ମ୍ୟାଲେରିଆ ଏକପ୍ରକାର ରୋଗ ଯାହା ସାଧାରଣତଃ ମଶା ଦ୍ଵାରା ହୋଇଥାଏ । ମ୍ୟାଲେରିଆ ଏକ ଜଟିଳ ରୋଗ । ଛୋଟ ପିଲା ଏବଂ ଗର୍ଭାବତୀ ମହିଳମାନଙ୍କ ଦେହରେ ଏହାର ପ୍ରାଦୁର୍ଭାବ ଅଧିକ ।
ମ୍ୟାଲେରିଆ ପ୍ରବଣ ସ୍ଥାନମାନଙ୍କରେ ବାସ କରୁଥିବା ଲୋକମାନଙ୍କ ଜ୍ଵର ହେଲେ ତାକୁ ମ୍ୟାଲେରିଆ ବୋଲି ଅନୁମାନ କରିବାକୁ ହେବ । ମ୍ୟାଲେରିଆ ରୋଗୀ ଉପୟୁକ୍ତ ଚିକିତ୍ସା ନପାଇଲେ ନିମ୍ନଲିଖିତା କାରଣରୁ ମୃତ୍ୟୁ ମୁଖରେ ପଡିଥାଏ ।
ଯଦି କୌଣସି ଗର୍ଭାବତୀ ମହିଳା ମ୍ୟାଲେରିଆ ପ୍ରବଣ ସ୍ଥାନରେ ବାସ କରୁଥାନ୍ତି ଏବଂ ଯଦି ସେ ଜ୍ଵରରେ ପୀଡିତ ହୋଇଥାନ୍ତି ତାଙ୍କୁ ମ୍ୟାଲେରିଆ ହୋଇଛି ବୋଲି ଅନୁମାନ କରାଯାଇପାରେ ।
ରକ୍ତହୀନତା ଯୋଗୁଁ ଗର୍ଭ ନଷ୍ଟ ହୋଇଯାଇପାରେ କିମ୍ବା ପିଲା ଜନ୍ମ ହେଲେ ଡ଼ୃବଳ ଓ ରୋଗଗ୍ରସ୍ତ ହେବାର ସମ୍ଭାବନା ଥାଏ ।
ଯଦି ଆପଣ ମ୍ୟାଲେରିଆ ପ୍ରବଣ ସ୍ଥାନରେ ବାସ କରୁଥାନ୍ତି ଏବଂ ଆପାଣାଙ୍କ ପିଲାଙ୍କୁ ଜ୍ଵର ହୁଏ ତେବେ ନିମ୍ନଲିଖିତ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ ।
ଜ୍ଵରର ପ୍ରାଥମିକ ଚିକିତ୍ସା – ଯଦି ସେ ଅତ୍ୟଧିକ ଜ୍ଵରରେ ପୀଡିତ ହୋଇଥାନ୍ତି ତେବେ ତାଙ୍କ ଦେହରେ ଥିବା ବସ୍ତ୍ର କାଢି ଦିଅ ଏବଂ ଥଣ୍ଡା ପାଣିରେ ଦେହକୁ ଧୋଇ ଦିଅ ।
ଯଦି ଆପଣ ମ୍ୟାଲେରିଆ ପ୍ରବଣ ସ୍ଥାନମାନଙ୍କରେ ବାସ କରୁଥାନ୍ତି ଏବଂ ସେହି ସ୍ଥାନମାନଙ୍କରେ ମ୍ୟାଲେରିଆ ଜ୍ଵରରେ ଆକ୍ରାନ୍ତ ହେଲେ –
ବସ୍ତୁରେ ଥିବା ଖାଲୁଆ ଜାଗାମାନଙ୍କରେ ମାଟି ପକାଇ ପୋତି ପକାନ୍ତୁ, ପାଣି ଜମିବା ପାଇଁ ଦିଅନ୍ତୁ ନାହିଁ । ପାଖରେ ଥିବା ନାଳ, ନର୍ଦ୍ଦମା ଏବଂ ମଇଳା ଜମାଠିବା ସ୍ଥାନମାନଙ୍କୁ ପରିଷ୍କାର ପରିଚ୍ଛାନ୍ମ ରଖନ୍ତୁ ଏବଂ ସ୍ଥଳ ବିଶେଷରେ ମଶାମରା ତେଲେ ବ୍ୟବହାର କରନ୍ତୁ ମଇଳା ଆବର୍ଜନା ସ୍ଥାନମାନଙ୍କରେ ମଇଳା ଜମା କରି ନିଆଁରେ ପୋଡି ଦିଅନ୍ତୁ ।
ଆପଣ ଏବଂ ଆପଣଙ୍କର ବସ୍ତିଲୋକ ଚାହିଁଲେ ମ୍ୟାଲେରିଆ ପ୍ରତିରୋଧ କରିପାରିବେ ।
ଆଧାର
ST. JOHN AMBULANCE
Odisha state centre, Bhubaneswar
Last Modified : 1/26/2020