ଡ୍ରେସିଂ
କ୍ଷତ ସ୍ଥାନକୁ ପରିଷ୍କାର କରି ସୁରକ୍ଷିତ କରିବା ପ୍ରଣାଳୀକୁ ଡ୍ରେସିଂ କୁହାଯାଏ । କ୍ଷତକୁ ଡ୍ରେସିଂ କରିବା ସମୟରେ ନିଜ ପାଖରେ ରହିଥିବା ପଦାର୍ଥ ଏବଂ ସୁବିଧାକୁ ବ୍ୟବହାର କରିବାକୁ ହୁଏ । ପାଖରେ ଉପୟୁକ୍ତ ସୁବିଧା ରହିନଥିଲେ ସେହିଠାରୁ ମିଳୁଥିବା ପରିଷ୍କାର ପିଇବା ପାଣିରେ କ୍ଷତକୁ ଧୋଇ ସେଥିରେ ଲାଗିଥିବା ବାହ୍ୟ ବସ୍ତୁ ଓ ଧୁଳି ଇତ୍ୟାଦିକୁ ବାହାର କରିବାକୁ ହୁଏ ।
କ୍ଷତକୁ ସଫା କରିବା ନିମିତ୍ତ ଡାକ୍ତରୀ ସାଲାଇନ୍ ପାଣି, ଫୁଟା ପାଣି, ହାଇଡ୍ରୋଜେନ୍ ପାରାକ୍ ସାଇଡ, ପ୍ରୋଭିଡନ ଆୟୋଡିନ୍ ( ବେତାଡିନ୍ ) ଲୋସନ ଇତ୍ୟାଦି ପାଦାର୍ଥ ବ୍ୟବହାର ଉପଯୁକ୍ତ ହୋଇଥାଏ । ଡେଟଳକୁ ପାଣିରେ ମିଶାଇ କ୍ଷତ ସ୍ଥାନ ଧୋଇବାକୁ ହୁଏ । କ୍ଷତରେ ଶୁଖିଲା ତୁଳା ପ୍ରତ୍ୟକ୍ଷ ଭାବେ ବ୍ୟବହାର କରାଯାଏ ନାହିଁ । ଡ୍ରେସିଂ ପଦାର୍ଥ ଦ୍ଵାରା କ୍ଷତକୁ ଘୋଡାଇ ରାଖୀ ରକ୍ତସ୍ରାବ ନିୟନ୍ତ୍ରଣ କରାଯାଏ । ଏବଂ ବାହ୍ୟ ପଦାର୍ଥକୁ ସୁରକ୍ଷିତ କରାଯାଏ । ଏଥିପାଇଁ ବ୍ୟବହୃତ ପଦାର୍ଥ ଡ୍ରେସିଂ ପଦାର୍ଥ କୁହାଯାଏ ।
ଡ୍ରେସିଂର ଆବଶ୍ୟକତା
୧. କ୍ଷତରେ ଜୀବାଣୁ ପ୍ରବେଶକୁ ପ୍ରତିରୋଧ କରେ । ତେଣୁ ଡ୍ରେସିଂ ପଦାର୍ଥ ଶୋଧିତ ଓ ଜୀବାଣୁମୁକ୍ତ ହେବା ଦରକାର ।
୨. ରକ୍ତସ୍ରାବକୁ ନିୟନ୍ତ୍ରଣ କରେ ।
୩. କ୍ଷତ ସ୍ଥାନରୁ ବାହାରୁଥିବା ରକ୍ତ, ପାଣି ଓ ଲସାକୁ ଶୋଷିଲେ ଉକ୍ତ ସ୍ଥାନକୁ ଶୁଖିଲା ରଖେ ।
୪. କ୍ଷତ ସ୍ଥାନକୁ ବାହ୍ୟ ପଦାର୍ଥର ସ୍ପର୍ଶ ଦ୍ଵାରା ଆଘାତ ସୃଷ୍ଟିରୁ ରକ୍ଷା କରେ ।
ଡ୍ରେସିଂ ମୁଖ୍ୟତଃ ୪ ପ୍ରକାରର ।
୧. ଅଠାଳିଆ ଡ୍ରେସିଂ
୨. ଅଣ ଅଠାଳିଆ ଡ୍ରେସିଂ
୩. ଗଜ୍ ଡ୍ରେସିଂ
୪. ବିକଳ୍ପ ଡ୍ରେସିଂ
ଅଠାଳିଆ ଡ୍ରେସିଂ : ଏହା ଏକ ସ୍ଵତନ୍ତ୍ର ଧରଣର ଡ୍ରେସିଂ ପଟି ହୋଇଥାଏ । ଏଥିରେ ଶୋଧିତ ଛିଦ୍ରଯୁକ୍ତ, ସୂକ୍ଷ୍ମ, ସ୍ଵଚ୍ଛ ଡ୍ରେସିଂ ପଦାର୍ଥ ସହିତ ଅଠାଳିଆ ପଟି ଲାଗିଥାଏ । ଏହାକୁ ବ୍ୟବହାର କରିବା ପୂର୍ବରୁ ଚରମ ଶୁଖିଲା ରହିବା ଆବଶ୍ୟକ । ଏହା ସାଧାରଣତଃ କାଗଜ ଓ ପ୍ଲାଷ୍ଟିକ ଖୋଲରେ ରହି ମିଳିଥାଏ ।
ଉଦାହରଣ : ବ୍ୟାଣ୍ଡଏଡ୍ , ହାଣ୍ଡିପ୍ଲାଷ୍ଟ ଇତ୍ୟାଦି ।
ଆଣଅଠାଳିଆ ଡ୍ରେସିଂ : ସାଧାରଣ ରୋଲର ପଟି ବା ବ୍ୟାଣ୍ଡେଜ୍ ଯାହାର ଏକ ପାର୍ଶ୍ଵ ତୁଳା ଓ ଗଜ୍ ଦ୍ଵାରା ନିର୍ମିତ ଏକ ଗଡ ଆକାରରେ ତିଆରି ହୋଇଥାଏ ଏବଂ ଜୀବାଣୁ ମୁକ୍ତ ଖୋଲା ମଧ୍ୟରେ ଥାଏ ।
ଗଜ୍ ଡ୍ରେସିଂ : ଗାଯ କପଡାକୁ ପ୍ୟାଡଭଳି ଆକାର କରି କ୍ଷତକୁ ଘୋଡାଇବା ପାଇଁ ବ୍ୟବହାର କରାଯାଏ । ଏହା ନରମ ଏବଂ ସାଧାରଣ କ୍ଷେତ୍ରରେ ବ୍ୟଭାର କରିବା ସୁବିଧାଜନକ ହୋଇଥାଏ ।
ବିକଳ୍ପ ଡ୍ରେସିଂ : ଏହା ସଫା ଓ ଜୀବାଣୁ ମୁକ୍ତ କୌଣସି ଶୋଷକ ବସ୍ତୁରୁ ପ୍ରସ୍ତୁତ ହୋଇଥିବା ଦରକାର । ଯଥା – ସଫା ରୁମାଳର ଭିତର ପାଖ ଓ ଅନ୍ୟାନ୍ୟ ସଫା କଣା ଇତ୍ୟାଦିକୁ ବିକଳ୍ପ ଡ୍ରେସିଂ ଭାବରେ କରାଯାଇପରେ ।
ଡ୍ରେସିଂ ବ୍ୟବହାରର ନିୟମ : କ୍ଷତରେ ଡ୍ରେସିଂ ବ୍ୟବହାର କରିବା ପୂର୍ବରୁ ନିଜ ହାତକୁ ପରିଷ୍କାର କରି ଧୋଇ ନିଅ । କ୍ଷତ ସ୍ଥାନ ଓ କ୍ଷତରେ ଲାଗିବାକୁ ଥିବା ଡ୍ରେସିଂ ଅଂଶକୁ ଛୁଇଁବା ନାହିଁ । ଡ୍ରେସିଂ ବ୍ୟବହାର ସମୟରେ କଥା କହିଲେ କିମ୍ବା କାଶିଲେ ତାହା ଉପରେ ଛେପ ପଡିବାର ସମ୍ଭାବନା ଥାଏ ଏବଂ ତାହା ଜୀବାଣୁ ସଂକ୍ରମଣ କରିଥାଏ । ଖରାପ ହୋଇଥିବା ଡ୍ରେସିଂକୁ କାଢିଦେଇ ଶୋଧିତ ଡ୍ରେସିଂ ତାହା ଉପରେ ତୁଳା ଦେଇ କ୍ଷତକୁ ଘୋଡାଇ ରଖ ।
ବ୍ୟାଣ୍ଡେଜ୍ ଏବଂ ଏହାର କାର୍ଯ୍ୟ : ବ୍ୟାଣ୍ଡେଜ୍ ସାଧାରଣତଃ ନରମ କଣା କିମ୍ବା କେତେକ କୃତ୍ରିମ ବସ୍ତୁରେ ପ୍ରସ୍ତୁତ ହୋଇଥାଏ ।
• ଏହାକୁ କ୍ଷତରେ ବାନ୍ଧିବା ଦ୍ଵାରା ସେହି ଚାପରେ ରକ୍ତସ୍ରାବ ନିୟନ୍ତ୍ରିତ ହୋଇଥାଏ ।
• ଡ୍ରେସିଂ, ଚାପୁଆଣି ଓ ପ୍ଲାଷ୍ଟରକୁ ସ୍ଥିର କରି ରଖିବାରେ ସାହାଜ୍ଯ କରେ ।
• ଫୁଲା କମାଇ ଥାଏ । ଆହତ ଅଂଶ ଓ ଖଞ୍ଜାକୁ ସହାୟତା ପ୍ରଦାନ କରିବା । ଦ୍ଵାରାଉପଯୁକ୍ତ ଅବସ୍ଥାରେ ରଖାଯାଇଥାଏ ।
• ଅଂଗକୁ ଅଚଳ କରିବାରେ ସାହାଜ୍ଯ କରେ, ତେଣୁ ଆହତ ବ୍ୟକ୍ତି ସ୍ଥାନାନ୍ତରିତ କଲାବେଳେ ଅଙ୍ଗ ହଲ୍ ଚଲ୍ ହୁଏ ନାହିଁ ।
• ଏହାକୁ ବାନ୍ଧିବା ସମୟରେ ଅଧିକ କସିକରି କିମ୍ବା ଢିଲାରେ ରଖ ନାହିଁ, ଯଦ୍ଵାରା କି ଉକ୍ତ ଅଂଶର ଅଧିକ କ୍ଷତି ହୋଇପାରେ ।
ବ୍ୟାଣ୍ଡେଜ୍ ସାଧାରଣତଃ ୨ ପ୍ରକାରର
୧. ତ୍ରିକୋଣାକୃତି ବ୍ୟାଣ୍ଡେଜ୍
୨. ରୋଲର୍ ବ୍ୟାଣ୍ଡେଜ୍
ତ୍ରିକୋଣାକୃତି ବ୍ୟାଣ୍ଡେଜ୍ : ଏକ ମିଟର (୧୦୦ ସେ.ମି.) ଲମ୍ବ ଏବଂ ଏକ ମିଟର (୧୦୦ ସେ.ମି.) ପ୍ରସ୍ଥ ଥିବା କନାକୁ କୋଣକୁ କୋଣ କାତିଳେ ଦୁଇଖଣ୍ଡ ଏହିଭଳି ବ୍ୟାଣ୍ଡେଜ୍ ସୃଷ୍ଟି ହୋଇଥାଏ । ଆବଶ୍ୟକତା ଅନୁସାରେ ଏହା ସମ୍ପୁର୍ଣ୍ଣ ଖୋଲା କରି କିମ୍ବା ଭାଙ୍ଗି ଓସାରିଆ ଏବଂ ଅଣଓସାରିଆ ବ୍ୟାଣ୍ଡେଜ୍ ଭାବରେ ବ୍ୟବହାର କରାଯାଇଥାଏ । ଏହି ବ୍ୟାଣ୍ଡେଜ୍ ର ସୁବଠାରୁ ଲମ୍ବ କଡକୁ ଭୂମି ଏବଂ ତାହାର ବିପରୀତ ପାର୍ଶ୍ଵରେ ଥିବା ଅଂଶକୁ ଶୀର୍ଷ, ଭୂମିର ଦୁଇପାଖକୁ କୋଣ ବା ଅନ୍ତ କୁହାଯାଏ । ଏବଂ ଅନ୍ୟ ଦୁଇ କଡକୁ ପାର୍ଶ୍ଵ କୁହାଯାଏ ।
ବ୍ୟାଣ୍ଡେଜ୍ ର ଦୁଇ ଶେଷ ଅଂଶକୁ ଗଣ୍ଠି ଦ୍ଵାରା ବନ୍ଧାଯାଏ । ଥିପାୟନ ଋଫନଟ୍ ବ୍ୟବହାର କରାଯାଏ । ଏହାକୁ ବାନ୍ଧିବାର ପ୍ରଣାଳୀ ଏକ କୋଣ (ଅନ୍ତ) କୁ ବାମ ହାତରେ ଧରି ଅନ୍ୟ କୋଣ (ଅନ୍ତ) କୁ ଡାହାଣ ହାତରେ ଧାରା । ପ୍ରଥମ ବାମ ହାତ ଉପରେ ଡାହାଣ ହାତର କନାକୁ ପକାଅ ଏବଂ ମୋଡି ଦେଇ ପୁନଶ୍ଚ ଡାହାଣ ହାତ ଉପରେ ପ୍ରକାର ଗଣ୍ଠି ସହଜରେ ଢିଲା ହୁଏନାହିଁ ।
ତ୍ରିକୋଣାକୃତ ବ୍ୟାଣ୍ଡେଜ୍ ର ବ୍ୟବହାର :
ଝୁଲା : ଆହତକୁ ଟେକି ରଖିବା ଏବଂ ଆହତ ଛାତି, ବେକ, କାନ୍ଧକୁ ଉର୍ଦ୍ଧ୍ଵାଙ୍ଗ ଦ୍ଵାରା ଟାଣି ରଖିବା ପାଇଁ ବ୍ୟବହାର କରାଯାଏ । ଏହା ଦ୍ଵାରା ଅଙ୍ଗ ଅଧିକ କ୍ଷତ ହୁଏ ନାହିଁ ଏବଂ ଆହତ ବ୍ୟକ୍ତିଙ୍କୁ ମଧ୍ୟ କିଛି ପରିମାଣରେ ଆରାମ ମିଳେ ।
ଝୁଲା ମୁଖ୍ୟତଃ ତିନି ପ୍ରକାରର (କ) ବାହୁ ଝୁଲା, (ଖ) କଚଟି ଝୁଲା ଓ (ଗ) ତ୍ରିକୋଣାକୃତି ଝୁଲା (ସେଣ୍ଟ ଜନ୍ ଝୁଲା )
(କ) ବାହୁ ଝୁଲା : ଆଙ୍ଗୁଠି ଠାରୁ କହୁଣୀ ମଧ୍ୟରେ, କଚଟି ମଧ୍ୟରେ ହାଡ଼ ଆଘାତ ଲାଗିଥିଲେ, କଚଟିର ହାଡ ମକଚିଗଲେ ବା ଭାଙ୍ଗିଯାଇଥିଲେ ଚାପୁଆଣି ସହିତ ବ୍ୟାଣ୍ଡେଜ୍ ର ବ୍ୟବହାର ପରେ ଏହି ଝୁଲାର ବ୍ୟବହାର ହୁଏ । ଏହା ଦ୍ଵାରା ସେ ଅଂଶର ହାତ ସ୍ଥିର ରୁହେ ଓ ଅଧିକ କ୍ଷତିରୁ ରକ୍ଷା ମିଳେ ।
ବାହୁଝୁଲା ବାନ୍ଧିବାର ପ୍ରଣାଳୀ : ବାହୁଝୁଲ ବ୍ଯ୍ବହାର କରିବାକୁ ହେଲେ ପ୍ରଥମ ଆହତ ବ୍ୟକ୍ତିଙ୍କୁ ସାମନାରେ ରହି ତାଙ୍କର ବାହୁର କହୁଣୀ ତଳେ ତ୍ରିକୋଣ ବ୍ୟାଣ୍ଡେଜର ଶୀର୍ଷକୁ ରଖ । ଗୋଟିଏ କୋଣକୁ ଛାତି ଉପରେ ନେଇ ସୁସ୍ଥ ପାଖ କାନ୍ଧ ଉପରେ ବାଟେ ବୁଲାଇ ଆଣ, ତାହା ଯେପରି ଆହତ କାନ୍ଧର କାନ୍ଧଖୋଲା ପର୍ଯ୍ୟନ୍ତ ଆସିବ । ଆହତବାହୁକୁ ସମକୋଣ ଆକାରରେ କହୁଣୀଠାରୁ ଭାଙ୍ଗି ଛାତି ଉପରେ ରଖ । ଏହାପରେ ବ୍ୟାଣ୍ଡେଜ୍ ର ଅନ୍ୟ କର୍ଣ୍ଣକୁ ବାହୁ ଉପରେ ଦେଇ ଉପରକୁ ଉଠାଅ ଏବଂ ତାଙ୍କୁ ପୂର୍ବସ୍ଥିତ କୋଣ ସହିତ ମିଶାଇ ରିଫ୍ ଗଣ୍ଠି ପକାଅ ଯାହାକି ଆଘାତପ୍ରାପ୍ତ କାନ୍ଧ ଖୋଲଠାରେ ରହିବା କହୁଣୀଠାରେ ଥିବା ଶୀର୍ଷ ଏବଂ ବଳକା ବ୍ୟାଣ୍ଡେଜ୍ କନାକୁ ସୁନ୍ଦର ଭାବରେ ଆଗରେ ବୁଲାଇ ପିନ୍ ମାରିଦିଅ ।
(ଖ) କଚଟି ଝୁଲା : ଏହା କଚଟିକୁ ଟେକି ଧରିବାରେ ସାହାଯ୍ୟ କରେ । ଏଥିରେ କଚଟିବାନ୍ଧିବା ପାଇଁ ଏକ ପ୍ରକାର ଫାସର ବ୍ୟବହାର ବାଘୁଆଫାଶ ଦ୍ଵାରା ବନ୍ଧଯାଏ, ଯାହାଫଳରେ ଖଞ୍ଜା ଏକ ସ୍ଥାନରେ ସ୍ଥିର ହୋଇ ରହେ ।
(ଗ) ତ୍ରିକୋଣାକୃତ ଝୁଲା : କାନ୍ଧହାଡ଼ ଓ ପଞ୍ଜରାହାଡ଼ ଆଘାତ ପ୍ରାପ୍ତ ହୋଇ ଭାଙ୍ଗିଯାଇଥିଲା, କୁହଣୀଠାରୁ ବରକ ମଧ୍ୟରେ ହାଡରେ ଆଘାତ ଲାଗିଥିଲେ କିମ୍ବା ଭାଙ୍ଗିଯାଇଥିଲେ ଏହି ତ୍ରିକୋଣ ଝୁଲା ବ୍ୟବହାର କରାଯାଏ ।
