୁ ଏହାକୁ ଜୀବନ୍ତ ରଖିବା ପାଇଁ ମଧ୍ୟ ସେହିପରି ବ୍ୟବସ୍ଥା କରାଯାଇଛି । ଏହି କୋଲ୍ଡ ଚେନ୍ ମାଧ୍ୟମ ଯୋଗୁଁ ପୋଲିଓ ଭୂତାଣୁ ମରନ୍ତି ନାହିଁ । କୋଲ୍ଡ ଚେନ୍ ରେ ପୋଲିଓର ଭୂତାଣୁ ମରିଯାଇଛନ୍ତି କି ସୁରକ୍ଷିତ ଅଛନ୍ତି, ଏହାକୁ ଦେଖିଲେ ମଧ୍ୟ ଜାଣିପାରିବେ । କୋଲ୍ଡ ଚେନ୍ ର ଉପଯୁକ୍ତ କାର୍ଯ୍ୟ ଦକ୍ଷତା ଅଛି କି ନାହିଁ, ତାହା ଜଣେ ସାଧାରଣ ଲୋକ ମଧ୍ୟ ଜାଣିପାରିବ । ଏଥିପାଇଁ ଏକ ପ୍ରଦ୍ଧତି ରହିଥାଏ । ଏହାକୁ ଭ୍ୟାକସିନ–ଭାଏଲ– ମନିଟର କୁହାଯାଏ । ପଦ୍ଧତି ଅନୁଯାୟୀ ବାକ୍ସରେ ଏକ ସ୍ଵତନ୍ତ୍ର ଧରଣର ଷ୍ଟିକର ଲାଗିଥାଏ । ଷ୍ଟିକର ବାହାରେ ଓ ଭିତରେ ଦୁଇପ୍ରକାର ରଙ୍ଗ ଥାଏ । ସାଧାରଣତଃ ବାହାର ରଙ୍ଗଟା ଗାଢ୍ ଥାଏ ଓ ଭିତର ରଙ୍ଗଟା ଫିକା ଥାଏ । ଏପରି ଥିଲେ ଜାଣିବେ ଯେ ପୋଲିଓ ବୁନ୍ଦାର କାର୍ଯ୍ୟଦକ୍ଷତା ରହିଛି । ହେଲେ ଯଦି ଭିତର ଓ ବାହାର ରଙ୍ଗ ସମାନ ହୋଇଯାଇଥାଏ କିମ୍ୱା ଭିତର ରଙ୍ଗଟା ଗାଢ୍ ହୋଇଯାଇ ବାହାର ରଙ୍ଗ ଫିକା ହୋଇଯାଏ, ତେବେ ଜାଣିବେ କୋଲ୍ଡ ଚେନ୍ ଠିକ୍ ଭାବରେ କାମ କରିନି । ପୋଲିଓ ବୁନ୍ଦାରେ ଥିବା ଭୂତାଣୁ ମରିଯାଇଛନ୍ତି । ପୋଲିଓ ବୁନ୍ଦା ମଧ୍ୟ ତା’ର କାର୍ଯ୍ୟ ଦକ୍ଷତା ହରାଇଛି । ଏଣୁ ଏହି ବୁନ୍ଦା ଶିଶୁକୁ ଦେବା ଆବଶ୍ୟକ ନାହିଁ । ଯଦିବା ଜାଣିନପାରି ଏହି ବୁନ୍ଦା ଶିଶୁକୁ ଦିଆଯାଏ, ତେବେ ଶିଶୁର କିଛି କ୍ଷତି ହେବନି ବୋଲି ଚିକିତ୍ସକମାନେ ପ୍ରକାଶ କରିଛନ୍ତି ।

ଛୋଟ ଶିଶୁଙ୍କୁ କାହିଁକି ଦିଆଯାଏ ?

ବୟସ୍କ ଲୋକମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଅଧିକ ଏଣୁ ସେମାନଙ୍କୁ ପୋଲିଓ ଭୂତାଣୁ ସଂକ୍ରମଣ କରିପାରେ ନାହିଁ । ହେଲେ ଛୋଟ ଶିଶୁଙ୍କ ଠାରୁ ରୋଗ ପ୍ରତିରୋଧକ ଶକ୍ତି ଖୁବ୍ କମ୍ ଥାଏ, ଏଣୁ ସେମାନଙ୍କୁ ପୋଲିଓ ଭୂତାଣୁ ଖୁବ୍ ଶୀଘ୍ର ସଂକ୍ରମଣ କରେ । ଶିଶୁଟି ଯେତେବେଳେ ମାତୃ ଗର୍ଭରେ ଥାଏ, ମା’ର ରୋଗ ପ୍ରତିରୋଧକ ଶକ୍ତି ଶିଶୁକୁ ସୁରକ୍ଷା ଦେଇଥାଏ । ଏଣୁ ଶିଶୁଟି ଜନ୍ମ ଜନ୍ମ ହେଉ ହେଉ ତା’ର ଜୀବନକୁ ସୁରକ୍ଷା ଦେବା ପାଇଁ ପୋଲିଓ ବୁନ୍ଦା ଦିଆଯାଏ । ଶିଶୁର ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଦୀର୍ଘ ଦିନ ପାଇଁ ବଢାଇବା ଉଦ୍ଦେଶ୍ୟରେ ୫ ବର୍ଷ ପର୍ଯ୍ୟନ୍ତ ତାଙ୍କୁ ପୋଲିଓ ବୁନ୍ଦା ଦିଆଯାଏ ।

ବୁନ୍ଦା ପରିବର୍ତ୍ତେ ଟିକା

ପୋଲିଓ ବୁନ୍ଦା ଅପେକ୍ଷା ଟୀକାରେ ଅଧିକ  ରୋଗ ପ୍ରତିରୋଧର କ୍ଷମତା ଥାଏ ଓ ଅଧିକ ସୁରକ୍ଷିତ । ଏଣୁ ଶିଶୁକୁ ପୋଲିଓ ବୁନ୍ଦା ପରିବର୍ତ୍ତେ ଟିକା ଦିଆଯିବା । ପୋଲିଓ ବୁନ୍ଦା ରୋଗ ପ୍ରତିରୋଧ କରେ ସତ ମାତ୍ର ସମ୍ପୁର୍ଣ୍ଣ ଭାବରେ କରିପାରେ ନାହିଁ । ପୋଲିଓ ବୁନ୍ଦା ନେଲାପରେ ବି ୧ ଲକ୍ଷରୁ ଜଣେ ଦୁଇ ଜଣ ପୋଲିଓ ରୋଗର ଶିକାର ହୋଇଥାନ୍ତି । ବୁନ୍ଦାର ୭୦-୮୦ ପ୍ରତିଶତ କାର୍ଯ୍ୟଦକ୍ଷତା ଥିବାବେଳେ ଟିକାର କାର୍ଯ୍ୟଦକ୍ଷତା ୧୦୦ ପ୍ରତିଶତ । ଏଣୁ ବୁନ୍ଦାଠୁ ଟିକା ଅଧିକ ସୁରକ୍ଷିତ । ଏଥିପାଇଁ ଏବେ ଶିଶୁକୁ ବୁନ୍ଦା ସହିତ ଥରେ ମାତ୍ର ଟିକା ଦିଆଯାଉଛି ।

କେତେଥର ଦିଆଯାଏ

ସାଧାରଣତଃ ଶିଶୁକୁ ୫ ବର୍ଷ ପର୍ଯ୍ୟନ୍ତ ପୋଲିଓ ବୁନ୍ଦା ଓ ଟୀକା ନେବାକୁ ପଡିଥାଏ । ଜନ୍ମ ହେବା ସଙ୍ଗେ ସଙ୍ଗେ ଶିଶୁକୁ ଏହି ବୁନ୍ଦା ଦିଆଯାଏ । ଏହାପରେ ଦେଢ ମାସ ଅଢେଇ ମାସ, ସାଢେ ତିନି ମାସରେ ପୋଲିଓ ବୁନ୍ଦା ଦିଆଯାଏ । ସାଢେ ତିନି ମାସରେ ବୁନ୍ଦା ସହିତ ଏକ ପୋଲିଓ ଟୀକା ଦିଆଯାଏ । ଏହାପରେ ଦେଢ ବର୍ଷ ଓ ୫ ବର୍ଷରେ ଶିଶୁକୁ ଦିଆଯାଏ ପୋଲିଓ ବୁନ୍ଦା ୫ ବର୍ଷ ମଧ୍ୟରେ ପ୍ରତ୍ୟେକ ଶିଶୁକୁ ପୋଲିଓ ବୁନ୍ଦା ଦିଆଯାଏ ।

