অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মণিপুরী   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମାନସିକ ଚାପର ମୁକାବିଲା

ମାନସିକ ଚାପର ମୁକାବିଲା

ଉପକ୍ରମ

ବ୍ୟସ୍ତବହୁଳ ଜୀବନରେ ମନୁଷ୍ୟ ପ୍ରତ୍ୟେକ ଦିନ ମାନସିକ ଚାପରେ ସମ୍ମୁଖୀନ ହେଉଛି । ତେବେ ସବୁବେଳେ ମାନସିକ ଚାପ ମଣିଷ ପ୍ରତି କ୍ଷତିକାରକ ନହୋଇ ସହାୟକ ହୋଇଥାଏ । ଏହା ଦ୍ଵାରା ମନୁଷ୍ୟର କାର୍ଯ୍ୟ ଦକ୍ଷତା ବୃଦ୍ଧି   ପାଇଥାଏ ।

ଯେତେବେଳେ ମାନସିକ ଚାପ ଅତ୍ୟଧିକ ମାତ୍ରାରେ ହୋଇଥାଏ ବା ଅଧିକ ଦିନ ପର୍ଯ୍ୟନ୍ତ ଲାଗିରହେ, ସେତେବେଳେ ଏହା ଆମର ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ । ଆମ ଦେଶରେ ପ୍ରାୟ ୨୦ ରୁ ୩୦ ପ୍ରତିଶତ ଲୋକଙ୍କ ଠାରେ ମାନସିକ ଚାପ ଜନିତ ସମସ୍ୟା ଦେଖାଯାଇଥାଏ ।  ମାନସିକ ଚାପର ବିଭିନ୍ନ କାରଣ ଲକ୍ଷଣ ଓ ଏହାର ମୁକାବିଲା କରିବାର ଉପାୟ ।

କାରଣ

ମାନସିକ ଚାପ ବିଭିନ୍ନ କାରଣରୁ ହୋଇପାରେ । ଆଜିକାଲି ସ୍କୁଲ ଓ କଲେଜରେ ପାଠ ବଢୁଥିବା ଛାତ୍ରଛାତ୍ରୀଙ୍କ ଉପରେ ପାଠପଢା ଓ ପରୀକ୍ଷାରେ ଅଧିକ ନମ୍ବର ରହିବା ପାଇଁ ସବୁବେଳେ ମାନସିକ ଚାପ ପଡୁଛି । ଭିଭିନ୍ନ ଚାକିରି ଓ ବ୍ୟାବସାୟ କରୁଥିବା ବ୍ୟକ୍ତି ଅଧିକାଂଶ ସମୟରେ ଅତ୍ୟଧିକ କାର୍ଯ୍ୟଭାରର ସମ୍ମୁଖୀନ ହେଉଛନ୍ତି । ଏହାଛଡା କାର୍ଯ୍ୟକ୍ଷେତ୍ରରେ ଅତ୍ୟଧିକ ପ୍ରତିଦ୍ଵନ୍ଦ୍ଵିତାମୂଳକ ମନୋଭାବ ରଖି କାମ କରୁଥିବା ବ୍ୟକ୍ତିମାନେ ମାନସିକ ଚପରେ ବେଶି ଶିକାର ହେଉଛନ୍ତି । ଜୀବନରେ ଘଟୁଥିବା କେତେକ କଠିନ ଓ ଅସୁବିଧାଜନକ ଘଟଣାବଳୀ ଆଦି ଯୋଗୁଁ ମାନସିକ ଚାପ ସୃଷ୍ଟି ହୋଇଥାଏ । ସବୁବେଳେ ନକରାତ୍ମକ ଚିନ୍ତାଧାରା ରହି କାର୍ଯ୍ୟ କରୁଥିବା  ବ୍ୟକ୍ତିମାନେ ଅନ୍ୟମାନଙ୍କ ଅପେକ୍ଷା ଅଧିକ ମାନସିକ ଚପରେ ସମ୍ମୁଖୀନ ହୋଇଥାନ୍ତି । ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ଠାରେ ମାନସିକ ଚାପ ଜନିତ ସମସ୍ୟା ଅଧିକ ଦେଖାଯାଇଥାଏ । କେତେକ ବ୍ୟକ୍ତି ଜିନ ଗତ କାରଣ ଯୋଗୁଁ ମାନସିକ ଚାପ ପ୍ରତି ଅତ୍ୟଧିକ ସମ୍ବେଦନଶୀଳ ହୋଇଥାନ୍ତି । ଆଜିକାଲିର ଆଧୁନିକ ଜୀବନଶୈଳୀ ମଧ୍ୟ କେତେକାଂଶରେ ମାନସିକ ଚାପ ଆରମ୍ଭ କାରଣ ହୋଇପାରେ

ଲକ୍ଷଣ

ମାନସିକ ଚାପ ଯୋଗୁଁ ନାନା ପ୍ରକାର ଲକ୍ଷଣ ଦେଖାଯାଇଥାଏ । ଏଥିଯୋଗୁଁ ମନ ଅସ୍ଥିର, ବ୍ୟସ୍ତଓ  ବିଚଳିତ ରହେ । ଛୋଟ ଛୋଟ କଥାରେ ଚିଡଚିଡା ଲାଗେ । ସଠିକ୍ ଭାବେ କୌଣସି ନିଷ୍ପତ୍ତି ନେଇହୁଏ ନାହିଁ । ଏହାଛଡା କେତେକାଂଶରେ ସ୍ମରଣ ଶକ୍ତି ମଧ୍ୟ ହ୍ରାସ ପାଇଥାଏ । ମାନସିକ ଚାପ ଯୋଗୁଁ ଦେହ ହାତ ଥରିବା, ପାଟି ଶୁଖିଯିବା, ଛାତି ଜୋରରେ ଧଡ ଧଡ ହେବା, ଅତ୍ୟଧିକ   ଝାଳ ବୋହିବା, ମୁଣ୍ଡ ବୁଲାଇବା, ଅଣନିଃଶ୍ଵାସୀ ଲାଗିବା ଓ ବାରମ୍ବାର ପରିସ୍ରା ଲାଗିବା ଆଦି ଲକ୍ଷଣ ମାନ ଦେଖାଯାଏ । ଏହି ସମୟରେ ଅଳ୍ପ କାମ କରିବା ପରେ ଥକ୍କା ଲାଗିଥାଏ । ନିଜର  କାର୍ଯ୍ୟ ଦକ୍ଷତା ଧୀରେ ଧୀରେ ହ୍ରାସ ପାଇଥାଏ । ଏହି ସମୟରେ ଭୋକ ଓ ନିଦ କମିଯାଏ । ସକାଳୁ ଉଠିଲେ ସତେଜ ଲାଗେ ନାହିଁ । ଅଧିକ ଦିନ ପର୍ଯ୍ୟନ୍ତ ମାନସିକ ଚାପ ଲାଗି ରହିଲେ ନାନା ମାସସିକ ସମସ୍ୟା ଯଥା ଅବସାଦ ରୋଗ, ଉଦ୍ ବେଗ ରୋଗ, ଉନ୍ମାଦ ରୋଗ ଆଦି ଆରମ୍ଭ ହୋଇପାରେ । ଏହାଛଡା ବିଭିନ୍ନ ପ୍ରକାରର ଶାରୀରିକ ସମସ୍ୟା ଯଥା ଉଚ୍ଚ ରକ୍ତଚାପ, ହୃଦରୋଗ, ମୁଣ୍ଡ ବିନ୍ଧା ହଜମ ଶକ୍ତି ହ୍ରାସ ପାଇବା ସହ ଚୁଟି ଝଡିବା ଆଦି ହୋଇଥାଏ । କିଛି ଲୋକଙ୍କ ଠାରେ ଧୀରେ ଧୀରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ । ବିଭିନ୍ନ ସଂକ୍ରମଣ ବାରମ୍ଭର ଦେଖାଯାଇଥାଏ । କେତେକ ବ୍ୟକ୍ତି ମାନସିକ ଚାପରୁ ନିଜକୁ ଦୂରେଇ ରଖିବା ପାଇଁ ମଦ ଓ ସିଗାରେଟ ଆଦି ନିସାସେବନ କରନ୍ତି । ଯାହଦ୍ଵାରା ମାନସିକ ଚାପ ଆହୁରି ବଢିଯାଏ ।

ମାନସିକ ଚାପର ମୁକାବିଲା ନିମନ୍ତେ କେତେକ ନିର୍ଦ୍ଧିଷ୍ଟ ଉପାୟ

ମାନସିକ  ଚାପର ମୁକାବିଲା ନିମନ୍ତେ ପ୍ରତ୍ୟକ ବ୍ୟକ୍ତି କେତେକ ନିର୍ଦ୍ଧିଷ୍ଟ ଉପାୟ ଅନୁସରଣ କରିବା ଉଚିତ୍ । ସବୁବେଳେ ସ୍ଵଚ୍ଛ ଜୀବନଶୈଳୀ ଅବଲମ୍ଭନ କରନ୍ତୁ । ପ୍ରତିଦିନ ଅତି କମ୍ ରେ ୬ରୁ ୮ ଘଣ୍ଟା ଶୁଅନ୍ତୁ । ଶୋଇବାର ଏକ ନିର୍ଦ୍ଧିଷ୍ଟ ସମୟ ରଖନ୍ତୁ । ଦିନକୁ ୩୦ରୁ ୪୫ ମିନିଟ୍ ବ୍ୟାୟାମ ଓ ଯୋଗ ଅଭ୍ୟାସ କରନ୍ତୁ । ନିୟମିତ ଭାବେ ପ୍ରତିଦିନ ୧୫ ରୁ ୩୦ ମିନିଟ୍ ପର୍ଯ୍ୟନ୍ତ ଦୀର୍ଘ ଓ ଗଭୀର ନିଃଶ୍ଵାସ ନିଅନ୍ତୁ । ଏହାଦ୍ଵାରା ମସ୍ତିଷ୍କକୁ ରକ୍ତ ସଂଚାଳନ ବଢିଥାଏ । ଯାହା ମାନସିକ ଚାପ କମାଇବାରେ ସାହାଯ୍ୟ କରିଥାଏ । ସୁକ୍ଷମ ଓ ପୁଷ୍ଟିକର ଖାଦ୍ୟ ଦିଅନ୍ତୁ । ସମସ୍ତ ପ୍ରକାର ନିଶା ଦ୍ରବ୍ୟ ଠାରୁ ଦୂରେଇ ରହନ୍ତୁ । ଜୀବନରେ ସର୍ବଦା ସକାରାତ୍ମକ ଚିନ୍ତାଧାରା ରଖନ୍ତୁ । ଅନ୍ୟମାନଙ୍କ ସହିତ ଖାପ ଖୁଆଇ ଚଳିବାର କୌଣସି ଶିଖନ୍ତୁ ।

ଆଧାର - ସ୍ୱାସ୍ଥ୍ୟ ବ୍ୟୁରୋ

Last Modified : 5/29/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate