অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମନ, ଶରୀରର ସମନ୍ଵୟର ସେତୁ

ଉପକ୍ରମ

ସୁନ୍ଦର ଲେଖା, ସୁମଧୁର କଣ୍ଠ ସ୍ଵରରେ ଏହାର ଗାୟନ ଏବଂ ଶ୍ରୁତି ମଧୁର ବାଦ୍ୟଯନ୍ତ୍ରର ସମ୍ମିଶ୍ରଣ ସଙ୍ଗୀତକୁ କରିଥାଏ ସମ୍ପୁର୍ଣ୍ଣ । ଆଉ ଯେଉଁତିରେ ଭରି ରହିଥାଏ ଏଭଳି ଯାଦୁକରୀ ଶକ୍ତି ଯାହାକି ମଣିଷକୁ କେଇକ୍ଷଣ ବଶୀଭୂତ କରି ରଖିବା ଲାଗି ଯଥେଷ୍ଟ । ତେବେ ରୁଚି ଅନୁଯାୟୀ ସମସ୍ତଙ୍କ ସଙ୍ଗୀତ ଶୁଣିବା ଯେପରି ଭିନ୍ନ ଭିନ୍ନ ଶରୀର ଉପରେ ଏହାର ପ୍ରଭାବ ମଧ୍ୟ ଠିକ୍ ସେହିପରି ଭିନ୍ନ ।

ସଙ୍ଗୀତ କେବଳ ଯେ, ମୁଡ୍ ଫ୍ରେସ୍ କରିବାରେ ସାହାଯ୍ୟ କରେ ତା’ ନୁହେଁ ବାରାଁ ବର୍ତ୍ତମାନ ଏହାକୁ ଏକ ଥେରାପି ବା ଚିକିତ୍ସା ପ୍ରଣାଳୀ ଭାବେ ମଧ୍ୟା ଗ୍ରହଣ କରାଯାଉଛି । ଏ ନେଇ ବିଶ୍ଵର ବିଭିନ୍ନ ସ୍ୱାସ୍ଥ୍ୟ ସଂସ୍ଥା ଦ୍ଵାରା ହୋଇଥିବା ଗବେଷଣା ଅନୁଯାୟୀ ସଙ୍ଗୀତ ବା ମ୍ୟୁଜିକ୍ ଶୁଣିବା, ନିଜେ ଗାଇବା କିମ୍ବା ବାଦ୍ୟଯନ୍ତ୍ର ବଜାଇବା ଦ୍ଵାରା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାକୁ ଏଡାଯାଇପାରେ ।

ଜାଣନ୍ତୁ ସେ ସମ୍ପର୍କରେ

ଆମେରିକାସ୍ଥିତ ମାଇଣ୍ଡ ବଡି ବାଲାନ୍ସ ସେଣ୍ଟର ଏବଂ ଲୋମା ଲିଣ୍ଡା ୟୁନିଭର୍ସିଟିର ମିଳିତ ଉଦ୍ୟମରେ ହୋଇଥିବା ଏକ ଗବେଷଣା ଅନୁଯାୟୀ ସଙ୍ଗୀତ ଶୁଣିବା, ଗାଇବା ଦ୍ଵାରା ଚିନ୍ତା, ଅବସାଦ ବା ଡିପ୍ରେଶନ୍, ଚିଡିଚିଡାପଣ ଆଦି ଦୂର କରିବାରେ ସାହାଯ୍ୟ କରିଥାଏ । ଠିକ୍ ସେହିପରି ଗିଟାର ଭଳି ବାଦ୍ୟଯନ୍ତ୍ର ବଜାଇବା ଦ୍ଵାରା ଏହାର ପ୍ରଭାବରେ ମସ୍ତିଷ୍କରେ କ୍ଷରଣ ହେଉଥିବା ହର୍ ମୋନ୍ ମନ ଏବଂ ଶରୀରର ସନ୍ତଲନ ବଜାୟ ରଖିଥାଏ ।