ପୋଲିଓ ମୁକ୍ତ ଭାରତ

ପୋଲିଓ ପରି ଏକ ମାରାତ୍ମକ ରୋଗକୁ ଦୂର କରିବା ପାଇଁ ଭାରତରେ ପ୍ରଥମେ ୧୯୭୮ ମସିହାରେ ପୋଲିଓ ବୁନ୍ଦା ଅଭିଯାନ ଆରମ୍ଭ ହେଲା । ୧୯୮୪ରେ ଦେଖାଗଲା ଏହି ଅଭିଯାନ ୪୦ ପ୍ରତିଶତ ସଫଳ ହୋଇଛି । ୧୯୮୫ ଭାରତ ସରକାର ନିଷ୍ପତ୍ତି ନେଲେ ଦେଶର ସମସ୍ତ ଜିଲ୍ଲା ଓ ଗ୍ରାମ ମାନଙ୍କର ୫ ବର୍ଷ ମଧ୍ୟର ଶିଶୁକୁ ପୋଲିଓ ବୁନ୍ଦା ଦେବା ପାଇଁ ୧୯୮୮ ବେଳକୁ ଏହି ଅଭିଯାନ ଦେଶରେ ସବୁ ଅଞ୍ଚଳରେ ଶତ ପ୍ରତିଶତ କାର୍ଯ୍ୟ କରିଥିଲା । ଏହାର ପ୍ରଭାବ ଖୁବ୍ ଅଧିକ ଥିଲା । ଫଳରେ ଆଜି ଆମ ଭାରତ ପୋଲିଓ ମୁକ୍ତ ହୋଇପାରିଛି । ୨୦୧୧ ମସିହା ଜାନୁଆରୀ ୧୩ରେ ଶେଷ ଥର ପାଇଁ ଆମ ଦେଶର ପଶ୍ଚିମବଙ୍ଗ ଓ ଗୁଜୁରାଟରେ ନୂଆ ପୋଲିଓ ରୋଗୀ ଚିହ୍ନଟ ହୋଇଥିଲେ । ଏହାପରେ ତିନି ବର୍ଷ ପର୍ଯ୍ୟନ୍ତ ଭାରତରେ ନୂଆ ପୋଲିଓ ରୋଗୀ ଚିହ୍ନଟ ହୋଇନଥିଲେ । ଏହାକୁ ଦୃଷ୍ଟିରେ ରଖି ‘ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ’ ୨୦୧୪, ମାର୍ଚ୍ଚ ୨୭ରେ ଭାରତକୁ ପୋଲିଓ ମୁକ୍ତ ଦେଶ ଭାବେ ପାକିସ୍ତାନ, ଆଫଗାନିସ୍ତାନରେ ୱାଇଲ୍ଡ ପୋଲିଓ ଭୂତାଣୁ ଦେଖାଯାଉଛନ୍ତି  । ଏହା ଭାରତରେ ପ୍ରବେଶ କରିପାରେ ଏଣୁ ପୋଲିଓ ବୁନ୍ଦା ଜାରି ରହିଛି ।

ପୋଲିଓ ବୁନ୍ଦା ମୁତ୍ୟୁର କାରଣ ନୁହେଁ

କେତେକ କ୍ଷେତ୍ରରେ ଅଭିଯୋଗ ଶୁଣିବାକୁ ମିଳେ ପୋଲିଓ ବୁନ୍ଦା ଖାଇବା ପରେ ଶିଶୁ ମୁତ୍ୟୁମୁଖରେ ପଡିଥାନ୍ତି । ହେଲେ ପୋଲିଓ ବୁନ୍ଦା ମୃତ୍ୟୁ କାରଣ ନୁହେଁ । ଏହା ଶିଶୁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ତଥା ପୋଲିଓ ରୋଗ ଭୂତାଣୁ ପ୍ରତିରୋଧ କରିବାରେ ସହାୟକ ହୁଏ । ପୋଲିଓ ବୁନ୍ଦାରେ ଥିବା ଜୀବନ୍ତ ଭୂତାଣୁକୁ କୋଲ୍ଡ ଚେନ୍ ମାଧ୍ୟମରେ ସୁରକ୍ଷିତ ରଖାଯାଏ ଏହା କେବେ ବି ନଷ୍ଟ ହୁଏ ନାହିଁ । ଏଣୁ ଶିଶୁ ଖାଇଲା ପରେ କୌଣସି ଅସୁବିଧାରେ ପଡେ ନାହିଁ । ଯଦି ବା କୌଣସି କାରଣ ବଶତଃ କୋଲ୍ଡ ଚେନ୍ ଠିକ୍ ଭାବରେ କାମ କରିନଥାଏ, ତେବେ ଭୂତାଣୁ ମରି ଯାଇଥାନ୍ତି, ତାହା ହାଲେ ମଧ୍ୟ ଶିଶୁ ଏହାକୁ ଖାଇଲା ପରେ ମୃତ୍ୟୁ ମୁଖରେ ପଡେ ନାହିଁ । କାରଣ ଏହି ଭୂତାଣୁ କେବଳ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଓ ପୋଲିଓ ରୋଗ ଭୂତାଣୁକୁ ପ୍ରତିରୋଧ କରିବାରେ ସହାୟକ ହୁଏ । ଅନ୍ୟ କୌଣସି କ୍ଷତିକରେ ନାହିଁ । ଯେଉଁମାନେ ଭାବୁଛନ୍ତି ଯେ ପୋଲିଓ ବୁନ୍ଦା ଖାଇବା ଦ୍ଵାରା ଶିଶୁ ମୃତ୍ୟୁ ମୁଖରେ ପଡ଼ୁଛନ୍ତି, ଏହା ତାଙ୍କର ଭ୍ରାନ୍ତ ଧାରଣା । ଯଦି ମନରେ ସନ୍ଦେହ ଅଛି, ଶିଶୁ ଅସୁସ୍ଥା ଥିବା ସମୟରେ ପୋଲିଓ ବୁନ୍ଦା ଦିଅନ୍ତୁ ନାହିଁ ।

ଶିଶୁ ପାଇଁ ପୋଲିଓ ବୁନ୍ଦା ଜରୁରୀ

ପୋଲିଓ ବୁନ୍ଦା ଶିଶୁର ସୁରକ୍ଷିତ ଭବିଷ୍ୟତ ଜୀବନ ପାଇଁ ଏକାନ୍ତ ଆବଶ୍ୟକ । ଏଣୁ ପ୍ରତ୍ୟକ ଅଭିଭାବକ ତାଙ୍କ ଶିଶୁଙ୍କୁ ୫ ବର୍ଷ ମଧ୍ୟରେ ପ୍ରତିଥର ଦୁଇ ବୁନ୍ଦା ପୋଲିଓ ଖୁଆଇବା ଦରକାର । କେତେକ ଭାବୁଛନ୍ତି, ପୋଲିଓ ବୁନ୍ଦା ଖାଇବା ଦ୍ଵାରା ଶିଶୁ ମୃତ୍ୟୁ ମୁଖରେ ପଡୁଛନ୍ତି, କିନ୍ତୁ ଏହା ତାଙ୍କର ଭୁଲ୍ ଧାରଣା । ସାରା ଭାରତର ଜନସଂଖ୍ୟାର ୧୪ ପ୍ରତିଶତ ଶିଶୁ ଓ ସେଥିମଧ୍ୟରୁ ୫ ପ୍ରତିଶତ ୫ ବର୍ଷରୁ କମ୍ ବୟସ୍କ ଶିଶୁ । ଏକାଦିନେ ଲକ୍ଷ ଲକ୍ଷ ଶିଶୁ ପୋଲିଓ ବୁନ୍ଦା ଖାଉଛନ୍ତି । ଯଦି ପୋଲିଓ ବୁନ୍ଦା ଶିଶୁକୁ ମରଣ ମୁଖକୁ ଟାଣି ନିଅନ୍ତା, ତେବେ ଗୋଟିଏ ଦିନରେ ଲକ୍ଷ ଲକ୍ଷ ଶିଶୁ ମୃତ୍ୟୁ ମୁଖରେ ପଡନ୍ତେ। କିନ୍ତୁ ଏପରି ପରିସ୍ଥିତି କେତେ ବି ଦେଖାଯାଇ ନାହିଁ । କିନ୍ତୁ ଶିଶୁ ଅସୁସ୍ଥା ଥିଲେ କିମ୍ବା ଅନ୍ୟ କୌଣସି କାରଣବଶତଃ ଶିଶୁର ଜୀବନ ଗଲେ, ଅଭିଭାବକମାନେ ଭାବନ୍ତି ଯେ ପୋଲିଓ ବୁନ୍ଦା ଖାଇଲା ପରେ ଶିଶୁର ଜୀବନ ଗଲା । ଏପରି ଭାବିବା ଉଚିତ୍ ନୁହେଁ, ଶିଶୁକୁ ପ୍ରତିଥର ପୋଲିଓ ବୁନ୍ଦା ଖୁଆନ୍ତୁ । କାରଣ ପୋଲିଓ ପରି ମାରାତ୍ମକ ରୋଗ କେବଳ ପୋଲିଓ ବୁନ୍ଦା ଦ୍ଵାରା ହିଁ ଦୂର କରାଯାଇପାରିବ । ପୋଲିଓ ପାରାଲିସିସ୍ ଠାରେ ହେଲା ପରେ ଏହାର କୌଣସି ଚିକିତ୍ସା ନାହିଁ । ଏଣୁ ମୂଳରୁ ସତର୍କ ରହି ଶିଶୁକୁ ପୋଲିଓ ବୁନ୍ଦା ଖୁଆନ୍ତୁ ।

ସଂଗୃହିତ -

  1. ପ୍ରଦୀପ୍ତ କୁମାର ଜେନା ଆସିଷ୍ଟାଣ୍ଟ ପ୍ରଫେସର, ଶିଶୁ ଭବନ, କଟକ
  2. ବିଶୋୟୀ  ଆସିଷ୍ଟାଣ୍ଟ ପ୍ରଫେସର ପେଡିଆଟ୍ରିକ୍, ସମ୍ ହସ୍ପିଟାଲ୍, ଭୁବନେଶ୍ଵର

Last Modified : 12/31/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate