ଉପକ୍ରମ ଥଣ୍ଡା କାଶ ପିଲୋମାନଙ୍କର ସମୟେ ସମୟେ ହୁଏ । ମାତ୍ର କିଛି ପିଲାଙ୍କ ଶରୀରରେ ଏହା ବହୁତ ଦିନ ପର୍ଯ୍ୟନ୍ତ ଲାଗି ରହିଥାଏ । ଏହିଭଳି ଅବସ୍ଥା ବେଶୀ ଦିନ ଲାଗି ରହିଲେ ଆମେ ତାଙ୍କୁ ନିମୋନିଆକହିଥାଉ । ପ୍ରାଥମିକ ଚିକିତ୍ସା ଭଲ ଭାବରେ ଜାଣିବା ଉଚିତ୍ ନିମୋନିଆ ଏବଂ ଥଣ୍ଡା କାଶ ମଧ୍ୟରେ କଣ ପ୍ରଭେଦ ଅଛି । ନିମୋନିଆ ରୋଗର ଚିହ୍ନ ଓ ଲକ୍ଷଣ ରୋଗୀର ଶ୍ଵାସକ୍ରିୟା ଗତି ବଢିଯାଏ – ପିଲା (୨ ମାସରୁ କମ୍) ୬୦ ଥର କିମ୍ବା ଅଧିକ ଥର ଶ୍ଵାସକ୍ରିୟା ହୁଏ । ପିଲା ( ୨ ମାସରୁ ୧୨ ମାସ ଭିତରେ ) ୫୦ ଥର ବା କିମ୍ବା ଅଧିକଥର ଶ୍ଵାସକ୍ରିୟା ହୁଏ । ପିଲା ( ୧୨ ମାସରୁ ୫ ବର୍ଷ ମଧ୍ୟରେ) ୪୦ ଥର ବା ୪୦ ଥରରୁ ଅଧିକ ଶ୍ଵାସକ୍ରିୟା ହୁଏ । ଶ୍ଵାସକ୍ରିୟା ଗତି କିପରି ଜାଣିବେ ଘଣ୍ଟାରେଥିବା ସେକେଣ୍ଡ ମାଧ୍ୟମରେ ଶ୍ଵାସକ୍ରିୟା ଗତି ୧ ମିନିଟ୍ ପର୍ଯ୍ୟନ୍ତ ଗଣି ମପାଯାଏ । ଶ୍ଵାସକ୍ରିୟା ଗତି ଦେଖିବା ବେଳେ ପେଟ ଓ ଛାତିର ତଳ ଅଂଶକୁ ଦେଖି ଗତି ନିର୍ଣ୍ଣୟ କରିବା ଉଚିତ୍ । ରୋଗୀ ଛାତିର ଗତିକୁ ଦେଖିଲା ବେଳେ ନିଃଶ୍ଵାସ ସମୟରେ ଛାତି ବେଶୀ ଭିତରକୁ ପସିଯାଉଥିଲେ ଆପଣ ଜାଣିବେ ଯେ ଶିଶୁ ନିମୋନିଆ ଆକ୍ରାନ୍ତ । ରୋଗୀର ବିପଦପୂର୍ଣ୍ଣ ଅବସ୍ଥା ରୋଗୀ ଖାଇବା ଏବଂ ପିଇବାରେ ଅକ୍ଷମତା ପ୍ରକାଶ କାରରେ । ରୋଗୀ ନିସ୍ତେଜ ଏବଂ ଶୋଇ ରୁହେ । ପିଲା ଶୋଇବା ବେଳେ ଦାନ୍ତ କଡ଼ କଡ଼ କରେ । ଶ୍ଵାସକ୍ରିୟା ସମୟରେ ଶବ୍ଦ ହୁଏ । ଶରୀର ଉତ୍ତାପ କମିଯାଏ ଏବଂ ଥଣ୍ଡା ଲାଗେ । ପିଲା ଶେତା କିମ୍ବା ନୀଳ ରଙ୍ଗ ଦେଖାଯାଏ । ପିଲା କାଶ ଏବଂ ଥଣ୍ଡା ସହିତ ଅଚେତ ହୋଇଯାଏ । ପ୍ରାଥମିକ ଚିକିତ୍ସା ରୋଗୀକୁ ସାଧାରଣଠାରୁ ଅଧିକ ପାନୀୟ ପିଇବାକୁ ଦିଅ । ପିଲା ଯଦି ମା’ କ୍ଷୀର ଖାଉଥାଏ ତାକୁ ଅଧିକ ମାତ୍ରାରେ ମା’ କ୍ଷୀର ଦେବା ଉଚିତ୍ । ପିଲାକୁ ଉଷୁମ ରଖିବାକୁ ଚେଷ୍ଟା କର । ପିଲାର ନାକକୁ ସଫା ରଖ । ଯଦ୍ୱାରା ମା’ର କ୍ଷୀର ପିଇବା ସମୟରେ କିମ୍ବା ଶ୍ଵାସକ୍ରିୟା ନେବାରେ ବାଧା ଉପୁଜିବ ନାହିଁ । ରୋଗୀର ବିଶ୍ରାମ ନେବା ସମୟରେ ପିଠିପଟେ ତକିଆ ରାଖୀ ବସିବାକୁ କହିବା ଉଚିତ୍ । ଏହା ଦ୍ଵାରା ରୋଗୀ ସୁସ୍ଥ ଅନୁଭବ କରେ ଏବଂ ତାର ଶ୍ଵାସକ୍ରିୟା ନବାରେ ଅସୁବିଧା ହୁଏ ନାହିଁ । ରୋଗୀକୁ ଧୂଆଁ କିମ୍ବା ସିଗାରେଟ୍ ସେବନ ଲୋକଠାରୁ ଦୂରେଇ ରଖ । ପ୍ରାଥମିକ ଚିକିତ୍ସା ରୋଗୀର ନିମ୍ନଲିଖିତ ଚିହ୍ନ ଏବଂ ଲକ୍ଷଣ ଦେଖିଲେ, ତାଙ୍କୁ ତୁରନ୍ତ ଡାକ୍ତରୀ ଚିକିତ୍ସା ପାଇଁ ପଠାଇବା ଉଚିତ୍ ଯଥା – ଦ୍ରୁତ ଶ୍ଵାସକ୍ରିୟାର ଗତି ଥିଲେ – ନିମୋନିଆ ଦ୍ରୁତ ଶ୍ଵାସକ୍ରିୟାର ଗତି ସହିତ ଛାତି ଭିତରକୁ ପଶି ଯାଉଥିଲେ – ଅତ୍ୟଧିକ ନିମୋନିଆ । ଯଦି ପିଲାର କାଶ, କଫ, ସହିତ ଶରୀର ନୀଳ ବର୍ଣ୍ଣ ବା ଶେତା ଦେଖାଯାଉଥାଏ, କିମ୍ବା ରୋଗୀ ମା’ କ୍ଷୀର ଖାଇବା ସମୟରେ ଅସୁବିଧା ଅନୁଭବ କରୁଥାଏ – ଅତ୍ୟଧିକ ନିମୋନିଆ ବୋଲି ଭାବିବା ଉଚିତ୍ । ଆଧାର - ST. JOHN AMBULANCE Odisha state centre, Bhubaneswar