ଦୁର୍ଘଟଣାରେ ଆହତ କିମ୍ବା ହଠାତ୍ ଅସୁସ୍ଥା ହୋଇ ପଡିଥିବା ବ୍ୟକ୍ତିଙ୍କର ଅବସ୍ଥା ଅତ୍ୟନ୍ତ ସଙ୍ଗଟାପନ୍ନ ହୋଇଥିଲେ, ପ୍ରଥମେ ତାଙ୍କର ଜୀବନରକ୍ଷା ଜରୁରୀ ହୋଇଥାଏ । ସେଥିପାଇଁ ଜରୁରୀକାଳୀନ ବ୍ୟବସ୍ଥାରେ ଏକ ସ୍ଵତନ୍ତ୍ର ପର୍ଯ୍ୟାୟକ୍ରମରେ ସହାୟତା କାର୍ଯ୍ୟ କରିବାକୁ ହୁଏ । ଏହି ପର୍ଯ୍ୟାୟକ୍ରମକୁ ସରଳରେ ମନେରଖିବା ନିମିତ୍ତ ଇଂରାଜୀରେ ଏକ ସୂତ୍ର ପ୍ରଚଳିତା ହୋଇଥାଏ । ଏଥିରେ ପର୍ଯ୍ୟାୟକ୍ରମରେ ଇଂରାଜୀ ଶବ୍ଦର ପ୍ରଥମ ଅକ୍ଷରକୁ ନେଇ ତାହା DRABC ହୋଇଥାଏ ।
ଏହାକୁ ‘ଡକ୍ଟର ଏବିସି’ କୁହାଯାଏ । ଏହି ପର୍ଯ୍ୟାୟକ୍ରମ ନିମ୍ନରେ ପ୍ରଦାନ କରାଗଲା ।
ଏହା ଦ୍ଵାରା ଆହତ ବ୍ୟକ୍ତିଙ୍କର ମସ୍ତିଷ୍କର ଅବସ୍ଥା ଅନୁଧ୍ୟାନ କରିହୁଏ ଅର୍ଥାତ୍ ସେ ସଚେତ କିମ୍ବା ଅଚେତ ଅବସ୍ଥାରେ ରହିଅଛନ୍ତି ?
ଅଚେତ ଅବସ୍ଥାରେ ବ୍ୟକ୍ତି ଚିତ୍ ହୋଇ ରହିଲେ ଜିଭ ପଛକୁ ଖସିଯାଇ ଶ୍ଵାସପଥକୁ ଅବରୁଦ୍ଧ କରିଦେଇଥାଏ । ଫଳରେ ଶ୍ଵାସପଥ ମଧ୍ୟ ଦେଇ ବାହ୍ୟବାୟୁ ଫୁସ୍ ଫୁସ୍ ମଧ୍ୟକୁ ଯାତାୟତ କରିପାରେ ନାହିଁ । ବାୟୁ ପଥକୁ ଖୋଲା ରହିବା ରଖିବା ନିମିତ୍ତ ନିମ୍ନ ପ୍ରଣାଳୀରେ କାର୍ଯ୍ୟକର ।
ଶ୍ଵାସପଥ ଖୋଲା ରହିବା ପରେ ଶ୍ଵାସକାର୍ଯ୍ୟ ହେଉଅଛି କି ନାହିଁ ଦେଖ । ଏଥିପାଇଁ ଦେଖ, ଶୁଣ ଏବଂ ଅନୁଭବ କର ପ୍ରଣାଳୀ ବ୍ୟବହାର କର ଛାତିର ଉତ୍ ଥାନ ଏବଂ ପତନକୁ ଦେଖ । ଅଚେତ ବ୍ୟକ୍ତର ନାକ ପାଖରେ କାନରଖି ଶ୍ଵାସକ୍ରିୟାର ଶବ୍ଦ ଶୁଣିବାକୁ ଚେଷ୍ଟା କର ଏବଂ ନିଜ ଗାଳକୁ ଆହତ ବ୍ୟକ୍ତିର ନାକ ପାଖରେ ରଖି ନାକରୁ ବାହାରୁଥିବା ପବନକୁ ନିଜ ଗାଳରେ ଅନୁଭବ କର । ଜନ୍ମଠାରୁ ୧୨ ମାସ ଶିଶୁଙ୍କର ପାଦତଳକୁ ଆଙ୍ଗୁଠିରେ ସଲ୍ ସଲ୍ କରିବେ ବା ଆଙ୍ଗୁଠି ଟିପରେ ପାଦକୁ ବାଡେଇବା ଓ ଶିଶୁଙ୍କୁ ଡାକିବେ କିନ୍ତୁ ହଲାଇବେ ନାହିଁ ।
ଶ୍ଵାସକାର୍ଯ୍ୟ ଚାଲୁଥିବା କ୍ଷେତ୍ରରେ ଜିଭଦ୍ଵାରା ଶ୍ଵାସନଳୀ ଅବରୁଦ୍ଧ ନହେବା ନିମିତ୍ତ ଆହତ ବ୍ୟକ୍ତିର ଯଥାଶୀଘ୍ର ଆରୋଗ୍ୟ ଦାୟ କ ଅବସ୍ଥାନ ରେ ଶୁଆଇ ରଖ ଏବଂ ସେହିଭଳି ଅବସ୍ଥାନରେ ଡାକ୍ତରଖାନାକୁ ପ୍ରେରଣ କର ।
ଅଚେତ ବ୍ୟକ୍ତିକୁ ଆରୋଗ୍ୟଦାୟକ ଅବସ୍ଥାନରେ ରଖିବା ନିମିତ୍ତ ନିମ୍ନଲିଖିତ କ୍ରମିକ ପର୍ଯ୍ୟାୟ ଗ୍ରହଣ କର ।
ଶ୍ଵାସକ୍ରିୟା ବନ୍ଦ ହୋଇଥିବା କ୍ଷେତ୍ରରେ କୃତ୍ରିମ ପ୍ରଣାଳୀରେ ଶ୍ଵାସକ୍ରିୟା ପ୍ରଦାନ କରିବାକୁ ହୋଇଥାଏ । ଏଥିପାଇଁ ପାଟିରୁ ପାଟି କିମ୍ବା ପାଟିରୁ ନାକ ସଂଯୋଗ ବ୍ୟବସ୍ଥା ବ୍ୟାବହାର କରାଯାଏ ।
ସାଧାରଣ ପରିବେଶରେ ବାୟରେ ଅମ୍ଳଜାନ ପରିମାଣ ପ୍ରାୟ ୨୧% ରହିଥାଏ । ମନୁଷ୍ୟର ଶ୍ଵାସକ୍ରିୟା ତନ୍ମଧ୍ୟରୁ କେବଳ ୫% ଅଂଶ ବ୍ୟବହାର କରିଥାଏ । ତେଣୁ ନିଃଶ୍ଵାସ ବାଯୁରେ ଅବଶିଷ୍ଟ ୧୬ % ଅମ୍ଳଜାନ ବାହାରି ଯାଇଥାଏ । ଶ୍ଵାସକ୍ରିୟା ବନ୍ଦ ହୋଇଥିବା ବ୍ୟକ୍ତିଙ୍କ ପାଟିରେ ପାଟି ଲଗାଇ କୃତ୍ରିମ ଶ୍ଵାସକ୍ରିୟା ପ୍ରଦାନ କାଲେ ପ୍ରାଥମିକ ସହାୟକ ନିଃଶ୍ଵାସରେ ରହିଥିବା ୧୬% ଅମ୍ଳଜାନ ଆହତ ବ୍ୟକ୍ତିଙ୍କ ଶରୀରକୁ ଆବଶ୍ୟକ ପରିମାଣର ଅମ୍ଳଜାନ ଯୋଗାଇପାରେ ।
ପାଟିକୁ ପାଟି ଲାଗାଇ କୃତ୍ରିମ ଶ୍ଵାସକ୍ରିୟା ପ୍ରଦାନ କରିବା ସମୟରେ ଆହତ ବ୍ୟକ୍ତିର ମୁଣ୍ଡ ଯେପରି ପଛକୁ ଢଳି ରହି ଶ୍ଵାସ ପଥକୁ ଖୋଲାକରି ରଖୁଛି ଏବଂ ଛାତିର ଉଠିବା ଏବଂ ପଡିବା ଦ୍ଵାରା ଫୁସ୍ ଫୁସ୍ ମଧ୍ୟକୁ ଯେପରି ବାୟୁ ପ୍ରବେଶ କରିପାରୁଛି ସେଥିପ୍ରତି ଲକ୍ଷ୍ୟ ରଖ ।
ଶିଶୁଙ୍କ କୃତ୍ରିମ ଶ୍ଵାସକ୍ରିୟା ନିମିତ୍ତ ସାଧାରଣତଃ ତାଙ୍କର ପାଟି ଏବଂ ନାକ ଉଭୟଙ୍କୁ ନିଜର ପାଟି ଦ୍ଵାରା ଆବୃତ କରି ରଖିବାକୁ ହୁଏ। ଫୁଙ୍କିବା ନିମିତ୍ତ ୧ ସେକେଣ୍ଡ ଏବଂ ବାୟୁ ବାରିବା ନିମିତ୍ତ ୨ ସେକେଣ୍ଡ ଆପେକ୍ଷା କରିବାକୁ ହୁଏ । ଯଥାଶୀଘ୍ର କୃତ୍ରିମ ଶ୍ଵାସକ୍ରିୟା ଆରମ୍ଭ କରନ୍ତୁ । ଏହା ବୟସ୍କ ବ୍ୟକ୍ତିଙ୍କ ପାଇଁ ୨ ଥର (୨ ସେକେଣ୍ଡ ପବନ ଦେବା ଓ ବାହାରିବା ପାଇଁ ୪ ସେକେଣ୍ଡ ସମୟ ଛାଡିବା ) ଏବଂ ଶିଶୁମାନଙ୍କର ପାଇଁ ୫ ଥର କୃତ୍ରିମ ଶ୍ଵାସକ୍ରିୟା କରାଇବା (୧ ସେକେଣ୍ଡ ପବନ ଦେବା ଏବଂ ତାହା ବାହାରିବା ପାଇଁ ୨ ସେକେଣ୍ଡ ପବନ ଛାଡିବା ) ଏହାପରେ ରକ୍ତ ସଞ୍ଚାଳନ ଓ ହୁତପିଣ୍ଡ କ୍ରିୟା ଜାଣିବା ପାଇଁ ନାଡୀ ପରୀକ୍ଷା କର ।
ହୃତପିଣ୍ଡ ଦ୍ଵାରା ରକ୍ତ ସଞ୍ଚାଳନକୁ ଜାଣିବା ନିମିତ୍ତ ନାଡୀକୁ ଦେଖିବାକୁ ହୁଏ । ଏଥିପାଇଁ ବୟସ୍କ ବ୍ୟକ୍ତିଙ୍କର ବେକରେ କାରୋଟିଡ ଧମନୀର ନାଡି ଏବଂ ୧ ବର୍ଷ ଶିଶୁଙ୍କରବାହୁରେ ବ୍ରକିଆଲ ଧମନୀର ନାଡିକୁ ଦେଖାଯାଏ । ନାଡି ଚାଲୁ ନଥିଲେ ସମୟ ବିଳମ୍ବ ନ କରି ଯଥାଶୀର୍ଘ CPR/ କାର୍ଡିଓ – ପଲମୋନାରି – ରିସସଟେସନ / ହୃତପିଣ୍ଡ – ଫୁସ୍ ଫୁସ୍ କାର୍ଯ୍ୟର ପୁନଃ ପ୍ରଚାଳନ ବ୍ୟବସ୍ଥା ଗ୍ରହଣ କରିବାକୁ ହୁଏ । ସାଧାରଣତଃ, ମସ୍ତିଷ୍କ ତିନି ମିନିଟ ଠାରୁ ଅଧିକ ସମୟ ଅମ୍ଳଜାନ ଅଭାବ ଜନିତ ଅବସ୍ଥାରେ ରହିଲେ ସେଥିରେ ଅଣପ୍ରତ୍ୟାବର୍ତ୍ତନଶୀଳ ପରିବର୍ତ୍ତନମାନ ସୃଷ୍ଟି ହୋଇ ମସ୍ତିଷ୍କର କାର୍ଯ୍ୟ କ୍ଷମତାରେ କ୍ଷତି ଆଣିଥାଏ । ତେଣୁ ଆହତ ବ୍ୟକ୍ତିଙ୍କ ମସ୍ତିଷ୍କ ଖ୍ୟାତିହେବା ପୂର୍ବରୁ CPR ପ୍ରଦାନ କରାଗଲା ତାଙ୍କର ଜୀବନ ରକ୍ଷା ହୋଇଥାଏ ।
କାର୍ଡିଓ- ପଲମୋନାରି – ରିସସଟେସନ୍ ବା ହୃତ – ଫୁସ୍ ଫୁସ୍ କାର୍ଯ୍ୟର ପୁନଃ ପ୍ରଚଳନ
ଶ୍ଵାସକାର୍ଯ୍ୟ ଏବଂ ହୁତପିଣ୍ଡ କାର୍ଯ୍ୟ ବନ୍ଦ ହୋଇଥିଲେ କୃତ୍ରିମ ଶ୍ଵାସକ୍ରିୟା ସହିତ ହୃତପିଣ୍ଡ କୃତ୍ରିମ ଭାବେ ବାହ୍ୟ ଚାପ ଦ୍ଵାରା ପରିଚାଳିତ କରାଯାଏ । ଏହା ଦ୍ଵାରା ବାଷ୍ପ ବିନିମୟ ନିମିତ୍ତ ଫୁସ୍ ଫୁସ୍ ବାହ୍ୟ ମିଳିଥାଏ ଏବଂ ସେଥିରୁ ରକ୍ତ ଗ୍ରହଣ କରିଥିବା ଅମ୍ଳଜାନ ହୁତପିଣ୍ଡ କାର୍ଯ୍ୟ ଦ୍ଵାରା ରକ୍ତ ନଳୀରେ ସଞ୍ଚାରିତ ହୋଇ ଶରୀରର ଜୀବକୋଷମାନଙ୍କୁ ମିଳିଥାଏ ।
ବି.ଦ୍ର: ସାଧାରଣତଃ ସିପିଆର ନିମିତ୍ତ ୩୦ ଥର ବାହ୍ୟ ହୃତ ଚାପ ସହିତ ୨ ଥର କୃତ୍ରିମ ଶ୍ଵାସକ୍ରିୟା ପ୍ରଦାନ କରାଯାଇଥାଏ ।
ଦୁଇ ଜଣ ପ୍ରାଥମିକ ସହାୟକ ରହିଥିଲେ ଜଣେ ୫ ଥର ବାହ୍ୟ ହୃଦ୍ ଚାପ ପ୍ରଦାନ କରିବା ପରେ ସହଯୋଗୀ ୧ ଥର କୃତ୍ରିମ ଶ୍ଵାସକ୍ରିୟା ପାଦାନ କରିଥାଏ ।
୧ ରୁ ୭ ବର୍ଷ ବୟସ୍କ ଶିଶୁମାନଙ୍କ ନିମିତ୍ତ ଗୋଟିଏ ହାତର ନେଡ଼ି ବ୍ୟବହାର କର । ୧ ବର୍ଷରୁ କମ୍ ବୟସ୍କ ଶିଶୁଙ୍କୁ ନିମିତ୍ତ ବକ୍ଷାସ୍ଥିର ଠିକ୍ ମଧ୍ୟରେ ଭାଷାଗରେ ୨ ଟି ଆଙ୍ଗୁଳି କିମ୍ବା ବୁଢା ଆଙ୍ଗୁଳି ଦ୍ଵାରା ଛାପ ପ୍ରଦାନ କର । ସମସ୍ତ କ୍ଷେତ୍ରରେ ଛାତି ତାହାର ଉଚ୍ଚତାର ଏକ ତୃତୀୟ ଭାଗ ନିମ୍ନ ଚାପି ହେଉଥିବା ଏବଂ ଚାପର ଗତି ୧ ମିନିଟ୍ ରେ ୧୦୦ ଥର ହେଉଥିବ ।
ପ୍ରତ୍ୟେକ ତିନି ମିନିଟ୍ ରେ ନାଡୀ ପରିକ୍ଷାକର, ନାଡୀ ସ୍ଵତଃ ଚାଲିବା ପର୍ଯ୍ୟନ୍ତ ଏହି ପ୍ରଣାଳୀ ପ୍ରଦାନ ଚାଲୁରଖ । ଶ୍ଵାସକ୍ରିୟା ଆବଶ୍ୟକ କ୍ଷେତ୍ରରେ କେବଳ କୃତ୍ରିମ ଶ୍ଵାସକ୍ରିୟାପ୍ରଦାନ କାତର ଏବଂ ଆହତ ବ୍ୟକ୍ତିଙ୍କ ଶ୍ଵାସକ୍ରିୟା ସ୍ଵଭାବିକତାକୁ ଫେରିଲେ ତାହା ବନ୍ଦକର । ଆହତ ବ୍ୟକ୍ତିଙ୍କ ହୁତ୍ କ୍ରିୟା ଏବଂ ଶ୍ଵାସକ୍ରିୟା ଚାଲିବା ପରେ ତାଙ୍କୁ ଆରୋଗ୍ୟଦାୟକ ଅବୁସ୍ଥାରେ ଶୁଆଇ ଦିଅ ।
ଏକୁଟିଆ ଥିଲେ, ୧ ମିନିଟ୍ ପ୍ରାଥମିକ ସହାୟତା ପ୍ରଦାନ ପରେ ଅନ୍ୟ ବ୍ୟକ୍ତିଙ୍କର ସାହାଯ୍ୟ ପାଇବା ନିମିତ୍ତ ଚେଷ୍ଟା କର ।
ବିପଦ ଚେତା ନାହିଁ ଚେତା ଅଛି ଆବଶ୍ୟକ ଅନୁସାରେ ସହାୟତା ପ୍ରଦାନ କର
ବି.ଦ୍ର : ଏକୁଟିଆ ଥିଲେ ପ୍ରାଥମିକ ଉପଚାର ୧ ମିନିଟ୍ ଦେଲାପରେ ଅନ୍ୟ ବ୍ୟକ୍ତିଙ୍କୁ ସାହାଜ୍ଯ ପାଇବା ପାଇଁ ଚେଷ୍ଟା କରିବ ।
ଚର୍ମ ଓ ଓଠର ରଙ୍ଗ କ୍ରମଶଃ ନୀଳରୁ ଗୋଲାପୀ ହେବାକୁ ଲାଗିବ, ଶରୀର ଉଷ୍କ ହେବାକୁ ଲାଗିବା, ଆଖିପତା ହଲିବା, ଗୋଡ଼ ହାତ ହଲିବା ଏବଂ କ୍ୟାରୋଟିଡ ଧମନୀରେ ସ୍ପନ୍ଦନ ସୃଷ୍ଟି ହେବା ଇତ୍ୟାଦି ଦ୍ଵାରା ହୃତ – ଫୁସ୍ ଫୁସ୍ କାର୍ଯ୍ୟର ପୁନଃ ପ୍ରଚଳନ ପ୍ରକ୍ରିୟା ଫଳପ୍ରଦ ହେଉଥିବା ଜଣାଯାଏ ।
କେତେକ ସମୟରେ ଶ୍ଵାସ ଖାଦ୍ୟ ପଦାର୍ଥ କିମ୍ବା ଅନ୍ୟ ବାହ୍ୟ ବସ୍ତୁ ପଶିଯାଇ ଶ୍ଵାସରୁଦ୍ଧ କରିଥାଏ । ତାହାକୁ ତତ୍ କ୍ଷଣାତ ବାହାର କରାନଗଲେ ଅମ୍ଳଜାନ ଅଭାବରେ ଶରୀର କ୍ରମଶଃ ନୀଳ ପଡିଯାଏ ଏବଂ ଅବସ୍ଥା ଖରାପ ହେବାକୁ ଲାଗେ । ଶେଷରେ ମୃତ୍ୟୁ ହୋଇଥାଏ ।
ଲକ୍ଷଣ
ସହାୟତା
ନିଜ ମୁହଁକୁ ଓଦାକାନାରେ ଘୋଡାଇରଖି ଆହତ ବ୍ୟକ୍ତିଙ୍କୁ ଧୂଆଁ ପୂର୍ଣ୍ଣ ହୋଇଥିବା ସ୍ଥାନରୁ ଉଦ୍ଧାର କରି ଖୋଲା ନିରାପଦ ସ୍ଥାନକୁ ନେଇ ଆସ । ଆବଶ୍ୟକ ହେଲେ ଆହତ ବ୍ୟକ୍ତିଙ୍କୁ କୃତ୍ରିମ ଶ୍ଵାସକ୍ରିୟା ପ୍ରଦାନ କର ।
ବିଷାକ୍ତ ବାଷ୍ପ ବାୟଠାରୁ ହାଲୁକା ହୋଇଥିବାକୁ ଏହା ଉର୍ଦ୍ଧ୍ଵରେ ରୁହେ । ସେଥିପାଇଁ ଶ୍ଵାସକ୍ରିୟା ବନ୍ଦରଖି ଗୁରୁଣ୍ଡି ଗୁରୁଣ୍ଡି ବାଷ୍ପ ପୂର୍ଣ୍ଣ କୋଠରୀ ମଧ୍ୟରେ ପ୍ରବେଶ କର ଏବଂ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଯଥାଶ୍ରୀଘ୍ର ଖୋଲା ନିରାପଦ ସ୍ଥାନକୁ ଫେରିଆସ । ଆବଶ୍ୟକ ହେଲେ ଆହତ ବ୍ୟକ୍ତିଙ୍କୁ କୃତ୍ରିମ ଶ୍ଵାସକ୍ରିୟା ପ୍ରଦାନ କର । ଏହିଭଳି ସ୍ଥାନରେ ସହାୟତା ପ୍ରଦାନ ସମୟରେ ବିଶେଷଭାବେ ନିର୍ମିତ ଧୂମ୍ର ନିରୋଧନ ମୁଖ୍ୟ ବ୍ୟବହାର କରିବା ଉଚିତ୍ ।
ପାଣିରେ ବୁଡିଯାଇଥିବା ବ୍ୟକ୍ତିଙ୍କୁ ପାଣିରୁ ଯଥାଶୀଘ୍ର ଉଦ୍ଧାର କରି କୁଳକୁ ନେଇଆସ । ତାଙ୍କୁ ଏକ ଶୁଖିଲା ସ୍ଥାନରେ ଶୁଆଇ ରାଖୀ ପାଟି ଭିତରେ ପଶିଯାଇଥିବା ବାହ୍ୟ ପଦାର୍ଥଗୁଡିକୁ ଆଙ୍ଗୁଳିରେ କାଢି ଶ୍ଵାସପଥ ପରିଷ୍କାର କରିଦିଅ । ଶ୍ଵାସକ୍ରିୟା ହେଉନଥିଲେ ୫ ଥର କୃତ୍ରିମ ଶ୍ଵାସକ୍ରିୟା ପ୍ରଦାନ କର ହୃଦକାର୍ଯ୍ୟ ଚାଲୁ ନଥିଲେ ଛାତିରେ ୧୫ ଥର ବାହ୍ୟ ହୃଦ୍ ଚାପ ସହିତ ଦୁଇ ଥର କୃତ୍ରିମ ଶ୍ଵାସକ୍ରିୟା ପ୍ରଦାନ ଆନୁପାତରେସିପିଆର ଚାଲୁକର । ଶ୍ଵାସକ୍ରିୟା ଏବଂ ହୃଦ୍ କାର୍ଯ୍ୟ ଠିକ୍ ଭାବେ ହେଉଥିଲେ ଆହତ ବ୍ୟକ୍ତିଙ୍କୁ ଆରୋଗ୍ୟଦାୟକ ଅବସ୍ଥାନରେ ଶୁଆଇ ଦିଅ । ଶରୀରରୁ ଓଦାଲୁଗା ବାହାର କରି ଶୁଖିଲା ଲୁଗାରେ ଘୋଡାଇ ରଖ ଯଥାଶୀଘ୍ର ଡାକ୍ତରଖାନାକୁ ପଠାଇବାର ବ୍ୟବସ୍ଥା କର ।
ପାଟିରେ ପାଟି ଲଗାଇ କୃତ୍ରିମ ଶ୍ଵାସକ୍ରିୟା ପ୍ରଦାନ ସମୟରେ ଯଦି ଛାତି ଭିତରକୁ ପବନ ଯାଉନଥାଏ ଏବଂ ପେଟ ମଧ୍ୟରେ ପାଣି ରହି ପେଟରେ ଫୁଲାଇ ରଖିଥାଏ ସେହି କ୍ଷେତ୍ରରେ ବ୍ୟକ୍ତିଙ୍କୁ ଆରୋଗ୍ୟଦାୟକ ଅବସ୍ଥାନରେ ଡାହାଣ କଡମାଡି ଶୁଆଇ ଦେଇ ଅତି ଯତ୍ନର ସହିତ ପେଟରେ ଚାପ ପ୍ରୟୋଗା କଲେ ପାଣି ଡାହାରକୁ ବୋହି ଆସିବା, ତାପରେ ପାଟିକୁ ପରିଷ୍କାର କରି କୃତ୍ରିମ ଶ୍ଵାସକ୍ରିୟା ପ୍ରଦାନ କରିବା ।
ପାଣିରେ ବୁଡିଯାଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରି ପ୍ରାଥମିକ ସହାୟତା ପ୍ରଦାନ କରିବା ପରେ ଡାକ୍ତରରଙ୍କ ପାଖରେ ପାଠାଇବାକୁ ବ୍ୟବସ୍ଥା କର ।
ବି.ଦ୍ର : ପାଣିରେ ମଧ୍ୟରେ ରହିଥିଲେ ଏବଂ କୁଳକୁ ଆସିବା ନିମିତ୍ତ ସମୟ ସାପେକ୍ଷ ହେଉଥିଲେ କୂଳ ନିକଟରେ ପହଞ୍ଚିବା ମଧ୍ୟରେ ବୁଡିଯାଇଥିବା ବ୍ୟକ୍ତିର ମୁହଁକୁ ପାଣି ସ୍ତର ଉପରକୁ ଟେକିଧରି ମଝିରେ ମଝିରେ କୃତ୍ରିମ ଶ୍ଵାସକ୍ରିୟା ପ୍ରଦାନ କର ।
ଆଧାର
Odisha state centre Bhubaneswar
Last Modified : 1/26/2020