ଉପକ୍ରମ
ଜ୍ଵର ପିଲାମାନଙ୍କୁ ସାଧାରଣତଃ ବେଳେବେଳେ ହୁଏ । ମାତ୍ର ଏହି ଜ୍ଵର ବେଳେବେଳେ ସାଂଘାତିକ ଅବସ୍ଥା ସୃଷ୍ଟି କରେ ।
ଜ୍ଵର ସମୟରେ ପିଲାମାନଙ୍କର ଉତ୍ତାପ ସାଧାରଣ ଦେହ ଉତ୍ତାପଠାରୁ ବହୁ ପରିମାଣରେ ବଢିଯାଏ ଏବଂ ଜ୍ଵର ସମୟରେ ପ୍ରଚୁର ଝାଳ ବାହାରେ । ବେଳେବେଳେ ଏହି ଜ୍ଵର ଶରୀରର ଉତ୍ତାପ କମାଇଦିଏ, ଶରୀର ଥଣ୍ଡା ପଡିଯାଏ ଏବଂ କମ୍ପ ଅନୁଭୂତ ହୁଏ ଏବଂ ପରେ ଶରୀରର ଉତ୍ତାପ ବୃଦ୍ଧିପାଏ ।
ପିଲାମାନଙ୍କ କ୍ଷେତ୍ରରେ ଅତ୍ୟଧିକ ଜ୍ଵର ମୂର୍ଚ୍ଛାର କାରଣ ହୋଇଥାଏ ଏବଂ ପିଲା ଅଚେତ ହୋଇ ପଡନ୍ତି ।
ପ୍ରାଥମିକ ଚିକିତ୍ସା
ଜ୍ଵର ପ୍ରାଥମିକ ଚିକିତ୍ସା ପିଲା ଏବଂ ବୟସ୍କ ଲୋକଙ୍କ ପ୍ରାୟ ସମାନ – ଯଦି ପିଲାମାନଙ୍କ ଅତ୍ୟଧିକ ଜ୍ଵର ହୁଏ ତେବେ ନିମ୍ନଲିଖିତ ଚିକିତ୍ସା କରିବା ଉଚିତ୍ ।
- ପିଲାର ଶରୀରକୁ ଥଣ୍ଡା କରିବାକୁ ଚେଷ୍ଟା କର ।
- ପିଲାମାନଙ୍କ ଦେହରୁ ଲୁଗାପତା କାଢି ଦିଅ ।
- ପିଲାକୁ ଥଣ୍ଡା ପାଣି ଦ୍ଵାରା ଗାଧୋଇ ଦିଅ ।
- ପିଲାର ଶରୀରକୁ ପଙ୍ଖା ଦ୍ଵାରା ଥଣ୍ଡା କର ।
- ଅତ୍ୟଧିକ ମାତ୍ରାରେ ପାଣି ପିଇବାକୁ ଦିଅ ଏବଂ ଛୋଟ ଛୁଆମାନଙ୍କୁ ମା କ୍ଷୀର ପ୍ରଚୁର ପରିମାଣରେ ପିଇବାକୁ ଦିଅ ।
- ପିଲାଙ୍କୁ ସୁଷମ ଖାଦ୍ୟ ଦେବା ଉଚିତ୍ ।
- ପିଲାଙ୍କ ପାଟି ସଫା ରଖ ।
- ତୁରନ୍ତ ପ୍ରାଥମିକ ଚିକିତ୍ସା ଦେଇ ଡାକ୍ତରଙ୍କ ପାଖକୁ ପଠାଅ ।
- ଜ୍ଵର ହେଲେ ରକ୍ତ ପରୀକ୍ଷା କରାଅ ।
ଆଧାର
Odisha state centre, Bhubaneswar
Last Modified : 7/4/2020
© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.