କାଚ, କାଠ ବାଉଁଶ ଖୁଣ୍ଟା, ଟୁକୁରା ଲୁହା, ଛୁଞ୍ଚି ଇତ୍ୟାଦି ଚର୍ମରେ ପଶିଯାଇ ସହଜରେ ବାହାରି ପାରୁନଥିଲେ ତାହାକୁ ଅଯଥା ବାହାର କରିବା ପାଇଞ୍ଜ ଚେଷ୍ଟା ନାରିବା ବାହ୍ୟ ବସ୍ତୁକୁ ଉକ୍ତ ସ୍ଥାନରେ ସ୍ଥିର ରାଖୀ ତାର ଚାରିପାଖରେ ପଟିବାନ୍ଧି ଡାକ୍ତରଖାନାକୁ ପଠାଇଦିଅ ।
କାଟ ପତଙ୍ଗର ଡେଣା, ଧୁଳି ବାଲି, କୋଇଲାଗୁଣ୍ଡ, ଲୁହ ଓ କାଚଗୁଣ୍ଡା ଇତ୍ୟାଦି ଆଖିରେ ପଡିଲେ ଆଖି ଖୁଞ୍ଚି ହୁଏ ଏବଂ ଯନ୍ତ୍ରଣା ହୁଏ । ଏହି ପଦାର୍ଥ ଆଖିଡୋଳାର ମଧ୍ୟ ଭାଗ କର୍ଣ୍ଣିକା ଉପରେ ପଡିଗଲେ ପରିସ୍ଥିତି ଜଟିଳ ହୋଇଥାଏ ।
ଯଦି କୀଟ ପତଙ୍ଗ ଓ ଧୁଳି ଆଦି ପଦାର୍ଥ ବାହ୍ୟ କର୍ଣ୍ଣରେ ପ୍ରବେଶ କରିଥାଏ, ତେବେ କର୍ଣ୍ଣରେ ପାଣି ପକାଇଲେ ସେଥିରେ କୀଟ ପତଙ୍ଗ ଆଦି ଉପରକୁ ଭାସିଆସନ୍ତି । ଯଦି ଏହା ଦ୍ଵାରା ବାହ୍ୟ ବସ୍ତୁ ବାହାରି ନଆସେ ଅଯଥା କିଛି ନକରି ଶ୍ରୀଘ୍ର ଡାକ୍ତରଙ୍କ ପାଖରେ ପହଞ୍ଚାଅ ।
ନାକରେ ବାହ୍ୟବସ୍ତୁ ପଶିଥିଲେ ବ୍ୟକ୍ତିକୁ ଛାତି ଫୁଲାଇ ପବନ ନେଇ ପାଟି ବନ୍ଦ କରି ଜୋରରେ ନାକବାଟେ ଛାଡିବାକୁ କୁହ । ଏହା ଦ୍ଵାରା ପଶିଥିବା ବସ୍ତୁ ନବାହାରିଲେ ଅଧିକ ଚେଷ୍ଟା ନକରି ଆହତ ବ୍ୟକ୍ତିକୁ ପାଟିପାଟେ ଶ୍ଵାସକ୍ରିୟା କରିବାକୁ କହି ଡାକ୍ତରଙ୍କ ନିକଟକୁ ପାଠାଇ ଦିଅ ।
ପୂର୍ବରୁ କୁହାଯାଇଥିବା ଗଳାରୁଦ୍ଧ ନିମିତ୍ତ ପ୍ରଯୁଜ୍ୟ ଚିକିତ୍ସା ପ୍ରଣାଳୀ ପ୍ରୟୋଗ କର ।
କୌଣସି ବସ୍ତୁକୁ ଗୋଇଠା ମାରିବା ବେଳେ ତାହା ଗୋଡରେ ନବାଜି ଖସିଗଲେ କିମ୍ବା ଗୋଟିଏ ଗୋଡରେ ଠିଆ ହେଲାବେଳେ ଗୋଡି ହୋଇ ପଡିଯିବା ଦ୍ଵାରା ଆଣ୍ଠୁ ଉପରେ ଥିବା ଉପାସ୍ଥି (ଚକି) ସ୍ଥାନଚ୍ୟୁତ ହେଲେ ଏହା ଘଟିଥାଏ । ଆଣ୍ଠୁ ଫୁଲିଯାଏ ଓ ଚଳପ୍ରଚଳ କରିହୁଏ ନାହିଁ । ଏହି ପରିସ୍ଥିତିରେ ବ୍ୟାଣ୍ଡେଜ ବାନ୍ଧି ଗୋଡକୁ ସ୍ଥିର ଓ ନିଶ୍ଚିତ କରି ଡାକ୍ତରଙ୍କ ପାଖରେ ଶୀଘ୍ର ପହଞ୍ଚାଇବା ଦରକାର ।
ଆଧାର
ST. JOHN AMBULANCE
Odisha state centre Bhubaneswar
Last Modified : 9/13/2019