ଗର୍ଭାବସ୍ଥାରେ ଯତ୍ନ
- ଗର୍ଭସଞ୍ଚାର ହୋଇଛି ଜାଣିବା ମାତ୍ରେ ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ପଞ୍ଜିକରଣ କରାନ୍ତୁ ।
- ଗର୍ଭାବସ୍ଥାରେ ଅତି କମ୍ ରେ ୩ ଥର (୩ୟ, ୬ଷ୍ଠ ଏବଂ ୯ମ ମାସ)ରେ ସ୍ୱାସ୍ଥ୍ୟ ପରୀକ୍ଷା କରାନ୍ତୁ।
- ଧନୁଷ୍ଠଙ୍କାର ରୋଗର ପ୍ରତିରୋଧ ପାଇଁ – ଟି.ଟି. ର ପ୍ରଥମ ମାତ୍ରା ଗର୍ଭଧାରଣ ୧୨ ସପ୍ତାହ ପରେ ଓ ୨ୟ ମାତ୍ରା ପ୍ରଥମ ମାତ୍ରା ନେବାର ୧ ମାସ ପରେ ନିଅନ୍ତୁ । ୨ଟି ଟି.ଟି ନେବାର ୩ ବର୍ଷ ମଧ୍ୟରେ ଯଦି ପୁନଶ୍ଚ ଗର୍ଭାଧାରଣ ହୁଏ ତେବେ ଗୋଟିଏ ମାତ୍ରା ଟି.ଟି.ନେବା ଆବଶ୍ୟକ ।
- ରକ୍ତହୀନତାରୁ ରକ୍ଷା ପାଇବା ପାଇଁ ଫଲିଫର ବଟିକା ଦୈନିକ ଗୋଟିଏ କରି ୧୦୦ ଦିନ ଖାଆନ୍ତୁ।
- ମମତା ଦିବସ’ ରେ ଅଙ୍ଗନୱାଡି କେନ୍ଦ୍ରରେ ମା’ର ଓଜନ, ରକ୍ତଚାପ, ରକ୍ତ ଓ ପରିସ୍ରା ପରୀକ୍ଷା କରାନ୍ତୁ । ଅଥବା ସ୍ୱାସ୍ଥ୍ୟକେନ୍ଦ୍ର ବା ଉପକେନ୍ଦ୍ରରେ ଏହିସବୁ ପରୀକ୍ଷା କରାଇ ନିଅନ୍ତୁ ।
- ମ୍ୟାଲେରିଆରୁ ରକ୍ଷା ପାଇବା ପାଇଁ ଦୀର୍ଘସ୍ଥାୟୀ ଔଷଧଭିଜା ମଶାରୀ ନିୟମିତ ବ୍ୟବହାର କରନ୍ତୁ।
- ଗର୍ଭାବସ୍ଥାରେ ମା’ ଅଧିକ ପୁଷ୍ଟିକର ଖାଦ୍ୟ ଖାଇବା ଓ ବିଶ୍ରାମ ନେବା ନିତାନ୍ତ ଆବଶ୍ୟକ ।
ପ୍ରସବ ପାଇଁ ପୂର୍ବ ପ୍ରସ୍ତୁତି
- ଗର୍ଭାବସ୍ଥା ଏବଂ ପ୍ରସବ ସମୟରେ ଯେ କୌଣସି ଜରୁରୀକାଳୀନ ପରିସ୍ଥିତି ଉପୁଜିପାରେ, ସେଥିପାଇଁ ଆଗରୁ ପ୍ରସ୍ତୁତ ରହିବା ଦରକାର ।
- ନିରାପଦ ପ୍ରସବ ପାଇଁ ଯୋଗାଇ ଦିଆଯାଉଥିବା ପ୍ରସବକାଳୀନ ସାମଗ୍ରୀ (ଡି.ଡି.କେ)କୁ ପ୍ରସବ ସହାୟିକା ପ୍ରସବ ସମୟରେ ବ୍ୟବହାର କରିବା ନିତାନ୍ତ ଆବଶ୍ୟକ। ତୃତୀୟଥର ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଠାରୁ (ଡି.ଡି.କେ) ସଂଗ୍ରହ କରନ୍ତୁ ।
- ପ୍ରସବ ପାଇଁ ଡାକ୍ତରଖାନାକୁ ଯିବାରେ ସହାୟତା କରିବା ପାଇଁ ସ୍ଵାମୀ କିମ୍ବା ସମ୍ପର୍କୀୟଙ୍କ ସାହାଯ୍ୟ ନିଅନ୍ତୁ ।
- କେଉଁ ସ୍ୱାସ୍ଥ୍ୟକେନ୍ଦ୍ରକୁ କିପରି ଯିବେ ଆଗରୁ ଠିକ କରି ରଖନ୍ତୁ ।
- ଏ ସ୍ୱାସ୍ଥ୍ୟରେ ମହିଳା ସ୍ୱାସ୍ଥ୍ୟକର୍ମୀ/ ଅଙ୍ଗନୱାଡି କର୍ମୀ / ‘ଆଶା’ ଙ୍କ ପରାମର୍ଶ ନିଅନ୍ତୁ ।
- ଜରୁରୀ କାଳୀନ ଖର୍ଚ୍ଚ ପାଇଁ ଆଗରୁ କିଛି ଅର୍ଥ ସଞ୍ଚୟ କରି ନିଜପାଖରେ ରଖନ୍ତୁ ।
ମନେରଖନ୍ତୁ
- ପ୍ରସବ ଦ୍ଵାରରୁ ରକ୍ତ ମିଶ୍ରିତ ସ୍ରାବ ।
- ପ୍ରସବ କାଳୀନ ବେଦନା ।
- ପ୍ରସବ ଦ୍ଵାରରୁ ସ୍ଵଚ୍ଛ ତରଳ ସ୍ରାବ ଦେଖାଦେଲେ ବିଳମ୍ବ ନକରି ପ୍ରସବ ପାଇଁ ଡାକ୍ତରଖାନାକୁ ଯାଆନ୍ତୁ ।
ନିରାପଦ ପ୍ରସବ
- ଡାକ୍ତରଖାନାରେ ପ୍ରସବ ମା’ ଓ ଶିଶୁ ପାଇଁ ନିରାପଦ ।
- ପ୍ରସବ ବେଦନା ଆରମ୍ଭ ହେବା ମାତ୍ରା ମହିଳା ସ୍ୱାସ୍ଥ୍ୟକର୍ମୀ / ଅଙ୍ଗନୱାଡି କର୍ମୀ/ ‘ଆଶା’ ଙ୍କ ସହ ପରାମର୍ଶ କରନ୍ତୁ ।
- ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବା ସମୟରେ ସାଙ୍ଗରେ ସ୍ଵାମୀ ବା ପରିବାରର ଜଣେ ଦାୟିତ୍ଵ ସମ୍ପନ୍ନ ସଦସ୍ୟଙ୍କୁ ଏବଂ ଆଶାକର୍ମୀଙ୍କୁ ନିଅନ୍ତୁ ।
- ଡାକ୍ତରଖାନାକୁ ଯିବା ପାଇଁ ଜନନୀ ଏକ୍ସପ୍ରେସ୍ କିମ୍ବା ସେଠାରେ ମିଳୁଥିବା ଯାନବାହାନ ବ୍ୟବହାର କରନ୍ତୁ । ଏଥିପାଇଁ ସରକାରଙ୍କ ତରଫରୁ ଆର୍ଥିକ ସହାୟତାର ବ୍ୟବସ୍ଥା ରହିଛି ।
- ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବାବେଳେ ବାଟରେ ଯଦି ପ୍ରସବ ହୋଇଯାଏ, ତେବେ ଘରକୁ ନଫେରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।
ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରସବ ନିମନ୍ତେ ଜନନୀ ସୁରକ୍ଷା ଯୋଜନାରେ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି ( ଗ୍ରାମାଞ୍ଚଳ ପାଇଁ ଟ. ୧,୪୦୦/- ଙ୍କା, ସହରାଞ୍ଚଳ ପାଇଁ ଟ. ୧,୦୦୦/- ଙ୍କା) ।
ସାନିଟାରୀ ନାପକିନ୍ (ବିଶୁଦ୍ଧ କପଡା)
