অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଉଚ୍ଚରକ୍ତଚାପକୁ ନିୟନ୍ତ୍ରିତ କରିବାକୁ ଚାହୁଁଛନ୍ତି ଘରେ କରନ୍ତୁ ଚିକିତ୍ସା

ଉଚ୍ଚରକ୍ତଚାପକୁ ନିୟନ୍ତ୍ରିତ କରିବାକୁ ଚାହୁଁଛନ୍ତି ଘରେ କରନ୍ତୁ ଚିକିତ୍ସା

ଉଚ୍ଚରକ୍ତଚାପ

ବିଶ୍ୱର ପ୍ରାୟ ଅଧିକାଂଶ ଲୋକ ଉଚ୍ଚରକ୍ତଚାପର ଶିକାର । ଦିନକୁ ଦିନକୁ ବଢିଚାଲିଛି ଉଚ୍ଚରକ୍ତଚାପ ରୋଗୀଙ୍କ ସଂଖ୍ୟା । ଭାରତରେ ପ୍ରତି ୩ ଜଣରେ ଜଣେ ବ୍ୟକ୍ତି ଉଚ୍ଚରକ୍ତଚାପର ଶିକାର । ଉଚ୍ଚ ରକ୍ତଚାପ ଯୋଗୁଁ କିଡନୀ ଫେଲ୍, ହୃଦଘାତ ଏବଂ ହାର୍ଟ ଫେଲ ଭଳି ଗମ୍ଭୀର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଉଚ୍ଚରକ୍ତଚାପ ଯୋଗୁଁ ଶରୀରର ଅନ୍ୟ ଅଙ୍ଗ ପ୍ରତ୍ୟଙ୍ଗ ଉପରେ ମଧ୍ୟ ଗଭୀର ପ୍ରଭାବ ପଡିଥାଏ । ଯଦି ସମୟ ଥାଉ ଥାଉ ଏହାର ଚିକିତ୍ସା କରାନଯାଏ ତେବେ ଆଗକୁ ଯାଇ ଏହା ଆପଣଙ୍କ ଜୀବନ ମଧ୍ୟ ନେଇପାରେ । ତେବେ ଏହି ରୋଗ ପାଇଁ ଅନେକ ଚିକିତ୍ସା ଏବଂ ଔଷଧ ଉପଲବ୍ଧ ଅଛି । କିନ୍ତୁ ଅଧିକାଂଶ ଲୋକ ଔଷଧ ଖାଇବାକୁ ପସନ୍ଦ କରନ୍ତି ନାହିଁ । ତେଣୁ ଯଦି ଆପଣ ଆୟୁର୍ବେଦିକ୍ ଉପାୟରେ ଚିକିତ୍ସା କରି ଉଚ୍ଚରକ୍ତଚାପକୁ ନିୟନ୍ତ୍ରିତ କରିବାକୁ ଚାହୁଁଛନ୍ତି ତେବେ ନଜର ପକାନ୍ତୁ ଏହି ଟିପ୍ସ ଉପରେ ।

ପ୍ରତିଦିନ ଖାଆନ୍ତୁ ଏହି ୬ଟି ଖାଦ୍ୟ

ରସୁଣ

ହାଇପରଟେନସନରୁ ରକ୍ଷା ପାଇବା ପାଇଁ ହେଲେ ରସୁଣର ବ୍ୟବହାର ଶରୀର ପାଇଁ ଖୁବ୍ ଲାଭଦାୟକ । ଏଥିରେ ଥିବା ଏଲିସିନ୍ ନାମକ ପଦାର୍ଥରେ ଆଂଟି ବ୍ୟାକଟେରିଆଲ୍ , ଆଂଟି ଅକ୍ସିଡେଂଟ୍ ଏବଂ ଆଂଟି ହାଇପରଟେନସନ୍ ଗୁଣ ଥାଏ । ଯାହା ଉଚ୍ଚରକ୍ତଚାପକୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ । ତେଣୁ ପ୍ରତିଦିନ ଖାଦ୍ୟରେ କିମ୍ବା ସାଲାଡରେ ୨ ରୁ ୩ଟି ରସୁଣ ସାମିଲ୍ କରନ୍ତୁ ।

ଅଙ୍ଗୁର

ଅଙ୍ଗୁରରେ ଥିବା ପୋଟାସିୟମ୍ ବ୍ଲଡ୍ ପ୍ରେସରକୁ ନିୟନ୍ତ୍ରିତ କରିଥାଏ । ଏହା ବ୍ୟତୀତ ଏଥିରେ ଥିବା ଆଂଟି ଅକ୍ସିଡେଂଟ୍ ଶରୀରରେ ଥିବା ଖରାପ କୋଲେଷ୍ଟ୍ରଲକୁ ମାତ୍ରକୁ ଅନେକ ପରିମାଣାରେ କମ୍ କରିଥାଏ । ତେଣୁ ହାଇପରଟେନସନ୍ ରୋଗୀଙ୍କୁ ଡାକ୍ତର ପ୍ରତିଦିନ ଅଙ୍ଗୁର ଖାଇବାକୁ ଉପଦେଶ ଦେଇଥାନ୍ତି ।

କଦଳୀ

ଆୟୁର୍ବେଦରେ କୁହାଯାଇଛି ନିୟମିତ କଦଳୀ ଖାଇଲେ ଉଚ୍ଚରକ୍ତଚାପ ଯୋଗୁଁ ଉପୁଜୁଥିବା ସମସ୍ୟାରୁ ମୁକ୍ତି ମିଳିଥାଏ । କଦଳୀରେ ଥିବା ହାଇପରଟେନସିଭ୍ ଗୁଣ ଉଚ୍ଚରକ୍ତଚାପକୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ । ଯଦି ଆପଣ ହାଇପରଟେନସନରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ପ୍ରତିଦିନ କଦଳୀ ଖାଇବା ଆରମ୍ଭ କରିଦିଅନ୍ତୁ ।

ଦୁଗ୍ଧ ଜାତୀୟ ଖାଦ୍ୟ

ଆୟୁର୍ବେଦ ଅନୁସାରେ, ପ୍ରତିଦିନ ଲହୁଣୀ, ପନୀର୍, ବଟର୍ ଏବଂ କ୍ଷୀର ଖାଇଲେ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ । ବିଶେଷ କରି କ୍ଷୀରରେ ଥିବା କ୍ୟାଲସିୟମ୍, ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ରକ୍ତଚାପକୁ ନୟନ୍ତ୍ରିତ କରିବା ଦ୍ୱାରା ହାଇପରଟେନସନର ସମ୍ଭାବନା କମ୍ ହୋଇଥାଏ । ତେଣୁ ପ୍ରତିଦିନ କ୍ଷୀର ପିଅନ୍ତୁ ।

ମେଥୀ

ଏଥିରେ ପ୍ରଚୁର ପରିମାଣର ପୋଟାସିୟମ୍ ଏବଂ ଫାଇବର୍ ରହିଛି । ଯାହା ରକ୍ତଚାପକୁ ନିୟନ୍ତ୍ରିତ କରିବାରେ ଖୁବ୍ ସାହାଯ୍ୟ କରିଥାଏ । ପ୍ରତିଦିନ ରାତିରେ ଦୁଇ ଚାମଚ ମେଥୀ ପାଣିରେ ଫୁଟାନ୍ତୁ । ଥଣ୍ଡା ହୋଇଯିବା ପରେ ଏହାକୁ ଛାଣି ପାଣିକୁ ଅଲଗା କରନ୍ତୁ । ଏହି ପାଣି ନିୟମିତ ପିଇଲେ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ ।

ପିଆଜ

ରକ୍ତଚାପକୁ ନିୟନ୍ତ୍ରିତ କରିବାକୁ ଚାହୁଁଥିଲେ ପ୍ରତିଦିନ ପିଆଜ ଖାଆନ୍ତୁ । ପିଆଜ ରସ ନା କେବଳ ରକ୍ତକୁ ସଫାକରିଥାଏ ବରଂ ହୃଦ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ । ପିଆଜରୁ ରସ ବାହାର କରି ସେଥିରେ ସମାନ ପରିମାଣର ମହୁ ମିଶାଇ ପ୍ରତିଦିନ ପିଅନ୍ତୁ । ମାତ୍ର ଅଳ୍ପ ଦିନ ମଧ୍ୟରେ ଫରକ ଜାଣିପାରିବେ ।

ଆଧାର: କନକ ନ୍ୟୁଜ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate