অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅବସାଦ

ଟେନସନଦୂର କରିବ ବ୍ରେକ୍ ଫାଷ୍ଟ

ଆଜିକାଲିର ବ୍ୟସ୍ତ ମୟ ଜୀବନରେ ଟେନସନର ସମ୍ମୁଖୀନ ହେବା ସାଧାରଣ କଥାରେ ପରିଣତହୋଇଗଲାଣି । ଏହାକୁ ଦୂର କରିବା ଲାଗି କେତେକ ଉପାୟ ଅବଲମ୍ବନ କରିବାକୁପଡିଥାଏ । ଏହି ତାଲିକାରେ ଆଉ ଏକ ଉପାୟକୁ ସାମିଲ କରିଛନ୍ତି ଲଣ୍ଡନର ଖାଦ୍ୟ ବିଶେଷଜ୍ଞମାନେ । ସେମାନେ ଗବେଷଣାରୁ ଜାଣିବାକୁ ପାଇଛନ୍ତି ଯେ, ଯଦି ଜଣେ ବ୍ୟକ୍ତି ନିୟମିତ ବ୍ରେକ୍ ଫାଷ୍ଟ ଖାଆନ୍ତି ତେବେ ତାଙ୍କର ମାନସିକତା ସକାରାତ୍ମକ ରହିଥାଏ । ଫଳରେ ଜଣେ ବ୍ୟକ୍ତି ଟେନସନ ଠାରୁ ଅନେକାଂଶରେ ଦୂରରେ ରହିଥାଏ । କିନ୍ତୁ ଏହି ବ୍ରେକ୍ ଫାଷ୍ଟରେ ତଟକା ଫଳମୂଳ ତଥା ଭିଟାମିନଯୁକ୍ତ ଖାଦ୍ୟ ଖାଇଲେ ତାହା ଆହୁରି ସ୍ୱାସ୍ଥ୍ୟ ଉପଯୋଗୀ ହୋଇଥାଏ । ଏହି ଗବେଷଣା ସମୟରେ ଅଧିକାଂଶ ସମୟ ଟେନସନ ରେ ରହୁଥିବା ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା । ଯେଉଁମାନେ ନିୟମିତ ବ୍ରେକ୍ ଫାଷ୍ଟ ଖାଉଥିଲେ ସେମାନଙ୍କ ମାନସିକତା ଅନ୍ୟମାନଙ୍କ ଅପେକ୍ଷା ସାକାରତ୍ମକ ରହୁଥିଲା ଏବଂ ସେମାନେ ଟେନସନ ରୁ ଅନେକାଂଶରେ ଦୂରେଇ ରହିବାରେ ସକ୍ଷମ ହେଉଥିଲେ ।

ବୃଦ୍ଧିମତ୍ତାକୁ ପ୍ରଭାବିତ କରେ ଅବସାଦ

ଆଜିକାଲିର ବ୍ୟସ୍ତମୟ ଜୀବନରେ ଅବସାଦର ସମ୍ମୁଖାନ ହେବା କିଛି ନୂଆ କଥା ନୁହେଁ । ଅତ୍ୟଧିକ କାମ, ସାମାନ୍ୟ କଥାକୁ ନେଇ ଅତ୍ୟଧିକ ଚିନ୍ତା କରିବା, ପାରିବାରିକ ସମସ୍ୟା ପରି କେତୋଟି କାରଣ ଅବସାଦ ପାଇଁ ମୁଖ୍ୟତଃ ଦାୟୀ । ଏହାର ପ୍ରଭାବ କେବଳ ଦୈନନ୍ଦିନ ଜୀବନଶୈଳୀ ନୁହେଁ ଶରୀର ଉପରେ ମଧ୍ୟ ପଡିଥାଏ । ଆମେ ଏ ନେଇ କେତେକାଂଶରେ ଅବଗତ ଥିଲେ ମଧ୍ୟ ଅବସାଦ କବଳରୁ ନିଜକୁ ଦୁରାଇ ରଖିବା ପ୍ରାୟତଃ ସମ୍ଭବ ହୋଇ ନ ଥାଏ । ଏକ ସଦ୍ୟତମ ଗବେଷଣାରୁ ଜଣାପଡ଼ିଛି ଯେ ଯଦି ଜେନ ବ୍ୟକ୍ତି ଅଧିକାଂଶ ସମୟ ଏହାର ସମ୍ମୁଖାନ ହୁଅନ୍ତି ତେବେ ତାଙ୍କର ବୁଦ୍ଧିମତ୍ତା ପ୍ରଭାବିତ ହେବାର ଯଥେଷ୍ଟ ଆଶଙ୍କା ରହିଛି । ନିକଟରେ ଅବସାଦ ଏବଂ ବୁଦ୍ଧିମତ୍ତାକୁ ନେଇ ଅଷ୍ଟ୍ରେଲୀୟ ମନୋବିଜ୍ଞାନୀମାନେ ଏକ ଗବେଷଣା କରିଥିଲେ । ଅଧିକାଂଶ ସମୟ ଟେନ୍ସନର ବଶବର୍ତ୍ତୀ ହେଉଥିବା କେତେଜଣ ବ୍ୟକ୍ତିଙ୍କ ମାନସିକ ସ୍ଥିତିକୁ ତନ୍ନ ତନ୍ନ କରି ଅନୁଧ୍ୟାନ କରାଯାଇଥିଲା । ଶେଷରେ ସେମାନେ ଜାଣିବାକୁ ପାଇଥିଲେ ଯେ ପ୍ର୍ରାୟ ସବୁବେଳେ ଅବସାଦଗ୍ରସ୍ତ ହେଲେ ତାହାର ପ୍ରଭାବ କେତେକାଂଶରେ ବୁଦ୍ଧିମତ୍ତା ଉପରେ ପଡିଥାଏ । ତେଣୁ କାମ କରିବା ସମୟରେ ନିଜର ମାନସିକତାକୁ ଯେତେ ସକାରାତ୍ମକ ରଖିବା ତାହା ସେତେ ଭଲ ବୋଲି ସେମାନେ ପରାମର୍ଶ ଦେଇଛନ୍ତି ।

ଅତ୍ୟଧିକ ଅବସାଦ ମସ୍ତିଷ୍କକୁ ପ୍ରଭାବିତ କରେ

ଆଜିକାଲିର ବ୍ୟସ୍ତମୟ ଜୀବନରେ ଅବସାଦଗ୍ରସ୍ତ ଦେବା କିଛି ନୂଆ କଥା ନୁହେଁ । କିନ୍ତୁ ଏଭଳି ସମସ୍ୟା ଅଧିକ ସମୟ ଲାଗି ରହିଲେ ତାହା ମସ୍ତିଷ୍କର କାର୍ଯ୍ୟକୁ ଅନେକାଂଶରେ ପ୍ରଭାବିତ କରିଥାଏ । ବୋଲି ଗବେଷଣାରୁ ଜଣାପଡିବି । ‘ଅତ୍ୟଧିକ  ଅବସାଦ ଏବଂ ମସ୍ତିଷ୍କର କାର୍ଯ୍ୟଦକ୍ଷତା ନେଇ ଅଷ୍ଟ୍ରେଲିଆର ସାୟୁଶଲ୍ୟ ବିଶେଷଜ୍ଞମାନେ ଗବେଷଣା କରିଥିଲେ । ଏଥିରୁ ସେମାନେ ଜାଣିବାକୁ ପାଇଥିଲେ ଯେ, ଜଣେ ବ୍ୟକ୍ତି ଅଧିକାଂଶ ସମୟ ଅବସାଦଗ୍ରସ୍ତ ରହିଲେ ତାହାର ପ୍ରଭାବ ମସ୍ତିଷ୍କର ଉପରେ ପଡିଥାଏ । କେବଳ ସେତିକି ନୁହେଁ ଭିବିଷ୍ୟତରେ ଏହା କେତେକ ସ୍ନାୟୁଜନିତ ରୋଗର କାରଣ ସାଜିଥାଏ ବୋଲି ସେମାନେ ସତର୍କ କରାଇ ଦେଇଛନ୍ତି । ଅବସାଦଠାରୁ ଦୂରେଇ ରହିବା ପାଇଁ ଦୈନନ୍ଦିନ ଜୀବନଶୈଳୀରେ ପରିବର୍ତ୍ତନ – ଆଣିବା ସହ ସକାରାତ୍ମକ ମାନସିକତା ସହ କାମ କରିବା ଦରକାର ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

ବୁଦ୍ଧିମତ୍ତାକୁ ପ୍ରଭାବିତ କରେ ଅବସାଦ

ଅବସାଦଗ୍ରସ୍ତ ହେଲେ ତାହାର ପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡିଥାଏ । ଏପରି କି ଏହା କେତେକ ରୋଗର ପରୋକ୍ଷ କାରଣ ସାଜିଥାଏ । ଯଦି ଜଣେ ବ୍ୟକ୍ତି ଅଧିକାଂଶ ସମୟ ଅବସାଦଗ୍ରସ୍ତ ରହନ୍ତି ତେବେ ତାହାର ପ୍ରଭାବ ତାଙ୍କର ବୁଦ୍ଧିମତ୍ତା ଉପରେ ପଡିଥାଏ ବୋଲି ଆମେରିକୀୟ ବିଶେଷଜ୍ଞଙ୍କ ଦ୍ଵାରା ହୋଇଥିବା ସଦ୍ୟ ଗବେଷଣାରୁ ଜଣାପଡିଛି । ଅଧିକାଂଶ ସମୟ ଅବସାଦର ସମ୍ମୁଖୀନ ହେଉଥିବା କିଛି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରିକ୍ଷା କରାଯାଇଥିଲା । ବିଶେଷଭାବରେ ସେମାନଙ୍କର ବୃଦ୍ଧିମତ୍ତା କିପରି ରହୁଛି ତାହା ଉପରେ ଗୁରୁତ୍ଵ ଦିଆଯାଇଥିଲା । ଗବେଷଣା ପରିସରଭୁକ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ ପ୍ରାୟ ପ୍ରତିଶତଙ୍କର ବୁଦ୍ଧିମତ୍ତା ଅବସାଦ ଯୋଗୁଁ ପ୍ରଭାବିତ ହେଉଥିବାର ଦେଖିବାକୁ ମିଳିଥିଲା । ତେଣୁ ଏଭଳି ସମସ୍ୟାରୁ ରକ୍ଷା ପାଇବା ପାଇଁ ଅବସାଦଠାରୁ ନିଜକୁ ଯେତେ ସମ୍ଭବ  ଦୂରେଇ ରଖିବା ଦରକାର ବୋଲି ଆମେରିକୀୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

ଆଧାର - ସ୍ୱାସ୍ଥ୍ୟ ବ୍ୟୁରୋ

Last Modified : 5/29/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate