ମାଂସପେଶୀ ମୋଡି ହୋଇଯିବା କିମ୍ବା ଛିଣ୍ଡିଯିବା କୌଣସି ଅଧିକ ଓଜନ ଥିବା ବସ୍ତୁକୁ ଅସାବଧାନତାରେ ଉଠାଇବା ଦ୍ଵାରା ସେଥିପାଇଁ କାର୍ଯ୍ୟକରୁଥିବା ମାଂସପେଶୀ କ୍ଷତିଗ୍ରସ୍ଥ ହୋଇଯାଏ ଓ ମାଂସପେଶୀର ସଂଯୋଜକ ତନ୍ତୁଗୁଡିକ ମଧ୍ୟ ଟାଣିହୋଇ ଆଘାତପ୍ରାପ୍ତ ହୋଇଥାଏ । ଚିହ୍ନ ଓ ଲକ୍ଷଣ ହଠାତ୍ ମାଂସପେଶୀର ତୀବ୍ର ଯନ୍ତ୍ରଣା ଅନୁଭୂତ ହୁଏ । ଆହତ ସ୍ଥାନର ମାଂସପେଶୀ ଫୁଲିଯାଏ ଓ ଟାଣିହୋଇ ରୁହେ । ଆଘାତପ୍ରାପ୍ତ ଅଂଶକୁ ହଲାଇ ହୁଏ ନାହିଁ ଓ ସାମାନ୍ୟ ଚଳପ୍ରଚଳରେ ମଧ୍ୟ ଅଧିକ ଯନ୍ତ୍ରଣା ହୋଇଥାଏ । ଉପଚାର ଆହତ ଅଂଶକୁ ହଲ୍ ଚଲ୍ ନ କରି ସ୍ଥିର କରି ରଖ । ଯେଉଁ ଅବସ୍ଥାରେ ଅଧିକ କଷ୍ଟ ହୁଏ ନାହିଁ ଏବଂ ଆହତ ବ୍ୟକ୍ତିକୁ ଆରାମ ଲାଗେ ସେହିଭଳି ଅବସ୍ଥାରେ ଉକ୍ତ ଅଂଶକୁ ରଖ । ଏଠାରେ ଥଣ୍ଡା ଚିକିତ୍ସା କରିବା ଦରକାର ଯାହାକୁ RICE ନିୟମ ଅନୁସାରେ କରିବା ଆବଶ୍ୟକ । RICE R – Rest (ବିଶ୍ରାମ) – ଆଘାତ ଅଂଶକୁ ସୁସ୍ଥ ହେବା ପାଇଁ ବିଶ୍ରାମ ଦିଅ । I – ICE (ଥଣ୍ଡାସେକ) – ବରଫ କିମ୍ବା ଥଣ୍ଡା ପାଣି ଦ୍ଵାରା ଆହତ ଅଂଶକୁ ୩୦ ମିନିଟ୍ ପର୍ଯ୍ୟନ୍ତ ସେକ ଦିଅ । C- Compress (ଗୁଡାଇ ରଖିବା) – ଥଣ୍ଡାପାଣି କିମ୍ବା ବରଫରେ ଭିଜା କନା କିମ୍ବା ବ୍ୟାଣ୍ଡେଜ୍ ସାହାଯ୍ୟରେ ଆହତ ଅଙ୍ଗକୁ ଚାପି ବାନ୍ଧି ଦିଅ । ଏହା ଦ୍ଵାରା ଉକ୍ତ ଅଂଶର ଫୁଲା କମି ଯାଇଥାଏ । E- Elevate (ଉଠାଇ ରଖିବା) – ଆହତ ସ୍ଥାନର ମାଂସପେଶୀକୁ ଢିଲା ରଖିବା ପାଇଁ ଉକ୍ତ ଅଂଶକୁ ଉଠାଇ ରଖ । ଏହାଦ୍ଵାରା ଯନ୍ତ୍ରଣା ଉପଶମ ନହେଲେ ହାଡ ଭଙ୍ଗାର ଉପଚାଏର ପ୍ରଦାନ କରି ଆହତ ବ୍ୟକ୍ତିକୁ ଡାକ୍ତରଖାନା ପଠାଇଦିଅ । ଝଞ୍ଜା (Joints) ଦୁଇ ବା ଅଧିକ ହାଡରା ମିଳନ ସ୍ଥାନକୁ ଖଞ୍ଜା ବା ଗଣ୍ଠି କୁହାଯାଏ । ଏହା ମୁଖତଃ ଦୁଇ ପ୍ରକାରର ହୋଇଥାଏ । ଅଚଳ ଖଞ୍ଜା ସଚଳ ଖଞ୍ଜା ଅଚଳ ଖଞ୍ଜା ସାଧାରଣତଃ ଖପୁରୀରେ ଏହି ପ୍ରକାର ଖଞ୍ଜା ରହିଥାଏ । ସଚଳ ଖଞ୍ଜା ଏହି ଖଞ୍ଜାରେ ଚାଳନ ସମ୍ଭବ ହୋଇଥାଏ । ଗର୍ତ୍ତ ବର୍ତ୍ତୁଳ ଖଞ୍ଜା କବଜା ଖଞ୍ଜା ସାମାନ୍ୟ ସଚଳ ଖଞ୍ଜା ମକଚିଯିବା ହଠାତ୍ ଖଞ୍ଜା ମୋଡି ହୋଇଗଲେ, ଖଞ୍ଜା ଚାରିପାଖେ ଥିବା ଅସ୍ଥି ସଂଯୋଜକ ତନ୍ତୁ ଓ ଝୁଲ୍ଲିରେ (Ligament) ଆଘାତ ଲାଗିଥାଏ ଓ ଝିଲି ଛିଣ୍ଡିଯାଏ ଓ ଟାଣି ହୋଇ ରୁହେ । ଏହି ଅବସ୍ଥାକୁ ମକଚି ଯିବା କୁହାଯାଏ । ଚିହ୍ନ ଓ ଲକ୍ଷଣ ଖଞ୍ଜାରୁ ଛିଣ୍ଡି ଯାଇଥିବା ତନ୍ତୁର ଅବସ୍ଥା ଦ୍ଵାରା ସେହି ଖଞ୍ଜାରେ ଯନ୍ତ୍ରଣା ହୁଏ । ଆଘାତ ପ୍ରାପ୍ତ ଅଂଶ ଚଳପ୍ରଚଳ କରିପାରେ ନାହିଁ । ତାହା ଫୁଲିଯିବା ସହିତ ଉକ୍ତ ସ୍ଥାନରେ ମାଡ ବାଜିବା ଭଳି କ୍ଷତ ଦେଖାଯାଏ। ଚିକିତ୍ସା ଓ ଉପଚାର ମାଂସପେଶୀ ଆଘାତରେ RICE ପ୍ରଣାଳୀରେ ଉପଚାର ଭଳି ଏହିଠାରେ ମଧ୍ୟ ସେହି ପ୍ରଣାଳୀ ବ୍ୟବହାର କର । ଆହତ ବ୍ୟକ୍ତିଙ୍କୁ ଆରାମ ଲାଗିଲା ପରି ଅବସ୍ଥାରେ ଉକ୍ତ ଅଙ୍ଗକୁ ରଖ । ଯନ୍ତ୍ରଣାର ଉପଶମ ନହେଲେ ହାଡଭଙ୍ଗାର ଉପଚାର କରି ଯଥାଶୀଘ୍ର ଡାକ୍ତରଖାନାକୁ ସ୍ଥାନାନ୍ତରିତ କର । ମାଂସପେଶୀ ଟାଣିହେଇ ରହିଲେ (Cramp) ମାଂସପେଶୀ ହଠାତ୍ ତାନିହୋଇ ରହିଯାଏ ଓ ମାଂସପେଶୀ ଶାକ୍ତ ହୋଇଯାଏ । ଏରହ ସାଧାରଣତଃ ଅଧିକ ଝାଳ ବୋହିବା ଦ୍ଵାରା ଦାୟିରିଆ କିମ୍ବା ଝାଡାବାନ୍ତି ଦ୍ଵାରା ଶରୀରର ଅଧିକ ପରିମାଣର ଜଳୀୟ ଓ ଲବଣ କମିଯାଏ ଏହି ଅବସ୍ଥା ସୃଷ୍ଟି ହୋଇଥାଏ । ଖେଳକୁଦ କରିବା ସମୟରେ, ସନ୍ତରଣ କରିବା ସମୟରେ ଓ ଶୋଇବା ସମୟରେ ମାଂସପେଶୀ ହଠାତ୍ ଟାଣିହୋଇ ଶାକ୍ତ ଅବସ୍ଥାରେ ରହିଯାଏ । ଚିହ୍ନ ଓ ଲକ୍ଷଣ ଆଘାତ ଅଂଶରେ ଅଧିକ ଯନ୍ତ୍ରଣା ଅନୁଭୂତ ହୁଏ । ମାଂସପେଶୀ ଶକ୍ତ ହୋଇଯାଏ ଓ ମାଂସପେଶୀ ସଂକୁଚିତ ହୋଇ ରହିଥାଏ । ଉପଚାର ଆଘାତପ୍ରାପ୍ତ ଅଂଶକୁ ସହାୟତା ଦେଇ ସିଧାକରି ରଖ । ସାବଧାନତାର ସହ ଧୀରେ ଧୀରେ ମାଂସପେଶୀକୁ ମାଲିସ୍ କରି ଢିଲାକରି ଦେବାକୁ ଚେଷ୍ଟା କର । ଏହାଦ୍ଵାରା ମାଂସପେଶୀ ଢିଲା ହୋଇଯାଏ କଷ୍ଟ କ୍ରମଶଃ ଲାଘବ ହୋଇଥାଏ । ଅସ୍ଥିର ସ୍ଥାନଚ୍ୟୁତ ଖଞ୍ଜାରେ ସଂଯୁକ୍ତ ହୋଇଥିବା ଅସ୍ଥି ତାହାର ସ୍ଥାନରୁ ବାହାରିଗଲେ ତାହାକୁ ଖଞ୍ଜା ଖସିବା ବା ଖଞ୍ଜାର ଅସ୍ଥି ସ୍ଥାନଚ୍ୟୁତ କୁହାଯାଏ । କୌଣସି ଶାକ୍ତ ଆଘାତ ବା ଚାପ ଦ୍ଵାରା ଖଞ୍ଜାର ଅସ୍ଥି ତାହାର ସ୍ଥାନରୁ ଆଂଶିକ ବା ସଂପୂର୍ଣ୍ଣ ବାହାରି ଯାଇଥାଏ । ଖଞ୍ଜାରେ କଷ୍ଟ ଅନୁଭୂତ ହୁଏ । ବିଶେଷ କରି କାନ୍ଧି, କହୁଣି, ତଳମାଢିଓ ଆଙ୍ଗୁଠି ଖଞ୍ଜାମାନଙ୍କରେ ଏହିଭଳି ଅବସ୍ଥା ଦେଖାଯାଇଥାଏ । ଚିହ୍ନ ଓ ଲକ୍ଷଣ ଖଞ୍ଜାରେ ଅତ୍ୟଧିକ ଯନ୍ତ୍ରଣା ଅନୁଭବ ହୋଇ ଚଳପ୍ରଚଳ କରିବା ସମ୍ଭବ ହୁଏ ନାହିଁ । ଖଞ୍ଜା ଫୁଲିଯାଏ ଓ ଖଞ୍ଜା ଚାରିପାଖରେ ମାଡ ବାଜିଲା ଭଳି ରଙ୍ଗ ପରିବର୍ତ୍ତନ ହୋଇଯାଏ । ଖଞ୍ଜା ଅସ୍ଥିର ଅଶ୍ଵାଭବିକ ଅବସ୍ଥାନ ଦ୍ଵାରା ତାହା ବିପରୀତ ପାଖ ଅସ୍ଥିଠାରୁ ସାନ କିମ୍ବା ବଡ ଥିବାଭଳି ଦେଖାଯାଇଥାଏ ଏବଂ ବଙ୍କା ବା ବିକୃତ ହୋଇ ରହି ଖଞ୍ଜାର ନିକଟରେ ଥିବା ମାଂସପେଶୀକୁ ମୋଡିରଖି ଯନ୍ତ୍ରଣା ପ୍ରଦାନ କରେ । ଉପଚାର ଆହତ ବ୍ୟକ୍ତିର ଆଘାତପ୍ରାପ୍ତ ଅଙ୍ଗକୁ ଚଳପ୍ରଚଳ ନ କରିବା ପାଇଁ କୁହ ଓ ଯେଉଁ ଅବସ୍ଥାରେ ଆରାମ ଲାଗିବା ଓ କଷ୍ଟ ନ ହେବ ସେହି ଅବସ୍ଥାରେ ରଖ । ହାଡ ଭାଙ୍ଗିବାର ଉପଚାର ଭଳି ଆଘାତପ୍ରାପ୍ତ ଅଙ୍ଗକୁ ସ୍ଥିର ଓ ଅଚଳ ରାଖୀ ଡାକ୍ତରଖାନାରେ ପହଞ୍ଚାଇ ଦିଅ । ଅଗ୍ରବାହୁ ଖସିଥିଲେ କାଖତଳେ ପ୍ୟାଡ ଦେଇ ବାହୁକୁ ଦେହ ସହିତ ବ୍ୟାଣ୍ଡେଜ୍ ବାନ୍ଧ । ତଳପାଟି ହାଡଖସିଗଲେ ଯଦି ନକଲି ଦାନ୍ତ ଲାଗିଥାଏ, ତାକୁ ବାହାର କରିଦିଅ ଓ ମୁଣ୍ଡ ସହିତ ତଳପାଟିକୁ ବ୍ୟାଣ୍ଡେଜ୍ ବାନ୍ଧି ଟେକି ରଖ ଏବଂ ଡାକ୍ତରଖାନାକୁ ପଠାଅ । ଖଞ୍ଜା ଖସିଥିଲେ ତାକୁ ନିଜେ ଠିକ୍ କରିବା ବା ଖଞ୍ଜାର ହାଡକୁ ଖଞ୍ଜା ମଧ୍ୟକୁ ଆଣିବାକୁ ଚେଷ୍ଟା କର ନାହିଁ । ଆଧାର Orissa state centre Bhubaneswar