ବାନ୍ଧିବା ପ୍ରଣାଳୀ : ପ୍ରଥମେ ଆହତ ବ୍ୟକ୍ତିକୁ ବସିବାକୁ କୁହ ଏବଂ ତାର ଆହତ କହୁଣୀକୁ ସୁସ୍ଥ ହାତରେ ପାପୁଲି ଦ୍ଵାରା ସାହାରା ଦେଇ ଧରିରଖ, ଯେପରିକି ଆହତ ଅଙ୍ଗର ପାପୁଲି ସୁସ୍ଥ ପଟର ଛାତିରେ ଲାଗିରହିବ ।
ତ୍ରିକୋଣାକୃତ ବ୍ୟାଣ୍ଡେଜ୍ କୁ ଖୋଲି ଆହତ ବ୍ୟକ୍ତିଙ୍କ ଅଙ୍ଗ ଉପରେ ଏପରି ଭାବରେ ରଖ ଯେପରି ତାର ଶୀର୍ଷ ଆଘାତ ହୋଇଥିବା କହୁଣୀ ପାଖରେ ରହିବା ଏବଂ କୋଣ ସୁସ୍ଥ ହାତର କାନ୍ଧକୋଳ ପାଖରେ ରହିବା ବ୍ୟାଣ୍ଡେଜ୍ ଝୁଲିରହିଥିବା ଅଂଶକୁ ଆହତ ହାତଠାରୁ କହୁଣୀ ପର୍ଯ୍ୟନ୍ତ ଖସିଡିଆ ଏବଂ ଶୀର୍ଷକୁ କହୁଣୀ ପାଖରେ ଖାସି, ଅନ୍ୟ କୋଣସି ପିଠି ପଛପଟେ ବୁଲାଇ ନେଇ ପୂର୍ବ କୋଣରେ ମିଶାଇ କାଣ୍ଡ ଖୋଲ ମଧ୍ୟରେ ରିଫ ଗଣ୍ଠି ପକାଇଦିଅ । ବ୍ୟାଣ୍ଡେଜ୍ ବାନ୍ଧିବା ସମୟରେ ଧ୍ୟାନ ରଖିବା ଉଚିତ୍ ଜେ ଆହତ ବାହୁର ବୁଢା ଆଙ୍ଗୁଳି ଯେପରି ବ୍ୟାଣ୍ଡେଜ୍ ବାହାରକୁ ଦେଖାଯାଉଥିବ ।
ବିକଳ୍ପ ଝୁଲା : ଆବଶ୍ୟକ ସମୟରେ ତ୍ରିକୋଣାକୃତି ବ୍ୟାଣ୍ଡେଜ୍ ନମିଳିଲେ ବିକଳ୍ପ ଭାବେ କୋଟ୍ ର ତଳଭାଗକୁ ଓଲଟାଇ ପିନ୍ ଦ୍ଵାରା ମୋଡି ତାହା ମଧ୍ୟରେ କିମ୍ବା ମଫଲର ଇତ୍ୟାଦି ନରମ କଣା ମଧ୍ୟରେ ହାତକୁ ରଖି ବିକଳ୍ପ ବାହୁ ଝୁଲା ପ୍ରସ୍ତୁତ କରାଯାଇଥାଏ
ବିଭିନ୍ନ ସ୍ଥାନ ପାଇଁ ତ୍ରିକୋଣ ପଟୀର ବ୍ୟବହାର
କପାଳ ପାଇଁ ପଟି : ଏହି ପଟି ବ୍ୟକ୍ତିଙ୍କୁ ପଛପଟେ ରାଖୀ ବନ୍ଧାଯାଏ । ପ୍ରଥମେ ଶୀର୍ଷକୁ କପାଳ ପଛପଟକୁ ରଖ । ଭୂମି ଧଡିକୁ ସାମାନ୍ଯ ଭାଙ୍ଗି ସେହି ଭାଙ୍ଗ ପାତକୁ କପାଳ ଉପରେ ରଖ । ପଟିର ଦୁଇକୋଣକୁ ମୁଣ୍ଡ ସାମନା ପାତକୁ ଆଣି କପାଳ ଉପରେ ଗୋଟିଏ ଘେରା ବୁଲାଇନେଇ ଶେଷରେ କପାଳ ଉପରେ ଗଣ୍ଠି ପକାଇ ଦିଅ ଏବଂ ପଛପଟେ ଥିବ ପଟିର ଶୀର୍ଷକୁ ଖପୁରୀ ଉପରେ ପିନ୍ ଦ୍ଵାରା ଲଗାଇ ଦିଅ ।
ଛାତି ଓ ପିଠି ପାଇ ପଟି : ତ୍ରିକୋଣକୃତ ପଟିର ମଝୁକୁ ଛାତିର ଡ୍ରେସିଂ ଉପରେ ରଖ ଏବଂ ଶୀର୍ଷ କାନ୍ଧ ଉପରେ ରଖ । ପଟିର ଦୁଇ କୋଣକୁ ଶରୀରର ଦୁଇପଟକୁ ରଖି ଶୀର୍ଷ ଏବଂ ଦୁଇପଟକୁ ଏକାଠି ମିଶାଇ ଗଣ୍ଠି ପକାଅ । ଏହିପରି ଭାବେ ଛାତି ଭଳି ପିଠିରେ ମଧ୍ୟ ବ୍ୟାଣ୍ଡେଜ୍ ବନ୍ଧା ଯାଇପାରେ ।
କହୁଣୀ ପାଇଁ ପଟି : କହୁଣିକୁ ପ୍ରଥମ ଭାଙ୍ଗି ରଖ । ତ୍ରିକୋଣାକୃତି ପଟିର ଭୂମିକୁ କିଛି ପରିମାଣରେ ଭାଙ୍ଗି ଶୀର୍ଷକୁ ବାହୁତ ପଛପଟେ ଧରି ରଖ ଏବଂ ଭୂମିର ମଝୁକୁ ଆଗ୍ରବାହୁ ପଛପାଖେ ରଖ । ତ୍ରିକୋଣାକୃତି ପଟିର ଦୁଇ ମୁଣ୍ଡକୁ କହୁଣୀର ସାମନାପାଖରେ ବାହୁ ଚାରିପାଟେ ସାମନାପାଖରେ ବାହୁ ଚାରିପାଟେ ବୁଲାଇ ଆଣି ଗଣ୍ଠି ପକାଇ ଦିଅ ।
ପିଚା ପାଇଁ ପଟି : ପ୍ରଥମ ପିଚରେ ଗୋଟିଏ ଅଣଓସାରିଆ ପଟି ବାନ୍ଧ । ଗଣ୍ଠିଟି ଆହତ ପାଖକୁ ରଖିବ । ଆଉ ଗୋଟିଏ ପଟି ଖୋଳାଭାବରେ ରଖି ତାର ଶୀର୍ଷକୁ ପ୍ରଥମ ପତିତଳେ ଗଳାଇ ଦିଅ ଏବଂ ଆଗ ଗଣ୍ଠି ଉପରେ ବୁଲାଇ ନେଇ ତଳକୁ ଆଣ । ବ୍ୟକ୍ତିର ଦେହ ଅନୁଷଶ୍ରେ ଖୋଲାଥିବା ପଟିର ଭୂମିକୁ ପାଖକୁ ପଟକୁ ଭାଙ୍ଗି ଦିଅ ଏବଂ ଜଙ୍ଘ ଚାରିପଟେ ପଟିର ଦୁଇ ମୁଣ୍ଡକୁ ଗୁଡାଇ ଦେଇ ଜଙ୍ଘର ବାହାର ପଟେ ଗଣ୍ଠି ପକାଇଦିଅ ।
ଆଣ୍ଠୁ ପାଇଁ ପଟି : ଚିତ୍ରରେ ଦର୍ଶାଯାଇଥିବା ଅବସ୍ଥାରେ ଆଣ୍ଠୁକୁ ଭାଙ୍ଗିକରି ରଖ । ପଟିର ଶୀର୍ଷକୁ ଜଙ୍ଗ ଉପରେ ରଖି ଦେଇ ଭୂମିର ମଝିକୁ ଆଣ୍ଠୁତଳକୁ ରଖ । ଦୁଇ ମୁଣ୍ଡକୁ ଆଣ୍ଠୁ ପଛରେ ଛକି ପାକାୟ ଜଙ୍ଗରେ ଗୁଡାଇ ନିଅ ଏବଂ ଜଙ୍ଗର ସାମ୍ନା ପଟେ ଠିକ୍ ଆଣ୍ଠୁଉପରକୁ ଆଣି ଗଣ୍ଠି ପକାଅ ।
ପାଦ ପାଇଁ ପଟି : ଆହତ ବ୍ୟକ୍ତିର ପାଦକୁ ଖୋଲଥିବା ପଟିର ମଝୁରେ ରଖ । ଆଙ୍ଗୁଡ଼ିକ ପଟିର ଶୀର୍ଷଆଡ଼କୁ ରଖ । ପଟିର ଶୀର୍ଷକୁ ଓଲଟାଇ ପାଦ ଉପରେ ରଖ । ପଟିର ଉଭୟ ଶେଷାଂଶ ଗୋଦା ବଳା ଗଣ୍ଠି ଚାରିପଟେ ବୁଲାଇ ଆଣି ଗଣ୍ଠି ପକାଇଦିଅ ।
ହାତ ଏବଂ ପାଫୁଲି ପାଇଁ ପଟି : ଆହତ ପାପୁଲିକୁ ଚିତ୍ରରେ ଦର୍ଶାଯାଇଥିବା ଅବସ୍ଥାରେ ପଟି ଭିତରେ ରଖ, ତାପରେ ପଟିର ଉଭୟ ମୁଣ୍ଡକୁ ହାତ ଗଣ୍ଠି ଚାରିପାଖେ ବୁଲାଇ ଗଣ୍ଠିପକାଅ ।
ରୋଲର ବ୍ୟାଣ୍ଡେଜ୍ : ଏହା ସାଧାରଣତଃ ପ୍ରସ୍ଥାର ଆକାର ଅନୁଯାଇ ମୁଖ୍ୟତଃ ୪ ପ୍ରକାର ଆକାରର ହୋଇଥାଏ ।
• ୧ ଇଞ୍ଚ ରୁ ୧.୫ ଇଞ୍ଚ – ହାତ ଓ ଗୋଡର ଆଙ୍ଗୁଠିର ବ୍ୟବହାର ପାଇଁ
• ୨ ଇଞ୍ଚ – ହାତ ଓ ମୁଣ୍ଡର ବ୍ୟବହାର ପାଇଁ
• ୨.୫ ଇଞ୍ଚ ରୁ ୩.୫ ଇଞ୍ଚ – ବାହୁ ଏବଂ ଗୋଡରେ ବ୍ୟବହାର ପାଇଁ
• ୪ ରୁ ୬ ଇଞ୍ଚ – ଛାତି, ପେଟ ପିଠି, ପିଚାରେ ବ୍ୟବହାର ପାଇଁ ଏହି ପଟି ବ୍ୟବହାର ସମୟରେ କେତେଗୁଡିଏ ନିୟମ ପାଳନ କରିବାକୁ ହୁଏ ।
• ଆହତ ବ୍ୟକ୍ତିର ସାମନା ପାଖେ ଠିଆହୋଇ ପଟି ବାନ୍ଧ କିନ୍ତୁ ମୁଣ୍ଡରେ ପଟି ବାନ୍ଧିବା ପାଇଁ ପଛ ପାଖେ ଠିଆ ଦେଇ ବାନ୍ଧିବେ ।
• ଆହତ ବ୍ୟକ୍ତିର ଯେଉଁ ପାଖରେ ଅଙ୍ଗର ପଟି ବ୍ୟବହାର କରାଯାଏ ତା’ର ବିପରୀତ ପାଖର ହାତରେ ପଟିକୁ ଧାରା ।
• ପଟିକୁ କ୍ଷତ ଉପରେ ପ୍ରଥମେ ଦୁଇ ଘେରା ଗୁଡାଇ ଦିଅ ଯାହାଦ୍ଵାରା ଡ୍ରେସିଂଟି ଉକ୍ତ ସ୍ଥାନରେ ଠିକ୍ ଭାବରେ ରହିବ । ପଟିକୁ ଅଙ୍ଗର ନିମ୍ନର ଉର୍ଦ୍ଧ୍ଵକୁ ବାନ୍ଧ ।
• ପଟି ବନ୍ଧା ଯେପରି ଅଧିକ ଢିଲା ବା ଅଧିକ ଜୋର୍ ରେ ବନ୍ଧା ହୋଇନଥିବା ।
• ପଟିର ପ୍ରତ୍ଯେକ ନୂତନ ଘେର ପୂର୍ବ ଘେରର ଦୁଇ ତୃତୀୟାଂଶ ଉପରେ ଚଢି ରଖିବା ଓ କେବଳ ଏକ ତୃତୀୟାଂଶ ବାହାରେ ରହିବା ।
• ପଟିର ଶେଷ ଅଂଶକୁ ବାନ୍ଧିବା ପାଇଁ ତାହାର ଶେଷ ଅଂଶ ଦୁଇ ଭାଗରେ ବିଭକ୍ତ କରି ବନ୍ଧାଯାଉଥିବା ଅଙ୍ଗର ଉଭୟ ପାଖରେ ବୁଲାଇ ଆଣି ଗଣ୍ଠି ପକାଇଦେବ ।
ରୋଲର ବ୍ୟାଣ୍ଡେଜ୍ ବାନ୍ଧିବାର ପ୍ରଣାଳୀ : ରୋଲର ବ୍ୟାଣ୍ଡେଜ୍ ସାଧାରଣତଃ ୪ଟି ପ୍ରଣାଳୀରେ ବନ୍ଧାଯାଇଥାଏ ।
(କ) ସାଧାରଣ ଘେର : ସମାନ ମୋଟେଇ ଥିବ ଶରୀରର ଅଂଶରେ ଏହା ବନ୍ଧାଯାଏ । ଯଥା – ବାହୁ, ଆଙ୍ଗୁଠି, କଚଟି ପାଖ ଏବଂ ଗୋଇଠି ପାଖରେ ଥିବା କିଛି ଅଂଶରେ ଏହା ବନ୍ଧାଯାଏ ।
(ଖ) ଓଲଟା ଘେର : ଏହା ସାଧାରଣ ଘେରର ଏକ ପରିବର୍ତ୍ତିତ ଅବସ୍ଥା । ଶରୀରର ଅଙ୍ଗର ମୋଟେଇ ଅସମାନ ରହିଥିଲେ ସାଧାରଣ ଘର ବନ୍ଧା ଦ୍ଵାରା ତାହା ଢିଲାହୋଇ ଖସିପଡେ । ସେଥିପାଇଁ ଓଲଟ ଘର ବ୍ୟବହାର ଦ୍ଵାରା ବ୍ୟାଣ୍ଡେଜ୍ ତଳକୁ ଖସିପଡେ ନାହିଁ ଓ ଫୁଲା କମାଇବା ସହିତ ରକ୍ତ ସ୍ରାବ ବନ୍ଦ କରିବାରେ ସାହାଯ୍ୟ କରିଥାଏ । ଏଠିପାଇଁ ପ୍ରତ୍ୟେକ ଘରରେ ପଟିକୁ ତଳପାଖକୁ ଓଲଟାଇଦେଇ ବନ୍ଧାଯାଏ । ସାଧାରଣତଃ ଗୋଡ ଓ ଅଗ୍ରବାହୁରେ ବ୍ୟବହାର ହୁଏ ।
(ଗ) ଇଂରାଜୀ ଅଙ୍କାରା 8 ଭଳି ଆକୃତିର ବ୍ୟାଣ୍ଡେଜ୍ : ସାଧାରଣତଃ ଖଞ୍ଜାଠାରେ ଏହି ପଟି ବ୍ୟବହାର କରାଯାଏ । ଯଥା – ଆଣ୍ଠୁ କହୁଣୀ ଇତ୍ୟାଦି ସ୍ଥାନରେ । ଏହି ଇଂରାଜୀ 8 ଭଳି ଆକୃତିର ଉପରୁ ତଳକୁ ବନ୍ଧଯାଏ । ଫଳରେ ଉକ୍ତ ସ୍ଥାନ ଅଚଳ ହୋଇଯାଏ ଏବଂ ଆହତ ବ୍ୟକ୍ତିର କ୍ଷତ ପ୍ରତିରୋଧ ହେବା ସହିତ କଷ୍ଟ ମଧ୍ୟ ଲାଘବ ହୁଏ ।
(ଘ) ସ୍ପାଇକା : ଏହା ଇଂରାଜୀ 8 ଅକ୍ଷର ବ୍ୟାଣ୍ଡେଜ୍ ର ଏକ ପରିବର୍ତ୍ତିତ ଅବସ୍ଥା, ଏହା ଶରୀରର ଏହ ପତଳା ଅଂଶକୁ ମୋଟ ଅଂଶ ସହିତ ବାନ୍ଧିଥାଏ । ତେଣୁ ପତଳା ଅଂଶଟି ଚଳ ପ୍ରଚଳ କରିପାରେ ନାହିଁ ଏବଂ ତାହା ଅଧିକ କ୍ଷତିରୁ ରକ୍ଷଯାଏ । ଏହା ସାଧାରଣତଃ ପିଚା, ହାତ, ଆଙ୍ଗୁଳି କାନ୍ଧ ଇତ୍ୟାଦିରେ ବନ୍ଧା ହୁଏ ।
କ୍ରେପ ବ୍ୟାଣ୍ଡେଜ୍ : ଏହା ବ୍ୟାଣ୍ଡେଜ୍ ଇଲାଷ୍ଟିକ୍ ପ୍ରକୃତ ରହିଥାଏ । ମକାତି ଯାଇଥିବା ଅଂଶର ଏହି ବ୍ୟାଣ୍ଡେଜ୍ ବାନ୍ଧିଲେ ଉକ୍ତ ସ୍ଥାନକୁ ତାହା ଚାପ ପ୍ରଦାନ କରିଥାଏ । ଏହା ସାଧାରଣତଃ ରୋଲର ବ୍ୟାଣ୍ଡେଜ୍ ପରି ଶରୀରର ବିଭିନ୍ନ ସ୍ଥାନରେ ବନ୍ଧାଯାଏ । ଯାହାକି ଶାକ୍ତ କମାଇବା ସହ ଫୁଲା ମଧ୍ୟ କମାଇଥାଏ ।
ଆଧାର
ST. JOHN AMBULANCE
Website: www.stjohnambulanceodisha.com