অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସମୂହ ଆହତ ବ୍ୟକ୍ତିଙ୍କର ଉପଚାର

ଉପକ୍ରମ

ବନ୍ୟା, ବାତ୍ୟା, ଘୂର୍ଣ୍ଣିବାତ୍ୟା, ଭୂମିକମ୍ପ ଭଳି ପ୍ରକୃତିକ ବିପର୍ଯ୍ୟୟ, ବସ୍ କିମ୍ବା ଟ୍ରେନ୍ ଦୁର୍ଘଟଣା, ଭୟାବହ ଅଗ୍ନିକାଣ୍ଡ, ଘର ଭୁଷୁଡି ପଡିବା, ବୋମା ବିସ୍ଫୋରଣ ହେବା ଇତ୍ୟାଦିକ୍ଷେତ୍ରରେ ଏକ ସଙ୍ଗରେ ଅନେକ ବ୍ୟକ୍ତି ଆହତ ହୋଇଥାନ୍ତି । ଏହି ସମୟରେ ସାଧାରଣତଃ ସହାୟକମାନଙ୍କଠାରୁ ଆହତମାନଙ୍କ ସଂଖ୍ୟା ଅଧିକ ହୋଇଥାଏ । ତେଣୁ ପରିସ୍ଥିତି ଏବଂ ସମ୍ଭଳ ଅନୁଯାୟୀ ଯଥା ସମ୍ଭବ ଅଧିକ ସଂଖ୍ୟା ଆହତଙ୍କର ଜୀବନ ରକ୍ଷା କରିବାକୁ ଚେଷ୍ଟା କରାଯାଏ । ଏଥିପାଇଁ ଏହି ସ୍ଵତନ୍ତ୍ର ବ୍ୟବସ୍ଥା ପ୍ରଚଳିତ ହୋଇଥାଏ । ଏଥିପାଇଁ ଏହି ସ୍ଵତନ୍ତ୍ର ବ୍ୟବସ୍ଥା ପ୍ରଚଳିତ ହୋଇଥାଏ । ଏହାକୁ ଇଂରେଜୀରେ ‘3T’ ବା ତିନୋଟି ‘ଟି’ କୁହାଯାଏ । ପ୍ରଥମ ‘T’ ଦ୍ଵାରା Triage ଟ୍ରାଏକ ବୁଝାଯାଏ । ଏହା ଫ୍ରାନ୍ସ ଭାଷାର ଏକ ଶବ୍ଦ । ଏହାର ଅର୍ଥ ପ୍ରକାର ଅନୁଯାୟୀ ଶ୍ରେଣୀବଦ୍ଧ ଭାବେ ପୃଥକ କରିବା । ତେଣୁ ଆହତଙ୍କ ଜୀବନ ରକ୍ଷା ଦୃଷ୍ଟିରୁ ଅଗ୍ରାଧିକାର ଭିତ୍ତିରେ ସହାୟତା ପ୍ରଦାନ ନିମିତ୍ତ ନିର୍ଦ୍ଧିଷ୍ଟ ବର୍ଣ୍ଣ ବ୍ୟବହାର ଦ୍ଵାରା ସେମାନଙ୍କୁ ପ୍ରଥମେ ଶ୍ରେଣୀବଦ୍ଧ କରାଯାଏ, ଦ୍ଵିତୀୟ ‘T’ ଦ୍ଵାରା Treatment / ଟ୍ରିଟ୍ ମେଣ୍ଟ ବୁଝାଯାଏ । ଏହା ଉପଯୁକ୍ତ ପ୍ରାଥମିକ ସହାୟତା ବା ଚିକିତ୍ସା କାର୍ଯ୍ୟ ହୋଇଥାଏ ଏବଂ ଆହତ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଥିବା ବର୍ଣ୍ଣ ସୂଚନା ଅନୁଯାୟୀ ତାହା ପାଳନ କରାଯାଏ । ତୃତୀୟ ‘T’ ଦ୍ଵାରା Transport’ ଟ୍ରାନ୍ସପୋଟ ବୁଝାଯାଏ । ଆହତ ବ୍ୟକ୍ତିଙ୍କୁ ଆବଶ୍ୟକୀୟ ବ୍ୟବସ୍ଥାରେ ପରିବହନ କରି ଉପୟୁକ୍ତ ସ୍ଥାନକୁ ନେବା କାର୍ଯ୍ୟ ହୋଇଥାଏ ।

ଅଗ୍ରାଧିକାର ଭିତ୍ତିରେ ବ୍ୟବହୃତ ବର୍ଣ୍ଣ ସୂଚନା

ଲାଲ ବର୍ଣ୍ଣ (Red)

ଆହତ ବ୍ୟକ୍ତିଙ୍କୁ ସହାୟତାର ଆବଶ୍ୟକତା ତତକ୍ଷଣାତ ଏବଂ ଅତ୍ୟନ୍ତ ଜରୁରୀ ହୋଇଥାଏ । ଏହି ଶ୍ରେଣୀରେ ନିମ୍ନ ଅବସ୍ଥାର ଆହତମାନେ ରହିଥାଆନ୍ତି । ଶ୍ଵାସପଥ ଅବରୁଦ୍ଧ ଏବଂ ଉକ୍ତ ସ୍ଥାନରେ ଶ୍ଵାସକ୍ରିୟା ସମ୍ବନ୍ଧୀୟ ସମସ୍ୟାର ସମାଧାନ ନିମିତ୍ତ ସୁବିଧା ହେଉନଥିଲେ

  • ହୃତପିଣ୍ଡ କାର୍ଯ୍ୟ ଚାଲୁ ନଥିଲେ ।
  • ରକ୍ତକ୍ଷୟର ପରିମାଣ ଅଧିକ ହୋଇଥିଲେ ( ଏକ ଲିଟରରୁ ଅଧିକ) ।
  • ଅଚେତ ଅବସ୍ଥାରେ ଥିଲେ ।
  • ବକ୍ଷରେ ଖୋଲାକ୍ଷତା  ରହିଥିଲେ ।
  • ଉଦରରେ ଖୋଲାକ୍ଷତା ରହିଥିଲେ ।
  • ମସ୍ତକରେ ଜୋର ଆଘାତ ଲାଗିଥିଲେ କିମ୍ବା ମସ୍ତିଷ୍କଦୋଳନ ଗୁରୁତର ହୋଇଥିଲେ ।

ହଳଦୀ ବର୍ଣ୍ଣ (Yellow)

ଆହତ ବ୍ୟକ୍ତି ଠାରେ କ୍ଷତ ହୋଇଥିଲେ ମଧ୍ୟ ଜୀବନ ବିପନ୍ନକାରୀ ହୋଇନଥାଏ ଏବଂ ସହାୟତା ପ୍ରଦାନ ନିମିତ୍ତ ଅପେକ୍ଷା କରାଯାଇପାରେ । ଏହି ଶ୍ରେଣୀରେ ନିମ୍ନ ଅବସ୍ଥାର ଆହତମାନେ ରହିଥାଆନ୍ତି ।

  • ସମସ୍ୟା ସୃଷ୍ଟି କରିନଥିବା ଦାହ ।
  • ମଧ୍ୟମ ପରିମାଣର ରକ୍ତ କ୍ଷମ ( ୫୦୦ ମି.ଲି. ରୁ ୧ ଲିଟର ମଧ୍ୟରେ) ।
  • ମେରୁଦଣ୍ଡ କିମ୍ବା ସ୍ପାଇନାଲ କର୍ଡ ପ୍ରଭାବିତ ହୋଇନଥିବା ପଛି ( ପିଠି) ପାଖର କ୍ଷତ ।
  • ଗୁରୁତର, ଖୋଲା ଏବଂ ଏକାଧିକ ଅସ୍ଥିଭଗ୍ନ ।
  • ଚକ୍ଷୁର କ୍ଷତ ।
  • ଆହତ ବ୍ୟକ୍ତି ଅଚେତ ଥିବା ଭଳି ଜଣାପଡୁଥିଲେ ମଧ୍ୟ ସହାୟକଙ୍କ ଆଦେଶ ପାଳନ କରିବାକୁ ସକ୍ଷମ ହେଉଥିଲେ ।

ସବୁଜ ବର୍ଣ୍ଣ (Green)

