ହାଡ଼ ଭାଙ୍ଗିଯିବା, ଫାଟିଯିବା କିମ୍ବା ଦବିଯିବାକୁ ଅସ୍ଥିଭଙ୍ଗ କୁହାଯାଏ ।
ଏହି ମୁଖ୍ୟତଃ ୩ ପ୍ରକାର ଚାପର ପ୍ରଭାବକୁ ହୋଇଥାଏ । ଯଥା
ଉଦାହରଣ ଗୁଳିଚୋଟ, ଚକ ଚଢିଯିବା, ଓଜନବସ୍ତୁ ଅଙ୍ଗ ଉପରେ ପଡିଯିବା ।
ଉଦାହରଣ ହାତ ମାଡି ପଢିଯିବା ଦ୍ଵାରା ଶରୀର ଅକ୍ଷକାସ୍ଥି ଭାଙ୍ଗିଥାଏ ।
ଚିହ୍ନ ଓ ଲକ୍ଷଣ
ଉପଚାର
ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ ଏବଂ ବ୍ୟବହାର ଉପଯୋଗୀ ଚାପୁଆଣି ନମିଳିଲେ ଯଥା ସମ୍ଭବ ବିକଳ୍ପଭାବେ ଶରୀରର ସୁସ୍ଥ ଅଙ୍ଗକୁ ପ୍ରାକୃତିକ ଚାପୁଆଣି ଭାବେ ବ୍ୟବହାର କରି ଆହତ ଅଙ୍ଗକୁ ତାହା ସହିତ ବାନ୍ଧି ଅଚଳ କରିଦିଅ । ଯଥା – ଗୋଟିଏ ଗୋଡରେ ଅସ୍ଥି ଭଗ୍ନ ହୋଇଥିଲେ ତାଙ୍କୁ ଭଲଥିବା ଗୋଡ଼ ସହିତ ଏବଂ ହାତରେ ଅସ୍ଥି ଭଗ୍ନ ହୋଇଥିଲେ ତାଙ୍କୁ ଛାତି ସହିତ ବାନ୍ଧି ଅଚଳ କରାଯାଇଥାଏ । ଚାପୁଆଣି ବାନ୍ଧିବା ସମୟରେ ଖାଲୁଆ ସ୍ଥାନମାନଙ୍କରେ ପ୍ୟାଡ୍ ଦେଇ ବ୍ୟାଣ୍ଡେଜ୍ ବନ୍ଧଯାଏ ।
ଚାପୁଆଣି
ଖପୁରୀ ଅସ୍ଥି ଭଗ୍ନ ଏହି ଦ୍ଵାରା ମସ୍ତିଷ୍କ, ସ୍ନାୟତନ୍ତୁ ଓ ରକ୍ତବାହୀ ନାଲି ଇତ୍ୟାଦିର କ୍ଷତି ହୋଇଯାଏ । ଖପୁରୀରେ ଦୁଇ ପ୍ରକାରର ଅସ୍ଥିଭଗ୍ନ ହୋଇଥାଏ ।
ଖପୁରୀ ଉପରେ ପାର୍ଶ୍ଵର ଅସ୍ଥିଭଗ୍ନ
ପ୍ରତ୍ୟକ୍ଷ ଆଘାତର ପ୍ରଭାବରେ ଏହି ଅସ୍ଥି ଭଗ୍ନ ହୋଇ ଆଘାତପ୍ରାପ୍ତ ସ୍ଥାନ ଫୁଲିଯାଏ, ହାଡ଼ ଲମ୍ବା ହୋଇ ଫାଟିଥାଏ କିମ୍ବା ଗୋଲ ଅଂଶରେ ଦାବି ଯାଇଥାଏ । ମୁଣ୍ଡ ଉପରକୁ ପରୀକ୍ଷା କରିବା ସମୟରେ ଏହା ସ୍ପର୍ଶ ଦ୍ଵାରା ଅନୁଭବ କରିହୁଏ ।
ଖପୁରୀ ତଳ ପାର୍ଶ୍ଵର ଅସ୍ଥିଭଗ୍ନ
ଆଘାତର ପରୋକ୍ଷ ପ୍ରଭାବରେ ଏହି ଷଠି ଭଗ୍ନ ହୋଇଥାଏ । ଯଥା – ଗୋଇଠି ତଳ ପାଖ ମାଡ଼ରେ, ପିଛାମାଡି ପଡିଯାଇ, ମେରୁଦଣ୍ଡର ତଳକୁ ଚାପିହୋଇ, ତଳପାଟିରେ ଶକ୍ତ ଆଘାତ ବାଜି ଏବଂ ମୁଣ୍ଡ ପାର୍ଶ୍ଵରେ ମାଡ଼ ବାଜିଲେ ଏହିଭଳି ଅସ୍ଥିଭଗ୍ନ ହୋଇଥାଏ । କାନ ଓ ନାକରୁ ରକ୍ତ ବାହାରେ । ଆଘାତ ହୋଇଥିଲେ ଉକ୍ତ ପାର୍ଶ୍ଵର ଆଖି ଲାଲ ଦେଖାଯାଏ ।
ଆହତ ବ୍ୟକ୍ତିକୁ ଚିତ୍ କରି ଶୁଆଇ ଦେଇ କାନ୍ଧ ଏବଂ ମୁଣ୍ଡକୁ ତକିଆ ଦ୍ଵାରା ଟେକି ଆଉଜାଇ ରକ୍ଷା । କାନରୁ ରକ୍ତ ବାହାରୁଥିଲେ ମୁଣ୍ଡକୁ ଉକ୍ତ କଡକୁ ବୁଲାଇ ରକ୍ଷା । ଛାତିରେ ପାଣି ଜମି ଯିବା ଦ୍ଵାରା ଶ୍ଵାସକ୍ରିୟା ଘଡ଼ ଘଡ଼ ଶବ୍ଦ ହେଉଥିବା ସନ୍ଦେହ କାଲେ ଆହତ ବ୍ୟକ୍ତିକୁ ଆରୋଗ୍ୟ ଦାୟକ ଅବସ୍ଥାନରେ ଶୁଆଇ ଦିଅ ଆହତ ବ୍ୟକ୍ତିର କାନରୁ ରକ୍ତ ବାହାରୁଥିଲେ କାନରେ ତୁଳା ଦେଇ ତାକୁ ବନ୍ଦ ଥିଲେ ତାର ଉପଚାର କର । ଆହତ ବ୍ୟକ୍ତିକୁ ଉଠାଅ ନାହିଁ କିମ୍ବା ହଲ୍ ଚଲ୍ କରନାହିଁ । ତାକୁ ଶୀଘ୍ର ଡାକ୍ତରଖାନାକୁ ସ୍ଥାନାନ୍ତିରତ କର ।
ଏହି ଅସ୍ଥିଭଗ୍ନ ମୁଖ୍ୟତଃ ପ୍ରତ୍ୟକ୍ଷ ଆଘାତ ଦ୍ଵାରା ହୋଇଥାଏ । ଅଧିକାଂଶ ସମୟରେ ଏହିଠାରେ ଯୁଗ୍ମ ଅସ୍ଥିଭଗ୍ନ ହୋଇଥାଏ । ତଳ ପାତିର ହାଡ଼ଭାଙ୍ଗିବା ସହିତ ପାଟି ଭିତରେ ମଧ୍ୟ କ୍ଷତ ହୋଇଥାଏ । ସାଧାରଣତଃ ଏହି ଅସ୍ଥିଭଗ୍ନ ଗୋଟିଏ ପାର୍ଶ୍ଵରେ ହୋଇଥାଏ କିନ୍ତୁ ବେଳେବେଳେ ଉଭୟ ପାର୍ଶ୍ଵର ହାଡ଼ ମଧ୍ୟ ଭାଙ୍ଗିଥାଏ ।
ଚିହ୍ନ ଓ ଲକ୍ଷଣ
ଉପଚାର
ମେରୁଦଣ୍ଡ ଅସ୍ଥିଭଙ୍ଗ ୩୩ ଖଣ୍ଡ ଛୋଟଛୋଟ କଶେରୁକା ହାଡ଼ ଏକାଠି ବାନ୍ଧି ଦେଇ ରହି ମେରୁଦଣ୍ଡ ହୋଇଥାଏ । ମେରୁଦଣ୍ଡ ଭିତରେ ସୁଷୁମ୍ନା
କାଣ୍ଡ ରହିଥାଏ । ତେଣୁ ମେରୁଦଣ୍ଡର ହାଡ଼ ଭାଙ୍ଗିଗଲେ ସୁଷୁମ୍ନାକାଣ୍ଡ ମଧ୍ୟ କ୍ଷତିଗ୍ରସ୍ତ ହୋଇଥାଏ । ସାଧାରଣତଃ ଦୁଇ ପ୍ରକାରର ଆଘାତ ପ୍ରଭାବରେ ମେରୁଦଣ୍ଡ ହାଡ଼ ଭାଙ୍ଗିଥାଏ । ଯଥା
ପରୋକ୍ଷ ଆଘାତ ଓଜନିଆ ବସ୍ତୁ ଉଠାଇବା ଦ୍ଵାରା ଉଚ୍ଚସ୍ଥାନରୁ ପାଦ ବା ପିଚା ମାଡି ପଡିଯିବା ଦ୍ଵାରା କିମ୍ବା ଧକ୍ କା ଖାଇ ଛିଟିକି ପଡିଯିବା ଦ୍ଵାରା ଏହା ହୋଇଥାଏ ।
ପ୍ରତ୍ୟକ୍ଷ ଆଘାତ କୌଣସି ଉଚ୍ଚ ସ୍ଥାନରୁ ପଡିଗଲେ କିମ୍ବା କୌଣସି ଓଜନିଆ ପଦାର୍ଥ ମେରୁଦଣ୍ଡ ଉପରେ ପଡିଗଲେ ଉକ୍ତ ସ୍ଥାନରେ ହାଡ଼ ଭାଙ୍ଗିଯାଏ । ମାଟି ଅତାଡ ଖସି କିମ୍ବା ଭୂମିକମ୍ଫ ଦ୍ଵାରା କୌଣସି ଓଜନିଆ ବସ୍ତୁ ମେରୁଦଣ୍ଡ ଉପରେ ପଡିଗଲେ ମେରୁଦଣ୍ଡ ଭାଙ୍ଗିଯାଇଥାଏ ।
ମେରୁଦଣ୍ଡ ଭାଙ୍ଗିବା ଦ୍ଵାରା ସୁଷମ୍ନାକାଣ୍ଡ ରେ ମଧ୍ୟ ଆଘାତ ଲାଗେ ଏବଂ ସୁଷମ୍ନାକାଣ୍ଡ ଖ୍ୟାତର ନିମ୍ନ ଅଂଶରେ ସମ୍ଭେଦଶୀଳତା ଏବଂ କାର୍ଯ୍ୟ କ୍ଷମତା ଲୋପ ପାଏ । ମେରୁଦଣ୍ଡ ଅସ୍ଥିଭଗ୍ନ ଯୋଗୁଁ ଏହିଭଳି ସାଂଘାତିକ ଅବସ୍ଥା ସୃଷ୍ଟି ହୋଇଥାଏ । ସେଥିପାଇଁ ମେରୁଦଣ୍ଡ ଆଘାତକୁ କଦାପି ଅବହେଳା କରିବା ଉଚିତ୍ ନୁହେଁ । ମେରୁଦଣ୍ଡ ଆଘାତ ଯୋଗୁଁ ସଂପୂର୍ଣ୍ଣ ମେରୁଦଣ୍ଡରେ ଯନ୍ତ୍ରଣା ହୁଏ । ସୁଷମ୍ନାକାଣ୍ଡର କ୍ଷତି ହୋଇଥିବାର ସନ୍ଦେହ ହେଲେ ବି ଅସ୍ଥିଭଗ୍ନର ଉପଚାର କର । ପିଠି ଓ ବେକାର ପଛପଟେ ଆଘାତ ଲାଗିଥିବା ଆହତ ବ୍ୟକ୍ତିକୁ ମେରୁଦଣ୍ଡ ଭଗ୍ନ ହେବାର ସମ୍ଭାବନା ଥିବାରୁ ସେହି ଅନୁଯାୟୀ ଉପଚାର ପ୍ରଦାନ କର ।
ଊପଚାର
ମନେରଖ ଆହତ ବ୍ୟକ୍ତିକୁ ଚିତ୍ କରି ପଟା ଉପରେ ଶୁଆଇ ବୋହିନେବା ଉଚିତ ।
ଏହି ଅବସ୍ଥାରେ ସୁଷୁମ୍ନାକାଣ୍ଡ କ୍ଷତି ହେବାର ସମ୍ଭାବନା କମ୍ ଥାଏ ।
ମନେରଖ – ସ୍ଥାନ ପରିବର୍ତ୍ତନ ସମୟରେ ବେକ ଓ ବଳାଗଣ୍ଠି ଧରିଥିବା ସହାୟକ ଏଭଳି ଭାବେ କାର୍ଯ୍ୟ କରିବେ ଯେପରି ମେରୁଦଣ୍ଡ କୌଣସି ପ୍ରକାର ହଲ୍ ଚଲ୍ ହେବ ନାହିଁ ଏବଂ ଆହତ ବ୍ୟକ୍ତିର ଶରୀରକୁ ସମାନ୍ତରାଳ ଭାବେ ଉଠାଇବା । ଆହତ ବ୍ୟକ୍ତିଙ୍କୁ ଟାଣପଟାଥିବା ଷ୍ଟ୍ରେଚରରେ ରଖି ସ୍ଥାନାନ୍ତର କର ।
ଏହା ପ୍ରତ୍ୟକ ଆଘାତ ପ୍ରଭାବରେ ହୋଇଥାଏ । ଛାତିରେ ମାଡ଼ ବାଜିବା, ଛାତି ମାଡି ପଡିଯିବା କିମ୍ବା ଗାଡ଼ି ଧକ୍କାରେ ଷ୍ଟିଅରିଙ୍ଗ ଦ୍ଵାରା ଚାପିହୋଇ ପଞ୍ଜରାସ୍ଥି ଭଗ୍ନ ହୋଇଥାଏ । ଉକ୍ତ ପଞ୍ଜରାସ୍ଥି ଛାତି ଭିତରେ ପଶି ଫୁସ୍ ଫୁସ୍ ରେ କ୍ଷତ ସୃଷ୍ଟି କରିଥାଏ । ଏହା ଫଳରେ ଜଟିଳ ଅସ୍ଥି ଭଗ୍ନ ହୋଇଥାଏ ।
ଚିହ୍ନ ଓ ଲକ୍ଷଣ :
ଚିକିତ୍ସା
ଅସ୍ଥିଭଗ୍ନ ଜଟିଳ ହୋଇନଥିଲେ
ଅସ୍ଥିଭଗ୍ନ ଜଟିଳ ହୋଇଥିଲେ
ଆହତ ପାର୍ଶ୍ଵକୁ କଡେଇ କରି ରୋଗୀକୁ ଶୁଆଇ ଦିଅ । କମ୍ଭଳ ଭାଙ୍ଗି ରୋଗୀ ପିଠିକୁ ଲମ୍ଭା ଭାବରେ ଠେସ ଦେଇ ରଖ । ଏହାଦ୍ଵାରା ରୋଗୀ ଭରାଦେଇ ଠିକ୍ ଭାବରେ ରହିପାରିବ । ଏଥିରେ ପଟିକୁ ପଟି ସହିତ ଭିଡ଼ାଯାଏ ନାହିଁ ।
ଏହି ପ୍ରକାର ଅସ୍ଥିଭଗ୍ନ ସାଧାରଣତଃ ଛାତି ଛାପି ହୋଇଯିବା ଦ୍ଵାରା ହୋଇଥାଏ । ଫଳରେ ଆହତ ବ୍ୟକ୍ତିର ଅବସ୍ଥା ଗୁରୁତର ହୋଇଥାଏ ।
ଲକ୍ଷଣ
ଉପଚାର
ଏହା ମୁଖ୍ୟତଃ ପରୋକ୍ଷ ଆଘାତ ଦ୍ଵାରା ହୋଇଥାଏ । ହାତ ପାପୁଲି ଉପରେ ଭରାଦେଇ ପଡିଗଲେ କିମ୍ବା କାନ୍ଧମାଡି ପଡିଗଲେ ଏପ୍ରକାର ଅଥିଭଗ୍ନ ହୋଇଥାଏ । ଆହତ ପାର୍ଶ୍ଵର ବାହୁ ପ୍ରାୟ ଅଚଳ ହୋଇଯାଏ । ଆହତ ବ୍ୟକ୍ତି ଭଲଥିବା ପାର୍ଶ୍ଵର ହାତରେ ଆଘାତ ପ୍ରାପ୍ତ ହାତର କହୁଣିକୁ ଟେକିଧାର ଏବଂ ମୁଣ୍ଡକୁ ସେହି ଆଡକୁ ବଙ୍କେଇ ରକ୍ଷା । ହାଡ ଭାଙ୍ଗିଯାଇ ଗୋଟିଏ ଭଙ୍ଗା ହାଡ ଉପରେ ଅନ୍ୟ ଭଙ୍ଗା ହାଡ ଚଡିଯାଇଥାଏ ।
ଉପଚାର
ଆହତ ବ୍ୟକ୍ତିର ଲୁଗା ଖୋଳ ନାହିଁ । ଆଘାତପ୍ରାପ୍ତ ହାତର କାଖତଳେ ଗଦି ଦେଇ ବାହୁକୁ ଛାତିକଡ଼ରେ ରାଖୀ ତାହାକୁ ଶରୀର ସହିତ ବ୍ୟାଣ୍ଡେଜ୍ ଝୁଲା ବାନ୍ଧି ଅଗ୍ରବାହୁକୁ ଟେକି ରଖ । ନାଡୀର ସ୍ପନ୍ଦନ ପରୀକ୍ଷା କରି ଦେଖା । ସକ୍ ନଥିଲେ ଆହତ ବ୍ୟକ୍ତିକୁ ଚାଲିବାକୁ ଦିଆଯାଇଥାଏ ।
ବାହୁଡ଼ା ଅସ୍ଥି ସାଧାରଣତଃ କାନ୍ଧ ନିକଟରେ, ବାହୁଡ଼ା ମାଝି ଅଂଶରେ କିମ୍ବା କହୁଣୀ ନିକଟରେ ଭାଙ୍ଗିଥାଏ । ଗୋଟିଏ ଅସ୍ଥି ଥିବାରୁ ଅଥିର ଭଗ୍ନ ଅଂଶ ମାଂସପେଶୀ ଦ୍ଵାରା ଟାଣି ହୋଇଯାଇ ଗୋଟିଏ ଭଗ୍ନ ଅଂଶ ଅନ୍ୟ ଅଂଶ ଉପରେ ଚଡିଯାଇଥାଏ । ଫଳରେ ଉପଚାର କଠିନ ହୋଇପାରେ ।
ଉପଚାର
କାନ୍ଧ ପାଖରୁ ଭାଙ୍ଗିଥିଲେ, ଦେହ ଓ ହାତ ମଝିରେ ମୋଟା ଗଦି ଦେଇ ଭଗ୍ନ ଅଂଶର ଉପରେ ଏବଂ ଭାଗରେ ଦୁଇଟି ପଟି ବାନ୍ଧ । ଏହାପରେ ତ୍ରିକୋଣୀକୃତି ପଟି ଦ୍ଵାରା ବାହୁଝୁଲା କରି ଆହତ ବାହୁକୁ ଝୁଲାଇ ରଖ ।
କହୁଣୀ ପାଖରେ ଭାଙ୍ଗିଥିଲେ
କହୁଣୀ ଭାଙ୍ଗି ହେଉଥିଲେ ଦେହି ଅବସ୍ଥାରେ ବାହୁକୁ ଛାତି ସହିତ ବାନ୍ଧି ଦିଅ । ଏହା ଭାଙ୍ଗି ହେଉ ନଥିଲେ ଦେହ ସହିତ ଲମ୍ଭ ଭାବରେ ବାନ୍ଧିଦିଅ, ଯେପରି ତାହା ହଲ୍ ଚଲ୍ ହୋଇପାରିବ ନାହିଁ । ଶରୀର ଏବଂ କହୁଣୀ ମଧ୍ୟରେ ପ୍ୟାଡ୍ ବ୍ୟବହାର କର ।
ଅଗ୍ରବାହୁରେ ଦୁଇଟି ହାଡ ରହିଥାଏ ଯଥା ରେଡିଅସ୍ ଓ ଅଳନା ଅସ୍ଥି । ଏହି ଦୁଇଟି ହାତ ଏକାକାଳୀନ ନ ଭାଙ୍ଗିଲେ, ଭାଙ୍ଗିଥିବା ସ୍ଥାନଟି ଛୋଟ ହୋଇନଥାଏ । ଏହି ହାଡରା ନିମ୍ନ ଅଂଶରେ ଅଥିଭଗ୍ନ ବେସୀ ଦେଖାଯାଏ । ହାତ ମାଡି ପଡିଗଲେ ଏହି ଅସ୍ଥି ଭଗ୍ନ ହୋଇଥାଏ । ଏହାର ନିମ୍ନ ପ୍ରାନ୍ତର ହାଡ ଭାଙ୍ଗିଗଲେ, ଏତେଟା ଜାଣିହୁଏ ନାହିଁ । କିଛି ଲୋକ ଭୁଲରେ ଏହାକୁ ମକଚି ଯାଇଛି ଭାବନ୍ତି । ଏହି ଅସ୍ଥିର ଭଗ୍ନ ଗୁରୁତର ହେଲେ ଭଗ୍ନ ସ୍ଥାନ ବିକୃତ ଦେଖାଯାଏ ।
ଉପଚାର
ଅଗ୍ରବାହୁ ଭଗ୍ନରେ ଚାପୁଆଣିର ପ୍ରୟୋଜନ ହୁଏ । ( କେବଳ ଦୁରଜାଗାକୁ ବା ଡାକ୍ତରଖାନାକୁ ସ୍ଥାନାନ୍ତର କରିବାର ଥିଲେ )ପ୍ରକୃତ ଚାପୁଆଣି ନମିଳିଲେ ବିକଳ୍ପ ଭାବେ ମୋଟା କନାର ପ୍ୟାଡ ଲମ୍ଭା ଖାତା, ଭଙ୍ଗା ହୋଇଥିବା ଖବର କାଗଜ ଇତ୍ୟାଦିକୁ ଚାପୁଆଣି ଭଳି ଭଗ୍ନ ଅସ୍ଥିର ଉପରେ ଭାଗରେ ଏବଂ ତଳ ଭାଗରେ ବାନ୍ଧି ଉକ୍ତ ଅଂଶକୁ ଅଚଳକରି ଦିଅ । ବାହୁଝୁଲା ଦ୍ଵାରା ବାହୁକୁ ଝୁଲାଇ ରଖ ।
ସାଧାରଣତଃ ପ୍ରତୀକ୍ଷ ଆଘାତରେ ବସ୍ତିରେ ଅସ୍ଥିଭଙ୍ଗ ହୋଇଥାଏ । ଘରର କାନ୍ଥ, ଛାତ ଭୁଷୁଡି ପଡିଲେ, ଦୁର୍ଘଟଣାରେ ପ୍ରତ୍ୟକ୍ଷ ଆଘାତ ଲାଗିଲେ କିମ୍ବା ଉଚ୍ଚ ସ୍ଥାନରୁ ଖସିପଡିବା ଦ୍ଵାରା ଏହି ଅସ୍ଥିଭଙ୍ଗ ହୋଇଥାଏ । କେତେକ ଦୁର୍ଘଟଣାରେ ପରୋକ୍ଷ ଆଘାତ ଦ୍ଵାରା ମଧ୍ୟ ଏହି ବସ୍ତିରେ ଅସ୍ଥିଭଙ୍ଗ ହୋଇଥାଏ । ଯାହାଦ୍ଵାରା ଜଟିଳ ଅସ୍ଥିଭଙ୍ଗ ହୋଇ ବସ୍ତିମଧ୍ୟରେ ଥିବା ଗୁରୁତ୍ଵପୂର୍ଣ୍ଣ ଅଂଶ ଯଥା ମୂତ୍ରନଳୀ, ମୂତ୍ରାଶୟ, ଗର୍ଭାଶୟ ଇତ୍ୟାଦିରେ କ୍ଷତ ହୋଇଥାଏ । ଅନେକ ସମୟରେ ପରିଶ୍ରାରେ ରକ୍ତ ମିଶି ବାହାରିଥାଏ ।
ଚିହ୍ନ ଓ ଲକ୍ଷଣ
ଚିକିତ୍ସା ଓ ଉପଚାର
ଏହି ହାଡ ଯେକୌଣସି ଜାଗାରେ ଭାଙ୍ଗିପାରେ । ସାଧାରଣତଃ ଏହାର ଉପରିଭାଗର ଅସ୍ଥିଭଗ୍ନ ସାମାନ୍ୟ କାରଣରୁ ପ୍ରୌଢ ଲୋକଙ୍କଠାରେ ହୋଇଥାଏ ।
ଲକ୍ଷଣ
ହାଡ ଭାଙ୍ଗିବାର ସମସ୍ତ ଲକ୍ଷଣମାନ ଦେଖିଯିବା ସହିତ ଗୋଟିଏ ଭଲ ଗୋଡ ଅପେକ୍ଷା ହାଡ ଭାଙ୍ଗି ଯାଇଥିବା ଗୋଡଟି ଲମ୍ବରେ ଭୋଟ ହୋଇଯାଏ ।
ଉପଚାର
ଏହାଦ୍ଵାରା ଶରୀରର ସମସ୍ତ ଅଂଶ ହୋଇଯାଏ ଏବଂ ସ୍ଥାନାନ୍ତରିତ କରିବା ସମୟରେ କ୍ଷତି ଅଧିକ ହୁଏ ନାହିଁ ଏବଂ ଆହତ ବ୍ୟକ୍ତିକୁ ଆରାମ୍ ମିଳିଥାଏ ।
ସାଧାରଣ ଭାବେ ଆଣ୍ଠୁଚକି ପ୍ରତ୍ୟକ୍ଷ ଆଘାତ ଲାଗିଲେ ଭାଙ୍ଗିଥାଏ, କିନ୍ତୁ କେତେକ କ୍ଷେତ୍ରରେ ମାଂସପେଶୀ ହଠାତ୍ ଟାଣି ହୋଇଗଲେ ଏହା ଭାଙ୍ଗିଯାଇଥାଏ ।
ଚିହ୍ନ ଓ ଲକ୍ଷଣ
ସଂପୃକ୍ତ ଅଙ୍ଗ ଅଚଳ ହୋଇଯାଏ । ଗଣ୍ଠି ଫୁଲିଯାଏ । ରକ୍ତସ୍ରାବ ହୋଇପାରେ । ଭାଙ୍ଗିଥିବା ହାଡର ମଝିରେ ହୋଇଥିବା ଫାଙ୍କ ସ୍ପର୍ଶ ଦ୍ଵାରା ଜଣାଯାଏ ।
ଉପଚାର
ଆହତ ବ୍ୟକ୍ତିକୁ ଚିତ୍ କରି ଶୁଆଇ ଦିଅ । ତାର କାନ୍ଧ ଓ ମୁଣ୍ଡକୁ ଟେକି ଆଉଯାଇ ରଖ । ଭଗ୍ନ ଗୋଡକୁ ଆରାମହେବା ଭଳି ଅବସ୍ଥାରେ ଟେକି ରଖ । ଭାଙ୍ଗିଥିବା ଗୋଡରେ ପିଚାଠାରୁ ଗୋଇଠି ପର୍ଯ୍ୟନ୍ତ ଚାପୁଆଣି ଦେଇ ବାନ୍ଧ ଏବଂ ଦେଖ ପ୍ୟାଡ୍ ଏବଂ ଚାପୁଆଣୀ ଦ୍ଵାରା ଆଣ୍ଠୁ ଯେପରି ଟେକି ହୋଇ ରହିବ । ଏହାଛଡ଼ା ଜଙ୍ଘଠାରେ ଚାପୁଆଣିକୁ ମିଶାଇ ଚଉଡା ପଟି ବାନ୍ଧ । ଗୋଡର ଗୋଇଠି ଏବଂ ପାଦରେ ଚାପୁଆଣୀକୁ ମିଶାଇ ଫୁଗର୍ ଅଫ୍ ଏଇଟ୍ ବ୍ୟାଣ୍ଡେଜ୍ ବାନ୍ଧ, ଆଉ ଗୋଟିଏ ବ୍ୟାଣ୍ଡେଜ୍ ଆଣ୍ଠୁ ଉପରେ ଏବଂ ତଳ ଅଂଶକୁ ମିଶାଇ ଫିଗର ଅଫ୍ ଏଇଟ୍ ବ୍ୟାଣ୍ଡେଜ୍ ବାନ୍ଧ । ଡାକ୍ତରଖାନାକୁ ସ୍ଥାନାନ୍ତରିତ କଲାବେଳେ ଗୋଡତଳେ ବାକ୍ସ କମ୍ବଳ କିମ୍ବା କୌଣସି ବସ୍ତୁ ଦେଇ ଗୋଡକୁ ସାମାନ୍ୟ ଉଠାଇ ରଖ । ଏହିପରି ଅବସ୍ଥାରେ ଡାକ୍ତରଖାନା ପଠାଇଦିଅ, ଆହତ ବ୍ୟକ୍ତିକୁ ସାନ୍ତ୍ଵନା ଦିଅ ।
ପ୍ରତ୍ୟକ୍ଷ ଆଘାତ ଦ୍ଵାରା ଗୋଡର ଗୋଟିଏ କିମ୍ବା ଦୁଇଟି ହାଡ ଭାଙ୍ଗି ଯାଇପାରେ । ହାଡ ଭାଙ୍ଗିଥିଲେ ଅସ୍ଥିଭଗ୍ନର ଲକ୍ଷଣମାନ ଦେଖାଯାଏ । କିନ୍ତୁ ଫିବୁଲା ଭାଙ୍ଗିଥିଲେ ଏହାର ପ୍ରଭାବ ବିଶେଷ ଦେଖାଯାଏ ନାହିଁ କାରଣ ଟିବିଆ ଅସ୍ଥି ଶରୀରର ଭାରକୁ ସମ୍ଭାଳି ନେଇଥାଏ । କୌଣସି ବିକୃତ ଅବସ୍ଥା ଦେଖାଯାଏ ନାହିଁ । ବଳାଗଣ୍ଠି ହାଡ ଭାଙ୍ଗିଥିଲେ ବଳାଗଣ୍ଠି ଫୁଲି ଯାଏଥାଏ ।
ଉପଚାର
ଏହି ଅସ୍ଥି ଭଙ୍ଗ ଦ୍ଵାରା ଯନ୍ତ୍ରଣା ହୁଏ । ପାଦ ଫୁଲେ ଓ ଉକ୍ତ ଅଂଶ କାର୍ଯ୍ୟ କରେ ନାହିଁ ।
ଉପଚାର
ପିନ୍ଧିଥିବା ଜୋଟା ଓ ମୋଜା ନ କାଢି କ୍ଷତର ଉପଚାର କର । ଭଲଥିବା ପାଦ ତଳେ ଚାପୁଆଣି ପ୍ରୟୋଗ କରି ବଳାଗଣ୍ଠିକୁ ମିଶାଇ ବ୍ୟାଣ୍ଡେଜ୍ ବାନ୍ଧ ଏବଂ ଗୋଡକୁ ଟିକେ ଉଠାଇ ଆରାମ ହେବାଭଳି ଅବସ୍ଥାରେ ରଖ ଏବଂ ଆଘାତପ୍ରାପ୍ତ ଗୋଡକୁ ହଲ୍ ଚଲ୍ ନକରି ଡାକ୍ତରଖାନାକୁ ପଠାଇ ଦିଅ । ଆଶାବାଡି ସାହାଯ୍ୟରେ ବା ଜଣଙ୍କ କାନ୍ଧରେ ଭରାଦେଇ କିମ୍ବା ଷ୍ଟ୍ରେଚର ସାହାଯ୍ୟରେ ଆହତ ବ୍ୟକ୍ତିକୁ ସ୍ଥାନାନ୍ତରିତ କର । ଜୋତା ପିନ୍ଧିନଥିଲେ RICE ପଦ୍ଧତିରେ ଉପଚାର ଦେଇ ଅଙ୍ଗକୁ ସ୍ଥିର ଓ ଅଚଳ ଅବସ୍ଥାରେ ରଖି ସ୍ଥାନାନ୍ତରିତ କରିବେ । (RICE ପଦ୍ଧତି ସମ୍ଭନ୍ଧରେ ସୂଚନା ପରବର୍ତ୍ତୀ ଅଧ୍ୟାୟରେ ଦିଆଯାଇଛି ) ।
ଆଧାର:Odisha state centre Bhubaneswar
Last Modified : 8/13/2019