ଜଣେ ମାନସିକ ଅନଗ୍ରସର ବ୍ୟକ୍ତି ବା ଭିନ୍ନକ୍ଷମ ବ୍ୟକ୍ତିର ବଞ୍ଚିବାର ଅଧିକାର, ନିଜ ସମ୍ମାନ ରକ୍ଷା କରିବାର ଅଧିକାର, ନିଜର ମୌଳିକ ଅଧିକାର ସାବ୍ୟସ୍ତ କରିବାର ଅଧିକାର ତଥା ସମ୍ପତ୍ତିଗତ ଅଧିକାର ମାନ ଅଛି ।
ଆମ ଦେଶର ଦେୱାନୀ ଓ ଫୌଜଦାରୀ ଆଇନ୍ ରେ ମାନସିକ ଅନଗ୍ରସର ବ୍ୟକ୍ତିଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥାମାନ ରହିଛି ।ଆମ ଦେଶର ପ୍ରଚଳିତ କଣ୍ଟ୍ରାକ୍ଟ ବା ଚୁକ୍ତି ଆଇନ୍ ଅନୁସାରେ ଜଣେ ମାନସିକ ଅନଗ୍ରସର ବ୍ୟକ୍ତିଙ୍କ ସହିତ କୌଣସି କଣ୍ଟ୍ରାକ୍ଟ ବା ଚୁକ୍ତି କଲେ ତାହା ଅସିଦ୍ଧ ଅଟେ ।
ଯଦି ଜଣେ ମାନସିକ ଅନଗ୍ରସର ବ୍ୟକ୍ତି କୌଣସି ଅପରାଧ କରନ୍ତି ଏବଂ ଏହା ପ୍ରମାଣିତ ହୁଏ ଯେ ଅପରାଧ କରିବା ସମୟରେ ସେ ମାନସିକ ଭାବେ ସୁସ୍ଥ ନଥିଲେ ଓ ତାଙ୍କର ହିତାହିତ ଜ୍ଞାନ ନଥିଲା, ତେବେ ସେହି ବ୍ୟକ୍ତି ଜଣକ ଦୋଷୀ ସାବ୍ୟସ୍ତ ହେବେ ନାହିଁ (ଧାରା-୮୪ ଭାରତୀୟ ପିଙ୍ଗଳ କୋର୍ଡ) ।
ଫୌଜଦାରୀ ଆଇନ୍ ବିଧି (Cr.P.C. Sec. 382 to Sec. 339) ଓ ଦେୱାନୀ ଆଇନ୍ ବିଧି (CPC Order 32)ଅନୁସାରେ ମାନସିକ ଅନଗ୍ରସର ବ୍ୟକ୍ତିଙ୍କୁ କୋର୍ଟର ବିଚାର ବେଳେ ସ୍ଵତନ୍ତ୍ର ସୁବିଧାମାନ ଯୋଗାଇ ଦିଆଯାଇଅଛି।
ମାନସିକ ଅନଗ୍ରସର ବ୍ୟକ୍ତିଙ୍କ ପାଇଁ ବହୁ ଆଇନ୍ ପ୍ରଚଳିତ ଥିଲେ ମଧ୍ୟ “The Mental Health Act, 1987” ତନ୍ମଧ୍ୟରୁ ପ୍ରମୁଖ ଅଟେ ।ଏହି ଆଇନ୍ ଧାରା ୨୩ ଅନୁଯାୟୀ ଯଦି କୌଣସି ଥାନା ଅଧିକାରୀ କୌଣସି ମାନସିକ ଅନଗ୍ରସର ବ୍ୟକ୍ତିଙ୍କୁ ନିଜ ପରିସର ଭିତରେ ଦେଖନ୍ତି, ତେବେ ସେହି ବ୍ୟକ୍ତିଙ୍କୁ ତୁରନ୍ତ ମାଜିଷ୍ଟ୍ରେଟ୍ ଙ୍କ ପାଖରେ ହାଜର କରାଇ ମାଜିଷ୍ଟ୍ରେଟ୍ ଙ୍କ ଆଦେଶ ଅନୁଯାୟୀ କାର୍ଯ୍ୟ କରିବା ବିଧି ସମ୍ମତ ଅଟେ।
ମାନସିକ ଅନଗ୍ରସର ବ୍ୟକ୍ତି ସମାଜର ଜଳଙ୍କ ବା ବୋଝ ନୁହଁନ୍ତି, ତେଣୁ ତାଙ୍କୁ ସ୍ନେହ ଓ ସଦିଚ୍ଛା ଦେବା ଆମର କର୍ତ୍ତବ୍ୟ ଅଟେ ।
ଆଧାର – ଓଡିଶା ଆଇନ ସମୀକ୍ଷା
Last Modified : 5/11/2021