ସଙ୍ଗୀତ ଶୁଣିବା ଦ୍ଵାରା ଚଳଚଞ୍ଚଳ ବା ଅସ୍ଥିର ମନକୁ ସ୍ଥିର ଏବଂ ଶାନ୍ତ ରଖିଥାଏ । ଏହାଗ୍ରତା ବଢାଇବାରେ ମଧ୍ୟ ଏହାର ଭୂମିକା ଗୁରୁତ୍ଵପୂର୍ଣ୍ଣ । ତା’ ଛଡା ଯେଉଁମାନେ ବାଦ୍ୟଯନ୍ତ୍ର ବା ମ୍ୟୁଜିକାଲ୍ ଇନଷ୍ଟୁମେଣ୍ଟ ବଜାଇ ଥାନ୍ତି ସେମାନଙ୍କର ମାନ୍ଦା ବା ଆଳସ୍ୟପଣ ଦୂରହୋଇ ମସ୍ତିସ୍କ ସକ୍ରିୟ ରହିଥାଏ । ଫଳରେ ଭବିଷ୍ୟତରେ ସେମାନଙ୍କ ଠାରେ ଡିମେନ୍ସିଆ, ଆଲଜାଇମର୍ସ ଏବଂ ଅନ୍ୟାନ୍ୟ ମାନସିକ ରୋଗ ହେବା ଆଶଙ୍କା କମ୍ ଥାଏ ।

ନିଦ୍ରାହୀନତା ବା ଅଧିକ ରାତି ପର୍ଯ୍ୟନ୍ତ ଏନଆଇଡ଼ି ନ ଆସିବା ଭଳି ସମସ୍ୟା ଦୂରକରିବା ଲାଗି ସଙ୍ଗୀତ ଶୁଣିବା ଉପକାରୀ ।ତେଣୁ ଶୋଇବା ପୂର୍ବରୁ ୧୫- ୨୦ ମିନିଟ୍ ସ୍ଲୋ ମ୍ୟୁଜିକ୍ ଶୁଣିବା ଦ୍ଵାରା ଭଲ ନିଦ ହୋଇଥାଏ ।

କେବଳ ଏତିକି ନୁହେଁ ଆମେରିକା ଏବଂ ବ୍ରିଟେନ୍ ର ବିଶେଷଜ୍ଞଙ୍କ ମିଳିତ ଉଦ୍ୟମରେ ହୋଇଥିବା ଗବେଷଣାରୁ ଜଣାପଡିଛି ଯେ, ସଙ୍ଗୀତ ଆତ୍ମବିଶ୍ଵାସ ବଢାଇବାରେ ସାହାଯ୍ୟ କରିଥାଏ । ଉଦାସୀନତା ବା ଏକଟିଆପଣ ଦୂରକରିବା ଲାଗି ଫାଷ୍ଟ ବିଟ୍ ମ୍ୟୁଜିକ୍ ଶୁଣିବା ଦ୍ଵାରା ମନରେ ଶକ୍ତି ସଞ୍ଚାର ହୋଇଥାଏ । ଏହାଦ୍ଵାରା ଶରୀରରେ ରକ୍ତ ସଞ୍ଚାଳନ ମଧ୍ୟ ଠିକ୍ ଭାବେ ହେବାରେ ସାହାଯ୍ୟ କରିଥାଏ । ଉଦାସୀନତା ବା ଏକୁଟିଆପଣ ଦୂରକରିବା ଲାଗି ଫାଷ୍ଟ ବିଟ୍ ମ୍ୟୁଜିକ୍ ଶୁଣିବା ଦ୍ଵାରା ମନରେ ଶକ୍ତି ସଞ୍ଚାର ହୋଇଥାଏ । ଏହାଦ୍ଵାରା ଶରୀରରେ ରକ୍ତ ସଞ୍ଚାଳନ ମଧ୍ୟ ଠିକ୍ ଭାବେ ହେବାରେ ସାହାଯ୍ୟ କରିଥାଏ ।

ଏହା ମଧ୍ୟ ଏକ ଭଲ ଏକ୍ସରସାଇଜ୍ । କାରଣ ସଙ୍ଗୀତ ଶିଖିଥାନ୍ତୁ କି ନାହିଁ କିନ୍ତୁ ଗାଇବା, ଆଳାପ କରିବା, ଆରୋହ- ଅବରୋହ ଆଦି କରିବା ଦ୍ଵାରା ଫୁସ୍ ଫୁସ୍ ମଜଭୁତ ହେବା ସହ କଣ୍ଠ ମଧ୍ୟ ସ୍ପଷ୍ଟ ହୋଇଥାଏ ।

