অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମନୁଷ୍ୟ ଶରୀର ଗଠନ ଓ ତାହାର କାର୍ଯ୍ୟ

ମନୁଷ୍ୟ ଶରୀର ଗଠନ ଓ ତାହାର କାର୍ଯ୍ୟ

ଉପକ୍ରମ

ମନୁଷ୍ୟ ଶରୀରରେ ୨୦୬ ଖଣ୍ଡ ହାଡ, ଉପାସ୍ଥି, ଅସ୍ଥି ବନ୍ଧନୀ ର ମାଂସପେଶୀ ଦ୍ଵାରା ବାନ୍ଧି ହୋଇ କଙ୍କାଳ ର ଆକୃତି ପ୍ରଦାନ କରିଥାଏ ।

କଙ୍କାଳର ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ

  1. ଏହା ଶରୀରକୁ ନିର୍ଦ୍ଦିଷ୍ଟ ଆକୃତି ଏବଂ ଦୃଢତା ପ୍ରଦାନ କରେ ।
  2. ମାଂସପେଶୀକୁ ସଂଯୋଗ ସ୍ଥାନ ଯୋଗାଇଥାଏ ।
  3. ଖପୁରୀ ବର୍ଷ ପିଞ୍ଜରା ଏବଂ ଉଦର ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ସୁରକ୍ଷା ପ୍ରଦାନ କରେ ।

କଙ୍କାଳର ବିଭିନ୍ନ ଅଂଶ

  1. ଖପୁରୀ (ମୁଣ୍ଡ – ୮ ଖଣ୍ଡ ଓ ମୁଖ ମଣ୍ଡଳ – ୧୪)                    ୨୨ ଖଣ୍ଡ
  2. ମେରୁଦଣ୍ଡ                                                                   ୩୩ ଖଣ୍ଡ
  3. ପଞ୍ଜରା ଏବଂ ଛାତି ହାଡ                                                  ୨୫ ଖଣ୍ଡ
  4. ଦୁଇ ଉର୍ଦ୍ଧ୍ଵ ବାହୁ ବା ହାତ                                                   ୬୦ ଖଣ୍ଡ
  5. ଦୁଇ ନିମ୍ନ ବାହୁ ବା ଗୋଡ                                                ୬୦ ଖଣ୍ଡ
  6. ବସ୍ତି                                                                             ୨ ଖଣ୍ଡ
  7. ତ୍ରିକାସ୍ତି                                                                          ୨ ଖଣ୍ଡ
  8. ବକ୍ଷସ୍ଥି                                                                           ୨ ଖଣ୍ଡ
  9. ମୋଟ =- ୨୦୬ ଖଣ୍ଡ

    ଏହା ୨୨ ଖଣ୍ଡ ହାଡ ଦ୍ଵାରା ଗଠିତ ହୋଇଥାଏ । ଖପୁରୀର ଉପର ଭାଗରେ ୮ ଖଣ୍ଡ ଏବଂ ମୁଖ୍  ମୁଣ୍ଡଳରେ ୧୪ ଖଣ୍ଡ  ରହିଥାଏ ।

    ମେରୁଦଣ୍ଡ

    ଏହା ୩୩ ଖଣ୍ଡ ହାଡର ସମଷ୍ଟିରୁ ଗଠିତ ହୋଇଥାଏ । ଏହା ହାଡଗୁଡିକ ମୁଦି ଭଳି ଆକୃତିର ହୋଇଥାଏ । ତାହାକୁ କଶେରୁକା କୁହାଯାଏ । ଏହି ହାଡଗୁଡିକ ଗୋଟିଏ ସହିତ ଗୋଟିଏ କ୍ରମାଗତ ଭାବେ ଖଞ୍ଜି ହୋଇ ରହିଥାଏ । ବେକର ୭ଟି କୁ ସରଭାଇକାଲ, ପିଠିର ୧୨ ଟିକୁ ଥୋରାସିକ, ଅଣ୍ଟାର ୫ ଟିକୁ ଲମ୍ବର, ପିଚାର ୫ ଟିକୁ ସାକ୍ରାଲ ଏବଂ ତତ୍ ପରେ ୪ଟି କସିକ୍ସକୁ କଶେରୁକା କୁହାଯାଏ । ତନ୍ମଧ୍ୟରୁ ୫ ଟି ସାକ୍ରାଲ ଏକତ୍ର ମିଶିଯାଇ ସାକ୍ରମ ଏବଂ ୪ ଟି କସିକ୍ସ ଏକତ୍ର ମିଶିଯାଇ ଗୋଟିଏ ହାଡଭଳି ହୋଇଯାଇଥାଏ ।

    ଦୁଇ କଶେରୁକାର ସଂଯୋଗ ସ୍ଥାନ ମଧ୍ୟରେ ଉପାସ୍ଥି ର ଗଦି ରହିଥାଏ । ଏହାଦ୍ଵାରା ମେରୁଦଣ୍ଡ ବିଭିନ୍ନ ଆଡକୁ ବକ୍ର ହୋଇପାରେ ଏବଂ ପରସ୍ପରର ଘର୍ଷଣରୁ ରକ୍ଷା ପାଇଥାଏ । ମେରୁଦଣ୍ଡ ମଧ୍ୟରେ ମେରୁନଳୀ ରହିଥାଏ । ଏହା ମଧ୍ୟରେ ମେରୁ ସ୍ନାୟୁ ଅବସ୍ଥାନ କରେ । ମେରୁଦଣ୍ଡରେ ଆଘାତ ଲାଗି କଶେରୁକା ସ୍ଥାନଚ୍ୟୁତ ହେଲେ ମେରୁସ୍ନାୟ ଚିପି ହୋଇଯାଏ କିମ୍ବା କଟିଯିବାର ସମ୍ଭାବନା ରହିଛି । ସ୍ନାୟୁମେରୁର କାର୍ଯ୍ୟରେ ବ୍ୟାଘାତ ହୋଇ ପକ୍ଷାଘାତ ବା ପାରାଲିସସ୍ ସୃଷ୍ଟି ହୋଇଥାଏ ।

    ମେରୁଦଣ୍ଡରେ ଆଘାତ ଲାଗିବା କ୍ଷେତ୍ରରେ ସାବାଧାନତା ଏବଂ ଉପଯୁକ୍ତ ସହାୟତା । ଆବଶ୍ୟକ ହୋଇଥାଏ । ଅସାବଧାନତା ପକ୍ଷାଘାତା ସୃଷ୍ଟି କରିପାରେ । ସେଥିପାଇଁ ମେରୁଦଣ୍ଡର ଆଘାତକୁ ଦୃଷ୍ଟିରେ ରାଖି ବେକ, ପିଠି, ଅଣ୍ଟାର ଆଘାତକୁ ଗୁରୁତର ଭାବେ ବିବେଚାନା କରାଯାଏ ।

    ପଞ୍ଜରା ଓ ଛାତି ହାଡ

    ପିଠି ପାଖରେ କଶେରୁକାର ଦୁଇ ପାର୍ଶ୍ଵରେ ଦୁଇଟି ପଞ୍ଜରା ଅସ୍ଥି ସଂଯୁକ୍ତ ହୋଇ ସମ୍ମୁଖକୁ ଆସି ବକ୍ଷାସ୍ଥ ବା ଛାତି ହାଡ ସହିତ ଉପାସ୍ଥି ଦ୍ଵାରା ସଂଯୁକ୍ତ ହୋଇଥାଏ । ଶରୀରରେ ୧୨ ଯୋଡା ପଞ୍ଜରା ଅସ୍ଥି ରହିଥାଏ । ତନ୍ମଧ୍ୟରୁ ୭ ଯୋଡା ପଞ୍ଜରା ଅସ୍ଥି ଉପାସ୍ଥି ଦ୍ଵାରା ଛାତି ହାଡ ସହିତ ପ୍ରତ୍ୟକ୍ଷ ଭାବରେ ସଂଯୁକ୍ତ ହୋଇଥାଏ । ଏହାର ପରବର୍ତ୍ତୀ ୩ ଯୋଗ ବା ୮ମ, ୯ମ ଓ ୧୦ମ ପଞ୍ଜରା ଅସ୍ଥି ଉପାସ୍ଥି ଦ୍ଵାରା ୭ମ ପଞ୍ଜରାର ଉପାସ୍ଥି ସହିତ ସଂଯୁକ୍ତ ହୋଇଥାଏ । ଶେଷ ଦୁଇଯୋଡା ବା ୧୧ଶ, ୧୨ଶ ସମ୍ମୁଖକୁ ନଆସି ମାଂସପେଶି ମଦୟାରେ ଭାଷମାନ ଅବସ୍ଥାରେ ରାହିଯାଏ ।

    ଅକ୍ଷାସ୍ଥି ବକ୍ଷାସ୍ଥିର ଉପର ଦୁଇ ପାର୍ଶ୍ଵରୁ ଗୋଟିଏ କରି ହାଡ ସଂଯୁକ୍ତ ହୋଇ କାନ୍ଧ ମଧ୍ୟରେ ରହିଥାଏ ।

    ଅଂସଫଳକ ପିଠିର ଉଭାୟା ପାର୍ଶ୍ଵରେ ପଞ୍ଜରା ହାଡମାନଙ୍କ ପରେ ତ୍ରିଭୁଜାକାର ଭାବେ ରହିଥାଏ । ପ୍ରକ୍ୟେକ ପାର୍ଶ୍ଵରେ ଗୋଟିଏ କରି ଅଂଶଫଳକ ରହିଥାଏ ।

    ଉର୍ଦ୍ଧ୍ଵ ବାହୁ ବା ହାତର ହାଡ

    ବାହୁର  ଉପରେ ଅଂଶରେ ଗୋଟିଏ ହାଡ ରହିଥାଏ । ତାହାକୁ ଭୁଜାସ୍ଥି କୁହାଯାଏ । ତଳ ଅଂଶରେ ଦୁଇଟି ହାଡ ରହିଥାଏ । ବାହାର ପାର୍ଶ୍ଵ ହାଡକୁ ବହିଃ ପ୍ରକୋଷ୍ଠାସ୍ଥି ଏବଂ ଭିତର ପାର୍ଶ୍ଵକୁ ଅନ୍ତଃପ୍ରକୋଷ୍ଠାସ୍ଥି କୁହାଯାଏ ।

    କଚାଟି ହାଡ କଚଟିରେ ୮ ଟି ହାଡ ରହିଥାଏ , ଏହାକୁ କଚଟି ହାଡ କୁହାଯାଏ ।

    ପାପୁଲି ହାଡ ପାପୁଲିରେ ୫ ଟି ପାପୁଲି ହାଡ ରହିଥାଏ ।

    ଆଙ୍ଗୁଳି ହାଡ ପ୍ରତ୍ୟେକ ଆଙ୍ଗୁଳି ମଧ୍ୟରେ ୩ଟି ଆଙ୍ଗୁଳି ହାଡ ରହିଥାଏ ଏବଂ ବୁଢା ଆଙ୍ଗୁଳିରେ କେବଳ ୨ ଟି ହାଡ ରହିଥାଏ ।

    ବସ୍ତି ବାସ୍ତରେ ଦୁଇଟି ପିଚା ହାଡ ରହିଥାଏ । ଏହା ପାଖରେ ସାକ୍ରମ ସହିତ ଏବଂ ସମ୍ମୁଖରେ ପରସ୍ପର ସହିତା ସଂଯୁକ୍ତ ହୋଇ ମଧ୍ୟଭାଗରେ ଗାତୁଆ ପାତ୍ର ଆକୃତିର ସ୍ଥାନ ସୃଷ୍ଟି କରିଥାଏ । ଏହି ସ୍ଥାନରେ ଅନ୍ତନାଡ଼ି, ମୂତ୍ରାଶୟ ଏବଂ ସ୍ତ୍ରୀଙ୍କର ପ୍ରଜଜନ ଅଙ୍ଗ ଇତ୍ୟାଦି ରହିଥାଏ ।

    ନିମ୍ନବାହୁ ବା ଗୋଡର ହାଡ

    ଜଙ୍ଘ ମଧ୍ୟରେ ଏହି ହାଡ ବସ୍ତିଠାରୁ ଆଣ୍ଠୁ ପର୍ଯ୍ୟନ୍ତ ଲମ୍ବିଥାଏ । ଏହା ଶରୀରରେ ସବୁଠାରୁ ବଡ ଏବଂ ଶକ୍ତି ହାଡ ହୋଇଥାଏ । ଏହାକୁ ଫିମର କୁହାଯାଏ ।

    ଆଣ୍ଠୁ ଚକି ଏହା ଆଣ୍ଠୁ ଖଞ୍ଜା ଉପରେ ରହିଥାଏ । ଏହାକୁ ପାଟେଲା କୁହାଯାଏ ।

    ଗୋଡ ହାଡ ଗୋଡରେ ଆଣ୍ଠୁଠାରୁ ନିମ୍ନକୁ ଦୁଇଟି ହାଡ ରହିଥାଏ । ବାହାର ପାଖ ହାଡକୁ ଫିବୁଲା  ଏବଂ ଭିତର ପାଖ ହାଡକୁ ଟିବିଆ କୁହାଯାଏ ।

    ପାଦ ହାଡ ପାଦ ମଧ୍ୟରେ ୭ ଖଣ୍ଡ ବନ୍ଧାସ୍ଥି ରହିଥାଏ । ଏହା ସହିତ ୫ ଖଣ୍ଡ ପାଦ ଚଳାସ୍ଥି ସଂଯୁକ୍ତ ହୋଇଥାଏ ।

    ଆଙ୍ଗୁଳି ହାଡ ଆଙ୍ଗୁଳି ମଧ୍ୟରେ ୧୪ ଖଣ୍ଡ ହାଡ ରହିଥାଏ । ଏହାକୁ ଫାଲେକ୍ସ ବା ବହୁ ବଚନରେ ଫଳେଞ୍ଜେସ୍ କୁହାଯାଏ । ପ୍ରତ୍ୟେକ ଆଙ୍ଗୁଳିରେ ୩ ଖଣ୍ଡ ହାଡ ରହିଥାଏ । କିନ୍ତୁ ବୁଢା ଆଙ୍ଗୁଳିରେ ଦୁଇଟି ହାଡ ରହିଥାଏ ।

    ଖଞ୍ଜା

    ଦୁଇ ବା ଅଧିକ ହାଡର ମିଳନ ସ୍ଥାନକୁ ଖଞ୍ଜ ବା ଗଣ୍ଠି କୁହାଯାଏ । ଏହା ମୁଖ୍ୟତଃ ଦୁଇ ପ୍ରକାର ହୋଇଥାଏ ।

    1. ଅଚଳ ଖଞ୍ଜ
    2. ସଚଳ ଖଞ୍ଜା

    ଅଚଳ ଖଞ୍ଜା ଏହି ଖଞ୍ଜରେ ସଂଯୁକ୍ତ ହୋଇଥିବା ହାଡଗୁଡିକ ପରସ୍ପର ସହିତ ଦୃଢ ଭାବେ ବାନ୍ଧି ହୋଇ ରହିଥାଏ । ଏବଂ ସେଥିରେ ଚଳନ ହୋଇପାରେ ନାହିଁ । ସାଧାରଣତଃ ଖପୁରୀରେ ଏହି ପ୍ରକାର ଖଞ୍ଜ ରହିଥାଏ

    ସରଲା ଖଞ୍ଜା ଏହି ଖଞ୍ଜରେ ଚଳନ ସମ୍ଭବ ହୋଇଥାଏ । ଏହାର କାର୍ଯ୍ୟ କ୍ଷମତା ଅନୁଯାୟୀ ତାହାକୁ ତିନୋଟି ଭାଗରେ ବିଭକ୍ତ କରାଯାଏ ।

    ଗର୍ଭ ବର୍ତ୍ତୁଳ ଖଞ୍ଜା

    ଗୋଟିଏ ପାଖ ହାଡରା ସକେଟ ଭଳି ଅଂଶ ମଧ୍ୟରେ ଅନ୍ୟ ହାଡର ବଳ ଭଳି ମୁଣ୍ଡ ରହି ଏହି ଭଳି ଖଞ୍ଜ ସୃଷ୍ଟି ହୋଇଥାଏ । ଏହି ଖଞ୍ଜା ବିଭିନ୍ନ ଦିଗରେ ଚାଳିତା ହେବା ସହିତ ଘୁରି ମଧ୍ୟ ପାରେ । ଏହିଭଳି ଖଞ୍ଜା କାନ୍ଧ ଏବଂ ପିଚାରେ ରହିଥାଏ ।

    • କବଲା ଖଞ୍ଜା ଏହି ଖଞ୍ଜା କେବଳ ଗୋଟିଏ ଦିଗରେ ଚାଳିତ ହୋଇପାରେ । ଏହିଭଳି ଖଞ୍ଜା କହୁଣୀ, ଆଣ୍ଠୁରେ ରହିଥାଏ । ଏହା ଖଞ୍ଜା କବଜା ଭଳି କାମ କରୁଥିବାରୁ ଏହାକୁ କବଜ ଖଞ୍ଜା କୁହାଯାଏ ।
    • ସାମାନ୍ୟ ସଚଳ ଏହି ଖଞ୍ଜା ନିମ୍ନ ସୀମିତତା ମଧ୍ୟରେ ଚାଳିତ ହୋଇପାରେ ଏହି ଖଞ୍ଜା ମେରୁଦଣ୍ଡ, କଚଟୀ ଏବଂ ପାଦରେ ରହିଥାଏ ।

    ମାଂସପେଶୀ

    ଶରୀରରେ ଦୁଇ ପ୍ରକାରର ସାଂସପେଶୀ ରହିଥାଏ । ଯଥା

    1. ସ୍ଵେଚ୍ଛାକୃତ
    2. ସ୍ଵତଃଜାତ

    ସ୍ଵେଚ୍ଛାକୃତ ମାଂସପେଶୀ ଏହି ମାଂସପେଶୀ ମନୁଷ୍ୟର ଇଚ୍ଛା ଶକ୍ତି ବା ମସ୍ତିଷ୍କର ସଚେତ ନିର୍ଦ୍ଦେଶ ଦ୍ଵାରା କରିଥାଏ । ଶରୀରର ଅଧିକାଂଶ ମାଂସପେଶୀ ଏହି ପ୍ରକୃତିର ହୋଇଥାଏ ।

    ସ୍ଵତଃଜାତ ମାଂସପେଶୀ ଏହି ମାଂସପେଶୀ ମନୁଷ୍ୟର ଇଚ୍ଛା ଶକ୍ତି ଅଧୀନରେ ପରିଚାଳିତ ନହୋଇ ଅଟୋନୋମିକ ନରଭସ ପ୍ରଣାଳୀ ନିୟନ୍ତ୍ରଣରେ ଅବିରତ କାର୍ଯ୍ୟ ସାଧନ କରିଥାଏ । ହୃତ୍ ପିଣ୍ଡ, ଫୁସ୍ ଫୁସ୍ ଏବଂ ଅଭ୍ୟନ୍ତରର ଅଙ୍ଗମାନଙ୍କରେ ଏହି ପ୍ରାକାର ମାଂସପେଶୀ ରହିଥାଏ ।

    ସ୍ନାୟୁ

    ସ୍ନାୟୁ ଦ୍ଵାରା ଶରୀରର ବିଭିନ୍ନ ଅଂଶର ସମ୍ଭେଦନ ସଂକେତ ମସ୍ତିସ୍କର ଯାଇଥାଏ ଏବଂ ମସ୍ତିଷ୍କକୁ କାର୍ଯ୍ୟ ନିର୍ଦ୍ଦେଶ ସଂକେତ ଆସି ଉଦ୍ଦିଷ୍ଟ ମାଂସପେଶୀ ଏବଂ ଅଙ୍ଗ ନିକଟରେ ପହଞ୍ଚି ଥାଏ ।

    ଅସ୍ଥିବନ୍ଧ

    ଅସ୍ଥି ଖଞ୍ଜାକୁ ରଜ୍ଜୁଭଲି ବାନ୍ଧି ରଖିଥିବା ଫାଇବସ ତନ୍ତୁକୁ ଅସ୍ଥିବନ୍ଧ କୁହାଯାଏ । ଏହା ଖଞ୍ଜାର ଚଳନକୁ ତାହାର ସୀମିତତା ମଧ୍ୟରେ ରଖିଥାଏ । ଏହାର କ୍ଷତିକୁ ମକଚି ଯିବା (Sprain) କୁହାଯାଏ । ଏହା ଶ୍ଵେତ ଅଣ ସମ୍ପ୍ରସାରଣ ବିହୀନ ଏବଂ ହଳଦୀ ସମ୍ପ୍ରସାରଣ କ୍ଷମ ବା ଇଲାଷ୍ଟିକ ତନ୍ତୁ ହୋଇଥାଏ ।

    ସଂଯୋଜକ ତନ୍ତ

    ଏହା ଶରୀରର ବିଭିନ୍ନ ଅଂଶକୁ ଧରି ରଖିବାରେ ସାହାଯ୍ୟ କରେ ଏବଂ  ସମ୍ପୃକ୍ତ ଅଂଶକୁ ସୁରକ୍ଷା ଏବଂ ପୋକ୍ଷନ ପ୍ରଦାନ କରେ ।

    ଚର୍ମ

    ଚର୍ମ ଶରୀର ସର୍ବ ବର୍ହିଭାଗ ଅଂଶ ବା ପୃଷ୍ଠ ହୋଇଥାଏ । ଏହା ଦ୍ଵାରା ଶରୀର ଅଭ୍ୟନ୍ତରର ଅଂଶ ଘୋଡାଇ ହୋଇ  ରହିଥାଏ । ଏଥିରେ ଦୁଇଟି ସ୍ତର ରହିଥାଏ । ବାହ୍ୟଚର୍ମ ଏବଂ ଅନ୍ତଃଚର୍ମ । ଏହା ଶରୀର ଉତ୍ତାପକୁ ନିୟନ୍ତ୍ରଣ କରେ । ଶରୀରର ଉତ୍ତାପ ଅଧିକାର ହେଲେ ତାହା ଚର୍ମ ଦ୍ଵାରା କଣ୍ଡେକ୍ସନ, କନ୍ ଭେକ୍ସନ ଏବଂ ରେଡିଏସନ ସାହାଯ୍ୟରେ ପରିପାର୍ଶ୍ଵର ବାୟୁମଣ୍ଡଳକୁ ଚାଲିଯାଏ ଶରୀରକୁ ଶୀତଳ କରିଥାଏ । ଏହା ଦ୍ଵାରା ଶରୀରରେ ତାପମାତ୍ରା ନିୟନ୍ତ୍ରଣ ହୋଇଥାଏ ।

     

    ଶରୀରର ଗଣ୍ଠି ଏବଂ ତନ୍ମଧ୍ୟସ୍ଥା ଗୁରୁତ୍ୱପୂର୍ଣ୍ଣ ଅଙ୍ଗ

    ଶରୀର ମଧ୍ୟସ୍ଥ ଗୌରବ ବା ଗଣ୍ଠି ମଧ୍ୟଛଦା ନାମକ ଏକ ମାଂସପେଶୀ ଏବଂ ଟେଣ୍ଡନ ମିଶ୍ରିତ ପରଦା ଦ୍ଵାରା ଦୁଇଭାଗରେ ବିଭକ୍ତ ହୋଇଥାଏ । ଉପରେ ଭାଗ ଅଂଶ ପଞ୍ଜରା  ହାଡ ଦ୍ଵାରା ଘେରି ରହିଥାଏ । ଏହାକୁ ଥୋରାସିକ କ୍ୟାଭିଟି ବା ବକ୍ଷସ୍ଥଳ କୁହାଯାଏ । ତାହା ମଧ୍ୟରେ ଫୁସ୍ ଫୁସ୍ , ହୃତପିଣ୍ଡ ଏବଂ ଖାଦ୍ୟ ନଳୀ ଇତ୍ୟାଦି   ରହିଥାଏ । ମଧ୍ୟଛଦାର ନିମ୍ନ ଅଂଶକୁ ଆବଡୋମିନାଲ କ୍ୟାଭିଟି ବା ଉଦର ଗୌହର କୁହାଯାଏ । ଏହା ମଧ୍ୟରେ ଯକୃତ, ପାକସ୍ଥଳୀ, ପ୍ଳୀହା, ବୃକକ, ଅନ୍ତନାଳୀ ମୃତାଶୟ ଏବଂ ପ୍ରଜ୍ଜ୍ଵନ ଅଙ୍ଗ ଇତ୍ୟାଦି ରହିଥାଏ ।

    • ଆଖି ଏହା ଖପୁରୀର ସମ୍ମୁଖରେ ଥିବା ଦୁଇଟି ଗୌହର ମଧ୍ୟରେ ରହିଥାଏ । ଆଖି ଦ୍ଵାରା ଆମେ ପରିପାର୍ଶ୍ଵର ହୃଶ୍ୟ ବା ବସ୍ତକୁ ଦେଖିପାରୁ । ଏହାର ସମ୍ମୁଖ ଅଂଶ ଶ୍ଵେତ ବା ଧଳା ଦେଖାଯାଏ । ଏହାକୁ କନଜକ୍ଟିଭ କୁହାଯାଏ । ଏହାର ମଧ୍ୟ ଭାଗରେ ଗୋଲାକାର  ସ୍ଵଚ୍ଛ ଅଂଶ ରହିଥାଏ ଯାହାକୁ କର୍ଣ୍ଣିଆ କୁହାଯାଏ । ଏହାର ପାଛୁପାଖକୁ ଆଇରିସ ଡାଇଫ୍ରାମ ରହିଥାଏ । ଏହା ମଧ୍ୟ ଭାଗରେ ଏକ ଗୋଲାକାର ପଥ ସୃଷ୍ଟି କରିଥାଏ । ଏହାକୁ ଆଖି ପୁଅ ବା ପ୍ୟୁପିଲ କୁହାଯାଏ । ଏହାର ଆକାର ଦ୍ଵାରା ଆଖି ମଧ୍ୟକୁ ପ୍ରବେଶ କରୁଥିବା ଆଲୋକ ପରିମାଣ ନିମନ୍ତ୍ରିତ ହୋଇଥାଏ । ଏହି ସମସ୍ତ ଅଂଶ ମଧ୍ୟରୁ ପତା ଦ୍ଵାରା ସୁରକ୍ଷିତ   ହୋଇଥାଏ । ଏହି ଅଂଶ ଆଦ୍ର ଏବଂ ପରିଷ୍କାର ରଖିଥାଏ । ଆଖି ପତା ମଝିରେ ମଝିରେ ବନ୍ଦ ହୋଇ ଲୁହ ଦ୍ଵାରା ତାହାକୁ ଧୋଇ ଦେଇଥାଏ ।
    • କାନ ଏହା ଖପୁରୀର ଉଭୟ କଡରେ  ଥିବା ପଥରେ ରହିଥାଏ । କାନ ତିନୋଟି ଭାଗରେ ବିଭକ୍ତ ହୋଇଥାଏ ।
    • ବାହ୍ୟକର୍ଣ୍ଣ, ଶରୀରର ବାହ୍ୟ ଭାଗରେ  ରହି ଶବ୍ଦ କମ୍ପନ ସଂଗ୍ରହ କରି ଟିମ୍ପାନିକ ମେମ୍ବ୍ରେନ ନିକଟରେ ପହଞ୍ଚାଇଥାଏ । ଏହା ପରେ
    • ମଧ୍ୟ କର୍ଣ୍ଣ ଦ୍ଵାରା ଟିମ୍ପାନିକ ମେମ୍ବ୍ରେନ ଶବ୍ଦ କମ୍ପନ ତିନୋଟି ସୂକ୍ଷ୍ମ ହାଡ ଦ୍ଵାରା ବିର୍ଦ୍ଧେତ ହୋଇ ଅନ୍ତଃକର୍ଣ୍ଣକୁ ଯାଇଥାଏ
    • ଅନ୍ତଃକର୍ଣ୍ଣ ଦ୍ଵାରା ଉକ୍ତ ଶବ୍ଦ କମ୍ପନ ସ୍ନାୟବିକ ସଙ୍କେତରେ ପରିଣତ  ହୋଇ ମସ୍ତିଷ୍କକୁ ଯାଇଥାଏ ଏବଂ ସେଠାରେ ତାହା ନିର୍ଣ୍ଣୟ ହୋଇ ଶବ୍ଦର ଅନୁଭବ ପ୍ରଦାନ କରିଥାଏ ।
  • ଜିଭ ମୁଖ ମଧ୍ୟରେ ଥିବା ଏହା ଏକ ମାଂସକ ଅଙ୍ଗ ହୋଇଥାଏ । ଏହା ସ୍ଵାଦ ବାରିବା ଚୋବାଇବା, ଗିଳିବା ଏବଂ କଥା କାଇବା ସାହାଯ୍ୟ କରିଥାଏ । ବ୍ୟକ୍ତି ଅଚେତ ଥିବା ସମୟରେ ଏହା ସ୍ଵାଭାବିକ ଟୋନ୍ ହ୍ରାସ ହୋଇ ଯାଇଥାଏ ଏବଂ ବ୍ୟକ୍ତି ଚିତ୍ ହୋଇ ଶୋଇ ରହିଲେ ତାହା ପଛପାଖକୁ ଖସି ପଡି ଶ୍ଵାସ ପଥକୁ ବନ୍ଦ କରିଦେଇଥାଏ ।
  • ଶରୀରର କାର୍ଯ୍ୟ ବା ଶରୀରତତ୍ତ୍ଵ

    ରକ୍ତ ଦ୍ଵାରା ସଂଗ୍ରହ ହୋଇଥିବା ଅନ୍ତନାଳୀରୁ ଖାଦ୍ୟାର ସାରାଂଶ ଏବଂ ଫୁସ୍ ଫୁସ୍ ର ବାହ୍ୟ ବାୟୁର ଅମ୍ଳଜାନ ରକ୍ତ ଦ୍ଵାରା ପରିବାହିତ ହୋଇ ଶରୀରର ସମସ୍ତ ଜୀବକୋଷମାନଙ୍କୁ ଯୋଗାଇ ଦିଆଯାଇଥାଏ । ଜୀବକୋଷ ମଧ୍ୟରେ ତାହା ଜୈବ ରାସାୟନିକ ପ୍ରକ୍ରିୟାରେ ଜାଳେଣି ରୂପେ ବ୍ୟବହୁତ ହୋଇ ଶରୀରକୁ ଶକ୍ତି ଏବଂ ଉତାପ ପ୍ରଦାନ କରିଥାଏ ଏବଂ ସେଥିରୁ ଅନାବଶ୍ୟକ ଅଙ୍ଗାରକାମ୍ଳ ଉପାନ୍ନ ହୋଇଥାଏ । ଖାଦ୍ୟରୁ ସାରାଂଶ ସଂଗ୍ରହ କରିବା ନିମିତ୍ତ ପାଚନ ପ୍ରାଣାଳୀ ଜଟିଳ ପ୍ରକୃତିର ଖାଦ୍ୟକୁ ପାଟିର ପାକସ୍ଥାଳୀର ଏବଂ ଅନନ୍ତନାଲିର ବିଭିନ୍ନ ପାଚନ ରସ ଦ୍ଵାରା ଖାଦ୍ୟକୁ ସରଲା ପ୍ରକୃତିରେ ପରିଣତ କରିଥାଏ ଏବଂ ଅନ୍ତନାଳୀରୁ ରକ୍ତ ତାହା ଶୋଷି ନେଇଥାଏ । ଶ୍ଵାସକ୍ରିୟା ଦ୍ଵାରା ବାହ୍ୟ ବାୟୁରୁ ଅମ୍ଳଜାନ ସଂଗ୍ରହ ହୋଇଥାଏ ଏବଂ ତନ୍ମଧ୍ୟରୁ ଅଙ୍ଗାରକାମ୍ଳ ଛାଡ଼ି ଦେଇଥାଏ । ଜୈବ ରାସାଯନିକ ପ୍ରକ୍ରିୟା ଦ୍ଵାରା ଶରୀରରେ ସୃଷ୍ଟି ହେଉଥିବା ବାଦ୍ୟ ବସ୍ତୁଗୁଡିକ ଫୁସ୍ ଫୁସ୍, ବୃକକ, ଚର୍ମ ଏବଂ ମଳ ଦ୍ଵାରା ଶରୀର ମଧ୍ୟରୁ ବାହାରିଯାଇଥାଏ । ସ୍ନାୟୁ ଦ୍ଵାରା ଶରୀରର ବିଭିନ୍ନ ସ୍ଥାନର ସମ୍ଭାଦନ ସଙ୍କେତ ଗୃହିତ ହୋଇ ମସ୍ତିଷ୍କକୁ ଯାଇଥାଏ ଏବଂ ମସ୍ତିଷ୍କରୁ କାର୍ଯ୍ୟ ନିର୍ଦ୍ଦେଶ ଉଦ୍ଦିଷ୍ଟ ମାଂସପେଶୀ ବା ଅଙ୍ଗ ନିକଟକୁ ଆସିଥାଏ । ଏହା ଦ୍ଵାରା ଶରୀରର ସମସ୍ତ କାର୍ଯ୍ୟ ମଧ୍ୟରେ ସମନ୍ଵୟ ରକ୍ଷା ହୋଇପାରେ ।

    ଜୀବ କୋଷ

    ଜୀବକୋଷ ଦ୍ଵାରା ଶରୀର ଗଠିତ ହୋଇଥାଏ ଏବଂ ତନ୍ମଧ୍ୟରେ ଶାରୀରିକ ପ୍ରକ୍ରିୟା କାର୍ଯ୍ୟ କରିଥାଏ  । ତେଣୁ ଜୀବକୋଷ ଶରୀର ଗଠନ ଏବଂ କାର୍ଯ୍ୟର ଏକକ ହୋଇଥାଏ । ମନୁଷ୍ୟର ଜୀବନ କାଳ ମଧ୍ୟରେ ଜୀବକୋଷମାନ କ୍ଷୟ ପ୍ରାପ୍ତ ହୋଇଥାଏ ଏବଂ ନୂତନ ଜୀବକୋଷ ସୃଷ୍ଟି ହୋଇ ସେହି ସ୍ଥାନ ପୂରଣ କରିଥାଏ ।

    ଶ୍ଵାସକ୍ରିୟା

    ଶ୍ଵାସକ୍ରିୟା ଦ୍ଵାରା ଶରୀରର ବାଷ୍ପ ବିନିମୟ କାର୍ଯ୍ୟ ହୋଇଥାଏ । ଶ୍ଵାସକ୍ରିୟା ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟ  କରିଥାଏ । ପ୍ରଶ୍ଵାସ ସମୟରେ ବକ୍ଷସ୍ଥଳର ପଞ୍ଜରାଅସ୍ଥି ସମ୍ମୁଖ ଭାଗକୁ ଫୁଲି ଉଠେ ଏବଂ ମଧ୍ୟଛଦା ନିମ୍ନଗାମି ହୋଇ ବକ୍ଷସ୍ଥଳୀ ସମ୍ପ୍ରସାରିତ କରେ । ଫଳରେ ଏହା ମଧ୍ୟସ୍ଥ ଚାପ ହ୍ରାସ ହୋଇଯାଏ ଏବଂ ଶ୍ଵାସପଥ ଦେଇ ବାହ୍ୟବାୟୁ ଫୁସ୍ ଫୁସ୍ ମଧ୍ୟକୁ ପ୍ରବେଶ କରି ବାୟୁକୋଠରୀ ଗୁଡିକୁ ଫଲାଇ ଦିଏ । ବାୟୁକୋଠରୀ ସଂଯୁକ୍ତ ରକ୍ତନଳୀ କାନ୍ଥ ଦେଇ ଲାଲ ରକ୍ତ କୋଷ ବାୟୁ କୋଠରୀ ବାୟୁର ଅମ୍ଭଜାନ ସଂଗ୍ରହ କରେ ଏବଂ ଶରୀରର ବିଭିନ୍ନ ଅଂଶରୁ ଧରି ଆସିଥିବା ଅଙ୍ଗାରକାମ୍ଳକୁ ତାହା ମଧ୍ୟକୁ ଛାଡ଼ି ଦେଇଥାଏ । ତତ୍ ପରେ ନିଃଶ୍ଵାସ ସମୟରେ ପଞ୍ଜରାଅସ୍ଥି ଏବଂ ମଧ୍ୟାଛନ୍ଦାପୂର୍ବ ସ୍ଥାନକୁ ଫେରିଆସି ବକ୍ଷସ୍ଥଳର ଚାପବୃଦ୍ଧି କରେ ଏବଂ ଫୁସ୍ ଫୁସ୍ ମଧ୍ୟରୁ ବାୟୁ ଶ୍ଵାସ ପଥ ଦେଇ ବାହାରକୁ ବାହାରିଯାଏ । ଏହି କ୍ରମରେ ଶ୍ଵାସକ୍ରିୟା, ସୁସ୍ଥ ବୟସ୍କଙ୍କର ମିନିଟ୍ କୁ ୧୬ ରୁ ୧୮ ଥର ଏବଂ ସୁସ୍ଥ ଶିଶୁଙ୍କର ୨୦ ରୁ ୩୦ ଥର ହୋଇଥାଏ ।

    ରକ୍ତ ସଂଚାଳନ

    ରକ୍ତ ସଂଚାଳନ ଦ୍ଵାରା ଶରୀରରେ ବିଭିନ୍ନ ବସ୍ତୁ ଏକ ସ୍ଥାନକୁ ପରିବାହିତ ହୋଇଥାଏ । ଏଥିପାଇଁ ହୃତପିଣ୍ଡ ପମ୍ପର କାର୍ଯ୍ୟ କରିଥାଏ । ଏହା ହୃତପିଣ୍ଡ ବକ୍ଷସ୍ଥଲର ମଧ୍ୟ ଭାଗରେ ସାମାନ୍ୟ ବାମକୁ ହୋଇ ରହିଥାଏ ଏହା ଏହ ମାଂସାଳ ପୋଲା ଅଙ୍ଗ ଅଟେ । ଏହାର ଭିତର ଅଂଶ ଚାରୋଟି କୋଠରୀରେ ବିଭକ୍ତ ହୋଇଥାଏ । ଉପରେ କୋଠରୀ ଦ୍ଵୟକୁ ଅଳିନ୍ଦ ଏବଂ ନିମ୍ନ କୋଠରୀ ଦ୍ଵୟକୁ ନିଳୟ ଏବଂ ନିଳୟକୁ ତାହାର ପାର୍ଶ୍ଵ ଅନୁଯାୟୀ ବାମ ବା ଦକ୍ଷିଣ ଭାବେ ସୁଚିତା କରାଯାଏ । ଶରୀରର ବିଭିନ୍ନ ସ୍ଥାନରୁ ଅଙ୍ଗାରକାମ୍ଳ ଧରି ଆସିଥିବା ରକ୍ତ ଦକ୍ଷିଣ ଅଳିନ୍ଦ ମଧ୍ୟରେ ପ୍ରବେଶ  କରେ । ଦକ୍ଷିଣ ଅଳିନ୍ଦର ସଙ୍କୋଚନ ଦ୍ଵାରା ରକ୍ତ ଦକ୍ଷିଣ ନିଳୟ ମଧ୍ୟରେ ପ୍ରବେଶ କରେ । ଦକ୍ଷିଣ ନିଳୟର ସଙ୍କୋଚନ ଦ୍ଵାରା ରକ୍ତ ଫୁସ୍ ଫୁସ୍ ଧମନୀ ମଧ୍ୟ ଦେଇ ଫୁସ୍ ଫୁସ୍ ଯାଇଥାଏ । ସେଠାରେ ଶ୍ଵାସକ୍ରିୟା ଦ୍ଵାରା ଗୃହିତ ବାହ୍ୟ ବାୟୁରୁ ଶକ୍ତ ଆମ୍ଭଜାନ ସଂଗ୍ରହ କରି ହୃତପିଣ୍ଡର ବାମ ଅଳିନ୍ଦ ମଧ୍ୟକୁ ଆସିଥାଏ । ବାମ ଅଳନ୍ଦିର ସଙ୍କୋଚନ ଦ୍ଵାରା ରକ୍ତ ବାମ ନିୟଲ ମଧ୍ୟରେ ପ୍ରବେଶ କରେ । ବାମ ନିଳୟର ସଙ୍କୋଚନ ଦ୍ଵାରା ରକ୍ତ ମହାଧମନୀ ଦେଇ ଶରୀରର ବିଭିନ୍ନ ଅଂଶକୁ ସଞ୍ଚାରିତ ହୋଇଥାଏ ।

    ହୃତପିଣ୍ଡ କୋଠରୀମାନଙ୍କ ମଧ୍ୟରେ ଥିବା ପଥମାନଙ୍କରେ ଏକ ଦିନରେ ଗତି କରିବା ନିମିତ୍ତ ଭାଲ୍ ଭାମାନ ରହିଥାଏ । ତେଣୁ ରକ୍ତ ହୃତପିଣ୍ଡ ମଧ୍ୟରେ ପଛକୁ ଫେରିନପାରି କେବଳ ଆଗକୁ ପରିଚାଳିତ ହୋଇଥାଏ ।

    ହୃତପିଣ୍ଡ ରକ୍ତ ନେଉଥିବାରକ୍ତ ନଳୀକୁ ଧମନୀ ଏବଂ ହୃତପିଣ୍ଡକୁ ରକ୍ତ ଆଣୁଥିବା ରକ୍ତ ନଳୀକୁ ସିରା କୁହାଯାଇଥାଏ ।

    ହୁତପିଣ୍ଡର ବାମ ନିଳୟ ସଙ୍କୋଚନ ଦ୍ଵାରା ରକ୍ତ ଧମନୀରେ ପ୍ରବେଶ କରି ତାହା ମଧ୍ୟରେ ଚାପକୁ ବଢାଇ ଦିଏ ଏବଂ ହୁତପିଣ୍ଡ ସମ୍ପ୍ରସାରଣ ଦ୍ଵାରା ଧମନୀର ଚାପ ପୂର୍ବ ଅବସ୍ଥାକୁ ଫେରିଆସେ । ହୁତପିଣ୍ଡ ପମ୍ପ ଶକ୍ତି ଦ୍ଵାରା ଧମନୀରେ ସୃଷ୍ଟି ହେଉଥିବା ଚାପକୁ ରକ୍ତଚାପ କୁହାଯାଏ ଏବଂ ତାହାକୁ ସ୍ପିଣମୋ ମାନୋମିଟର ଯନ୍ତ୍ର ସାହାଯ୍ୟରେ ମପାଯାଇଥାଏ ।

    ନାଡୀ

    ହୃତପିଣ୍ଡ ସଙ୍କୋଚନ ଏବଂ ପ୍ରାସାରଣ ତାଳରେ ଧମନୀରେ ସୃଷ୍ଟି ହେଉଥିବା ଉତ୍ ଥାଏ ଏବଂ ପତନକୁ ଶରୀରର କେତେକ ସ୍ଥାନରେ ସାହଜରେ ସ୍ପର୍ଶ ଦ୍ଵାରା ଅନୁଭବ   କରିହୁଏ । ଏହାକୁ ନାଡୀ କୁହାଯାଏ – ଗଳାରେ କ୍ୟାରୋଟିଡ୍ ନାଡୀ, ବାହୁରେ ବ୍ରକିଆଲ ନାଡୀ, କଚଟିରେ ରେଡିଆଲ ନାଡୀ ଏବଂ ଜଙ୍ଘରେ ଫେମୋରାଲ ନାଡୀ ଇତ୍ୟାଦି । ସାଧାରଣତଃ, ବୟସ୍କ ବ୍ୟକ୍ତିଙ୍କର ନାଡୀ ଗଳାରେ ଥିବା କ୍ୟାରୋଟିଡ୍ ଧମନୀ ଏବଂ ଶିଶୁଙ୍କର ବାହୁରେ ଥିବା ବ୍ରାକିଆଲ ଧମନୀ ଉପରୁ ସରଳରେ ଅନୁଭବ କରାଯାଇପାରେ ।

    ନାଡୀ ଦ୍ଵାରା ହୃତପିଣ୍ଡ କାର୍ଯ୍ୟ ବା ରକ୍ତ ସଞ୍ଚାଳନର ଅବସ୍ଥା ନିର୍ଣ୍ଣୟ କରାଯାଇଥାଏ ।

    ଆଧାର

    Odisha state centre Bhubaneswar -

    Last Modified : 7/5/2019



    © C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
    English to Hindi Transliterate