- ପ୍ରସବ ପରର ୬ ସପ୍ତାହ ଗୁରୁତ୍ଵପୂର୍ଣ୍ଣ ଅଟେ ।
- ଏହି ସମୟ ମଧ୍ୟରେ ରୋଗ ସଂକ୍ରମଣ ପ୍ରତିରୋଧ ପାଇଁ ସାନିଟାରୀ ନାପକିନ୍ ( ବିଶୁଦ୍ଧ କପଡା) ବ୍ୟବହାର କରିବା ଉଚିତ୍ ।
- ଡି.ଡି.କେ ସହିତ ସାନିଟାରୀ ନାପକିନ୍ ଯୋଗାଇ ଦିଆଯାଉଛି ।
ପ୍ରସବ ପରେ ଯତ୍ନ
- ପ୍ରସବ ପରେ ମା’ ଓ ଶିଶୁକୁ ଅନ୍ତତଃ ଦୁଇଦିନ (୪୮ ଘଣ୍ଟା) ଡାକ୍ତରଖାନାରେ ରଖନ୍ତୁ । ଏହା ମା’ ଓ ଶିଶୁ ପାଇଁ ନିରାପଦ ।
- ପ୍ରସୂତି ମା’ ଓ ନବଜାତ ଶିଶୁ ପାଇଁ ପରିଷ୍କାର ଲୁଗାପଟା ବ୍ୟବହାର କରନ୍ତୁ ।
- ଘରକୁ ଫେରିଯିବା ପରେ ମା’ ର କୌଣସି ପ୍ରକାର ଅସୁସ୍ଥତା ଯଥା – ଜ୍ଵର, ଅତ୍ୟଧିକ ରକ୍ତସ୍ରାବ କିମ୍ବା ଦୁର୍ଗନ୍ଧଯୁକ୍ତ ସ୍ରାବ ହେଲେ ବିଳମ୍ଭ ନକରି ଡାକ୍ତର ଖାନା ଯାଇ ଚିକିତ୍ସା କରାନ୍ତୁ ।
- ମା’ ଓ ଶିଶୁ ଉଭୟଙ୍କ ସ୍ୱାସ୍ଥ୍ୟ ଦୃଷ୍ଟିର ପ୍ରସବପରେ ମା’ ଯଥେଷ୍ଟ ପରିମାଣର ପୁଷ୍ଟିକର ଖାଦ୍ୟ ଓ ପାନୀୟ ଗ୍ରହଣ କରିବା ଦରକାର ।
- ମ୍ୟାଲେରିଆରୁ ରକ୍ଷା ପାଇବା ପାଇଁ ମଶାରୀ ବ୍ୟବହାର କରନ୍ତୁ ।
- ମା’ ଓ ଶିଶୁ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ଅତି କମ୍ ରେ ସନ୍ତାନ ଜନ୍ମରେ ୩ ବର୍ଷର ବ୍ୟବଧାନ ରଖନ୍ତୁ । ଆବଶ୍ୟକ ସ୍ଥଳେ ଗର୍ଭନିରୋଧ ପଦ୍ଧତି ଗ୍ରହଣ କରନ୍ତୁ ।
ନବଜାତ ଶିଶୁର ଯତ୍ନ
- ଶିଶୁକୁ ଜନ୍ମପରେ ପରିଷ୍କାର କପଡାରେ ପୋଛି ଦେଇ, କମ୍ବଳ ଘୋଡାଇ ମା’ କୋଳକୁ ନିଅନ୍ତୁ । କୌଣସି ପରିସ୍ଥିତିରେ ଗାଧୋଇ ଦିଅନ୍ତୁ ନାହିଁ ।
- ଶିଶୁର ସ୍ଵାଭାବିକ ନିଶ୍ଵାସ ପ୍ରଶ୍ଵାସ ଲକ୍ଷ କରନ୍ତୁ । ଆବଶ୍ୟକ ସ୍ଥଳେ ସଫା କପଡା ଦ୍ଵାରା ପାଟିରୁ ଲାଳ ପୋଛି ଦିଅନ୍ତୁ । ଶିଶୁ ନୀଳ ପଡିଲେ ବା ଅସ୍ଵାଭାବିକ ନିଃଶ୍ଵାସ ପ୍ରଶ୍ଵାସ ନେଲେ, ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଅନ୍ତୁ ।
- ଶିଶୁ ୨.୫ କେଜିରୁ କମ୍ ଓଜନ, ମା’ ଠାରୁ କ୍ଷୀର ଖାଇନପାରିଲେ ଓ ନ କାନ୍ଦିଲେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ । ନାଭିରେ କିଛି ଲଗାନ୍ତୁ ନାହିଁ ।
- ପ୍ରସବପରେ ତୁରନ୍ତ ସ୍ତନ୍ୟପାନ କରାନ୍ତୁ । ମା’ର କଷକ୍ଷୀର କୌଣସି ଅବସ୍ଥାରେ ଶିଶୁକୁ ଖାଇବାରୁ ବଞ୍ଚିତ କରାନ୍ତୁ ନାହିଁ । ଏହା ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବଢାଇ ଥାଏ । ୬ ମାସ ପର୍ଯ୍ୟନ୍ତ କେବଳ ସ୍ତନ୍ୟପାନ କରାନ୍ତୁ । ବାହାର ଖାଦ୍ୟ ଓ ପାନୀୟ ଦିଅନ୍ତୁ ନାହିଁ ।
ଟୀକାକରଣ
ଶିଶୁର ସମ୍ପୁର୍ଣ୍ଣ ଟୀକାକରଣ ସମୟ ସୂଚୀ ଓ ୬ଟି ମାରାତ୍ମକ ରୋଗରୁ ରକ୍ଷା ପାଇବାର ଉପାୟ
ଶିଶୁର ବୟସ
|
ଟିକାର ନାମ
|
କେଉଁ ରୋଗରୁ ରକ୍ଷାକରେ
|
ଜନ୍ମ ପରେ ପରେ
|
ପୋଲିଓ ବିସିଜ
|
ପୋଲିଓ ଯକ୍ଷ୍ମା
|
୬ ସପ୍ତାହରେ
|
ପୋଲିଓ(ପ୍ରଥମ ମାତ୍ରା)ଡିପିଟି ( ପ୍ରଥମ ମାତ୍ରା)
|
ପୋଲିଓ କଣ୍ଠଅଳତି, ଲହରାକାଶ ଓ ଧନୁଷ୍ଟଙ୍କାର
|
୧୦ ସପ୍ତାହରେ
|
ପୋଲିଓ(୨ୟ ମାତ୍ରା) ଡିପିଟି (୨ ୟ ମାତ୍ରା)
|
ପୋଲିଓ କଣ୍ଠଅଳତି, ଲହରାକାଶ ଓ ଧନୁଷ୍ଟଙ୍କାର
|
୧୪ ସପ୍ତାହରେ
|
ପୋଲିଓ(୩ ୟ ମାତ୍ରା) ଡିପିଟି (୩ ୟ ମାତ୍ରା)
|
ପୋଲିଓ କଣ୍ଠଅଳତି, ଲହରାକାଶ ଓ ଧନୁଷ୍ଟଙ୍କାର
|
୯ ରୁ ୧୨ ମାସ ମଧ୍ୟରେ
|
ମିଳିମିଳା ଭିଟାମିନ୍ ‘କ’ ( ପ୍ରଥମ ମାତ୍ରା)
|
ମିଳିମିଳା ଅନ୍ଧାରକଣା
|
୧୮ ମାସରେ
|
ପୋଲିଓ ଓ ଡିପିଟି ( ବୁଷ୍ଟର ମାତ୍ରା)
|
ଯକ୍ଷ୍ମା, ପୋଲିଓ, କଣ୍ଠ ଅଳିତ, ଲହରା କାଶ, ଧନୁଷ୍ଠଙ୍କାର ମିଳିମିଳା ରୋଗ ପ୍ରତିରୋଧ ଶକ୍ତିକୁ ବୃଦ୍ଧି କରେ ।
|
ଆଧାର - ସ୍ୱାସ୍ଥ୍ୟ ବିଭାଗ, ଓଡିଶା ସରକାର
Last Modified : 1/16/2020
0 ratings and 0 comments
Roll over stars then click to rate.
© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.