ହୋମ / ସ୍ଵାସ୍ଥ୍ୟ / ପ୍ରାଥମିକ ଚିକତ୍ସା / କୁକୁର କାମୁଡା ଓ ଘରୋଇ ଉପଚାର
ସେଆର କରନ୍ତୁ

କୁକୁର କାମୁଡା ଓ ଘରୋଇ ଉପଚାର

କୁକୁର କାମୁଡା ଓ ଘରୋଇ ଉପଚାର ବିଷୟରେ ସୂଚନା I

କୁକୁର ପାଗଲା ବା ତାକୁ ଜଳାନ୍ତକ ରୋଗ ହୋଇଥିଲେ ସେ ମନୁଷ୍ୟକୁ କାମୁଡିବା ଦ୍ଵାରା ମନୁଷ୍ୟଠାରେ ଏହି ରୋଗ ସୃଷ୍ଟି ହୋଇଥାଏ । ତେଣୁ କୌଣସି କୁକୁର କାମୁଡିଲେ ତାକୁ ନମାରି, ବାନ୍ଧିରଖି ଓ ଅନୁଧ୍ୟାନ କର ଯେ ସେ ପାଗଳ ହୋଇଅଛି କି ନାହିଁ । ଏଥିପାଇଁ ତାର ଗତିବିଧି ଓ ସ୍ୱାସ୍ଥ୍ୟ ଅବସ୍ଥା ପ୍ରତି ଲକ୍ଷ ରଖ । କୁକୁରକୁ ଜଳାନ୍ତକ ରୋଗ ହୋଇଥିଲେ 10 ଦିନ ମଧ୍ୟରେ ତାର ମୃତ୍ୟୁ ହୋଇଥାଏ । ଏହି ରୋଗ କୌଣସି ଚିକିତ୍ସା ମିଳେ ନାହିଁ । ଜଳାନ୍ତକ ପ୍ରତିଷେଧକ ଟୀକା ଦ୍ଵାରା ଏହାକୁ ପ୍ରତିରୋଧ କରାଯାଇପାରେ । ତେଣୁ କୁକୁର କାମୁଡିଲେ ଏହାକୁ ଅବହେଳା ନକରି ରୋଗ ଦେଖାଯିବା ପୂର୍ବରୁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ନିମିତ୍ତ ଆହତ ବ୍ୟକ୍ତିକୁ ଶୀଘ୍ର ଡାକ୍ତରଙ୍କ ପାଖକୁ ପାଠାଇ ଦିଅ ।

ପାଗଳ ବିଲୁଆ, ମାଙ୍କଡ, ଭାଲୁ, ବିଲେଇ ଇତ୍ୟାଦି କାମୁଡିଲେ ମଧ୍ୟ ଜଳାନ୍ତକ ରୋଗ ହୋଇଥାଏ । ଏପରି ସ୍ଥଳ କୁକୁର କାମୁଡାର ଉପଚାର କର ।

ଉପଚାର

  • କ୍ଷତକୁ ସାବୁନ୍ ପାଣିରେ ଭଲ ଭାବରେ ଧୋଇ କ୍ଷତରେ ଲାଗିଥିବା ଲାଳକୁ ପରିଷ୍କାର କର ।
  • କ୍ଷତ ଉପରେ କୌଣସି ଔଷଧ ନଲଗାଇ ଶୁଖିଲା ବ୍ୟାଣ୍ଡେଜ ବାନ୍ଧି ଡାକ୍ତରଖାନାକୁ ପଠାଇ   ଦିଅ।

ଜୋକ ଓ ଟିଙ୍କ ଲାଗିଥିଲେ

ଜୋକ, ଟିଙ୍କ ଶରୀରରେ ଲାଗି ଶରୀରରୁ ରକ୍ତ ପିଇଥାନ୍ତି । ଏହାକୁ କାଢିବା ପାଇଁ ତାହା ମୁହଁରେ ଲୁଣ ପକାଇଲେ କିମ୍ବା ଫୋର୍ ସେଫ୍ ଦ୍ଵାରା ତାର ମୁଣ୍ଡକୁ ଧରି ଧୀରେ ଧୀରେ ଆଗ ପଛ କାଲେ ଏହା ଲାଗିଥିବା ସ୍ଥାନରୁ ବାହାରକୁ ଖସି ଯାଇଥାଏ । ଏହାକୁ ଜୋରରେ ଭିଦ୍ୟ ବାହାର କାଲେ ଅଧିକ କଷ୍ଟ ହୁଏ ଏବଂ ସହଜରେ ବାହାରେ ନାହିଁ । ଏହା ବାହାରିଯିବା ପରେ କ୍ଷତ ସ୍ଥାନକୁ ସ୍ପିରିଟ୍ ରେ ସଫା କେରିଦିଅ । ବିରୁଡି ମହୁମାଛି ଇତ୍ୟାଦି ମାରିଥିଲେ ସରୁ ଚିମୁଟା କିମ୍ବା ବିଶୋଧିତ ଛୁଞ୍ଚି ଦ୍ଵାରା କ୍ଷତ ସ୍ଥାନରୁ ନାହୁଡକୁ ବାହାର କରିଦିଅ । କ୍ଷତ ସ୍ଥାନରେ ଆମୋନିଆ ବାଇସୋଡା ବା ଖାର ସୋଡାରେ ପାଣି ମିଶାଇ ଲଗାଇଲେ ଯନ୍ତ୍ରଣା ଦୂର ହୁଏ ।

ହାଇଡ୍ରୋଫୋବିଆ ରୋଗ

କୁକୁର କାମୁଡିଲେ ହାଇଡ୍ରୋଫୋବିଆ ଭଳି ମାରାତ୍ମକ ରୋଗ ହୋଇଥାଏ । ତେବେ ରାସ୍ତାକଡରେ ବୁଲୁଥିବା କୁକୁରଙ୍କୁ କାବୁରେ ରଖିବା ଆମ ହାତରେ ନାହିଁ । କିନ୍ତୁ ଏମାନେ କାମୁଡିବା ପରେ ଆମେ କଣ କରି ପାରିବା ତାହା ଆମ ହାତରେ ଅଛି । ବେଳେ ବେଳେ ଏମିତି ପରିସ୍ଥିତ ହୋଇଥାଏ ଆମେ ତୁରନ୍ତ ଡାକ୍ତରଖାନାରେ ପହଂଚିପାରେନି । ତେଣୁ ଡାକ୍ତରଖାନା ଯିବା ପୂର୍ବରୁ କିଛି ଘରୋଇ ଉପାୟ ଜରିଆରେ ଏହି ସମ୍ପୂର୍ଣ୍ଣ ଶରୀରକୁ ଇନଫେକସନ୍ ହେବାରୁ ରୋକି ପାରିବା ।

ଘରୋଇ ଉପଚାର

  • କୁକୁର କାମୁଡା ପାଇଁ ହେଙ୍ଗୁ ସବୁଠାରୁ ଭଲ ଔଷଧ ପରି କାମ କରିଥାଏ । ତେଣୁ ହେଙ୍ଗୁରେ ପାଣି ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ । ଏହାକୁ କୁକୁର କାମୁଡା ସ୍ଥାନରେ ଏକ ଲେପ ପରି ଲଗାନ୍ତୁ । ଏହି ପେଷ୍ଟ ସମସ୍ତ ବିଷକୁ ନଷ୍ଟ କରିଦେଇଥାଏ ।
  • କୁକୁର କାମୁଡିବା ପରେ ସର୍ବପ୍ରଥମେ ସେହି ଘାକୁ ସଫା ପାଣିରେ ଧୁଅନ୍ତୁ । ଏହା ଦ୍ୱାରା ବିଷ ଶରୀରରେ ଚଢିନଥାଏ । ଏହା ପରେ ନାଲି ଲଙ୍କା ଗୁଣ୍ଡକୁ ସୋରିଷ ତେଲ ସହ ମିଶାଇ ସେହି ସ୍ଥାନରେ ଲଗାନ୍ତୁ । ଏପରି କରିବା ଦ୍ୱାରା ଇନଫେକସନ୍ ହୋଇନଥାଏ ।
  • ସେହିପରି ଗୋଲମରିଚ ମଧ୍ୟ ବିଷକୁ କାଟିଥାଏ । ୧୦ -୧୫ଟି ଗୋଲମରିଚ ୨ ଚାମଚ ଜୀରା ସହ ମିଶାଇ ଗୁଣ୍ଡ ପ୍ରସ୍ତୁତ କରନ୍ତୁ । ଏହି ଗୁଣ୍ଡକୁ ପାଣିରେ ମିଶାଇ ଲେପ କରି କୁକୁର କାମୁଡିଥିବା ସ୍ଥାନରେ ଲଗାନ୍ତୁ ।
  • ସମାନ ପରିମାଣର ପିଆଜ ରସ, ଲୁଣ , ମହୁ ଏବଂ ଅଖରୋଟକୁ ମିଶାଇ ଏକ ପେଷ୍ଟ କରି ଘା’ରେ ଲଗାନ୍ତୁ । ଏପରି କଲେ କୁକୁର ବିଷ ସମ୍ପୂର୍ଣ୍ଣ ଶରୀରରେ ଚଢିନଥାଏ ।

ଆଧାର - ସ୍ୱାସ୍ଥ୍ୟ ବ୍ୟୁର

1.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top