ସଙ୍ଗୀତ ସବୁ ସମୟରେ ମନ ଓ ମସ୍ତିଷ୍କକୁ ସ୍ଥିର ଏବଂ ଶାନ୍ତି ରଖିବାରେ ସାହାଯ୍ୟ କରିଥାଏ ଅହିଓ ଷ୍ଟେଟ୍ ୟୁନିଭର୍ସିଟିର ବେକ୍ସନର୍ ମେଡିକାଲ ସେଣ୍ଟରର ବିଶେଷଜ୍ଞ କ୍ରିଷ୍ଟୀନ୍ ଚେରିଟନଙ୍କ କହିବା ଅନୁଯାୟୀ ସଙ୍ଗୀତ ଶୁଣିବା ଦ୍ଵାରା ନ୍ୟୁରୋଲୋଜି ବା ସ୍ନାୟୁ ସମ୍ଭାନ୍ଧୀୟ ସମସ୍ୟା ଦୂର ହୋଇଥାଏ ଏପରିକି ଏହା ବ୍ରେନ୍ ଷ୍ଟ୍ରୋକର ଆଶଙ୍କା ଦୂର କରିବାରେ ସାହାଯ୍ୟ କରିଥାଏ । ଜର୍ମାନୀର ରୁର୍ ୟୁନିଭର୍ସିଟିର ଗବେଷକ ହାନ୍ସ ଜୋଟିମ୍ ଟ୍ରାପେ ଏବଂ ଗ୍ରାଭିଏଲ୍ ଭୋଳ୍ଗଙ୍କ ମିଳିତ ଉଦ୍ୟମରେ ହୃଡ୍ ପିଣ୍ଡ ଓ ଧମନୀ ଉପରେ ଭିଭିନ୍ନ ବାଦ୍ୟଯନ୍ତ୍ରର ପ୍ରାଭାବକୁ ନେଇ ଏକ ଗବେଷଣା କରାଯାଇଥିଲା ଯେଉଁଥିରୁ ଜଣାପଡିଥିଲା ଯେ, ମୁଜିରା ତଥା ଅନ୍ୟାନ୍ୟ ଶାସ୍ତ୍ରୀୟ ସଙ୍ଗୀତ ଏବଂ ଷ୍ଟସ୍ ହୃଦ୍ ସ୍ପନ୍ଦନ ହ୍ରାସ ପାଇଥାଏ।

ହୃତ୍ ସ୍ପନ୍ଦନକୁ ପ୍ରଭାବିତ

ଆମ ଶରୀରରେ ହୃଡ୍ ପିଣ୍ଡ ଏପରି ଏକ ଅଙ୍ଗ ଯାହା ଆଦୌ ବିଶ୍ରାମ ନ ନେଇ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଅନବରତ ସ୍ପନ୍ଦିତ ହେଉଥାଏ । ଆଦ୍ୟ ମୁଦୁର୍ତ୍ତରୁ ସ୍ପନ୍ଦନ (ହାର୍ଟବିଟ୍) ଆରମ୍ଭହୋଇ ଜୀବନର ସେସ ମୂହୁର୍ତ୍ତ ପର୍ଯ୍ୟନ୍ତ ଚାଲିଥାଏ । ତେବେ କେତେକ ଶାରୀରିକ ସମସ୍ୟା ଦେଖାଦେଲେ ଯଥା ମଧୁମେହ ଉଚ୍ଚ ରକ୍ତଚାପ ଓ ହୃଦ୍ ରୋଗ ହେବାପରେ ହିଁ ସ୍ପନ୍ଦନ ବା ନାଡିର ଗତିରେ ପରିବର୍ତ୍ତନ ଦେଖାଦିଏ । ତେବେ ବୈଜ୍ଞାନିକକମାନେ ଗବେଷଣା କରି ଜାଣିପାରିଲେଣି ଯେ, ଶାରୀରିକ ରୋଗ ସହ ମାନସିକ ରୋଗ ଓ ମାନସିକ ଚାପ ଆଦି ହୃତ୍ ପିଣ୍ଡକୁ ପ୍ରଭାବିତ କରିଥାଏ । ଏମିତିକି ସଙ୍ଗୀତ ସ୍ଵର ମଧ୍ୟ ହୃତ୍ ସ୍ପନ୍ଦନକୁ ପ୍ରାଭାବିତ କରିଥାଏ । ସଙ୍ଗାତର ସ୍ଵର ପ୍ରଥମେ କାନ ବା ମିଡଲ ଇଅରରେ ସ୍ପନ୍ଦନ ସୃଷ୍ଟି କରିଥାଏ । ମସ୍ତିଷ୍କ ଏହି ମେକାନିକାଲ ଏନର୍ଜିକୁ ଇଲେକଟ୍ରିକାଲ ଏନର୍ଜିରେ ପରିଣତ କରି ମସ୍ତିଷ୍କର ଭାବନା କେନ୍ଦ୍ର ବା ସେରିବ୍ରାଲ୍ କର୍ଟେକ୍ସକୁ ପଠାଇଥାଏ । ଏହାପରେ ସଙ୍ଗୀତ ଯାତ୍ରା କରିଥାଏ ମସ୍ତିଷ୍କର ଭାବପ୍ରାବଣତା ସମ୍ବେଦନଶୀଳତା, ଉଦ୍ ବେଗ ପ୍ରକାଶ କରୁଥିବା ତଥା ଆନନ୍ଦ ଖୋଜୁଥିବା କେନ୍ଦ୍ରକୁ । ତା’ ପରେ ସଙ୍ଗୀତ ହୋଇପାଥାଲାମସକୁ ଯାଏ, ଯାହା ନିଶ୍ଵାସ, ପ୍ରଶ୍ଵାସ, ନାଡି ରକ୍ତଚାପ ଉତ୍ତାପ ଏବଂ ପାକସ୍ଥଳୀର ସ୍ନାୟୁ ଓ ଚର୍ମକୁ ନିୟନ୍ତ୍ରଣରେ ରଖିଥାଏ । ତେବେ ମଣିଷ ଶରୀରରେ ସଙ୍ଗୀତର ଏ ସମ୍ପର୍ଣ୍ଣ ଯାତ୍ରା ମାତ୍ରକେ ହୋଇଥାଏ । ବୈଜ୍ଞାନିକମାନେ ଗବେଷଣାକରି ଜାଣିପାରିଛନ୍ତି ଯେ, କ୍ଲାସିକାଲ ମ୍ୟୁଜକ ବା କାନକୁ ଶ୍ରୁତି ମଧୁର ଲାଗୁଥିବା ସଙ୍ଗୀତ ଶୁଣିଲାମାତ୍ରେ ଶରୀରର ଷ୍ଟ୍ରେସ୍ ହରମୋନ୍ କମିଯାଏ ଏବଂ ସଙ୍ଗେ ସଙ୍ଗେ ନାଡି, ରକ୍ତଚାପ ଓ ନିଶ୍ଵାସ ପ୍ରଶ୍ଵାସର ଗତି ମଧ୍ୟ କମିଯାଏ । ଅପରପକ୍ଷରେ ଫାଷ୍ଟ ମ୍ୟୁଜିକ୍, ଯଥା ଜାଜ୍, ରାପ୍ ହିପ୍ ହପ୍ ଏବଂ ଟେକ୍ନୋ ମ୍ୟୁଜିକ୍ ଶୁଣିଲେ ହାର୍ଟର ଗତି ରକ୍ତଚାପ ଓ ନିଶ୍ଵାସର ବେଗ ମଧ୍ୟ ପ୍ରଖର ହୋଇଯାଏ । ସଙ୍ଗୀତ ବାଦ୍ୟର ତାଳେ ତାଳେ ହୃତ୍ ପିଣ୍ଡର ଗତି ମଧ୍ୟ ପ୍ରଖର ହୋଇଯାଏ । ବିଶେଷ କରି ଏବେର ଯୁବପିଢି ଯେଉଁ ରାପିଡ୍ ଲାଉଡ୍ ଡିଜେ ମ୍ୟୁଜିକ୍ ଶୁଣିବା ଉଚିତ୍ ନୁହେଁ । ତେଣୁ ହୃଦ୍ ରୋଗ ବିଶେଷଜ୍ଞମାନେ କ୍ରିଟିକାଲ ବା ଇଣ୍ଟେନ୍ ସିଭ କେୟାର ୟୁନିଟ୍ ରେ ଥିବା ରୋଗୀଙ୍କୁ ଶ୍ରୁତିମଧୁର ସଙ୍ଗୀତ ( ସ୍ଲୋ ମ୍ୟୁଜିକ୍) ଶୁଣାଇ ସେମାନଙ୍କ ଯନ୍ତ୍ରଣା ଉପଶମ ହେବା ସହ ଏହା ହୃତ୍ ସ୍ପନ୍ଦନ ଓ ରକ୍ତଚାପ କମାଇବାରେ ସାହାଯ୍ୟ କରିଥାଏ ।

ଆଧାର : ସ୍ୱାସ୍ଥ୍ୟ ବ୍ୟୁରୋ

Last Modified : 5/29/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate