ଫାଷ୍ଟଏଡ୍ ବା ପ୍ରାଥମିକ ଚିକିତ୍ସା ବିଭିନ୍ନ କ୍ଷେତ୍ରରେ ଆହତଙ୍କ ଜୀବନ ରକ୍ଷା କରିପାରିବ । ଡାକ୍ତରଙ୍କ ପାଖାନୁ ଆସିବା ପୂର୍ବରୁ ଫାଷ୍ଟଏଡ୍ ରୋଗୀଙ୍କୁ ବହୁ ପରିମାଣରେ ଆରୋଗ୍ୟ କରିଥାଏ । ସଡକ ଦୁର୍ଘଟଣା ଠାରୁ ଆରମ୍ଭ କରି ପାଣିରେ ବୁଡି ଯାଉଥିବା ରୋଗୀ ବଜ୍ରପାତ, ସାପ କାମୁଡା ଦୁଦ୍ ଘାତ ରୋଗୀଙ୍କ କ୍ଷେତ୍ରରେ ଏହି ଚିକିତ୍ସା ନିତାନ୍ତ ଜରୁରୀ । ୧୮୫୯ ମସିହାରେ ଇଟାଲୀରେ ଯୁଦ୍ଧ ସମୟରେ ହେନେରା ଡୁନାଣ୍ଟ ନାମକ ଜଣେ ବ୍ୟକ୍ତି ଯୁଦ୍ଧକ୍ଷେତ୍ରର ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦେବା ଆରମ୍ଭ କରିଥିକେ ଏବଂ ସଂଗଠନ । ଏହା ପରେ ରେଉକ୍ରସ ସଂସ୍ଥା ଏହାକୁ ବ୍ୟବସ୍ଥାଗତ କରିଥିଲା , ୟୁରୋପୀୟ ଦେଶରୁଡିକରେ ସ୍ଥଲ୍ ପାଠ୍ୟକ୍ରମରେ ଫାଷ୍ଟଏଡ୍ ସମ୍ବନ୍ଧୀୟ ବିଷଯୁକ୍ତ ବାଧ୍ୟାତାମୂଳକ କରାଯାଇଛି । ମାତ୍ର ଭାରତରେ ଏହି ବ୍ୟବସ୍ଥା ଉପରେ ଗୁରୁତ୍ଵ ଦିଆଯାଉ ଦିଆଯାଊ ନାହିଁ । ଯଦି ପ୍ରାଥମିକ ଚିକିତ୍ସା ଉପରେ ଗୋଷ୍ଠାଭିତ୍ତିକ ତାଲିମ୍ମ ଓ ସଂଗତ ବଢିଯାନ୍ତୁ ଅନେକାଂଶରେ ମୃତ୍ୟୁଏଡାଇ ଦିଆଯାଇ ପାରନ୍ତ ବୋଲି ଚିକିତ୍ସକ ମାନର ତତ ଦିଅନ୍ତି ।
କଟକ ଏସସିବି ମେଡିକାଲ କଲେଜର ମେଡ଼ିସିନ୍ ବିଭାଗ ସହଯୋଗୀ ପ୍ରଫେସର ଡା. ଜୟନ୍ତ ପଣ୍ଡାଙ୍କମତରେ ପ୍ରତ୍ୟେକ କ୍ଷେତ୍ରରେ ପ୍ରାଥମିକ ଚିକିତ୍ସାର ଆବଶ୍ୟକକତା ରହିଛି । ପାଣିରେ ବୁଡି ଯାଇଥିବା ରୋଗୀଙ୍କୁ କୁଳକୁ ଆଣିବା ପରେ ତାଙ୍କ ଛାତିକୁ ୭୦ଥର ଦବାଇବା ଆବଶ୍ୟକ । ସେହିପରି ରୋଗୀଙ୍କ ମୁହଁକୁ ମୁହଁ ଯୋଡି ନିଶ୍ଵାସ ନେବା ଦ୍ଵାରା ରୋଗୀଙ୍କୁ ଏହା ବିପଦରୁ ମୁକ୍ତ କରିବା ସହାୟକ ହୋଇଥାଏ । ଯଦି ଜଣଙ୍କୁ ସାପ କାମୁଡିଛି ସମ୍ପୃକ୍ତ ରୋଗୀଙ୍କୁ ସାପ କାମୁଡିଥିବା ସ୍ଥାନରୁ ଟିକେ ଉପରକୁ ଏକ ବାଣି କିମ୍ବା କପଡାରେ ବାନ୍ଧିଦେବା ଦ୍ଵାରା ସାପ ବିଆଇଏସ ରକ୍ତରେ ମିଶିବାରେ ପ୍ରତିବନ୍ଧକ ସୃଷ୍ଟି କରିଥାଏ । ଡାକ୍ତର କୁହନ୍ତି ବସ୍ ଡ୍ରାଇଭର ଓ ଅନ୍ୟ ଷ୍ଟାଫମାନଙ୍କୁ ପ୍ରାଥମିକ ଚିକିତ୍ସା ସମ୍ବନ୍ଧରେ ତାଲିମ ଦେବା ଆବଶ୍ୟକ । ପ୍ରତ୍ୟେକ ବସ୍ ରେ ଫାଷ୍ଟାଏଡ୍ ବକ୍ସ ରହୁଛି । ମାତ୍ର ଉକ୍ତ ବକ୍ସ ଖୋଲିଲେ ସେଥିରେ ଫାଷ୍ଟାଏଡ୍ ସରଞ୍ଜାମ ବଦଳରେ ପ୍ରାୟତଃ ବସ୍ କର୍ମଗରୀଙ୍କ ସାମଗ୍ରୀ ରହୁଥିବା ଦେଖିବାକୁ ମିଳୁଛି । ମୁଖ୍ୟତଃ ଗୋଷ୍ଠୀଭିତ୍ତିକ ତାଲିମ ଖାସ୍ କରି ଯୁବବର୍ଗଙ୍କୁ ଫାଷ୍ଟଏଡ୍ ସମ୍ପର୍କରେ ତାଲିମ ଦିଆଗଲେ ଅନେକ ଜୀବନକୁ ରକ୍ଷା କରାଯାଇ ପାରିବ ବୋଲି ଚିକିତ୍ସାକମାନେ ମତ ଦିଅନ୍ତି ।
Aadhar
samaj
Last Modified : 1/7/2020