ଆହତ ବ୍ୟକ୍ତିଙ୍କର କ୍ଷତ ଗୁରୁତର ହୋଇନଥାଏ ଏବଂ ଏହି ଶ୍ରେଣୀରେ ନିମ୍ନ ଅବସ୍ଥାର ଆହତମାନେ ରହିଥାଆନ୍ତି ।

  • ସାମାନ୍ୟ ଅସ୍ଥିଭଗ୍ନ ( ଆଙ୍ଗୁଳି, ଦାନ୍ତ, ଇତ୍ୟାଦି)
  • ଅନ୍ୟ ସ୍ଥାନରେ ହୋଇଥିବା ଅଣ ଗୁରୁତର କ୍ଷତ – କଟିଯିବା, ଆଞ୍ଚୁଡିଯିବା ଇତ୍ୟାଦି ।
  • ସାମାନ୍ୟ ପରିମାଣର ଦାହ ।

କଳା ବର୍ଣ୍ଣ (Black)

ବ୍ୟକ୍ତି ମୃତ ହୋଇଯାଇଥିଲେ କିମ୍ବା ଆହତ ଅବସ୍ଥା ଦ୍ଵାରା ତାଙ୍କର ବଞ୍ଚିବାର ସମ୍ଭାବନା ରହିନଥିଲେ କିମ୍ବା ଜୀବନ ରକ୍ଷାକାରୀ CPR ବ୍ୟବସ୍ଥା ପ୍ରଦାନ କରିବା ସମ୍ଭବ ହେଉନଥିଲେ, ସମ୍ଭଳର ସୀମିତତା ଦୃଷ୍ଟିରୁ ଏଭଳି ଆହତଙ୍କ ନିମିତ୍ତ ସମୟ ନଷ୍ଟ କରାଯାଏ ନାହିଁ । ବ୍ୟକ୍ତିଙ୍କୁ ମୃତ ବା କଳାବର୍ଣ୍ଣ ପ୍ରଦାନ ପୂର୍ବରୁ ଭଲଭାବେ ନାଡୀ ( Pulse) ଏବଂ ଶ୍ଵାସକ୍ରିୟା (Respiration) କୁ ଅନ୍ତତଃ ୨୦ ମିନିଟ୍ ଅନୁଧ୍ୟାନ କାରୀ ବିଶ୍ଚିତ ହେବାପରେ ନିଷ୍ପତ୍ତି ଗ୍ରହଣ କରାଯାଏ ।

ଏହି ବ୍ୟବସ୍ଥାର ବ୍ୟବହାରକୁ ଇଂରାଜୀରେ ( Simple Triage and Rapid Treatment) ବା ସଂକ୍ଷେପରେ ‘START’ କୁହାଯାଏ । ଏହାର ଅର୍ଥ ସରଲ ଶ୍ରେଣୀବଦ୍ଧତା ଏବଂ ତୁରନ୍ତ ସହାୟତା ପ୍ରଦାନ ହୋଇଥାଏ ।

ଜରୁରୀକାଳୀନ ପରିସ୍ଥିତିରେ କେତେକ ସହାୟକଙ୍କ ଦ୍ଵାରା ଆହତ ହୋଇଥିବା ବ୍ୟକ୍ତିଙ୍କ ଅବସ୍ଥା ନିରୂପଣ କରାଯାଇ ସେହି ଅନୁଯାୟୀ କେବଳ ନିର୍ଦ୍ଦିଷ୍ଟ ବର୍ଣ୍ଣ ପ୍ରଦାନ କରାଯାଏ । ବର୍ଣ୍ଣ ଧାରଣ କରିଥିବା ଆହତ ବ୍ୟକ୍ତିଙ୍କୁ ବର୍ଣ୍ଣ ସୂଚନା ଅନୁଯାୟୀ ଅନ୍ୟ ପ୍ରାଥମିକ ସହାୟକଙ୍କ ଦ୍ଵାରା ଉପୟୁକ୍ତ ସହାୟତା ପ୍ରଦାନ କରାଯାଏ ।

ଗୁରୁତ୍ଵପୂର୍ଣ୍ଣ ତଥ୍ୟ

ଆହତଙ୍କୁ ଚିକିତ୍ସାର ଅଗ୍ରାଧୀକାର ଭିତ୍ତିରେ ବର୍ଣ୍ଣ ପ୍ରଦାନ କରୁଥିବା ସହାୟକମାନେ ଆହତ ବ୍ୟକ୍ତିଙ୍କର ଅବସ୍ଥା ଅନୁଯାୟୀ ଉଦ୍ଧିଷ୍ଟ ବର୍ଣ୍ଣର ଫିତା, କିମ୍ବା ରଙ୍ଗ ବ୍ୟବହାର କରି ଆହତ ବ୍ୟକ୍ତିଙ୍କ କପାଳ, ବେକ କିମ୍ବା ଶରୀରରେ ଲଗାଇ ଦିଅନ୍ତି । ବର୍ଣ୍ଣ ପ୍ରଦାନ ସମୟରେ ତିନୋଟି ବିଷୟ ପ୍ରତି ଗୁରୁତ୍ଵ ପ୍ରଦାନ କରାଯାଏ । ଯଥା - ଶ୍ଵାସକ୍ରିୟା, ରକ୍ତ ସଞ୍ଚାଳନ ଏବଂ ମସ୍ତିଷ୍କ ଅବସ୍ଥା ।

  1. ଶ୍ଵାସକ୍ରିୟା - ଆହତ ବ୍ୟକ୍ତିଙ୍କର ଶ୍ଵାସକ୍ରିୟା ହେଉନ ଥିଲେ ଶ୍ଵାସ ପଥ ପରିଷ୍କାର କରି ପୁନଶ୍ଚ ଶ୍ଵାସକ୍ରିୟାକୁ ଅନୁଧ୍ୟାନ କରାଯାଏ । ଏହା ଦ୍ଵାରା ତାଙ୍କର ଶ୍ଵାସକ୍ରିୟା ଚାଲୁହୋଇଗଲେ ତାଙ୍କୁ ଲାଲ ବର୍ଣ୍ଣ ପ୍ରଦାନ କରାଯାଏ । ଶ୍ଵାସକ୍ରିୟା ପୂର୍ବରୁ ଚାଲୁଥିଲେ ଏବଂ ତାହା ମିନିଟ୍ କୁ ୩୦ ରୁ ଅଧିକ ଥର ହେଉଥିଲେ ଆହତ ବ୍ୟକ୍ତିଙ୍କୁ ଲାଲ ବର୍ଣ୍ଣ ପ୍ରଦାନ କରାଯାଏ ।
  2. ରକ୍ତ ସଞ୍ଚାଳନ - ରେଡିଆଲ ପକାସ ବା ନାଡୀର ରକ୍ତ ସଞ୍ଚାଳନର ସୂଚନା ମିଳିଥାଏ । ତାହା ନିର୍ଣ୍ଣୟ ହୋଇ ପାରୁନଥିଲେ ଆହତ ବ୍ୟକ୍ତିଙ୍କୁ ଲାଲବର୍ଣ୍ଣ ପ୍ରଦାନ କରାଯାଏ ।
  3. ମସ୍ତିଷ୍କ ଅବସ୍ଥା - ଆହତ ବ୍ୟକ୍ତିଙ୍କର ମସ୍ତିଷ୍କର କାର୍ଯ୍ୟକାରିତାକୁ ଜାଣିବା ନିମିତ୍ତ ତାଙ୍କୁ କେତେକ ସରଲ କାର୍ଯ୍ୟ କରିବାକୁ କୁହାଯାଏ ଏବଂ ତାହାର ପ୍ରତିକ୍ରିୟାକୁ ଅନୁଧ୍ୟାନ କରାଯାଏ । ସେ ଆଦେଶ ପାଳନକ୍ଷମ ରହିଥିଲେ ତାଙ୍କୁ ହଳଦୀ ଏବଂ ଆଦେଶ ପାଳନ କରିବାକୁ ଅକ୍ଷମ ହୋଇଥିଲେ ଅବସ୍ଥା ଅନୁଯାୟୀ ଲାଲ କିମ୍ବା କଳା ବର୍ଣ୍ଣ ପ୍ରଦାନ କରାଯାଏ ।

ଆହତ ଶିଶୁମାନଙ୍କୁ ଶ୍ରେଣୀବଦ୍ଧ କରିବା ନିମିତ୍ତ ସାମାନ୍ୟ ଭିନ୍ନ ଅବସ୍ଥା ଗ୍ରହଣ କରାଯାଏ । ଶ୍ଵାସକ୍ରିୟା ମିନିଟ୍ ରେ ୬୦ ଥର କିମ୍ବା ତାହା ଠାରୁ ଅଧିକ ଥର ହେଉଥିଲେ ଲାଲବର୍ଣ୍ଣ ପ୍ରଦାନ କରାଯାଏ  । ରକ୍ତ ସଞ୍ଚାଳନ ଏବଂ ମସ୍ତିଷ୍କ ଅବସ୍ଥା ବୟସ୍କଙ୍କ ସହିତ ସମାନ ହୋଇଥାଏ ।

ଶିଶୁମାନଙ୍କର ପ୍ରପୀଡିତ ଅବସ୍ଥାକୁ ନିମ୍ନଲିଖିତ ଚିହ୍ନ ଦ୍ଵାରା ନିର୍ଣ୍ଣୟ କରାଯାଏ । ଶ୍ଵାସକ୍ରିୟା ସମୟରେ କାନପୁଡା ଫୁଲିବା କିମ୍ବା ବିକୃତ ଶବ୍ଦ ସୃଷ୍ଟି ହେବା, ମାନସିକା ଆଲୋଡନ ହେବା କିମ୍ବା ବିଚଳିତ ହେବା କିମ୍ବା ସଚେତନତା କ୍ଷୀଣତର ହେବା, ଯଥେଷ୍ଟ ପରିମାଣର ରକ୍ତକ୍ଷମ ହୋଇଥିବା ତ୍ଵଚା ନିସ୍ତଭ ନୀଳ, ଶୀତଳ ଏବଂ ଆହତ ହୋଇଥିବା ଇତ୍ୟାଦି ଦେଖାଯାଏ ।

ଟ୍ରାଏଜ ବା ଶ୍ରେଣୀବଦ୍ଧ କରିବା କାର୍ଯ୍ୟର ସରଲ ଏବଂ ଶୀଘ୍ର ପରିଚାଳନା ନିମିତ୍ତ ପ୍ରଥମେ ଚାଲିପାରୁଥିବା ଆହତ ବ୍ୟକ୍ତିଙ୍କୁ ଏହି ସ୍ଥାନକୁ ଚାଲିଯିବାକୁ କୁହାଯାଏ । ଫଳରେ ଚାଲିପାରୁଥିବା ସବୁଜ ବା ଗ୍ରୀନ ଶ୍ରେଣୀର ଆହତ ବ୍ୟକ୍ତି ସମ୍ପୃକ୍ତ ସ୍ଥାନକୁ ଚାଲିଯିବା ଓ ଚାଲିବାକୁ ଅକ୍ଷମ ଥିବା ଅବଶିଷ୍ଟ ଆହତ ବ୍ୟକ୍ତିମାନେ ସରଲରେ ପୃଥକ ହୋଇଯାଇଥାଆନ୍ତି  । ସେମାନଙ୍କୁ ଶ୍ରେଣୀବଦ୍ଧ କରି ନିର୍ଦ୍ଦିଷ୍ଟ ବର୍ଣ୍ଣ ପ୍ରଦାନ କରାଯାଏ । ତତ୍ ପରେ ଅନ୍ୟସ୍ଥାନକୁ  ଚାଲିଯାଇ ଥିବା ଆହତ ବ୍ୟକ୍ତିମାନଙ୍କୁ ପ୍ରାଥମିକ  ସହାୟକ ପରୀକ୍ଷା ତଥା ଅନୁଧ୍ୟାନ କରି ଆବଶ୍ୟକ ହେଉଥିବା ଟ୍ରାଏଜ ବର୍ଣ୍ଣ ପ୍ରଦାନ କରନ୍ତି । ଆହତ ବ୍ୟକ୍ତିଙ୍କୁ ବର୍ଣ୍ଣ ଅନୁଯାୟୀ ଅନ୍ୟ ପ୍ରାଥମିକ ସହାୟକମାନେ ସହାୟତା ପ୍ରଦାନ କରିଥାଆନ୍ତି ।

ଆଧାର - Odisha state centre Bhubaneswar

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate