অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସାପକାମୁଡା

ଉପକ୍ରମ

ପୃଥିବୀରେ ପ୍ରାୟ ୩୫୦୦ ପ୍ରକାରର ସାପ ଦେଖା ଦେଇଥାନ୍ତି । ସେମାନଙ୍କ ମଧ୍ୟରେ ସମୁଦ୍ର ପାଣିରେ ରହୁଥିବା ପ୍ରାୟ ୫୨ ପ୍ରକାରର ସାପ ଦେଖା ଦେଇଥାନ୍ତି । ଅଧିକାଂଶ ସାମୁଦ୍ରିକ ସାପ ବିଷାକ୍ତ ହୋଇଥାନ୍ତି କିନ୍ତୁ ତାହା ସାଧାରଣ ଭାବେ କାମୁଡ଼ନ୍ତି ନାହିଁ । ସାପମାନଙ୍କ ମଧ୍ୟରୁ ହାରାହାରି ଶତକଡା ୩ ଭାଗରୁ ଅଧିକ ସାପ ବିଷାକ୍ତ ନୁହନ୍ତି । ଆମ ଦେଶର ସ୍ଥଳ ଭାଗରେ ରହୁଥିବା ସାପମାନଙ୍କ ମଧ୍ୟରେ ବିଷାକ୍ତ ସାପ ଭିତରେ ନାଗ, ଚିତି ଓ ବୋଡା ଜାତୀୟ ସାପ ଭୟଙ୍କର ବିଷାକ୍ତ ହୋଇଥାନ୍ତି । ଏହି ଜାତୀୟ ସାପ କାମୁଡିଲେ ତୁରନ୍ତ ଡାକ୍ତର ଚିକିତ୍ସା ଦରକାର । ଆହତ ବ୍ୟକ୍ତିକୁ ଶାରୀରିକ ଫାଷ୍ଟଏଡ୍(Physical First Aid ) ସହିତ ଆହତ ବ୍ୟକ୍ତି ଧୌର୍ଯ୍ୟ ଏବଂ ସାନ୍ତ୍ଵନା ପ୍ରାଦାନ କରିବା ଉଚିତ୍ । ସାପମାନେ ସରୀଶୃତ ହୋଇଥିବାରୁ ସାଧାରତଃ ସ୍ଥଳଭାଗରେ ଚଳ ପ୍ରଚଳ କରିଥାନ୍ତି । ତେଣୁ ଅଧିକାଂଶ ସାପ କାମୁଡା ଆଣ୍ଠୁତଳକୁ ହୋଇଥାଏ । ତନ୍ମଧ୍ୟରୁ ୮୫ ଭାଗ ଗୋଡର ଆଣ୍ଠୁ ତଳକୁ, ୧୦ ଭାଗ ହାତକୁ ଓ ୫ ଭାଗ ଶରୀରର ଅନ୍ୟାନ୍ୟ ଅଂଶକୁ କାମୁଡିଥାନ୍ତି । ସାପ ବିଷକ୍ତ କିମ୍ବା ଅଣ ବିଷାକ୍ତ ହେଉ ସାପ କାମୁଡିବାକୁ ବିଷାକ୍ତ ଭାବେ ବିବେଚନା କରି ଯେକୌଣସି ସାପ କାମୁଡିବା କ୍ଷେତ୍ରରେ ସାପ କାମୁଡିବାର ପ୍ରଥାମିକ ଚିକିତ୍ସା ଦେଇ ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ପାଠାଇଦିଅ ।

ଲକ୍ଷଣ

  • କ୍ଷତ ସ୍ଥାନରେ ଯନ୍ତ୍ରଣା ହୁଏ ।
  • ପେଟରେ ଯନ୍ତ୍ରଣା ହେବା ସହିତା ପତଳା ଝାଡା ମଧ୍ୟ ହୋଇପାରେ ।
  • କ୍ଷତି ସ୍ଥାନଟି ଫୁଲିଯାଏ ।
  • ବାନ୍ତି ଲାଗିପାରେ କିମ୍ବା ହୋଇପାରେ ।
  • ଶ୍ଵାସକ୍ରିୟାରେ କଷ୍ଟ ଅନୁଭାବ ହୋଇପାରେ କିମ୍ବା ଶ୍ଵାସକ୍ରିୟା ବନ୍ଦ ହୋଇପାରେ ।
  • ଦେହରୁ ଝାଳ ବୁହେ ।
  • ମାଂସପେଶୀ କଠିନ ହୋଇଥାଏ ।
  • ଆଖି ବୁଝି ହୋଇଯାଏ ବା ଆଖିକୁ ଜାଲୁଜାଲୁଆ ଦେଖାଯାଏ ।
  • ଆହତ ବ୍ୟକ୍ତି ଭୟଭୀତ ଓ ବିଚଳିତ ହୋଇଯାଏ ।

ବୋଡା ସାପ କାମୁଡାର ଲକ୍ଷଣ

  • ଶାରୀରିକ ଓ ମାନସିକ ସ୍ତରରେ ବିଚଳିତ ଲାଗେ ।
  • କ୍ଷତ ସ୍ଥାନରେ ଫୁଲା ଆରମ୍ଭ ହୋଇଥାଏ ।
  • ସାପ କାମୁଡିବାରେ ୧୦/୧୫ ମିଟିଟ୍ ପରେ ବାହ୍ୟ କିମ୍ବା ଆଭ୍ୟନ୍ତରୀଣ ରକ୍ତସ୍ରାବ ହୋଇଥାଏ ।
  • ବାନ୍ତି ଲାଗେ ଓ ରକ୍ତ ଚାପ କମିଯାଏ ।
  • କ୍ଷତ ଲାଗର ଓ ରକ୍ତ ଚାପ କମିଯାଏ ।
  • କ୍ଷତ ସ୍ଥାନର ପାଖରେ ଫୋଟକା ଦେଖାଯାଏ ।
  • କ୍ଷତ ସ୍ଥାନର ମାଂସପେଶୀରୁ ରକ୍ତ ପୂଜ ବାହାରେ ।

ପ୍ରାଥମିକ ଚିକିତ୍ସା

  • ସାପ କାମୁଡିବା ସ୍ଥାନକୁ ଯଥାଶୀଘ୍ର ଭଲ ଭାବରେ ପାଣିରେ ଧୋଇଦିଅ ।
  • ବିଷାକ୍ତ ସାପ କାମୁଡିଥିଲେ ସାଧାରତଃ ଦୁଇଟି ଗଭୀର ଦାନ୍ତ ଚିହ୍ନ ସୃଷ୍ଟି ହୋଇଥାଏ । ସାପ କାମୁଡା ସ୍ଥାନରେ ଟିକିଏ ଉପର ଅଂଶକୁ ଚଉଡା ବ୍ୟାଣ୍ଡେଜ (କ୍ରେପ ବ୍ୟାଣ୍ଡେଜ ଇତ୍ୟାଦି) ଦ୍ଵାରା ବାନ୍ଧି ଦେଇ ଭଲ ଅଂଶକୁ ଚାପୁଆଣି ସାହାଯ୍ୟରେ ସ୍ଥିର ଓ ଅଚଳ କରିଦିଅ । ଗୋଡରେ କାମୁଡିଥିଲେ ଦୁଇ ଗୋଡର ଆଣ୍ଠୁ ଓ ଗୋଇଠି ମଧ୍ୟରେ ପ୍ୟାଡଦେଇ ଦୁଇ ଆଣ୍ଠୁ ଏବଂ ଗୋଇଠିକୁ ବାନ୍ଧି ଦିଅ ।
  • କ୍ଷତ ସ୍ଥାନକୁ ଛରୀ କିମ୍ବା କୌଣସି ଅସ୍ତ୍ରରେ ଖଣ୍ଡିଆ କରି ରକ୍ତ ବାହାର କରିବାକୁ ଚେସର କର ନାହିଁ ।
  • ଆହତ ବ୍ୟକ୍ତିକୁ ସାନ୍ତ୍ଵନା ଦେଇ ସାହସ ପ୍ରଦାନ କର ।
  • ମୁଣ୍ଡାକୁ ଭୂମିଠାରେ ଏକଫୁଟ୍ ଉଚ୍ଚତାରେ ରାଖୀ ଶୁଆଇ ଦିଅ ।
  • ବାନ୍ତି ହେଉଥିଲେ କିମ୍ବା ପାଟିରୁ ଅତ୍ୟଧିକ ଲାଲ ବାହାରୁଥିଲେ ବ୍ଯକ୍ତିର ମୁଣ୍ଡକୁ କଦାୟ ଦେଇ ଶୁଆଇବ ।
  • କ୍ଷତ ସ୍ଥାନକୁ ପତଳା କାନାରେ ଘୋଡାଇ ଦେବ ।

କ’ଣ କରିବା ନାହିଁ

  • କ୍ଷତ ସ୍ଥାନକୁ କଟାକଟି କରି କ୍ଷତକୁ ଅଧିକ ବଢାଇ ଦିଅନାହିଁ ।
  • କ୍ଷତ ଅଙ୍ଗରେ ରକ୍ତ ସଂଚାଳନ ବାଧାପାପ୍ତ ହେଲାଭଳି ଜୋରରେ ବାନ୍ଧିବା ନାହିଁ ।
  • କ୍ଷତ ସ୍ଥାନରେ କୌଣସି ଔଷଧ ଲଗାଅ ନାହିଁ ।
  • ଅନ୍ଧ ବିଶ୍ଵାସରେ ଆହତ ବ୍ୟକ୍ତିଙ୍କୁ ଗୁଣିଆ ବା ମନ୍ଦିରକୁ ନେଇ ପୂଜାପାଠ ଓ ଗୁଣିଟୁଣି ଦ୍ଵାରା ଆଦୌ ସମୟ ନଷ୍ଟ କର ନାହିଁ ।
  • କ୍ଷତ ଉପରେ ବରଫ ମାଲିସ କର ନାହିଁ ।
  • ଆହାତ ଅଙ୍ଗକୁ ହଲଚଲ କର ନାହିଁ ବା ବ୍ୟକ୍ତିଙ୍କୁ ଚାଲିବାକୁ ଦିଅ ନାହିଁ ।
  • ଆହତ ବ୍ୟକ୍ତିଙ୍କୁ ଏକୁଟିଆ ଛାଡି ଯାଅ ନାହିଁ ।

ବି.ଦ୍ର

  • ଆହତ ବ୍ୟକ୍ତି ଅଚେତ ହୋଇଥିଲେ ଆରାମଦାୟାକ ଅବସ୍ଥାରେ (Recovery Position) ଉପଚାର କର ।
  • ଶ୍ଵାସକ୍ରିୟା ବନ୍ଦ ହୋଇଥିଲେ କୃତ୍ରିମ ଶ୍ଵାସକ୍ରିୟା ପ୍ରାଦାନ କର ।

ଆଧାର ST. JOHN AMBULANCE Odisha state centre Bhubaneswar

Last Modified : 6/30/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate