অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପୋଡା ଘା

ପୋଡା ଘା

ପୋଡ଼ିହୋଇ ସୃଷ୍ଟ ହୋଇଥିବା ଘା’ର କାରଣ

ଶୁଷ୍କ ଦାହ

ଜଳନ୍ତା ନିଆଁ, ଉତ୍ତପ୍ତ ଧାତୁ, ସୂର୍ଯ୍ୟଉତ୍ତାପ, ଉଚ୍ଚଶକ୍ତି ସମ୍ପନ୍ନ ବୈଦ୍ୟୁତିକ ପ୍ରବାହର ସ୍ପର୍ଶ ଏବଂ ଘର୍ଷଣରୁ ଉତ୍ପନ୍ନ ଉତ୍ତାପ ଦ୍ଵାରା ଶୁଷ୍କଦାହ ସୃଷ୍ଟି ହୋଇଥାଏ ।

ଆଦ୍ରଦାହ

ଗରମ ପାଣି, ପେଜ, କ୍ଷୀର ତେଲ ଓ ଆଲକାତରା ଇତ୍ୟାଦିର ସ୍ପର୍ଶରେ ଆଦ୍ରଦାହ ହୋଇଥାଏ ।

ରାସାୟନିକ ଦାହ

ସଲଫୁରିକ ଏସିଡ, ନାଇଟ୍ରିକ୍ ଏସିଡ, କଷ୍ଟିକ ସୋଢା, କଲିଚୂନ, କଷ୍ଟିକ ପଟାସ ଓ ଶକ୍ତିଶାଳୀ ଆମୋନିଆର ସ୍ପର୍ଶରେ ରାସାୟନିକ ଦାହ ହୋଇଥାଏ ।

ପରମାଣୁ ଜନିତ ଦାହ

ପରମାଣୁ ବିସ୍ଫୋରଣ ଯୋଗୁଁ ଉତ୍ପନ୍ନ ଉତ୍ତାପ ଏବଂ ବିକିରଣ ପ୍ରବାହରେ ଏହି ଦାହ ସୃଷ୍ଟି ହୋଇଥାଏ । ଏହି ବିକିରଣ ବହୁ ଦୂର ପର୍ଯ୍ୟନ୍ତ ହୋଇଥାଏ ଏବଂ ଏହାର ବିସ୍ତୃତି ମଧ୍ୟାରେ ଥିବା ବ୍ୟକ୍ତିର ଶରୀର ଏବଂ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ପୋଡ଼ି ଯାଇଥାଏ ।

ସୂର୍ଯ୍ୟର ଅତି ଉଚ୍ଚ ବାଇଗଣି ରଶ୍ମି

ରେଡିଓ ଆକ୍ଟିଭ ରଶ୍ମୀ ଇତ୍ୟାଦି ଚର୍ମର ସଂସ୍ପର୍ଶରେ ଆସିଲେ ଏହି ପ୍ରକାର ଦାହ ହୋଇଥାଏ ।

ବିତ୍ୟୁତ ଆଘାତ ଜନିତ ଦାହ

ଶରୀରରେ ବିଦ୍ୟୁତ ପ୍ରବାହ ଯୋଗୁଁ ଏହି ପୋଡା ସୃଷ୍ଟି ହୋଇଥିବା ଉତ୍ତାପ ଦ୍ଵାରା ହୋଇଥାଏ, ଏହାଛଡ଼ା ବିଜୁଳି ଉତ୍ତାପରୁ ମଧ୍ୟ ଏହି ଦାହ ହୋଇଥାଏ । ପୋଡା ଘା’ର ମାତ୍ରା : ଶରୀର ଚର୍ମର ସ୍ତର ଏବଂ ତନ୍ତୁମାନଙ୍କର କ୍ଷତର ପରିମାଣକୁ ବିଚାର କରି ପୋଡା ଘା’ର ମାତ୍ରା ନିର୍ଣ୍ଣୟ କରାଯାଏ ।

ପ୍ରଥମ ମାତ୍ରା

୧. ଚର୍ମ ଲାଲ ଦେଖାଯାଏ ।

୨. ଅତ୍ୟଧିକ କଷ୍ଟ ବା ଯନ୍ତ୍ରଣା ହୁଏ ।

୩. ଚର୍ମ ଫୁଲିଯାଏ ।

୪. ସାମାନ୍ଯ ସ୍ପର୍ଶରେ ଚର୍ମରେ ଅତ୍ୟଧିକ ଯନ୍ତ୍ରଣା ଅନୁଭୂତ ହୁଏ ।

ଦ୍ଵିତୀୟ ମାତ୍ରା

ପ୍ରଥମ ମାତ୍ରାର ସମସ୍ତ ଚିହ୍ନ ଓ ଲକ୍ଷଣ ଦେଖାଯିବା ସହିତ ଚର୍ମରେ ଫୋଟକା ଦେଖାଯାଏ ।

ତୃତୀୟ ମାତ୍ରା

ଚର୍ମ ଗଭୀର ଭାବେ ପୋଡିବା ସହିତ ମାଂସପେଶୀ ଓ ତନ୍ତୁ ପୋଡିଯାଏ । ପୋଡା ଘା ଆକାର ଅନୁସାରେ ଅଧିକ ବିପଦଜ୍ଜନକ ହୋଇଥାଏ । ଯଦି କୌଣସି ବ୍ୟକ୍ତି ଶରୀରର ଏକ ନିର୍ଦ୍ଦିଷ୍ଟ ଅଂଶରେ ଗଭୀର ପୋଡା କ୍ଷତ ହୋଇଥାଏ, ତାହା ତୃତୀୟ ମାତ୍ରା ପୋଡା ଅଟେ । ତାହା ଅଧିକ ବିୟଜ୍ଜନକ । ଏହି ପରିସ୍ଥିତିରେ ଜୀବାଣୁ ସଂକ୍ରମଣ ହେବାର ସମ୍ଭାବନା ଅଧିକ ଥାଏ ଓ ଏହାର ଉପାଚାର ପ୍ରତିଅଧିକ ଗୁରୁତ୍ଵ ଦେବାକୁ ହୁଏ ।

ପୋଡା ଘା’ର ମାତ୍ରା ମଧ୍ୟରେ ଥିବା ପ୍ରଭେଦକୁ ସରଳରେଯାନୀହୁଏ ନାହିଁ । ଶରୀରର ତେକେ ପରିମାଣ ଅଂସ ପୋଡ଼ି ଯାଇଅଛି, ତାହା ମାତ୍ରାଠାରୁ ଅଧିକ ଗୁରୁତ୍ଵ ହୋଇଥାଏ । ଏହାଦ୍ଵାରା ସକ୍ ସୃଷ୍ଟି ହୋଇଥାଏ । ଏହାକୁ ସରଳରେ ନିର୍ଣ୍ଣୟ କରିବା ପାଇଁ ଧାରା ୯ ବା Rule of Nine ବ୍ୟବହାର କରାଯାଏ । ଏହିଭଳି ୧୧ଟି ୯ ଦ୍ଵାରା ଅନେଶ୍ଵତ ଭାଗ ହୋଇଥାଏ ଏବଂ ଯୌନାଙ୍ଗକୁ ୧ ଭାଗ ଭାବେ ଗ୍ରହଣ କରି ଶରୀରର ସଂପୂର୍ଣ୍ଣ ପୃଷ୍ଠକୁ ୧୦୦ ଭାଗ ଧରାଯାଏ (ମୁଣ୍ଡ – ୯%, ଛାତି – ୯%। ପେଟ- ୯%, ପିଠିର ଉପରାଭାଗ – ୯%, ପିଚା – ୯%, ଦୁଇ ଜଙ୍ଘ – ୯*୨=୧୮%, ଦୁଇ ହାତ – ୯*୨=୧୮% ଦୁଇ ଗୋଡ – ୯*୨ = ୧୮%, ଯୌନାଙ୍ଗ – ୧% ) । ଜରୁରୀ ପରିସ୍ଥିତିରେ ଏହି ଅବସ୍ଥା ମାନେ ନ ପଡିଲେ ଆହତ ବ୍ୟକ୍ତିର ହାତ ପାପୁଲି ଆକାରକୁ ୧% ଭାବେ ଗ୍ରହଣ କରି ପୋଡା ଘା’ର ପରିମାଣକୁ ନିର୍ଣ୍ଣୟ କରାଯାଏ । ପୋଡା ଘା’ର ଆକାର ଯେତେ ଅଧିକ ହୋଇଥାଏ ସେହି ଅନୁସାରେ ଶରୀରରୁ ତରଳ ପଦାର୍ଥ କ୍ଷୟ ହୁଏ ଏବଂ ସେତେ ଚଞ୍ଚଳ ସକ୍ ସୃଷ୍ଟି ହୋଇଥାଏ । ତେଣୁ ପ୍ରାୟ ୧୦% ଅଂସ କିମ୍ବା ତାହାଠାରୁ ଅଧିକ ପରିମାଣର ଅଂସ ପୋଡିଯାଇଥିଲେ ଆହତ ବ୍ୟକ୍ତିଙ୍କୁ ଶୀଘ୍ର ଡାକ୍ତରଖାନା ପଠାଇବାକୁ ହୁଏ ।

କେଉଁ ଅବସ୍ଥାରେ ଡାକ୍ତରଖାନାକୁ ନେବା ଅତ୍ୟନ୍ତ ଜରୁରୀ

• ସମସ୍ତ ତୃତୀୟ ମାତ୍ରାର ପୋଡା ।

• ସମସ୍ତ ଦ୍ୱିତୀୟ ମାତ୍ରାର ପୋଡା ଯାହାକି ଶତକଡା ୧ ଭାଗରୁ ଅଧିକ ପୋଡିଥାଏ (ଆହତ ବ୍ୟକ୍ତିର ହାତ ପାପୁଲି ଆକାରକୁ ଶତକଡା ୧ ହିସାବରେ ମପାଜାଇଥାଏ ) ।

• ସମସ୍ତ ପ୍ରଥମ ମାତ୍ରାର ପୋଡା ଯାହାକି ଶତକଡା ପାଞ୍ଚ ଭାଗରୁ ଅଧିକ ପୋଡା ଯାଇଥାଏ ।

• ହାତ କିମ୍ବା ଗୋଡର ଖଞ୍ଜା ପୋଡ଼ି ଯାଇଥିଲେ ।

• ମୁହଁ ଏବଂ ଯୌନାଙ୍ଗରେ ଯେକୌଣସି ମାତ୍ରାର ପୋଡା ହେଲେ ମଧ୍ୟ ଡାକ୍ତରଖାନା ନେବା ଅତ୍ୟନ୍ତ ଜରୁରୀ ।

ରାସାୟନିକ ଦାହର ଉପଚାର

୧. ଯଥେଷ୍ଟ ପରିମାଣର ପାଣି ବ୍ୟବହାର କରି ଦାହ ସ୍ଥାନକୁ ଭଲଭାବେ ଧୋଇ ରାସାୟନିକ ପଦାର୍ଥ ସେଠାରୁ ବାହାର କରିଦିଅ । ସେଥିପାଇଁ ପାଇପ୍ ତଳେ ସଂପୃକ୍ତ ଅଂଶକୁ ରାଖୀ ପ୍ରାୟ ୨୦ମିନିଟ୍ ପର୍ଯ୍ୟନ୍ତ ପାଣିରେ ଧୋଇଦେଲେ ସେଥିରେ ଲାଗିଥିବା ରାସାୟନିକ ବସ୍ତୁ ବାହାରିଯାଇଥାଏ ।

୨. ସଂଭବ ହେଲେ ସଂକ୍ରମିତ ହୋଇଥିବା ଲୁଗାକୁ କାଟି ଦେହର ସ୍ପର୍ଶରୁ ବାହାର କରିଦିଅ ।

୩. ରାସାୟନିକ ଦ୍ରବ୍ୟ ଆଖିରେ ପଡିଥିଲେ ଉକ୍ତ ଆଖିକୁ ସଙ୍ଗେ ସଙ୍ଗେ ବୋହିଜାଉଥିବା ପାଣିରେ ୧୦ ମିନିଟ୍ ପର୍ଯ୍ୟନ୍ତ ଧୋଇବା ଉଚିତ୍ । ଆଖି ଧୋଇବା ସମୟରେ ଧ୍ୟାନ ଦେବା ଉଚିତ୍ ଯେପରି ଥଣ୍ଡାପାଣି ସୁସ୍ଥ ଆଖିରେ ଲାଗିବ ନାହିଁ । ଆଖିକୁ ସଫା ପଟି ଦ୍ଵାରା ବାନ୍ଧି ଶୀଘ୍ର ଚକ୍ଷୁ ବିଶେଷଜ୍ଞଙ୍କ ପାଖକୁ ପାଠାଇ ଦିଅ ।

ପାଟି ଓ ଗଳାର ଦାହ

ଗରମ ପାଣିର ବାମ୍ଫ, ଗରମ ତରଳ ପଦାର୍ଥ ଯଥା – ଚା, କଫି, ଦୁଗ୍ଧ ଓ କ୍ଷୟକାରକ ରାସାୟନିକ ପଦାର୍ଥ ଏସିଡ କିମ୍ବା ଆଲକାଳି ଜାତୀୟ ଇତ୍ୟାଦି ପାଟି, ଜିଭ ଓ ଗଳାର ସଂସ୍ପର୍ଶରେ ଆସିଲେ ଉକ୍ତ ଅଂସ ପୋଡ଼ି ଯାଇଥାଏ । ଏହି ସଂସ୍ପର୍ଶରେ ଆସିଥିବା ଅଂସ ପୋଡିଯାଏ । ଏହିଭଳି ପରିସ୍ଥିତିରେ ସମୟ ନଷ୍ଟ ନକରି ଆହତ ବ୍ୟକ୍ତିକୁ ଯଥାଶୀଘ୍ର ଡାକ୍ତରଖାନାକୁ ପଠାଇଦିଅ ଏବଂ ଆବଶ୍ୟକ ହେଲେ ବରଫ ଖଣ୍ଡ ଚୁଚୁମିବାକୁ ବା ବରଫ ପାଣି ଢୋକେ ଢୋକେ କରି ପିଇବାକୁ ପରାମର୍ଶ ଦିଅ ।

ସୂର୍ଯ୍ୟରଶ୍ମୀ ଦ୍ଵାରା ଦାହ

ପ୍ରଚଣ୍ଡ ସୂର୍ଯ୍ୟରଶ୍ମୀ କିମ୍ବା ଉତ୍ତପ୍ତ ଝାଞ୍ଜି ପବନର ସଂସ୍ପର୍ଶରେ ଆସିଲେ ଶରୀରର ଚର୍ମ ଲାଲ ପଡିଯାଏ ଓ ଖୁବ୍ ଯନ୍ତ୍ରଣା ହୁଏ । ଏହା ଦ୍ଵାରା କେତେକ ସମୟରେ ଫୋଟକା ମଧ୍ୟ ହୋଇଥାଏ । ଏହିଭଳି ପରିସ୍ଥିତିରେ ଆହତ ବ୍ୟକ୍ତିକୁ ଥଣ୍ଡା ସ୍ଥାନକୁ ନେଇ ଥଣ୍ଡାପାଣି ଦ୍ଵାରା ଗୋଧୋଇ ଦିଅ । ପୋଡ଼ି ଯାଇଥିବା ସ୍ଥାନରେ ଶୁଖିଲା ଡ୍ରେସିଂ ଦେଇ ଡାକ୍ତରଖାନାକୁ ପଠାଇଦିଅ ।

ନିଆଁରୁ ଲୋକକୁ ଉଦ୍ଧାର କରିବା ପ୍ରଣାଳୀ

ନିଆଁ ଲାଗିଥିବା ଘର ମଧ୍ୟରୁ ଲୋକକୁ ବାହାର କରିବା ପାଇଁ ପ୍ରଥମ ପ୍ରବେଶ ରାସ୍ତା ଉପରେ ଇତଃସ୍ତତ ହୋଇ ପଡ଼ିଥିବା ବସ୍ତୁକୁ କାଢି ଦିଅ । ଉତ୍ତପ୍ତ ବାୟୁ ସବୁବେଳେ ଉପର ସ୍ତରରେ ରୁହେ । ତେଣୁ ଭୂଇଁରେ ଗୁରୁଣ୍ଡି ଗୁରୁଣ୍ଡି ଯାଇ ଆହତ ବ୍ୟକ୍ତିକୁ କିମ୍ବା ଅଚେତ ବ୍ୟକ୍ତିକୁ ଉଦ୍ଧାର କର । ଘର ଭିତରକୁ ପଶିବା ସମୟରେ ନିଜ ମୁହଁରେ ଗୋଟିଏ ସଫାଓଦା କନା କିମ୍ବା ରୁମାଲ ବାନ୍ଧ । ନିଆଁ ଲାଗିଥିବା ଘରେ କରବାନ୍ ମନୋକ୍ ସାଇଡ୍ (Carbon Monoxide) ଭଳି ଅତ୍ୟନ୍ତ ବିଷାକ୍ତ କ୍ଷତିକାରକ ବାଷ୍ପ ରହିଥାଏ, ତେଣୁ ଉଦ୍ଧାରକାରୀ ଦକ୍ଷତାର ସହ ତୁରନ୍ତ କାର୍ଯ୍ୟ ଶେଷ କରିବା ଉଚିତ୍ । ଝରକା କବାଟ ବନ୍ଦ ଥିଲେ ସେଗୁଡିକ ଖୋଲିବା ଉଚିତ୍ ନୁହେଁ କାରଣ ଏହାଦ୍ଵାରା ପବନ ଘର ମଧ୍ୟକୁ ପଶିଆସି ନିଆଁକୁ ଅଧିକ ଜୋରରେ ଜଳାଇଥାଏ ଏବଂ ନିଆଁ ଖୁବ୍ ଶୀଘ୍ର ଚାରିଆଡକୁ ବ୍ୟାପି ଯାଇଥାଏ ।

ଉପଚାର

୧. ଶ୍ଵାସକ୍ରିୟାରେ କଷ୍ଟ ହେଉଥିଲେ ଶ୍ଵାସନଳୀକୁ ଖୋଲା ରଖିବା ଚେଷ୍ଟା କର ଓ ଆବଶ୍ୟକ ହେଲେ କୃତ୍ରିମ ଶ୍ଵାସକ୍ରିୟା କିମ୍ବା CRP ପ୍ରଦାନ କର । ପୋଡା ସ୍ଥାନରେ ବରଫ କିମ୍ବା ବରଫ ପାଣି ଲଗାଅ ନାହିଁ । ଏହାଦ୍ଵାରା ସକ୍ ହେବାର ସମ୍ଭାବନା ଥାଏ ।

୨. ଆହତ ବ୍ୟକ୍ତିକୁ ସ୍ଥିର ଏବଂ ଶାନ୍ତ ରହିବାକୁ କୁହ ଓ ସାନ୍ତ୍ଵନା ଦିଅ ।

୩. ଦେହରେ ଲାଗିଯାଇଥିବା ପୋଡା ଲୁଗାକୁ କାଢିବାକୁ ଚେଷ୍ଟା କର ନାହିଁ । ଏହାଦ୍ଵାରା ପୋଡା ଘା’ର ଅଧିକ କଷ୍ଟ ହୋଇଥାଏ । ମୁହଁ ଛଡା ପୋଡିଯାଇଥିବା ଅନ୍ୟ ଅଙ୍ଗକୁ ପାଣିରେ ବୁଡାଇ ବା ଥଣ୍ଡା ପାଣି ଢାଳି ଥଣ୍ଡା କର । ଏହା ଅନ୍ତତଃ ୨୦ ମିନିଟ୍ ପର୍ଯ୍ୟନ୍ତ କିମ୍ବା ପୋଡାଜ୍ଵାଳା କରିବା ପର୍ଯ୍ୟନ୍ତ କରିବା ଦରକାର ।

୪. ହାତ ବା ଗୋଡ ପୋଡ଼ି ଯାଇଥିଲେ ଯଥାଶୀଘ୍ର ବ୍ୟକ୍ତିଙ୍କ ହାତ ମୁଦି, ଗୋଡ ମୁଦି ଚୁଡି, ବେଲଟ୍, ଜୋତା ଇତ୍ୟାଦିକୁ କାଢିନିଅ । ନଚେତ ପରବର୍ତ୍ତୀ ସମୟରେ ସଂପୃକ୍ତ ଅଂସ ଫୁଲିଗଲେ ତାହା ବାହାର କରିବା କଷ୍ଟକର ହୋଇଥାଏ ।

୫. ପୋଡ଼ିଯାଇଥିବା ସ୍ଥାନକୁ ବିଶୋଧନ ପତିଦ୍ବର ଘୋଡାଇ ରଖ । ପରିଷ୍କାର ପଲିଥିନ୍ ଜାରି କିମ୍ବା କିମ୍ବା ପୋଡା ଘା’ରେ ରେ ବ୍ୟବହାର ଉଦ୍ଦିଷ୍ଟ ସ୍ଵତନ୍ତ୍ର ଡ୍ରେସିଂ ପଟି ଦ୍ଵାରା ଘା’କୁ ଘୋଡାଇ ରଖ । ୬. ଆବଶ୍ୟକ ଅନୁସାରେ ସକ୍ ଚିକିତ୍ସା କର ।

୭. ଡାକ୍ତରଖାନା ପହଞ୍ଚାଇବା ପର୍ଯ୍ୟନ୍ତ ଶ୍ଵାସକ୍ରିୟା ଓ ହୃତ୍ପିଣ୍ଡ କ୍ରିୟା ପ୍ରତି ଧ୍ୟାନ ଦିଅ ।

୮. ଲୁଗାରେ ନିଆଁ ଲାଗିଥିଲେ, ରୋଗୀକୁ ଦୈଡିବାକୁ ଦିଅ । ନାହିଁ । ଦୈଡିଲେ ନିଆଁ ଅଧିକ ମାତ୍ରାରେ ଜଳେ ।

୯. ଠିଆ ହୋଇରହିଲେ ଧୂଆଁ ଶ୍ଵାସନଳୀରେ ପ୍ରବେଶ କରି ଶ୍ଵାସନଳୀର ଝୁଲ୍ଲିପରଦାକୁ ନଷ୍ଟ କରିଦିଏ । ତେଣୁ ରୋଗୀକୁ ତେଲେ ଶୁଆଇ ରଖ ।

୧୦. ପରିଶେଷରେ ସିଲ୍ ଭାରେକ୍ସ ଅଏଣ୍ଟମେଣ୍ଟ (Silverex Ointment) ପୋଡା କ୍ଷତରେ ଲଗାଅ ।

ସାଧାରଣ ଶୁଷ୍କ ଦାହ ଏବଂ ଏହାର ଉପଚାର

୧. ପୋଡ଼ିଯାଇଥିବା ସ୍ଥାନକୁ ସଫା ପାଣିରେ ଧୋଇ ଦିଅ ।

୨. ଥଣ୍ଡା ପାଣିରେ ପୋଡା ଅଂଶକୁ ବୁଡାଇ ରଖ ।

୩. ଶୁଖିଲା ଡ୍ରେସିଂ କନା ଦ୍ଵାରା ଘୋଡାଇ ରଖ ।

୪. ପୋଡା ଘା’ର ତୁଳା କିମ୍ବା ମଲମ ଲଗାଅ ନାହିଁ ।

୫.ଉଷୁମ ଚା ଓ କଫି, ଦ୍ରବଣ ORS ଦିଆଯାଇପାରେ ।

ପୋଡାକୁ ରକ୍ଷା କରିବା ପାଇଁ କେତେକ ଜରୁରୀଉପଦେଶ

୧. ସାଧାରଣତଃ ସ୍ତ୍ରୀ ଲୋକ ଓ ପିଲାମାନେ ରୋଷେଇଘର ନିଆଁ ଦ୍ଵାରା ପୋଡା ହେବାର ଯଥେଷ୍ଟ ସମ୍ଭାବନା ଥାଏ । ଶେଠୀପାଇଁ ଉପଯୁକ୍ତ ସତର୍କତା ଗ୍ରହଣ କରିବା ଆବଶ୍ୟକୀୟ ହୋଇଥାଏ । ଚୁଲି, ଷ୍ଟୋଭକିମ୍ବା ଅଭାନ୍ କୁ ଭୂମିଠାରୁ ଦୁଇ ଫୁଟ ଉପରେ ରଖ । ରୋଷେଇ କରିବା ସମୟରେ ନାଇଲନ୍ ଓ ସେହି ଜାତୀୟ ତିଆରି ଲୁଗା ପିନ୍ଧ ନାହିଁ କାରଣ ଏଥିରେ ଶୀଘ୍ର ନିଆଁ ଲାଗିଯାଇଥାଏ । ସୂତା ଲୁଗାରେ ସାଧାରଣତଃ ସହଜରେ ନିଆଁ ଲାଗେ ନାହିଁ ତେଣୁ ତାହା ପିନ୍ଧିବା ଉଚିତ୍ ।

୨. ଜଳୁଥିବା ଚୁଲି ଓ ଜଳୁଥିବା ମହମବତୀଠାରୁ ପିଲାମାନଙ୍କୁ ଦୂରେଇ ରଖ ।

୩. ଡିଆସିଲି, ଲାଇଟର ଆଦି ପିଲାମାନଙ୍କ ହାତ ନ ପହଞ୍ଚିବା ପରି ସ୍ଥାନରେ ରଖ ।

୪. ବିଛଣା ପାଖରେ ଡିବିରୀ, ମହମବତୀ କିମ୍ବା କିରୋସିନୀ ବ୍ୟବହୃତ ବସ୍ତୁ ରଖ ନାହିଁ ।

୫. ଚୁଲି କିମ୍ବା ଜଳନ୍ତା ବତୀ ପାଖରେ ଲୁଗା ଶୁଖାଅ ନାହିଁ କିମ୍ବା ଟାଙ୍ଗ ନାହିଁ ।

୬. ରୋଷେଇ ଘର ସବୁବେଳେ ଯଥେଷ୍ଟ ପରିମାଣର ପାଣି ରଖ ।

୭. ରୋଷେଇ ବେଳେ କିଚେନ୍ ଆପ୍ରୋନ୍ ବା ସୂତାଲୁଗା ବ୍ୟବହାର କର ।

୮. ରୋଷେଇ ସାରିବା ପରେ ଗ୍ୟାସ ଚୁଲାର ନଭ୍ ବନ୍ଦ କରି ଗ୍ୟାସ ସଂଯୋଗ ବିଚ୍ଛିନ୍ନ କର

କ’ଣ କରିବା ନାହିଁ

• ଫୋଟକା ଫେଟାନ୍ତୁ ନାହିଁ ।

• ଖାଲି ହାତରେ ପୋଡିଯାଇଥିବା ସ୍ଥାନକୁ ଛୁଆଁ ନାହିଁ ।

• ତୁଳା କିମ୍ବା ବ୍ୟାଣ୍ଡେଜ୍ ଘା’ ଉପରେ ଲଗାଅ ନାହିଁ ।

• ତେଲ କିମ୍ବା ଜାତୀୟ ବସ୍ତୁ ଲଗାଅ ନାହିଁ ।

ଆଧାର:ST. JOHN AMBULANCE, Bhubaneswar

Last Modified : 7/3/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate