অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କ୍ଷତ ଓ ରକ୍ତସ୍ରାବ

ଉପକ୍ରମ

ଶରୀରର ବର୍ହିଃ ଆବରଣ ଭାବେ ଚର୍ମ କିମ୍ବା କୌଣସି ଅଙ୍ଗର ଆବରଣ ଛିନ୍ନ ସୃଷ୍ଟି ହେଲେ ତାହାକୁ କ୍ଷତ କୁହାଯାଏ । ଏଥିରୁ ରକ୍ତସ୍ରାବ ହୁଏ ଏବଂ ତା ମଧ୍ୟ ଦେଇ ଜୀବାଣୁ ପ୍ରବେଶ କାଲେ ପରବର୍ତ୍ତି ସମୟରେ ଖାତା ସେପ୍ ଟିକ୍ ହୋଇଥାଏ ।

ବିଭିନ୍ନ ପ୍ରକାର କ୍ଷତ

  1. କଟା କ୍ଷତ : କୌଣସି ଧାରୁଆ ଅସ୍ତ୍ର (ଛୁରୀ, ରେଜର, ଖଣ୍ଡା ) ଦ୍ଵାରା କଟିଗଲେ ଏହି କ୍ଷତ ହୋଇଥାଏ । ଖାତାରେ ରକ୍ତବାହୀ ନଳୀଗୁଡିକ ଧମନୀ ଓ ଶିରା ସିଧା କଟିଯାଏ ଓ ଅଧିକ ରକ୍ତସ୍ରାବ ହୋଇଥାଏ ।
  2. ଆଞ୍ଚୁଡା କ୍ଷତ : ଏହା ସାଧାରଣତଃ ଖଦଡା ପୃଷ୍ଠରେ ଘଡିହୋଇ ସୃଷ୍ଟି ହୋଇଥାଏ । ଶରୀରର ଯେଉଁ ସ୍ଥାନରେ ଚର୍ମର ଆତି ନିକଟରେ ହାଡ ରହିଥାଏ, ସେହି ସ୍ଥାନରେ ଏହି କ୍ଷତ ସୃଷ୍ଟି ହୋଇଥାଏ । ଯଥା – ଆଣ୍ଠୁ, କହୁଣୀ, ଗୋଇଠି ଇତ୍ୟାଦି ।
  3. ଛିଣ୍ଡା କ୍ଷତ : କୌଣସି ଜନ୍ତ୍ର ଦ୍ଵାରା ବା ଅସମାନ ପଡିଗଲେ ବା ଜନ୍ତୁର ନଖରେ ଆଂପୁଡି ଦେଲେ ଏହି ପ୍ରକାରର କ୍ଷତ ସୃଷ୍ଟି ହୋଇଥାଏ । କ୍ଷତର ଧାର ଅସମାନ ରୁହେ ଏବଂ ସେଥିରୁ ଅପେକ୍ଷାକୃତ ଅଳ୍ପ ରକ୍ତସ୍ରାବ ହୋଇଥାଏ କିନ୍ତୁ ଏହି କ୍ଷତ ଅଧିକ ଗଭୀର ହୋଇଥିଲେ ରକ୍ତସ୍ରାବ ଅଧିକ ହୋଇଥାଏ ।
  4. ଛେଚା କ୍ଷତ : କୌଣସି ଭାରିବାସ୍ତୁ ( ହାତୁଡି, ପଥର) ଦ୍ଵାରା ଛେଚି ହୋଇଗଲେ ଏହି ପ୍ରକାର କ୍ଷତ ହୋଇଥାଏ । ଛେଚି ସ୍ଥାନର ଚର୍ମ ତଳେ ରକ୍ତ ଜମା ହୋଇ ରୁହେ ।
  5. ଫୋଡ କ୍ଷତ : ଏହା ମୁଖ୍ୟତଃ ସାରୁ ମୁମିଆ ବସ୍ତୁ ଦ୍ଵାରା ହୋଇଥାଏ । ଯଥା ଛୁଞ୍ଚି, କଣ୍ଟା, ଡାମ୍ପଣ, ଇତ୍ୟାଦିରେ ।
  6. ଭୁଷା କ୍ଷତ : କୌଣସି ତୀକ୍ଷ୍ମ ବା ମୁନିଆ ଅସ୍ତ୍ର ଦ୍ଵାରା (ଛୁରୀ, ଭୁଜାଲି) ଶରୀର ଭିତରକୁ ଫୋଡି ହୋଇଗଲେ ଏହି ପ୍ରକାର କ୍ଷତ ହୋଇଥାଏ । ଏହି ଖାତାରେ ଶରୀର ମଧ୍ୟସ୍ଥ ଅଙ୍ଗ କ୍ଷତିଗ୍ରସ୍ତ ହୋଇ ରକ୍ତସ୍ରାବ ହେଲେ ମଧ୍ୟ ତାହା ବାହାରକୁ ଜଣାଯାଏ ନାହିଁ କିନ୍ତୁ ଶରୀର ଭିତରେ ରକ୍ତସ୍ରାବ ହେବା ଦ୍ଵାରା ଜୀବନ ସଙ୍କଟାପନ୍ନ ହୋଇଥାଏ ।
  7. ବନ୍ଧୁକ ଗୁଳିଦ୍ଵାର ହୋଇଥିବା କ୍ଷତ : ବନ୍ଧୁକ ଗୁଳି ଦ୍ଵାରା ହୋଇଥାଏ । ଗୁଳିର ପ୍ରବେଶ ଏବଂ ବାହାରିବା ପଥରେ ରହିଥିବା ଶିରା, ଧମନୀ, ପ୍ରଶିରା ଏବଂ ଗୁରୁତ୍ଵପୂର୍ଣ୍ଣ ଅଙ୍ଗର ବିଶେଷ କ୍ଷତି ଘଟିଥାଏ ।
କ୍ଷତ ପାଇଁ ଦୁଇଟି ମୁଖ୍ୟ ବିପଦ
  1. ରକ୍ତସ୍ରାବ:ରକ୍ତସ୍ରାବ ବନ୍ଦ ନହେଲେ ଶରୀରର ରକ୍ତର ପରିମାଣ କମିଯାଏ । ଏବଂ ହୃତପିଣ୍ଡ କାର୍ଯ୍ୟ ମଧ୍ୟ ବନ୍ଦ ହୋଇଯାଏ, ଯାହାଫଳରେ ମୃତ୍ୟୁ ହୋଇପାରେ । ଏଥିପାଇଁ ଖତରା ରକ୍ତସ୍ରାବକୁ ଶୀଘ୍ର ବନ୍ଦ କରିବା ଉଚିତ୍ ।
  2. ସଂକ୍ରମଣ: କ୍ଷତ ମଧ୍ୟରେ ଜୀବାଣୁ ପ୍ରବେଶ କରି କ୍ଷତକୁ ସଂକ୍ରମଣ କରନ୍ତି ଏବଂ ଏମାନଙ୍କ କ୍ଷତ ବୃଦ୍ଧିଦ୍ଵାରା କ୍ଷତରେ ପୂଜା ଓ ଅନ୍ୟାନ୍ୟ କ୍ଷତି ସୃଷ୍ଟି ହୋଇଥାଏ, ଏହିଠାରୁ ଜୀବାଣୁ ରକ୍ତରେ ପ୍ରବେଶ କାଲେ ତାହାକୁ ସେଫ୍ ଟିସେମିଆ କୁହାଯାଏ । ତେଣୁ ଏହାକୁ ପ୍ରତିରୋଧ କରିବା ଉଚିତ୍ ।

ଉପଚାର

  1. ନିଜ ହାତକୁ ସାବୁନ୍ ଏବଂ ପରିଷ୍କାର ପାଣି ଦ୍ଵାରା ଭଲ ଭାବରେ ଧୋଇ ସଫା କରି ଦିଅ । କ୍ଷତର ବାହାର ପାଖକୁ ଧୋଇ ସଫା କରି ଦିଅ ଏବଂ କ୍ଷତ ଚାରିପାଖେ ଲାଗିଥିବା ବାହ୍ୟ ବସ୍ତୁ ସହଜରେ ବାହାରିପାରୁଥିଲେ ତାହାକୁ ବାହାର କରିଦିଅ କ୍ଷତ ମଧ୍ୟରେ ରହିଥିବା ବାହ୍ୟ ବସ୍ତୁକୁ ମଧ୍ୟ ଧୋଇ ସଫାକର ।
  2. ବିଶୋଧିତ ଗଜ୍ କନା ବା ସଫା କନା ଦ୍ଵାରା କ୍ଷତକୁ ଘୋଡାଇ ବ୍ୟାଣ୍ଡେଜ୍ ବାନ୍ଧ।
  3. ଆବଶ୍ୟକତା ଅନୁଯାୟୀ ଉପୟୁକ୍ତ ହେଉଥିବା ସ୍ଥାନକୁ ସ୍ଥାନାନ୍ତରୀତ କର ।
  4. କ୍ଷତ ଉପରେ ତୁଳା ଲଗାଅ ନାହିଁ ଏହା ଖାତା ଉପରେ ଶୁଖିଗଲେ ଲାଗିଯାଇଥାଏ ଓ ସହଜରେ ଛାଡେ ନାହିଁ ।

ରକ୍ତସ୍ରାବ

ଏହା ଦୁଇପ୍ରକାର ହୋଇଥାଏ ଯଥା :

  1. ଅନ୍ତଃ ରକ୍ତସ୍ରାବ: ଶରୀରର ଆଭ୍ୟନ୍ତରରେ ଯଥା – ଛାତି, ମସ୍ତିଷ୍କ, ପେଟ ଇତ୍ୟାଦି ମଧ୍ୟରେ ରକ୍ତସ୍ରାବ ହୋଇଥାଏ ଏବଂ ତାହା ବାହାରକୁ ଦେଖାଯାଏ ନାହିଁ ।.
  2. ବାହ୍ୟ ରକ୍ତସ୍ରାବ : ଶରୀରର ବାହାର ଅଂଶର କ୍ଷତରୁଯେଉଁ ରକ୍ତସ୍ରାବ ହୋଇଥାଏ, ତାକୁ ବାହ୍ୟ ରକ୍ତସ୍ରାବ କୁହାଯାଏ । ରକ୍ତସ୍ରାବ ପ୍ରକାରଭେଦ : ରକ୍ତସ୍ରାବ ସାଧାରଣତଃ ୩ ଟି ମାଧ୍ୟମ ଦେଇ ହୋଇଥାଏ । ଯଥା
    1. ଧମନୀରୁ କ୍ତସ୍ରାବ:ଧମନୀରୁ ରକ୍ତସ୍ରାବ ହେଲେ ଏହା ଉଜ୍ଜ୍ଵଳ ଲାଲ ରଂଗ ଦେଖାଯାଏ ଏବଂ ହୁତପିଣ୍ଡର ସ୍ପନ୍ଦନ ଅନୁସାରେ ସେଥିରୁ ପିଚ୍ ପିଚ୍ ହୋଇ ରକ୍ତ ଛିଟିକି କରି ବାହାରିଥାଏ । ଏହି ରକ୍ତସ୍ରାବ ସଂଗେ ସଂଗେ ବନ୍ଦ କରାନଗଲେ ଶରୀରରୁ ଅଧିକ ରକ୍ତସ୍ରାବ ହୋଇଯାଇ ଆହତ ବ୍ୟକ୍ତିର ମୃତ୍ୟୁ ହୋଇଥାଏ ।
    2. ଶିରାରୁ ରକ୍ତସ୍ରାବ :ଏହି ରକ୍ତସ୍ରାବ କ୍ରମାଗତ ଭାବେ ବୋହିଚାଲିଥାଏ । ଏହି ରକ୍ତ ମଳିନ ଲାକ ରଙ୍ଗର ହୋଇଥାଏ । ରକ୍ତସ୍ରାବ ଅଧିକ ପରିମାଣରେ ହେଲେ ଆହତ ବ୍ୟକ୍ତି ମୃତ୍ୟୁ ହୋଇଥାଏ ।

    ରକ୍ତସ୍ରାବ ଚିହ୍ନ ଓ ଲକ୍ଷଣ

    1. ସାମାନ୍ୟ ରକ୍ତସ୍ରାବ : ଏହା ସାଧାରଣତଃ କାମ କରିବା ସମୟରେ ଓ ଖେଳିବା ଅବସ୍ଥାରେ ହୋଇଥାଏ । ଏହା କିଛି ସମୟ ପରେ ଆପେ ଆପେ ବନ୍ଦ ହୋଇଥାଏ । ରକ୍ତସ୍ରାବମାନାନ୍ୟ ହୋଇ ମଧ୍ୟ ଜୀବାଣୁ ସଂକ୍ରମଣ ହେବାର ଯଥେଷ୍ଟ ଆବଶ୍ୟକ ହୋଇଥାଏ । ତେଣୁ କ୍ଷତକୁ ଜୀବାଣୁ ସଂକ୍ରମଣରୁ ରକ୍ଷାକରିବା ନିମିତ୍ତ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ହୁଏ ।
    2. ଅତ୍ୟଧିକ ରକ୍ତସ୍ରାବ: କୌଣସି ବୃହତ୍ ରକ୍ତବାହୀନଳୀ କଟିଗଲେ ଏ ପ୍ରକାର ରକ୍ତସ୍ରାବ ହୋଇଥାଏ । ଏହି ରକ୍ତସ୍ରାବ ଶୀଘ୍ର ବନ୍ଦ କରାନଗଲେ ଶରୀରରେ ଥିବା ରକ୍ତ ପରିମାଣ ହ୍ରାସ ହୋଇଯାଇଥାଏ । ତେଣୁ ଏଭଳି ରକ୍ତସ୍ରାବକୁ ଶୀଘ୍ର ବନ୍ଦ କରିବା ଉଚିତ୍ ଏବଂ ଆହତ ବ୍ୟକ୍ତିକୁ ତୁରନ୍ତ ଡାକ୍ତରଖାନପଠାଇବାକୁ ହୁଏ ।

    ବାହ୍ୟ ରକ୍ତସ୍ରାବ ହୋଇଥିଲେ

    1. D.R.A.B.C. କ୍ରମରେ କାର୍ଯ୍ୟ କରି ଆରୋଗ୍ୟ ନିମିତ୍ତ ଉପଚାର ପ୍ରଦାନ କର ।
    2. ହାତ କିମ୍ବା ଗୋଡକୁ ରକ୍ତସ୍ରାବ ହେଉଥିଲେ ଆହତ ବ୍ୟକ୍ତିକୁ ଶୁଆଇ ଦେଇ ସଂପୃକ୍ତ ଆହତ ଅଙ୍ଗକୁ ହୃତପିଣ୍ଡଠାରୁ ଅଧିକ ଉଚ୍ଚତାକୁ ଟେକି ରଖ (ଅସ୍ଥି ଭଙ୍ଗ ହୋଇନଥିବା କ୍ଷତରେ ଏହା କରାଯାଏ
    3. କ୍ଷତର ଦୁଇପଟ ଧାରାକୁ ମିଶାଇ ଚାପିରଖ ।
    4. ଏକ ସଫା ପ୍ୟାଡରେ କ୍ଷତକୁ ଚାପିଧାରୀ ରକ୍ତସ୍ରାବ ବନ୍ଦ କରିବା ପାଇଁ ଚେଷ୍ଟା କର । ପ୍ୟାଡଟି ରକ୍ତ ଦ୍ଵାରା ଭିଜିଗଲେ ତାକୁ ବାହାର ନକରି ତା’ ଉପରେ ଆଉ ଏକ ନୂତନ ପ୍ୟାଡ ବ୍ୟବହାର କରି ରକ୍ତସ୍ରାବ ବନ୍ଦ କରିବା ପାଇଁ ଚେଷ୍ଟା କର । ଉଭୟ ଦୁଇଟି ପ୍ୟାଡ୍ ରକ୍ତସ୍ରାବରେ ସଂପୂର୍ଣ୍ଣ ଭିଜିଗଲେ ସେହି ଦୁଇଟି ଯାକ କାଢି ଦେଇ ସେହି ସ୍ଥାନରେ ଏକ ନୂତନ ପ୍ୟାଡ ଦେଇ ଚାପିରଖ ।
    5. ରକ୍ତସ୍ରାବ ବନ୍ଦ ହେଲା ପରେ ବ୍ୟାଣ୍ଡେଜକୁ କ୍ଷତ ଉପରେ ବାନ୍ଧିଦିଅ ।
    6. ସକ୍ ଅବସ୍ଥାରେ ଆହତ ବ୍ୟକ୍ତିଥିଲେ ତାହାର ଚିକିତ୍ସା କର ।
    7. ଯଥା ସମ୍ଭବ ଚିକିତ୍ସା ପାଇଁ ଆହତ ବ୍ୟକ୍ତିକୁ ଡାକ୍ତରଖାନାକୁ ପଠାଇଦିଅ ।

    ଆଭ୍ୟନ୍ତରର ରକ୍ତସ୍ରାବ

    1. ଆହତ ବ୍ୟକ୍ତିର ମୁଣ୍ଡତଳେ ତକିଆ ନଦେଇ ଚିତକରି ଶୁଆଇ ଦିଅ ଏବଂ ଗୋଡଦୁଇଟିକୁ ତକିଆ ବା ଅନ୍ୟ କିଛି ବସ୍ତୁ ଦ୍ଵାରା ଉପରକୁ ଟେକିରଖ ।
    2. ଆହତ ବ୍ୟକ୍ତିକୁ ସାନ୍ତ୍ଵନା ଦିଅ, ଧୀରସ୍ଥିର ଭାବେ ଆରାମଦାୟକ ଅବସ୍ଥାରେ ରଖ ଓ ତାଙ୍କୁ ହଲଚଲ ହେବାକୁ ମନାକର ।
    3. କମ୍ବଳ ଚାଦର କିମ୍ବା କୋଟ୍ ଦ୍ଵାରା ଘୋଡାଇ ଆହତ ବ୍ୟକ୍ତିର ଶରୀରକୁ ଉଷୁମ ରଖ । ଆହତ ବ୍ୟକ୍ତିକୁ ଖାଇବା କିମ୍ବା ପିଇବାକୁ ଦିଅନାହିଁ ।
    4. ଆହତ ବ୍ୟକ୍ତିର ଅବସ୍ଥା ଯେପରିଅଧିକ ଖରବ ନହୁଏ ସେଥିପ୍ରତି ଯତ୍ନ ନିଅ ଏବଂ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ପଠାଇ ଦିଅ ।

     

    ଭିଭିନ୍ନ ସ୍ଥାନର ରକ୍ତସ୍ରାବ ଓ ତାହାର ଚିକିତ୍ସା

    ଖପୁରୀ ଭିତରେ ରକ୍ତସ୍ରାବ : ଏହା ଦ୍ଵାରା ନାକ, କାନ, ଓ ପାଟି, ବାଟେ ରକ୍ତ ବାହାରିବା ସହିତ ମସ୍ତିଷ୍କରୁ ନିର୍ଗତ ରସ ବାହାରି ଆସେ ।

    ଉପଚାର :

    1. ନାକ ଓ କାନକୁ ତୁଳା କିମ୍ବା କନା ଦେଇ ବନ୍ଦ କରନାହିଁ ।
    2. ଆହତ ବ୍ୟକ୍ତି ଅଚେତ ହୋଇଥିଲେ ଏବଂ ଶ୍ଵାସକ୍ରିୟାହେଉଥିଲେ ଆହତ ରକ୍ତ ବୋହୁଥିବା ପାଖକୁ କଡେଇ ଦେଇ ଆରୋଗ୍ୟକାରକ ଅବସ୍ଥାନରେ ଶୁଆଇ ଦିଅ ଓ ଡାକ୍ତରଖାନା ପହଞ୍ଚାଇବ ପାଇଁ ବ୍ୟବସ୍ଥା କର ।

     

    ଅଙ୍ଗଚ୍ଛେଦ : ଦୁର୍ଘଟଣାରେ ଆଘାତ ଦ୍ଵାରା କୌଣସି ଅଙ୍ଗ ଶରୀରଠାରୁ ଆଂଶିକ କିମ୍ବା ସଂପୂର୍ଣ୍ଣ ଅଲଗା ହୋଇଯାଇପାରେ । ବର୍ତ୍ତମାନ ଉନ୍ନତ ଶଲ୍ଯ ଚିକିତ୍ସା ପଦ୍ଧତି ଦ୍ଵାରା ତାହା ପୁନଶ୍ଚ ଶରୀରର ଯୋଡି ଦେବା ସମ୍ଭବ ହୋଇଥାଏ ଏବଂ କତିଯାଇଥିବା ଅଙ୍ଗଟି ସୁରକ୍ଷିତ କରି ଆହତ ବ୍ୟକ୍ତିଙ୍କ ସହିତ ଡାକ୍ତରଖାନା ପଠାଇବା ଆବଶ୍ୟକ ହୋଇଥାଏ । ଏହା ଯେତେ ଶୀଘ୍ର କରାଯାଏ କତିଯାଇଥିବା ଅଙ୍ଗକୁ ଡାକ୍ତରଙ୍କ ଯୋଡିବା ସେହି ଅନୁସାରେ ଫଳପ୍ରଦ ହୋଇଥାଏ ।

    ଆହତ ବ୍ୟକ୍ତିଙ୍କ ଉପଚାର :

    1. ରକ୍ତସ୍ରାବ ବନ୍ଦ କରିବା ପାଇଁ କଟିଯାଇଥିବା ଅଙ୍ଗ ଉପରେ ସଫା ମୋଟା କନା ରାଖୀ ଚାପଦେଇ ବ୍ୟାଣ୍ଡେଜ୍ ବାନ୍ଧ ।
    2. ବ୍ୟାଣ୍ଡେଜ୍ ଚାପ ଯେପରି ରକ୍ତସ୍ରାବକୁ ବନ୍ଦ କରିବାକୁ ସକ୍ଷମ ହେବ ନଚେତ୍ ଆହତ ଅଙ୍ଗକୁ ହୃତପିଣ୍ଡ ଠାରୁ ଉପରକୁ ଟେକିଧରି ଡାକ୍ତର ପାଖରେ ପହଞ୍ଚାଅ ।
    3. ଆହତ ବ୍ୟକ୍ତି ଯଦି ସକ୍ ଅବସ୍ଥାରେ ଥାଏ ସକ୍ ର ଚିକିତ୍ସା କର ।
    4. ଆହତ ବ୍ୟକ୍ତି ସହ କଟି ଯାଇଥିବା ଅଂଶକୁ ଡାକ୍ତରଖାନାବ ପଠାଇ ଦିଅ ।

     

    କତିଯାଇଥିବା ଅଙ୍ଗଟିର ଯତ :

    1. କତିଯାଇଥିବା ଅଙ୍ଗଟିକୁ ସଫା କନା କିମ୍ବା ବିଶୋଧିତ କନାରେ ଗୁଡାଇ ଗୋଟିଏ ପ୍ଲାଷ୍ଟିକ ମୁଣା ମଧ୍ୟରେ ରାଖୀ ମୁହଁ ବାନ୍ଧିଦିଅ
    2. ଆଉ ଏକ ପ୍ଲାଷ୍ଟିକ ମୁଣା ଭିତରେ ବରଫ ଗୁଣ୍ଡ ସହିତ ପୂର୍ବ ମୁଣାକୁ ରଖି ମୁହଁ ବାନ୍ଧିଦିଅ ।
    3. ଆହତ ବ୍ୟକ୍ତିଙ୍କର ନାମ, କେତେବେଳେ ଦୁର୍ଘଟଣା ଘଟିଲା ତାହାର ଟିପ୍ ପଣୀ ଦେଖି ପ୍ଲାଷ୍ଟିକ ମୁଣ୍ଡା ସହିତ ଡାକ୍ତରଖାନାକୁ ପଠାଇଦିଅ ।

     

    କ’ଣ କରିବ ନାହିଁ

    1. କ୍ଷତ ଅଙ୍ଗକୁ ତୁଳା କିମ୍ବା ରୁମ ଥିବା କନା ପୁରାଇ ବାନ୍ଧିବ ନାହିଁ ।
    2. କଟିଯାଇଥିବା ଅଂସ ସହିତ ପ୍ରତ୍ୟକ୍ଷ ଭାବେ ବରଫା ଲାଗିବ ନାହିଁ ।

    ନାକରୁ ରକ୍ତସ୍ରାବ : ସାଧାରଣତଃ ଖରାଦିନେ ପିଲାମାନଙ୍କର ନାକରୁ ରକ୍ତ ବାହାରିଥାଏ । ଏହା ବ୍ୟତୀତ ନାକରେ କୌଣସି ଆଘାତ ଲାଗି କ୍ଷତ ହେବା ଦ୍ଵାରା ରକ୍ତ ବାହାରିଥାଏ । ଉଚ୍ଚ ରକ୍ତଚାପ ଯୋଗୁଁ ମଧ୍ୟ ନାକରୁ ରକ୍ତସ୍ରାବ ହୋଇଥାଏ ।

    ଉପଚାର

      ଆହତ ବ୍ୟକ୍ତିଙ୍କୁ ସିଧା ଭାବରେ ବସାଇ ଦେଇ ମୁଣ୍ଡକୁ ଆଗକୁ ନୂଆଁଇ ରକ୍ଷା ଏବଂ ପାଟିବାଟେ ନିଶ୍ଵାସ ନେବାକୁ କୁହ ।
    1. ଗଳାରେ ଥିବା ଲୁଗାପଟାକୁ ଢିଲା କରିଦିଅ, ଆହତ ବ୍ୟକ୍ତିର ନାକକୁ ୧୦ ମିନିଟ୍ ପର୍ଯ୍ୟନ୍ତ ଚାପିଧାର କିମ୍ବା ତାକୁ ଚାପିଧାରିବାକୁ କୁହ ।
    2. ନାକ ଉପରେ ବରଫ କିମ୍ବା ଥଣ୍ଡା ସେକ ଦିଅ । ଆହତ ବ୍ୟକ୍ତି ନାକ ପୋଛିବାକୁ ମନାକର । ଏହାଦ୍ଵାରା ଯଦି ରକ୍ତସ୍ରାବ ବନ୍ଦ ନହୁଏ ତେବେ ପୁନର୍ବାର ନାକକୁ ୧୦ ମିନିଟ୍ ଚାପ ଦିଅ । ଏହିପରି କରିବା ଦ୍ଵାରା ୩୦ ମିନିଟ୍ ମଧ୍ୟରେ ରକ୍ତସ୍ରାବ ବନ୍ଦ ନହେଲେ ଯଥାଶୀଘ୍ର ଡାକ୍ତରଖାନାକୁ ନେବା ପାଇଁ ବ୍ୟବସ୍ଥା କର ।

     

    ଦାନ୍ତର ରକ୍ତସ୍ରାବ :କିଛି ଗଜ୍ କୁ ସ୍ଥାନରେ ରାଖୀ ଆହତ ବ୍ୟକ୍ତିକୁ ସେହି ଗଜ୍ କୁ କାମୁଡି ଧରିବାକୁ କୁହ ।

    ପାପୁଲିର ରକ୍ତସ୍ରାବ : କଚଟିକୁ ତୁମ ହାତରେ ୧୦ ମିନିଟ୍ ପର୍ଯ୍ୟନ୍ତ ଚାପିଧାର । ଆଘାତ ସ୍ଥାନରେ ପ୍ୟାଡ୍ ଦେଇ ଆହତ ବ୍ୟକ୍ତିକୁ ମୁଠା କରିବାକୁ କୁହ । ମୁଠା ଉପରେ ବ୍ୟାଣ୍ଡେଜ୍ କରି ଡାକ୍ତରଖାନାକୁ ପଠାଇଦିଅ ।

    ଚାପି ହୋଇଯିବା ଦ୍ଵାରା କ୍ଷତ :ଏହା ମୁଖ୍ୟତଃ ରାସ୍ତା ଦୁର୍ଘଟଣା କୋଠାଭୁଷିଡି ପଡିବା, ରେଳ ଦୁର୍ଘଟଣା, ବିସ୍ଫୋରଣ, ଭୂମିକମ୍ପ, ଖଣି ଦୁର୍ଘଟଣାରେ ହୋଇଥାଏ ।

    ଏହାଦ୍ଵାରା ମାଂସପେଶୀରେ ଆଘାତ, ହାଡଭଙ୍ଗା, ଫୁଲିଯିବା, ଫୋଟକା ହୋଇଯିବା, ଆଭ୍ୟନ୍ତରୀଣ ଖାତା ହେବାର ସମ୍ଭାବନା ଥାଏ । ସକ୍ ହୋଇ ଆହତ ବ୍ୟକ୍ତି ଅବସ୍ଥାରେ ଅବନତି ଦେଖାଯାଏ । ଅଧିକ ସମୟ ପର୍ଯ୍ୟନ୍ତ ଅଂଶ ଚାପି ହୋଇ ରହିଥାଏ ତେବେ ଆହତ ଅଂଶର ମାଂସପେଶୀ ତନ୍ତୁ ଏବଂ ଶରୀର ଭିତର ଗୁରୁତ୍ଵପୂର୍ଣ୍ଣ ଅଙ୍ଗଗୁଡିକ କ୍ଷତିସ୍ରସ୍ତ ହୋଇଥାଏ ଯଥା ତନ୍ ମଧ୍ୟରେ ଅନ୍ତଃ ରକ୍ତସ୍ରାବ ଇତ୍ୟାଦି ହୋଇଥାଏ ଏବଂ ଆହତ ବ୍ୟକ୍ତି ସକ୍ ଅବସ୍ଥାକୁ ଯାଇପାରେ, ବୃକ୍କ ର କାର୍ଯ୍ୟ କରିବା ଶକ୍ତି କମିଯାଇପାରେ ଏବଂ ଆହତ ବ୍ୟକ୍ତିର ମୃତ୍ୟୁ ମଧ୍ୟ ହୋଇପାରେ । ତେଣୁ ଏହିଭଳି ପରିସ୍ଥିତିରେ ଆହତ ବ୍ୟକ୍ତିକୁ ମୃତ୍ୟୁ ମଧ୍ୟ ହୋଇପାରେ ତେଣୁ ଏହିଭଳି ପରସ୍ଥିତିରେ ଆହତ ବ୍ୟକ୍ତିକୁ ଉଦ୍ଧାର କରିବା ସମୟରେ ଉଚିତ୍ ବ୍ୟବସ୍ଥା ଗ୍ରହଣ କରିବା ଏବଂ ଉଦ୍ଧାର ପରେ ତାଙ୍କ ଅବସ୍ଥା ପରୀକ୍ଷା ଚିକିତ୍ସାର ବ୍ୟାବସ୍ଥା ଗ୍ରହଣ କର । ଏହି ପ୍ରକାର ଆହତ ବ୍ୟକ୍ତିକୁ ଉପଯୁକ୍ତ ପ୍ରାଧାନ୍ୟ ଦେଇ ଚିକିତ୍ସା କରାନଗଲେ ଆହତ ବ୍ୟକ୍ତି ମୃତ୍ୟୁ ମୁଖରେ ପଡିପାରେ ।

    ଉଦ୍ଦେଶ୍ୟ : ସ୍ଵତନ୍ତ୍ର ଡାକ୍ତରୀ ସାହାଜ୍ଯ ପାଇବା ବ୍ୟବସ୍ଥା କର ଓ ଆହତ ବ୍ୟକ୍ତି କେତେ ସମୟ ଚାପି ହୋଇ ରହିଛି ତାହା ଜାଣିବାକୁ ଚେଷ୍ଟା କର । ୧୫ ମିନିଟ୍ ରୁ ଅଧିକ ସମୟ ଚାପି ହୋଇ ରହିଲେ ଶରୀରର ଅବସ୍ଥା ଅଧିକ ଏବଂ ଶୀଘ୍ର ଖରାପ ହେବାର ସମ୍ଭାବନା ରହିଥାଏ । ଟେବୁ ସେ କ୍ଷେତ୍ରିରେ ସ୍ଵତନ୍ତ୍ର ଡାକ୍ତରୀ ସାହାଜ୍ଯ ନମିଳିବା ପର୍ଯ୍ୟନ୍ତ ଚାପକୁ କାଢ ନାହିଁ ।

    ଆଘାତ ୧୫ ମିନିଟ୍ ମଧ୍ୟରେ ହୋଇଥିଲେ :

    1. ଚାପିହୋଇଥିବା ବସ୍ତୁ ଯଥା ଶୀଘ୍ର ବାହାର କରନ୍ତୁ । ଦରକାର ସ୍ଥଳେ DRABC କରାଯାଇପାରେ ।
    2. କ୍ଷତ ହୋଇଥିଲେ ରକ୍ତସ୍ରାବ ବନ୍ଦ କରିବାକୁ ଚେଷ୍ଟା ରକନ୍ତୁ ।
    3. ହାତ ଭାଙ୍ଗି ଯାଇଥିଲେ ତାକୁ ସ୍ପିଲଣ୍ଟ ଦେଇ ଅଙ୍ଗକୁ ଅଚଳ କରନ୍ତୁ ।
    4. ଆହତ ବ୍ୟକ୍ତିର ପ୍ରତିଟି ଅବସ୍ଥା ପ୍ରତି ଧ୍ୟାନ ଦିଅନ୍ତୁ ଓ ସକ୍ ର ଉପଚାର କରନ୍ତୁ ।

     

    ଆଘାତ ୧୫ ମିନିଟ୍ ଅଧିକ ସମୟ ହୋଇଥିଲେ :

    1. ଡାକ୍ତରୀ ସାହାଯ୍ୟ ନମିଳିବା ପର୍ଯ୍ୟନ୍ତ ଆହତ ବ୍ୟକ୍ତି ଉପରୁ ଚାପି ହୋଇଥିବା ବସ୍ତୁକୁ ବାହାର କର ନାହିଁ । ଦରକାର ସ୍ଥଳେ DRABC କ୍ରମ ଅନୁସାରେ ଚିକିତ୍ସା କର ।
    2. ଆହତ ବ୍ୟକ୍ତିକୁ ଆଶ୍ଵାସନା ଦିଅ ଓ ଆହତ ବ୍ୟକ୍ତିର ଅବସ୍ଥା ସମ୍ପର୍କରେ ନିରିକ୍ଷତ କର । ରକ୍ତସ୍ରାବ, ସନ୍ନିପାତ ବା ଅନ୍ୟାନ୍ୟ କ୍ଷତର ଉପଚାର କର ।

     

    ବିଷ୍ଫୋରଣ ଦ୍ଵାରା କ୍ଷତ : ବମ୍ ଫାଟିବା, ଗ୍ୟାସ ସିଲିଣ୍ଡର ଫାଟିବା ଦ୍ଵାରା ଉକ୍ତ ସ୍ଥାନର କିଛି ଦୂରତା ମଧ୍ୟରେ ରହିଥିବା ବ୍ୟକ୍ତିମାନେ ଆହତ ହୋଇଥାଆନ୍ତି । ଏହା ଦ୍ଵାରା ଶରୀରର ଭିତର ଅଂଶ ଯଥା, ଫୁସ୍ ଫୁସ୍ ଓ କାନ ପରଦା ଆଦିର କ୍ଷତ ହୋଇଥାଏ । ଏହା ଶରୀରର ବାହାରକୁ ଦେଖାଯାଏ ନାହିଁ । ଅନେକ ସମୟରେ ବିସ୍ଫୋରଣ ଦ୍ଵାରା ଅନେକ ଜଟିଳ କ୍ୟାଟା ସୃଷ୍ଟି ହୋଇଥାଏ । ଏହା ଦ୍ଵାରା ଅସ୍ଥି ଭଗ୍ନ ପୋଡା ଘାଆ ମଧ୍ୟ ହୋଇଥାଏ ।

    ଲକ୍ଷଣ : ସକ୍ ର ଲକ୍ଷଣ ଦେଖାଯାଏ । ଓ ଅଣନିଃଶ୍ଵାସୀ ହେବାଭଳି ଦେଖାଯାଏ, ଶ୍ଵାସରୁଦ୍ଧ ହୁଏ, କଫରେ ରକ୍ତ ସ୍ରାବ ଓ କାନରୁ ରକ୍ତ ବାହାରିଥାଏ ।

    ଉପଚାର : ଉକ୍ତ ସ୍ଥାନରେ ପୁନର୍ବାର ବିସ୍ଫୋରଣ ହେବାର ସମ୍ଭାବନା ନଥାଏ । ତେବେ ସେଠାରେ ପ୍ରାଥମିକ ଚିକିତ୍ସା ପ୍ରଦାନ କର ।

    1. ଆହତ ବ୍ୟକ୍ତିର ଲୁଗାକୁ ଢିଲା କରିଦିଅ । ସମ୍ଭବ ହେଲେ ଆହତ ବ୍ୟକ୍ତିକୁ କାନ୍ଧ ଓ ମୁଣ୍ଡରେ ଆଶ୍ରାଦେଇ ବସିବାକୁ କୁହ ।
    2. ଆହତ ବ୍ୟକ୍ତିକୁ ସାନ୍ତ୍ଵନା ଦିଅ ।
    3. ଆହତ ବ୍ୟକ୍ତିକୁ ପରୀକ୍ଷା କରି କ୍ରମାନ୍ଵୟରେ ଶ୍ଵାସରୁଦ୍ଧ, ରକ୍ତସ୍ରାବ, ସକ୍ ଓ ଅସ୍ଥିଭଙ୍ଗ ଇତ୍ୟାଦି ଅବସ୍ଥା ନିମିତ୍ତ ଚିକିତ୍ସା ପ୍ରଦାନ କର ।
    4. ଆହତ ବ୍ୟକ୍ତିକ ଡାକ୍ତରଖାନାକୁ ପଠାଇଦିଅ । ଡାକ୍ତରଙ୍କ ପାଖରେ ପହଞ୍ଚିବା ପର୍ଯ୍ୟନ୍ତ ଆବଶ୍ୟକ ହେଉଥିବା ଚିକିତ୍ସା ଚାଲୁ ରଖ ।

    ବାହ୍ୟବସ୍ତୁ ଦ୍ଵାରା ଛାତିରେ କ୍ଷତ ଓ ରକ୍ତସ୍ରାବ

    ବକ୍ଷାସ୍ଥି ଓ ପଞ୍ଜରାସ୍ଥିର ସୁରକ୍ଷା ମଧ୍ୟରେ ଫୁସ୍ ଫୁସ୍ ଓ ହୃତପିଣ୍ଡ ସମେତ କେତେକ ଗୁରୁତ୍ୱପୂର୍ଣ୍ଣ ଅଂଶ ଯଥା – ରକ୍ତବାହୀ ନଳୀ, ଝାଦ୍ୟନଳୀର ଉପର ଭାଗ ସୁରକ୍ଷିତ ହୋଇଥାଏ । ଆଘାତ ଦ୍ଵାରା କିମ୍ବା ବାହ୍ୟ ଆଘାତ ଲାଗିବା ଦ୍ଵାରା ଛାତିରେ କ୍ଷତ ସୃଷ୍ଟି ହୋଇଥାଏ । ଫୁସ୍ ଫୁସ୍ ରେ କ୍ଷତହୋଇଥିଲେ ସକ୍ ର ସମସ୍ତ ଲକ୍ଷଣ ଦେଖାଯାଏ । ଆହତ ବ୍ୟକ୍ତି ଅସ୍ତବ୍ୟସ୍ତ ହେବା ସହିତ ଭୟଭୀତ ମଧ୍ୟ ହୋଇଥାଏ । କ୍ଷତ ପଥ ଦେଇ ଛାତି ମଧ୍ୟକୁ ପବନ ପସିବାର ଶବ୍ଦ ଶୁଣାଯାଏ । ଆହତ ବ୍ୟକ୍ତି ନିଃଶ୍ଵାସ ଛାଡିବା ସମୟରେ କ୍ଷତରୁ ରକ୍ତସ୍ରାବ ହୁଏ ।

    ଚିହ୍ନ ଓ ଲକ୍ଷଣ : ଶ୍ଵାସକ୍ରିୟା କରିବା ସମୟରେ କ୍ଷତ ପଥରୁ ରକ୍ତସ୍ରାବ ହୁଏ । ସକ୍ ର ସମସ୍ତ ଚିହ୍ନ ଲକ୍ଷଣ ଦେଖାଯାଏ । ପାଟିବାଟେ ରକ୍ତ ବାହାରିପାରେ, ପାଟି, ଓଠ, ନଖ ଚର୍ମ ନୀଳ ପଡିଯାଇଥାଏ । କ୍ଷତରୁ ରକ୍ତ ଫୋଟକାପରି ବାହାରିଥାଏ । ଶ୍ଵାସକ୍ରିୟା ସମୟରେ କ୍ଷତ ମଧ୍ୟ ଦେଇ ପବନ ପଶିବା ଶବ୍ଦ ଶୁଣାଯାଏ ।

    ଚିକିତ୍ସା :

    1. ଆହତ ବ୍ୟକ୍ତି ଚେତାରେ ଥିଲେ କ୍ଷତ ଦ୍ଵାରା ଛାତିଲେ ହୋଇଥିବା କ୍ଷତକୁ ତାହାର ପାପୁଲି ସାହାଯ୍ୟରେ ଚାପିଧାରିବାକୁ କୁହ । ଚେତାରେ ନଥିଲେ, ନିଜ ପାପୁଲି ସାହାଯ୍ୟରେ ଛାତିର କ୍ଷତ ଉପରେ ପ୍ୟାଡ ରଖି ଚାପି ଧର ।
    2. ଏକ ସଫା ଡ୍ରେସିଂ ପଟି କିମ୍ବା ଜୀବାଣୁମୁକ୍ତ କନା ଦ୍ଵାରା କ୍ଷତକୁ ଘୋଡାଇ ରଖ । ତାପରେ ବାୟୁ ଚଳାଚଳକୁ ସମ୍ପୁର୍ଣ୍ଣ ବନ୍ଦ କରିବା ପାଇଁ ଏକ ପଲିଥିନ୍ ଦ୍ଵାରା ଘୋଡାଇ ଦିଅ ଏବଂ ତାର ପାର୍ଶ୍ଵକୁ ଅଠାଳିଆ ପଟି କିମ୍ବା ବ୍ୟାଣ୍ଡେଜ୍ ସାହାଯ୍ୟରେସମ୍ପୁର୍ଣ୍ଣ ବନ୍ଦ କରିଦିଅ ଜେଭଳି ପବନ ଭିତରକୁ ଯାଇନପାରେ । ଦେର୍ସ୍ସିଙ୍ଗ ତଳ ପାର୍ଶ୍ଵରେ ବ୍ୟାଣ୍ଡେଜ୍ କିମ୍ବା ଅଠାଳିଆ ପଟି ଦିଆ ନାହିଁ ।
    3. ଆହତ ବ୍ୟକ୍ତି ଚେତାରେ ଥିଲେ ତା ପଛପଟେ ସାହାଜ୍ଯ ଦେଇ ଆହତ ପାଖ ଛାତିର ଆଡକୁ ସାମାନ୍ୟ ଢଳେଇଦେଇ ବସାଇ ରଖ ଯଥାଶୀଘ୍ର ଡାକ୍ତରଖାନା ନେବାର ବ୍ୟବସ୍ଥା କର ।
    4. ଆହତ ବ୍ୟକ୍ତିର ଚେତା ନଥିଲେ ତାଙ୍କୁ ଆରୋଗ୍ୟଦାୟକ ଅବସ୍ଥାନରେ ଶୁଆଇ ରଖ । ଶୋଇବା ସମୟରେ କ୍ଷତର ବିପରୀତ ପାଖକୁ ଉପରକୁ ରଖ ଯାହାଦ୍ଵାରା ସେ ପାର୍ଶ୍ଵର ଫୁସ୍ ଫୁସ୍ ଠିକ୍ ଭାବରେ କାର୍ଯ୍ୟ କରିବ । ସମୟ ନଷ୍ଟ କରି ଯଥାଶୀର୍ଘ ଡାକ୍ତରଖାନାକୁ ନେବାର ବ୍ୟବସ୍ଥା କର ।

     

    ପେଟରେ କ୍ଷତ ହୋଇଥିଲେ : ଆଘାତ ଦ୍ଵାରା ବ୍ୟକ୍ତିର ପେଟରେ କ୍ଷତ ହୋଇଥିଲେ ସେହି ପାଖରେ ସୋଇ ରହିବା ପାଇଁ କୁହ । ଯଦି କ୍ଷତ ଦ୍ଵାରା ଶରୀରର କୌଣସି ଆଭ୍ୟନ୍ତର ଅଂଶ ବାହାରକୁ ପଡିଥାଏ କିମ୍ବା ଦେଖାଯାଉଥାଏ, ତାକୁ ପରିଷ୍କାର ପ୍ୟାଡ ଦେଇ ଘୋଡାଇ ଦିଅ । ଆହତ ବ୍ୟକ୍ତିକୁ କୌଣସି ଖାଦ୍ୟ ବା ପାନୀଯ ଦିଅ ନାହିଁ । ବ୍ୟାଣ୍ଡେଜ୍ ବାନ୍ଧିସାରିବା ପରେ ଆହତ ବ୍ୟକ୍ତିଙ୍କୁ ଆରାମ୍ ଲାଗିବା ଅବସ୍ଥାରେ ରଖି ଡାକ୍ତରଖାନାକୁ ସ୍ଥାନାନ୍ତଋତ କରନ୍ତୁ ପାଟି ଶୁଖିଯାଉଥିଲେ ପାଟିକୁ ଓଦା ରଖିବା ପାଇଁ ଅଧା ଚାମଚ ପାଣି ବା ମୁହଁରେ ବରଫ ଦିଆଯାଇପାରେ ।



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate