অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ନିମୋନିଆ

ଉପକ୍ରମ

ଥଣ୍ଡା କାଶ ପିଲୋମାନଙ୍କର ସମୟେ ସମୟେ ହୁଏ । ମାତ୍ର କିଛି ପିଲାଙ୍କ ଶରୀରରେ ଏହା ବହୁତ ଦିନ ପର୍ଯ୍ୟନ୍ତ ଲାଗି     ରହିଥାଏ । ଏହିଭଳି ଅବସ୍ଥା ବେଶୀ ଦିନ ଲାଗି ରହିଲେ ଆମେ ତାଙ୍କୁ ନିମୋନିଆକହିଥାଉ ।

ପ୍ରାଥମିକ ଚିକିତ୍ସା ଭଲ ଭାବରେ ଜାଣିବା ଉଚିତ୍ ନିମୋନିଆ ଏବଂ ଥଣ୍ଡା କାଶ ମଧ୍ୟରେ କଣ ପ୍ରଭେଦ ଅଛି ।

ନିମୋନିଆ ରୋଗର ଚିହ୍ନ ଓ ଲକ୍ଷଣ

ରୋଗୀର ଶ୍ଵାସକ୍ରିୟା ଗତି ବଢିଯାଏ –

  • ପିଲା (୨ ମାସରୁ କମ୍) ୬୦ ଥର କିମ୍ବା ଅଧିକ ଥର ଶ୍ଵାସକ୍ରିୟା ହୁଏ  ।
  • ପିଲା ( ୨ ମାସରୁ ୧୨ ମାସ ଭିତରେ ) ୫୦ ଥର ବା କିମ୍ବା ଅଧିକଥର ଶ୍ଵାସକ୍ରିୟା ହୁଏ ।
  • ପିଲା ( ୧୨ ମାସରୁ ୫ ବର୍ଷ ମଧ୍ୟରେ) ୪୦ ଥର ବା ୪୦ ଥରରୁ ଅଧିକ ଶ୍ଵାସକ୍ରିୟା ହୁଏ ।

ଶ୍ଵାସକ୍ରିୟା ଗତି କିପରି ଜାଣିବେ

  • ଘଣ୍ଟାରେଥିବା ସେକେଣ୍ଡ ମାଧ୍ୟମରେ ଶ୍ଵାସକ୍ରିୟା ଗତି ୧ ମିନିଟ୍ ପର୍ଯ୍ୟନ୍ତ ଗଣି ମପାଯାଏ ।
  • ଶ୍ଵାସକ୍ରିୟା ଗତି ଦେଖିବା ବେଳେ ପେଟ ଓ ଛାତିର ତଳ ଅଂଶକୁ ଦେଖି ଗତି ନିର୍ଣ୍ଣୟ କରିବା ଉଚିତ୍ ।
  • ରୋଗୀ ଛାତିର ଗତିକୁ ଦେଖିଲା ବେଳେ ନିଃଶ୍ଵାସ ସମୟରେ ଛାତି ବେଶୀ ଭିତରକୁ ପସିଯାଉଥିଲେ ଆପଣ ଜାଣିବେ ଯେ ଶିଶୁ ନିମୋନିଆ ଆକ୍ରାନ୍ତ ।

ରୋଗୀର ବିପଦପୂର୍ଣ୍ଣ ଅବସ୍ଥା

  • ରୋଗୀ ଖାଇବା ଏବଂ ପିଇବାରେ ଅକ୍ଷମତା ପ୍ରକାଶ କାରରେ ।
  • ରୋଗୀ ନିସ୍ତେଜ ଏବଂ ଶୋଇ ରୁହେ ।
  • ପିଲା ଶୋଇବା ବେଳେ ଦାନ୍ତ କଡ଼ କଡ଼ କରେ ।
  • ଶ୍ଵାସକ୍ରିୟା ସମୟରେ ଶବ୍ଦ ହୁଏ ।
  • ଶରୀର ଉତ୍ତାପ କମିଯାଏ ଏବଂ ଥଣ୍ଡା ଲାଗେ ।
  • ପିଲା ଶେତା କିମ୍ବା ନୀଳ ରଙ୍ଗ ଦେଖାଯାଏ ।
  • ପିଲା କାଶ ଏବଂ ଥଣ୍ଡା ସହିତ ଅଚେତ ହୋଇଯାଏ ।

ପ୍ରାଥମିକ ଚିକିତ୍ସା

  • ରୋଗୀକୁ ସାଧାରଣଠାରୁ ଅଧିକ ପାନୀୟ ପିଇବାକୁ ଦିଅ । ପିଲା ଯଦି ମା’ କ୍ଷୀର ଖାଉଥାଏ ତାକୁ ଅଧିକ ମାତ୍ରାରେ ମା’ କ୍ଷୀର ଦେବା ଉଚିତ୍ ।
  • ପିଲାକୁ ଉଷୁମ ରଖିବାକୁ  ଚେଷ୍ଟା କର ।
  • ପିଲାର ନାକକୁ ସଫା ରଖ । ଯଦ୍ୱାରା ମା’ର କ୍ଷୀର ପିଇବା ସମୟରେ କିମ୍ବା ଶ୍ଵାସକ୍ରିୟା ନେବାରେ ବାଧା ଉପୁଜିବ   ନାହିଁ ।
  • ରୋଗୀର ବିଶ୍ରାମ ନେବା ସମୟରେ ପିଠିପଟେ ତକିଆ ରାଖୀ ବସିବାକୁ କହିବା ଉଚିତ୍ । ଏହା ଦ୍ଵାରା ରୋଗୀ ସୁସ୍ଥ ଅନୁଭବ କରେ ଏବଂ ତାର ଶ୍ଵାସକ୍ରିୟା ନବାରେ ଅସୁବିଧା ହୁଏ ନାହିଁ ।
  • ରୋଗୀକୁ ଧୂଆଁ କିମ୍ବା ସିଗାରେଟ୍ ସେବନ ଲୋକଠାରୁ ଦୂରେଇ ରଖ । ପ୍ରାଥମିକ ଚିକିତ୍ସା ରୋଗୀର ନିମ୍ନଲିଖିତ ଚିହ୍ନ ଏବଂ ଲକ୍ଷଣ ଦେଖିଲେ, ତାଙ୍କୁ ତୁରନ୍ତ ଡାକ୍ତରୀ ଚିକିତ୍ସା ପାଇଁ ପଠାଇବା ଉଚିତ୍ ଯଥା –
  1. ଦ୍ରୁତ ଶ୍ଵାସକ୍ରିୟାର ଗତି ଥିଲେ – ନିମୋନିଆ
  2. ଦ୍ରୁତ ଶ୍ଵାସକ୍ରିୟାର ଗତି ସହିତ ଛାତି ଭିତରକୁ ପଶି ଯାଉଥିଲେ – ଅତ୍ୟଧିକ ନିମୋନିଆ ।
  3. ଯଦି ପିଲାର କାଶ, କଫ, ସହିତ ଶରୀର ନୀଳ ବର୍ଣ୍ଣ ବା ଶେତା ଦେଖାଯାଉଥାଏ, କିମ୍ବା ରୋଗୀ ମା’ କ୍ଷୀର ଖାଇବା ସମୟରେ ଅସୁବିଧା ଅନୁଭବ କରୁଥାଏ – ଅତ୍ୟଧିକ ନିମୋନିଆ ବୋଲି ଭାବିବା ଉଚିତ୍ ।

ଆଧାର - ST. JOHN AMBULANCE Odisha state centre, Bhubaneswar

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate